অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାମରିକ ଗୋଷ୍ଠୀ ଗଠନ – ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ଵନ୍ଦ୍ଵିତା

ସାମରିକ ଗୋଷ୍ଠୀ ଗଠନ – ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ଵନ୍ଦ୍ଵିତା

ଶୀତଳ ଯୁଦ୍ଧ ଯୋଗୁଁ ପୃଥିବୀରେ ଏକ ଅଜଣା ଯୁଦ୍ଧ-ଆତଙ୍କ ଖେଳି ଯାଇଥିଲା   ।  ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡିକର ସାମାଜିକ ଓ ଅର୍ଥନୈତିକ ପ୍ରଗତି ବ୍ୟାହତ ହେଲା   । ଦୁଇ ମହାଶକ୍ତିଙ୍କ ନେତୃତ୍ଵରେ ପୃଥିବୀ ସାମ୍ୟଗୋଷ୍ଠୀ  ଓ ପୁଞ୍ଜିବାଡି ଗୋଷ୍ଠୀ ଏହିପରି ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଗଲା   । ସମ୍ମୁଖ ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟବାହିନୀ କେବେ ହେଲେ ନିୟୋଜିତ ହୋଇନଥିଲେ ସୁଦ୍ଧା, ସେମାନଙ୍କର ବିରୋଧାତ୍ମକ କାର୍ଯ୍ୟକଳାପ ସମଗ୍ର ବିଶ୍ଵରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା   । ଏପରିକି ବିଶ୍ଵବାସୀଙ୍କୁ ତୃତୀୟ ବିଶ୍ଵଯୁଦ୍ଧର ସମ୍ଭାବନାର ଆଶଙ୍କା ଓ ଏହାର ଭୟାବହ ପରିଣାମ ଆନ୍ଦୋଳିତ କରିଥିଲା  । କାଳକ୍ରମେ ଉଭୟ ଗୋଷ୍ଠୀ ପରସ୍ପର ସପକ୍ଷରେ ସାମରିକମେଣ୍ଟମାନ ଗଠନ କରିଥିଲେ  । ଫଳରେ ଆଞ୍ଚଳିକ ନିରାପତ୍ତା ବିପନ୍ନ ହେଲା  । ସାମରିକ ମେଣ୍ଟଗୁଡିକରେ ଯୋଗ ଦେଇଥିବା ରାଷ୍ଟ୍ରଗୁଡିକ ନିଜ ନିଜର ସାମରିକ ଶକ୍ତି ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ ପ୍ରତିଯୋଗୀତାରେ ଲାଗିପଡିଲେ  । ଦୁଇ ପକ୍ଷ ମଧ୍ୟରେ ଆଣବିକ ଅସ୍ତ୍ର ପ୍ରସ୍ତୁତ  କରିବାର ପ୍ରତିଦ୍ଵନ୍ଦିତା ପୃଥିବୀବାସୀଙ୍କୁ ଚକିତ କରିଥିଲା   । ବିଶେଷ କରି  ସୋଭିଏତ ରୁଷ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଟରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗୀତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲେ ।  ।

ଯୁକ୍ତରାଷ୍ଟ୍ର ଆମେରିକା ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜର ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ ରୁଷର ପ୍ରତିପତ୍ତିକୁ ପରାହତ କରିବା ନିମନ୍ତେ 1949 ମସିହା ଏପ୍ରିଲ 4 ତାରିଖରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ଗଢିଥିଲା   । ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କାନାଡା , ବେଲଜିୟମ, ହଲାଣ୍ଡ , ଲକସେମବର୍ଗ , ଡେନମାର୍କ, ନରୱେ , ଆଇସଲାଣ୍ଡ, ବ୍ରିଟେନ,ଫ୍ରାନ୍ସ , ପର୍ତ୍ତୁଗାଲ ଓ ଇଟାଲୀ ଦେଶ ସମୂହ ଯୋଗ ଦେଇଥିଲେ   । ଚୁକ୍ତିଭୁକ୍ତ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ   , ସମସ୍ତ ସଦସ୍ୟ ଦେଶଉପରେ ଆକ୍ରମଣ  ହେଲାବୋଲି ଧରିନେଇ ଏହାର ପ୍ରତିରୋଧ କରିବା ବିଷୟ ଉକ୍ତ ଚୁକ୍ତିରେ ଉଲ୍ଲେଖ ଥିଲା   । ଫେବୃୟାରି 1952 ରେ ଗ୍ରୀସ ଓ ତୁର୍କୀ ଏବଂ ମେ 1955 ରେ ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ର ବା ପଶ୍ଚିମ ଜର୍ମାନୀ ଏହି ସାମରିକ ଚୁକ୍ତିରେ ଯୋଗ ଦେଇଥିଲେ   । ଏହା ଫଳରେ 1949 ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟଲାଣ୍ଟିକ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରିଲେ ନାହିଁ   ।

ପ୍ରଶାନ୍ତ ମାହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ନିମନ୍ତେ 1951 ମସିହାରେ ଅଷ୍ଟ୍ରେଲିଆ , ନିଉଜଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆଣଜସ ରାଜିନାମା ସ୍ଵାକ୍ଷରିତ ହୋଇଥିଲା   । ଏହି ରାଜିନାମା ଅନୁସାରେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତିପ୍ରତିଷ୍ଠା ଏବଂ ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡିକ ପରସ୍ପରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା   ।

1952 ମେ ମାସ 27 ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ ର ପ୍ରତିଷ୍ଠା ନିମନ୍ତେ ପ୍ୟାରିସଠାରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା   । ଏହି ଚୁକ୍ତିରେ ସମଗ୍ର ଇଉରୋପ ପାଇଁ ଏକ ସାଧାରଣ ରାଜନୈତିକ ଅନୁଷ୍ଠାନ , ସଶସ୍ତ୍ରବାହିନୀ , ବଜେଟ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟନିମନ୍ତେ ବ୍ୟବସ୍ଥା କରଯାଇଥିଲା   । ଏକ ମିଳିତ ସୈନ୍ୟବାହିନୀକୁ ଇଉରୋପ ପ୍ରତିରକ୍ଷା ବାହିନୀରୂପେ ଅଭିହିତ କରାଯାଇଥିଲା   । ଉକ୍ତ ବାହିନୀର ପରିଚାଳନା ନିମନ୍ତେ ଗୋଟିଏ ରାଜନୈତିକ ଅନୁଷ୍ଠାନର ଗଠନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା  , ଯାହାକି ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କରିବ   । ନେଦରଲ୍ୟାଣ୍ଡ ଏବଂ ପଶ୍ଚିମ ଜର୍ମାନୀ ପ୍ରଥମେ ଏହି ଚୁକ୍ତିରେ ସ୍ଵାକ୍ଷର କରିଥିଲେ   । କିନ୍ତୁ ଫ୍ରାନ୍ସ ଏହାକୁ ସମର୍ଥନ କରିନଥିଲା   । 1954 ମସିହା 28 ସେପ୍ଟେମ୍ବରରୁ 3 ଅକ୍ଟୋବର ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଉଇରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା   । ସେଠାରେ 1948 ବ୍ରସେଲସ ଚୁକ୍ତି ଆଧାରରେ ପଶ୍ଚିମ ଉଇରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ମଧ୍ୟ ପ୍ରସ୍ତୁତି କରାଯାଇଥିଲା   । ଫଳରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା  । ପଶ୍ଚିମ ଇଉରୋପୀୟ ସଂଘର ପରିଷଦକୁ ସଂଖ୍ୟା ଗରିଷ୍ଠ ବହୁମତ ମାଧ୍ୟମରେ ବିଭିନ୍ନ ମୁଖ୍ୟ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବାକୁ କ୍ଷମତା ଅର୍ପଣ କରାଯାଇଥିଲା   । ଏହା ଫଳରେ ପଶ୍ଚିମ ଇଉରୋପୀୟ ସଂଘ ଏକ ଆନ୍ତର୍ଜାତିକ ଅନୁଷ୍ଠାନରେ ପରିଣତ ହୋଇଥିଲା   ।

ଦକ୍ଷିଣ ପୂର୍ବ ଏସିଆରେ ରୁଷ ଓ ସାମ୍ୟବାଦୀ ଚୀନର ପ୍ରଭାବକୁ ହ୍ରାସ କରିବା ନିମନ୍ତେ 1954 ମସିହା ସେପ୍ଟେମ୍ବର 8 ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ଵରେ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା   । ଯୁକ୍ତରାଷ୍ଟ୍ର ଆମେରିକା , ବ୍ରିଟେନ , ଫ୍ରାନ୍ସ , ଆଷ୍ଟ୍ରେଲିଆ , ନିଉଜିଲ୍ୟାଣ୍ଡ , ଥାଇଲାଣ୍ଡ , ପାକିସ୍ଥାନ ଇତ୍ୟାଦି ଏହାର ସଭ୍ୟ ରହିଲେ   । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ ଢାଞ୍ଚାରେ ଏହାର ନୀତିମାନ ନିର୍ଧାରଣ ହେଲା   । ଦକ୍ଷିଣପୂର୍ବ ଏସିଆରେ ଯେକୌଣସି ଆକ୍ରମଣକାରୀଙ୍କୁ ଏହାର ସଭ୍ୟମାନେ ମିଳିତଭାବେ ପ୍ରତିରୋଧ କରି ସେହି ଅଞ୍ଚଳରେ ନିରାପତ୍ତା ରକ୍ଷା କରିବେ ବୋଲି ସ୍ଥିର ହେଲା  । କିନ୍ତୁ ଭିଏତନାମ ଯୁଦ୍ଧ ସମୟରେ ଏହି ଚୁକ୍ତିର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା   ।ଏଥିରେ ଅନେକ ସଭ୍ୟରାଷ୍ଟ୍ର ଥିଲେ ହେଁ ଯୁଦ୍ଧର ମୁଖ୍ୟସାମରିକ ଓ ଆର୍ଥିକ ଦାୟିତ୍ଵ ଯୁକ୍ତରାଷ୍ଟ୍ର ଆମେରିକା ବହନ କରିଥିଲା   । ଦୀର୍ଘକାଳ ଯୁଦ୍ଧ ହେବାପରେ ସୋଭିଏତ ସମର୍ଥିତ ଉତ୍ତର ଭିଏତନାମ ଏପ୍ରିଲ 1975 ରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଦକ୍ଷିଣ ଭିଏତନାମ ଉପରେ ବିଜୟ ହାସଲ କରିଥିଲେ   । ଏହା ଦ୍ଵାରା ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁର୍ଣ୍ଣହୋଇଥିଲା ଏବଂ ଦକ୍ଷିଣପୂର୍ବ ଏସିଆ ଚୁକ୍ତି ସଂଗଠନ ପରିସମାପ୍ତି ଘଟିଥିଲା   ।

1995  ମସିହାରେ ଇରାକର ରାଜଧାନୀ ବାଗଦାଦ ଠାରେ ବ୍ରିଟେନ , ତୁର୍କୀ , ଇରାକ,ଇରାନ ଓ ପାକିସ୍ଥାନ ଅଧ୍ୟରେ  ଏକ ସାମରିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା  । ଏହା “ବାଗଦାଦ ଚୁକ୍ତି “ ନାମରେ ପରିଚିତ   । 1958 ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ ଏହି ମେଣ୍ଟରୁ ଓହରିଗଲା   । ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ରଖାଗଲା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏହାର ସଭ୍ୟରୂପେ ଯୋଗଦେଲା   ।

ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ ରୁଷ ନେତୃତ୍ଵରେ ତାର ଅନୁଗାମି ଈଉରୋପୀୟ ସାମ୍ୟବାଡି ରାଷ୍ଟ୍ର ମାନେ 1955 ମସିହା ମେ 1 ତାରିଖରେ ୱାରସ ଚୁକ୍ତି ସ୍ଵାକ୍ଷର କଲେ   । ପୋଲାଣ୍ଡ  ରାଜଧାନୀ ୱାରିଶସ୍ଥାରେ ସୋଭିଏତ ରୁଷ, ପୋଲାଣ୍ଡ , ହଙ୍ଗେରୀ , ରୁମାନିଆ , ବୁଲଗେରିଆ , ଆଲବାନିଆ , ଓ ଜର୍ମାନୀ ଗଣତନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ସାମରିକ ଚୁକ୍ତି ସମ୍ପାଦିତ ହୋଇଥିଲା  ।ଏହି ଚୁକ୍ତି ସ୍ଵାକ୍ଷର କରିଥିବା ରାଷ୍ଟ୍ରମାନେ ପୁଞ୍ଜିବାଡି ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ   ।

ଦେତାଁ

1969 ମସିହାରୁ 1978 ମସିହା ମଧ୍ୟରେ ଦୁଇ ମହାଶକ୍ତିଙ୍କର ଆଶଙ୍କା ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ଚାଲିଥିବା କ୍ରମାଗତ ଉତ୍ତେଜନା ଆଣବିକ ଯୁଧାରେ ରୂପାନ୍ତରିତ ହୋଇ ସମଗ୍ର ପୃଥିବୀକୁ ଧ୍ଵଂସାଭିମୁଖ୍ୟ କରିଦେବ  । ଏହି ଆଶଙ୍କା ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହବାସସ୍ଥାନ ନିମନ୍ତେ ପ୍ରେରଣା ଯୋଗାଇଥିଲା   ।  ଫଳରେ ଏହି ସମୟ ମଧ୍ୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଲା ଏବଂ ଶୀତଳ ଯୁଧା ଏକ ନୂତନ ରୂପ ନେଇ ଦେତାଁ ନାମରେ ପରିଚିତ ହୋଇଥିଲା   । ଦେତାଁ ସମୟରେ ଦୁଇ ମହାଶକ୍ତି ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରସ୍ତୁତି ପରିକ୍ଷୀଣ ଓ ପ୍ରୟୋଗକୁ ନିୟନ୍ତ୍ରଣ କରିବା ନିମନ୍ତେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା    । ଅସ୍ତ୍ରଶସ୍ତ୍ର ପ୍ରତିଯୋଗୀତାକୁ ହ୍ରାସ କରିବାକୁ ମଧ୍ୟ କେତେକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା  । ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ , ଉଚ୍ଚସ୍ତରୀୟ ପରିଦର୍ଶନ , ବାଣିଜ୍ୟ ଚୁକ୍ତି ଓ ଔଦ୍ୟୋଗିକ କ୍ଷେତ୍ରରେ ସହଯୋଗୀତା ଆରମ୍ଭ ହୋଇଥିଲା  ।

ନୂତନ ଶୀତଳ ଯୁଦ୍ଧ 

1979 ମସିହାରେ ଇରାନ ବିଦ୍ରୋହ , ସେହି ବର୍ଷର ଚୀନଭିଏତନାମ ଯୁଦ୍ଧ, ଯୁକ୍ତରାଷ୍ଟ୍ରଆମେରିକା ସମ୍ପୃକ୍ତି , ଆଫଗାନିସ୍ଥାନରେ ରୁଷିଆରେ ସାମରିକ ହସ୍ତକ୍ଷେପ ଆଦି ଘଟନା ଯୋଗୁଁ ଦୁଇ ମହାଶକ୍ତି ମଧ୍ୟରେ ପୁରୁଣା ଉତ୍ତେଜନା ପରିପ୍ରକାଶ ଘଟିଥିଲା  । ଫଳରେ 1979 ମସିହାରେ ଦେତାଁର ସହସା ମଧ୍ୟରେ କେତେକ ତାରତମ୍ୟ ଥିଲା   । ନୂତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟ ଭାବରେ ଜଡିତ ହୋଇଣଥିଲେ । ମୁଖ୍ୟତଃ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଉତ୍ତେଜନା ଓ ଦ୍ଵନ୍ଦ ପରିପ୍ରକାଶ ପାଇଲା ଏବଂ ପରମାଣୁ ଅସ୍ତ୍ର ପ୍ରତିଯୋଗୀତା ଆରମ୍ଭ ହୋଇଥିଲା  । ଉଭୟ ଦେଶ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଅଧିକ କ୍ଷମତା ହାସଲ କରିବାକୁ ଚେଷ୍ଟା କରିଥିଲେ  । ପୁରାତନ ଶୀତଳଯୁଦ୍ଧ ଅପେକ୍ଷା ନୂତନ ଶୀତଳ ଯୁଦ୍ଧ ଅଧିକ ଭୟଙ୍କର ମନେ ହୋଇଥିଲା   ।

କିନ୍ତୁ ଏହି ନୂତନ ଶୀତଳ ଯୁଦ୍ଧ ଅସ୍ଥାୟୀ ଥିଲା , 1985 ମସିହାରେ ମିଖାଇଲ ଗୋର୍ବାଚେଭ ସୋଭିଏତ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେବାପରେ କେତେକ ସଂସ୍କାରମୂଳକ ନୀତି ପ୍ରଣୟନ କଲେ ଯାହାକି ଉଭୟ ପକ୍ଷ ମଧ୍ୟରେ ଲାଗିରହିଥିବା ସଂଘର୍ଷର ଗତିକୁ ପରିବର୍ତ୍ତଣ କରିଥିଲା   । ସେମାନଙ୍କ ମଧ୍ୟଏ ଶାନ୍ତିସ୍ଥାପନ ଓ ସହାବସ୍ଥାନଭାଗ ଜାଗ୍ରତ ହୋଇଥିଲା ଏବଂ ଭଲ ସମ୍ପର୍କ ବୃଦ୍ଧି ପାଇଥିଲା । ପୂର୍ବ ଇଉରୋପୀୟ ଦେଶଗୁଡିକରୁ ସାମ୍ୟବାଦର ବିଲୋପ ଘଟିଲା । 1995 ମସିହା ଡିସେମ୍ବର ମାସରେ ସୋଭିଏତ ସଂଘର ବିଲୟ ଘଟି ସ୍ଵାଧୀନ ରାଷ୍ଟ୍ରମାନଙ୍କର ରାଷ୍ଟ୍ରମାନଙ୍କରର ରାଷ୍ଟ୍ରମଣ୍ଡଳ ଗଠିତ ହେଲା  । 1992 ମସିହାରେ ଯୁକ୍ତରାଷ୍ଟ୍ର ଜର୍ଜ ବୁଶ ଓ କେନ୍ଦ୍ର ରୁଷମଣ୍ଡଳ ଓ ରାଷ୍ଟ୍ରପତି ବୋରାସ ୟେଲତସିନ ଶୀତଳ ଯୁଦ୍ଧର ଅବସାନ ଘଟିଲା ବୋଲି ଘୋଷଣା କଲେ   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate