ଉଦ୍ଦେଶ୍ୟ
ଅଂଶଗ୍ରହଣକାରୀମାନେ ଶିଶୁ ଅଧିକାର ନିୟମ ୨୦୦୯ ଓ ଓଡିଶା ଶିଶୁ ଶିକ୍ଷା ଅଧିକାର ନିୟମ ,୨୦୧୦ ରେ ଦର୍ଶଯାଇଥିବା ଶିଶୁ ସୁଲଭ ଉପାଦାନ ଗୁଡିକ ଜଣାଇବା ସହିତ ସେଗୁଡିକର କାର୍ଯ୍ୟ କାରିତା ବିଷୟରେ ଅବଗତ ହେବେ ।
ପ୍ରଣାଳୀ/ପ୍ରକ୍ରିୟା
ସକ୍ରିୟାତ୍ମକ କାର୍ଯ୍ୟ :
୧ମ ପରିସ୍ଥିତି : ଶିକ୍ଷକ ଚୌକି ଉପରେ ବସି ବଡପାଟିରେ ବହି ପଢୁଛନ୍ତି । ପିଲାମାନେ ବହି ଦେଖୁଛନ୍ତି । ଦୁଇଟି ପିଲା ବହି ଆଣିନପାରି ନଥିବାରୁ କାନଧରି ଛିଡା ହୋଇଛନ୍ତି । ଶିକ୍ଷକ ପିଲାମାନଙ୍କୁ ମଝିରେ ମଝିରେ “ ବୁଝିଲ” ବୋଲି ପଚାରୁଛନ୍ତି । ପାଠ ସାରିଲା ପରେ ଶିକ୍ଷକ ପିଲାଙ୍କୁ ପ୍ରଶ୍ନ ପଚାରିଲେ । ଦୁଇଟି ପିଲାଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଉତ୍ତର ଆଦାୟ କରି ପାଠ ସମାପ୍ତ କଲେ ।
୨ୟ ପରିସ୍ଥିତି : ଶିକ୍ଷକ ପିଲାକୁ ଧରି ବଗିଚାରେ ବୁଲୁଛନ୍ତି । ପିଲାମାନେ ବୁଲି ବୁଲି ଗଚ୍ଚଗୁଡିକ ନିରୀକ୍ଷଣ କରୁଛନ୍ତି । କେଉଁଗଛ ଦେଖିବାକୁ କିପରି , ତାର ମୋଟେଇ , ତାର ପତ୍ର, ଔଷଧୀୟ ଗୁଣ ବିଷୟରେ ପରସ୍ପର କଥାବାର୍ତ୍ତା ହେଉଛନ୍ତି । ଶିକ୍ଷକ ପିଲାମାନଙ୍କୁ ବାରମ୍ବାର ଉତ୍ସାହିତ କରୁଛନ୍ତି । ପିଲାମାନେ ଶ୍ରେଣୀକୁ ଆସିଲା ପରେ ଶିକ୍ଷକ ଯାହା ଦେଖାହେଲା ତା ଉପରେ ଆଲୋଚନା କଲେ ।
ପ୍ରଶ୍ନ ୧ ରୁ ୨ ଯାଏ ଖୋଲା ଆଲୋଚନା ହେବ ।
ପ୍ରଶ୍ନ ୩ ଟି ଦଳଗତ ଆଲୋଚନା ହେବ ।
ପ୍ରଶ୍ନ ୪ ଠାରୁ ୭ ଯାଏଁ ଖୋଲା ଆଲୋଚନା ହେବ ।
|
ଆଲୋଚ୍ୟ ବିଷୟ
- ଦୁଇଟି ପରିସ୍ଥିତି ମଧ୍ୟରୁ କେଉଁ ପରିସ୍ଥିତିଟି ଆପଣଙ୍କୁ ଭଲ ଲାଗିଲା ?
- ୨ୟ ପରିସ୍ଥିତି ଟି କାହିଁକି ଭଲ ଲାଗିଲା ?
- ଶିକ୍ଷାଅଧିକାର ନିୟମ ଶିଶୁମାନଙ୍କ ଅଧିକାର ସ୍ଦ୍ରାକ୍ଷା ଦେବା ପାଇଁ କଣ ସବୁ ବ୍ୟବସ୍ଥା ହୋଇଛି ।
- ଶିଶୁ କେନ୍ଦ୍ରିକ ବିଦ୍ୟାଳୟ କହିଲେ ଆପଣ ମାନେ କଣ ବୁଝନ୍ତି ?
- ବିଦ୍ୟାଳୟକୁ କିପରି କଲେ ବିଦ୍ୟାଳୟରେ ଶିଶୁ ଖୁସିରେ ଶିଖିପାରିବେ ।
- ବିଦ୍ୟାଳୟରେ ଶିଶୁ ଶିକ୍ଷା ଅଧିକାର କୁ ସୁରକ୍ଷା ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି କଣ କରିପାରିବେ ,।
- ବିଦ୍ୟାଳୟରେ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଲେ ପରିଚାଳନା କମିଟି କି ପ୍ରକାର ପଦକ୍ଷେପ ନେଇ ପାରିବେ ।
|
ବାର୍ତ୍ତା :- ଶିକ୍ଷାଅଧିକାର ନିୟମକୁ ଲାଗୁ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଦ୍ୟାଳୟ ପରିଚାଳନା କମିଟିର ଯଥେଷ୍ଟ ଭୂମିକା ରହିଛି ।
ସହାୟକ ସୂଚନା
ଦିବସ- ୨ୟ
- ଦ୍ଵିତୀୟ ପରିସ୍ଥିତିଟି ଭଲ ଲାଗିଲା ।
- ପିଲାମାନେ ସ୍ଵାଧୀନ ଭାବେ ସିଖୁଛନ୍ତି । ଶିକ୍ଷକ ଏଠି ବନ୍ଧୁଭାବେ ପିଲାଙ୍କୁ ସହାୟତା କରୁଛନ୍ତି । ପିଲାମାନଙ୍କୁ ଶାରୀରିକ ବା ମାନସିକ ଦଣ୍ଡ ଦିଆଯାଇନାହିଁ । ପିଲାମାନେ ବିଭିନ୍ନ ନିଜସ୍ୱ ଦ୍ରୁଷ୍ଟିକୋଣରୁ ନିରୀକ୍ଷଣ କରୁଛନ୍ତି । ମାନସିକ ଚାପ ବା ବୋଝ ଏଠି ଅପେକ୍ଷାକୃତ କମ ରହିଛି । ଏହିଭଳି ଏକ ସ୍ଵାଭାବିକ ପରିବେଶରେ ପିଲାମାନେ ଶିଖିବା ପାଇଁ ଭଲ ପାଆନ୍ତି । ନିଜସ୍ୱ ରୁଚି, ପସନ୍ଦ , ଅପସନ୍ଦ ଉପରେ ଗୁରୁତ୍ଵ ହେଲେ ପିଲାଙ୍କ ପାଇଁ ଶିକ୍ଷଣ ସ୍ଵାଭାବିକ ହୋଇଥାଏ ।
- ଶିଶୁ ଅଧିକାର ନିୟମ ଆଧାରିତ
- ସମସ୍ତ ୬ ରୁ ୧୪ ବର୍ଷର ଶିଶୁ ନିଜ ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖାଇବେ ।
- ସମସ୍ତ ଶିଶୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବେ ।
- ପିଲାଙ୍କ ପାଖରୁ କୌଣସି ନାମଲେଖା ଫିସ ବା ଚନ୍ଦା ଆଦାୟ କରାଯିବ ନାହିଁ ।
- ଶିଶୁ ନାମଲେଖାଇବା ପାଇଁ କୌଣସି ପ୍ରକାରର ଚୟନ ପକ୍ରିୟା କରାଯିବ ନାହିଁ ।
- ନାମଲେଖା ପାଇଁ କୌଣସି ବୟସ ପ୍ରମାଣପତ୍ର ର ଆବଶ୍ୟକତା ନାହିଁ ।
- ଶିଶୁର ବିଦ୍ୟାଳୟରେ ନାମଲେଖାକୁ ବାରଣ କରାଯାଇ ପାରିବ ନାହିଁ ।
- ପ୍ରାଥମିକ ଶିକ୍ଷା ସମ୍ପତ ନ ହେବା ଯାଏ ଶିଶୁକୁ କୌଣସି ଶ୍ରେଣୀରେ ଅଟକାଯିବ ନାହିଁ ।
- କୌଣସି ଶିଶୁକୁ ଶାରୀରିକ ବା ମାନସିକ ଦଣ୍ଡ ଦିଆଯିବ ନାହିଁ ।
- ଶିଶୁର ସର୍ବାଙ୍ଗୀନ ବିକାଶ ହେଉଥିବା ପାଠ୍ୟକ୍ରମ ପଚାଳନ ହେବ ।
- ଶିଶୁର ଅନ୍ତର୍ନିହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ ଉପରେ ଗୁରୁତ୍ଵ ।
- ମାନସିକ ଓ ଶାରୀରିକ ଦକ୍ଷତାର ପୂର୍ଣ୍ଣତମ ବିକାଶ ସାଧନ ।
- ଶିକ୍ଷାଦାନର ମଧ୍ୟମ ଯଥା ସମ୍ଭବ ଶିଶୁର ମାତୃଭାଷା ହେବ ।
- କୌଣସି ଛାତ୍ର/ଛାତ୍ରୀ ବୋର୍ଡ ପରୀକ୍ଷା ଦେବେ ନାହିଁ ।
- ଶିଶୁ ସୁଲଭ ଓ ଶିଶୁ କୈନ୍ଦ୍ରିକ ପଦ୍ଧତିରେ ଶିକ୍ଷାଦାନ ଇତ୍ୟାଦି ।
ଶିଶୁ କୈନ୍ଦ୍ରିକ ବିଦ୍ୟାଳୟ କହିଲେ ଯେଉଁ ବିଦ୍ୟାଳୟରେ ଶିଶୁମାନେ ମୁକ୍ତ , ସ୍ଵାଭାବିକ , ନିଜେ କରି ନିଜେ ସିଖୁଥିବେ । ଶିକ୍ଷକ ଶିଶୁମାନଙ୍କୁ ସହାୟତା କରୁଥିବେ । ଏହା ସାଧାରଣତଃ ଭାବେ ୪ ଟି ଦିଗ ଉପରେ ନିର୍ଭର କରେ ।
ଭୌତିକ ପରିବେଶ :- ଶ୍ରେଣୀଗୃହ, ଖେଳ ପଡିଆ , ପାଠାଗାର , ଇତ୍ୟାଦି ।
ଶୈକ୍ଷିକ ପରିବେଶ :- ଶିକ୍ଷକ, ଶିକ୍ଷକ ପ୍ରସ୍ତୁତି , ଶିକ୍ଷକ ସହାୟତା , ପାଠ୍ୟ ପୁସ୍ତକ , ପ୍ରଶିକ୍ଷଣ , ଶିକ୍ଷଣ ପ୍ରକ୍ରିୟା ଇତ୍ୟାଦି ।
ସାମାଜିକ ପରିବେଶ :- ଗୋଷ୍ଠୀ ସମ୍ପୃକ୍ତି , ଅଭିଭାବକ ସ୍ଵେଚ୍ଛାସେବି ଅନୁଷ୍ଠାନ , ବ୍ୟକ୍ତିବିଶେଷଙ୍କ ସହ ସମ୍ପୃକ୍ତି ।
ପରିଚାଳନାଗତ ପରିବେଶ : ସମ୍ବଳର ଉପଯୁକ୍ତ ପରିଚାଳନା ଓ ବିନିଯୋଗ ଇତ୍ୟାଦି ।
ଉପରୋକ୍ତ ପରିବେଶ ଗୁଡିକୁ ଠିକ ଭାବେ କରିପାରିବଲେ ଗୋଟିଏ ବିଦ୍ୟାଳୟ ଏବଂ ଶିଶୁ କୈନ୍ଦ୍ରିକ ବିଦ୍ୟାଳୟରେ ପରିଣତ ହୋଇପାରିବ ।
ଭୌତିକ ପରିବେଶଟି ପିଲାଙ୍କ ପାଇଁ ମନଛୁଆଁ ହେବା ଉଚିତ । ଯଥା :-
- ବସିବା ଓ ପଢିବା ପାଇଁ ଶ୍ରେଣୀଗୃହ
- ବଗିଚା ଓ ବଗିଚାରେ ଶିଶୁ ସୁଲଭ ଉପାଦାନ
- କାନ୍ଥରେ କାନ୍ଥଚିତ୍ର , ମାନଚିତ୍ର ଇତ୍ୟାଦି ହୋଇଥିବ ।
- ଶିଶୁକୁ ସୁରକ୍ଷା ଦେବା ପରେ ଶ୍ରେଣୀଗୃହ ଏବଂ ବିଦ୍ୟାଳୟ ଗୃହ ।
- ଭିନ୍ନକ୍ଷମ ପିଲାମାନଙ୍କ ବିଚରଣ ପାଇଁ ବାଧାମୁକ୍ତ ବିଦ୍ୟାଳୟ ଓ ପ୍ରାଙ୍ଗଣ ।
- ଶ୍ରେଣୀ ଶିକ୍ଷଣରେ ଘୋଷା ଉପରେ ଗୁରୁତ୍ଵ ନଦେଇ ଆବିଷ୍କାର , ଅନୁସନ୍ଧିତା ଉପରେ ଗୁରୁତ୍ଵ ।
- ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନ ରହି ପାଠ୍ୟପୁସ୍ତକ ବାହାରକୁ ଯାଇ ଶିକ୍ଷାଦାନ ,।
- ପାଠ୍ୟଦାନକୁ ଦୈନନ୍ଦିନ ଜୀବନ ସହ ଯୋଡି ଶିକ୍ଷାଦାନ ଇତ୍ୟାଦି ।
ବିଦ୍ୟାଳୟରେ ନାମଲେଖାଇଥିବା ସ୍ଵତନ୍ତ୍ର ଆବଶ୍ୟକ କରୁଥିବା ଏବଂ ଅସୁବିଧା ଭୋଗ କରୁଥିବା ବର୍ଗର ଶିଶୁ ତଥା ଦୁର୍ବଳ ଶ୍ରେଣୀର ଶିଶୁକୁ ବାଛବିଚାର ନକରାଇବା ।
- ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ଶ୍ରେଣୀରେ ଯଥାକ୍ରମେ ପାଠଦାନ ଓ ଶିକ୍ଷଣ କାର୍ଯ୍ୟ କରିବେ ।
- ଶିକ୍ଷଣକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗୋଷ୍ଠୀ ବା ପିତାମାତାଙ୍କୁ ସଚେତନ କରାଇବା ।
- ଶିଶୁର ଅଧିକାର ସମ୍ପର୍କୀୟ ନିୟମ ବିଷୟରେ ଗୋଷ୍ଠୀ ବା ପିତାମାତାଙ୍କୁ ସଚେତନ କରାଇବା ।
- ଶିଶୁ କୈନ୍ଦ୍ରିକ ପାଠଦାନକୁ ନିଶ୍ଚିତ କରିବା ।
- ଶିଶୁର ଆଧିକର ବିଷୟରେ ସଚେତନ ରହିବା ଇତ୍ୟାଦି ।
- ଶିଶୁର ଅଧିକାର କ୍ଷୁର୍ଣ୍ଣ ହେଲେ ଅଭିଯୋଗ ପଞ୍ଜିକରଣ ନିମିତ୍ତ ନିଃଶୁକ୍ଳ ଟେଲିଫୋନ ସେବା ଷ୍ଟୁଡେଣ୍ଟ ହେଲ୍ପ ଲାଇନ (୧୮୦୦୩୪୫୬୭୨୨) ସହ ଯୋଗାଜଗ ସ୍ଥାପନ କରିବା ସହ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଉପଦେଷ୍ଟା ପରିଷଦର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିପାରିବେ । ଅଧିକାର କ୍ଷୁର୍ଣ୍ଣ ହେଲେ ପ୍ରଥମ ସୋପାନରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟିଗୋଚରକୁ ଆଣିବା ଉଚିତ ।
ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର