অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଗ ଓ ଜଳବାୟୁ (ଓଡିଶାର ବୃଷ୍ଟିପାତ ଓ ବୈଶିଷ୍ଟ୍ୟ)

ଓଡିଶାର ବୃଷ୍ଟିପାତ ଓ  ବୈଶିଷ୍ଟ୍ୟ

ଓଡିଶାର  ହାରାହାରି  ବାର୍ଷିକ  ବୃଷ୍ଟିପାତ  (୧୯୦୧ - ୧୯୮୬) ୧୪୨୪ ମିଲିମିଟର   । ଏହି  ପରିମାଣର  ଶତକଡା  ୭୬ ଭାଗ  ଆଷାଢ , ଶ୍ରାବଣ  ଓ  ଭାଦ୍ରବ ମାସ  ମଧ୍ୟରେ  ବୃଷ୍ଟି  ହୋଇଥାଏ   । ରାଜ୍ୟରେ  ହାରାହାରି  (୭୨ - ୧୧୨) ଦିନ  ବର୍ଷା  ହୁଏ   । ଉତ୍ତର  ପୁର୍ବରେ  ମୟୂରଭଞ୍ଜ  ଜିଲ୍ଲା  ଓ  ପଶ୍ଚିମରେ  କୋରାପୁଟ ଓ  ଫୁଲବାଣୀ  ଜିଲ୍ଲାରେ  ବେଶୀ  ବର୍ଷାହୁଏ  , ଗଞ୍ଜାମ  ଜିଲ୍ଲା  ନ୍ୟୁନତମ  ବୃଷ୍ଟିପାତ  ଜିଲ୍ଲା   । କୃଷ୍ଣ  ପ୍ରସାଦ  ବ୍ଲକ  ପୁରୀ  ଜିଲ୍ଲାରେ  ସର୍ବନିମ୍ନ  ବୃଷ୍ଟିପାତ  ଅଟେ  । ଉତ୍ତରରେ  ଇଦ୍  ନଦୀର  ଅବବାହିକା , ପୁର୍ବରେ  ବୈତରଣୀ  ଅବବାହିକା  ଦକ୍ଷିଣ  ପଶ୍ଚିମରେ   ଜୟପୁର – ପଟାଙ୍ଗ – ମାଲକାନାଗିରି  ଅଞ୍ଚଳ  ଓ  ଉତ୍ତର  ପଶ୍ଚିମରେ  ଫୁଲବାଣୀ – ବଳନ୍ଦାପଡା – ଫିରିଙ୍ଗିଆ  ଅଞ୍ଚଳ  ଓଡିଶାର  ବୃଷ୍ଟିବହୁଳ  ଅଞ୍ଚଳ   । ଓଡିଶାରେ  ଜୁଲାଇ   ମାସରେ   ସର୍ବାଧିକ  (୩୫୨ ମିଲିମିଟର) ଏବଂ  ପୌଷ ଓ  ମାଘ  (ଡିସେମ୍ବର – ଜାନୁଆରୀ ) ମାସରେ   ସର୍ବନ୍ୟୁନ  (୦ – ୭୫ ମିଲିମିଟର ) ବର୍ଷାହୁଏ  । ବୃଷ୍ଟିପାତ  ଦୃଷ୍ଟିରୁ  ଓଡିଶା   ପାଇଁ  ହିସାବ  କରାଯାଇଥିବା  ବୃଷ୍ଟିପାତ  ସଙ୍କେତ  ନିମ୍ନରେ  ଦିଆଗଲା    ।

ବର୍ଷର  ୧୨ ମାସକୁ  ୩ଟି  ମୁଖ୍ୟ  କୃଷି  ଋତୁରେ  ବିଭକ୍ତ  କରାଯାଇଛି   ।

  1. ଖରିଫ  ଋତୁ  (ଏହା  ମୌସୁମୀ  ବୃଷ୍ଟିରୁ )  - ଆଷାଢ , ଶ୍ରାବଣ , ଭାଦ୍ରବ , ଆଶ୍ଵିନ  । ଜୁନ , ଜୁଲାଇ , ଅଗଷ୍ଟ , ସେପ୍ଟେମ୍ବର   ।
  2. ରବି ଋତୁ  (ମୌସୁମୀ ବୃଷ୍ଟୋତ୍ତର ଋତୁ ) କାର୍ତ୍ତିକ , ମାର୍ଗଶିର , ପୌଷ, ମାଘ , ଅକ୍ଟୋବର , ନଭେମ୍ବର , ଡିସେମ୍ବର , ଜାନୁଆରୀ   ।
  3. ପ୍ରାକ  ଖରିଫ ଋତୁ  - (ପ୍ରାକ ମୌସୁମୀ  ଋତୁ ) – ଫାଲ୍ଗୁନ , ଚୈତ୍ର , ବୈଶାଖ , ଜ୍ୟୋଷ୍ଠ (ଫେବୃଆରୀ , ମାର୍ଚ୍ଚ , ଅପ୍ରେଲ , ମେ)   ।

ଏହି  ସଙ୍କେତରେ  ଖରିଫ  ଋତୁରେ  ୪ ମାସକୁ   ସଙ୍କେତ   ମଝିରେ  ବନ୍ଧନୀ  ଭିତରେ  ପ୍ରାକ – ଖରିଫ ଋତୁରେ   ୪ ମାସକୁ   ବନ୍ଧନୀ  ପୂର୍ବରେ ଓ  ରବିଋତୁର ୪ ମାସକୁ  ବନ୍ଧନୀ  ପୂର୍ବରେ  ଓ  ରବି ଋତୁରେ  4 ମାସକୁ  ବନ୍ଧନୀ  ପରେ  ଦର୍ଶାଯାଇଛି   । ପ୍ରତି  ମାସର  ବୃଷ୍ଟିପାତ   ପରିମାଣକୁ  ୫ଟି  ଶ୍ରେଣୀରେ  ବିଭକ୍ତ  କରାଯାଇଛି    ।

ବୃଷ୍ଟିପାତ  ଶ୍ରେଣୀ

ମାସକୁ  ବୃଷ୍ଟିପାତ  ପରିମାଣ (ସେ.ମି.)

ମାସକୁ  ୩୦ ସେ.ମି. ରୁ  ବେଶୀ

” ୨୦ – ୩୦ ସେ.ମି.

” ୧୦ – ୨୦ ସେ.ମି.

” ୧୦ – ୨୦ ସେ.ମି.

” ୫ ସେ. ମି. ରୁ  କମ୍

ପ୍ରତ୍ୟକ   ଅକ୍ଷରର  ପାଦରେ  ୧,୨,୩,୪ ଇତ୍ୟାଦି   ସଂଖ୍ୟା  ଦିଆଯାଇଛି   । ଏହି  ସଂଖ୍ୟା  କେତେମାସ   ସେହି  ଅକ୍ଷର  ଶ୍ରେଣୀର  ବର୍ଷପାଏ  ବୋଲି  ସୂଚିତ  କରେ   । ଓଡିଶାର  ହାରାହାରି   ବୃଷ୍ଟିପାତ  ନିମ୍ନରେ   ଦର୍ଶାଯାଇ  ସଙ୍କେତ ତିଆରି  କରାଯାଇଛି   ।

ଅର୍ଥାତ୍  ଖରିଫ   ପ୍ରଥମ  ମାସର  ବୃଷ୍ଟିପାତ  ଖ  ଶ୍ରେଣୀରେ , ପରବର୍ତ୍ତୀ  ୨ ମାସ  କ  ଶ୍ରେଣୀର  ଓ  ୪ର୍ଥ  ମାସ  ପୁଣି  ଖ  ଶ୍ରେଣୀର   । ରବିଋତୁର  ପ୍ରଥମ  ମାସ  ଗ  ଶ୍ରେଣୀର  ଓ  ୩ ମାସ  ଙ ଶ୍ରେଣୀର   । ପ୍ରାକ  ଖରିଫ  ଋତୁର   ୩ ମାସ  ଙ ଶ୍ରେଣୀର  ଏବଂ  ପରବର୍ତ୍ତୀ ମାସ  ଘ  ଶ୍ରେଣୀର  ବୃଷ୍ଟିପାତ  ଅଟେ ।

ଏହି  ଅନୁସାରେ  ଓଡିଶାର  ୧୩ଟି  ଅବିଭକ୍ତ  ଜିଲ୍ଲାର  ବୃଷ୍ଟିପାତ   ସଙ୍କେତ   ଦିଆଯାଇଛି   ।

ଜିଲ୍ଲା

ବୃଷ୍ଟିପାତ  ସଙ୍କେତ

ଜିଲ୍ଲା

ବୃଷ୍ଟିପାତ  ସଙ୍କେତ

ମୟୂରଭଞ୍ଜ

ଘ ଙ (ଖ  କ  ଖ) ଗ ଙ

୧୩୧୨୧୧୩

କୋରାପୁଟ

ଘ ଙ (ଖ  କ  ଖ) ଗ ଙ

୧୨୧୨୧୧୪

କେନ୍ଦୁଝର

ଘ ଙ (ଖ  କ  ଖ) ଗ ଙ

୧୩୧୨୧୧୩

ଫୁଲବାଣୀ

ଙ  ଘ  (ଗ କ  ଖ) ଗ ଙ

୩୧୧୨୧୧୩

ସୁନ୍ଦରଗଡ

ଙ (ଖ  କ  ଖ) ଘ ଙ

୪୧୨୧୧୩

କଳାହାଣ୍ଡି

ଙ (ଖ  କ  ଖ) ଘ ଙ

୪୧୨୧୧୩

ସମ୍ବଲପୁର

ଙ ଘ (ଖ କ ଖ) ଘ ଙ

୪୧୨୧୧୩

କଟକ

ଙ  ଘ  (ଖ  କ  ଗ) ଗ ଙ

୩୧୧୨୧୧୩

ଢେଙ୍କାନାଳ

ଙ ଘ (ଖ କ ଖ) ଘ ଙ

୩୧୧୨୧୧୩

ବାଲେଶ୍ଵର

ଙ  ଘ  (ଖ  କ  ଖ) ଗ ଙ

୨୨୧୨୧୧୩

ବଲାଙ୍ଗୀର

ଙ (ଖ , କ , ଖ) ଘ ଙ

୪୧୨୧୧୩

ପୁରୀ

ଙ  ଘ  (ଖ  କ  ଖ) ଗ ଖ ଙ

୩୧୧୨୧୧୧୨

 

 

ଗଞ୍ଜାମ

ଙ  ଘ  (ଗ  ଖ) ଗ ଘ ଙ

୩୧୧୩୧୧୨

ଏହି  ସଙ୍କେତ  ଗୁଡିକରୁ  ସୁସ୍ପଷ୍ଟ  ଯେ ଯେ  ଖରିଫ  ଋତୁରେ   ଓଡିଶାସାରା   ବୃଷ୍ଟିପାତ  ବଣ୍ଟନ  ପ୍ରାୟ  ସମାନ   । କେବଳ  ରବି ଓ  ପ୍ରାକ – ଖରିଫ  ଋତୁରେ  ତାରତମ୍ୟ   ବେଶି  ସୁନ୍ଦରଗଡ  ସମ୍ବଲପୁର  ବଲାଙ୍ଗୀର  ଓ  କଳାହାଣ୍ଡିର  ୭ ମାସ  କାଳ  ମାସକୁ  ୫ ସେ.ମି. ରୁ  କମ୍  ବୃଷ୍ଟିହୁଏ   । ଏହି  ୪ଟି  ଜିଲ୍ଲା   ମରୁଡି   ପ୍ରବଣ   ଜିଲ୍ଲା   ।

ବୃଷ୍ଟିପାତ , ତାପମାନ , ଭୂ – ପ୍ରକୃତି  ଏବଂ  କୃଷି   ସମେତ  ଅନ୍ୟାନ୍ୟ  ବିଷୟକୁ   ବିଚାରକରି  ସାରା  ରାଜ୍ୟକୁ  ୧୦ଟି  କୃଷି – ଜଳବାୟୁ   ଅଞ୍ଚଳରେ  ବିଭକ୍ତ   କରାଯାଇଛି   ।

ଓଡିଶାରେ ବିଭିନ୍ନ  କୃଷିଜଳବାୟୁ  ଅଞ୍ଚଳ

କୃଷି ଜଳବାୟୁ  ଅଞ୍ଚଳ ସ୍ଥାନ

୧)

ଉତ୍ତର  ମାଳଭୂମି  ପଶ୍ଚିମାଞ୍ଚଳ

ସୁନ୍ଦରଗଡ  କୃଷି  ଜିଲ୍ଲା ଓ  ସମ୍ବଲପୁର  ଜିଲ୍ଲାର  କୁଚିଣ୍ଡା  ଅଞ୍ଚଳ   ।

୨)

ଉତ୍ତର – ମାଳଭୂମି – ମଧ୍ୟାଞ୍ଚଳ

କେନ୍ଦୁଝର  (ଆନନ୍ଦପୁର  ଛାଡି ) , ବାରିପଦା  ଓ  କରଞ୍ଜିଆ  କୃଷି  ଜିଲ୍ଲା   ।

୩)

କେନ୍ଦ୍ରୀୟ  ଅଧିତ୍ୟକା   ପଶ୍ଚିମାଞ୍ଚଳ

ସମ୍ବଲପୁର  ବରଗଡ , ସୋନପୁର  ବଲାଙ୍ଗୀର  କୃଷି   ଜିଲ୍ଲା   ।

୪)

କେନ୍ଦ୍ରୀୟ  ଅଧିତ୍ୟକା   ମଧ୍ୟାଞ୍ଚଳ

ଢେଙ୍କାନାଳ , ଅନୁଗୁଳ , ଆଠଗଡ , କୃଷି  ଜିଲ୍ଲା  ଓ  ସୁକିନ୍ଦା  ବ୍ଲକ    ।

୫)

ପୂର୍ବଘାଟ   ଉତ୍ତରାଞ୍ଚଳ

ଫୁଲବାଣୀ , ଆସ୍କା , ପାରଳାଖେମୁଣ୍ଡି  ଓ  ରାୟଗଡା  କୃଷି  ଜିଲ୍ଲା  ।

୬)

ପୂର୍ବଘାଟ  ଅତ୍ୟୁଚ୍ଚ  ଅଞ୍ଚଳ

କୋରାପୁଟ , ନବରଙ୍ଗପୁର  (ଡାବୁର୍ଷା  ଅଞ୍ଚଳ  ବ୍ୟତୀତ )  ।

୭)

ପୂର୍ବଘାଟ  ପୂର୍ବାଞ୍ଚଳ

ଜୟପୁର , ମାଲକାନାଗିରି  ଅଞ୍ଚଳ   ।

୮)

ପଶ୍ଚିମ  ଦନ୍ତୁରିତ  ଜଳ

ଭବାନୀପାଟଣା , ଖଡିଆଳ ଓ  ନବରଙ୍ଗପୁର  ଅଞ୍ଚଳ  ।

୯)

ସମତଳ  ଭୂମି – ଉତ୍ତରାଞ୍ଚଳ

ବାଲେଶ୍ଵର , ଭଦ୍ରକ , ଯାଜପୁର   ।

୧୦)

ସମତଳ  ଭୂମି  - ପୂର୍ବ             ଓ  ଦକ୍ଷିଣ  ଅଞ୍ଚଳ

କଟକ , ଜଗତସିଂହପୁର ,ଖୋର୍ଦ୍ଧା ,ବ୍ରହ୍ମପୁର  ଓ  ଗଞ୍ଜାମ   ଅଞ୍ଚଳ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 3/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate