অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବେଶ ତଥ୍ୟ

ପରିବେଶ ତଥ୍ୟ

ଭାରତରେ ଜଙ୍ଗଲ କଭର

ଜଙ୍ଗଲ ସବୁବେଳେ ଅତି ଗୁରୁତ୍ବପୂର୍ଣ ପ୍ରାକୃତିକ ସମ୍ପଦ ଓ ମାନବ ଜୀବନର ମୁଖ୍ୟ। ଜଙ୍ଗଲ ସବୁବେଳେ ନବୀକରଣ ଯୋଗ୍ୟ କଂଚା ମାଲ, ଶକ୍ତି ଉପଲବ୍ଧ କରାଇଥାଏ, ପରିସ୍ଥିତିକୁ ସନ୍ତୁଳିତ କରିଥାଏ, ଜୈବ ବିବିଧତାକୁ ବଜାୟ ରଖିଥାଏ, ଜଳବାୟୁ ପରିବର୍ତ୍ତନକୁ ରୋକିଥାଏ । ଭୂମି ଓ ଜଳ ସଂପଦର ସୁରକ୍ଷା କରିଥାଏ, ବାୟୁର ଗୁଣବତ୍ତାରେ ସୁଧାର କରିଥାଏ, ଦାରିଦ୍ର ଦୂରୀକରଣରେ ସହାୟତା କରିଥାଏ ।

ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ 2013 ଅନୁସାରେ ଭାରତର ମୋଟ ଭୌଗଳିକ କ୍ଷେତ୍ରଫଳର 21.23 ପ୍ରତିଶତ ଫରେଷ୍ଟ କଭର ରହିଛି । ଏଥିରେ 2.78 ପ୍ରତିଶତ ବୃକ୍ଷ କଭରକୁ ସାମିଲ କରାଯାଇ ନାହିଁ । ଫରେଷ୍ଚ କଭରର ଅର୍ଥ ହେଲା ଯ଼େ ପ୍ରତି ଏକ ହେକ୍ଚର କିମ୍ବା ତଦୁର୍ଧ ଅଞ୍ଚଳରେ ବୃକ୍ଷ କଭରର ଘନତ୍ବ 10 ପ୍ରତିଶତରୁ ଅଧିକ ।

ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ 2013

ଦ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଫଏସଆଇ) 1987ରୁ ଲଗାତାର ଦେଶର ଫରେଷ୍ଟ କଭର ଉପରେ ଦ୍ବିବାର୍ଷିକ ଆକଳନ ରିପୋର୍ଟର ସିରିଜ ପ୍ରକାଶିତ କରି ଆସୁଛି । ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟକୁ ଦେଶର ବନ ସମ୍ବଳ ଆକଳନର ବିଶ୍ଵସନୀୟ ରିପୋର୍ଟ ବୋଲି ମନେ କରାଯାଏ ।

ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ହେଉଛି 2013 ଏହି ସିରିଜର 13ତମ ରିପୋର୍ଟ । ଏହି ରିପୋର୍ଟ ଇଣ୍ଡିଜିନିଯସ ରିସୋର୍ସ 2 ସାଟେଲାଇଟର ଏଲଆଇଏସଏସ 3 ସେନସର ଡାଟାର ଇଣ୍ଟରପ୍ରିଟେସନ ଉପରେ ଆଧାରିତ । ସାଟେଲାଇଟ ଇଣ୍ଟରପ୍ରିଟେସନ ପରେ ବହୁଳ ଗ୍ରାଉଣ୍ଡ ଟ୍ରୁଥିଂ କରାଯାଇଛି । ଫିଲ୍ଡ ପାର୍ଟୀ ମାନଙ୍କ ଠାରୁ ଗ୍ରାଉଣ଼୍ଡ ତଥ୍ୟ ଏକତ୍ରିତ କରାଯ଼ିବା ସହ ଅନ୍ୟ ସୂତ୍ରରୁ ମଧ୍ୟ ସୂଚନା ଅଣାଯାଇ ଇଣ୍ଚରପ୍ରିଟ କରାଯାଇଥିବା ଛବିକୁ ସଠିକତାରେ ସୁଧାର ଆଣିବାକୁ ଚେଷ୍ଟା କରାଯାଇଛି ।

ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ 2013ରେ ଫରେଷ୍ଟ କଭର, ବୃକ୍ଷ କଭର ହେନ୍ତାଳ କଭର, ଜଙ୍ଗଲ ଅଂଚଳର ଭିତରେ ଓ ବାହାରେ ବଢୁଥିବା ଷ୍ଟକ ସମ୍ପର୍କରେ ସୂଚନା ଦିଆଯାଇଥାଏ । ପାହାଡିଆ ଜିଲ୍ଲା, ଜନଜାତୀୟ ଜିଲ୍ଲା ଏବଂ ଉତ୍ତର ପୂର୍ବ କ୍ଷେତ୍ରର ଫରେଷ୍ଟ କଭର ସମ୍ପର୍କରେ ସ୍ଵତନ୍ତ୍ର ଥିମେଟିକ ସୂଚନା ମଧ୍ୟ ଅଲଗା ଭାବେ ଏହି ରିପୋର୍ଟରେ ପ୍ରଦାନ କରାଯାଇଥାଏ । ବର୍ତମାନ ଆକଳନ ସହ ସମସ୍ତ ରାଜ୍ୟ ଓ ଜିଲ୍ଲାର ଫରେଷ୍ଟ କଭର ଓ ପୂର୍ବବର୍ତୀ ଆକଳନର ଫରେଷ୍ଟ କଭରରେ ପରିବର୍ତ୍ତନକୁ ମଧ୍ୟ ରିପୋର୍ଟରେ ସ୍ଥାନିତ କରାଯାଇଛି ।

ନିଷ୍କର୍ଶ

ଦେଶର ମୋଟ ଜଙ୍ଗଲ ଓ ବୃକ୍ଷ କଭର ହେଉଛି 78.92 ମିଲିୟନ ହେକ୍ଟର ଯାହା ଦେଶର ଭୌଗଳିକ କ୍ଷେତ୍ରଫଳର 24.01 ପ୍ରତିଶତ । 2011 ମସିହାର ଆକଳନ ତୁଳନାରେ ଦେଶରେ 5871 ବର୍ଗ କିମି ଫରେଷ୍ଟ କଭରରେ ବୃଦ୍ଧି ହୋଇଛି । ଫରେଷ୍ଟ କଭରରେ ବୃଦ୍ଧିର ଅଧିକାଂଶ ଭାଗ ଖୋଲା ବନ କାଟାଗୋରୀରେ, ବିଶେଷ ଭାବେ ଜଙ୍ଗଲ ଅଞ୍ଚଳବାହାରେ ଅନୁଭବ କରାଯାଇଛି ।

ଫରେଷ୍ଟ କଭରରେ ସର୍ବାଧିକ ବୃଦ୍ଧି ପଶ୍ଚିମବଙ୍ଗ (3810 ବର୍ଗ କିମି) ହୋଇଥିବା ବେଳେ ଓଡିଶାରେ (1444 ବର୍ଗ କିମି), ତଥା କେରଳରେ (622 ବର୍ଗ କିମି) ଅନୁଭବ କରାଯାଇଛି ।

କ୍ଷେତ୍ରଫଳ ଅନୁଯାୟୀ ମଧ୍ୟ ପ୍ରଦେଶରେ ସର୍ବାଧିକ ଫରେଷ୍ଟ କଭର 77522 ବର୍ଗ କିମି ଥିବା ବେଳେ ଅରୁଣାଚଳ ପ୍ରଦେଶରେ 67,321 ବର୍ଗ କିମି ଫରେଷ୍ଟ କଭର ରହିଛି । ମୋଟ ଭୌଗଳିକ ଅଞ୍ଚଳ ଅନୁସାରେ ଫରେଷ୍ଟ କଭରର ପ୍ରତିଶତ ହିସାବରେ ମିଜୋରାମରେ 90.30 ପ୍ରତିଶତ ଫରେଷ୍ଟ କଭର ରହିଥିଲା ବେଳେ ଲକ୍ଷାଦୀପରେ ଏହି ପ୍ରତିଶତ 84.56 ରହିଥିଲା ।

15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେ ମୋଟ ଭୌଗଳିକ କ୍ଷେତ୍ରର 33 ପ୍ରତିଶତରୁ ଉର୍ଧ ଫରେଷ୍ଟ କଭର ରହିଛି । ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ମିଜୋରାମ, ଲାକ୍ଷାଦୀପ, ଆଣ୍ଜାମାନ ନିକୋବର ଦ୍ଵୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମଣିପୁର ଓ ତ୍ରିପୁରାରେ 75 ପ୍ରତିଶତରୁ ଅଧିକ ଫରେଷ୍ଟ କଭର ରହିଥିବା ବେଳେ 7ଟି ରାଜ୍ୟ ଗୋଆ, ସିକିମ, କେରଳ, ଉତ୍ତରାଖଣ୍ଡ,ଦାଦ୍ରା ନଗର ହାବେଳି, ଛତିଶଗଡ, ଆସାମରେ ଫରେଷ୍ଟ କଭର 33ରୁ 75 ପ୍ରତିଶତ ମଧ୍ୟରେ ରହିଥିଲା ।

ଭାରତର ଜଙ୍ଗଲ ମୋଟ ଗ୍ରୋଇଙ୍ଗ ଷ୍ଟକ ଏବଂ ଜଙ୍ଗଲ ବାହାରେ ଥିବା ଗଛ 5,658.046 ମିଲିୟନ ଆକଳନ କରାଯାଇଥିବା ବେଳେ ତା ମଧ୍ୟରୁ 4,173.362 ମିଲିଯନ ଜଙ୍ଗଲ ଭିତରେ ଓ 1484.68 ମିଲିଯନ ଜଙ୍ଗଲ ବାହେ ଥିବା ଆକଳନ କରାଯାଇଥିଲା ।

ଦେଶର ଜଙ୍ଗଲର ମୋଟ କାର୍ବନ ଷ୍ଟକ 6941 ମିଲିୟନ ଟନ ଆକଳନ କରାଯାଇଥିବା ବେଳେ 2004 ବର୍ଷ ତୁଳନାରେ ଦେଶରେ 278 ମିଲିୟନ ଟନ କାର୍ବନ ଷ୍ଟକ ବୃଦ୍ଧି ହୋଇଥିବା ଆକଳନ କରାଯାଇଛି। ଆଇଏସଏଫଆର ରିପୋର୍ଟ 2011 ରେ ଏହି ତଥ୍ୟ ଦିଆଯାଇଛି ।

ସମ୍ପୂର୍ଣ ରିପୋର୍ଟ ପଢିବା ପାଇଁ କ୍ଲିକ କରନ୍ତୁ

ଆଧାର - ଭାରତୀୟ ବନ ସର୍ବିକ୍ଷଣ, ମିନିଷ୍ଟ୍ରି ଅଫ ଏନଭାର୍ମମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଚେଞ୍ଜ

Last Modified : 2/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate