অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ପାଇଁ ପ୍ରାରମ୍ଭିକ କାର୍ଯ୍ୟ

ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ପାଇଁ ପ୍ରାରମ୍ଭିକ କାର୍ଯ୍ୟ

ଉଦ୍ଦେଶ୍ୟ

ଅଂଶଗ୍ରହଣକାରୀମାନେ  ନିଜ ନିଜ ବିଦ୍ୟାଳୟପାଇଁ ଏକ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତି କରିବାର ପ୍ରାରମ୍ଭିକ କାର୍ଯ୍ୟ ବିଷୟରେ ଅବଗତ ହେବେ   ।

ପ୍ରଣାଳୀ /ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ

  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିଦ୍ୟାଳୟ ଅନୁଯାୟୀ ବିଭକ୍ତ କରି ପ୍ରତିଦଳ ତାଙ୍କ ବିଦ୍ୟାଳୟ  ପାଇଁ ଛୋଟ ବିଦ୍ୟାଳୟ ଉନ୍ନୟନ ଯୋଜନା ପସ୍ତୁତି କରିବାକୁ ଦିଆଯିବ  । ଏଥିପାଇଁ ୨୦ ମିନିଟ ସମୟ ଦିଆଯିବ   ।
  • ଯୋଜନା ଗୁଡିକୁ ଶୃଙ୍ଖଳିତ ଭାବେ ଡ୍ରଇଂସିଟରେ  ଲେଖାଯିବ  ।
  • ପ୍ରତିଦିନ ତାଙ୍କ ଯୋଜନାଟି ଉପସ୍ଥାପନ କରିସାରିବାପରେ ପ୍ରଶ୍ନ ନଂ୧ ରୁ ୫ ଉପରେ ଖୋଲା ଆଲୋଚନା କରାଯିବ  ।

ଆଲୋଚ୍ୟ ବିଷୟ

  • ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ କେଉଁ କେଉଁ ତଥ୍ୟର ଆବଶ୍ୟକତା ଅଛି   ।
  • ଏହି ତଥ୍ୟ  ଆମେ କେଉଁଠାରୁ ପାଇବା ଅ  ।
  • ଏଥିରେ କେତୋଟି ଦିଗ ଉପରେ ଗୁରୁତ୍ଵ ଦିଆଯିବ   ।
  • ୩ବର୍ଷ ମଧ୍ୟରେ ଏହି ସମସ୍ଯାଗୁଡିକର ସମାଧାନ କରୁବାକୁ ହେଲେ କଣ କରାଯିବ  ।
  • ଏହି ଯୋଜନା ପ୍ରସ୍ତୁତି ବେଳେ ଆପଣ ମାନଙ୍କ ର ଭୂମିକା କଣ ହେବା ଉଚିତ  ।

ବାର୍ତ୍ତା :- ଭଲ ଓ ବାସ୍ତବ ବିଦ୍ୟାଳୟ ଉନ୍ନୟନ ଯୋଜନା ବିଦ୍ୟାଳୟ ପାଇଁ ନିହାତି ଆବଶ୍ୟକ   ।  ଏହି ଯୋଜନା ଅନୁଯାୟୀ କର୍ମକଲେ ବିଦ୍ୟାଳୟ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିବେ   ।

ସହାୟକ ସୂଚନା

ବିଦ୍ୟାଳୟ ଉନ୍ନୟନ ଯୋଜନା ପାଇଁ ନିମ୍ନଲିଖିତ ତଥ୍ୟ ଆବଶ୍ୟକତା ରହିବ ।  ଏହା ୬ଟି ଅଧ୍ୟାୟରେ ବିଭକ୍ତ କରାଯାଇ ପାରେ  ।  ଏଥିପାଇଁ ନିମ୍ନଲିଖିତ ତଥ୍ୟଗୁଡିକର ଆବଶ୍ୟକତା ରହିଛି   ।

  1. ପ୍ରତିବର୍ଷ ପ୍ରତିଶ୍ରେଣୀ ପାଇଁ ନାମଲେଖା ପିଲାଙ୍କ ସଂଖ୍ୟାର ଆକଳନ
  2. ସ୍ଥିରୀକୃତ ସର୍ତ୍ତ ଓ ମାନ ଅନୁଯାଯାଇ ଶିକ୍ଷକ ସଂଖ୍ୟା ଷଷ୍ଠ ଶ୍ରେଣୀଯାଏ ଓ ଅଷ୍ଟମ ଶ୍ରେଣୀ ଯାଏ ।
  3. ଅତିରିକ୍ତ ଭିତ୍ତିଭୂମି , ସରଞ୍ଜାମ , ଉପକରଣ ଇତ୍ୟାଦି  ।
  4. ଆବଶ୍ୟକ ହେବାକୁ ଥିବା ପିଲାଙ୍କ ପ୍ରାପ୍ୟ (ପାଠ୍ୟପୁସ୍ତକ , ପୋଷାକ ଇତ୍ୟାଦି) ।
  5. ସ୍ଵତନ୍ତ୍ର ତାଲିମ ପାଇଁ ସଂଖ୍ୟା ଓ ପ୍ରଶିକ୍ଷଣ ଅବଧି ।
  6. ସହାୟତା ପାଇଁ ସମ୍ବଳ ଚିହ୍ନଟ  । ଇତ୍ୟାଦି  ।
  7. ଏହି ତଥ୍ୟ ବିଦ୍ୟାଳୟରେ ଉପଲବ୍ଧତା ଅଟେ  । ଆବଶ୍ୟକ ସ୍ଥଳେ CTS, DISE ବା ଅଲଗା ଅନୁଷ୍ଠାନରୁ ମଧ୍ୟ ମିଳିପାରିବ  ।
  8. ଏହି ଯୋଜନା ୬ ଟି ଦିଗ ଉପରେ ଗୁରୁତ୍ଵ ଦିଆଯାଇ ପାରିବ  ।
  • ବିଦ୍ୟାଳୟ ତଥ୍ୟ – ବିଦ୍ୟାଳୟ ର ନାମ, ଠିକଣା ଇତ୍ୟାଦି  ।
  • ବିଦ୍ୟାଳୟର  ସାଧାରଣ ତଥ୍ୟ : କେବେ ବିଦ୍ୟାଳୟ ହେଲା, କେତେ ଜାଗା ଅଛି ଇତ୍ୟାଦି ।
  • ପିଲାଙ୍କ ନାମ ଲେଖା ତଥ୍ୟ :
  • ବିଦ୍ୟାଳୟରେ ଥିବା ଶିକ୍ଷକଙ୍କ ତଥ୍ୟ  ।
  • ଶିକ୍ଷା ଅଧିକାର ନିୟମ ଅନୁଯାୟୀ ଯୋଜନା :
  • ସ୍ଥିରୀକୃତ ସର୍ତ୍ତ ଓ ମାନ  ।
  • ବର୍ତ୍ତମାନର ସ୍ଥିତି
  • ଆବଶ୍ୟକତା
  • ଭୌତିକ ସୁବିଧା ସୁଯୋଗ

ଅନ୍ୟାନ୍ୟ ସୁବିଧା ସୁଯୋଗ ଇତ୍ୟାଦି

୩ ବର୍ଷ ମଧ୍ୟରେ ଏହି ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ  ଚେଷ୍ଟା କରାଯିବ   । ପ୍ରଥମେ ୩ ବର୍ଷ  ଯୋଜନା ତା ପରେ ତାକୁ ବାର୍ଷିକ ଯୋଜନାରେ ରୂପାନ୍ତରିତ କରାଯିବ  ।  ଏହାକୁ ମଧ୍ୟ କାର୍ଯ୍ୟକାରୀରେ ସୁବିଧା ପାଇଁ ୬ ମାସିକିଆ ଓ ୩ ମାସିକିଆ ଯୋଜନାରେ ରୂପାନ୍ତରିତ କଲେ ଭଲ  ।

  • ଏହି ଯୋଜନା ତିଆରି ବେଳେ ଆମେ ନିଜକୁ ସାମିଲ କରିବା ଉଚିତ ।
  • ବିଦ୍ୟାଳୟର ସୁବିଧା, ଅସୁବିଧା ଗୁଡିକ ସଭାରେ ଖୋଲା ଆଲୋଚନା କରିବା ଆବଶ୍ୟକ  ।
  • ପିତା/ମାତାଙ୍କ ମତ,  ଶିକ୍ଷକଙ୍କ ମତ PTA/MTA ମାନଙ୍କର ମତକୁ ସମ୍ମାନ ଜଣାଇ ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଇବା ଉଚିତ  ।
  • ପିଲାମାନଙ୍କର ଆବଶ୍ୟକତା ଅଗ୍ରାଧିକାର
  • ପରିଚାଳନା କମିଟିର ସଭ୍ୟ ହିସାବରେରେ ଯୋଜନାର ବିଭିନ୍ନ ଦିଗ ରୂପାୟନ ପାଇଁ ଦାୟିତ୍ଵ ନେବା ଇତ୍ୟାଦି  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate