ପୃଥିବୀ ଉପରେ ଥିବା ସମସ୍ତ ପ୍ରକାର ଅଧ୍ୟୟନ ମଧ୍ୟରେ ପାଣିପାଗ ସର୍ବେକ୍ଷଣ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ଯାହାକି ଏବେ ପ୍ରତ୍ୟକ ସ୍କୁଲର ପିଲାମାନେ ଅତି କମ୍ ଖର୍ଚ୍ଚରେ ଜଳବାୟୁ ଓ ପାଣିପାଗ ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରି ଜଳବାୟୁ ଉପରେ ନିରୀକ୍ଷଣ ଓ ସର୍ବେକ୍ଷଣ କରିପାରିବେ ।ଏହି ପାଣିପାଗ ଓ ଜଳବାୟୁ ସମ୍ବନ୍ଧରେ ସବିଶେଷ ବିବରଣୀ ପାଇଁ ସରସ୍ଵତୀ ବିଦ୍ୟାମନ୍ଦିର. ଗତିରାଉତପାଟଣା ଠାରେ ବିଦ୍ୟାଳୟ ଓ ସୁପ୍ରତିଭା ସହଯୋଗରେ ଏକ ବୃଷ୍ଟିମାପକ ଯନ୍ତ୍ର ପବନ ଦିଗ ବାରେଣି ଯନ୍ତ୍ର ଓ ବାୟୁର ତାପମାପକ ଯନ୍ତ୍ର ପ୍ରଭୃତି ସ୍ଥାପନ କରାଯାଇଛି । ଏହାଦ୍ଵାରା ଆମ ବିଦ୍ୟାଳୟର ଛାତ୍ର ପ୍ରତ୍ୟକ୍ଷ ଭାବରେ ପାଣିପାଗର ସବିଶେଷ ବିବରଣୀ ପାଇପାରୁଛି । “ପାଣିପାଗ ଜଳବାୟୁର ବିଭିନ୍ନ ପ୍ରକାରର ଅତଥ୍ୟ ସଂଗ୍ରହ କରି ଏହାର ଏକ ରାଜ୍ୟସ୍ତରୀୟ ପ୍ରକଳ୍ପ କରି ୧୬ ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସରେ ଆମ ବିଦ୍ୟାଳୟ ୫ ଜଣ ଛାତ୍ର ଯୋଗଦାନ କରିଥିଲେ ।”
ଯେକୌଣସି ଦିନର ବାୟୁ ତାପମାତ୍ରା ଆର୍ଦ୍ରତା ଓ ବୃଷ୍ଟିପାତର ପରିମାଣର ସ୍ଥାନୀୟ ଅବସ୍ଥା ସମ୍ବନ୍ଧରେ ଜାଣିବାକୁ ପାଣିପାଗ ପର୍ଯ୍ୟବେକ୍ଷଣ କହନ୍ତି । ବାଯୁମଣ୍ଡଳର ତାପମାତ୍ରା ଆର୍ଦ୍ରତା ଓ ବାୟୁ ପ୍ରବାହର ଆଞ୍ଚଳିକ ବୈଷମ୍ୟ ହେତୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଉଦ୍ଭିଦ ଓ କୃଷିଜାତ ଦ୍ରବ୍ୟର ବହୁ ପରିମାଣରେ ତାରତମ୍ୟ ଦେଖାଯାଏ । ଏହିସବୁ କାରଣରୁ ସ୍ଥାନୀୟ ଭୂଗୋଳର ସମ୍ୟକ ଧାରଣା କରିବାକୁ ହେଲେ ଯନ୍ତ୍ର ସହକାରେ ସେଠାରେ ପାଣିପାଗର ଅବସ୍ଥା ଜାଣିବା ନିହାତି ଦରକାର । ଦୈନିକ ପର୍ଯ୍ୟବେକ୍ଷଣ ଦ୍ଵାରା ପାଣିପାଗର ପ୍ରକୃତି ନିର୍ଣ୍ଣୟ କରାଯାଏ । ପାଣିପାଗ ଓ ଜଳବାୟୁର ଗୁରୁତ୍ଵ ଦୃଷ୍ଟିରୁ ଆମ ବିଦ୍ୟାଳୟ ସରସ୍ଵତୀ ବିଦ୍ୟାମନ୍ଦିର. ଗତିରାଉତପାଟଣା କେଶବଧାମ କଟକ ଓ ଏସିଆର ସର୍ବ ବୃହତ ଧାନ ଗବେଷଣାକେନ୍ଦ୍ର ସି.ଆର.ଆର.ଆଇ. ମେଟ୍ରୋଲୋଜି ବିଭାଗକୁ ଅନୁଧ୍ୟାନ ବା ଗବେଷଣା ପରିସରଭୁକ୍ତ କରାଯାଇଛି ।
ନବଗ୍ରହ ଓ ସୂର୍ଯ୍ୟଙ୍କୁ ନେଇ ଗଠିତ ସୌର ପରିବାରରେ କେବଳ ପୃଥିବୀ ଏକ ଏପରି ବିଚିତ୍ର ଗ୍ରହ ଯେଉଁଠାରେ ପ୍ରାଣରସତ୍ତା ସମ୍ଭବ ହୋଇଛି । ଏହା କେବଳ ସମ୍ଭବ ହୋଇଛି ପୃଥିବୀସ୍ଥ ଅନୁକୂଳ ପରିବେଶ ହେତୁ । ଯାହାପାଇଁ ଏଠାରେ ସମ୍ଭବ ହୋଇଛି ଜୈବ ବିବିଧତା ବିଜ୍ଞାନର ଦ୍ରୁତ ପ୍ରୟୋଗ ମନୁଷ୍ୟ ଉନ୍ନତିର ଶୀର୍ଷରେ ପ୍ରତିଷ୍ଠିତ କରିବା ସ୍ଥଳେ ଅନ୍ୟ ଦିଗରେ ବିଜ୍ଞାନ ଦ୍ଵାରା ପ୍ରକୃତି ଜୟ କରିବାର ମନୋବୃତ୍ତି ପ୍ରକୃତିର କରାଳରୂପ ପ୍ରକଟତାର କାରଣ ହୋଇଛି । ଯାହା ଫଳରେ ବର୍ତ୍ତମାନର ବନ୍ୟା ବାତ୍ୟା ମରୁଡି ଆଦି ସମସ୍ତଙ୍କ ଚିନ୍ତାର ଏହା ଏକ ବିଷୟ ହୋଇ ରହିଯାଇଛି । ଆଦିମକାଳରେ ପ୍ରକୃତି ସହ ମନୁଷ୍ୟର ସମ୍ପର୍କ ଥିଲା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି । ମାତ୍ର ବର୍ତ୍ତମାନର ପ୍ରକୃତିର ଅଶାନ୍ତ ସ୍ଥିତି ସମ୍ବନ୍ଧରେ ଜାଣିବା ପାଇଁ ତଥା ସୌନ୍ଧର୍ଯ୍ୟମୟୀ ପୃଥିବୀର ପରିସଂସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପାଗ ପର୍ଯ୍ୟବେକ୍ଷଣ ଅତ୍ୟାବଶ୍ୟକ ହୋଇ ରହିଛି । ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଆକାଶର ଓ ବାୟୁମଣ୍ଡଳର ଅବସ୍ଥାକୁ ଏହାର ପାଣିପାଗ କୁହାଯାଏ । ପାଣିପାଗ ଅସ୍ଥିର ଓ ପରିବର୍ତ୍ତନଶୀଳ କୌଣସି ଅଞ୍ଚଳରେ ବହୁବର୍ଷ ଧରି (୩୫ ବର୍ଷ) ପାଣିପାଗର ହାରାହାରୀ ଅବସ୍ଥାକୁ ଜଳବାୟୁ କହନ୍ତି । କୌଣସି ଅଞ୍ଚଳରେ ଜଳବାୟୁ ମୁଖ୍ୟତଃ ଏହାର ଅକ୍ଷାଂଶ ଓ ଦ୍ରାଘିମା ସମୁଦ୍ରଠାରୁ ସ୍ଥାନର ଦୂରତା ଓ ଉଚ୍ଚତା ଏବଂ ସ୍ଥାନୀୟ ଭୂପ୍ରକୃତି ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।
ଜଳବାୟୁ ସ୍ଥିରତା ମାନବ ସମାଜ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ । ଜଳବାୟୁର ସ୍ଥିରତା କହିଲେ ଏହାର ଉପାଦାନ ଗୁଡିକର ସ୍ଥିରତାକୁ କୁହାଯାଏ । ଜଳବାୟୁର ବିଭିନ୍ନ ଉପାଦାନ ମଧ୍ୟରେ ସନ୍ତୁଳନ ନଷ୍ଟକୁ ଜଳବାୟୁର ପରିବର୍ତ୍ତନ କହନ୍ତି । ମୁଖ୍ୟତଃ ତାପମାତ୍ରା ବୃଷ୍ଟିପାତ ଓ ଆର୍ଦ୍ରତାର ପରିବର୍ତ୍ତନ ଦ୍ଵାରା ହିଁ ଜଳବାୟୁର ପରିବର୍ତ୍ତନ ହୁଏ । ଗତ ବିଂଶ ଶତାବ୍ଦୀ ମଧ୍ୟରେ ପୃଥିବୀର ତାପମାତ୍ରା ହାରାହାରି ୦.୧୦ ସେଣ୍ଟିଗ୍ରେଡ ବୃଦ୍ଧି ପାଉଛି ।
ବିଭିନ୍ନ ପ୍ରାକୃତିକ କାରକ ତାପମାତ୍ରାରେ ପରିବର୍ତ୍ତନ ଆଣିଥାଏ । ସମୟେ ସମୟେ ମହାଜାଗତିକ ବସ୍ତୁ ମୁଖ୍ୟତଃ ଉଲ୍କା, ଧୂମକେତୁ ଇତ୍ୟାଦି କକ୍ଷଚ୍ୟୁତ ହୋଇ ପୃଥିବୀର ବାୟୁମଣ୍ଡଳ ସହ ଘର୍ଷଣ ହୋଇ ତାପମାତ୍ରାକୁ ଅସ୍ଵାଭାବିକ ଭାବରେ ବୃଦ୍ଧି କରିଥାଏ । ଆଗ୍ନେୟ ଉଦ୍ଗୀରଣର ପରିଣାମ ସ୍ୱରୂପ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିଷାକ୍ତ ବାଷ୍ପ ଦ୍ଵାରା ତଥା ଉତ୍ପନ୍ନ ଉତ୍ତକ୍ତ ଲାର୍ଭା ଦ୍ଵାରା ଜଳବାୟୁର ତାପମାତ୍ରାରୁ ଅସ୍ଵାଭାବିକ ପରିବର୍ତ୍ତନ ଦେଖାଦେଇଛି ।
ଜଳବାୟୁକୁ ପ୍ରଭାବିତ କରୁଥିବା କାରକଗୁଡିକ ମଧ୍ୟରେ ମାନବିକ କାର୍ଯ୍ୟକଳାପ ପ୍ରମୁଖ । ସଂପ୍ରତି କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ନିମିତ୍ତ ବିଜ୍ଞାନର ଅତୁଳ ଅବଦାନ ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି । ତାପମାତ୍ରା ବୃଦ୍ଧିର ପ୍ରମୁଖ କାରକଗୁଡିକ ମଧ୍ୟରେ ସବୁଜ କୋଠରୀ ଗ୍ୟାସ ଯଥା କାର୍ବନ ଡାଇଅକସାଇଡ () କାର୍ବନ ମନୋକସାଇଡ (CO) ସଲଫର ଡାଇଅକସାଇଡ () କ୍ଲୋରଫୋର କାର୍ବନ ଇତ୍ୟାଦି ଅନ୍ୟତମ । ସେହିପରି ଆଗ୍ନେୟ ଉଦ୍ଗୀରଣ ଓ ଜୈବିକ ପ୍ରକ୍ରିୟା ମାଧ୍ୟମରେ ମିଥେନର ପରିମାଣ ବୃଦ୍ଧି ପାଉଛି । ରେଫ୍ରିଜରେଟର, ଏସି, ସୁଗନ୍ଧିତ ଅତର ଇତ୍ୟାଦିରୁ ନିର୍ଗତ ହେଉଛି କ୍ଲୋରୋଫ୍ଲୋର କାର୍ବନ । ଏହା ବ୍ୟତୀତ ପଶୁ ସମ୍ପଦ, ଧାନଚାଷ, ଆର୍ଦ୍ରଭୂମିର ପରିବର୍ତ୍ତନ ବାୟୁମଣ୍ଡଳରେ ନାଇଟ୍ରସ ଅକସାଇଡ ବୃଦ୍ଧି କରାଇଛି ।
ତାପମାତ୍ରାରେ ବୃଦ୍ଧି ଫଳରେ ଶୀତ ଅଞ୍ଚଳରେ ଗ୍ଲାସିୟର ଖଣ୍ଡମାନ ତରଳିବା ଉଦ୍ଭିଦ ଓ ପ୍ରାଣୀମାନଙ୍କର ବିଭିନ୍ନ ପ୍ରଜାତି ସ୍ଥାନ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦୈନିକ କ୍ରିୟାରେ ପରିବର୍ତ୍ତନ ଇତ୍ୟାଦି ପରିଦୃଷ୍ଟ ହେଉଛି । ଗ୍ଲାସିୟର ଖଣ୍ଡମାନ ତରଳିବା ଦ୍ଵାରା ଗତ ୧୦୦ ବର୍ଷ ମଧ୍ୟରେ ସମୁଦ୍ର ପତ୍ତନର ଉଚ୍ଚତା ପ୍ରାୟ ୧୦ରୁ ୧୫ ସେ.ମି. ବୃଦ୍ଧି ପାଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଓଜନର ପରିମାଣ ପ୍ରାୟ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଗତ କିରୋସିନ, ଡିଜେଲ ଏବଂ କୋଇଲା ଆଦିର ଦହନ ଫଳରେ , ସୂର୍ଯ୍ୟ କିରଣର ଉପସ୍ଥିତିର ଯଥାକ୍ରମେ , ପରିଣତ ହୁଏ । ଉକ୍ତ ଅମ୍ଳ ଦ୍ୱୟ ତାପମାତ୍ରା ଓ ଅରଦ୍ରତା, ବୃଷ୍ଟିପାତ ଇତ୍ୟାଦିକୁ ପର୍ଯ୍ୟବେକ୍ଷଣ କରି ଆମେ କୃଷକ ଭାଇମାନଙ୍କୁ ଜଣାଇବୁ । ସେମାନଙ୍କୁ ସେହି ଅନୁଯାୟୀ ନିଜର କୃଷି ପର୍ଯ୍ୟାୟକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେବୁ ।
ସଂଗୃହୀତ – ଶ୍ରୀ ପ୍ରମୋଦ କୁମାର ଦାଶ
Last Modified : 5/3/2020