অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଳୁରେ ରହିଛି ଅନେକ ରୋଗର ଔଷଧ

ଆଳୁରେ ରହିଛି ଅନେକ ରୋଗର ଔଷଧ

ଆଳୁ

ଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ । ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ ଆଳୁ । କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ । କାରଣ ଆଳୁରେ ଶର୍କରା ଅଧିକ ଥାଏ । ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ । ଏବେ ନଜର ପକାନ୍ତୁ ଆଳୁର ଔଷଧୀୟ ଗୁଣ ଏବଂ ଏହାର ବ୍ୟବହାର ଉପରେ ।

ଔଷଧୀୟ ଗୁଣ

ଓଜନ କମାଇଥାଏ ଆଳୁ :

ଆଳୁ ରସ ଓଜନ କମାଇବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ସକାଳ ଖାଦ୍ୟ ଖାଇବା ପୂର୍ବରୁ ଆଳୁ ରସ ବା ଜୁସ୍ ସେବନ କରନ୍ତୁ । ବଢୁଥିବା ଓଜନକୁ କମାଇବାରେ ଏହା ସାହାଯ୍ୟ କରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି ।

ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି :

ଆଳୁ ରସ ଖାଇଲେ ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି ମିଳିଥାଏ । ଆଳୁ ଜୁସ୍ ସେବନ ଶରୀରରେ ଥିବା ୟୁରିକ୍ ଏସିଡ୍ କେବଳ ବାହାରକୁ ବାହାରିନଥାଏ ବରଂ ଗଣ୍ଠିରେ ହେଉଥିବା ପୀଡା ମଧ୍ୟ କମିଥାଏ ।

ଏସିଡିଟିରୁ ମିଳେ ଆରାମ :

ଯେଉଁ ମାନଙ୍କୁ ଏସିଡିଟିର ସମସ୍ୟା ଥାଏ ସେମାନେ ଆଳୁ ରସ ସେବନ କରି ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଅଧାକପ୍ ଆଳୁ ରସ ପିଅନ୍ତୁ ।

ପେଟ ପୋଡିବା :

ଅନେକ ଲୋକ ପେଟ ପୋଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ଆଳୁ ରସ ବା ଜୁସ୍ ପିଅନ୍ତୁ । ଏପରି ନିୟମିତ କଲେ ଶୀଘ୍ର ଏଥିରୁ ଆରାମ ମିଳିବ ।

ଆଧାର: କନକ ନ୍ୟୁଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate