ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ କବି ଅନନ୍ତ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ସାମ୍ୟବାଦୀ ଚିନ୍ତାଧାରାର କବିତା ରଚନା ପାଇଁ 'ନବଯୁଗ ସାହିତ୍ୟ ସଂସଦ' ଜରିଆରେ ଯେଉଁ ଆନ୍ଦୋଳନ ହୋଇଥିଲା ତହିଁରେ ସେ ଅଂଶ ଗ୍ରହଣ କରିଥିଲେ । ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଂଗୀତ ରୂପେ ଏହି କବିତାଟି ଗାନ କରାଯାଇଥିଲା । ରକ୍ତ ଶିଖା, ଛାଇରେ ଛିଟା, ଅଲୋଡ଼ାଲୋଡ଼ା, ଅବାନ୍ତର, କିଞ୍ଚିତ ଆଦି କବିତା ସଂକଳନ ତାଙ୍କ କାବ୍ୟକୃତିର ସାର୍ଥକ ପରିଚୟ । 'ଅବାନ୍ତର' କବିତା ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ପୁରସ୍କୃତ ।
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ଏହି କବିତାର ଅନ୍ତଃସ୍ଵର ।
ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନହରା, ବକ୍ଷ ଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକଧାରା | ୦ | ଛିନ୍ନ କରରେ ବନ୍ଧନରାଜି କ୍ରନ୍ଦନ ହେଉ ଶେଷ, ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଶତ ଦେଶ । ମହାମାନବର ଶଙ୍ଖ ଶବଦେ ଶମୁରେ ଦୁଃଖ ଜ୍ଵାଳା ଜାଗ ବନ୍ଧନହରା |୧| ‘ମରଣ ଦୁଆରେ ଚରଣ ଅରପି ଗାଅରେ ଅମର ଗାନ, ପୋଛିଦିଅ ଆଜି ମାନବ ଶିରମୁଁ ସଂଚିତ ଅପମାନ, ଲଂଘି ବନାନୀ ଶୈଳ। ସାଗର ଚୂରରେ ତିମିର କାରା । ୨। ମରୁ ପଥେ ପଥେ ନିର୍ଝର ସୃଜି ଯାତ୍ରା କର ହେ କର, ସ୍ପନ୍ଦନ ବହି ଅନ୍ତରେ କୋଟି ପ୍ରଦୀପ ଉଚ୍ଚେ ଧର । ଶଙ୍କିତ ହେଉ କଂପିତ ପ୍ରାଣେ ଚନ୍ଦ୍ର ତପନ ତାରା | ୩ | ସନ୍ଧାନୀ ତବ ସନ୍ଧାନ ପଥେ କଣ୍ଟକ ଟେକେ ଶିର, ସମ୍ମୁଖେ ତବ କୁହେଳି ରଚଇ ମୋହ ମମତାର ନୀର । ଭିନ୍ନ କରି ସେ ତନ୍ଦ୍ରା-ପରଶ ହସାଅ ଭୂବନ ସାରା ।୪। ଚିରି ଅତୀତର ଜୀର୍ଣ୍ଣ ଜୀବନ ଜାଗା ଆହେ ଭବିଷ୍ୟତ, ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ ପୀଡ଼ନର ପରବତ । ଭାଜି ପଡ଼ୁ ଆଜି ଅର୍ଗଳ ରାଜି ଘେନ ବିଜୟର ମାଳା, ଜାଗ ବନ୍ଧନହର । |
ଶବ୍ଦ |
ଅର୍ଥ |
ବନ୍ଧନହରା |
ସକଳ ପ୍ରକାରର ବନ୍ଧନରୁ ମୁକ୍ତ ହୋଇଥିବା । |
ଶୋଣିତ |
ରକ୍ତ
|
ଛିନ୍ନ |
ଚିଣ୍ଡେଇବା |
ଲୁପ୍ତ |
ଲୋପ ପାଇଥିବା |
ଶମୁ |
ପ୍ରଶମିତ ହେଉ, କମିଯାଉ |
ଅମର ଗାନ |
ଚିରନ୍ତନ ଗୀତି |
ଶିରସୁଁ |
ମୁଣ୍ଡରୁ |
ସ୍ପନ୍ଦନ |
ଶିହରଣ, କମ୍ପନ |
ଶଙ୍କିତ |
ଭୟଭୀତ |
ତନ୍ଦ୍ରା |
ନିଦ୍ରା |
ଜୀର୍ଣ୍ଣ |
ଦୁର୍ବଳ |
ସ୍ୟନ୍ଦନ |
ରଥ |
ଅର୍ଗଳ |
ବନ୍ଧନ (ଯୂପ) |
ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
Last Modified : 6/21/2020