অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି

ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି

ପରିବର୍ଭିତ ଜୀବନଶୈଳୀରେ ମେରୁଦଣ୍ଡରେ ଯନ୍ତ୍ରଣା ହେବାପ୍ରାୟତଃ ସ୍ଵାଭାବିକ ସମସ୍ୟା । ଅନେକସ୍ଥଳରେ ଏଥି ଯୋଗୁଁ ନାନା ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବା ଆଶଙ୍କା ଥାଏ । ବୟସବଢ଼ିବା ସହିତ ଏହି ସମସ୍ୟା ବଢ଼େ । ତେଣୁ ଏହାରନିରାକରଣ ସମ୍ପର୍କରେ ଅବଗତ ହେବା ସହିତ ଏହାକୁ ସତର୍କତାର ସହିତ ପରିଚାଳନା କରିବାର ଆବଶ୍ୟକତାରହିଛି । ମେରୁଦଣ୍ଡ ଯନ୍ତ୍ରଣାରୁ ରକ୍ଷା ପାଇଁ କେତେକ ସରଳଉପାୟ ଥିବାରୁ ଏଥିନେଇ ଜାଣିବା ଆବଶ୍ୟକ ।

ବୟସ ବଢ଼ିଲେ। ମେରୁଦଣ୍ଡ ଡିସ୍କାରେ ଥିବା ଜଳର ପରିମାଣ ହ୍ରାସ ପାଇଥାଏ । ଅନେକ ସମୟରେ ଏହା ଅନ୍ୟ ଅଂଶ ଠାରୁ ବିଚ୍ଛିନ୍ନ ହୋଇଥାଏ । ଡିସ୍କ ବିଚ୍ଛିନ୍ନ ହେବା କିମ୍ବା ପ୍ରକୃତ ସ୍ଥାନ ଠାରୁ ଖସିଯିବା ସମସ୍ୟାର ନିରାକରଣ ପାଇଁ ଔଷଧ ଗ୍ରହଣ, ଫିଜିଓଥେରାପି ଏବଂ ସ୍ଥଳ ବିଶେଷରେ ସର୍ଜରୀ ମଧ୍ୟ କରାଯାଇଥାଏ । କେତେକ କ୍ଷେତ୍ରରେ ମେରୁଦଣ୍ଡ ସମ୍ପର୍କିତ ଆଶଙ୍କାକୃତ ସମସ୍ୟାର ନିରାକରଣ ନିଜ ଦ୍ଵାରା ହିଁ ସମ୍ଭବ ହୋଇପାରିଥାଏ । ସେଥିପାଇଁ ଧରାବନ୍ଧା ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ନିଜେ ନିଜର ମେରୁଦଣ୍ଡା ସୁରକ୍ଷିତ ରଖିପାରିବେ । ମେରୁଦଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଶାରିରୀକ ଅବସ୍ଥା, କାର୍ଯ୍ୟ କରିବାର ଦକ୍ଷତା, ଶରୀର ଓଜନ, ବ୍ୟାୟାମ ଏବଂ ସଠିକ ଓଜନ ଉଠାଇବା ଆଦି ପାଞ୍ଚଟି ଗୁରୁତ୍ଵପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରାଯାଇପାରେ । ଏହାଦ୍ଵାରା ମେରୁଦଣ୍ଡ ଯନ୍ତ୍ରଣାର ବିଭିନ୍ନ ଆଶଙ୍କାକୃତ ସମସ୍ୟାର ସଫଳ ନିରାକରଣ ସମ୍ଭବ ହୋଇଥାଏ । ଫଳରେ ଆପଣ ନିଜକୁ ବିଭିନ୍ନ ମେରୁଦଣ୍ଡ ସମସ୍ୟା ଠାରୁ ସୁରକ୍ଷିତ ରଖିପାରିବେ ।

ଶାରୀରିକ ଅବସ୍ଥା

ଉପଯୁକ୍ତ ଶାରିରୀକ ଅବସ୍ଥାକୁନିୟନ୍ତ୍ରିତ କରିବା ଦ୍ଵାରା ଅନେକାଂଶରେ ନିମ୍ନ ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କେତେକ ବ୍ୟାୟାମରେ ଠିଆହେବା ଶାରିରୀକ ଅବସ୍ଥାକୁ ଗୁରୁତ୍ଵ ପ୍ରଦାନ କରାଯାଉଥିବାବେଳେ ବସିବା ଅବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । ସିଧା ଛିଡ଼ା ହେବା ବେଳେ ମୁଣ୍ଡ ଏବଂ ମେରୁଦଣ୍ଡ ଏକ ସରଳରେଖାରେ ରହିଥାଏ । ଆପଣ ମୃଦୁ ଭାବରେ ଆପଣଙ୍କ ତଳି ପେଟର ମାଂସପେଶୀକୁ ସଂକୋଚନ କରି ନିମ୍ନ ମେରୁଦଣ୍ଡକୁ ସମ୍ମିଳିତ କରିପାରିବେ । ଆପଣଙ୍କର ଶାରିରୀକ ଅବସ୍ଥାରେ ସନ୍ତୁଳନ ଆଣିବା ସହିତ କାନ୍ଧ ଅତି ତଳକୁ ଝୁଲାଇବା ଅବା ନଇଁ ନଇଁ ଚାଲିବା ତଥା ବୟସାଧିକ କାରଣରୁ ତଳେ ନଇଁ ଯିବା ସ୍ଥିତି ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ବସିବା ସମୟରେ ଶାରିରୀକ ଶୈଳୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅଧୁକାଂଶ ବ୍ୟକ୍ତି ଦିନର ଏକତୃତୀୟାଂଶ ସମୟ ଏକପ୍ରକାର ଶୈଳୀରେ ବସି ରହିଥାନ୍ତି । ଆପଣ ପ୍ରାୟତଃ ଏହି ସମୟରେ ମେରୁଦଣ୍ଡକୁ ସିଧା ରଖି ବସିବା ଉଚିତ । ଯାହାଦ୍ଵାରା ଆପଣଙ୍କ ତଳି ପେଟର ମାଂସପେଶୀ ହାଲକା ଭାବରେ ସଂକୁଚିତ ହୋଇ ରହିପାରିବ । ବସିବା ଅବସ୍ଥାରେ ତଳକୁ ଅଧିକ ଝୁଙ୍କି ହୋଇ ବସିବା ଦ୍ଵାର ମେରୁଦଣ୍ଡରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । ତେଣୁ ସିଧା ବସନ୍ତୁ; ଯାହାଦ୍ଵାରା ଚେୟାରର କାନ୍ଧ ବ୍ଲେଡରେ ମେରୁଦଣ୍ଡ ସିଧା ରହିବା ସହିତ ଆପଣଙ୍କ ପାଦ ଚଟାଣରେ ରହିବ । ସେହିପରି ସିଧା ବସିବା ସମୟରେ ଆପଣ ପ୍ରତି ଏକ ଘଣ୍ଟା ଅନ୍ତରରେ ଆପଣଙ୍କ ବସିବା ଶୈଳୀରେ ପରିବର୍ତ୍ତନ ଆଣନ୍ତୁ । କାର୍ଯ୍ୟାଳୟରେ ଅଧିକ ସମୟ ବସି କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରତି ୯୦ ମିନିଟରେ। ୫ ମିନିଟର ଛୋଟ ବିଶ୍ରାମ ନେବା ଉଚିତ । ଏହି ବିଶ୍ରାମ ସମୟରେ ସେମାନେ ନିଜକୁ ସିଧା କରିବା ସହିତ ମେରୁଦଣ୍ଡକୁ ଆରାମ ଦେବା ଉଚିତ ।

କାର୍ଯ୍ୟ କରିବାର ଦକ୍ଷତା

କାର୍ଯ୍ୟ କରିବାର ଦକ୍ଷତା କହିଲେ ବୋଧହୁଏ ଆପଣ କାର୍ଯ୍ୟାଳୟ ଅବଧିକୁ ହିଁ ବୁଝିପାରନ୍ତି । କିନ୍ତୁ ଆପଣ ଏହି ସମୟରେ ଆପଣଙ୍କ ମେରୁଦଣ୍ଡର ସୁରକ୍ଷାପ୍ରତି ବିଶେଷ ଧ୍ୟାନ ଦେଇ ନଥାନ୍ତି । ତେଣୁ ଏପରି ଅବସ୍ଥାରେ ଆପଣଙ୍କୁ ସହାୟତା ପ୍ରଦାନ କରୁଥିବା ଏକ ଗୁଣବତ୍ତାଯୁକ୍ତ ଚୌକିର ଆବଶ୍ୟକତା ରହିଛି । ସେହିପରି କାର ଚଳାଇବା ସମୟରେ ଆପଣଙ୍କ କାର୍ଯ୍ୟ ସମ୍ପାଦନ ଶୈଳୀ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କାର ଚଳାଇବା ସମୟରେ ଷ୍ଟିଅରିଂ ଦ୍ଵିଲ୍ । ଆପଣଙ୍କ ଛାତି ହାଡ଼ ଠାରୁ ପ୍ରାୟ ୧୦ ଇଞ୍ଚରୁ ଅଧିକ ଦୂରରେ ରହିବା ଉଚିତ । ଏପରିସ୍ଥଳେ ଆପଣ ମେରୁଦଣ୍ଡର ସାଧାରଣ ସ୍ଥିତି ବଜାଇ ରଖିବା ଶ୍ରେୟସ୍କାର । ଅନେକ ବ୍ୟକ୍ତି ଘରେ କମ୍ପ୍ୟୁଟର ବ୍ୟବହାର କରିଥାନ୍ତି । ଏଠାରେ ମଧ୍ୟ ସଠିକ ତଥା ଉପଯୁକ୍ତ କାର୍ଯ୍ୟ ଦକ୍ଷତା ଅଭ୍ୟାସ ଶୈଳୀ ଅବଲମ୍ବନର ଯଥାର୍ଥତା ରହିଛି । ଅନେକ ସୁଲେ ଲ୍ୟାପଟପ ବ୍ୟବହାର କରୁଥିବା ବ୍ୟକ୍ତି କି-ବୋର୍ଡ ଉପରେ ନଇଁ କାର୍ଯ୍ୟ କରିଥାନ୍ତି । ତେଣୁ କମ୍ପୁଟରରେ କାମ କଲାବେଳେ କହୁଣି ଉଚ୍ଚତାରେ କି-ବୋର୍ଡ ରଖିବା ସହ ମେରୁଦଣ୍ଡା ସିଧା କରି ଚେୟାରରେ ବସିବା ଆବଶ୍ୟକ । କମ୍ପ୍ୟୁଟରର ସ୍କ୍ରିନ୍, ଏବଂ ଆଖି ମଧ୍ୟରେ ୩୦ ଡିଗ୍ରୀର କୌଣସି ସମ୍ବନ୍ଧ ରହିବା ଆବଶ୍ୟକତା ରହିଛି । ଯାହାଦ୍ଵାରା ଆପଣ ମେରୁଦଣ୍ଡକୁ ସିଧା ରଖି ବସିପାରିବେ ।

ଶରୀର ଓଜନ

ଆପଣଙ୍କ ଶରୀର ଓଜନ ମେରୁଦଣ୍ଡ ଉପର ଗୁରୁତର ପ୍ରଭାବ ପକାଇଥାଏ । କେବଳ ୧୦ ରୁ ୨୦ ଗୁଣା ଅଧିକ ଓଜନ ବୋହିନେବା ଦ୍ଵାରା ଆପଣଙ୍କ ମାଂସପେଶୀ ଉପରେ ଅଧିକ ଚାପ ପଡିବା ସହିତ ମେରୁଦଣ୍ଡର ସଂରଚନାରେ ମଧ୍ୟ ଚାପ ଅନୁଭୂତ ହୋଇଥାଏ । ମେରୁଦଣ୍ଡରେ ଓଜନର ଚାପ ପଡିଲେ ଏହା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଥାଏ । ମେରୁଦଣ୍ଡର ସମ୍ମୁଖ ଖଞ୍ଜାରେ ଓଷ୍ଟିଓଆଥ୍ରୋଇଟିସ୍ ଏବଂ ମେରୁଦଣ୍ଡ ଇଣ୍ଟରଭର୍ଟିବାଲ ଡିସ୍କ ଖସିଯିବା ଭଳି ଆଶଙ୍କା ସୃଷ୍ଟି କରିଥାଏ । ତେଣୁ ଏହି କାରଣକୁ ଦୃଷ୍ଟିରେ ରଖି ଆପଣ ଆପଣଙ୍କ ଓଜନକୁ ଉଚ୍ଚତା ଏବଂ ବୟସ ଅନୁସାରେ ନିୟନ୍ତ୍ରଣ କରିବା ଗୁରୁତ୍ଵପୂର୍ଣ୍ଣ । ଯଦି ଆପଣଙ୍କ ଓଜନ ଅଧିକ ରହିଛି ତେବେ ଓଜନ ହ୍ରାସ କରି ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । ନିୟମିତ ଏରୋବିକ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ ଦ୍ଵାରା ଓଜନ ସହଜରେ ହ୍ରାସ ପାଏ । ଏରୋବିକ । ବ୍ୟାୟାମ ମଧ୍ୟରେ ସାଧାରଣ ଚାଲିବା ସହିତ ନୃତ୍ୟ, ପହଁରା ଏବଂ ଦୌଡ଼ିବା ଆଦି ଓଜନ ହ୍ରାସ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ବ୍ୟାୟାମ

ଏରୋବିକ ବ୍ୟାୟାମ ସହିତ ମେରୁଦଣ୍ଡ ଯନ୍ତ୍ରଣାକୁ ଉପଶମ ତଥା ଦୂରଉଥିବା ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ତେଣୁ ତଳିପେଟ ମାଂସପେଶୀକୁ ସୁଦୃଢ଼ କରିବା କିମ୍ବା ମେରୁଦଣ୍ଡକୁ ସିଧା କରିବା, ନିତମ୍ବ ମେରୁଦଣ୍ଡକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ୱେଟ୍ ଟ୍ରେନିଂ, ଯୋଗ, ପିଲେଟସ୍ ଆଦି ମାଧ୍ୟମରେ ମନୋରଞ୍ଜନ କରିବା ସହିତ ମେରୁଦଣ୍ଡ ପାଇଁ ଉପଯୁକ୍ତ ବ୍ୟାୟାମ ପହଞ୍ଚାଇଥାଏ । କେତେକ ବ୍ୟାୟାମ ଓଜନ ହ୍ରାସ ପାଇଁ ଉପଯୋଗୀ ନଥୁଲେ ମଧ୍ୟ ଏଗୁଡିକ ସ୍ଵତନ୍ତ୍ର ଭାବେ ମେରୁଦଣ୍ଡ ମାଂସପେଶୀକୁ ନମନୀୟ କରି କାର୍ଯ୍ୟକାରିତା ବୃଦ୍ଧି କରିଥାଏ ।

ଆଧାର - ଡାକ୍ତର ଗୁରୁଦୀପ ଦାସ ସନସାଇନ୍ ହସପିଟାଲ୍, ଭୁବନେଶ୍ଵର

Last Modified : 5/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate