ଅକ୍ଷାଂଶ , ଦ୍ରାଘିମା , ସମୁଦ୍ରଠାରୁ ଦୂରତା , ସମୁଦ୍ର ପତନଠାରୁ ଉଚ୍ଚତା ଜଙ୍ଗଲ ପରିମାଣ ଓ ପରିବେଶ ପରିବର୍ତ୍ତନ ବାହ୍ୟ ଉପାଦାନ ଇତ୍ୟାଦି ଯେ କୌଣସି ସ୍ଥାନର ଜଳବାୟୁର କରକ ଅଟନ୍ତି ।
ବିଷୁବ ରେଖାଠାରୁ ଉତ୍ତର ଓ ଦକ୍ଷିଣକୁ ଅବସ୍ଥିତ ଯେ କୌଣସି ସ୍ଥାନର କେନ୍ଦ୍ର ସହିତ କୌଣିକ ଦୂରତାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ । ଭୂପୃଷ୍ଠରେ ଦୁଇ ଅକ୍ଷାଂଶ ସମାନ୍ତରାଳ ରେଖା ମଧ୍ୟରେ ଦୂରତା ପ୍ରାୟ ୧୧୧ କି.ମି. (୬୯ ମାଇଲ) । ବିଷୁବ ରେଖା ପାଖରେ ଦିନରାତି ପ୍ରାୟ ସମାନ । ବିଷୁବ ରେଖାର ୨୩ . ଓ ଉତ୍ତରକୁ (କର୍କଟ କ୍ରାନ୍ତି ଓ ୨୩ . ଦକ୍ଷିଣକୁ ଥିବା ଅକ୍ଷାଂଶ ( ମକର କ୍ରାନ୍ତି) ମଧ୍ୟରେ ଥିବା ମଣ୍ଡଳକୁ କ୍ରାନ୍ତିମଣ୍ଡଳ କୁହାଯାଏ । ଏହି ମଣ୍ଡଳ ଭିତରେ ସୂର୍ଯ୍ୟଙ୍କର ପ୍ରତୀୟମାନ ଗତି ସୀମିତ ରହୁଥିବାରୁ ଏଠାରେ ବେଶି ଆଲୋକ ପଡେ , ବେଶି ଗରମ ହୁଏ , ବେଶି ବର୍ଷା ହୁଏ । ଏହି ମଣ୍ଡଳ ବିଭିନ୍ନ ଗଛଲତା ଓ ଜଙ୍ଗଲପୂର୍ଣ୍ଣ । ଏଠାରେ ଦୈନିକ ଓ ଋତ୍ଵିକ ତାପମାନ ତାରତମ୍ୟ ଖୁବ୍ କମ୍ । ଏହି ମଣ୍ଡଳରେ ସବୁଠାରୁ ବଡଦିନ ୧୨ ଘଣ୍ଟା ୩୫ ମିନିଟ୍ ହୋଇଥାଏ । ବିଷୁବ ରେଖାରୁ ଯେତେ ଉତ୍ତର ଓ ଦକ୍ଷିଣକୁ ଯିବା ସୂର୍ଯ୍ୟାଲୋକ ତାରତମ୍ୟ ବୃଦ୍ଧି ପାଇବ । ସାରଣୀ ୯ ରେ ବିଷୁବ ରେଖାର ଉତ୍ତର ଓ ଦକ୍ଷିଣକୁ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳର ସର୍ବୋଚ୍ଚ ଦିବାଲୋକ ପରିମାଣ ଦର୍ଶାଯାଇଛି । ଜୁନ ମାସରେ ଶ୍ରୀନଗରରେ ଦିନ ୧୪.୫ ଘଣ୍ଟା , ଭୁବନେଶ୍ଵରରେ ୧୩.୩ ଘଣ୍ଟା ଓ ମାନ୍ଦ୍ରାଜରେ ୧୨.୮୮ ଘଣ୍ଟା ମାନ୍ଦ୍ରାଜଠାରୁ ଭୁବନେଶ୍ଵର , ଭୁବନେଶ୍ଵର ଠାରୁ ଶ୍ରୀନଗରରେ ବେଶି ଶୀତ ପଡେ । ମାନ୍ଦ୍ରାଜ ଓ ଭୁବନେଶ୍ଵର ଜଙ୍ଗଲ ବାଉଁଶ ଓ ଶାଳର ଜଙ୍ଗଲ । ଫଳ – ନଡିଆ , ପଣସ , କଦଳୀ । କିନ୍ତୁ ଶ୍ରୀନଗରର ଜଙ୍ଗଲ - ପାଇନ ଜଙ୍ଗଲ ; ଫଳ – ସେଓ ଓ ନାସପତି । ଶ୍ରୀନଗରର ଲୋକମାନେ ଦକ୍ଷିଣର ଲୋକମାନଙ୍କଠାରୁ ବେଶି ଗୋରା । ମାନ୍ଦ୍ରାଜ ଓ ଭୁବନେଶ୍ଵର ଜଳବାୟୁ ମୁଖ୍ୟତଃ ଉଷ୍ଣ ଓ ଆର୍ଦ୍ର । ଶ୍ରୀନଗରର ଜଳବାୟୁ ଶୀତଳ ଓ ଶୁଷ୍କ । ଏହା ବହୁମାତ୍ରାରେ ଅକ୍ଷାଂଶର ପ୍ରଭାବ । କ୍ରମେ ଏହି ପ୍ରଭାବ ନାତିଶୀତୋଷ୍ଣ ମଣ୍ଡଳ ଓ ହିମମଣ୍ଡଳ ଆହୁରି ତୀବ୍ରତର । ହିମମଣ୍ଡଳର ଉଦ୍ଭିଦ ଶୈବାଳ ଜାତୀୟ ମାତ୍ର । କୃଷି ଦୃଷ୍ଟିରୁ କ୍ରାନ୍ତିମଣ୍ଡଳ ସର୍ବୋତକୃଷ୍ଟ । ଏଠାରେ ବର୍ଷସାରା ଫସଲ ଉତ୍ପାଦନ କରାଯାଇପାରେ ।
ଅକ୍ଷାଂଶ ଦ୍ଵାରା ସ୍ଥାନଟି ବିଷୁବ ବୃତ୍ତର କେତେକ ଉତ୍ତରରେ ବା ଦକ୍ଷିଣରେ ଅବସ୍ଥିତ ସୂଚିତ ହୋଇଥାଏ । ମୂଳ ଦ୍ରାଘିମାଠାରୁ ସେହି ସ୍ଥାନଟି କେତେ ଡିଗ୍ରୀ ପୂର୍ବ ବା ପଶ୍ଚିମରେ ଅବସ୍ଥିତ ଦ୍ରାଘିମା ରେଖା ଦ୍ଵାରା ସୂଚିତ ହୋଇଥାଏ । ଏଣୁ ଅକ୍ଷାଂଶ ଓ ଦ୍ରାଘିମା ସାହାଯ୍ୟରେ ଭୂପୃଷ୍ଠରେ ସ୍ଥାନର ସମସ୍ତ ସ୍ଥାନରେ ଏକ ସମୟରେ ମଧ୍ୟାନ୍ନ ହୁଏ । କିନ୍ତୁ , ଗୋଟିଏ ଅକ୍ଷାଂଶ ରେଖାରେ ଅବସ୍ଥିତ ସମସ୍ତ ସ୍ଥାନମାନଙ୍କରେ ଭିନ୍ନ ଭିନ୍ନ ସମୟରେ ମଧ୍ୟାନ୍ନ ହୁଏ । ପୃଥିବୀ ଏହାର ଅ ଅକ୍ଷ ଚାରିପଟେ ୨୪ ଘଣ୍ଟାରେ ଥରେ ଘୁରି ଯାଉଥିବାରୁ ଏକଡିଗ୍ରୀ ଦ୍ରାଘିମା ପାଇନ ୪ ମିନିଟ୍ ସମୟ ଲାଗେ । ଏଣୁ ଏକ ଡିଗ୍ରୀ ଦ୍ରାଘିମା ରେଖା ବ୍ୟବଧାନରେ ଥିବା ଦୁଇଟି ସ୍ଥାନ ମଧ୍ୟରେ ସମୟର ବ୍ୟବଧାନ ୪ ମିନିଟ୍ । ପୂର୍ବରେ ଥିବା ସ୍ଥାନରେ ପଶ୍ଚିମରେ ଥିବା ସ୍ଥାନ ଅପେକ୍ଷା ସୂର୍ଯ୍ୟ ଆଗରୁ ଉଦିତ ହୁଅନ୍ତି । ଏହି ବ୍ୟବଧାନ ପାଗ ଓ ବ୍ୟବଧାନ ଉପରେ କିଛି ପ୍ରଭାବ ପକାଇଥାଏ । ମାତ୍ର ଅକ୍ଷାଂଶ ତୁଳନାରେ ଦ୍ରାଘିମାର ପ୍ରଭାବ ଜଳବାୟୁ ଉପରେ କମ୍ । ସାରଣୀ ୯ ସନ୍ନିବିଷ୍ଟ କେତେକ ଉଦ୍ଦାହରଣରୁ ଜଳବାୟୁ ଉପରେ ଅକ୍ଷାଂଶ , ଦ୍ରାଘିମା ଓ ଅନ୍ୟାନ୍ୟ କାରକର ପ୍ରଭାବର ସୂଚନା ମିଳିପାରିବ ।
ମାନ୍ଦ୍ରାଜ ବାଙ୍ଗାଲୋର ଓ ମାଙ୍ଗାଲୋର ପ୍ରାୟ ଏକ ଅକ୍ଷାଂଶରେ ଅବସ୍ଥିତ ବୋଲି ଧରାଯାଇ ପାରେ । ମାନ୍ଦ୍ରାଜ ମାଙ୍ଗାଲୋର – ୨୪ ପୁର୍ବରେ ଅବସ୍ଥିତ । ସ୍ଥାନୀୟ ସମୟର ବ୍ୟବଧାନ ମାତ୍ର ୨୨ ମିନିଟ୍ । କିନ୍ତୁ ମାନ୍ଦ୍ରାଜ ଓ ବାଙ୍ଗାଲୋର ଅପେକ୍ଷା ମାଙ୍ଗାଲୋରରେ ବର୍ଷା ଓ ଶୀତ ବେଶି । ମାନ୍ଦ୍ରାଜରେ ଶୀତଋତୁ ଓ ଗ୍ରୀଷ୍ମଋତୁ ତାରତମ୍ୟ ଖୁବ୍ କମ୍ ନାହିଁ କହିଲେ ଚଳେ । ଜଳବାୟୁ ସାମୁଦ୍ରିକ । ଏହା ମୁଖ୍ୟତଃ ମାଙ୍ଗାଲୋର ଉପରେ ପଶ୍ଚିମ ଘାଟ ଅତ୍ୟୁଚ୍ଚ ପର୍ବତମାଳା ଓ ମାନ୍ଦ୍ରାଜ ଉପରେ ସମୁଦ୍ରର ନିକଟତା ସହ ପୂର୍ବଘାଟ ପର୍ବତମାଳାର ପ୍ରଭାବ ଶୂନ୍ୟତାର କାରଣ ।
ସେହିପରି ବାଲେଶ୍ଵର , ରାୟପୁର ଓ ନାଗପୁରର ଅବସ୍ଥିତି ଏକ ଅକ୍ଷାଂଶରେ ବୋଲି ଧରାଯାଇପାରେ । ବାଲେଶ୍ଵର ଓ ନାଗପୁର ମଧ୍ୟରେ ଦ୍ରାଘିମା ବ୍ୟବଧାନ ୭୦ – ୪୦ । ସ୍ଥାନୀୟ ସମୟ ବ୍ୟବଧାନ ପ୍ରାୟ ୩୧ ମିନିଟ୍ । ଚାନ୍ଦିପୁର ଜଳବାୟୁ ଉଷ୍ମ ଓ ଆର୍ଦ୍ର । ଏହା ସମୁଦ୍ର କୂଳରେ ଅବସ୍ଥିତ । ରାୟପୁରର ଜଳବାୟୁ ଉଷ୍ମ ଓ ଶୁଷ୍କ । ନାଗପୁରରେ ବୃଷ୍ଟିପାତ ଆହୁରି କମ୍ । ଜଳବାୟୁ ଅତି ଗରମ ଓ ଶୁଷ୍କ ମହାଦେଶୀୟ । ଏହି ଦୁଇଜାଗା ଦକ୍ଷିଣା ମାଳଭୂମିର ଉତ୍ତରାଂଶରେ । ସମୁଦ୍ରଠାରୁ ଦୂରତା ବେଶି । ନାଗପୁର ଉପରେ ପଶ୍ଚିମଘାତ ପର୍ବତମାଳା ଓ ବିନ୍ଧ୍ୟ ପର୍ବତରେ ପ୍ରଭାବ ଏବଂ ରାୟପୁର ଉପରେ ପୂର୍ବଘାଟ ପାର୍ବତ୍ୟ ମାଳାର ପ୍ରଭାବ ସୃଷ୍ଟିର କାରଣ ।
ସମୁଦ୍ର ପାଖରେ ଥିବା ସ୍ଥାନଗୁଡିକ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ନୁହଁନ୍ତି । ନିକଟସ୍ଥ ଜଳରାଶି ତାପମାନ ତାରତମ୍ୟ ହ୍ରାସ କରିଥାଏ । ଗ୍ରୀଷ୍ମ କାଳରେ ସ୍ଥାନଟିର ତାପମାନ ବୃଦ୍ଧି ପାଇଲେ ସମୁଦ୍ରସ୍ଥ ଶୀତଳ ଓ ଆର୍ଦ୍ରବାୟୁ ତାହା ପୂରଣ କରି ତାପମାନ ହ୍ରାସ କରାଏ । ଜଳଭାଗ ସ୍ଥଳଭାଗ ଭଳି ଶୀଘ୍ର ଉତ୍ତପ୍ତ ହୁଏ ନାହିଁ କି ଶୀତଳ ହୁଏ ନାହିଁ । ଏହା ଜଳର ଅତି ଉଚ୍ଚ ନିର୍ଦ୍ଧିଷ୍ଟ ତାପଶକ୍ତି ଯୋଗୁଁ ଘଟିଥାଏ । ଶୀତଦିନେ ଭୂପୃଷ୍ଠ ଶୀତଳ ହେଲେ ଜଳଭାଗରୁ ଉଷ୍ମ ଓ ଆର୍ଦ୍ରବାୟୁ ଭୂଭାଗକୁ ପ୍ରବାହିତ ହୋଇ ତାପମାନ ବୃଦ୍ଧିରେ ସାହାଯ୍ୟ କରେ । ସେହି କାରଣରୁ ଖରାଦିନେ ଯେତେ ଖରା ଓ ଗରମ ହେଲେ ମଧ୍ୟ ଉପରବେଳାକୁ ଶୀତଳ ବାୟୁ ସମୁଦ୍ରରୁ ପ୍ରବାହିତ ହୁଏ । ସାରଣୀରେ ଦିଆଯାଇଥିବା ସ୍ଥାନମାନଙ୍କ ମଧ୍ୟରେ ଚାନ୍ଦିପୁର , ପୁରୀ ଓ ମାନ୍ଦ୍ରାଜ ଏହାର ପ୍ରମାଣ । ସମୁଦ୍ରକୂଳେ ସବୁବେଳେ ପବନ ବୋହୁଥାଏ । ସମୁଦ୍ରଠାରୁ ସ୍ଥାନର ଦୂରତା ବୃଦ୍ଧି ପାଇଲେ ଏହି ପ୍ରଭାବ ହ୍ରାସ ପାଉଥିବାରୁ ଭିତ୍ତ୍ଵିକ ଓ ଦୈନିକ ତାପମାନ ତାରତମ୍ୟ ବୃଦ୍ଧିପାଏ । ରାୟପୁର , ନାଗପୁର ଏହାର ଉଦାହରଣ ।
ଆଗରୁ ସୂଚିତ ହୋଇଛି ଯେ ଉଚ୍ଚତା ସହିତ ତାପମାନ ହ୍ରାସପାଏ । (୩୩୦ ମିଟର ପ୍ରତି ସେଲସିଅସ ) । ଏକ ଅକ୍ଷାଂଶ ବା ଦ୍ରାଘିମା ରେଖାରେ ଦୁଇଟି ସ୍ଥାନ ମଧ୍ୟରେ ଉଚ୍ଚତର ସ୍ଥାନର ତାପମାନ ସବୁବେଳେ କମ୍ ରହେ । ବାଲେଶ୍ଵର ( - ପୂ.ଅ.) , କେନ୍ଦୁଝର ( - ପୂ.ଅ.) ଓ ସମ୍ବଲପୁର ( - ପୂ . ଅ. ) ଏକ ଅକ୍ଷାଂଶରେ ଅବସ୍ଥିତ ହେଲେ ହେଁ କେନ୍ଦୁଝର ଓ ସମ୍ବଲପୁର ସମୁଦ୍ରଠାରୁ ଦୂରରେ ଓ ସମୁଦ୍ରପତ୍ତନ ଠାରୁ ବେସୀ ଉଚ୍ଚରେ ଥିବାରୁ ଉଭୟ କେନ୍ଦୁଝର ଓ ସମ୍ବଲପୁର ବାଲେଶ୍ଵରଠାରୁ ଗ୍ରୀଷ୍ମ ଋତୁରେ ବେଶୀ ଉତ୍ତପ୍ତ ଓ ଶୀତ ଋତୁରେ ବେଶୀ ଶୀତଳ ହୋଇଥାନ୍ତି । କେନ୍ଦୁଝର ଓ ସମ୍ବଲପୁର ମଧ୍ୟରେ କେନ୍ଦୁଝର ସମ୍ବଲପୁରଠାରୁ ବେଶୀ ଉଚ୍ଚରେ ଥିବାରୁ ଏଠାରେ ଶୀତ ଦିନେ ବେଶୀ ଶୀତ ହୁଏ । କେନ୍ଦୁଝର ତୁଳନାରେ ଗ୍ରୀଷ୍ମଋତୁ ସମ୍ବଲପୁରରେ ବୋଈ ଅସହ୍ୟ । ସମ୍ବଲପୁର ବନ୍ୟସମ୍ପଦ ଓ ଜଙ୍ଗଲ କେନ୍ଦୁଝର ଅପେକ୍ଷା ବହୁତ କମ୍ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/19/2020