অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଳ୍ପର ବ୍ୟବହାର: ପରିବେଶ

ଏହି ଏକକ ରେ କ’ଣ ଅଛି

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା(ଟେସ୍-ଇଣ୍ଡିଆ)କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ମୁକ୍ତ ଶୈକ୍ଷିକ ସମ୍ବଳ’ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ ,ସହଯୋଗୀ ଶିକ୍ଷା ପଦ୍ଧତିଗୁଡିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ଯମିକ ଶିକ୍ଷକ ମାନଙ୍କ ଶ୍ରେଣୀଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି । ଟେସ-ଇଣ୍ଡିଆ ଏହି ‘ମୁକ୍ତ ଶୈକ୍ଷିକ ସମ୍ବଳ’ ଶିକ୍ଷକମାନଙ୍କ ଶ୍ରେଣୀଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ରଖିଛି । ଟେସ-ଇଣ୍ଡିଆର ଏହି ‘ମୁକ୍ତ ଶୈକ୍ଷିକ ସମ୍ବଳ’ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟ ପୁସ୍ତକର ଏକ ସହଯୋଗୀ ଅଟେ। ଏଗୁଡିକ ,ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ  ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତୀତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ-ଇଣ୍ଡିଆ ‘ମୁକ୍ତ ଶୈକ୍ଷିକ ସମ୍ବଳ’ଗୁଡିକ ଭାରତୀୟ ପାଠ୍ୟ ଖସଡା ଓ ପରିପେଖି ଅନୁଯାୟୀ ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ଲେଖକମନଙ୍କ ସହଭାଗିତାରେ ପ୍ରସ୍ତୁତ । ‘ମୁକ୍ତ ଶୈକ୍ଷିକ ସମ୍ବଳ ‘ଗୁଡିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ-ଇଣ୍ଡିଆ ର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡିକ ପାଇଁ ଉପଯୁକ୍ତ ଅଟେ। ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତା କୁ ଭରଣା କରିବା ନିମିତ୍ତ ସ୍ଥାନୀୟ କାରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ବବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଓଡିଆ ସଂକଳନ 1.0 ପ୍ରାରମ୍ଭିକ ବିଜ୍ଞାନ 10 ଓଡିଆ ଭାଷାନ୍ତର ସହାୟତା :ଭାରତ ଜ୍ଞାନ ବିଜ୍ଞାନ ସମିତି:ଓଡିଶା

ଏହି ସଙ୍କଳନଟି ଟେସ-ଇଣ୍ଡିଆ ର ମୁକ୍ତ ଶିକ୍ଷା ସମ୍ବଳ ‘ର ପ୍ରାରମ୍ଭିକ ହ ବିଜ୍ଞାନ ସଂକଳନର ଏକ ଭାଗ ଅଟେ ।ମୂଳ ଇଂରାଜୀ ଲେଖାକୁ ଡାକ୍ତର ସୁସନ୍ଧ୍ୟା ମହାନ୍ତି ଓଡିଆ ଭାଷାରେ ଭାଷାନ୍ତର କରିଥିବା ବେଳେ ଡାକ୍ତର ପ୍ରୀତିଲତା ଜୈନ ସମୀକ୍ଷା କରିଛନ୍ତି । ଏହି ସଙ୍କଳନରେ ବ୍ୟବହୃତ ହୋଇଥିବା  ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ ।

ହଜାର ହଜାର ବର୍ଷ ଧରି ଭାରତୀୟ ସଂସ୍କୃତି ସହିତ ଗଳ୍ପ କଥନ ସମନ୍ଵିତ ହୋଇ ରହିଆସିଛି ଏବଂ ଅନେକ ଗଛ ଗୋଟିଏ ବଂଶଧରରୁ ଅନ୍ୟ ବଂଶଧରକୁ ଗଡିଚାଲିଛି । ଏହି ପାରମ୍ପରିକ ଗଳ୍ପ କିମ୍ବା କବିତା ଗୁଡିକ ଭାରତୀୟ ସମକାଳୀନ ଲେଖକମନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଏହି ଲେଖାଗୁଡ଼ିକୁ ବର୍ତ୍ତମାନ ପ୍ରାଥମିକ ସ୍ତରର ବିଜ୍ଞାନ ଶିକ୍ଷାଦାନରେ ସମୃଦ୍ଧଶାଳୀ ପାଠ୍ୟପକରଣ ଭାବେ ବ୍ୟବହାର କରାଯାଇପାରେ ।

ଗଳ୍ପ ଶୁଣିବା ଏବଂ ଗଳ୍ପ ପଢିବା ଦ୍ଵାରା ଶିକ୍ଷାର୍ଥୀମାନେ ଅନେକ ପ୍ରତ୍ୟେୟକୁ ଆଗ୍ରହର ସହ ଅନୁସନ୍ଧାନ କରିବାରେ ସକ୍ଷମ ହେବେ ।ଗଳ୍ପ ଏବଂ କବିତାଗୁଡିକୁ ନୂତନ ପ୍ରସଙ୍ଗ କିମ୍ବା ଧାରଣା କୁ ଆରମ୍ଭ କରିବା ସମୟରେ ଅମୂର୍ତ୍ତି ଧାରଣାକୁ ଆରମ୍ଭ କରିବା ସମୟରେ ଅମୂର୍ତ୍ତ ଧାରଣାକୁ ବୁଝାଇବା ସମୟରେ କିମ୍ବା ବିଜ୍ଞାନଭିତ୍ତିକ ସମସ୍ୟାକୁ ଉପସ୍ଥାପନ କରିବାରେ ବ୍ୟବହାର କରାଯାଇପାରେ ।ଫଳରେ ସେଗୁଡିକ ଅର୍ଥପୂର୍ଣ୍ଣ ବିଜ୍ଞାନସମ୍ମତ ଅନୁସନ୍ଧାନ କରିବାରେ ଏକ ସଫଳ ଭିତ୍ତିଭୂମି ପ୍ରଦାନ କରିଥାନ୍ତି ।

ଏହି ଏକକରେ ପାରମ୍ପରିକ,ସମସାମୟିକ ଗଳ୍ପ ଏବଂ କବିତା ମାଧ୍ୟମରେ ପ୍ରାଥମିକ ପରିବେଶ ଶିକ୍ଷା ର ପଥ ସୁଗମ ପାଇଁ ବ୍ୟବହାର କରାଯାଇଛି ।

ଏହି ଏକକ ରୁ କ’ଣ ଶିଖିବେ

  • ଗଳ୍ପଗୁଡିକୁ ବ୍ୟବହାର କରି ପ୍ରସଙ୍ଗରେ ଉପନୀତ ହେବା ଏବଂ ଆଗ୍ରହ ଉଦ୍ଦୀପକ ଶ୍ରେଣୀ ପରିବେଶ ସୃଷ୍ଟି କରିବା ।
  • ସଫଳତା ହାସଲ ପାଇଁ ଶିକ୍ଷାର୍ଥୀର ଶିକ୍ଷଣରେ ନିମଜ୍ଜିତ ରହିବାର ଗୁରୁତ୍ବକୁ ବୁଝିପାରିବା ।
  • ଶିକ୍ଷାର୍ଥୀମାନଙ୍କୁ ପରିବେଶ ପ୍ରତି ଯତ୍ନବାନ ହେବା ପାଇଁ ଉତ୍ସାହିତ କରିବା ।

ଏହି ପନ୍ଥା କାହିଁକି ଗୁରୁତ୍ୱପୂର୍ଣ୍ଣ

ଯେହେତୁ ବିଜ୍ଞାନ ଆମର ଦୈନନ୍ଦିନ ଜୀବନ ସହିତ ସମ୍ପର୍କିତ ତେଣୁ ଏହା ଶିଖିବା ଅଧିକ ଉତ୍ପାଦଜନକ ଏବଂ ଆଗ୍ରହ ଉଦ୍ଦୀପକ ଅଟେ । ସ୍ଥାନୀୟ ସମ୍ବଳ ଯେପରି –ଲୋକ,ସ୍ଥାନ କିମ୍ବା ଜିନିଷ –ଗଛ,ପଶୁ ଏବଂ ଖଣିଜଦ୍ରବ୍ୟ ଅଡିକୁ ବ୍ୟବହାର କରି ପ୍ରତ୍ୟେକ ପାଠକୁ ଅଧିକ ବାସ୍ତବ ଏବଂ ଉତ୍ପାଦଜନକ କରାଯାଇପାରିବ । ଆପଣ ଏକ ନୂତନ ପ୍ରସଙ୍ଗକୁ କିପରି ଉପସ୍ଥାପନ କରୁଛନ୍ତି କିମ୍ବା ଆରମ୍ଭ କରୁଛନ୍ତି  ଏବଂ ସେଥିରେ ଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରୁଛନ୍ତି କିମ୍ବା ନାହିଁ ଏବଂ ଶ୍ରେଣୀରେ ପରସ୍ପର ମଧ୍ୟରେ ଆଲୋଚନା କରାଇବା ଅପନକ ପାଇଁ କେତେ ସହଜ କେତେ ହେଉଛି ତାହା ଜାଣିବା ଆବଶ୍ୟକ ।

ପରିବେଶ ସମ୍ବନ୍ଧୀୟ ପାଠର ପ୍ରାରମ୍ଭିକ ଉପସ୍ଥାପନ ସମୟରେ ଗଳ୍ପ ଏବଂ କବିତାର ସୃଜନାତ୍ମକ ବ୍ୟବହାର ଶିକ୍ଷାର୍ଥୀର ଶିକ୍ଷଣ ଅନୁଭୂତିକୁ ବୃଦ୍ଧି କରିଥାଏ-ଏହି ପ୍ରସଙ୍ଗରେ ଏଠାରେ ଆଲୋଚନା କରାଯାଇଛି । ଶିକ୍ଷଣରେ ନୂତନତ୍ଵ ଆଣିବା ଫଳରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ କୌତୁହଳ,ସ୍ଵଶିକ୍ଷଣ ପାଇଁ ଉତ୍ସାହ ଆସିଥାଏ। ପ୍ରତ୍ୟେକ ଶିକ୍ଷାର୍ଥୀ ସକାରାତ୍ମକ ଅଭିଜ୍ଞତା ହାସଲ କରିଥାନ୍ତି ।ପ୍ରତ୍ୟେକ ଶିକ୍ଷାର୍ଥୀ ଗଳ୍ପ ଶୁଣିବା ପାଇଁ ପସନ୍ଦ କରନ୍ତି ଫଳରେ ଶିକ୍ଷଣରେ ଅଧିକ ଶିକ୍ଷାର୍ଥୀ ଅଂଶଗ୍ରହଣ କରିବେ ।

ଏହି ଏକକ ଗଳ୍ପ ଏବଂ କବିତା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି ।ଏହା ଏକ ସୃଜନାତ୍ମକ ଆରମ୍ଭ କିନ୍ତୁ ଏହି ଏକକରେ ଆପଣ ଯାହା ପାରିବେ ଓ ଶିଖିବେ ଅଲଗା କ୍ଷେତ୍ରରେ ମଧ୍ୟ ସେଗୁଡିକୁ ଉପଯୋଗ କରିପାରିବେ ।ଗଳ୍ପ ଏବଂ କବିତା ଯାହାକି ପାରମ୍ପରିକ ଗଳ୍ପ କିମ୍ବା କୌଣସି ନିର୍ଦ୍ଧିଷ୍ଟ ପାଠ୍ୟ ପାଇଁ ସ୍ଵତନ୍ତ୍ର ଭାବରେ ଲେଖାଯାଉଥିବା ଅଂସ ହେଉ,ବିଜ୍ଞାନକୁ ପରିଚିତ କରିବା ପାଇଁ ଆପଣଙ୍କୁ ଏକ ବାସ୍ତବ ପ୍ରସଙ୍ଗ ଯୋଗାଇଦେବା ଦ୍ଵାରା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଉତ୍ତମ ଧାରଣ ସୃଷ୍ଟି କରେ ।

  1. ବ୍ୟବହାର ପାଇଁ ଗଳ୍ପ ଖୋଜିବା

ଯେତେବେଳେ ଆମେ ଏକ ପାଠ୍ୟକାର ଯୋଜନାକୁ ସେତେବେଳେ ଆମେ କିପରି ସେହି ପ୍ରସଙ୍ଗରେ ଉପନୀତ ହେତୁ ତାହା ପାଇଁ ଚିନ୍ତା କରୁ । ଯଦି ପ୍ରସଙ୍ଗଟି ପରିବେଶ ପ୍ରଦୂଷଣ ସମ୍ପର୍କିତ ହୋଇଥାଏ ତେବେ ସେ ଅଞ୍ଚଳରେ ଥିବା ନଦୀଜଳ ଅବସ୍ଥା ଦେଖିବାକୁ ହେବ ଏବଂ ସେଠାରେ ଥିବା ଆବର୍ଜନା ବିଷୟରେ ଜାଣିବାକୁ ପଡିବ । କିନ୍ତୁ କୌଣସି ଏକ ଗଳ୍ପ ଯାହାକି ସେହି ସ୍ଥାନରେ ଥିବା ନଦୀ,ଝରଣା କିମ୍ବା କେନାଲ ଯାହା ବିଷୟରେ ପିଲାମାନେ ଆଗରୁ ଅବଗତ ଯଦି ସେହିଭଳି ଏକ ଗଳ୍ପ ମାଧ୍ୟମରେ ଜଳ ପ୍ରଦୂଷଣ ସମ୍ବନ୍ଧରେ ଶିକ୍ଷାର୍ଥୀମାନଙ୍କ କୁହାଯିବ ତେବେ ତାହା ସେମାନଙ୍କ ମଧ୍ୟରେ ପ୍ରାଥମିକ ଉତ୍ସାହ ଆଣିପରିବ ।

“ନିଜ ଅଭିଜ୍ଞତାରୁ ଶିଖିବା “ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଟେ । ମାତ୍ର ଛୋଟ ବୟସରେ ପିଲାମାନେ ନିଜ ଅନୁଭୂତି ନିଜ ପରିବେଶ ସହିତ ସମ୍ପର୍କିତ କରି ପାରି ନାହାନ୍ତି।ଏହି କାରଣରୁ ସେମାନେ ନୂତନ ତଥ୍ୟ ଜାଣିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କେବଳ ଏହି କାରଣରୁ ଯଦି ସ୍ଥାନୀୟ ଜିନିଷର ବ୍ୟବହାର କରାଯାଏ ଯାହା ବିଷୟରେ ସେମାନେ ଆଗରୁ ଜାଣିଥାନ୍ତି ତେବେ ଶିକ୍ଷାଦାନ କାର୍ଯ୍ୟରେ ସଫଳତା ମିଳିବ ।

ସମ୍ବଳ 1 ,”ଆଞ୍ଚଳିକ ସମ୍ବଳ ବ୍ୟବହାର କରିବା “ଏହା ଆପଣଙ୍କୁ ଆଞ୍ଚଳିକ ସମ୍ବଳକୁ ବ୍ୟବହାର କରିବାର ଉପାୟ ବିଷୟରେ ମତାମତ /ପରାମର୍ଶ ଦେଉଛି । ଏଥିସହିତ ବିଜ୍ଞାନର ପାଠଟି କୁ ବୁଝାଇବା ସମୟରେ ଶିକ୍ଷାର୍ଥୀମାନଙ୍କ ଆଗ୍ରହକୁ ଉଜ୍ଜୀବିତ କରିବା ପାଇଁ ଆପଣ ବିଭିନ୍ନ ଅଭିଜ୍ଞତାକୁ କିପରି ସଜାଡିବେ,ସେହି ବିଷୟରେ ମଧ୍ୟ ଅନୁସନ୍ଧାନ କରିବାର ଆବଶ୍ୟକତା ରହିବା ଉପରେ ଗୁରୁତ୍ଵ ଦିଆଯାଉଛି ।ଅଧିକାଂଶ ଶିକ୍ଷାର୍ଥୀ ସେମାନଙ୍କ ଅନୁଭୂତିକୁ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନେ ନିଜ ଅନୁଭୂତିକୁ କହିଲେ ସେମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହିତ,ସେମାନେ କ’ଣ ଜାଣିଛନ୍ତି ତାହା ଜାଣିପାରିବେ ଫଳରେ ଆପଣ ସେମାନଙ୍କ ଧାରଣାକୁ ଆଗକୁ ନେବା ପାଇଁ ଯୋଜନା କରିପାରିବେ ।

ଆପଣ ପାଠରେ ବିଭିନ୍ନ ପ୍ରକାର ଆଗ୍ରହ ଉଦ୍ଦୀପକ ବସ୍ତୁ ବ୍ୟବହାର କରିବାର କୌଶଳ ହାସଲ କରିଛନ୍ତି,ଯାହା ଆପଣଙ୍କ ନିଜ ଆଗ୍ରହ ,ମନୋବୃତ୍ତି,ବ୍ୟକ୍ତିତ୍ବ ସହିତ ପ୍ରତ୍ୟେକ୍ଷ ଭାବେ ସମ୍ପର୍କିତ । ଶିକ୍ଷାର୍ଥୀମାନେ ଭଲଭାବରେ ବୁଝିବା ପାଇଁ ଆପଣ ଦାୟିତ୍ଵ ଦେଉଛନ୍ତି,ଏଥିରୁ ଏହା ସ୍ପଷ୍ଟ ଜଣାପଡୁଛି । ଶିକ୍ଷାର୍ଥୀମାନେ ଫଳାଫଳ ହାସଲ କରିବା ପାଇଁ ଆପଣ ଶିକ୍ଷାର୍ଥୀମାନଙ୍କୁ କିଭଳି ଭାବରେ ଦେଖୁଛନ୍ତି,ତାହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆପଣଙ୍କ ଶିକ୍ଷାଦାନକୁ ଅଧିକ ଫଳପ୍ରଦ ଏବଂ ଆଗ୍ରହ ଉଦ୍ଦୀପକ କରିପାରିବ ,ଯେହେତୁ ଆପଣ ପ୍ରତ୍ୟେକ ଶିକ୍ଷାର୍ଥୀର  ଆଗ୍ରହ ,ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଶିକ୍ଷାଦାନ କରୁଛନ୍ତି ।ନିମ୍ନ ପରିସ୍ଥିତି ଅନୁଧ୍ୟାନରେ ଜଣେ ଶିକ୍ଷକ କବିତାକୁ ନାଟକୀୟ ଓ ସୃଜନାତ୍ମକ ଢଙ୍ଗରେ ବ୍ୟବହାର କରି ବିଷୟରେ ପଢାଇବା ପାଇଁ ଶିକ୍ଷାର୍ଥୀମାନେ କିପରି ଭାବରେ ଅଂଶଗ୍ରହଣ କରାଇଥିଲେ ସେହି ବିଷୟରେ ବର୍ଣ୍ଣନା କରାଯାଇଛି ।

ପରିସ୍ଥିତି ଅନୁଦୟନ 1 :ଗଛ ବିଷୟରେ ଆଲୋଚନା

ଶ୍ରୀମତୀ ପଣ୍ଡା ତୃତୀୟ ଶ୍ରେଣୀର ଜଣେ ଶିକ୍ଷୟତ୍ରୀ ।ସେ ନୁଆଟଣା ଭାବରେ ଓଡିଶାର ଏକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି ।ସେ ସମସ୍ତ ଶିକ୍ଷାର୍ଥୀଙ୍କୁ ଗଛର ଏକ ଚିତ୍ର ଆଣିବାକୁ କହିଥିଲେ । ସେ ସବୁଜ ରଙ୍ଗର ଏକ କୁର୍ତ୍ତା ଓ ବାଦାମି ରଙ୍ଗର ଏକ ପାଇଜାମା ପିନ୍ଧିଥିଲେ,ଯାହା ଗଛର ଗଣ୍ଠିକୁ ସୂଚାଉଥିଲା । ସେ ପଥଟିକୁ କିପରି ବୁଝାଇଥିଲେ ଓ ଶିକ୍ଷାର୍ଥୀମାଂବେ କିପରି ଉତ୍ତର ଦେଉଥିଲେ ପଢନ୍ତୁ ।

ପଥର ଆରମ୍ଭରେ ମୁଁ ମୋ ମଡେଲ ଗଛକୁ ନେଇ ଶ୍ରେଣୀକକ୍ଷକୁ ପ୍ରବେଶ କଲି ଓ ମଡେଲକୁ ଟେବୁଲ ଉପରେ ରଖିଥିଲି ଓ ଟେବୁଲ ପାଖରେ ଛିଡା ହେଲି । ଶିକ୍ଷାର୍ଥୀମାନେ ବହୁତ ଆଗ୍ରହୀ ଥିଲେ ଏହା ଏକ ଆମ୍ବ ଗଛ ବୋଲି କହୁଥିଲେ କାରଣ ମୁଁ ଏହି ଗଛରେ ଆମ୍ବ ପାତ୍ର ଓ ଆମ୍ବ ଲଗାଇଥିଲି ।

ଯେତେବେଳେ ମୁଁ ଶ୍ରେଣୀରେ ପ୍ରବେଶ କଲି,ଶିକ୍ଷାର୍ଥୀମାନେ ମୋ ପୋଷାକ ଉପରେ ଟିପ୍ପଣୀ ଦେଇଥିଲେ-ଦିଦି,ଆପଣ ସୁନ୍ଦର ଦେଖାଯାଉଛନ୍ତି ଓ ଆପଣ ଗଛ ଭଳିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି । ମୁଁ ଖୁସି ହେଲି ସେମାନେ ମୁଁ ଯାହା କରିବାକୁ ଚେଷ୍ଟା କରୁଛି ,ସେମାନେ ତାକୁ ଚିହ୍ନଟ କରିପାରିଛନ୍ତି । ସେମାନେ ମଧ୍ୟ ମୋ ନମୁନା /ମଡେଲ ଗଛକୁ ବହୁତ ପସନ୍ଦ କାଲେ ଏବଂ ସେମାନେ ଚିତ୍ର ଭଳିଆ ଏହା ଦେଖାଯାଉଛି ବୋଲି କହୁଥିଲେ । ମୁଁ ସେମାନଙ୍କୁ ଧନ୍ୟବାଦ ଦେଲି ଓ ସେମାନେ ଆଣିଥିବା ଚିତ୍ରଗୁଡ଼ିକୁ କଣ୍ଠରେ ଲଗାଇବାକୁ କହିଲି । ଏହା ପରେ ମୁଁ ସେମାନଙ୍କୁ ଚୁପଚାପ ବସିବାକୁ କହିଲି ।ମୁଁ ଗଛ ସମ୍ବନ୍ଧରେ ଏକ କବିତା ପଢିଲି(ସମ୍ବଳ-2 ରେ ଥିବା କବିତା ଓ ଚିତ୍ରାକୁ ଦେଖନ୍ତୁ) ଓ ସେମାନଙ୍କୁ ଶୁଣିବାକୁ କହିଲି ।

କବିତାକୁ  ପଢିବା ପରେ,ଶିକ୍ଷାର୍ଥୀମାନେ କବିତାକୁ ପସନ୍ଦ କାଲେ କି ନାହିଁ ପଚାରିଲି ।ମୁଁ ସେମାନଙ୍କୁ ଗଛ ବିଷୟରେ ପ୍ରଶ୍ନ ପଚାରିବାକୁ ଆରମ୍ଭ କଲି। ମୋ ମଡେଲ ଗଛ ପାଖରେ ଲଗାଯାଉଥିବା ଗଛର ଚିତ୍ରଗୁଡିକ ଏକ ଜଙ୍ଗଲ ପରି ଦେଖାଯାଉଥିଲା ।

ଗଛ ଆମେ କ’ଣ ସବୁ ପାଉ –ଏହି ବିଷୟରେ ଆଲୋଚନା କଲୁଆ। ଏଠାରେ ଶିକ୍ଷାର୍ଥୀମାନଙ୍କ ସହିତ କଥାବାର୍ତ୍ତା ହୌଥିବା କେତେକ ସଂଳାପ ବର୍ଣ୍ଣନା କରାଯାଉଛି ଯେଉନଥିରୁ ଆପଣ ଶିକ୍ଷାର୍ଥୀମାନେ କେତେ ଅଧିକ ଅଂଶଗ୍ରହଣ କରିଛନ୍ତି ଜାଣିପାରିବେ ।

ମୁଁ ପଚାରିଲି-“ତୁମେ ଗଛରୁ କ’ଣ ପାଅ?”

ସେମାନେ ଉତ୍ତର ଦେଲେ-ଆମ୍ବ,ସସ,କାଠ,ଫୁଲ,ଗୁଡ,ଖାତା ,ଫଳ,ଅଠା ,ଛାଯା ,ଇତ୍ୟାଦି ।

ମୁଁ କହିଲି-ପଢିଆ ,କିନ୍ତୁ ଗଛରେ କ’ଣ ସସ ହୁଏ?

କେତେକ ଶିକ୍ଷାର୍ଥୀ ଉତ୍ତର ଦେଲେ –ଗଛରୁ ସିଧାସଳଖ ସସ ହୁଏ ନାହିଁ ।

ମୁଁ ପଚାରିଲି-ତେବେ ସସ କିପରି ହୁଏ ।

ଶିକ୍ଷାର୍ଥୀମାନେ କହିଲେ –ତାହା ପରେ/ବଜାରରେ ପ୍ରସ୍ତୁତ ହୁଏ ।

ମୁଁ ଶିକ୍ଷାର୍ଥୀମାନଙ୍କୁ ପଚାରିଲି –ଗଛରୁ କଥା ଜିନିଷ କିପରି ପ୍ରସ୍ତୁତ ହୁଏ ?

ଶିକ୍ଷାର୍ଥୀ ଟି କହିଲା – ଆଣିବି ।

ପଢା ଶେଷରେ ମୁଁ ତାଙ୍କ ଉତ୍ତରେ କେତେ ଆନନ୍ଦିତ ହୋଇଛି ତାହା ମୋ ମୁହଁରେ ପ୍ରତିଫଳିତ ହେଉଥିଲା । ମୁଁ ସେମାନଙ୍କଠାରୁ ଗଛ ବିଷୟରେ ଅନେକ କଥା ଜାଣିଲି  । ସେମାନେ ଏହାକୁ କିପରି ବ୍ୟବହାର କାଲେ ଶିଖିଲି .ମୁଁ ସେମାନଙ୍କର ଜ୍ଞାନକୁ ଜାଣିଲି ଏବଂ ଅନୁଭବ କଲି ଯେ କଥାବାର୍ତ୍ତା ସମୟରେ ସେମାନଙ୍କୁ ରୋକିବା କେତେ କଷ୍ଟକର । ଯେହେତୁ ସେମାନେ ତାଙ୍କର ଅଭିଜ୍ଞତା ବିଷୟରେ କଥାବାର୍ତ୍ତା ପାଇଁ ଅଧିକ ଆଗ୍ରହୀ ଏବଂ ଉତ୍ସାହିତ ଥିଲେ । ସେମାନଙ୍କର ସାଧାରଣ ପରିସର ଏବଂ ପ୍ରସଙ୍ଗ ପାଇଁ ସେମାନଙ୍କର ବାସ୍ତବ ଆଗ୍ରହକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି । ଏହା ସେମାନଙ୍କ ପାଇଁ ଏବଂ ମୋ ପାଇଁ କୌତୁକପୂର୍ଣ୍ଣ ପାଠ ଥିଲା ଏବଂ ସେମାନେ ଗଛଗୁଡିକ ବିଷୟରେ କଥା ବାର୍ତ୍ତା ହୋଇ ଶ୍ରେଣୀଗୃହ କୁ ପରିତ୍ୟାଗ କଲେ ।

ଏହା ପରେ ବିଭିନ୍ନ ପାତ୍ର ଏବଂ ଫଳର ଆକାର ଏବଂ ଗଠନ ପାଠ ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ପାତ୍ର,ଫଳଗୁଡିକୁ ଚିହ୍ନିବାରେ ସକ୍ଷମ କରିବା ମୋର ଉଦ୍ଦେଶ୍ୟ ।

ଟିକିଏ ଚିନ୍ତା କରନ୍ତୁ

  • କବିତା ଏବଂ ଚିତ୍ର ଶିକ୍ଷାର୍ଥୀମାନଙ୍କୁ କିପରି ପ୍ରୋତ୍ସାହିତ କରୁଛି? ଅଧିକ ରୁ ଅଧିକ ଶିକ୍ଷାର୍ଥୀ ଏଥିରେ ସମ୍ପୃକ୍ତ ହୋଇଥିଲେ କି?
  • ଆପଣ ନିଜେ କେବେ ଏଭଳି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଛନ୍ତି କି? ଯଦି ହଁ,ଶିକ୍ଷାର୍ଥୀମାନେ କିପରି ପ୍ରତିକ୍ରିୟା ପ୍ରକାଶ କଲେ?
  • ଏପରି ପନ୍ଥାର ବ୍ୟବହାରକୁ ଆପଣ ଜାରି ରଖିଛନ୍ତି କି? ଯଦି ହଁ,କାହିଁକି? ଯଦି ନୁହେଁ କାହିଁକି ?

ଏଠାରେ ବ୍ୟବହୃତ କବିତା ,ଚିତ୍ର ,ଶିକ୍ଷକ ଙ୍କ ଦ୍ଵାରା ପ୍ରସ୍ତୁତ ନମୁନା ବା ମଡେଲ ସବୁ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅନେକ ଧାରଣ ବା କଲ୍ପନା କରିବା ପାଇଁ ପ୍ରୋତ୍ସାହିତ କଲା । ଖାଦ୍ୟ ଠାରୁ ଆରମ୍ଭ କରି ଜାଳେଣୀ ପର୍ଯ୍ୟନ୍ତ ଗଛ ମନୁଷ୍ୟକୁ କିପରି ଏହାକୁ ଅନୁସନ୍ଧାନ କରିବାରେ ସେମାନେ ସକ୍ଷମ ହେଲେ ।ପ୍ରଥମ ଶିକ୍ଷଣ କାର୍ଯ୍ୟଟି କିଛି କ୍ଷେତ୍ରରେ ସହଜ ଅଛି କିନ୍ତୁ ଆପଣ ନିଜେ ଏହାକୁ ପାଢୀ ଯତ୍ନ ସହକାରେ ମନୋନୀତ କରିବା ନିତାନ୍ତ ଆବଶ୍ୟକ । ଯାହାଦ୍ୱାରା ଏହା ଶିକ୍ଷାର୍ଥିମାନଙ୍କର ବୁଝିବାର ସ୍ତର ସହ ସମକକ୍ଷ ହୋଇ ସେମାନଙ୍କୁ ଶିଖିବା ପାଇଁ ଉତ୍ସାହିତ କରିବ ।

ଶିକ୍ଷଣକାର୍ଯ୍ୟ 1: ଏକ ଗଛ କିମ୍ବା କବିତା ଖୋଜିବା

ଆପଣଙ୍କର କିଛି ଅତିପ୍ରିୟ ଗଛଗୁଡିକ ବିଷୟରେ ଭାବନ୍ତୁ,ଯେଉଁଗୁଡିକ  କି ଅଭିଜ୍ଞ ଗାଳ୍ପିକଙ୍କ ଲିଖିତ ଗଛ କିମ୍ବା କାଳ୍ପନିକ ଗଛ ହୋଇଥିବା । ଚିନ୍ତା କରନ୍ତୁ ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ପରିବେଶକୁ ଅନୁସନ୍ଧାନ କରିବା ସମୟରେ ଏହି ଗଳ୍ପ ଗୁଡିକ ମଧ୍ୟରୁ କୌଣସି ଗୋଟିଏର ବ୍ୟବହାର କରିପାରିବେ କି?

ଆପଣଙ୍କ ପାଖରେ ଥିବା ଯେ କୌଣସି ଗପ ବହିକୁ ଦେଖନ୍ତୁ,ଛୋଟଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ପରିବେଶ ବିଷୟରେ ପଢାଇବା ସମୟରେ ପ୍ରସଙ୍ଗ  ରେ ଉପନୀତ ହେବା ପାଇଁ ,ଏହି ଗଛଗୁଡିକ ମଧ୍ୟରୁ ପରିବେଶ ସମ୍ପର୍କିତ କୌଣସି ଗୋଟିଏକୁ ଚୟନ କରନ୍ତୁ ।

ବିଜ୍ଞାନ ପାଠ ପଢାଇବା ସମୟରେ ଆପଣ କେଉଁ ସବୁ ଗପ କିମ୍ବା ବହିକୁ ବ୍ୟବହାର କରିପାରିବେ ତାହାର ଏକ ତାଲିକା କରନ୍ତୁ ।

ଯଦି ଆପଣ ଇଣ୍ଟରନେଟରୁ ତଥ୍ୟ ପଢି ପାରୁଛନ୍ତି ତେବେ ଆପଣ ସେଥିରୁ ବିଭିନ୍ନ ଗଳ୍ପ ଏବଂ କବିତା ସଂଗ୍ରହ କରନ୍ତୁ ଯେଉଁଗୁଡିକ ଆପଣ ଶିକ୍ଷାଦାନ କରୁଥିବା ବିଷୟରେ ଆରମ୍ଭରେ ,ଏକ ଆଗ୍ରହ ଉଦ୍ଦୀପକ ଭାବରେ ବ୍ୟବହାର କରିପାରିବେ ।

ଏହା ସମୟ ସାପେକ୍ଷ ଯେହେତୁ ନୂତନ ବହି,ନୂତନ ଗଳ୍ପ ଛାପା ହେଉଛି ଏବଂ ସେଗୁଡିକ ଆପଣଙ୍କୁ ଅ।ଗ୍ରହାନ୍ଵିତ ପାଠ୍ୟଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ଏହି କାର୍ଯ୍ୟଟିକୁ ଉପଭୋଗ କାଲେ କି ? ଯଦି ଗଳ୍ପ ସଂଗ୍ରହ କରିବାକୁ ଆପଣ ଉପଭୋଗ କରିଲେ,ଆପଣ କଲ୍ପନା କରିପାରିବେ ଆପଣଙ୍କ ଶିକ୍ଷାର୍ଥୀମାନେ ଏହା ଶୁଣିବା ପାଇଁ କେତେ ପସନ୍ଦ କରିବେ ଏବଂ ଏହାର ପ୍ରଭାବ ସେମାନଙ୍କୁ କେତେ ପରିମାଣରେ ପ୍ରେରଣା ଦେବ ।

ଆପଣ ପାଠ୍ୟକ୍ରମରେ କିପରି ଅଧିକ ସଂଖ୍ୟକ ଗଳ୍ପକୁ  ସ୍ଥାନିତ କରିପାରିବେ?

ଭିଡିଓ : ସ୍ଥାନୀୟ ସମ୍ବଳକୁ ବ୍ୟବହାର କରିବା

ପାଠ୍ୟ ସମ୍ବଳ ଭାବେ ନେଇଥିବା ଏହି ଗଳ୍ପ ଏବଂ କବିତା ଗୁଡିକ ଆପଣ ପଢଉଥିବା ପ୍ରସଙ୍ଗରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବିଜ୍ଞାନର ଅନ୍ୟ ପ୍ରସଙ୍ଗଗୁଡିକୁ ମଧ୍ୟ ଅଗ୍ରହାଉଦ୍ଦୀପକ କରିପାରିଲା । ପାଠ୍ୟପୁସ୍ତକଗୁଡିକରେ ମଧ୍ୟ ଏପରି କିଛି ଗଳ୍ପ ଅଛି। ଆପଣ ଆପଣଙ୍କର ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ସମ୍ବଳ-1 କୁ ଆଲୋଚନା କରିବେ ।ଯଦି ଆପଣ ସେମାନଙ୍କର କିଛି ପ୍ରିୟା ଗଛକୁ ପାଇଲେ ତାହାକୁ ମଧ୍ୟ ଆପଣଙ୍କର ସମ୍ବଳନିଧିରେ ଯୋଡି ପାରିବେ ।

2 ଗୀତ ଏବଂ ଗଳ୍ପ ବ୍ୟବହାର କରିବା

ଏହି ପରିସ୍ଥିତି ଅନୁଧ୍ୟାନରେ ଆମେ ଜାଣିବା ଯେ ଜଣେ ଶିକ୍ଷକ ତାଙ୍କ ଶ୍ରେଣୀରେ କିପରି ଏକ ସ୍ଵତନ୍ତ୍ର ଦକ୍ଷ ଗାଳ୍ପିକଙ୍କୁ ନିୟୋଜନ କରିଛନ୍ତି । ଏହାକୁ ପଢନ୍ତୁ ଏବଂ ଭାବନ୍ତୁ ଆପଣ ଏହା ସଦୃଶ କାର୍ଯ୍ୟ କିପରି କରିପାରିବେ । ହୁଏତ ଏହା ଠାରୁ ସରଳ ଭାବରେ କରିବେ,ମାତ୍ର ସେହି ସମାନ ପ୍ରଭାବ ଆପଣଙ୍କ ର ଶିକ୍ଷାର୍ଥୀଙ୍କ ଉପରେ ପଡିବ । ଏଥି ପ୍ରତି ଧ୍ୟାନ ଦେବେ  ।

ପରିସ୍ଥିତି ଅନୁଧ୍ୟାନ 2: ଗଛକୁ ଗୀତ ଆକାରରେ ଉପସ୍ଥାପନ

ଶ୍ରୀମତୀ ନାୟକ ଆମ ରାଜ୍ୟର ପୁରୀ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଟନ୍ତି ।ସେ ତାଙ୍କ ଶ୍ରେଣୀରେ “ବୃକ୍ଷ ସଂରକ୍ଷଣ “ପ୍ରସଙ୍ଗଟି ପଢାଇବା ପାଇଁ ପାଠ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏକ ସ୍ଥାନୀୟ ଉପରକୁ ପରିଦର୍ଶନରେ ଗଲାପରେ ସେ “ବୃକ୍ଷ ସଂରକ୍ଷଣ “ ପ୍ରସଙ୍ଗଟି ପଢାଇବା ପାଇଁ ପାଠ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି ।ଏକ ସ୍ଥାନୀୟ ଉତ୍ସବକୁ ପରିଦର୍ଶନରେ ଗଲାପରେ ସେ  “ବୃକ୍ଷ ସଂରକ୍ଷଣ “ପ୍ରସଙ୍ଗଟି ପାଇଁ ଏକ ଉତ୍ସାହଜନକ ପାଠ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମନସ୍ଥ କଲେ ।

ମୁଁ ପୁରା ଜିଲ୍ଲା ଉତ୍ସବକୁ ଥରେ ଯାଇଥିଲି । ଯେତେବେଳେ ମୁଁ ରଘୁରାଜପୁର ଜଣେ ଲୋକକଥା ଗାୟକଙ୍କୁ ଭେଟିଲି ,ତାଙ୍କ ପାଖରେ ମଣିଷ ଉଚ୍ଚତର ଏକ “ପଟ୍ଟଚିତ୍ର” ଥିଲା,ଯେଉଁଥିରେ କି ଐତିହାସିକ ଘଟଣାବଳୀର ଦୃଷ୍ଟାନ୍ତ ସ୍ୱରୂପ ରଙ୍ଗୀନ ରେଖାଚିତ୍ର ସବୁ ଥିଲା । ସେଥିରେ ଗ୍ରାମରେ ଥିବା ବୃକ୍ଷ ଗୁଡିକର ସୁରକ୍ଷା ପାଇଁ ପୂର୍ବକାଳର ଲୋକମାନେ କିପରି ଜୀବନ ଦେଇଥିଲେ ବର୍ଣ୍ଣନା କରାଯାଇଥିଲା ।

ମୁଁ ସେହି ଲୋକକଥା ଗାୟକଙ୍କ ଅଭିନୟ ଦେଖିଲି ଏବଂ ମୋର ନୂତନ ପ୍ରସଙ୍ଗକୁ ଉପସ୍ଥାପନ କରିବା ପାଇଁ ସେ ଆମ ବିଦ୍ୟାଳୟକୁ ଆସି,ଲୋକଗୀତ ଗାଈ ପୂର୍ବକାଳର ଲୋକମାନେ ବୀରତ୍ଵ ଏବଂ ସାହସିକ କାର୍ଯ୍ୟକୁ ବର୍ଣ୍ଣନା କରିପାରିବେ କି ବୋଲି ପଚାରିବାକୁ ନିଷ୍ପତି ନେଲି । ସେ ଅତ୍ୟନ୍ତ ଅଗ୍ରହାନ୍ଵିତ ହେଲେ ଏବଂ ମୁଁ କହିଲି ଯେ ବିଦ୍ୟାଳୟକୁ ଆସି ପ୍ରଦର୍ଶନ କରିବା ପାଇଁ ଯେଉଁ ସବୁ ଅନୁମତି ଆବଶ୍ୟକ ସେଗୁଡିକୁ ମୁଁ ଯୋଗାଡ କରିବି।(ସମ୍ବଳ -3 ଦେଖନ୍ତୁ:ପରିଦର୍ଶନର ସଂଗଠନ ବିଷୟରେ)ତା’ ପରଦିନ ମୁଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କଲି ଏବଂ ଏହି ଅଭିନୟ ପ୍ରଦର୍ଶନ ଦିନ ଲୋକକଥା ଗାୟକ ଅତି ଶୀଘ୍ର ପହଞ୍ଚିଲେ ଓ ସେ ଉଭୟ କମ ବୟସ୍କ ଏବଂ ଅଧିକ ବୟସ୍କ ଶିକ୍ଷାର୍ଥୀଙ୍କୁ ନେଇ ଦୁଇଟି ଅଭିନୟ ପ୍ରସ୍ତୁତ କରିପାରିଲେ । ତାଙ୍କ ପାଖରେ ଏକ ବଡ ନାଲି ବାକ୍ସ ଥିଲା,ଯେଉଁଥିରେ ସୁନ୍ଦର ଉଜ୍ବଲ ଚିତ୍ର ଅଙ୍କାଯାଇଥିଲା । (ଚିତ୍ର-1)

ସେ ଶିକ୍ଷାର୍ଥୀମାନଙ୍କୁ ସ୍ଥାନୀୟ ଲୋକମାନେ ବୃକ୍ଷର  ଗୁରୁତ୍ଵ ବିଷୟରେ କେତେ ସଚେତନ ଅଛନ୍ତି  ପଚାରିଲେ ଏବଂ ଯେହେତୁ ଅଧିକ ଉତ୍ତର ମିଳିଲା,ସେ ଲୋକକଥାକୁ ଆଧାର କରି ଗୀତ ଗାଇବାକୁ ଆରମ୍ଭ କଲେ। ଯେତେବେଳେ ସେ ଗଳ୍ପ ର ଯେଉଁ ଅଂଶଟିକୁ ଗୀତ ଆକାରରେ ଶୁଣାଇଥିଲେ ବାକ୍ସର କବାଟ ଖୋଲି  ସେହି ଅଂଶର ନାଟକର ଦୃଶ୍ୟକୁ ଦେଖାଇଥିଲେ । ଏହା ଗଳ୍ପଟିକୁ ଆଗକୁ ଯିବାରେ ସାହାଯ୍ୟ କରୁଥିଲା ।ଗଛଟି ଶିକ୍ଷାର୍ଥୀମାନଙ୍କୁ ଅଭିଭୂତ କରି ରଖିଥିଲା ଏବଂ ଶିକ୍ଷାର୍ଥୀମାନେ ଅଧିକରୁ ଅଧିକ ପ୍ରଶ୍ନ ପଚାରି ଚାଲୁଥିଲେ ।ସେ ମଝିରେ ମଝିରେ ଏପରି ଦୃଶ୍ୟ ଦେଖାଇ ଗୀତ ମାଧ୍ୟମରେ ଗଛଟିକୁ କହୁଥିଲେ ଏବଂ ବୃକ୍ଷ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ।ସେ ପଚାରିଲେ,”ବୃକ୍ଷ ବୀନା ଆମ ଜୀବନ କିପରି ହୋଇଥାନ୍ତା ? ତୁମେ ସେମାନଙ୍କ ବ୍ୟତୀତ ବଞ୍ଚିପାରିବା କି? ସେଗୁଡିକୁ ରକ୍ଷା କରିବା ପାଇଁ ଆମେ ଚେସତା କରିବା ଉଚିତ କି? ଯଦି ହଁ କିପରି?” ଶିକ୍ଷାର୍ଥୀମାନେ ଉତ୍ତର ଦେଲେ ଏବଂ ନିମ୍ନଲିଖିତ ଉକତିଗୁଡିକ ପାଇଁ ସମ୍ମତି ପ୍ରକାଶ କଲେ ।

ଶିକ୍ଷାର୍ଥୀଙ୍କ ଉତ୍ତରଗୁଡିକ  ଅତ୍ୟନ୍ତ ଆବେଗପୂର୍ଣ୍ଣ ଥିଲା,ସେମାନେ ଏହିଭଳି କିଛି କଥା କହିଥିଲେ –

  • ଗଛକୁ କୁଣ୍ଢେଇ ଧରି
  • ଗଛ କାଟିବା ପାଇଁ ଲୋକମାନଙ୍କୁ ବାରଣ କରିବା
  • ଅଧିକ ଗଛ ଲଗାଇବା
  • ପ୍ରତ୍ୟେକ ଶିକ୍ଷାର୍ଥୀ ଆମ ଗାଁ ରେ ଥିବା ଗଚଗୁଡିକରୁ ଗୋଟିଏ ଗଛର ଦାୟିତ୍ଵ ନେବା ।
  • ଗଛ କୁ କ୍ଷତି ପହଞ୍ଚାଇବା ପାଇଁ କାହାରୀକୁ ଅନୁମତି ନ ଦେବା ।

ପରିଶେଷରେ ମୁଁ ଏହି ଗଳ୍ପ କଥନ ପାଇଁ ତାଙ୍କୁ ଧନ୍ୟବାଦ ପ୍ରଦାନ କଲି ଏବଂ ସେହି ବିଷୟରେ ଅନ୍ୟ ଅଂଶଟିର ଶିକ୍ଷାଦାନ ସମୟରେ ପୁନଶ୍ଚ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କଲି ।

ଏହା ପରେ ଘଟିଥିବା ଆଲୋଚନା ଅଧିକ ଜୀବନ୍ତ ଥିଲା ଯେହେତୁ ଶିକ୍ଷାର୍ଥୀମାନେ ପୁନଶ୍ଚ ସେମାନଙ୍କ ଧାରଣାକୁ ଆବିଷ୍କାର କଲେ । ଗଳ୍ପ କଥାକାର  ଏବଂ ମୁଁ ଉତ୍ତର ଦେଲୁ ଏବଂ ଅନେକ ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ପଚାରିଥିଲୁ ଯାହା ଦ୍ଵାରା ଆମେ ବୃକ୍ଷ ସୁରକ୍ଷା କରିବା ସମୟରେ କେଉଁ ସବୁ ସମସ୍ୟା ଆମ ସାମ୍ନାକୁ ଆସିବ ସେ ସମ୍ବନ୍ଧରେ ଶିକ୍ଷାର୍ଥୀମାନେ ଚିନ୍ତା କରିବେ ଓ ଉତ୍ସାହିତ ହେବେ ।

ମୁଁ ସେମାନଙ୍କ ମତଗୁଡିକୁ କଳାପଟାରେ ଲେଖିଦେଲି ଏବଂ ଶିକ୍ଷାଦାନ ଶେଷରେ ଗଳ୍ପ କଥାକାରଙ୍କର ଏହି ଚିତ୍ତାକର୍ଷକ ଗଳ୍ପ କଥନ ପାଇଁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିବା ପାଇଁ କହିଲି ।ତତ୍ପରେ ମୁଁ ସେମାନଙ୍କୁ ଆମେ ଏହି କାର୍ଯ୍ୟଗୁଡିକୁ ପ୍ରାଥମିକତା  ଭିତ୍ତିରେ କିପରି କରିବା ଚିନ୍ତା କରିବା ପାଇଁ କହିଲି ।ଏହା ମୁଁ ତାଙ୍କୁ ପରବର୍ତ୍ତୀ ପାଠରେ କହିବି ବୋଲି କହିଲି ।ସେମାନେ ତାଙ୍କର ବିରତି ପାଇ ଶ୍ରେଣୀ ଗୃହରୁ ଧୀରେ ଧୀରେ ବାହାରି ଗଲେ କିନ୍ତୁ ଅଧିକାଂଶ ଶିକ୍ଷାର୍ଥୀ ବାକ୍ସଟିକୁ ଅଧିକ ନିକଟରୁ ଦେଖିବା ପାଇଁ ଗଲେ ଏବଂ କଥାକାରଙ୍କ ସହିତ କଥାବାର୍ତ୍ତା ହେଲେ ।

ଶିକ୍ଷଣକାର୍ଯ୍ୟ 2 :ଗୀତ କିମ୍ବା ଗଳ୍ପକୁ ବ୍ୟବହାର କରିବା

ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କୁ ପରିବେଶ ସମ୍ବନ୍ଧରେ ଏକ ଗୀତ କିମ୍ବା ଗଛକୁ ବ୍ୟବହାର କରି ଶିକ୍ଷାଦାନ କରିବା ପାଇଁ ସୂଚନା ଦେଉଛି ।ପରିବେଶ ସମ୍ବନ୍ଧରେ ବିଷୟରେ ଶିକ୍ଷାର୍ଥିମାନଙ୍କର ଆଗ୍ରହ ବଢାଇବା ଓ ସେମାନଙ୍କର ଧାରଣାକୁ ପରିପୁଷ୍ଟ କରିବା ପାଇଁ ଆପଣ ପ୍ରସଙ୍ଗଟିକୁ ଆରମ୍ଭ କରିବା ପାଇଁ ଗୀତ କିମ୍ବା ଗଳ୍ପର ବ୍ୟବହାର କରନ୍ତୁ(ସମ୍ବଳ-4 ପହନ୍ତୁ) ।ଏହି ବିଷୟରେ ଏଥିପାଇଁ ସମ୍ଭାବ୍ୟ କାର୍ଯ୍ୟ ଦିଆଯାଇଛି ।

  • ପ୍ରଥମେ ନିଷ୍ପପତି ନିଅନ୍ତୁ ଯେ ଆପଣ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯଥା; ନଦୀ ଜଳ ପ୍ରଦୂଷଣ,ଆବର୍ଜନା ସମସ୍ଯା ,ସୁସ୍ଥ ପାନୀଯ ଜଳ,ବୃକ୍ଷର ସୁରକ୍ଷା କିମ୍ବା ସ୍ଥାନୀୟ ଗଚଗୁଡିକ ଉପରେ ଯାନବାହାନ ର ପ୍ରଭାବ ।
  • ଶିକ୍ଷାର୍ଥୀମାନେ କ’ଣ ଶିଖିବେ ବୋଲି ଆପଣ ଚାହାନ୍ତି? କୌଣସି ପରିଦର୍ଶକ କିମ୍ବା ଗାଳ୍ପିକ ଙ୍କୁ ସେ ସମ୍ବନ୍ଧରେ ସଂକ୍ଷେପରେ ଜାଣନ୍ତୁ ଯାହା  ଦ୍ଵାରା ସେ ଆପଣଙ୍କୁ ସାହାଯ୍ୟ କରିପାରିବେ ।
  • ପ୍ରସଙ୍ଗ ଚୟନ କରି ସାରିବା ପରେ ଏକ ଉପଯୁକ୍ତ ଗୀତ କିମ୍ବା ଗପ ବାଛନ୍ତୁ ଯାହାକୁ କି ଆପଣ ଶିକ୍ଷଣକାର୍ଯ୍ୟ -୧ ରେ ସମ୍ବଳ ଭାବରେ ପାଢୀଥିଲେ ।ଆପଣଙ୍କ ପାଖରେ ପ୍ରସଙ୍ଗର ଦୃସ୍ୟଙ୍କନ ପାଇଁ କୌଣସି ସ୍ଥିନୀୟ ଲୋକକଥା ଅଛି କି ?ଆପଣ ନିଜେ ମଧ୍ୟ କାଳ୍ପନିକ ଗପ ତିଆରି କରିପାରିବେ ଯାହା ସ୍ଵତନ୍ତ୍ରଭାବେ ଆପଣ ପଢଉଥିବା ପ୍ରସଙ୍ଗକୁ କ୍ଷପାଖୁଆଉ ଥିବା।ହୁଏତ ଆପଣ ଏକ ସ୍ଥାନୀୟ ଗାଳ୍ପିକଙ୍କୁ ବ୍ୟବହାର କରିପାରିବେ ଯାହାକୁ ଆପଣ ଯେଉଁ ପ୍ରକାର ଗଳ୍ପ ଚାହାନ୍ତି ତାହା ବୁଝାଉଛନ୍ତି। ଅନ୍ୟ ଏକ ଉପାୟ ହେଉଛି ଆପଣ ଜଣେ ସ୍ଥାନୀୟ ପରିବେଶବିତଙ୍କୁ ନିମନ୍ତ୍ରଣ କରିବେ ଏବଂ ଏକ ସ୍ଥାନୀୟ ଆଲୋଚ୍ଯ ବିଷୟ ସମ୍ବନ୍ଧରେ କିଛି କହିବା ପାଇଁ କହିବେ-ଯେପରି ସେଠିକାର ଜଳ କିପରି ପ୍ରଦୂଷିତ ହେଉଛି?
  • ଯେହେତୁ ଆପଣ ପାଠଯୋଜନାଟି ଲେଖୁଛନ୍ତି କିଛି ପ୍ରମୁଖ ପ୍ରଶ୍ନର ତାଲିକା କରନ୍ତୁ ଯାହା ଆପଣ ଶିକ୍ଷାର୍ଥୀମାନଙ୍କ ପଚାରିବାକୁ ଚାହାନ୍ତି ।
  • ଶିକ୍ଷାର୍ଥୀମାନଙ୍କର ବସିବାର ଶୈଳୀ ନିର୍ଦ୍ଧାରିତ କରନ୍ତୁ ।ଯଥା ଗପ ଶୁଣିବା ବେଳେ କିପରି ବସିବେ ଏବଂ ଏହା ପରେ କିପରି ବସିବେ ।
  • କେଉଁ ପ୍ରକାର କାର୍ଯ୍ୟ ଶିକ୍ଷାର୍ଥୀମାନେ କରିପାରିବେ? ହୁଏତ ସେମାନେ ଦଳରେ ବସି କଥାବାର୍ତ୍ତା ହେବା ଦ୍ଵାରା ତାଙ୍କର ଜ୍ଞାନ ଅଧିକ ପରିମାର୍ଜିତ ହେବ ।
  • ପ୍ରସଙ୍ଗଟି କୁ ଶିକ୍ଷାଦାନ କରିବା ସମୟରେ ସେଥିପାଇଁ ଆବଶ୍ୟକ ସମ୍ବଲଗୁଡିକୁ ଏକତ୍ରିତ କରନ୍ତୁ ।
  • ସମ୍ବଳ-5 ରେ “ମୂଷା ଓ ସାପ” ଏହି ଗଛଟି ଆପଣ ବ୍ୟବହାର କରିପାରିବେ କିନ୍ତୁ ଯଦି ଆପଣ ଚାହାନ୍ତି ଏପରି ଅନେକ ଗଳ୍ପ ଅଛି ଆପଣ ସଂଗ୍ରହ କରିପାରିବେ ।ବର୍ତ୍ତମାନ ଆପଣ ପଢନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଶିକ୍ଷାର୍ଥୀମାନେ ଏହି ପାଠଟିରେ  କିପରି ଅଂଶଗ୍ରହଣ କରୁଛନ୍ତି । ଶିଖଯର୍ଥୀମାନଙ୍କର କଥା ,ମତାମତ ଏବଂ ବୁଝିବାର ସ୍ତରକୁ ଲେଖି ରଖନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ପାଠ ଶେଷରେ ଚିନ୍ତା କରନ୍ତୁ କ’ଣ ଭଲ ହେଲା ଏବଂ କାହିଁକି? ପାଠଟିର ସୃଜନାତ୍ମକ ଉପସ୍ଥାପନରେ ଶିକ୍ଷାର୍ଥୀମାନେ ଉତ୍ସାହିତ ହେଲେ କି?
  • ଆପଣ ଏହା କିପରି ଜାଣିଲେ? ସ୍ଵତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ଶିକ୍ଷାର୍ଥୀମାନେ ଅଧିକ ସକ୍ରିୟ ଥିଲେ କି ଏବଂ ସେମାନେ ଭଲ ଭାବରେ ବୁଝି ପାରିଲେ କି ?
  • ସେମାନଙ୍କ ଶିକ୍ଷଣରେ ଏହା ଭଲ ପ୍ରଭାବ ପକାଇଛି ଏହାର କ’ଣ ପ୍ରମାଣ ଆପଣଙ୍କ ପାଖରେ ଅଛି?
  • ଯାହା ଆପଣ ଅଶା ରଖିଥିଲେ କେଉଁଟି ଠିକ ଭାବରେ ହୋଇଛି? କାହିଁକି?
  • ପରବର୍ତ୍ତୀ ସମୟରେ ଏହାକୁ ଅଧିକ ଉତ୍ତମ କରିବା ପାଇଁ ଆପଣ କ’ଣ କରିପାରିବେ ?

ଭିଡିଓ :ଗଳ୍ପକଥନ,ଗୀତ,ନାଟକ ଅଭିନୟ ଏବଂ ନାଟକ

ଶିକ୍ଷଣକାର୍ଯ୍ୟ 3:ଅଧିକ ଗଳ୍ପ ସଂଗ୍ରହ

ଗୋଟିଏ ବିଷୟ ଶିକ୍ଷାଦାନ ସମୟରେ କିଛି ସମୟ ଶିକ୍ଷାର୍ଥୀମାନଙ୍କୁ ପଚାରିବାରୁ,ଟିଭିରୁ,ଖବର କାଗଜରୁ,ସେହି ଅଞ୍ଚଳରେ ଥିବା ବୃକ୍ଷ ଏବଂ ପଶୁମାନଙ୍କ ସମ୍ପର୍କିତ ଯେଉଁ ସବୁ ଗଳ୍ପ ଶୁଣିଛନ୍ତି ସେ ସମ୍ପର୍କରେ କିଛି ପ୍ରଶ୍ନ ପଚାରନ୍ତୁ । ସେମାନଙ୍କର ଗପ ଗୁଡିକୁ ପରସ୍ପର ଭିତରେ ଆଲୋଚନା ପାଇଁ ସମୟ ଦିଅନ୍ତୁ ଏବଂ ସେହି ଗଛର ଏକ ସଂକ୍ଷିପ୍ତ ବିବରଣୀ ଲେଖିବା ପାଇଁ ସେମାନଙ୍କୁ କୁହନ୍ତୁ । ପ୍ରତ୍ୟେକ ଦଳ ଏକ କିମ୍ବା ଏକାଧିକ ଗଳ୍ପ ପ୍ରସ୍ତୁତ କରିପାରିବେ । ଏଗୁଡ଼ିକୁ ଏକ ବହି ଆକାରରେ ଏକାଠି ବାନ୍ଧି ରଖନ୍ତୁ କିମ୍ବା ଫୋଲଡରରେ ରଖନ୍ତୁ । ଯାହାଦ୍ୱାରା ଅବସର ସମୟରେ ସମସ୍ତ ଶିକ୍ଷାର୍ଥୀ ଏଗୁଡ଼ିକୁ ଦେଖିପାରିବେ ।ଏହା ଶିକ୍ଷାର୍ଥିମାନଙ୍କର ସମ୍ବଳ ଯାହା ସେମାନଙ୍କ ଆଗ୍ରହକୁ ବୃଦ୍ଧି କରିବା ଏବଂ ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକୁ ଭାବିବାରେ ସେମାନଙ୍କୁ ସାହାଯ୍ୟ କରିବ ।

ଗଳ୍ପ ଏବଂ କବିତା ପରି ଶିକ୍ଷଣକାର୍ଯ୍ୟଗୁଡିକୁ ଶ୍ରେଣୀଗୃହର ପରିବେଶକୁ ସତେଜ ଓ ପ୍ରଫୁଲିତ କରିଦେବ । ଯଦି ଆପଣଙ୍କ ଏହି ଶିକ୍ଷଣକାର୍ଯ୍ୟ ସେମାନଙ୍କ କଳ୍ପନାକୁ ବିସ୍ତାରିତ କରିପାରିଲା ତେବେ ଆପଣ ଶିକ୍ଷାର୍ଥିମାନଙ୍କର ବ୍ୟକ୍ତିଗତ ଆଗ୍ରହ ଓ ଅଂଶଗ୍ରହଣକୁ ଅଧିକ ତ୍ୱରାନ୍ୱିତ କରିପାରିବେ । ଅନ୍ୟ କାର୍ଯ୍ୟଗୁଡିକ ଯେପରି ଗୀତ,ନାଟକ ,ଅଭିନୟ ,ଭୂମିକା ଅଭିନୟ ଆଡକୁ  ମଧ୍ୟ ଏହିପରି ବ୍ୟବହାର କରାଯାଇପାରିବ (ସମ୍ବଳ-6):ଗଳ୍ପ କଥନ ,ଗୀତ,ଭୂମିକା ଅଭିନୟ ଏବଂ ନାଟକ ଅଭିନୟ-ଆପଣଙ୍କୁ ପ।ଠ ଯୋଜନା ପ୍ରସ୍ତୁତ କରିବା ସମୟରେ ଅଧିକ ଧାରଣ ପ୍ରଦାନ କରିବାରେ ସାହାଯ୍ୟ କରେ ।ଶିକ୍ଷାର୍ଥୀମାନଙ୍କର ମଧ୍ୟରେ ପରିବେଶ ପ୍ରତି ଅଧିକ ସମ୍ବେଦନାଶୀଳତା ବୃଦ୍ଧି କରିବାରେ ଏବନ ଅଧିକ ମାନେ ରଖିବାରେ ଏହି ଶିକ୍ଷଣକାର୍ଯ୍ୟଗୁଡିକ ସାହାଯ୍ୟ କରେ ।

3 ସାରାଂଶ

ଶିକ୍ଷାର୍ଥୀମାନଙ୍କୁ ନୂତନ ପ୍ରସଙ୍ଗ ସହିତ ପରିଚିତ କରିବା ପାଇଁ ଏକ ନୂତନ ପନ୍ଥା ଅବଲମ୍ବନ କରାଯାଉଥିବାରୁ ଆପଣ ଦେଖିଥିବେ ସେମାନଙ୍କ ମଧ୍ୟରେ କିପରି ଅଧିକ ଆଗ୍ରହ ଏବଂ ପ୍ରଫୁଲତା ଆସିଯାଇଛି ।ଆପଣ ଏହା ମଧ୍ୟ ଲକ୍ଷ୍ୟ କରିଥିବେ ଯେ ସେମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଶିକ୍ଷାର୍ଥୀ ଏହି ପାଠଟିରେ ଅଂଶଗ୍ରହଣ କରୁଛନ୍ତି । ପ୍ରତ୍ୟେକ ଶିକ୍ଷାର୍ଥୀର ଦକ୍ଷତା ଯାହା ହେଉଥାଉ ନା କାହିଁକି ଗଳ୍ପ ସମସ୍ତଙ୍କ ମନକୁ ଛୁଇଁଥାଏ ଏବଂ ନିଜର ଦୈନନ୍ଦିନ ଜୀବନ ସହ ସମ୍ବନ୍ଧ ନ ଥିବା ତଥ୍ୟଗୁଡିକୁ କଷ୍ଟକର ଭାବୁଥିବା ତଥ୍ୟଗୁଡିକୁ ଶିକ୍ଷାର୍ଥୀମାନଙ୍କ ଶିଖିବା ପାଇଁ ଏହା ଏକ ବାସ୍ତବ ପୃଷ୍ଟଭୂମି ଯୋଗାଇଥାଏ ।

ପ୍ରସଙ୍ଗ ଉପସ୍ଥାପନରେ ସୃଜନାତ୍ମକ ଏବଂ ଶିକ୍ଷଣ ପଦ୍ଧତିର ଉପକାରିତା:

  • ଶିକ୍ଷାର୍ଥୀମାନଙ୍କର ମନଯୋଗ ଭାବର ଉଦ୍ରେକ ଏବଂ ପାଠ ସାରିବା ପର୍ଯ୍ୟନ୍ତ ଏହାକୁ ଜାରି ରଖିବା ।
  • ନୂତନ ଆବିଷ୍କାର ଏବଂ ଅନୁସନ୍ଧାନ ମାଧ୍ୟମରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ।
  • ଶିକ୍ଷକ ଏବଂ ବିଦ୍ୟାଳୟ ପ୍ରତି ସକାରାତ୍ମକ ଭାବନା ସୃଷ୍ଟି କରିବା ।
  • ଶିକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ଜ୍ଞାନ୍ନେନ୍ଦ୍ରିୟର ବିକାଶ ସାଧନ କରିବା ।
  • ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ପାଇଁ ଉତ୍ସାହିତ କରିବା ।
  • ପରିବେଶ ପ୍ରତି ଶିକ୍ଷାର୍ଥୀମାନଙ୍କର ସମ୍ବେଦନଶୀଳତା ବୃଦ୍ଧି  କରିବା ।
  • ଶିକ୍ଷା ସମ୍ବନ୍ଧୀୟ ଆମୋଦପ୍ରମୋଦର ବ୍ୟବସ୍ଥା କରିବା ।
  • ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରସ୍ପର ସହ ସମ୍ପର୍କ ସୃଷ୍ଟି କରିବା ।

ପରିବେଶ ସମ୍ବନ୍ଧୀୟ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀର ପ୍ରକୃତିକ ପରିବେଶ ସମ୍ବନ୍ଧରେ ଥିବା ଜ୍ଞାନ ଏବଂ ସେହି ଜ୍ଞାନକୁ ଶିକ୍ଷା ଗ୍ରହଣ ସମୟରେ ବ୍ୟବହାର କରିବା ଶିକ୍ଷକମାନଙ୍କ ପାଇଁ ଏକ ବଡ ଆହ୍ଵାନ ହୋଇଥାଏ । ଆପଣଙ୍କ ଶିକ୍ଷାର୍ଥୀ ଆଗରୁ ପରିବେଶ ସମ୍ବନ୍ଧରେ କ’ଣ ଜାଣିଛି ଏହି ଏକକରେ ସେହି ସମ୍ବନ୍ଧରେ ଆଲୋଚନା କରାଯାଇଛି ।ଶିକ୍ଷାର୍ଥିମାନଙ୍କର ଆଗ୍ରହ ଓ ସେମାନଙ୍କର ବିକାଶର ସ୍ତରକୁ ଆଧାର କରି ପରିବେଶ ବିଜ୍ଞାନ ଏବଂ ଆପଣ ପଢଉଥିବା ପ୍ରସଙ୍ଗ ପ୍ରତି ଆପଣ ଚୟନ କରିଥିବା କୌଶଳଗୁଡିକ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାରେ ଏହା ସାହାଯ୍ୟ କରେ । ଏହା ଏପରି ଏକ ଶିକ୍ଷଣ ଅଭିଜ୍ଞତା ଆଡକୁ ଅଗ୍ରସର ହେବ,ଯାହା ଆପଣଙ୍କ ଶିକ୍ଷାର୍ଥୀମାନେ କେବେବି ଭୁଲି ପାରିବେ ନାହିଁ ଓ ଶିକ୍ଷାର୍ଥୀମାନଙ୍କ ଉତ୍ସାହକୁ ଏହା ବଜାୟ ରଖିବ ।

ସମ୍ବଳ

ସମ୍ବଳ-1 :ସ୍ଥାନୀୟ ସମ୍ବଳର ବ୍ୟବହାର

ପାଠ୍ୟପୁସ୍ତକ ବ୍ୟତୀତ ଅନେକ ଶିକ୍ଷଣ ସମ୍ବଳ ବ୍ୟବହାର କରି ଶିକ୍ଷାଦାନ କରାଯାଇ ପାରିବ ଯଥା –ଦୃଶ୍ୟ,ସ୍ଵାଦ ,ସ୍ପର୍ଶ ,ଶ୍ରବଣ ,ଆଘ୍ରାଣ ଇତ୍ୟାଦି ବିଭିନ୍ନ ଇନ୍ଦ୍ରିୟ ବ୍ୟବହାର କରି ଶିକ୍ଷଣ ହୋଇପାରିବ ।ଏମିତି ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଶିକ୍ଷାର୍ଥୀମାନେ ଶିଖିପାରିବେ ।  ଆପଣଙ୍କ ଚାରିପାଖରେ ସମ୍ବଳ ଅଛି,ଅପନନ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଏଗୁଡ଼ିକୁ ବ୍ୟବହାର କରିପାରିବେ । ପ୍ରତ୍ୟେକ ବିଦ୍ୟାଳୟ ନିଜର ଶିକ୍ଷଣ ସମ୍ବଳ ବିନା ମୂଲ୍ଯରେ କିମ୍ବା ଅଳ୍ପ ଖର୍ଚ୍ଚରେ ନିଜସ୍ଵ ଶୈଳୀରେ ପ୍ରସ୍ତୁତ କରି ଶିକ୍ଷଣକାର୍ଯ୍ୟ କରିପାରିବେ ।ନିଜସ୍ଵ ଶୈଳୀରେ ପ୍ରସ୍ତୁତ ଉପାୟ ଗୁଡିକ ଅବଲମ୍ବନ କରି ପାଠ୍ୟକ୍ରମ ସହିତ ଶିକ୍ଷାର୍ଥୀ ଜୀବନ ଶୈଳୀର ରକ୍ଷା କରାଯାଇ ପାରିବ ।

ଆପଣ ନିଜ ଆଖପାଖ ପରିବେଶରେ ଥିବା ଲୋକମାନଙ୍କୁ ଖୋଜିବେ ,ଯେଉଁମାନଙ୍କର ଅନେକ ବିଷୟରେ ଦକ୍ଷତା ଅଛି ।ଏଥିସହିତ ଆପଣ ମଧ୍ୟ ଅନେକ ପ୍ରକୃତିକ ସମ୍ବଳ ଖୋଜି ପାରିବେ ।ଏହା ଆପଣଙ୍କୁ ଆଞ୍ଚଳିକ ଗୋଶତି ସହିତ ସମ୍ପର୍କ ସ୍ଥାପନରେ ମୂଲ୍ୟବୋଧ  କୁ ପରିପ୍ରକାଶ କରିବାରେ,ଶିକ୍ଷାର୍ଥୀମାନଙ୍କୁ ଙ୍କୁ ପରିବେଶର ଉପାଦେୟତାକୁ ବୁଝାଇବାରେ ଏବଂ ପରିବେଶର ବିଭିନ୍ନତାକୁ ବୁଝିବାରେ ସାହାଯ୍ୟ କରିବ ।ଏଠି ସହିତ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣକୁ ଏକ ସାମଗ୍ରିକ ରୂପ ଦେବାରେ –ଉଭୟ ବିଦ୍ୟାଳୟ ଭିତରେ ଓ ବାହାରେ ଏହା ଆପଣଙ୍କୁ ସହାୟତା ପ୍ରଦାନ କରିବ ।

ଶ୍ରେଣୀ କକ୍ଷର ପୂର୍ଣ୍ଣ ବିନିଯୋଗ

ଯେପରି ଆମେ ନିଜ ଗୃହର ସୌନ୍ଦର୍ଯାକରଣ ପାଇଁ ଆଗ୍ରହ ସୃଷ୍ଟି କରିଥାଉ ,ସେହିପରି ଆମ ବିଦ୍ୟାଳୟ ତଥା ଶ୍ରେଣୀକକ୍ଷକୁ ଆକର୍ଷଣ କରିବା ପାଇଁ ବିଭିନ୍ନ କୌତୁହଳପୂର୍ଣ୍ଣ ଉପାୟ ଅବଲମ୍ବନ କରିପାରିବେ । ଯଥା

  • ପୁରୁଣା ମଗାଜିନରୁ ଫଟୋ ସଂଗ୍ରହ
  • ବିଷୟ ଭିତ୍ତିକ ସାମଗ୍ରୀ ସଂଗ୍ରହ
  • ଶିକ୍ଷାର୍ଥିମାନଙ୍କର କୃତି ପ୍ରଦର୍ଶନ
  • ଶିକ୍ଷାର୍ଥୀମାନଙ୍କୁ ଜିଜ୍ଞାସୁ ଏବଂ ଶିଖିବାକୁ ପ୍ରେରିତ କରିବା ପାଇଁ ଶ୍ରେଣୀକକ୍ଷର ପ୍ରଦର୍ଶନକୁ ପରିବର୍ତ୍ତନ  କରିବା ।

ସ୍ଥାନୀୟ ଦକ୍ଷ ବ୍ୟକ୍ତିଙ୍କୁ ଶ୍ରେଣୀକକ୍ଷକୁ ଆମନ୍ତ୍ରଣ

ଆପଣ ଯଦି ଟଙ୍କା ପଇସା କିମ୍ବା ମପା ବିଷୟରେ ଶିକ୍ଷାଦାନ କରୁଛନ୍ତି,ତେବେ ଦରକାର ସହଯୋଗ ନେବେ ଏବଂ ଆପଣ ଯଦି ଆକୃତି ଏବଂ ଢାଞ୍ଚା ସମ୍ବନ୍ଧରେ ବୁଝାଇଛନ୍ତି,ତେବେ ବିଭିନ୍ନ ଆକୃତି,ଡିଜାଇନର ଧାରଣା ଦେବା ପାଇଁ ମେହେନ୍ଦି କରିବାର ଝିଅମାନଙ୍କୁ ବିଦ୍ୟାଳୟକୁ ଡାକି ପାରନ୍ତି । ଅତିଥିମାନଙ୍କୁ ନିମନ୍ତ୍ରଣ କରି ଆପଣ ବିଭିନ୍ନ ଶୈକ୍ଷିକ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷାର୍ଥୀମାନଙ୍କୁ ସ୍ପଷ୍ଟ ଧାରଣ ଦେଇପାରିବେ ।ଏହି ବିଦ୍ୟାଳୟରେ ମଧ୍ୟ ଗୋଷ୍ଟିର ଅନେକ ଦକ୍ଷ ବ୍ୟକ୍ତି ଅଛନ୍ତି । ବିଦ୍ୟାଳୟରେ କାର୍ଯ୍ୟରତ ପାଚକ  ପାଚିକା ଙ୍କ ସାହାଯ୍ୟ ନେଇ ଖାଦ୍ୟର  ପରିମାଣ ହିସାବ ଶିକ୍ଷାର୍ଥୀମାନଙ୍କୁ ବୁଝାଇ ପାରିବା କିମ୍ବା ପାଣିପାଗ କିପରି ବିଦ୍ୟାଳୟର ଖେଳପଡିଆ ଓ କୋଠା ଉପରେ ପ୍ରଭାବ ପକାଉଚି ବୁଝାଇ ପାରିବା ।

ବାହ୍ୟ ପରିବେଶର ବ୍ୟବହାର

ବିଦ୍ୟାଳୟ ବାହାରେ ପରିବେଶର ଏକ ବିସ୍ତ୍ରୁତ ସମ୍ବଳକୁ ବ୍ୟବହାର କରି ଆପଣ ଶିକ୍ଷଣକାର୍ଯ୍ୟ କରିପାରିବେ । ଯେପରିକି-ଆପଣ ନିଜେ କିମ୍ବା ଶିକ୍ଷାର୍ଥୀ ମାନଙ୍କୁ ପାତ୍ର,କୀଟପତଙ୍ଗ(ପ୍ରଜାପତି,ଭିଭିନ୍ନ ପ୍ରକାର ପୋକ ଇତ୍ୟାଦି),ଉଦ୍ଭିଦ,ଭିଭିନ୍ନ ସିଲ,ମୃତ୍ତିକା ଇତ୍ୟାଦି ସଂଗ୍ରହ କରିବାକୁ କହିବେ । ଯେଉଙ୍ଗୁଡିକ ଶିକ୍ଷଣ ସାମଗ୍ରୀ ଭାବେ ଆଗ୍ରହ ସୃଷ୍ଟି କରି ପାରିବ ଓ ଶିକ୍ଷାର୍ଥିମାନଙ୍କର ନିର୍ଜୀବ,ସଜୀବମାନଙ୍କର ପାର୍ଥକ୍ୟ ଦର୍ଶାଇବା ଏବଂ ବିଭିନ୍ନ ବସ୍ତୁ ଉପରେ ପରୀକ୍ଷା ଏବଂ ଆଲୋଚନା କରିବାରେ ସାହାଯ୍ୟ କରିବ । ଅନ୍ୟ ସମ୍ବଳ ମଧ୍ୟରେ ବସ ସମୟ ନିର୍ଘାତ,ବିଭିନ୍ନ ବିଜ୍ଞାପନ ପ୍ରଦର୍ଶନକୁ ଭିତ୍ତିକରି ଶିକ୍ଷାର୍ଥୀମାନଙ୍କର ସମୟ ଜ୍ଞାନର ଧାରଣା ଦିଆଯାଇ ପାରିବ ।

ଶ୍ରେଣୀ ପ୍ରକୋଷ୍ଟ ବାହାରେ ଥିବା ବିଭିନ୍ନ ଜିନିଷକୁ ଆମେ ଶ୍ରେଣୀକୁ ଆଣି ପାରିବା । ବାହାର ପରିବେଶ ଆମ ଶ୍ରେଣୀକକ୍ଷର ଏକ ବର୍ଦ୍ଧିତ ଅଂଶ । ଶିକ୍ଷାର୍ଥୀମାନେ ଭଲରେ ଶିଖିବା ପାଇଁ ବାହାର ପରିବେଶ ଅଧିକ ଉପଯୁକ୍ତ ।ଯେତେବେଳେ ଶିକ୍ଷାର୍ଥୀମାନଙ୍କୁ ବାହାରକୁ ନେବା ସେମାନେ ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବେ: ଯଥା –

  • ଦୂରତା ମାପାରା ଆକଳନ
  • ଗୋଟିଏ ବୃତ୍ତରା କେନ୍ଦରାରୁ ପରିଧି ସମ ଦୂରତା ବିଶିଷ୍ଟ
  • ଦିନର ବିଭିନ୍ନ ସମୟରେ ଛାୟା ର ମାପର ହିସାବ
  • ଚିହ୍ନ ଏବଂ ନିର୍ଦ୍ଦେଶକୁ ପାଢୀ ବୁଝିବା
  • ସର୍ଭେ ଏବଂ ସାକ୍ଷାତକାର ପରିଚାଳନା କରିବା
  • ସୌର ଶକ୍ତିର ବ୍ୟବହାର ପାଇଁ ତାର ଠିକ ସ୍ଥାନ ନିରୂପଣ କରିବା
  • ବର୍ଷା ଅନୁସାରେ ଚାଷକୁ ଅନୁଧ୍ୟାନ କରିବା ।

ବାହ୍ୟ ପରିବେଶରେ ବାସ୍ତବ ଜ୍ଞାନ ସହିତ ନିଜସ୍ଵ ଅଭିଜ୍ଞାତା କୁ ବ୍ୟବହାର କରି ଶିକ୍ଷା ଲାଭ କରିପାରିବେ ।

ଯଦି ଆପଣ ବିଦ୍ୟାଳୟ ପରିସର ବାହାରେ କିଛି କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି,ତେବେ କେତୋଟି କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ ଯେପରି,ବିଦ୍ୟାଳୟ ମୁକ୍ଷଙ୍କ ନିକଟରୁ ଅନୁମତି ନେବା ,ନିର୍ଦ୍ଧାରିତ ସମୟ,ସୁରକ୍ଷା ପ୍ରତି ଦ୍ରୁଷ୍ଟି,ଆବଶ୍ୟକ ନିୟମ ବିଷୟରେ ଜାଣିବା ସହିତ ଶିକ୍ଷକ ଶିକ୍ଷାର୍ଥୀ ବାହାରକୁ ଯିବା ପୂର୍ବରୁ କେଉଁ ବିଷୟରେ ଜ୍ଞାନ ଆହରଣ କରିବାର ଅଛି ସେ ବିଷୟରେ ଜାଣିବା ଆବଶ୍ୟକ ।

ନୂତନ ସମ୍ବଳ ଗ୍ରହଣ

ଆପଣ ହୁଏତ ଆପଣଙ୍କ ପରିବେଶରେ ଥିବା ଉପଯୋଗୀ ସ୍ଥାୟୀ ସମ୍ବଲଗୁଡିକୁ ବ୍ୟବହାର କରିବାକୁ ଚାହୁଁଥାଇ ପାରନ୍ତି ।କିନ୍ତୁ ଏହି ପରିବର୍ତ୍ତନ ଶ୍ରେଣୀ କକ୍ଷରେ ଶିକ୍ଷାର୍ଥୀମାନଙ୍କୁ ନିଶ୍ଚିତ ଅଧିକ ପ୍ରାସଙ୍ଗିକ ହେବ । ଉଦାହରଣସ୍ଵରୂପ-ଆପଣ ହୁଏତ ଅନ୍ୟ ରାଜ୍ୟ ସହ କୌଣସି ବ୍ୟକ୍ତି ସମ୍ପର୍କିତ ଅଛନ୍ତି ତାଙ୍କର ନାମ ଏବଂ ସ୍ଥାନକୁ ବଦଳାଇ କିମ୍ବା କୌଣସି ଲିଙ୍ଗକୁ ପରିବର୍ତ୍ତନ କରି କିମ୍ବା ଏକ ଭିନ୍ନକ୍ଷମ ଶିଶୁକୁ ଅନ୍ତର୍ଭୁକ୍ତ କରି ଗଳ୍ପ,ଗୀତ ରଚନା କରିପାରିବେ । ଏହି ଉପାୟରେ ଆପଣଙ୍କର ସମ୍ବଳକୁ ଅଧିକ ଠିକ ଏବଂ ଅନ୍ତହନିବେଶି କରି ଆପଣଙ୍କ ଶ୍ରେଣୀରେ ଶିକ୍ଷାଦାନ କରିପାରିବେ ।ନିଜର ସହକର୍ମୀଙ୍କ ସହ ଆଲୋଚନା କରି ସମ୍ବଲଗୁଡ଼ିକର ବ୍ୟବହାର କରନ୍ତୁ ।ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକଙ୍କର ବିଭିନ୍ନ ଦକ୍ଷତା ରେ ନିପୁଣତା ଥାଏ।ଜେନ ଶିକ୍ଷକ ଶ୍ରେଣୀ ଗୃହରେ ଶିକ୍ଷାର୍ଥୀମାନଙ୍କୁ ଙ୍କ ବିଭିନ୍ନ କୌଶଳକୁ ବ୍ୟବହାର କରି ଶିକ୍ଷଣ କାର୍ଯ୍ୟ କରିବା ଆବଶ୍ୟକ ।

ଉଦାହରଣ :କିଏ ସଙ୍ଗୀତରେ ଦକ୍ଷ ବା,କିଏ ପ୍ରଳକ୍ପ କାର୍ଯ୍ୟରେ,କିଏ ଡ୍ରାମାରେ ତେଣୁ ସେମାନଙ୍କର ସହଯୋଗରେ କାର୍ଯ୍ୟ କରାଯିବା ଆବଶ୍ୟକ। ଏହା ଦ୍ଵାରା ଆପଣଙ୍କ ସହକର୍ମୀମାନଙ୍କର ସହାୟତା ରେ ନିଜ ଅଞ୍ଚଳରେ ଏକ ଉଚ୍ଚକୋଟିର ଶିକ୍ଷାଦାନ କରିପାରିବେ ।

ସମ୍ବଳ 2 :ଆମ୍ବ ଗଛର କାହାଣୀ

କିଏ ସେ କଲା କାହିଁକି କଲା

କେମିତି ଅବା କଲା

ଏତେ ବଡ ଦୁନିଆଁରେ

ମୋତେ ଯେ ସ୍ଥାନ ଦେଲା ।୦।

ଏଠି ସକଳ ହୁଏ ସନ୍ଧ୍ୟା ହୁଏ

ଭୁଇଁ ସୁରୁଜ ଡୁବେ

ଜହ୍ନମାମୁକୁ କୋଳରେ ଧରି ତାରା ଆଲୁଅ ଜାଳେ ।୧।

ଏହାରି ମଧ୍ୟେ କିଏ ଯେ ସିଏ

ମୋତେ ଯେ ସୃଷ୍ଟି କଲେ

ସେହି କର୍ତ୍ତକୁ ଅଣ୍ଟାରେ ମୁଁ

ପ୍ରଣତୀ ନୀତି ଢାଳେ ।୨।

ଢାଳ ଅଛି ପାତ୍ର ଅଛି

ଅଛି ଯେ ଫୁଲ ଫଳ

ମୋର ଫଳ କୁ ସଭିଏଁ ଖାଇ

ତୋଷ ହୁଅନ୍ତି ଜାଣ ।୩।

ନାଁଟି ମୋର ଅମ୍ବଗଛ

ବିଧି ଯେ ରଚିଗାଳ

ସେଇଠି ପାଇଁ ମଠା ଯେ ମୋର

ଚରାନେ ଢାଳି ଗଲା  ।୪।

ଟାକୁଆଟିଏ ପୋତି ଦେଇ

ହେଲେ ଟିକିଏ ପାଣି

କିଛି ଦିନେ ଗଜା ମୁଁ ହୁଏ

କେତେ ଯେ ଆଶା ଆଣି ।୫।

ଅଳ୍ପ ଦିନେ ପାତ୍ର ହୁଏ

ଦିଅଇ ଡାଳ ମେଳି

ଫଗୁଣ ମାସେ ଆମ୍ବ ବଉଳ

ମୁଁ ସୁନ୍ଦର ଦିଶେ ଖାଲି ।୬।

ପିଲାଥୁ ବୁଢା,ପଶୁଠୁ ପକ୍ଷୀ

ସଭିଙ୍କର ମୁଁ ପ୍ରିୟା

ପଣା ସଙ୍କ୍ରାନ୍ତିରୁ ରାଜା ଯାଏ

ନୀତି ପାୟେ ଆଦର

ମୋର ରସ ବିନା ଭଲ ଲାଗେ ନା

ଫ୍ରିଜଟା ଲାଗେ ଖାଲି  ।୭।

ମୋରି ପାତ୍ର ମୋ ରନ୍ଧା ଘର

ଛେରା ଯୋଗାଏ ପାଣି,ଖଣିଜ

ରବିର ଖରା ମୋର ଦହନ

ରୋଷେଇ ହୁଏ ପତ୍ରରେ ଜାଣ ,

ବଳକା ଖାଦ୍ଯ ଅମ୍ବରେ ସଞ୍ଚେ

ତାହାକୁ ଖାଇ ଜୀବ ଯେ ବଞ୍ଚେ ।୮।

ଅଙ୍ଗାରକାମ୍ଳ ବାଯୁରୁ ଆସି

ଦିଅଇ ଅମ୍ଳଜାନ

ସେହି ଅମ୍ଳଜାନ ସଭିଙ୍କ ଜୀବନ

ତା ବିନା ଶୂନ୍ୟ ପ୍ରାଣ ।

ମୂର୍ଖ ନର ନ ବୁଝି କିଛି

ଦିଅଇମୋତେ ହାଣି

ବିପଦକୁ ସେ ନ ବୁଝି କିଛି

ଆଣୁଛି  ହାତେ ଟାଣି  ।୯।

ସମ୍ବଳ 3 :ସ୍ଥାନୀୟ ବିଜ୍ଞ ଲୋକଙ୍କୁ ନିମନ୍ତ୍ରଣ

ସ୍ଥାନୀୟ ବିଜ୍ଞ ଲୋକ,ଗାଳ୍ପିକ,କବିଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରିବା ଦ୍ଵାରା ଶିକ୍ଷକ ଓ ଶିକ୍ଷାର୍ଥୀମାନେ ଅଭିପ୍ରେରିତ ହୋଇଥାନ୍ତି ।ଆମେ ଲକ୍ଷ୍ୟ କରିବା ଉଚିତ ଯେ ଅତିଥିମାନେ ସମୟ ଏବଂ ବିଷୟ ପ୍ରତି ଗୁରୁତ୍ଵ ଦେଇ ଆଲୋଚନା କରିବା ଆବଶ୍ୟକ ।

ଯଦି ଆମେ ସ୍ଥାନୀୟ ଅତିଥିମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରିବା ନିମ୍ନ ବିଷୟକୁ ଧ୍ୟାନ ଦେବା ଆବଶ୍ୟକ ।

  • ଅତିଥିମାନେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ,ପୂର୍ବରୁ ଜାଣିଥିବେ ।
  • ପ୍ରସଙ୍ଗର ସ୍ପଷ୍ଟ ଶିକ୍ଷଣ ଉଦ୍ଦେଶ୍ୟ ରହିବା ଆବଶ୍ୟକ ।
  • ଶିକ୍ଷାର୍ଥୀମାନଙ୍କ  ପାଇଁ କେଉଁ ବ୍ୟକ୍ତି ଠିକ କାର୍ଯ୍ୟ କରିପାରିବେ ତାଙ୍କୁ ଯୋଗାଯୋଗ କରିବା ଆବଶ୍ୟକ ।
  • ବିଷୟଗତ ଧାରଣା ଥିବା ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ ।
  • ପ୍ରଥମେ ବିଦ୍ୟାଳୟ ମୁଖ୍ୟଙ୍କ ଠାରୁ ଅନୁମତି ଲାଭ କରି ନିମନ୍ତ୍ରଣ କରିବା ଆବଶ୍ୟକ ।
  • ଅତିଥି ପ୍ରସଙ୍ଗଭିତ୍ତିକ ଆଲୋଚନା ତଥା ଶିକ୍ଷାର୍ଥିମାନଙ୍କର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଚେଷ୍ଟିତ ହେଉଥିବେ ।
  • ଶିକ୍ଷାର୍ଥୀମାନଙ୍କର ପ୍ରଶ୍ନଗୁଡିକର ଉତ୍ତର ଦେଉଥିବା ଆବଶ୍ୟକ ।
  • ଅତିଥି ଯିବା ପରେ ଶ୍ରେଣୀଗୁଡିକରେ ପରବର୍ତ୍ତୀ ପ୍ରସଙ୍ଗଗୁଡିକରେ ସମ୍ବଲଗୁଡିକ କିପରି ବିନିଯୋଗ କରାଯିବ,ତାହା ସ୍ଥିର କରିବାକୁ ଗୁରୁତ୍ଵ ଦେବା ଆବଶ୍ୟକ ।
  • ଶିକ୍ଷାର୍ଥୀମାନେ ଭବିଷ୍ୟତରେ ସେହି କୌଶଳଗୁଡିକ କିପରି ବିନିଯୋଗ କରିବେ ତାକୁ କ୍ରମାଗତ ଭାବରେ ତ୍ୱରାନ୍ୱିତ କରିବା ଆବଶ୍ୟକ ।
  • ଶିକ୍ଷାର୍ଥୀମାନଙ୍କୁ ଏହି କାର୍ଯ୍ୟଗୁଡିକ କରିବା ପାଇଁ ଅନ୍ୟ ସହକର୍ମୀମାନଙ୍କ ଦ୍ଵାରା ପ୍ରୋତ୍ସାହନ କରିବା ଉଚିତ ।

ସମ୍ବଳ 4 :ଶ୍ରେଣୀ କକ୍ଷରେ ଗଳ୍ପ କାଠନର ବ୍ୟବହାର

ବିଜ୍ଞାନ ପଢାଇବା ସମୟରେ ଗଳ୍ପଟି ପ୍ରସଙ୍ଗ ଆଧାରିତ ହୋଇଥିବା ଦରକାର । ବିଜ୍ଞାନ ସହିତ ସମ୍ପର୍କିତ ହୋଇ ନଥିବା ଗଳ୍ପ କହିବା ମୂଲ୍ୟହୀନ ।ଗଳ୍ପର ବିଷୟଗୁଡିକ ପ୍ରସଙ୍ଗର ନାମ ଆଧାରରେ ହେବା ଉଚିତ । ଗୋଟିଏ ଅଗ୍ରହାଦ୍ଦୀପକ ଗଳ୍ପରେ ନିମ୍ନ ସୂଚକ ଥିବା ଆବଶ୍ୟକ ।

  • ଗୋଟିଏ ଗଳ୍ପର ଉପକ୍ରମ ,ବିଷୟବସ୍ତୁ ଏବଂ ସେସ କଥା ଥିବା ଆବଶ୍ୟକ ।
  • ଅଭିନୟ ଥିବା ।
  • ପ୍ରାଞ୍ଜଳ ଭାବରେ ବୁଝାଉଥିବ ।
  • ମୁଖ୍ୟ ବିଷୟବସ୍ତୁକୁ ଗୁରୁତ୍ଵ ଦେଉଥିବ।
  • ଆବେଗ ଓ ଭାବନା ପ୍ରତି ଗୁରୁତ୍ଵ ଦେଉଥିବ ।
  • ଆବେଗ ଓ ଭାବନା ପ୍ରତି ଗୁରୁତ୍ଵ ଦେଉଥିବ ।
  • ବିଭିନ୍ନ ଚରିତ୍ରର କାର୍ଯ୍ୟକୁ ଦେଖି ପସନ୍ଦ ଓ ନାପସନ୍ଦ କରିପାରୁଥିବା ।
  • ବିଜ୍ଞାନ ପ୍ରସଙ୍ଗ ସହିତ ଗଳ୍ପର ସମନ୍ବୟକୁ ଗୁରୁତ୍ଵ ଦେଉଥିବା ।
  • ଶିକ୍ଷାର୍ଥୀମାନଙ୍କର ଚିନ୍ତାଧାରାକୁ ଗଳ୍ପ ମାଧ୍ୟମରେ ପ୍ରୋତ୍ସାହିତ କରୁଥିବ ।

ଆପଣ ଯେତେବେଳେ ଗଳ୍ପଟିକୁ ବ୍ୟବହାର କରିବା ପାଇଁ ଚୟନ କରିବେ,ସେତେବେଳେ ଗପଟିକୁ କିପରି ଓ କେତେବେଳେ କହିବେ ଚିନ୍ତା କରନ୍ତୁ । ଉଦାହରଣସ୍ୱରୂପ – ଗଳ୍ପଟିକୁ ପୁରା କହିବେ କିମ୍ବା ଅଧ ଅଂଶ କହିବେ ଫଳରେ ଶିକ୍ଷାର୍ଥୀମାନେ ବାକି ଅଂଶକୁ ଅନୁସନ୍ଧାନ କରିବେ ।

ଗଳ୍ପଟିର ପ୍ରଭାବ ଶିକ୍ଷାର୍ଥୀମାନଙ୍କୁ ଙ୍କ ଉପରେ କିପରି ପଢୁଛି ତାକୁ ଲକ୍ଷ୍ୟ କରିବା। ଆଲୋକ ବିଷୟ ପଢାଇଲେ ସୂର୍ଯ୍ୟ ତଥା ଛାୟା ମଧ୍ୟରେ ସମପରକୀଟା ଗଳ୍ପ ଆଲୋଚନା କରାଯାଇପାରେ ।

ବିଦ୍ୟାଳୟ ଗୁଡିକରେ ପ୍ରତ୍ୟେକ ଶିକ୍ଷକ ଗଳ୍ପ କରି ବିଜ୍ଞାନ ସମ୍ପର୍କିତ ଗଳ୍ପ କିମ୍ବା କହିଲେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ଆସିବ ।

ସମ୍ବଳ 5:ମୂଷା ଓ ସାପ

ନିମ୍ନରେ ଦିଆଯାଇଥିବା ଗଳ୍ପ ଟିକୁ ପଢନ୍ତୁ ଓ ଏହାକୁ ବିଜ୍ଞାନ ପଥରେ କିପରି ଚିନ୍ତା କରନ୍ତୁ ।ଗୋଟିଏ ଦମନା ସାପ ଏକ ଚିଲରା ଗାତା ରେ ରହୁଥିଲା ।ସାପତ୍ୟ ଚିଲ୍ଲ ଓ ଗୋଦାମକୁ ଆସୁଥିବା ମୂଷା କୁ ଖାଇ ବଞ୍ଚୁଥିଲା ।ଏକଦା ସାପତ୍ୟ ଭୋକରେ ଥିବା ବେଳେ ଗୋଟିଏ ମୂଷାକୁ ଦେଖି ତାକୁ ଖାଇବାକୁ ଚେଷ୍ଟା କଲା । କିନ୍ତୁ ମୂଷାଟି ବହୁତ ଚାଳକ ଥିଲା ।ତେଣୁ ମୂଷାଟି ଖସିଯାଇ ଭିତରେ ଲୁଚିଗାଳ ଏବଂ ଗୋଦାମ ଘରେ ଥିବା ଚାଉଳ ଖାଇବାକୁ ଲାଗିଲା ।ଅନ୍ୟ ମୂଷା ଭଳି ସେ ପ୍ରତିଦିନ 50 ଗ୍ରାମର ଚାଉଳ ଖାଏ ।ଦିନେ ତାର 8 ଟି ଛୁଆ ହେଲା ।ଗୋଟିଏ ମା ମୂଷା 3 ସପ୍ତାହରେ ଛୁଆ ଜନ୍ମ କରେ ।ମୂଷା ଏବଂ ତାର ଛୁଆ ମାନେ ଧୀରେ ଧୀରେ ବଡ ହେଲେ । କାରଣ ସେଠାରେ ଥିବା ସାପଟିକୁ ଜମିର ମାଲିକ ମାରିଦେଇଥିଲା କାରଣ ସେ ଜାଣି ନଥିଲା ଯେ ଢମଣା ସାପଟି ବିଷଧର ନୁହେଁ । (ଢମଣା ସାପଟି ମଣିଷଙ୍କ ପାଇଁ କ୍ଷତିକାରକ ଏବଂ ବିଷଧର ନୁହେଁ )କମ ଦିନ ମଧ୍ୟରେ ମୂଷା ର ଛୁଆଗୁଡିକ ବଡ ହୋଇଗଲେ ଏବଂ ଚାଉଳ ଓ ଧାନ ଖାଇବା ଆରମ୍ଭ କଲେ । କାରଣ ମୂଷା ଛୁଆ ଗୁଡିକ 5 ସପ୍ତାହ ମଧ୍ୟରେ ବଡ ହୋଇଯାନ୍ତି ।ଏବଂ ମୂଷା ଗୁଡିକ 5 ସପ୍ତାହ ପରେ ବଡ ହୋଇ ସେମାନେ ଛୁଆ ଜନ୍ମ କରିବା ଆରମ୍ଭ କଲେ । ସମସ୍ତେ ମିଶି ଗୋଦାମ ଘରେ ଚାଉଳ ଖାଆନ୍ତି ।ଛଅ ସପ୍ତାହ ପରେ ସର୍ବ ପ୍ରଥମେ ମୂଷାଟି ଜେଜେମା ହୋଇଗଲା ।ଏବଂ ତାର 8 ଟି ଛୁଆ ବଡ ହୋଇ ଆଠ,ଆଠଟି ଛୁଆ ଜନ୍ମ କରି ଦେଲେ ।

ଚିତ୍ର ସ 5.1:ଢମଣା ସାପ

ପାଞ୍ଚ ସପ୍ତାହ ପରେ ତା ନାତି ନତୁଣୀ ମାନେ ପ୍ରତ୍ୟେକ 50 ଗ୍ରାମ ଚାଉଳ ଖାଇବା ଆରମ୍ଭ କଲେ ।ଗୋଟିଏ ମୂଷା ଦେଢ କେ ଜି ର ଚାଉଳ ଏକ ମାସରେ ଖାଏ ।

କେବଳ ମୂଷା ଚାଉଳ ନୁହେଁ ଅନ୍ୟ।ନ୍ୟ ଶସ୍ୟ ମଧ୍ୟ ଖାଆନ୍ତି ଏବଂ ସେମାନଙ୍କ ପାଖରେ ବହୁତ ରୋଗ ଜୀବାଣୁ ମଧ୍ୟ ଥାନ୍ତି,ଯାହା ମନୁଷ୍ୟଙ୍କ ମଧ୍ୟରେ ରୋଗ ଜୀବାଣୁ ସୃଷ୍ଟି କରେ ।ଯେହେତୁ ଗୋଦାମ ଘରେ ଅନେକ ମୂଷା ଅଛନ୍ତି ତେଣୁ କମ ଦିନରେ ଅନେକ ମୂଷା ହୋଇଗଲେ ।

ଶିକ୍ଷାର୍ଥୀମାନେ ତୁମେ କଣ ଭାବୁଛ ମୂଷା ଆମର କି କ୍ଷତି କରେ? ଆମେ ଅହିଂସା ଭାବରେ ସେମାନଙ୍କର ସଂଖ୍ୟା କମେଇବା ପାଇଁ କ’ଣ କରି ପାରିବା ? ଏହା କାହିଁକି କରିବା ଉଚିତ ?

ସମ୍ବଳ6: ଗଳ୍ପ କଥନ,ଗୀତ,ଡ୍ରାମା ଏବଂ ଅଭିନୟ

ଶିକ୍ଷାର୍ଥୀମାନେ ସବୁଠାରୁ ଭଲ ଶିଖିପାରନ୍ତି ଯେତେବେଳେ ସେମାନେ ଶିକ୍ଷଣକାର୍ଯ୍ୟ ରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତି ।ଆପଣଙ୍କ ଶିକ୍ଷାର୍ଥୀମାନେ ନିଜର ଭାବନା ଶକ୍ତିକୁ ବଢାଇ ପାରିବେ ଯେତେବେଳେ ନିଜର ଭାବନକୁ ଅନ୍ୟମାନଙ୍କ ସହିତ ବାଣ୍ଟିବେ । ଗଳ୍ପ କଥନ,ଗୀତ,ଅଭିନୟ,ଡ୍ରାମଗୁଡିକ ଗୋଟିଏ ଗୋଟିଏ ମାଧ୍ୟମ ଯାହା ଶିକ୍ଷାର୍ଥିମାନଙ୍କର ଭାବନା ଶକ୍ତିକୁ ପାଠ୍ୟକ୍ରମ ବହିର୍ଭୂତକୁ ନେଇ ମଧ୍ୟ ଶୈକ୍ଷିକ କାର୍ଯ୍ୟ କରିହେବ । ଗଣିତ ଓ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହା ସମ୍ଭବ ।

ଗଳ୍ପକଥନ

ବୋଧ ଶକ୍ତି ବଢାଇବାରେ ଗଳ୍ପ କଥା ଏକ ଶ୍ରେଷ୍ଟ ମାଧ୍ୟମ ।ସେଗୁଡିକ ହୋଇପାରେ:

  • ଚିତ୍ତବିନୋଦନ ,ଜିଜ୍ଞାସୁ ଏବଂ ଆଗ୍ରହପୂର୍ଣ୍ଣ ହେବା ଆବଶ୍ୟକ
  • ଗଳ୍ପକଥନ ଦ୍ଵାରା ଆମେ ବାସ୍ତବ ଦୁନିଆରୁ କଳ୍ପନା ଦୁନିଆକୁ ଚାଲିଯାଉ
  • ଆହ୍ଵାନମୂଳକ ହେବା ଦରକାର
  • ଅନୁସନ୍ଧାନ ଭାବନାର ବିକାଶ କରିବାରେ ସାହାଯ୍ୟ କରେ
  • କୌଣସି ଗୋଟିଏ ଅଲଗା ପ୍ରସଙ୍ଗରେ ଥିବା ସମସ୍ୟାକୁ ଭାବିବାରେ ସାହାଯ୍ୟ କରେ

ଗଳ୍ପ କହୁଥିବା ସମୟରେ ଶିକ୍ଷାର୍ଥୀମାନଙ୍କୁ ଙ୍କ ଆଡକୁ ଅନାଇ କହିବା ଆବଶ୍ୟକ। ଗଳ୍ପ କହୁଥିବା ସମୟରେ ଶିକ୍ଷାର୍ଥୀମାନେ ଆନନ୍ଦ ଉପଭୋଗ କରିବେ ଯଦି ଆମେ ଗଳ୍ପର ଚରିତ୍ର ଗୁଡିକ ଅନୁସାରେ ଅଲଗା ସ୍ଵର ଏବଂ ଯଥା ସମୟରେ ଶବ୍ଦର ଅଦଳବଦଳ କରିବା ସହିତ ବଡ ପାଟିରେ କହିବା କିମ୍ବା ଗୁଣୁଗୁଣୁ ହୋଇ କହିବା । ନିଜ ଭାଷାରେ ଏବଂ ପାଠ୍ୟ ପୁସ୍ତକର ସାହାଯ୍ୟ ନ ନେଇ ଘଟଣା ଅନୁସାରେ ଆପଣ ବିଷୟ ଆଧାରିତ ଗଳ୍ପ ଅଭ୍ୟାସ କରିବା ଆବଶ୍ୟକ ।

ଗଳ୍ପ ଅଧିକ ରୋମାଞ୍ଚିତ ଓ ଜୀବନ୍ତ କରିବା ପାଇଁ ବିଷୟ ଆଧାରିତ ବସ୍ତୁ କିମ୍ବା ପୋଷାକ ବ୍ୟବହାର ଶ୍ରେଣୀକକ୍ଷରେ କରିବା ଉଚିତ। ଗଳ୍ପ ଉପସ୍ଥାପନ କରିବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଏବଂ ସେହି ସମୟରେ ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଯାଉଛନ୍ତି ତାହା ଜଣାଇବା ଉଚିତ । ଆପଣ ଗଳ୍ପ କହିବା ପୂର୍ବରୁ ଏହି ଗଳ୍ପ ଆଧାରିତ ଶବ୍ଦାବଳୀ ଏବଂ ଗଳ୍ପର ମୂଳତତ୍ଵ କହିବା ଆବଶ୍ୟକ। ଆପଣ ମଧ୍ୟ ପାରମ୍ପରିକ ଗଳ୍ପ କହି ପଡ଼ୁଥିବା ବ୍ୟକ୍ତିଙ୍କୁ ଶ୍ରେଣୀକକ୍ଷକୁ ଆଣିପାରିବେ ।କିନ୍ତୁ ଧ୍ୟାନ ଦେବେ ଯେ ବିଷୟ ପଢାଇବାକୁ ଯାଉଛନ୍ତି ସେହି ବିଷୟରେ ଜ୍ଞାନ ଶିକ୍ଷାର୍ଥୀମାନଙ୍କ ସହିତ ଗଳ୍ପ କହିବା ପାଇଁ ଆସିଥିବା ବ୍ୟକ୍ତି ଜାଣିଥିବା ଆବଶ୍ୟକ ।

ଗଳ୍ପକଥନ ଦ୍ଵାରା କିଛି ଶିକ୍ଷାର୍ଥୀମାନେ ତୁରନ୍ତ ପାଠ୍ୟ ବିଷୟକୁ ବୁଝିପାରନ୍ତି । ଶିକ୍ଷାର୍ଥୀମାନେ କୌଣସି ଗଳ୍ପରେ ଥିବା ଚରିତ୍ର ବିଷୟରେ ବର୍ଣ୍ଣନା କରିପାରିବେ,ଚିତ୍ର ଆଙ୍କି ପାରିବେ,ଘଟଣା ବଦଳାଇ ସ୍ଵତନ୍ତ୍ର ଗଳ୍ପ ପ୍ରସ୍ତୁତ କରିପାରିବେ,କଥୋପକଥନ ଏବଂ ଗଳ୍ପର ସେସନ୍ସ ବଦଳାଇ ପାରିବେ ।ଗଳ୍ପକୁ ବିଶ୍ଳେଷଣ କରି ସେଥିରେ ଥିବା ତଥ୍ୟ ବାହାର କରି ପାରିବେ ।ସେହି ଘଟଣା ସମ୍ବନ୍ଧୀୟ ବିତର୍କ ,ବୈଜ୍ଞାନିକ ବିଶ୍ଳେଷଣ କରି ଆନୁଷ୍ଠାନିକ ଆଲୋଚନା କରିପାରିବେ  ଏବଂ ଗାଣିତିକ ସମସ୍ଯା ସମାଧାନ କରିପାରିବେ । ଶିକ୍ଷାର୍ଥୀମାନଙ୍କୁ ଆମେ ନିଜେ ଗଳ୍ପର ଗଠନ ଏବଂ ଏହାର ବିଷୟ ବସ୍ତୁ ଓ ଗଳ୍ପ ର ଭାଷା ବିଷୟରେ ଅବଗତ କରାଇ ପାରିବା ତେବେ ସେମାନେ ନିଜେ ନିଜର ଗଳ୍ପ କହିବାରେ ସକ୍ଷମ ହେବେ । ଏପରିକି ଗଣିତ ଓ ବିଜ୍ଞାନ ରେ ଆମେ ମଧ୍ୟ ସ୍ପଷ୍ଟ ଧାରଣା ଦେଇ ପାରିବା ।ଆମେ ଦେଖିବାକୁ ପାଇବା ଯେ ସେମାନେ ନିଜ କଳ୍ପନାରେ ଖେଳୁଛନ୍ତି ଶବ୍ଦର ଅନୁସନ୍ଧାନ କରୁଛନ୍ତି ଏବଂ ନିଜେ ଗଳ୍ପ ସଂରଚନା ଓ ଗଳ୍ପର ସାରାଂଶ ଗ୍ରହଣ କରୁଛନ୍ତି ।

ଗୀତ ଓ ବଦୟାର ବ୍ୟବହାର ଦ୍ଵାରା ଶ୍ରେଣୀ କକ୍ଷରେ ବିଭିନ୍ନ ଶିକ୍ଷାର୍ଥୀ ଅଂଶଗ୍ରହଣ କରି ସଫଳତା ପାଇଥାଆଣ୍ଟି ।ଏକାଠି ଗାଇବା ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ଙ୍କ ମଧ୍ୟରେ ଦଳଗତ ସହଯୋଗିତା ଗଠିତ ହୁଏ ଏବଂ ଏହାଦ୍ବାରା ଶିକ୍ଷାର୍ଥୀମାନଙ୍କର ସମସ୍ତିଗତ ଭାବନା ଜାଗ୍ରତ ହୁଏ କାରଣ,ବ୍ୟକ୍ତିଗତ ପ୍ରଦର୍ଶନ ଗୁରୁତ୍ଵ ନ ଥାଏ। ଏହି ଗୀତ ଏବଂ ଏହାଦ୍ବାରା ଶିକ୍ଷାର୍ଥୀମାନଙ୍କର ସମସ୍ତିଗତ ଜାଗ୍ରତ ହୁଏ କାରଣ,ବ୍ୟକ୍ତିଗତ ପ୍ରଦର୍ଶନର ଗୁରୁତ୍ଵ ନ ଥାଏ।ଏହି ଗୀତ ଏବଂ ତାଳ ଦ୍ଵାରା ସେମାନଙ୍କୁ ଧାରଣାଗୁଡିକ ସହଜରେ ମାନେ ରଖିବା ଏବଂ ଏହା ମଧ୍ୟ ଭାଷା ଏବଂ କଥନସାଇଲିର ଉନ୍ନତିରେ ସାହାଯ୍ୟ କରିଥାଏ ।

ଯଦି ଆପଣ ଜଣେ ଭଲ ଗାୟକ ନୁହନ୍ତି,ଆପଣ ଶ୍ରେଣୀରେ ଥିବା ଭଲ ଗୀତ ଗଉଥିବା ଶିକ୍ଷାର୍ଥୀର ସାହାଯ୍ୟ ନେଇପାରିବେ ଏବଂ ଗୀତରେ ଉତ୍ଫୁଳିତ ବା ଉତ୍ସାହିତ କରିବା ପାଇଁ ଆପଣ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିପାରିବୀ ଯେମିତି ଏହା ଦ୍ଵାରା ଶିକ୍ଷାର୍ଥୀମାନେ ବିଷୟକୁ ବୁଝିପାରିବେ । ଆପଣ ଏପରି ଗୀତ ବ୍ୟବହାର କରିବେ ଯାହା ଆପଣ ଆଗରୁ ଜାଣିଥିବେ,ମାନେ ରଖିଥିବେ ଏବଂ ଅବସ୍ଥା ଅନୁସାରେ ଗୀତକୁ ବଦଳାଇ ଦେଇପାରୁଥିବେ ।ମାନେ ରଖିବା ପାଇଁ ସଂଗୀତ ଏକ ସଂଗୀତ ଏକ ଶ୍ରେଷ୍ଟ ମାଧ୍ୟମ । ଏପରିକି ସୂତ୍ର ଏବଂ ତାଲିକା ମଧ୍ୟ ଆପଣ ସଂଗୀତ ମଧ୍ୟରେ ବ୍ୟବହାର  କରିପାରିବେ ।ଆପଣ ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ନିଜସ୍ଵ ଗଳ୍ପ/ଗୀତ ତିଆରି କରିବାକୁ ଉତ୍ସାହିତ କରିବା ସହିତ ଯେପରି ଆପଣ ଗାଇଥିବା ଗୀତକୁ ଶିକ୍ଷାର୍ଥୀ ବାରମ୍ବାର ହୋହାରାଇ ଗଇବେ ସେଥିପ୍ରତି ଗୁରୁତ୍ଵ ପ୍ରଦାନ କରିବେ ।

ଭୂମିକା ଅଭିନୟ(ନାଟକ)

ଭୂମିକା ଅଭିନୟରେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କୁ ଦିଆଯାଇଥିବା ଏକ ଭୂମିକାରେ ଅଭିନୟ କରିବାକୁ ହୁଏ। ସେହି ଦୃଶ୍ୟରେଖାରେ ଅଭିନୟ କରିବା ସମୟରେ ସେମାନେ ଅଭିନୟ କରୁଥିବା ଚରିତ୍ରରେ ବ୍ୟବହାର ଏବଂ ତାର ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରି ଗ୍ରହଣ କରିଥାନ୍ତି ଏବଂ ସେହିପରି ସେହି ଚରିତ୍ର ସଂଳାପ କୁହନ୍ତି ଓ ଅଭିନୟ କରନ୍ତି । ଏଠାରେ ସେମାନଙ୍କୁ ନଟକର କୌଣସି ପ୍ରସ୍ତୁତ ଲେଖା ଯୋଗାଇ ଦିଆଯିବ ନାହିଁ । କିନ୍ତୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ,ଶିକ୍ଷାର୍ଥୀ ସେହି ଭୂମିକା ଟିକୁ ଗ୍ରହଣ କରିବାରେ ସକ୍ଷମ ହେବା ପାଇଁ,ଶିକ୍ଷକ ତାଙ୍କୁ ଭୂମିକାଟି ସମ୍ବନ୍ଧରେ ପ୍ରଚୁର ତଥ୍ୟ ଯୋଗାଇ ଦେବେ । ଯେଉଁ ଶିକ୍ଷାର୍ଥୀମାନେ ନାଟକ ରେ ଅଭିନୟ କରୁଛନ୍ତି ସେମାନେ ସ୍ଵତଃସ୍ପୁତ ଭାବରେ ନିଜର ଚିନ୍ତନ ଏବଂ ଭାବନାକୁ କିପରି ପ୍ରକାଶ କରିପାରିବେ ସେଥିପାଇଁ ତାଙ୍କୁ ଉତ୍ସାହିତ କରାଯିବ ଉଚିତ।

ଭୂମିକା ଅଭିନୟର ଅନେକ ଗୁଡିଏ ସୁବିଧା ରହିଛି ଏହା:

  • ବାସ୍ତବ ଜୀବନର ବିଭିନ୍ନ ପରିସ୍ଥିତିର ଅନୁସନ୍ଧାନରେ ସାହାଯ୍ୟ ଯାହା ଅନ୍ୟ ଲୋକନ୍ମାନଙ୍କର ଭାବନା ବୁଝିପାରିବାର ଶକ୍ତିକୁ ଉନ୍ନତ କରେ।
  • ନିଷ୍ପପତି ନେବାରେ ଦକ୍ଷତା ର ଉନ୍ନତିକୁ ପ୍ରୋତ୍ସାହିତ କରେ।
  • ଶିକ୍ଷାର୍ଥୀଙ୍କୁ ସକ୍ରିୟଭାବରେ ଶିକ୍ଷଣରେ ନିଯୋଜିତ କରେ ଏବଂ ଏଥିରେ ଅଂଶଗ୍ରହଣ ପାଇଁ ସକ୍ଷମ କରାଏ।
  • ଉଚ୍ଚସ୍ତରର ଚିନ୍ତନ ପାଇଁ ପ୍ରୋତ୍ସାହିତ କରେ ।

ବିଭିନ୍ନ ସାମାଜିକ ପରିଷ୍ଟିତିରେ କିଛି କହିବା ପାଇଁ ଏହି ଭୂମିକା ଅଭିନୟ ଛୋଟ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଶ୍ଵାସ ବଢେ। ଉଦାହରଣସ୍ଵରୂପ-ଦୋକାନରେ ଜିନିଷ କିଣିବା ବେଳେ ଦରଦାମ ବୁଝି ଉତ୍କୃଷ୍ଟ ଜିନିଷ ଆଣିବା ପାଇଁ ଅଭିନୟ,ସ୍ଥାନୀୟ କୀର୍ତ୍ତିକୁ ଯିବା ପାଇଁ ରାସ୍ତା ଦେଖାଇବାରେ ପର୍ଯ୍ୟଟକଙ୍କୁ  ସୂଚନା ପ୍ରଦାନ କିମ୍ବା ଟିକେଟ କ୍ରୟ ଆପଣ କିଛି ସରଳ ରଙ୍ଗମଞ୍ଚର ଜିନିଷ ଏବଂ ସଙ୍କେତ ବ୍ୟବହାର କରିପାରିବେ । ଯେପରି କ୍ଷୁଦ୍ର କଫି ଘର,ଡାକ୍ତରଙ୍କ ଅସ୍ତ୍ରୋପଚାର କିମ୍ବା ଗ୍ୟାରେଜ । ଆପଣଙ୍କ ଶିକ୍ଷାର୍ଥୀଙ୍କୁ ପଚାରନ୍ତୁ “କିଏ ଏଠାରେ କାମ କରନ୍ତି?”ସେମାନେ କଣ କୁହନ୍ତି ଏବଂ “ଆମେ ତାଙ୍କୁ କଣ ପଚାରନ୍ତି” ଏବଂ ସେମାନଙ୍କ ଭାଷାର ବ୍ୟବହାରକୁ ଲକ୍ଷ୍ୟ କରି ଏକ ପାରସ୍ପରିକ କ୍ରିୟା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ ।

ବଡ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କର ଜୀବନ କୌଶଳର ଦକ୍ଷତା କୁ ଏହି ଭୂମିକା ଅଭିନୟ ଉନ୍ନତ କରେ । ଉଦାହରଣ ସ୍ୱରୂପ-ଶ୍ରେଣୀରେ ଦ୍ଵନ୍ଦକୁ  କିପରି ସମାଧାନ କରାଯାଇ ପାରିବ-ତାକୁ ଅନୁସନ୍ଧାନ କରିବା । ବିଦ୍ୟାଳୟରେ ଘଟୁଥିବା ପ୍ରକୃତ ଘଟଣାର ବ୍ୟବହାର ବଦଳରେ ଆପଣ ତା ସଦୃଶ ଏକ ଦୃଶ୍ୟ ଯାହାକି ସେହି ସମାନ ବିଷୟ ଆଧାରିତ ହୋଇଥିବା ତାକୁ ନେଇ ପାରିବେ । ଶିକ୍ଷାର୍ଥୀମାନେ ସେଥି ମଧ୍ୟରୁ ଗୋଟିଏ ଭୂମିକା ଗ୍ରହଣ କରିବେ ଏବଂ ଆପଣ ସେମାନଙ୍କୁ ଯୋଜନା ପ୍ରସ୍ତୁତ ପାଇଁ କିଛି ସମୟ ଦିଅନ୍ତୁ ଏବଂ ତତକ୍ଷଣାତ ଅଭିନୟ ପାଇଁ କୁହନ୍ତୁ । ଏହା ଶ୍ରେଣୀରେ ପ୍ରଦର୍ଶିତ କରାଯିବ କିମ୍ବା ଶିକ୍ଷାର୍ଥୀମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଏହି ଅଭିନୟ କରିବେ । ଯାହାଦ୍ୱାରା  ସମସ୍ତେ ଅଭିନୟର ସୁଯୋଗ ପାଇ ପାରିବେ । ଧ୍ୟାନ ଦେବେ ଏହି ସକ୍ରିୟାତ୍ମକ କାର୍ଯ୍ୟଟିର ଉଦ୍ଦେଶ୍ୟ ହେଉଛି ଭୂମିକା ଅଭିନୟ ଏବଂ ଏହାର ଅଭିଜ୍ଞତା  ଆପଣ ସେମାନଙ୍କ ପୋଷାକପାଇଁ କାର୍ଯ୍ୟ କିମ୍ବା କୌଣସି ବଲିଉଡ ଅଭିନେତାଙ୍କୁ ପୁରସ୍କାର ପାଇଁ ଏହା କରୁନାହାନ୍ତି ।

ବିଜ୍ଞାନ ଏବଂ ଗଣିତ ପାଇଁ ମଧ୍ୟ ଭୂମିକା ଅଭିନୟ ସମ୍ଭବ। ଶିକ୍ଷାର୍ଥୀମାନେ ପରମାଣ ବ୍ୟବହାରକୁ ମଡେଲ ଆକାରରେ ନେଇ ଏହା କରିପାରିବେ । ଦ୍ରବ୍ୟର କ୍ଷ୍ଯୁଦ୍ରତ୍ତମ ଅଂଶକୁ ଚରିତ୍ର ଆକାରରେ ନେଇ ତାଙ୍କ ଭିତରେ ଥିବା ପାରସ୍ପରିକ କ୍ରିୟା ଏବଂ ତାପ କିମ୍ବା ଆଲୋକର ପ୍ରଭାବରେ ଏମାନଙ୍କ ବ୍ୟବହାରରେ ପରିବର୍ତ୍ତନ। ଗଣିତରେ ଶିକ୍ଷାର୍ଥୀମାନେ କୋଣ,ଆକୃତିକୁ ନେଇ ସେଗୁଡିକର ଗୁଣକୁ ଅଭିନୟ ମାଧ୍ୟମରେ ଦର୍ଶାଇ ପାରିବେ ।

ନାଟକ ଅଭିନୟ (ଡ୍ରାମା)

ଅଧିକାଂଶ ଶିକ୍ଷାର୍ଥୀଙ୍କୁ ଅଭିପ୍ରେରିତ କରିବା ପାଇଁ ଶ୍ରେଣୀଗୃହରେ ନଟକାର ବ୍ୟବହାର ଏକ ଭଲ ଯୋଜନା ଅଟେ । ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ନାଟକ କୌଶଳ ଏବଂ ଆତ୍ମବିଶ୍ବାସକୁ ବୃଦ୍ଧି କରେ।ଶିକ୍ଷାର୍ଥୀମାନେ ଗୋଟିଏ ପ୍ରସଙ୍ଗ ବିଷୟରେ କ’ଣ ବୁଝିଛନ୍ତି ଏହାର ମୂଲ୍ୟ ନିର୍ଦ୍ଧାରଣ କରିପାରେ ।ଟେଲିଫୋନ ର ବ୍ୟବହାରରେ ଅଭିନୟ ଦ୍ଵାରା ଆମେ ଏହା ଦର୍ଶାଇ ପାରିବା ଯେ ମସ୍ତିସ୍କ କିପରି କାର୍ଯ୍ୟ କରୁଛି। ଖବର କିପରି ମସ୍ତିଷ୍କରୁ କାନ,ଆଖି,ନାକ ,ଆଖି,ହାତ ଏବଂ ପାଟି ଏବଂ ପୁନଶ୍ଚ ସୁଷୁମ୍ନାକାଣ୍ଡ ଅଡିକୁ ଯାଉଛି।କିମ୍ବା ଏକ ଛୋଟ କଉତୁକିଆ ନାଟକ:” ସଂଖ୍ୟା ଫୋଡଣର ପଦ୍ଧତି ଭୁଲିବାର ଭୟଙ୍କର ପରିଣତି” ଏହା ବଡ ଶିକ୍ଷାର୍ଥୀମାନଙ୍କର ମନରେ ଠିକ ପଦ୍ଧତିକୁ ଦୃଢ କରିବ ।

ଶ୍ରେଣୀରେ ଉପସ୍ଥିତ ଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ବିଦ୍ୟାଳୟ କିମ୍ବା ଅଭିଭାବକ ଏବଂ ସ୍ଥିନୀୟ ସଂପ୍ରଦାଯ ପାଇଁ ଏହି ନାଟକ ଅତ୍ୟନ୍ତ ଉପାଦେୟ। ଏହି ଲକ୍ଷ୍ୟ ତାଙ୍କୁ କିଛି କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ। ଏହି ନାଟକ ପ୍ରସ୍ତୁତି ପରି ସୃଜନାତ୍ମକ କାର୍ଯ୍ୟରେ ସଂପୂର୍ଣ୍ଣ ଶ୍ରେଣୀ ନିଯୋଜିତ ହେବା ଉଚିତ।ବିଶ୍ଵସନୀୟତା ସ୍ତରର ପାର୍ଥକ୍ୟକୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସମସ୍ତ ଶିକ୍ଷାର୍ଥୀ ଅଭିନେତା ହେବା ପାଇଁ ବାଧ୍ୟ ନୁହନ୍ତି।ସେମାନେ ଅନ୍ୟ କ୍ଷେତ୍ର ଯେପରି ପୋଷାକ,ଆୟୋଜନ,ବିଭିନ୍ନ ସାମଗ୍ରୀ ଯୋଗାଣ,ମଞ୍ଚ ପ୍ରସ୍ତୁତିରେ ମଧ୍ୟ ଅଂଶଗ୍ରହଣ  କରିପାରିବେ । ଯାହାକି ସେମାନଙ୍କର ବ୍ୟକ୍ତିତ୍ବ ଏବଂ ଦକ୍ଷତା ସହିତ ସମ୍ପୃକ୍ତ ଥିବ ।

ଆପଣ ଶିକ୍ଷାର୍ଥିମାନଙ୍କ ଶିକ୍ଷଣ ପାଇଁ ନାଟକ ଅଭିନୟ କାହିଁକି ବ୍ୟବହାର କରୁଛନ୍ତି,ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଭାଷା (ପ୍ରଶ୍ନ ପଚାରିବା ଓ ଉତ୍ତର ଦେବା) ବିଷୟ ଜ୍ଞାନ କିମ୍ବା ନିର୍ଦ୍ଦିଷ୍ଟ କୌଶଳର ବିକାଶ ସାଧନ କରେ କି? ମନେରଖନ୍ତୁ,ଅଭିନୟକୁ ଗୁରୁତ୍ଵ ଦେଇ ଯେପରି ନାଟକ ଅଭିନୟର ଶିକ୍ଷଣ ଲକ୍ଷ୍ୟହଜି ନ ଯାଉ ।

ଆଧାର :tessindia.edu.in

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate