ଅଷ୍ଟାଦଶ ଶତାଦ୍ଦୀରେ ବିଦ୍ୟୁତ କ୍ଷେତ୍ରରେ ମହାନ ଆବିଷ୍କାର କରିଥିବା ବଡ ବିଜ୍ଞାନୀ ଜଣକ ପରେ ଆଉ ଜଣେ ଜନ୍ମ ହୋଇ ପଡିଲେ । କୁଲମ ସେମାନଙ୍କ ମଧ୍ୟରେ ଜଣେ । ଫ୍ରାନ୍ସ ଦେଶରେ କୁଲମଙ୍କର ଜନ୍ମ । ଖ୍ରୀଷ୍ଟାଦ୍ଦ ୧୭୮୯ ରେ ସେ ଏକ ଗୁରୁତ୍ଵପୂର୍ଣ୍ଣ ବୈଦ୍ୟୁତିକ ନିୟମ ଆବିଷ୍କାର କରିଥିଲେ । ବିଦ୍ୟୁତ ବଳ ମାପିବା ପାଇଁ ଚେଷ୍ଟା କରି ଶେଷରେ ସେ ସଫଳ ହୋଇଥିଲେ । ଦୁଇଟି ସୋଲ ବଲକୁ ଚାର୍ଜ କରି ଦୁହିଁଙ୍କୁ ଗୋଟିଏ ବାଡିର ଦୁଇ ମୁଣ୍ଡରେ ବାନ୍ଧିଲେ । ସେହିପରି ଆଉ ଦୁଇଟି ସୋଲ ବଲକୁ ବିପରୀତ ଚାର୍ଜ ପ୍ରଦାନ କରି ପୂର୍ବ ପରି ବାନ୍ଧିଲେ । ପ୍ରତ୍ୟେକ ବଲଚାର୍ଜର ପରିମାଣ ତାଙ୍କୁ ଜଣାଇଥିଲା । ବିପରୀତ ଭାବେ ଚାର୍ଜିତ ଦୁଇଟି ବଲ ପରସ୍ପରକୁ ଆକର୍ଷଣ କରିବା ଫଳରେ ବଲ ବନ୍ଧା ହୋଇଥିବା ତାରର ମୋଡି ହେଲା । ତାର କେତେ ଗୋଡା ହେଲା ସେଥିରୁ କୁଲମ ଆକର୍ଷଣ ବଳ ମାପିଲେ । କୁଲମ ଲକ୍ଷ୍ୟ କଲେ ବଲ ଦୁହିଁଙ୍କର ଚାର୍ଜରେ ଯେତେ ଅଧିକ ତାରତମ୍ୟ ହେଉଛି ଦୁହିଁଙ୍କର ଆକର୍ଷଣ ସେତେ ବଢୁଛି । ପୁଣି ଲକ୍ଷ୍ୟ କଲେ ବିଲ ଦୁହିଁଙ୍କ ମଧ୍ୟରେ ଦୁରତ୍ଵ ଦୁଇ ଗୁଦ୍ନ ବଢିଲେ ବଲ ଚାରିଭାଗ , ତିନିଗୁଣ ବଢିଲେ ବଳ ନଅଭାଗ କମୁଛି । ଅର୍ଥାତ ଯଦି ଦୁଇଟି ଚାର୍ଜଙ୍କର ପରିମାଣ ଓ
ଏବଂ ଦୁହିଁଙ୍କ ମଧ୍ୟରେ ଦୂରତା d ହୁଏ ତେବେ ବୈଦ୍ୟୁତିକ ବଳ ସହିତ ସମାନୁପାତି ବୈଦ୍ୟୁତିକ ବଳର ନିୟମ ନିଉଟନଙ୍କ ମାଧ୍ୟାକର୍ଷଣ ବଳର ନିୟମ ସହିତ ସମାନ ବୋଲି ଲକ୍ଷ୍ୟକରି କୁଲମ ଓ ତାଙ୍କ ସହଯୋଗୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମାଧ୍ୟାକର୍ଷଣ ଓ ବିଦ୍ୟୁତ ମଧ୍ୟରେ ଘନିଷ୍ଠ ସାମଞ୍ଜ୍ଯସ ଅଛି ବୋଲି କୁଲମ ଜାଣିପାରିଲେ । ଚୁମ୍ଭାକୀୟ ବଳକୁ ନେଇ ପରୀକ୍ଷା କରି କୁଲମ ଦେଖିଥିଲେ ଯେ ଚୁମ୍ଭକୀୟ ବଳର ନିୟମ ବୈଦ୍ୟୁତିକ ବଳ ସହିତ ସମାନ । ବିଶ୍ଵଜଗତ ଅଳ୍ପ କେତୋଟି ସରଲ ନିୟମ ମାନି ଚାଲୁଅଛି ବୋଲି ଅନୁଭବ କରି ସମସାମୟିକ ବିଜ୍ଞାନୀ ଓ ଦାର୍ଶନିକଗଣ ଉତ୍ତେଜିତ ହୋଇପଡିଲେ । କୁଲମଙ୍କୁ ସମ୍ମାନ ଜଣାଇ ଚାର୍ଜ ମାପର ଏକକକୁ “ କୁଲମ “ ନାମ ଦିଆଯାଇଛି ।
ଆଲେଣ୍ଡ୍ରୋ ଭୋଲଟା (୧୭୪୫-୧୮୨୭ ) ପରିଚୟ
କୁଲମ ବିଦ୍ୟୁତ ବିଜ୍ଞାନ ସମ୍ପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ନିୟମ ଆବିଷ୍କାର କରିଥିଲେ । ଭୋଲଟା ବିଦ୍ୟୁତ ଶକ୍ତିର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ପ୍ରୟୋଗ କରି ଆଧୁନିକ ଯୁଗର ଅଗ୍ରଗତିର ଦ୍ଵାରା ଖୋଲିଦେଲେ ।
କାମୋ ଇଟାଲିର ମନୋରମ କାମୋହ୍ରଦ କୁଳରେ ଏକ ବଡ ସହର । ସେଇଠି ଭୋଳଟା ଗୋଇଟେ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ । ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ପାଇବା ପରେ ମାତ୍ର ସତର ବର୍ଷ ବୟସରେ ଭୋଲଟା ସ୍ଥାନୀୟ ସ୍କୁଲରେ ଶିକ୍ଷକତା କରୁଥିଲେ । ସ୍କୁଲରେ ବିଜ୍ଞାନ ଗବେଷଣା ପାଇଁ ବିଶେଷ ସୁଯୋଗ ନଥିଲା । ତଥାପି ଅଳ୍ପ ଦିନର ଶିକ୍ଷକତା ପରେ ଭୋଲଟା ଇଲେକଟ୍ରୋଫୋରସ ନାମକ ଯନ୍ତ୍ର ଆବିଷ୍କାର କରିଥିଲେ । ଏହି ଯନ୍ତ୍ରରେ ଘର୍ଷଣ ଦ୍ଵାରା ବିଦ୍ୟୁତ ଉତ୍ପାଦନ କରି ତାକୁ ସଂରକ୍ଷିତ କରିବାର ବ୍ୟବସ୍ଥା ଅଛି । ଏହି ଯନ୍ତ୍ରର କୌଣସି ବ୍ୟାବହାରିକ ଉପଯୋଗୀତା ନଥିଲା । ମାତ୍ର ଛାତ୍ରଛାତ୍ରୀଙ୍କୁ ସ୍ଥିର ବିଦ୍ୟୁତ ସମ୍ପର୍କରେ ପରୀକ୍ଷା ଦେଖାଇବା ପାଇ ଏହି ଯନ୍ତ୍ର ବହୁକାଳ ଯାଏ ବ୍ୟବହୃତ ହୋଇଛି ।
ଜୀବବିଜ୍ଞାନୀ ଲୁଇଶି ଗାଲଭାନି ଦୈବାତ ଏକ ଚମତ୍କାର ଆବିଷ୍କାର କରିଥିଲେ । ଗୋଟିଏ ବେଙ୍ଗ କାଟି ପରୀକ୍ଷା କରିବାକୁ ସେ ତା ଦେହରେ ଗୋଟିଏ ପିତଳ କଣ୍ଟା ମାରିଛନ୍ତି । ଗୋଟିଏ ଲିହା ଚୁମୁଟାରେ ବେଙ୍ଗକୁ ଧରିବାକୁ ଗଲାବେଳେ ଦେଖିଲେ ବେଙ୍ଗ ଗୋଡ ଛାଟୁଛି । ତା ଦେହର ଅଂଶ ସବୁ ଥରୁଚି । ଅନେକ ବେଙ୍ଗ କାଟି ଗାଲଭାନି ଏହି ପରୀକ୍ଷା କଲେ । ସବୁଠାର ସମାନ ଫଳ ମିଳିଲା । ଗାଲଭାନି ସିଦ୍ଧାନ୍ତ କଲେ ଯେ ମୃତ ବେଙ୍ଗର ପେଶୀରେ ବିଦ୍ୟୁତ ଅଛି । ଏହାକୁ ସେ ପ୍ରାଣୀଜ ବିଦ୍ୟୁତ ନାମ ଦେଲେ ।
ଭୋଲଟ ଭାବିଲେ ,ଯଦି ପ୍ରାଣୀଜ ବିଦ୍ୟୁତ ଅଛି ତେବେ ବେଙ୍ଗର କେବଳ ନୁହଁ , ମଣିଷ ଓ ଅନ୍ୟ ପଶୁଙ୍କର ମଧ୍ୟ ଥିବ । ଦିନେ ଜଳଖିଆ ଖାଇବା ବେଳେ ବତର ଡବାର ଟିଣ ପାତିଆ କୁ ସେ ଜିଭ ତଳେ ରଖିଲେ ଓ ଜିଭ ଉପର୍କୁ ଖାଇବା ଲୁହା କଣ୍ଟାରେ ଛୁଇଁଲେ । ଜିଭରେ ବିଦ୍ୟୁତ ଚେଙ୍କ ଲାଗିଲା ନାହିଁ । ଭୋଲଟା ବୁଝିଲେ ଯେ ପ୍ରାଣୀଜ ବିଦ୍ୟୁତ ବୋଲି କିଛି ନାହିଁ । ତେବେ ବେଙ୍ଗ ଯେଉଁ ଗୋଡ ଛାଟିଲା ତା ର କାରଣ ଖୋଜିବାକୁ ହେବ । କାରଣ ଖୋଜି ଭୋଲତା ଆଠବର୍ଷ କଳା ଗବେଷଣାରେ ଲାଗିଥିଲେ । ଶେଷରେ ସିଦ୍ଧାନ୍ତ କରିଥିଲେ ଯେ ଋଣାତ୍ମକ ଓ ଧନାତ୍ମକ ଦୁଇଟି ଧାତୁକୁ ବିଦ୍ୟୁତ ସୁପରିବାହୀ ମାଧ୍ୟମ ଦ୍ଵାରା ଯୋଡିଲେ ବିଦ୍ୟୁତ ତରଙ୍ଗ ପ୍ରଭାହିତ ହୁଏ । ଲୁହା ଓ ପିତଳ ଏହିପରି ଦୁଇ ଧାତୁ । ବେଙ୍ଗର ମାଂସପେଶୀ ବିଦ୍ୟୁତ ସୁପରିବାହୀ ମାଧ୍ୟମ । ପିତଳ କଣ୍ଟା ଫୁଟିଥିବା ବେଙ୍ଗକୁ ଲୁହା ଚୁମୁଟାରେ ଛୁଇଁଲେ ଦୁଇ ଧାତୁ ମଧ୍ୟରେ ବିଦ୍ୟୁତ ତରଙ୍ଗ ପ୍ରଭାହିତ ହେବାରୁ ମଲାବେଙ୍ଗ ଗୋଡ ଛାଟେ ।
ବିଦ୍ୟୁତ ପ୍ରବାହ ସମ୍ବନ୍ଧୀୟ ପରୀକ୍ଷା
ତାଙ୍କର ବିଦ୍ୟୁତ ପ୍ରବାହ ସମ୍ବନ୍ଧୀୟ ପରୀକ୍ଷା ଦେଖାଇବାକୁ ସେ ଲଣ୍ଡନର ରୟାଲ ସୋସାଇଟିକୁ ଚିଠି ଲେଖିଲେ । ସେ ଯେଉଁ ପରୀକ୍ଷା ଦେଖାଇଥିଲେ ତାହା ଅତି ସରଳ । ରୂପା ଓ ଜିଙ୍କ ଚାଦରକୁ ଗୋଲ ଗୋଲ ଟଙ୍କା ପରି କାଟି ପାଣିରେ ଭିଯାଇଥାନ୍ତି । ରୂପା ଭୋଲଟା ଗୋଟିଏ ଥାକ କଲେ । ଏହି ଥାକର ସବାତଳ ରୂପା ଟଙ୍କା ଓ ସବା ଉପରେ ଜିଙ୍କ ଟଙ୍କା ରହିଲା । ଭୋଲଟା ତଳ ରୂପାଟଙ୍କା ଓ ଉପର ଜିଙ୍କ ଟଙ୍କାକୁ ଗୋଟିଏ ତାର ଦ୍ଵାରା ଯୋଡି ହେଲେ ଦେଖାଗଲା । ଯେ ଅନବରତ ଭାବେ ବିଦ୍ୟୁତ ପ୍ରବାହିତ ହେଉଛି । ଭୋଲଟାଙ୍କର ଏହି ସରଳ ପରୀକ୍ଷା ନିରବଚ୍ଛିନ୍ନ ବିଦ୍ୟୁତ ତରଙ୍ଗର ବାଟ ଦେଖାଇ ବିଜ୍ଞାନର ଦ୍ରୁତ ବିକାଶରେ ସାହାଯ୍ୟ କରିଛି । “ ଭୋଲଟାଙ୍କ ଥାକ “ ବ୍ୟାଟେରୀ ନିର୍ମାଣର ପଥ ପରିଷ୍କାର କରିଦେଲା । ପାଣିରେ ଅଳ୍ପ ଏସିଡ ମିଶାଇ ଟା ଭିତରେ ଦୁଇଟି ଧାତୁ ବୁଡାଇ ପାଣି ବାହାରେ ଥିବା ଧାତୁଙ୍କ ଆଗକୁ ଗୋଟିଏ ତାରରେ ଯୋଡିଲେ ବିଦ୍ୟୁତ ଜାତ ହୁଏ । ଭୋଲଟାଙ୍କ ନାମ ଅନୁସାରେ ଏହି ବ୍ୟବସ୍ଥାକୁ ଭୋଲଟିକ ସେଲ କୁହାଯାଏ ।
ଶେଷ ଜୀବନରେ ଭୋଲଟାଙ୍କଙ୍କ ଖ୍ୟାତି ଖୁବ ବଢିଗଲା । ପ୍ୟାରିସର ବିଜ୍ଞାନ ପ୍ରତିଷ୍ଠାନରେ ବକୃତା ଦେବା ପାଇଁ ନେପୋଲିୟନ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଭୋଲଟାକୁ ଏକ ସ୍ଵର୍ଣ୍ଣ ପଦକ ପିନ୍ଧାଇ ନେପୋଲିୟନ ସମ୍ମାନିତ କରିଥିଲେ । ତାଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ଏକ ବିଜ୍ଞାନ ସମ୍ମିଳନୀରେ ବିଦ୍ୟୁତ ଚାଳକ ବଳର ଏକକକୁ “ ଭୋଲଟ “ ନାମ ଦେବା ପାଇଁ ସ୍ଥିର ହେଲା । ସାବଧାନ ! ଏଠାରେ ଚାରିଶହ ଭୋଲଟ ବା ସେହିପରି ବଡ ପରିମାଣ ବିଦ୍ୟୁତ ପ୍ରବାହିତ ହେଉଛି ବୋଲି ସତର୍କବାଣୀ ତମ ଆଖିରେ ପଡିଥିବ ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 10/29/2019