ଓଡ଼ିଶାର ରାଜନୀତି ଓ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ନନ୍ଦିନୀ ଶତପଥୀ, ଏକ ସୁପ୍ରତିଷ୍ଠିତ ସାହିତ୍ୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କାଳିନ୍ଦୀଚରଣ ପାଣିଗ୍ରାହୀ ଥିଲେ ସବୁଜ ସାହିତ୍ୟର ଅନ୍ୟତମ ପ୍ରବର୍ତ୍ତକ । ତାଙ୍କ ପିତୃବ୍ୟ ଭଗବତୀ ଚରଣ ପାଣିଗ୍ରାହୀ ପ୍ରଗତିବାଦୀ ଓଡ଼ିଆ ସାହିତ୍ୟ-ଆନ୍ଦୋଳନର ସୂତ୍ରଧର ଥିଲେ । ଛାତ୍ରୀ ଅବସ୍ଥାରୁ ଓଡ଼ିଆ କବିତା ଓ କ୍ଷୁଦ୍ରଗଡ଼ ରଚନାରେ ସେ ମନୋନିବେଶ କରିଥିଲେ । କିନ୍ତୁ ରାଜନୀତିକ ଜୀବନର ବ୍ୟସ୍ତତା ମଧ୍ୟରେ ତାଙ୍କର ସାରସ୍ଵତ ସାଧନା ସୃଢ଼ ହେଲେ ମଧ୍ୟ ଥିଲା ଶକ୍ତିଶାଳୀ । ଏକଦା ସେ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।
ତାଙ୍କ ରଚିତ ଓଡ଼ିଆ କ୍ଷୁଦ୍ରଗଳ୍ପ ଗୁଡ଼ିକ ' କେତୋଟି କଥା' ଓ 'ସପ୍ତଦଶୀ' ନାମକ ପୁସ୍ତକ ଦୁଇଟିରେ ସଂକଳିତ । ଅନୁବାଦ ସାହିତ୍ୟରେ ତାଙ୍କ କୃତିତ୍ୱ ଅବିସମ୍ବାଦିତ । ଅନୁଦିତ କୃତି ‘ଗାନ୍ଧି କଥାମୃତ' ନିର୍ମିତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ' ଦ୍ଵାରା ପୁରସ୍କୃତ । ୧୯୯୮ରେ 'ସାହିତ୍ୟ ଭାରତୀ' ସମ୍ମାନ ଦ୍ଵାରା ସେ ସମ୍ମାନିତ । କିମ୍ବଦନ୍ତୀ ଓ ଇତିହାସ ଆଧାରରେ କଳିଙ୍ଗର ଜାତୀୟତାବୋଧ, ନାରୀର ସ୍ଵାଭିମାନ, ବୀରତ୍ଵ ଓ ଦେଶପାଇଁ ଆତ୍ମବଳିଦାନ, ହିଂସା ପ୍ରମତ୍ତ ଯୁଦ୍ଧଖୋର ମଣିଷର ପରିବର୍ଜନ ବେଶ୍ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି ଏହି ଗଳ୍ପରେ ।
ତଳେ କ୍ଷୀଣ ଧାରରେ ବହିଯାଉଥିବା ଦୟା ନଦୀର ପାଣି ହଠାତ୍ ଫୁଲି ଫୁଲି ଉଠିଲା । ଆଉ ଅଙ୍ଗଦ ଚଉଧୁରୀଙ୍କ ଆଖି ଆଗରେ ଚାହୁଁ ଚାହୁଁ ପାଣିର ରଙ୍ଗ ବଦଳିଯାଇ ହୋଇଗଲା ଲାଲ । ପାଣି ନୁହେଁ, ରକ୍ତର ନଦୀ ।
ଧଉଳି ପାହାଡ଼ର ପାଦଦେଶରେ ଏଇ ବଡ଼ ପଥର ମୁଣ୍ଡିଆଟା ଉପରେ କେତେ— ବେଳୁଁ ବସିରହିଛନ୍ତି ସେ । ଅଙ୍ଗଦ ଚୌଧୁରୀ ଇତିହାସର ଛାତ୍ର । ଆସିଛନ୍ତି ନାଳନ୍ଦା ବିଶ୍ଵବିଦ୍ୟାଳୟରୁ ଗବେଷଣା କାର୍ଯ୍ୟରେ । ବହୁବର୍ଷ ତଳେ ମଗଧରୁ ଆସି ସମ୍ରାଟ ଅଶୋକ କଳିଙ୍ଗ ବିଜୟ କରିଥିଲେ । କିନ୍ତୁ କିଏ ଥିଲେ କଳିଙ୍କର ରାଜା ? କାହାକୁ ପରାଜିତ କରି ଅଶୋକ ଉଡ଼ାଇଥିଲେ ନିଜର ବିଜୟ କେତନ ?
ଅଶୋକଙ୍କ ଶିଳାଲେଖା ପଢ଼ିଛନ୍ତି ଅଙ୍ଗଦ । ସେଥିରେ ଅହିଂସା, ଦୟା, କ୍ଷମା ଇତ୍ୟାଦି ବିଷୟରେ ଉଲ୍ଲେଖ ଅଛି । ଆହୁରି ମଧ୍ୟ ଲେଖା ଅଛି। ରାଜାର ରନ୍ଧନଶାଳା ଏବଂ ସାଧାରଣ ପ୍ରଜାର ରନ୍ଧନଶାଳାରେ କେତୋଟି ମୟୁର ମାଂସ ରନ୍ଧନ କରାଯାଇ ପାରିବ । କିନ୍ତୁ କଳିଙ୍ଗ ରାଜାଙ୍କ ବିଷୟରେ ତ। କେଉଁଠି କିଛି ଲେଖା ହୋଇନାହିଁ। ଧଉଳି ପାହାଡ଼ର ଚାରିପଟେ ବୁଲି ବୁଲି ଶେଷରେ ସେ ଆସି ବସି ପଡ଼ିଛନ୍ତି । ଏଇ ପଥର ଉପରେ । ସୂର୍ଯ୍ୟର ଶେଷ କିରଣ କେତେବେଳୁ ଦୟା ନଦୀର ଛାତି ଉପରୁ ଅପସରି ଗଲାଣି ।
ରକ୍ତର ସୁଅକୁ ଚାହିଁ ଚମକି ଉଠିଲେ । ଚାରିଆଡ଼ର କ୍ଷେତବାଡ଼ି କୁଆଡ଼େ ମିଳାଇ ଗଲାଣି । ଘଞ୍ଚ ଜଙ୍ଗଲରେ ଭରି ଗଲାଣି ସମଗ୍ର ଅଞ୍ଚଳ । ତାହାରି ଭିତରୁ ଶୁଣାଯାଉଛି ଅସଂଖ୍ୟା ଘୋଡ଼ା ଟାପୁର ଶବ୍ଦ । ସେ ଆହୁରି ଟିକିଏ କାନ ଡେରିଲେ । ଘୋଡ଼ା ଟାପୁ ଆଉ ହ୍ରେଷାରବ ସହିତ ଅସ୍ତ୍ରର ଝଣତ୍କାରରେ କମ୍ପି ଉଠିଲା ଧଉଳି ପର୍ବତ ।
ଦୁଇ ଆଣୁ ଭିତରେ ମୁହଁକୁ ଗୁଞ୍ଜି ବସି ରହିଲେ ଅଙ୍ଗଦ । ଭୟରେ ସମଗ୍ର ଶରୀର ତାଙ୍କର କମ୍ପି କମ୍ପି ଉଠୁଥିଲା। କେତେବେଳେ ଯାଏଁ ସେ ସେହିଭଳି ବସି ରହିଛନ୍ତି, ‘ଖିଆଲ ନାହିଁ । ହଠାତ୍ କାନ୍ଧ ଉପରେ କାହାର ସ୍ପର୍ଶରେ ସେ ଚମକି ପଡ଼ି ମୁଣ୍ଡ ଟେକିଲେ । ସାମନାରେ ଠିଆ ହୋଇଛନ୍ତି ଜଣେ ଦୀର୍ଘଦେହୀ ପୁରୁଷ । ବେଶପୋଷାକରୁ ମନେହେଉଛି ରାଜବଂଶର ଲୋକ । ଆଖି ଦୁଇଟାରେ ଅସାମାନ୍ୟ ଦୀପ୍ତି । ଗୋଟିଏ ଅଭୟ ହାତ ସେ ବଢ଼ାଇ ଦେଉଛନ୍ତି ଅଙ୍ଗଦଙ୍କ ଆଡ଼କୁ ।
ହଠାତ ଅଙ୍ଗଦଙ୍କର ଯେପରି ସବୁ ଭୟ ଦୂର ହୋଇଗଲା । ସେ ସେଇ ପ୍ରସାରିତ ହାତଟିକୁ ଧରି ଠିଆ ହୋଇପଡ଼ି ପଚାରିଲେ, ‘ଆପଣ କ'ଣ କଳିଙ୍ଗର ମହାରାଜା ? ''
“ ନାଁ, ମୋ ସହିତ ଆସ । ତୁମକୁ ମୁଁ ନେଇଯିବି କଳିଙ୍ଗର ମହାରାଜାଙ୍କ ପାଖକୁ I” ନିମନ୍ତ୍ରଣ ନୁହେଁ, ଆଦେଶ ଭଳି ଶୁଣାଗଲା। ସେଇ ଗମ୍ଭୀର ସ୍ଵର ।
ଏବଂ ମନ୍ତ୍ରଚାଳିତବତ୍ ଅଙ୍ଗଦ ଅନୁସରଣ କଲେ ସେହି ଦୀର୍ଘଦେହୀଙ୍କୁ । କିନ୍ତୁ ତାଙ୍କ ଗତି ସହିତ ତାଳ ପକାଇ ଚାଲିବା ସହଜ ନ ଥିଲା । ଅଟକି ଯାଉଥିଲେ ଅଙ୍ଗଦ ମଝିରେ ମଝିରେ । ଥରେ ମାତ୍ର ପଛରୁ କହି ଉଠିଲେ, ' ଆପଣଙ୍କ ସହିତ ଚାଲିବା ତ ଭାରି କଷ୍ଟ । ଦୟାକରି ଗତି ଟିକିଏ ଶିଥୁଳ କରନ୍ତୁ ।'
'ମୁହୁର୍ତ୍ତିକ ପାଇଁ ମଧ୍ୟ ପଛକୁ ନ ଚାହିଁ ସେ କହିଲେ, * ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ ।'
କଳିଙ୍ଗ ରାଜପ୍ରସାଦର ଦରବାର କକ୍ଷ ନିକଟରେ ପହଞ୍ଚାଇ ଦେଇ କେଉଁଆଡ଼େ ଚାଲିଗଲେ ସେହି ବ୍ୟକ୍ତି । ଅଙ୍ଗଦ ଦେଖିଲେ, ମହାରାଣୀ କୁରୁବକୀ ଧୀରେ ଧୀରେ ଓହ୍ଲାଇ ଆସୁଛନ୍ତି ପାହାଚ ପରେ ପାହାଚ ଅତିକ୍ରମ କରି ଦରବାର କକ୍ଷକୁ। ଦୁଇପଟେ ଦାସ ଦାସୀଗଣ ମୁଣ୍ଡ ନୁଆଁଇ ସମ୍ମାନ ଜଣାଉଛନ୍ତି । ମହାରାଣୀଙ୍କ ପ୍ରବେଶ ମାତ୍ରେ ଦରବାର କକ୍ଷର ସମସ୍ତ ଗୁଞ୍ଜନ ହଠାତ ସ୍ତବଧ ହୋଇଗଲା ।
ପାତ୍ର ମନ୍ତ୍ରୀ ପାରିଷଦ ବର୍ଗଙ୍କ ସମେତ ସମସ୍ତ ସେନାନାୟକମାନେ ସସସ୍ତମ ଅଭିବାଦନ ଜଣାଇଲେ ମହାରାଣୀଙ୍କୁ । କୁରୁବକୀ ନିଜେ ଆସନ ଗ୍ରହଣ କରି ଅନ୍ୟମାନଙ୍କୁ ବସିବାକୁ ନିର୍ଦେଶ ଦେଲେ ।
ଗୃହରେ ଆସୀନ ସମସ୍ତଙ୍କ ମୁହଁରେ ଗଭୀର ଉତକଣ୍ଠା । କେହି କାନ ଡେରିଲେ ହୁଏତ ଶୁଣିପାରନ୍ତା କେବଳ ଦୃତ ହୃତସ୍ପନ୍ଦନର ଶବ୍ଦ । ସମସ୍ତ ଉଦବେଗର ଅବସାନ ଘଟାଇ ମହାରାଣୀ କୁରୁବକୀ ଘୋଷଣା କଲେ – ‘ ମହାରାଜାଙ୍କ ଅବସ୍ଥାର କୌଣସି ପରିବର୍ଭନ ହୋଇନାହିଁ । କିନ୍ତୁ ସେ ଆପଣମାନଙ୍କ ବିଚାରପାଇଁ ଏକ ବାର୍ଭା ପଠାଇଛନ୍ତି ।'
କେବଳ ମହାମନ୍ତ୍ରୀ ନିଜ ଆସନରୁ ଉଠି କହିଲେ, “ଆଜ୍ଞା କରନ୍ତୁ ମହାରାଣୀ ! କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରୋଧାର୍ଯ୍ୟ !”
କୁରୁବକୀ ଉପସ୍ଥିତ ସମସ୍ତଙ୍କ ଉପରେ ଥରେ ଆଖି ବୁଲେଇ ଆଣିଲେ । ତା’ପରେ ଧୀରେ ଧୀରେ କହିଲେ, ‘ଆମର ଏକମାତ୍ର ଦାୟାଦ ରାଜଜେମା ରାଜେଶ୍ଵରୀଙ୍କୁ ମହାରାଜ ଏ ରାଜ୍ୟର ଦାୟିତ୍ଵ ଅର୍ପଣ କରିବାକୁ ଚାହାନ୍ତି । ତାଙ୍କର ଅନୁପସ୍ଥିତିରେ ବର୍ତ୍ତମାନଠାରୁ ସେ ସମସ୍ତ କାର୍ଯ୍ୟ ପରିଚାଳନା କରନ୍ତୁ ବୋଲି ମହାରାଜଙ୍କର ଇଚ୍ଛା । ଆପଣମାନଙ୍କର କ'ଣ ଏଥିରେ ସମ୍ମତି ଅଛି?”
ଇଏ କି ଅଭୂତ କଥା ! ରାଜା ନିଜର ଉତ୍ତରାଧୁକାରୀ ମନୋନୀତ କରିବେ- ଇଏ ତ ଗଣତନ୍ତ୍ରର ନିୟମ ! ଏଠି ପୁଣି ପାତ୍ର ମନ୍ତ୍ରୀ ସଭାସଦମାନଙ୍କର ସମ୍ମତିର ପ୍ରଶ୍ନ ଉଠୁଛି କୁଆଡ଼ୁ ?
ସଭାସଦମାନଙ୍କ ମଧ୍ୟରେ କେତେକଙ୍କ ମୁହଁର ରେଖା ହଠାତ୍ କଠିନ ହୋଇଗଲା । କିନ୍ତୁ ମହାମନ୍ତ୍ରୀ ଓ ଅନ୍ୟମାନେ ଏହି ପ୍ରସ୍ତାବକୁ ଅତି ଆଗ୍ରହରେ ଗ୍ରହଣ କରି ନେଇ କହିଲେ, ଏ ତ ଖୁବ୍ ଆନନ୍ଦର କଥା । ପୁତ୍ର ଭଳି କନ୍ୟାକୁ ମଧ୍ୟ ରାଜସିଂହାସନ ପ୍ରଦାନ କରିବାର ପରମ୍ପରା ଏ ରାଜ୍ୟରେ ରହିଛି । ପୁଣି ବୁଦ୍ଧି ବୀରତ୍ଵରେ ରାଜଜେମା ତ କୌଣସି ରାଜପୁତ୍ରଠାରୁ ଉଣା ନୁହନ୍ତି ।
ସମସ୍ତଙ୍କ ଅନୁରୋଧ କ୍ରମେ ସ-ପତି ରାଜଜେମା ରାଜେଶ୍ଵରୀ ଦରବାର କକ୍ଷକୁ ଆସିଲେ । ସଭାସଦମାନଙ୍କୁ ଅଭିବାଦନ କରି ବସିବା ପରେ ସେ କହିଲେ, ‘ ପିତାଙ୍କର ଇଚ୍ଛାକୁ ଆପଣମାନେ ସ୍ଵୀକାର କରିଛନ୍ତି-ସେଥିପାଇଁ ମୁଁ କୃତଜ୍ଞ । କିନ୍ତୁ ଆପଣମାନେ ତ ଜାଣନ୍ତି, ମୁଁ ଜଣେ ସାଧାରଣ ନାରୀ । ରାଜ ପରିବାରରେ ଜନ୍ମ ହୋଇଛି ସତ, କିନ୍ତୁ । ରାଜକାର୍ଯ୍ୟ ପରିଚାଳନା କରିବା ସଂପର୍କରେ ମୋର କୌଣସି ଅଭିଜ୍ଞତା ନାହିଁ । ଏ କାର୍ଯ୍ୟ ମୁଁ ଠିକ ଭାବରେ ତୁଲାଇ ପାରିବି ବୋଲି କ'ଣ ଆପଣମାନେ ବିଶ୍ଵାସ କରୁଛନ୍ତି ?'
ଯେଉଁମାନେ ନୀରବ ରହିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଠିଆ ହୋଇ କହିଲେ, କିନ୍ତୁ ବର୍ତ୍ତମାନ ତ ଖାଲି ସାଧାରଣ ଭାବରେ ରାଜ୍ୟ ଚଳାଇବାର ଅବସ୍ଥା ନାହିଁ । ମଗଧସମ୍ରାଟ ଅଶୋକ ବିପୁଳ ସୈନ୍ୟବାହିନୀ ଧରି କଳିଙ୍ଗ ଆକ୍ରମଣ କରିଛନ୍ତି । କଳିଙ୍ଗ ଉପକଣ୍ଠରେ ଯୁଦ୍ଧ ଆରମ୍ଭ ହୋଇଗଲାଣି । ଅଚାନକ ଆକ୍ରମଣରେ ଆମର ସୀମାନ୍ତବାହିନୀ ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି । ବର୍ତ୍ତମାନ ଅତି ଦୂତ ବେଗରେ ସେମାନେ ରାଜ୍ୟ ଭିତରକୁ ମାଡ଼ି ଆସୁଛନ୍ତି ।'
ମହାମନ୍ତ୍ରୀ ଚିନ୍ତିତ ସ୍ଵରରେ କହିଲେ, “ହଁ ରାଜଜେମା । କଳିଙ୍ଗ ଏକ ଅତି ସଂକଟ ମୂହୁର୍ତ୍ତରେ ଆସି ପହଞ୍ଚିଛି ।'
‘ ମୁଁ ସେ କଥା ଜାଣେ, ମହାମନ୍ତ୍ରୀ ।! ଏହି ମୂହୁର୍ତ୍ତରେ ଆମେ ରଣକୌଶଳ ସ୍ଥିର କରି କାର୍ଯ୍ୟ ଆରମ୍ଭ ନ କଲେ କଳିଙ୍ଗକୁ ରକ୍ଷା କରିବା ସମ୍ଭବ ହେବ ନାହିଁ। ଆପଣମାନେ କ'ଣ ଏଥିପାଇଁ ମୋ ସହିତ ସହଯୋଗ କରିବେ ନାହିଁ?
ରାଜେଶ୍ଵରୀଙ୍କ କଣ୍ଠର ଦୃଢ଼ତା ଏକ ଅଭୂତ ପ୍ରଭାବ ସୃଷ୍ଟି କଲା । ସମସ୍ତେ ସମସ୍ଵରରେ କହିଲେ, “ହଁ, ନିଶ୍ଚୟ କରିବୁ ।' ଏହାପରେ ରାଜେଶ୍ଵରୀ ଯାହା କହିଲେ ତାହା ଅତି ବିଚିତ୍ର । 'ମୁଁ ଆପଣମାନଙ୍କ ମଧ୍ୟରୁ ଏପରି ବାର ଜଣ ଯୋଦ୍ଧାଙ୍କୁ ଚାହେଁ, ଯେଉଁମାନେ ଆଜି ମୋ ସହିତ ସମ୍ମୁଖ ସମରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ଦରବାର କକ୍ଷ ସ୍ତବଧ । ସମସ୍ତେ ପରସ୍ପରର ମୁହଁକୁ ଚାହୁଁଛନ୍ତି । କେହି ଜଣେ କ୍ଷୀଣ କଣ୍ଠରେ କହିଲେ’ଆଜି ?’
' ହିଁ ବର୍ତ୍ତମାନ । ଆଉ ଶୁଣନ୍ତୁ, ଏହି ବାର ଜଣଙ୍କୁ ମୁଁ ମନୋନୀତ କରିବି ନାହିଁ । ଯେଉଁମାନେ ସେଚ୍ଛାରେ ଆଗେଇ ଆସିବେ ସେଇମାନଙ୍କୁ ହିଁ ସାଙ୍ଗରେ ନେବି।
ରାଜେଶ୍ଵରୀଙ୍କ କଥାର ପ୍ରତିକ୍ରିୟା ଦେଖାଦେଲା ଏଥର । ଜଣ ଜଣ ହୋଇ ଯୋଦ୍ଧା ନିଜ ଆସନରୁ ଉଠି ଠିଆ ହେଲେ । ସେମାନଙ୍କ ଭିତରେ ରାଜେଶ୍ଵରୀଙ୍କ ପତି ବି ଥିଲେ । ଏହି ସଂଖ୍ୟା ବାରକୁ ଅତିକ୍ରମ କରିଯାଇଥିଲା ।
ଏଥର ସ୍ଥିତ ହସି ରାଜେଶ୍ଵରୀ ଅତି ନମ୍ରତାର ସହିତ କହିଲେ, ‘ ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏଥର ସଭାଗୃହ ତ୍ୟାଗ କରିବାକୁ ମୁଁ ଅନୁରୋଧ କରୁଛି । ଏଇ ଯୋଦ୍ଧାମାନଙ୍କ ସହିତ ମୋର କିଛି ଗୋପନ ମନ୍ତ୍ରଣା କରିବାକୁ ଅଛି ।
ଅନ୍ୟ ସମସ୍ତେ ଅଭିବାଦନ ଜଣାଇ ସଭାଗୃହ ଛାଡ଼ି ଚାଲିଗଲା ପରେ ରାଜେଶ୍ଵରୀ ସେନାଧ୍ୟକ୍ଷମାନଙ୍କୁ କହିଲେ, ‘ପ୍ରଥମ ପର୍ଯ୍ୟାୟରେ ମୁଁ କେବଳ ବାର ଜଣଙ୍କୁ ଚାହିଁଛି । ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ମୁଁ ପରେ ଡାକିବି ।"
କିନ୍ତୁ କେହି ସଭାଗୃହ ଛାଡ଼ି ଯାଉ ନଥିବାର ଦେଖି ସେ ନିଜେ ସେଇ ପାଞ୍ଚଜଣଙ୍କୁ ଯିବାପାଇଁ ନିର୍ଦେଶ ଦେଲେ, ଯେଉଁମାନେ ପ୍ରଥମରୁ ତାଙ୍କର ନେତୃତ୍ଵ ଗ୍ରହଣ କରିବାକୁ କୁଣ୍ଡିତ ହୋଇଥିଲେ ।
ତା'ପରେ ଆରମ୍ଭ ହେଲା ରାଜେଶ୍ଵରୀଙ୍କ ମନ୍ତ୍ରଣା । ଗମ୍ଭୀର ସ୍ଵରରେ ସେ କହିଲେ, ‘ ମଗଧର ସେନାବାହିନୀ ବିପୁଳ । ଅତି ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ସେମାନଙ୍କୁ ସମ୍ମୁଖ ସମରରେ ମୁକାବିଲା କରିବାପାଇଁ କଳିଙ୍ଗର ଶକ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ପରାସ୍ତ କରିବାକୁ ହେଲେ ଦୀର୍ଘଦିନ ଧରି ଆମକୁ ଯୁଦ୍ଧ ଚଳାଇ ଯିବାକୁ ପଡ଼ିବ । “ଆପଣମାନେ କ'ଣ ଏଥିରେ ସମ୍ମତ? ''
ଏଭଳି ରଣକୌଶଳ ବୁଝିବାକୁ ଯୋଦ୍ଧାମାନେ ଅକ୍ଷମ ହେଲେ ମଧ୍ୟ, ସମସ୍ଵରରେ କହିଲେ, ‘ନିଶ୍ଚୟ' ?
ରାଜେଶ୍ଵରୀ କହିଲେ, ‘ ତାହେଲେ ପ୍ରଥମ କଥା ହେଲା ଆମର ଆଜିର ନିଷ୍ପତ୍ତି ସମ୍ପର୍କରେ ଏଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଆଉ ଜଣେ ବି କେହି ଯେପରି ନ ଜାଣେ ସେଥି ପ୍ରତି ଆପଣମାନେ ସଜାଗ ରହିବେ । ଦ୍ଵିତୀୟତଃ, ଏ ଯୁଦ୍ଧରେ କେହି ଜଣେ ସେନାପତି ନୁହଁନ୍ତି । ଆପଣମାନେ ପ୍ରତ୍ୟେକ ଜଣେ ଜଣେ ସେନାପତି ବୋଲି ମନେରଖିବେ ।' ଏତିକି କହି ବାର ଜଣଯାକଙ୍କୁ ପୃଥକ୍ ପୃଥକ ଭାବରେ ନିକଟକୁ ଡାକି ଅତି ନିମ୍ନସ୍ଵରରେ ରାଜେଶ୍ଵରୀ କିଛି ନିର୍ଦେଶ ଦେଲେ । ଅଙ୍ଗଦଙ୍କ ସମ୍ମୁଖରେ ପୁଣି ସେହି ପୁରୁଷ । ଗୁରୁ ଗମ୍ଭୀର ସ୍ଵରରେ ନିର୍ଦେଶ ଦେଲେ -ଏଥର ଚାଲ ଦେଖିବା ସେହି କଳିଙ୍ଗ ଯୁଦ୍ଧ, ଯେଉଁଠାରୁ ମୁଁ ତମକୁ ଡାକି ଆଣିଥିଲି।
ଧଉଳି ଅଞ୍ଚଳ ଥରି ଉଠୁଛି ଘୋଡ଼ା ଟାପୁର ଶବ୍ଦରେ, ଅସ୍ତ୍ରର ଝଣତ୍କାରରେ , ଆହତ ସୈନିକର ଆର୍ଭ ଚିତ୍କାରରେ । ଦୟା ହୋଇଯାଇଛି ରକ୍ତର ନଦୀ । କେବେ କେମିତି ଶୁଣାଯାଉଛି ସେନାପତିଙ୍କର ଆଦେଶ । କାହାର ସେନାପତି ? କେଉଁ ସୈନ୍ୟମାନେ ନିହତ ହେଉଛନ୍ତି ? ମଗଧର ନାଁ କଳିଙ୍ଗର ?
ଦିନପରେ ଦିନ ବିତିଯାଉଛି-ମାସ ପରେ ମାସ ବି। ଧାଡ଼ି ଧାଡ଼ି ହୋଇ କଳିଙ୍ଗର ଗାଁ ଗଣ୍ଡାରୁ ଲୋକ ଆସୁଛନ୍ତି-ହାତରେ ଖଣ୍ଡା, ତଲବାର, ତୀର, ବର୍ଚ୍ଛା । ଲଢ଼େଇରେ ମିଶୁଛନ୍ତି । ଦୟାରେ ରକ୍ତର ସୁଅ ଘନ ହେଉଛି ।
ଶିବିର ଭିତରେ ବସିଛନ୍ତି ଚିନ୍ତାନିତ ସମ୍ରାଟ ଅଶୋକ । ଆଦେଶକୁ ଅପେକ୍ଷା କରି ପାଖରେ ଠିଆ ହୋଇଛନ୍ତି ମହାମନ୍ତ୍ରୀ !
‘ ଏ କ'ଣ ହେଉଛି ମହାମନ୍ତ୍ରୀ, ଚାରିମାସ ହେଲା ଯୁଦ୍ଧ ଚାଲିଛି । ହଜାର ହଜାର ସୈନ୍ୟ ମୃତାହତ ହେଲେଣି । ଆମ ପାଖରୁ ରସଦ ଶେଷ ହେଲାଣି । ଅଥଚ ଆପଣ ତ କହିଥିଲେ କଳିଙ୍ଗକୁ ଜୟ କରିବାକୁ ମାତ୍ର ଦୁଇଦିନ ଲାଗିବ । ରୁଗଣ ମହାରାଜ ଯୁଦ୍ଧ କରିବାକୁ ଅକ୍ଷମ-ସଙ୍ଗେ ସଙ୍ଗେ ଆମ୍ବ ସମର୍ପଣ କରିବେ । କିନ୍ତୁ ମୁଁ ତ ଯୁଦ୍ଧ ଶେଷ ହେବାର କୌଣସି ଲକ୍ଷଣ ଦେଖୁନାହିଁ । କିଏ ଏ ଯୁଦ୍ଧ ଚଳାଉଛି ? ''
ସମ୍ରାଟଙ୍କ ପ୍ରଶ୍ନର କୌଣସି ଉତ୍ତର ନଥିଲା। ମନ୍ତ୍ରୀଙ୍କ ପାଖରେ । ଅତ୍ୟନ୍ତ ବିଚଳିତ ସ୍ଵରରେ ସେ କହିଲେ, ‘ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି, ମହାରାଜ ! କିଏ ଚଳାଉଛି ଏ ଯୁଦ୍ଧ ? କେବଳ ସୈନ୍ୟ ନୁହନ୍ତି, ହଜାର ହଜାର ସଂଖ୍ୟାରେ କଳିଙ୍ଗର ସାଧାରଣ ପ୍ରଜା ଯୁଦ୍ଧ କରିବାକୁ ଆଗେଇ ଆସୁଛନ୍ତି । ଅଦ୍ଭୁତ !'
ଅଶୋକ କ୍ଷୁବ୍ଧ ସ୍ଵରରେ କହିଲେ, ‘ମୁଁ କଳିଙ୍ଗ ପ୍ରଜାଙ୍କ ପ୍ରଶଂସା ଶୁଣିବାକୁ ଆପଣଙ୍କୁ ଏଠିକି ଡାକି ନାହିଁ। ତୁରନ୍ତ ସସମ୍ମାନରେ ଏ ଯୁଦ୍ଧ ଶେଷ କରିବାର ବ୍ୟବସ୍ଥା କରନ୍ତୁ ।'
'ବ୍ୟବସ୍ଥା କରିଛି, ମହାରାଜ ।’ ମହାମନ୍ତ୍ରୀ ସମ୍ରାଟଙ୍କ ନିକଟକୁ ଘୁଞ୍ଚିଆସି ନିମ୍ନସ୍ଵରରେ କିଛି କହିବାକୁ ଲାଗିଲେ ।
ପରଦିନ ପ୍ରତ୍ୟୁଷରେ ସମଗ୍ର କଳିଙ୍ଗ ରାଜ୍ୟରେ ନାଗରା ବାଜିଲା । ଘୋଷଣା କରାଗଲା, ମଗଧ ସମ୍ରାଟ ଅଶୋକ ଯୁଦ୍ଧର ଏ ବିଭୀଷିକା ଦେଖି ଅତ୍ୟନ୍ତ ମର୍ମାହତ । ଏହି ନରହତ୍ୟାକୁ ସେ ଆଜିଠାରୁ ବନ୍ଦ କରିବାକୁ ନିଷ୍ପତ୍ତି କଲେ । କେବଳ ଆଜି ନୁହେଁ, ଭବିଷ୍ୟତରେ ମଧ୍ୟ ସମ୍ରାଟ ଅଶୋକ ଆଉ ଯୁଦ୍ଧ କରିବେ ନାହିଁ। ସେ ବୁଦ୍ଧଙ୍କର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେଲେ ।
ପ୍ରାୟ ପୁରୁଷ-ଶୂନ୍ୟ କଳିଙ୍ଗ ରାଜ୍ୟ ବକ୍ଷରେ ସ୍ତବଧତା ନଇଁଆସିଲା ।
ଯୋଦ୍ଧା ବେଶରେ ଅସଂଖ୍ୟ ମୃତ ଓ ଆହତ ସୈନିକଙ୍କ ମଧ୍ୟରେ ଏ ଉଜ୍ଜ୍ଵଳ ମୂର୍ତ୍ତି କିଏ ? ଧଉଳିର ଜଙ୍ଗଲ ଭିତରେ ମଗଧ ସେନାପତିଙ୍କ ସହ ପ୍ରଚଣ୍ଡ ଯୁଦ୍ଧ କରି ମୃତ୍ୟୁ ବରଣ କରିଛି ରାଜେଶ୍ଵରୀ ।
ସ୍ତମ୍ଭୀଭୂତ ଅଙ୍ଗଦଙ୍କ ସମ୍ମୁଖରେ ପୁଣି ସେହି ଦୀର୍ଘଦେହୀ ! ଅତ୍ୟନ୍ତ ସାହସ ସଞ୍ଚୟ କରି ଅଙ୍ଗଦ ପଚାରିଲେ, ‘କିନ୍ତୁ ଇତିହାସରେ ୟା’ଙ୍କର ନାଁ ନାହିଁ କାହିଁକି ?
‘ତୁମେ କ’ଣ ଜାଣ ନାହିଁ, ଇତିହାସ ବାରମ୍ବାର ପ୍ରମାଣ କରି ଦେଇଛି ଯେ ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର । ତୁମେ ଖୁବ୍ ବଡ଼ ବୀର ହୋଇଥାଇ ପାର । କିନ୍ତୁ ଯଦି ସାମ୍ରାଜ୍ୟ ସ୍ଥାପନ କରିପାରି ନାହିଁ, ତେବେ ଇତିହାସ ତୁମ ନାମ ଉଚ୍ଚସ୍ଵରରେ ପ୍ରଚାର କରିପାରିବ ନାହିଁ । ସାମ୍ରାଜ୍ୟ ରକ୍ଷା କରିବାପାଇଁ ଅଥବା ବିସ୍ତାର କରିବାପାଇଁ ତୁମକୁ ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ହେବ । କଳିଙ୍ଗର ମହାରାଜା ବା ତାଙ୍କ କନ୍ୟା ତ ତାହା କରିପାରି ନାହାନ୍ତି ।
ସେ ଦ୍ରୁତ ପଛକୁ ଫେରି ଚାଲିବାକୁ ଲାଗିଲେ । ଅଙ୍ଗଦ ପାଟିକରି ଉଠିଲେ—ଆପଣ ଆପଣ କ'ଣ ଇତିହାସ-ପୁରୁଷ ?'
ଅଙ୍ଗଦ ଆଖି ଖୋଲିଲେ । ରାତି ଶେଷ ହୋଇ ଆସୁଛି । ଶାନ୍ତିସ୍ତୂପ ଉପରେ, ଆକାଶରେ କେବଳ ଗୋଟିଏ ତାରା ଉଜ୍ଜ୍ଵଳ ହୋଇ ଦେଖାଯାଉଛି ।
ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
Last Modified : 6/21/2020