অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୃଷ୍ଟିଶକ୍ତି ବଢାଇବା କେମିତି

ଦୃଷ୍ଟିଶକ୍ତି ବଢାଇବା କେମିତି

ଦୃଷ୍ଟିଶକ୍ତି ବଢାଇବା

ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତଙ୍କ ପାଇଁ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ହୋଇଯାଇଛି । ଆଖିର ସମସ୍ୟା ଆମର ଖାଦ୍ୟ ଖାଇବା ଉପରେ ନିର୍ଭର କରିଥାଏ । ଆମେ ଦୈନନ୍ଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇଥାଉ, ସେଥିପାଇଁ ଏହା ଆମ ଆଖି ଉପରେ ପ୍ରଭାବ ପକାଇଥାଏ, ଆମ ଆଖିକୁ ବିଶ୍ରାମ ମଧ୍ୟ ମିଳିନ’ଥାଏ । ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ସେମିତି କିଛି ଖାସ୍ ନଥାଏ, ଯାହାଦ୍ୱାରା ଆମ ଆଖିକୁ ପୋଷଣ ମିଳିଥାଏ ।

ଆମର ନିତିଦିନିଆ ଖାଇବାରେ ଆମେ ଏମିତି କିଛି ଖାଦ୍ୟ ବ୍ୟବହାର କରିବା ଯାହାଦ୍ୱାରା ଆମର ଦୃଷ୍ଟିଶକ୍ତି ବଢିବା ସହିତ ଯାହାକିଛି ସମସ୍ୟା ଆଖିରେ ରହିଥିବ ତାହା ମଧ୍ୟ ଦୂର ହୋଇପାରିବ ।

ଉପାୟ

  1. ଅଁଳାର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି କୁ ବର୍ଷବର୍ଷ ଧରି ଠିକ୍ ରଖିଥାଏ । ଆମେ ଚାହିଁଲେ କଂଚା ଅଁଳାକୁ ଆମ ଖାଦ୍ୟରେ ବ୍ୟବହାର କରିପାରିବା । ଏହାବ୍ୟତିତ ଖାଲି ପେଟରେ ଅଁଳା ରସକୁ ପିଇବାଦ୍ୱାରା ଏହା ବହୁତ ଉପକାରରେ ଆସିଥାଏ ।
  2. ଅଳେଇଚ ଶରୀରର ତାପମାତ୍ରାକୁ ସନ୍ତୁଳିତ ଅବସ୍ଥାରେ ରଖିଥାଏ । ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଆଖିକୁ ଥଣ୍ଡା ମିଳିବା ସହିତ ଦୃଷ୍ଟିଶକ୍ତିକୁ ବଢାଇଥାଏ । ଆମେ ଅଳେଇଚକୁ ପାଉଡର କରି ଏହାକୁ ଥଣ୍ଡା ଖିର ସହିତ ମିଶାଇ ବ୍ୟବହାର କରିପାରିବା ଏହାଦ୍ୱାରା ଆଖି ଠିକ୍ ରହିଥାଏ ।
  3. ଖାଦ୍ୟରେ ବହୁଳ ପରିମାଣର ସବୁଜ ପନିପରିବାର ବ୍ୟବହାର କରିବା ଦ୍ୱାରା ଆଖିକୁ ପ୍ରଚୁର ପରିମାଣରେ ଆଇରନ ମିଳିପାରିଥାଏ ।
  4. ଦୃଷ୍ଟିଶକ୍ତି ଅଖରୋଟର ବ୍ୟବହାର କରିବା ଦ୍ୱାରା ମଧ୍ୟ ବଢିଥାଏ । ଭିଟାମିନ୍-ଇ ଏବଂ ଫ୍ୟାଟି ଏସିଡ୍ ଅଖରୋଟରେ ରହିଛି, ଏହା ଆଖି ପାଇଁ ବହୁତ ଜରୁରୀ ଅଟେ । ଅଧିକ ସମୟ ପାଇଁ ଆଖିକୁ ଠିକ୍ ରଖିବାପାଇଁ ଆମ ଖାଦ୍ୟରେ ଅଖରୋଟର ବ୍ୟବହାର କରିବା ଜରୁରୀ ଅଟେ ।
  5. ଗାଜରର ଜୁସ୍ କରି ପିଇବା ଦ୍ୱାରା ଆଖିକୁ ପୃଷ୍ଟି ମିଳିଥାଏ । ଦୈନନ୍ଦିନ ଏକ ଗ୍ଲାସ୍ ଗାଜରର ରସ ପିଇବା ଦ୍ୱାରା ଆଖି ପାଇଁ ଆମେ ବ୍ୟବହାର କରୁଥିବା ଚଷମା ମଧ୍ୟ ଆମକୁ ଆଉ ବ୍ୟବହାର କରିବାକୁ ପଡିବନି ।
  6. ଶରୀର ପାଇଁ ପିସ୍ତାବାଦାମର ଆବଶ୍ୟକତା ବହୁତ ଅଧିକ । ପାଣିରେ ପିସ୍ତା ବାଦାମକୁ ଭିଜାଇ ଖାଇବାଦ୍ୱାରା ଏହା ଆଖିପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ ।

ଆଧାର : କନକ ନ୍ୟୁଜ

Last Modified : 12/14/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate