অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଜ୍ଞାନ କୁଇଜ ଭାଗ - ୨

ବିଭାଗ – ୧

ପ୍ରଶ୍ନ

  1. ଖାଇବା ସୋଡାର ରାସାୟନିକ ନାମ କ’ଣ ?
  2. କେଉଁ କ୍ରୋମୋଜୋମ କେବଳ ପୁରୁଷମାନଙ୍କ ଠାରେ ଦେଖାଯାଏ  ?
  3. କେଉଁ  ଯନ୍ତ୍ର ଭୋଲଟେଜ ବଢାଇ ଓ କମାଇପାରେ ?
  4. ଭାରତର କେଉଁ ବୈଜ୍ଞାନିକ ପ୍ରଥମେ ନୋବେଲ ପୁରସ୍କାର ପାଇଥିଲେ ଓ କେବେ ?
  5. ସୂର୍ଯ୍ୟ କିରଣରୁ କେଉଁ ଭିଟାମିନ୍ ମିଳେ?
  6. ନାଇଲନ୍ କିଏ ଉଦ୍ଭାବନ କରିଥିଲେ?
  7. କେଉଁ ପ୍ରାଣୀ ମରେ ନାହିଁ ?
  8. ଶବ୍ଦର ତୀବ୍ରତା କେଉଁ ଏକକରେ ମପାଯାଏ ?
  9. ଆଲୋକ ଭାଶ୍ଲେଷଣ ପ୍ରକ୍ରିୟା ଦ୍ଵାରା ବୃକ୍ଷଲତା ପ୍ରତିଦିନ ବାୟୁମଣ୍ଡଳରୁ କେତେ ଅଙ୍ଗାରକାମ୍ଲ ଗ୍ୟାସ ନିଅନ୍ତି ?
  10. ମାଙ୍କଡସାର କେତୋଟି ଆଖି ଥାଏ ?

ଉତ୍ତର

  1. ଖାଇବା ସୋଡାର ରାସାୟନିକ ନାମ ହେଲା ସୋଡିୟମ ବାଇକାର୍ବୋନେଟ (NaHCO2)
  2. Y କ୍ରୋମୋଜୋମ୍ କେବଳ ପୁରୁଷମାନଙ୍କ ଶରୀରରେ ଦେଖାଯାଏ ।
  3. ଟ୍ରାନ୍ସଫର୍ମର ଭୋଲଟେଜ ବଢାଇଥାଏ ବା କମାଇଥାଏ । ଭୋଲଟେଜ ଷ୍ଟାବିଲାଇଜରରେ ଏହା ହେଉଛି ମୁଖ୍ୟ ଯନ୍ତ୍ର ।
  4. ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।
  5. ସୂର୍ଯ୍ୟ କିରଣରୁ ଭିଟାମିନ୍  ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ମିଳିଥାଏ ।
  6. ୧୯୩୭ ମସିହାରେ ଆମେରିକୀୟ ବୈଜ୍ଞାନିକ ୱାଲେସ କେରୋଥସ ନାଇଲନ୍ ଉଦ୍ଭାବନ କରିଥିଲେ ।
  7. ଏମିବାର  ଜୈବିକ ମୃତ୍ୟୁ ନାହିଁ । କାରଣ ଏହି ଏକକୋଷୀ ଜୀବର କୋଷ ବିଭାଜନ ଫଳରେ ନୂତନ ଏମିବା ସୃଷ୍ଟି ହୋଇଥାନ୍ତି।
  8. ଶଦ୍ଦର ତୀବ୍ରତା ବା ଫ୍ରିକ୍ୱେନ୍ସି ଡେସିବେଲ ଏକକରେ ମପାଯାଏ ।
  9. ଉଦ୍ଭିଦ ଜଗତ ପ୍ରତିଦିନ ଆଲୋକ ଭାଶ୍ଳେଷଣ ବା ଫଟୋସିନ୍ଥେସିସ ପ୍ରକ୍ରିୟାରେ ହାରାହାରି ୧୬,୦୦୦ କୋଟି ଟନ ଅଙ୍ଗାରକାମ୍ଲ ଗ୍ୟାସ ବାୟୁମଣ୍ଡଳରୁ ଗ୍ରହଣ କରିଥାନ୍ତି ।
  10. ମାଙ୍କଡ଼ସାର ୮ଟି ଆଖି ଥାଏ ।

ବିଭାଗ – ୨

ପ୍ରଶ୍ନ

  1. ଚେର୍ଣ୍ଣୋବିଲ୍ ପରମାଣୁ ଦୁର୍ଘଟଣା କେବେ ସଂଘଟିତ ହୋଇଥିଲା ?
  2. ଆଲୁମିନିୟମର ପରମାଣୁ କ୍ରମାଙ୍କ କେତେ ?
  3. ସେଫ୍ଟିପିନ୍ ର ଉଦ୍ଭାବନ କିଏ ?
  4. ଆଟମିକ୍ ରେଡ଼ିଏସନ ବା ପରମାଣୁ ବିକିରଣ ବିଷୟରେ  ବିଶ୍ଵକୁ ପ୍ରଥମ ତଥ୍ୟ କିଏ ପ୍ରଦାନ କରିଥିଲେ ?
  5. ବିଶ୍ଵର ପ୍ରଥମ ଟେଷ୍ଟ ଟ୍ୟୁବ୍ ସନ୍ତାନ ଏବେ ବଡ ହୋଇସାରିଛି । ଏହାର ନାମ କ’ଣ ଓ ଏହାର ଜନ୍ମ ତାରିଖ କେବେ ?
  6. ସେଲୋନୋଲୋଜି କ’ଣ ?
  7. କେଉଁ ସ୍ତନ୍ୟପାୟୀ ପ୍ରାଣୀ ଅଣ୍ଡା ଦେଇଥାଏ ?
  8. ବାଉଁଶ ଗଛ ସପୁଷ୍ପକ ନା ଅପୁଷ୍ପକ ?
  9. ମ୍ୟାଲେରିଆ ରୋଗର ବାହକ କିଏ ?
  10. ଆମ ହୃତ୍ପିଣ୍ଡରେ କେତୋଟି କୋଠରୀ ଅଛି ?

ଉତ୍ତର

  1. ୧୯୮୬ ମସିହାରେ ଏପ୍ରିଲ୍ ମାସରେ ଚେର୍ଣ୍ଣୋବିଲ ପରମାଣୁ ଦୁର୍ଘଟଣା ସଂଘଟିତ ହୋଇଥିଲା ।
  2. ଆଲୁମିନିୟମ ପରମାଣୁ କ୍ରମାଙ୍କ ୧୩ ।
  3. ୧୯୪୯ ମସିହାରେ ଆମେରିକାର ୱାଲଟର ହଣ୍ଟ ସେଫ୍ଟିପିନ୍ ଉଦ୍ଭାବନ କରିଥିଲେ ।
  4. ପରମାଣୁ ବିକିରଣ ସମ୍ପର୍କରେ ବିଶ୍ଵକୁ ପ୍ରଥମ ତଥ୍ୟ ହେନେରି ବେକେରଳ ପ୍ରଦାନ କରିଥିଲେ ।
  5. ୧୯୭୮ ମସିହା ଜୁଲାଇ ମାସ ୨୫ ତାରିଖରେ ବିଶ୍ଵର ପ୍ରଥମ ଟେଷ୍ଟଟ୍ୟୁବ୍ ସନ୍ତାନ ଲାଗି ଲୁସି ଜୟ ବ୍ରାଉନ୍ ଜନ୍ମଗ୍ରହଣ କରିଥିଲା ।
  6. ଚନ୍ଦ୍ରର ଉତ୍ପତ୍ତ, ଗୁଣ ଓ ଚଳନ ଆଦି ସମ୍ପର୍କରେ ବୈଜ୍ଞାନିକ ଗବେଷଣା ଆଦିକୁ ସେଲେନୋଲୋଜି କୁହାଯାଏ ।
  7. ପ୍ଲାଟିପସ ସନ୍ତ୍ୟପାୟୀ ହେଲେ ବି ଥଣ୍ଡା ଦେଇଥାଏ ।
  8. ବାଉଁଶ ସପୁଷ୍ପକ ଉଦ୍ଭିଦ ।
  9. ମାଈ ଏନୋଫିଲିସ୍ ମଶା ମ୍ୟାଲେରିଆ  ରୋଗର ବାହକ ।
  10. ଆମ ହୃତ୍ପିଣ୍ଡରେ ୪ଟି କୋଠରି ଅଛି ।

ବିଭାଗ – ୩

ପ୍ରଶ୍ନ

  1. ମଣିଷ ରକ୍ତରେ କେଉଁ କଣିକା ସବୁଠୁ ବେଶୀ ପରିମାଣରେ ଥାଏ ?
  2. ସାପ ଶୀତଳ ରକ୍ତଯୁକ୍ତ ପ୍ରାଣୀ କି ?
  3. ପାଣି କେତେ ଉତ୍ତାପରେ ବାଷ୍ପରେ ପରିଣତ ହୋଇଥାଏ ?
  4. ଫାଉଣ୍ଟେନ୍ ପେନ୍ ର ଉଦ୍ଭାବକ କିଏ ?
  5. ମହାକାଶକୁ ଯାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ କିଏ ?
  6. ମଣିଷ ଶରୀରେ କେତେଯୋଡା କ୍ରୋମୋଜୋମ ରହିଥାଏ ।
  7. କେଉଁ ଗ୍ୟାସ ଚୂନପାଣିରୁ ଧଳା କରିଦିଏ ?
  8. କେଉଁ ଗ୍ୟାସ ନିଜେ ଜଳେ ନାହିଁ ଅଥଚ ଜଳିବାରେ ସାହାଯ୍ୟ କରେ ?
  9. ପରମାଣୁ କେଉଁ ଚାର୍ଜ ବିଶିଷ୍ଟ ?
  10. ଚର୍ମ କର୍କଟ ରୋଗ ପାଇଁ ସୂର୍ଯ୍ୟଙ୍କର କେଉଁ ରଶ୍ମି ଦାୟୀ ?

ଉତ୍ତର

  1. ସାଧାରଣତଃ  ମଣିଷ ରକ୍ତରେ ଲୋହିତ ରକ୍ତକଣିକା (ଆର୍.ବି.ସି.) ସବୁଠୁଁ ବେଶୀ ପରିମାଣରେ ଥାଏ । (ହିମୋଗ୍ଲୋବିନ୍ ହେଉଛି ଲୋହିତ ରକ୍ତ କଣିକାର ଗଠନକାରୀ କଣିକା )
  2. ହଁ, ସାପ ଏବଂ ଅନ୍ୟାନ୍ୟ ସରୀସୃପ ଶୀତଳ ରକ୍ତଯୁକ୍ତ ପ୍ରାଣୀ ।
  3. ପାଣି ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡରେ ବାଷ୍ପରେ ପରିଣତ ହୋଇଥାଏ, ଏହାକୁ ପାଣିର ବଏଲିଂ ପଏଣ୍ଟ କୁହାଯାଏ ।
  4. ୧୮୮୪ ମସିହାରେ ଆମେରିକାର ଲୁଇସ୍ ଇ. ୱାଟର ମ୍ୟାନ ଫାଉଣ୍ଟେନ ପେନ୍ (ଝରକଲମ) ଉଦ୍ଭାବନ କରିଥିଲେ ।
  5. ଋଷିଆରେ ଲାଇକା କୁକୁର ହେଉଛି ମହାକାଶକୁ ଯାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ।
  6. ମଣିଷ ଶରୀରରେ ୨୩ ଯୋଡା ବା ୪୬ କ୍ରୋମୋଜୋମ୍ ରହିଥାନ୍ତି ।
  7. ଆଙ୍ଗାରକାମ୍ଳ ଗ୍ୟାସ ଚୂନ ପାଣିକୁ ଧଳା କରି ଦିଏ ।
  8. ଅମ୍ଳଜାନ ଗ୍ୟାସ ନିଜେ ଜଳେ ନାହିଁ ଅଥଚ  ଜଳିବାରେ ସାହାଯ୍ୟ କରେ ।
  9. ପରମାଣୁ ନିରପେକ୍ଷ ଚାର୍ଜ ବିଶିଷ୍ଟ ।
  10. ଚର୍ମ କର୍କଟ ରୋଗ ପାଇଁ ଅଲଟ୍ରୋଭାଓଲେଟ୍ ବା ଅତି ବାଇଗଣୀ ରଶ୍ମି ଦାୟୀ ।

ବିଭାଗ – ୪

ପ୍ରଶ୍ନ

  1. ମହାକାଶକୁ ଯାଇଥିବା ପ୍ରଥମ ସାମ୍ବାଦିକ କିଏ ?
  2. ଜୀବକୋଷର କେଉଁ ଅଂଶରେ କ୍ରୋମୋଜୋମ୍ ରହିଥାଏ ?
  3. ଆପୋଲୋ ୧୧ ମହାକାଶ ଯାନକୁ କେଉଁ ମହାକାଶ ଘାଟିରୁ ଛଡାଯାଇଥିଲା ?
  4. କ୍ଲୋରୋଫିଲ୍ ଛଡା ଗଛପତ୍ରରେ ଅନ୍ୟ କେଉଁ କେଉଁ ରଙ୍ଗ କଣିକା ରହିଥାନ୍ତି ?
  5. ଛତୁ ସପୁଷ୍ପକ ବା ଅପୁଷ୍ପକ ଉଦ୍ଭିଦ ?
  6. ଭୂମିକମ୍ପର ତୀବ୍ରତା କେଉଁ ଯନ୍ତ୍ରରେ ମାପିହୁଏ ?
  7. ‘ଫୁକିଆ ତାରା’ ଗ୍ରହ ନା ନକ୍ଷେତ୍ର ?
  8. ‘ଜିନ’ର ଉଦ୍ଭାବନ କିଏ?
  9. ଅଣ୍ଡାରେ ଭିଟାମିନ୍ ସି ଥାଏ କି ?
  10. ପୃଥିବୀରେ ସବୁଠୁ ଟାଣ ଜିନିଷ କ’ଣ ?

ଉତ୍ତର

  1. ତୋୟୋହିରୋ  ଆକିୟାମା ହେଉଛନ୍ତି ମହାକାଶକୁ ଯାଇଥିବା ପ୍ରଥମ ସାମ୍ବାଦିକ ।
  2. ଜୀବକୋଷର ନ୍ୟଷ୍ଟିରେ କ୍ରୋମୋଜୋମ୍ ବା ଗୁଣସୂତ୍ର ରହିଥାଏ ।
  3. ଆପୋଲୋ-୧୧ ଯାନକୁ ଆମେରିକାର କେପ୍ କେନେଡି ମହାକାଶ ଘାଟିରୁ ଛଡାଯାଇଥିଲା ।
  4. କ୍ଳୋରୋଫିଲ୍ ଛଡା ଉଦ୍ଭିଦଗୁଡିକରେ ଜାନ୍ଥୋଫିଲ, କ୍ୟାରୋଟିନ୍, ଆନ୍ଥ୍ରୋସିଆନିନ୍ ଆଦି ରଙ୍ଗ କଣିକା ରହିଥାନ୍ତି ।
  5. ଛତୁ ଅପୁଷ୍ପକ ଉଦ୍ଭିଦ ।
  6. ସିସ୍ମୋଗ୍ରାଫ୍ ଯନ୍ତ୍ରରେ ଭୂମିକମ୍ପର ତୀବ୍ରତା ମାପିହୁଏ ।
  7. ଗ୍ରହ । ଶୁକ୍ର ଗ୍ରହକୁ ଫୁକିଆ ତାରା ମଧ୍ୟ କୁହାଯାଏ ।
  8. ଗ୍ରେଗର ଜନ ମେଣ୍ଡେଲ୍ ଜିନ୍ ବିଷୟରେ ଧାରଣା ଦେଇଥିଲେ ମଧ୍ୟ ୱିଲିୟମ୍ ଜାହାନସନ ଓ କ୍ରିକ୍ ଏହାର ଗଠନ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ ।
  9. ଅଣ୍ଡାରେ ଭିଟାମିନ୍ ସି ନଥାଏ ।
  10. ହୀରା ହେଉଛି ପୃଥିବୀ ପୃଷ୍ଠରେ ମିଳୁଥିବା ସବୁଠୁ ଟାଣ ଜିନିଷ ।

ବିଭାଗ – ୫

ପ୍ରଶ୍ନ

  1. ଅଙ୍ଗାରକାମ୍ଳ  ଗ୍ୟାସର କେଉଁ କେଉଁ ପରମାଣୁ ରହିଥାନ୍ତି ?
  2. ସୌର ଜଗତର ସବୁଠୁଁ ସାନଗ୍ରହଗ୍ରହ କିଏ ?
  3. ଜଳ ଅଭାବକୁ ଜଳାତଙ୍କ ରୋଗ ହୁଏ କି ?
  4. ଥର୍ମୋମିଟରର ଉଦ୍ଭାବକ କିଏ ?
  5. କେଉଁ ଗୁଡିକ ଗୋଟିଏ ଗୁଚ୍ଛ ଫଳ ।
  6. କଉମାଛ କଣ୍ଟକତ୍ଵକ ପ୍ରାଣୀ କି ?
  7. ଜେନ ଡିଆଁଳି ଭାରତରେ ସର୍ବାଧିକ ୭ ଫୁଟ ଉଚ୍ଚ ଡେଇଁପାରନ୍ତି । ସିଏ ଚନ୍ଦରେ ସର୍ବାଧିକ କେତେକ ଉଚ୍ଚ ଡେଇଁ ପାରିବେ ?
  8. ଚଢେଇ ଉଡିଲାବେଳେ ଦିଗ ବଦଳାଇବା ପାଇଁ ତାର କେଉଁ ଅଙ୍ଗ ବ୍ୟବହାର କରେ ?
  9. ବିଦ୍ୟୁତ୍ ଘଣ୍ଟିରେ କି ପ୍ରକାର ଚୁମ୍ବକ ଥାଏ ?
  10. ଚେର୍ଣ୍ଣୋବିଲ ପରମାଣୁ ଶକ୍ତିକେନ୍ଦ୍ର କେଉଁଠି ଅବସ୍ଥିତ ?

ଉତ୍ତର

  1. ଅଙ୍ଗାରକାମ୍ଳ ଗ୍ୟାସରେ ଗୋଟିଏ ଅଣୁରେ ୨ଟି ଅମ୍ଳଜାନ ଓ ଗୋଟିଏ ଅଙ୍ଗାରକ ପରମାଣୁ ରହିଥାନ୍ତି ।
  2. ସୌର ଜଗତର ସବୁଠୁ ସାନଗ୍ରହ ପ୍ଲୁଟୋ । ( ବୁଧର ଅନୁମାନିକ ବ୍ୟାସ, ୪,୮୧୦ କି.ମି. ହୋଇଥିବାବେଳେ ପ୍ଲୁଟୋର ଆନୁମାନିକ ବ୍ୟାସ ୩,୦୪୦ କି.ମି. )
  3. ନା, ଜଳ ଅଭାବରୁ ବ୍ୟକ୍ତି  ଡିହାଇଡ୍ରେସନ ବାଆ ଜଳଶୁଷ୍କତା ଭୋଗିଥାଏ । ପାଗଳ କୁକୁର ବା ବିଲୁଆ କାମୁଡିଲେ ଜଳାତଙ୍କ ରୋଗ ହୋଇଥାଏ ।
  4. ଇଟାଲିର ପ୍ରସିଦ୍ଧ ବୈଜ୍ଞାନିକ ଗାଲିଲିଓ ୧୫୯୩ ମସିହାରେ ତାପମାତ୍ରା ମାପିବା ପାଇଁ ଥର୍ମୋମିଟର ଉଦ୍ଭାବନ କରିଥିଲେ । ତେବେ ଜ୍ଵର ମାପିବା ପାଇଁ ଉର୍ଦ୍ଦିଷ୍ଟ ଥର୍ମୋମିଟରର ଉଦ୍ଭାବକ ଫାରେନ୍ହିଟ୍ ।
  5. ମାତ, ପଣସ, ଚିନିଚମ୍ପା ଫଳ, ସପୁରୀ ଆଦି ଗୁଚ୍ଛ ଫଳର ଉଦାହରଣ ।
  6. କଉମାଛ କଣ୍ଟକତ୍ଵକ ପ୍ରାଣୀ ନୁହେଁ ।
  7. ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ପୃଥିବୀର ମାଧ୍ୟାକର୍ଷଣ ବଳର ପ୍ରାୟ ୬ ଭାଗରୁ ଭାଗେ । ତେଣୁ  ପୃଥିବୀପୃଷ୍ଠରେ ୭ ଫୁଟ ଡେଇଁ ପାରୁଥିବା ବ୍ୟକ୍ତିଟି ଚନ୍ଦ୍ରପୃଷ୍ଠରେ ୭*୬=୪୨ ଫୁଟ ଡେଇଁପାରିବ ।
  8. ଚଢେଇ ଉଡିଲାବେଳେ ତା’ର ଲାଞ୍ଜକୁ ଦିଗ ବଦଳାଇବା ଯନ୍ତ୍ରଭାବେ ବ୍ୟବହାର  କରେ ।
  9. ବିଦ୍ୟୁତ୍ ଘଣ୍ଟିରେ ଅସ୍ଥାୟୀଚୁମ୍ବକ ବା ବୈଦ୍ୟୁତିକ ଚୁମ୍ବକ ରହିଥାଏ ଯାହାକି କେବଳ ବିଦ୍ୟୁତ୍ ଶକ୍ତି ପାଇଲେ ଚୁମ୍ବକର ଧର୍ମ ପ୍ରଦର୍ଶନ କରିଥାଏ ।
  10. ଚେର୍ଣ୍ଣୋବିଲ ପରମାଣୁ ଶକ୍ତିକେନ୍ଦ୍ର ସୋଭିଏତ୍ ୟୁନିଅନର ୟୁକ୍ରେନ୍ ପ୍ରଜାତନ୍ତ୍ରରେ ଅବସ୍ଥିତ ।

ବିଭାଗ – ୬

ପ୍ରଶ୍ନ

  1. ଗୋଟିଏ ପତଳା ଏବଂ ଗୋଟିଏ ମୋଟା କାଚଗ୍ଲାସ ମଧ୍ୟକୁ ଉତ୍ତପ୍ତ ଚା’ ଢାଳିଲେ କେଉଁ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ ?
  2. ଝିଟିପିଟି ପାଦତଳିପାରେ କିଛି ବିଶେଷ ପ୍ରକାରର କପ୍ ଭଳି ଜିନିଷ ଥାଏ, ଯାହାଦ୍ଵାରା କି ଝିଟିପିଟି କାନ୍ଥରେ ବା ଛାତରେ ଓଲଟି ଚାଲିଲେ ବି ଖସିପଡ଼େ ନାହିଁ । ସେ କପ୍ ଆକୃତିର ଅଙ୍ଗକୁ କ’ଣ କୁହାଯାଏ ?
  3. ଆମ ମୁଣ୍ଡରେ କେତୋଟି ସାଇନସ୍ ଥାଏ ?
  4. ସାଧାରଣତଃ କାଚରେ ସିଲିକାର ପରିମାଣ କେତେ (%) ରହିଥାଏ ?
  5. ବିଶ୍ଵର ସର୍ବପ୍ରଥମ ସଫଳ ମଣିଷ ହୃତ୍ପିଣ୍ଡ ପ୍ରତିରୋପଣ ଅପରେସନ କେବେ ଓ କେଉଁଠି କରଯାଇଥିଲା ।
  6. ଯବକାଚ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ?
  7. ସୂର୍ଯ୍ୟକିରଣରୁ ଶକ୍ତି ନେଇ ଆମ ଚର୍ମରେ ଥିବା କେଉଁ ଉପାଦାନ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ପ୍ରସ୍ତୁତ କରିଥାଏ ?
  8. କ’ଣ ପାଇଁ କେତେକ ବ୍ୟକ୍ତିଙ୍କୁ ତାରଜାଲି, ଗ୍ରାଫ କାଗଜ ଆଦି ସ୍ପଷ୍ଟ ଦେଖାଯାଏ ନାହିଁ  ବା ବଙ୍କା ଦିଶେ ?
  9. ଭାତକୁ ପତଳା କରି ଚକଟି ଦେବା ପରେ ତା’ ଉପରେ ଟୋପାଏ ଦି’ ଟୋପା ଆୟୋଡିନ୍ ପକାଇଲେ ଭାତର ରଙ୍ଗରେ କି ପରିବର୍ତ୍ତନ ହେବ ?
  10. ଚୂନପାଣି ଉପରେ ଯବକ୍ଷାରଜାନ ଗ୍ୟାସ ପ୍ରବାହିତ କଲେ ଚୂନପାଣିର କିଛି ଭୌତିକ ପରିବର୍ତ୍ତନ ହୁଏ କି ?

ଉତ୍ତର

  1. ଗୋଟିଏ ପତଳା ଏବଂ ଗୋଟିଏ ମୋଟ ଗ୍ଲାସ ମଧ୍ୟକୁ ଗରମ ଚା’ ଢାଳିଲେ ମୋଟ କାଚ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ । (କାରଣ କାଚ ହେଉଛି  ଉତ୍ତାପର ଖୁବ୍ କମ୍ ପରିବାହୀ । ଯେତେବେଳେ ପତଳା କାଚ ମଧ୍ୟକୁ ଉତ୍ତପ୍ତ ଚା’ ଢାଳି ଦିଆଯାଏ, ସେତେବେଳେ ତାପଶକ୍ତି ପତଳା କାଚଦେଇ ବାହାରକୁ ଶୀଘ୍ର ବାହାରି ଯାଇଥାଏ । ମାତ୍ର ମୋଟା କାଚ ମଧ୍ୟ ଦେଇ ଉତ୍ତାପ ଖୁବ୍ କମ୍ ଗତି କରିପାରୁଥିବାରୁ ଗ୍ଲାସର ଭିତରପଟ ଓ ବାହାରପଟ ତାପମାତ୍ରାରେ ତାରତମ୍ୟ ସୃଷ୍ଟି ହୁଏ ଓ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ ହୋଇଥାଏ ।
  2. ଝିଟିପିଟି ପାଦତଳିପାରେ କିଛି ବିଶେଷ ପ୍ରକାରର କପ୍ ଭଳି ଜିନିଷ ଥାଏ,  ଯାହାକୁ କି ଆଢେସିଭ୍ ପ୍ୟାଡ ବା ଆଢେସିଭ୍ ଲାମେଲା ବୋଲି କୁହାଯାଏ ।  ଏହା ଯୋଗୁଁ ଝିଟିପିଟି ଓଲଟା ଚାଲିଲେ  ମଧ୍ୟ ପଡିଯାଏ ନାହିଁ ।
  3. ଆମ ମୁଣ୍ଡରେ ୪ ଯୋଡ଼ା ସାଇନସ୍ ରହିଛନ୍ତି ।
  4. ସାଧାରଣତଃ କାଚରେ ୭୨.୩୦% ସିଲିକାର ରହିଥାଏ  ।
  5. ବିଶ୍ଵର ସର୍ବପ୍ରଥମ ସଫଳ ମଣିଷ ହୃତ୍ପିଣ୍ଡ  ପ୍ରତିରୋପଣ ଅପରେସନ ୧୯୭୬ ମସିହା ଡିସେମ୍ବର ୩ ତାରିଖ ଦିନ ଦକ୍ଷିଣ ଆଫ୍ରିକା ରାଜଧାନୀ କେପ୍ଟାଉନ୍ ଗ୍ରୁଉସ୍କୁଭ ହସ୍ପିଟାଲରେ କରଯାଇଥିଲା ।
  6. ଯବକାଚ ସର୍ବ ପ୍ରଥମେ ହାନ୍ସ ଲିପରସେ ପ୍ରସ୍ତୁତ କରିଥିଲେ  ।
  7. ଆମ ଚର୍ମରେ ଥିବା ଏର୍ଗୋଷ୍ଟେରଲ ନାମକଉପାଦାନ ସୂର୍ଯ୍ୟକିରଣରୁ ଶକ୍ତି ନେଇ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ପ୍ରସ୍ତୁତ କରିଥାଏ  ।
  8. ବକ୍ର ଦୃଷ୍ଟିଦୋଷ ଯୋଗୁଁ ତାରଜାଲି ବା ଗ୍ରାଫ  କାଗଜ ସ୍ପଷ୍ଟ ଦେଖାଯାଏ ନାହିଁ  ବା ବଙ୍କା ଦିଶେ  ।
  9. ଭାତକୁ ପତଳା କରି ଚକଟି ଦେବା ପରେ ତା’ ଉପରେ ଟୋପାଏ ଦି’ ଟୋପା ଆୟୋଡିନ୍ ପକାଇଲେ  ତାର ରଙ୍ଗ ଘନନୀଳ ହୋଇଯିବ ।
  10. ଚୂନପାଣି ଉପରେ ଯବକ୍ଷାରଜାନ ଗ୍ୟାସ ପ୍ରବାହିତ କଲେ ଚୂନପାଣିର କୌଣସି ପରିବର୍ତ୍ତନ ହୋଇ ନଥାଏ ।

ବିଭାଗ – ୭

ପ୍ରଶ୍ନ

  1. ଗେଣ୍ଡା ମେରୁଦଣ୍ଡୀ ପ୍ରାଣୀ କି ?
  2. ‘ନିକସ୍ ଅଲମ୍ପିକା’ ବା ‘ଅଲିମ୍ପସର ବରଫ’ ପ୍ରକୃତରେ କ’ଣ ?
  3. ପ୍ରଥମ ମନୁଷ୍ୟ ନିର୍ମିତ ଉପଗ୍ରହ କେବେ ମହାକାଶକୁ ଛଡାଗଲା ?
  4. ଆମ ଶରୀରର କେଉଁ ଗ୍ରନ୍ଥି କୋଲେଷ୍ଟରଲ ପ୍ରସ୍ତୁତ କରେ ?
  5. ଟାଇଟନ୍ କେଉଁ ଗ୍ରହର ଉପଗ୍ରହ ?
  6. ବ୍ଲାକ୍ ହୋଲ ଓ ଭକ୍ୟୁମ୍ ମଧ୍ୟରେ ସବୁଠାରୁ ବଡ ସାମଞ୍ଜସ୍ୟ, ସବୁଠୁ ବଡ ପାର୍ଥକ୍ୟ କ’ଣ ?
  7. ଜଣେ ସୁସ୍ଥ ମଣିଷର ନାଡିର ଗତି ମିନିଟ୍ କୁ କେତେ ଥର ?
  8. ଅଣ୍ଡାରେ ଥିବା କେଉଁ ଉପାଦାନ ଯୋଗୁଁ ଏହା ସିଝିଲେ ଟାଣ ହୋଇଯାଏ ?
  9. ପାଟିରୁ ଝରୁଥିବା ଲାଳ ଅମ୍ଳୀୟ ନା କ୍ଷାରୀୟ?
  10. ବିଶ୍ଵ ପରିବେଶ ସମ୍ମିଳନୀ ସୁରକ୍ଷା ଉପରେ ଷ୍ଟକ୍ ହୋମ୍ ଠାରେ ଅନୁଷ୍ଠିତ ଐତିହାସିକ ସମ୍ମିଳନୀ କେଉଁ ବର୍ଷ ହୋଇଥିଲ?

ଉତ୍ତର

  1. ଗେଣ୍ଡା ଏକ ଅମେରୁଦଣ୍ଡୀ ପ୍ରାଣୀ ।
  2. ‘ନିକସ୍ ଅଲମ୍ପିକା’ ବା ‘ଅଲିମ୍ପସର ବରଫ’ ପ୍ରକୃତରେ ମଙ୍ଗଳ ଗ୍ରହରେ ଥିବା ଏକ ପର୍ବତର ନାମ । ଏହି  ପର୍ବତର ଉଚ୍ଚତା ହିମାଳୟର ଉଚ୍ଚତାର ପ୍ରାୟ ୩ଗୁଣ (ପାଖାପାଖି ୧୫ ମାଇଲ) ।
  3. ମନୁଷ୍ୟ ନିର୍ମିତ ପ୍ରଥମ ଉପଗ୍ରହ ୧୯୫୭ ମସିହା ଅକ୍ଟୋବର ୪ ତାରିଖରେ ମହାକାଶକୁ ଛଡାଯାଇଥିଲା ।
  4. ଆମ ଶରୀରର ଥିବା ଯକୃତ ବା ଲିଭର  କୋଲେଷ୍ଟରଲ ପ୍ରସ୍ତୁତ କରିଥାଏ ।
  5. ଟାଇଟନ୍ ଶନିଗ୍ରହର ଉପଗ୍ରହ  ।
  6. ବ୍ଲାକ୍ ହୋଲ ଓ ଭକ୍ୟୁମ୍ ମଧ୍ୟରେ ସବୁଠୁଁ ବଡ ସାମଞ୍ଜସ୍ୟ ହେଲା ଯେ, ଉଭୟେ ଚାରିପଟେ ଥିବା ବସ୍ତୁକୁ ଶୋଷି ନିଅନ୍ତି । ମାତ୍ର ଭକ୍ୟୁମ୍ ବା ଶୂନ୍ୟତା ଭିତରେ ଆଲୋକ ଅନ୍ୟାନ୍ୟ ସବୁ ମାଧ୍ୟମ ଅପେକ୍ଷା ଭଲଭାବେ ଗତି କରୁଥିବାବେଳେ ବ୍ଲାକହୋଲ୍ ହେଉଛି ପ୍ରକୃତରେ ଏକ ମୃତ ଗ୍ରହ ।
  7. ଜଣେ ସୁସ୍ଥ ମଣିଷର ନାଡିର ଗତି ମିନିଟ୍ କୁ ପ୍ରାୟ ୭୨ ଥର ।
  8. ଅଣ୍ଡାରେ ପ୍ରୋଟିନ୍  ଥିବାରୁ  ଏହା ସିଝିଲେ ଟାଣ ହୋଇଥାଏ ।
  9. ପାଟିରୁ ଝରୁଥିବା ଲାଳ ଅଳ୍ପ  ଅମ୍ଳୀୟ ।
  10. ବିଶ୍ଵ ପରିବେଶ ସମ୍ମିଳନୀ ସୁରକ୍ଷା ଉପରେ ଷ୍ଟକ୍ ହୋମ୍ ଠାରେ ଅନୁଷ୍ଠିତ ଐତିହାସିକ ସମ୍ମିଳନୀ ୧୯୭୨ମସିହାରେ ଆୟୋଜିତ ହୋଇଥିଲା ।

ବିଭାଗ – ୮

ପ୍ରଶ୍ନ

  1. ଆମ ବାୟୁମଣ୍ଡଳର ବୟସ କେତେ ?
  2. ପ୍ରୋଟିନ୍ କଣିକା କେଉଁ ଚାର୍ଜ ବିଶିଷ୍ଟ ?
  3. ଗୋଟିଏ ୟୂରାନିୟମ୍(୨୩୫) ଅଣୁର ନାଭିକକୁ ଭାଙ୍ଗିଲେ କେତେ ଶକ୍ତି ବାହାରେ ?
  4. ୟୁରାନ୍ସ ଗ୍ରହ କେବେ ଆବିଷ୍କୃତ ହୋଇଥିଲା ?
  5. ସାଧାରଣ ଖାଇବା ଲୁଣର ରାସାୟନିକ ନାମ କ’ଣ ?
  6. ପ୍ଲେଗ୍ ରୋଗର ବାହକ କିଏ ?
  7. ଚନ୍ଦ୍ରରେ ପହଞ୍ଚିଥିବା ପ୍ରଥମ  ମାନବ କିଏ ?
  8. ପଛ ଗାଡିରୁ ଦେଖିବା ପାଇଁ ମିଟର ଗାଡିରେ କେଉଁ ପ୍ରକାର ଆଇନା ବ୍ୟବହାର କରାଯାଏ ?
  9. ବୃହସ୍ପତି ଗ୍ରହ କେତେ ଦିନରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ ?
  10. ସାଇକେଲ ଟାୟାର କିଏ ବାହାର କରିଥିଲେ ?

ଉତ୍ତର

  1. ଆମ ବାୟୁମଣ୍ଡଳର ବୟସ ପାଖାପାଖି ୪୫୦୦ ବର୍ଷ ।
  2. ପ୍ରୋଟିନ୍ କଣିକା ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ।
  3. ଗୋଟିଏ ୟୂରାନିୟମ୍(୨୩୫) ଅଣୁର ନାଭିକକୁ ଭାଙ୍ଗିଲେ ପ୍ରାୟ ୯୦ କୋଟି ଇଲେକ୍ଟ୍ରନ ଭୋଲଟ  ଶକ୍ତି ବାହାରେ ।
  4. ୧୭୮୧ ମସିହା ମାର୍ଚ୍ଚ ୧୩ ତାରିଖରେ ୟୁରାନ୍ସ ଗ୍ରହ କେବେ ଆବିଷ୍କୃତ ହୋଇଥିଲା ।
  5. ସାଧାରଣ ଖାଇବା ଲୁଣର ରାସାୟନିକ ନାମ ହେଲା ସୋଡିୟମ କ୍ଲୋରାଇଡ୍ ।
  6. ମୂଷା ପ୍ଲେଗ୍ ରୋଗର ପ୍ରଧାନ ବାହକ ।
  7. ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ମଣିଷ ହେଲେ ଆମେରିକାର ନେଲ୍ ଆର୍ମଷ୍ଟ୍ରଙ୍ଗ ।
  8. ପଛ ଗାଡିରୁ ଦେଖିବା ପାଇଁ ମିଟର ଗାଡିରେ ଉତ୍ତଳ ଦର୍ପଣ (ଆଇନା) ବ୍ୟବହାର କରାଯାଏ ।
  9. ବୃହସ୍ପତି ଗ୍ରହ ୧୧ ବର୍ଷ ୯ ମାସରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ ।
  10. ଜନ ବୟେଡ଼ ଡନ୍ଲପ ସାଇକେଲ ଟାୟାର ପ୍ରସ୍ତୁତ କରିଥିଲେ ।

ବିଭାଗ – ୯

ପ୍ରଶ୍ନ

  1. ସାଁବାଳୁଆ ପୋକରୁ ପ୍ରଜାପତି ହେବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
  2. ସୁଗନ୍ଧ ବାରିବାରେ ମଣିଷ ଶରୀରର କେଉଁ କୋଷଗୁଡ଼ିକ ମୁଖ୍ୟ ଭୂମିକା ନେଇଥାନ୍ତି ?
  3. ପୃଥିବୀଠାରୁ ସୂର୍ଯ୍ୟଙ୍କ ହାରାହାରି ଦୂରତ୍ଵ କେତେ ?
  4. ଶନି ଗ୍ରହର କେତୋଟି ଚନ୍ଦ୍ର ଅଛି ?
  5. ପିନାଟାବୋ ଆଗ୍ନେୟଗିରି କେଉଁଠି ଅବସ୍ଥିତ ?
  6. ଏଥେନୋଲୋଜି କ’ଣ ?
  7. ପନିପରିବା ଆଦିରେ ଭିଟାମିନ୍ ‘ଏ’ କେଉଁ ଯୌଗିକଭାବେ ରହିଥାଏ ?
  8. ଜଣେ ସୁସ୍ଥସବଳ ମଣିଷ ଦେହରେ କେତେ ପାଣି ଥାଏ ?
  9. ଭାରତୀୟ ଦାର୍ଶନିକା/ବୈଜ୍ଞାନିକ ଆର୍ଯ୍ୟଭଟ୍ଟ ପୃଥିବୀ ଘୂରୁଛି ବୋଲି ପ୍ରମାଣ କରିଥିଲେ। ସେ କେଉଁ ଶତାଦ୍ଦୀର ଥିଲେ ?
  10. ଭଶ୍ଲେଷଣ ପ୍ରକ୍ରିୟାରେ ଉଦ୍ଭିଦ କେଉଁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିଥାଏ ?

ଉତ୍ତର

  1. ସାଁବାଳୁଆରୁ ପ୍ରଜାପତି ହେବା ପ୍ରକ୍ରିୟାକୁ ମେଟାମର୍ଫୋସିସ୍ (କାୟାକଳ୍ପ) କୁହାଯାଏ ।
  2. ସୁଗନ୍ଧ ବାରିବାରେ ମଣିଷର ନାକ ଭିତରେ ଥିବା ଅଲ୍ ଫାକ୍ଟୋରୀ  କୋଷଗୁଡ଼ିକ ମୁଖ୍ୟ ଭୂମିକା ନେଇଥାନ୍ତି ।
  3. ପୃଥିବୀଠାରୁ ସୂର୍ଯ୍ୟଙ୍କ ଆନୁମାନିକ ଦୂରତା ହେଉଛି ପ୍ରାୟ ୧୫କୋଟି କି.ମି. ।
  4. ଶନି ଗ୍ରହର ଉପଗ୍ରହଗୁଡ଼ିକର ସଂଖ୍ୟା ଏପର୍ଯ୍ୟନ୍ତ ବି ନିର୍ଦ୍ଦିଷ୍ଟ ଭାବେ ଜଣାପଡିନି। ତେବେ ଭଏଜର ଯାନ ଦ୍ଵାରା କରାଯାଇଥିବା ଅତ୍ୟାଧୁନିକ ଗବେଷଣା ଅନୁସାରେ ଏହାର ଚନ୍ଦ୍ର ସଂଖ୍ୟା ୨୦ରୁ ଅଧିକ ବୋଲି ବୈଜ୍ଞାନିକମାନଙ୍କ ମତ।
  5. ପିନାଟାବୋ ଆଗ୍ନେୟଗିରି ଫିଲିପାଇନ୍ସରେ  ଅବସ୍ଥିତ । ମାତ୍ର କେତେବର୍ଷ ତଳେ ଏହି ଆଗ୍ନେୟଗିରି ଅଗ୍ନୀଉଦ୍ଗୀରାଣ ହୋଇଛି।
  6. ମଣିଷ ଜାତିର ବିଜ୍ଞାନକୁ ଏଥେନୋଲୋଜି କୁହାଯାଏ । ବିବର୍ତ୍ତନ ପ୍ରକ୍ରିୟାରେ ବିଭିନ୍ନ ଜାତିର ମନୁଷ୍ୟ, ସେମାନଙ୍କ ଶାରୀରିକ ଗଠନ, ବ୍ୟବହାର ଓ କୃଷି ସଂକ୍ରାନ୍ତ ଅଧ୍ୟୟନ ଏହାର ଅନ୍ତର୍ଗତ ।
  7. ପନିପରିବା ଆଦିରେ ଭିଟାମିନ୍ ‘ଏ’ ‘ବିଟା କ୍ୟାରୋଟିନ’ ନାମକ ଯୌଗିକ ରୂପରେ ରହିଥାଏ ।
  8. ଜଣେ ସାଧାରଣ ସୁସ୍ଥସବଳ ମଣିଷ ଦେହରେ ଶତକଡା ୭୦ ଭାଗରୁ ଅଧିକ ପାଣି ରହିଥାଏ ।
  9. ଭାରତୀୟ ଦାର୍ଶନିକା/ବୈଜ୍ଞାନିକ (ଜ୍ୟୋତିର୍ବିଦ) ଆର୍ଯ୍ୟଭଟ୍ଟ  ଖ୍ରୀଷ୍ଟାବ୍ଦ ୫ମ ଶତାଦ୍ଦୀର ବ୍ୟକ୍ତି ଥିଲେ ।
  10. ଭଶ୍ଲେଷଣ ପ୍ରକ୍ରିୟାରେ ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଭୂମିରୁ ଜଳ ନେଇ ଶର୍କରାଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।

ବିଭାଗ – ୧୦

ପ୍ରଶ୍ନ

  1. ବାୟୁମଣ୍ଡଳରେ ଥିବା/ମିଶୁଥିବା ବିଭିନ୍ନ ପ୍ରଦୂଷକ ମାନଙ୍କର ଗାଢତା/ ଘନତା କୁ କେଉଁ ଏକକ/ହିସାବରେ ମାପ କରାଯାଏ ?
  2. ସୂର୍ଯ୍ୟ କିରଣରେ ଥିବା ଦୃଶ୍ୟମାନ ରଙ୍ଗମାନଙ୍କ ମଧ୍ୟରୁ କାହାର ତରଙ୍ଗ ?
  3. ବ୍ଲିଚିଂ ପାଉଡ଼ରର ରାସାୟନିକ ସଙ୍କେତ କ’ଣ?
  4. ହୀରାକୁ ଉତ୍ତପ୍ତ କଲେ କ’ଣ ହୁଏ  ?
  5. ଗାମା ରଶ୍ମୀ କେଉଁ ଚାର୍ଜ ବିଶିଷ୍ଟ ?
  6. ଭୂମିଠାରୁ ବାୟୁମଣ୍ଡଳର କେତେ ପର୍ଯ୍ୟନ୍ତ ଉଚ୍ଚତାକୁ ଟ୍ରୋପୋସ୍ପିଆର କୁହାଯାଏ ?
  7. ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା କେବେ ମହାକାଶକୁ ଯାତ୍ରା କରିଥିଲେ  ?
  8. ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ଘଣ୍ଟାକଣ୍ଟାର ଦିଗରେ ନା ବିପରୀତ ଦିଗରେ ଘୂରୁଛନ୍ତି ?
  9. ମୂଷା କେଉଁ ରୋଗର ବାହକ ରୂପେ ପରିଚିତ ?
  10. ରାଣୀକ୍ଷେତ ରୋଗରେ ସାଧାରଣତଃ କିଏ (କେଉଁ ପ୍ରାଣୀ) ଆକ୍ରାନ୍ତ ହୋଇଥାଏ ?

ଉତ୍ତର

  1. ବାୟୁମଣ୍ଡଳରେ ଥିବା ବା ମିଳୁଥିବା ବିଭିନ୍ନ ପ୍ରଦୂଷକ ମାନଙ୍କର ଗାଢତା/ ଘନତ୍ଵକୁ ପିପିଏମ୍ ଏକକ ହିସାବରେ  ଗଣନା କରାଯାଏ । ପିପିଏମ୍ ବ୍ୟୁତ୍ପତ୍ତି ହେଲା ପାଟସପର ମିଲିୟମନ ବା ଏକ ନିୟୁତରେ ଅଂଶ ।
  2. ସୂର୍ଯ୍ୟ କିରଣରେ ଥିବା ଦୃଶ୍ୟମାନ ରଙ୍ଗମାନଙ୍କ ମଧ୍ୟରୁ ଲାଲ ରଙ୍ଗର ତରଙ୍ଗ ଦୂରତ୍ଵ ବା ୱେଭ୍ଲେଙ୍ଗଥ ସର୍ବାଧିକ ।
  3. ବ୍ଲିଚିଂ ପାଉଡ଼ରର ରାସାୟନିକ ସଙ୍କେତ ହେଲା Ca(Oce)Ce. ।
  4. ହୀରାକୁ ଉତ୍ତପ୍ତ କଲେ ଏହା ଗ୍ରାଫାଇଟରେ ପରିଣତ  ହୁଏ  ।
  5. ଗାମା ରଶ୍ମୀ  ଚାର୍ଜ ରହିତ ।
  6. ଭୂମିଠାରୁ ବାୟୁମଣ୍ଡଳର ୧୮ କି.ମି. ପର୍ଯ୍ୟନ୍ତ ଦୂରତ୍ଵକୁ (ଉଚ୍ଚତା) ଟ୍ରୋପୋସ୍ପିଆର କୁହାଯାଏ ।
  7. ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା ୧୯୮୪ ମସିହା ଏପ୍ରିଲ ୩ତାରିଖରେ ମହାକାଶକୁ ଯାତ୍ରା କରିଥିଲେ  ।
  8. ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ବିପରୀତ ଦିଗରେ ବା ବାମାବର୍ତ୍ତ  ହୋଇ ଘୂରୁଛନ୍ତି ।
  9. ମୂଷା ସାଧାରଣତଃ ପ୍ଲେଗ ରୋଗର ବାହକ ଭାବେ  ପରିଚିତ ।
  10. ରାଣୀକ୍ଷେତ ରୋଗ ମୁଖ୍ୟତଃ କୁକୁଡାମାନଙ୍କର ରୋଗ ।

ଆଧାର – ବିଜ୍ଞାନ ପ୍ରଭା

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate