অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟ ପରିଚାଳନା କମିଟିର ଆବଶ୍ୟକତା ,ଦାୟିତ୍ଵ ଓ କର୍ତ୍ତବ୍ୟ

ବିଦ୍ୟାଳୟ ପରିଚାଳନା କମିଟିର ଆବଶ୍ୟକତା ,ଦାୟିତ୍ଵ ଓ କର୍ତ୍ତବ୍ୟ

ଉଦ୍ଦେଶ୍ୟ

  • ଅଂଶଗ୍ରହଣକାରୀ ବିଦ୍ୟାଳୟରେ ଗୋଟିଏ ବିଦ୍ୟାଳୟ ପରିଚାଳନା କମିଟି ରହିବା ଆବଶ୍ୟକ ବୋଲି ହୃଦବୋଧ କରିବେ   ।
  • ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟ ପାଇଁ ଏକ ସମ୍ବଳ ବୋଲି ଜାଣିବେ   ।
  • ବିଦ୍ୟାଳୟ ପରିଚନା କମିଟିର ଦାୟିତ୍ଵ ଓ କର୍ତ୍ତବ୍ୟ ଶିକ୍ଷାଅଧିକାରୀ ନିୟମ -୨୦୧୦ ପରିପ୍ରେକ୍ଷୀ ରେ ବୁଝିବେ   ।

ପ୍ରଣାଳୀ / ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ  :

ସମସ୍ତ ଅଂଶଗ୍ରହଣ କାରୀଙ୍କୁ  ୨ ଟି ଦଳରେ ଭାଗକାରୀ ପ୍ରତ୍ୟେକ ଦଳକୁ କିଛି ଶସ୍ୟ ମିଶ୍ରଣ ଦିଆଯିବ   ।  ୧ ମ ଦଳକୁ ଶସ୍ୟ କିପରି ଅଲଗା କରିବେ କୁହାଯିବ ନାହିଁ   ।  ମାତ୍ର  ୨ ୟ ଦଳରୁ  ୫/୬ ଜଣଙ୍କୁ ମନୋନୀତ କରାଯାଇ ଶସ୍ୟ ଗୁଡିକୁ କିପରି ଅଲଗା କରାଯିବ କୁହାଯିବ  ।

  • ପ୍ରଶ୍ନ ୧ ଟି ଖୋଲା ଆଲୋଚନା କରାଯିବ   ।
  • ପ୍ରଶ୍ନ ୨ ଟି ଖୋଲା ଆଲୋଚନା କରାଯିବ   ।
  • ପ୍ରଶ୍ନ ୩ ଟି ଦଳଗତ ଭାବେ କରାଯିବ   । ଆବଶ୍ୟକ ସ୍ଥଳେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଅଧିନ୍କ୍ଯାମ  ୨୦୦୯, ଓଡିଶାର ଶିଶୁମାନଙ୍କ ମାଗଣା ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ  ୨୦୧୦ ଦ୍ଵିତୀୟ ଭାଗ ପଠନ କରାଯାଇ ପାରିବ   ।
  • ପ୍ରଶ୍ନ ୪ ଓ ୫ ଖୋଲା ଆଲୋଚନା କାଜିବ  । ଏଥିପାଇଁ ଚାର୍ଟ ପେପର ର ସାହାଯ୍ୟ ନେଇ କର୍ତ୍ତବ୍ୟଗୁଡିକ ଲେଖାଯିବ   ।

ଆଲୋଚ୍ୟ ବିଷୟ

  • କେଉଁ ଦଳ ସହଜର ଓ କମ ସମୟରେ ଶସ୍ୟ ଗୁଡିକ ପୃଥକ କରିଦେଲେ ?
  • ଏହିଭଳି ବିଦ୍ୟାଳୟ ପାଇଁ ଏକ ପରିଚାଳନା କମିଟି କାହିଁକି କରାଯାଇଛି  ?
  • ଶିକ୍ଷା ଅଧିକାର ଆଇନ  ୨୦୧୦ ଅନୁଯାୟୀଏହି bଇଦ୍ୟାଳୟ ପରିଚାଳନା କମିଟିର ଦାୟିତ୍ଵ କଣ ହେବା ଉଚିତ ବୋଲି  କୁହାଯାଇଛି   ?
  • ଏହି ଦାୟିତ୍ଵ ଗୁଡିକ ଆମେ କେତେ ଭାଗରେ ବିଭକ୍ତ କାରୀ ପାରିବା   ।
  • ପରିଚାଳନା କମିଟିର ଜଣେ ଜଣେ ସକ୍ରିୟ ସଭ୍ୟ/ସଭ୍ୟା ହିସାବରେ ଆପଣଙ୍କ କର୍ତ୍ତବ୍ୟ କଣ ?

 

ସାମଗ୍ରୀ :- ବିଭିନ୍ନ ପ୍ରକାରର ଶସ୍ୟ ମିସନର ପୁଡିଆ  ।

ବାର୍ତ୍ତା : ବିଦ୍ୟାଳୟ କମିଟି ଶିକ୍ଷା ଅଧିକାର ନିୟମ ଅନୁଯାୟୀ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ସଚେତନ ହେଲେ ବିଦ୍ୟାଳୟର ଉନ୍ନତି ସମ୍ଭବ   ।

ସହାୟକ ସୂଚନା

 

  • ଶସ୍ୟ ଗୁଡିକ ଅଲଗା କାରୀସାରିଲା ପରେ ଆଲୋଚନା କଲାବେଳେ ସହୟାକ କେଉଁଦଳ ଠିକଭାବେ ଓ କମ ସମୟରେ କାଲେ ତା ଉପରେ ଗୁରୁତ୍ଵ ଦେବେ   । ଆଲୋଚନା ସମୟରେ Leadership quality , ମନୋବୃତ୍ତି , ଉତ୍ସର୍ଗିକୃତ ଭାବ ଇତ୍ୟାଦି ଉପରେ ଗୁରୁତ୍ଵ ଦିଆଯିବ   ।
  • ଅଧିକ ଲୋକଙ୍କ ହାତରେ କାର୍ଯ୍ୟ ନଦେଇ ଗଣତନ୍ତ୍ର ପୃଷ୍ଠଭୂମିକୁ ବଜାଏ ରଖି କିଛି ଭଲ ଥା ଉପରେ ଆଲୋଚନା କରାଯାଇପାରୁଥିବା ଗୁଣ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କାରୀ ସେମାନଙ୍କ ହାତରେ କାମଦେଲେ କାମଟି ସୁରୁଖୁରୁ ହୋଇପାରିଥାଏ   । ତେଣୁ ସାମର୍ଥ୍ୟ , ଅଭିରୁଚିକୁ ଦେଖି କାମ ବଣ୍ଟନ କରାଯିବା ଉଚିତ    । ଆଲୋଚନା କଲାବେଳେ ସହାୟକ ପରିବାର ସହ ତୁଳନା କରିପାରନ୍ତି   ।
  • ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ -୨୦୧୦ ବିଦ୍ୟାଳୟ ପରିଚାଳନା କମିଟି ବାବଦରେ ତଥ୍ୟ ଏଥିରେ ଆଠଟି ବିଭାଗ ରହିଛି   । ଏହାର ଦ୍ଵିତୀୟ ବିଭାଗରେ  “ ବିଦ୍ୟାଳୟ ପରିଚାଳନା କାଇତି “ ଉପରେ କୁହାଯାଇଛି  । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ପ୍ରଣାଳୀ   , ଏହାର କାର୍ଯ୍ୟକାଳ, ଦାୟିତ୍ଵ ଓ କର୍ତ୍ତବ୍ୟ, ସମନ୍ଵୟରକ୍ଷା , ବିଦ୍ୟାଳୟ ଉନ୍ନୟନ ଯୋଜନା ଇତ୍ୟାଦି ବିଷୟରେ ଆଲୋକପାତ କରଯାଇଛି    । ଏହାକୁ ସହାୟକ ଯଥେଷ୍ଟ ପୂର୍ବରୁ ପଢିଥିବେ   । ଏହାଛଡା ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୭୬୭ ତା ୧୧.୧.୧୧ ରେ ଜାରି କରାଯାଇଥିବା ଘୋଷଣା ନାମାକୁ ମଧ୍ୟ ପୂର୍ବରୁ ପଢି ନିଜକୁ ପ୍ରସ୍ତୁତ କରିଥିବେ   ।

ଏହି ଦାୟିତ୍ଵ ଗୁଡିକୁ ଆମେ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରିପାରିବା  ।

  • ଶୈକ୍ଷିକ
  • ସହ ଶୈକ୍ଷିକ

ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ସାମିଲ କରିବା  ।

  • ବିଦ୍ୟାଳୟର ସୁବିଧା ଅସୁବିଧାରେ ନିଜକୁ ଭାଗିଦାରି ବୋଲି ଭାବିବା   ।
  • ପିଲାମାନଙ୍କର ବୌଦ୍ଧିକ ବିକାଶ ଧାରାର ସମୀକ୍ଷା କରିବା  ।
  • ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସୁବିଧା ଅସୁବିଧାରେ ସାମିଲ ହେବ   ।
ବିଦ୍ୟାଳୟ ତଥା ଶିକ୍ଷା ସହିତ ସମ୍ପର୍କିତ ବ୍ୟକ୍ତି ବିଶେଷଙ୍କ ସହିତ ସକାରାତ୍ମକ ମନୋଭାବ ପୋଷଣ କରିବା  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 6/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate