କାଠି ବ୍ୟବହାର କରି ଗଣି କାର୍ଯ୍ୟସହ ଆମେ ବେସ ପରିଚିତ । ଗୋଟି ଗୋଟି କରି ଗଣିବା ବା ଦଶଟିକିଆ ବିଦା ଓ ଗୋଟିକିଆ କାଠି ସାହାଯ୍ୟରେ ଗଣିତ କାର୍ଯ୍ୟ ପ୍ରାୟ ସମସ୍ତେ ପ୍ରଥମେ ,ଦ୍ଵିତୀୟ ଶ୍ରେଣୀ କରିଥାନ୍ତି । କାଠି ବ୍ୟବହାର କରି ଆଉ କେତେ ପ୍ରକାର ଗଣିତ ଶିକ୍ଷା କରିହେବ ଏଠାରେ ଦର୍ଶଯାଇଛି ।
ଦୁଇଜଣ ପିଲା ବା ୫ ଜଣ କରି ଦୁଇଟି ଦଳପିଲା ଏହି ଖେଳ ଖେଳିପାରିବେ । ଏଥିପାଇଁ ରଙ୍ଗର ଯଥା :ଲାଲ , ଓ ଧଳା କାଠି ଆବଶ୍ୟକ । ଲାଲ ରଙ୍ଗର କାଠିକୁ ୯ ଖଣ୍ଡ ଏବଂ ଧଳା ରଙ୍ଗର କାଠିରୁ ୯ ଖଣ୍ଡ ଏପରି ୧୮ ଖଣ୍ଡ ସମାନ ଦୈର୍ଘ୍ୟ ବିଶିଷ୍ଟ ସାରୁ କାଠି ( ଆନୁମାନିକ ୧୫ ସେମି ବା ୨୦ ସେମି ) ଏବଂ ଅନ୍ୟଏକ ମୁନିଆ କାଠି (୨୫ ରୁ ୩୦ ସେମି ) ଦରକାର ।
ଏହା ଦ୍ଵାରା ଦୁଇ ଅଙ୍ଗ ବିଶିଷ୍ଟ ସଂଖ୍ୟାର ସ୍ଥାନୟମାନ ବୁଝିହେବ । (୧ ମ ଓ ୨ ୟ ଶ୍ରେଣୀ )
ଏଥିରେ ହଳଦିଆ ରଙ୍ଗର ୯ ଟି କାଠି ମିଶାଇଲେ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ଗଢିବା ସହ ସେମାନଙ୍କର ସ୍ଥାନୟୟମାନ ଜାଣିହେବ । (୩ ୟ ୪ର୍ଥ ଶ୍ରେଣୀ )
କାଠି ବ୍ୟବହାର କରି ଗୁଣନ କରିବା କେତେ ସହଜ ଆସନ୍ତୁ ଦେଖିବା ।
୨X ୧ ଗୁଣନଫଳ ପାଇବା ପାଇଁ ଦୁଇଟି କାଠିକୁ ସମାନ୍ତର ଭାବେ ରଖିଦେବା ଓ ଅନ୍ୟ ଗୋଟିଏ କାଠିକୁ ଏହି ଦୁଇକାଠିର ଛେଦକ ଭାବେ ରଖିବା । ଛେଦବିନ୍ଦୁଗୁଡିକ ଗଣିବା । ଏଠାରେ ଦୁଇଟି ୨X ୧ = ୨ ଛେଦବିନ୍ଦୁ ପାଉଛେ । ସେଥିପାଇଁ ୨X ୧ = ୨ ।
ଏହିପରି ଭାବେ ପିଲାମାନେ ନିଜେ ଗୁଣନାକନ୍ଦା ପ୍ରସ୍ତୁତ କରିପାରିବେ ଓ ଗୁଣନକନ୍ଦା ମୁଖସ୍ତ କରିବା ଆଦୌ ଆବଶ୍ୟକ ହେବନାହିଁ । ( କାଠି ବଦଳରେ ଖାତା ବା କଳାପଟାରେ ଗାର ଟାଣି ମଧ୍ୟ ଗୁଣନ କରିପାରିବେ ) ।
ଆଧାର : ପୋର୍ଟାଲ ଟିମ
Last Modified : 6/23/2020