অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଙ୍ଗଶିଉଳିର ଚମତ୍କାରୀ ଔଷଧୀୟ ଗୁଣ

ଗଙ୍ଗଶିଉଳିର ଚମତ୍କାରୀ ଔଷଧୀୟ ଗୁଣ

ଗଙ୍ଗଶିଉଳୀ

ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ବା କୋରାଲ ଜାସ୍‌ନିମ୍‌ ବା ସରୋପୁଲ୍‌ଟ୍ରି କହାଯାଏ;ଏବଂ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌। ନିକ୍ଟାନ୍‌ଥେସ୍‌’ର ଅର୍ଥ ରାତିର ଫୁଲ ଓ ଆର୍‌ବୋରଟ୍ରିସ୍‌ଟିସ୍‌’ର ଅର୍ଥ ‘ଦୁଃଖ ଗଛ’ । ଓଡ଼ିଆରେ ଶୃଙ୍ଗାରହାର ବା ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ । ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ଵାସ ଅନୁଯାୟୀ ସ୍ଵର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।

କିମ୍ବଦନ୍ତୀ

‘ବିଷ୍ଣୁ ପୁରାଣ’ ବର୍ଣ୍ଣିତ କିମ୍ବଦନ୍ତୀ ଅନୁଯାୟୀ ଜଣେ ଅପୂର୍ବ ସୁନ୍ଦରୀ ରାଜ-କନ୍ୟା ସୂର୍ଯ୍ୟଦେବଙ୍କୁ ପ୍ରେମ ନିବେଦନ କଲେ । ସୂର୍ଯ୍ୟଦେବ ଦିନେ ତାଙ୍କୁ ଆଦର ସହକାରେ କହିଲେ ‘ତୁମେ ପ୍ରାସାଦ ଛାଡ଼ି ମୋପାଖକୁ ଚାଲିଆସ ।’ ରାଜକନ୍ୟା ସୂର୍ଯ୍ୟଙ୍କ କଥା ମାନିଲେ । କିଛିଦିନ ପରେ ସୂର୍ଯ୍ୟଦେବ, ତାଙ୍କୁ ଛାଡ଼ିଦେଇ ନିଜଲୋକକୁ ଚାଲିଗଲେ । ରାଜକନ୍ୟା ଦୁଃଖରେ ମୃତ୍ୟୁବରଣ କଲେ । ତାଙ୍କୁ ଦାହକଲା ପରେ ତାଙ୍କ ଭସ୍ମରେ ଗୋଟିଏ ଗଛ ବଢ଼ିଲା । ତା’ଶାଖାପ୍ରଶାଖାରେ ସୁନ୍ଦର କମଳା ରଙ୍ଗର ଫୁଲ ଫୁଟିଲା । କିନ୍ତୁ ଏହି ଫୁଲ ସୂର୍ଯ୍ୟଙ୍କ ଉତ୍ତାପ ସହ୍ୟ କରିପାରେନାହିଁ । ସେଥି ପାଇଁ ସୂର୍ଯ୍ୟ ଆକାଶରୁ ଅପସରିଯିବା ପରେ ଏହି ଫୁଲ ଫୁଟେ ଓ ସକାଳୁ ସୂର୍ଯ୍ୟଙ୍କ କିରଣ ପଡ଼ିବା ପୂର୍ବରୁ ଝଡ଼ିଯାଏ । ଅନ୍ୟଏକ ଜନଶ୍ରୁତି ଅନୁଯାୟୀ ଗଙ୍ଗଶିଉଳି ଫୁଲର ସମ୍ଭାର ନେଇ ସୂର୍ଯ୍ୟଙ୍କ ସହିତ ଅଭିସାର ରଚିବାକୁ ପ୍ରତିରାତିରେ ପ୍ରତୀକ୍ଷା କରେ, ପରିଶେଷରେ ଧୈର୍ଯ୍ୟଚ୍ୟୁତି ଘଟେ । ସୂର୍ଯ୍ୟୋଦୟ ପୂର୍ବରୁ ଫୁଲଗୁଡ଼ିକ ଝରିପଡ଼େ ଏବଂ ପ୍ରତିଦିନ ଏହାର ପୁନରାବୃତ୍ତି ଘଟେ ।

ଔଷଧୀୟ ଗୁଣ

  • ମୁଣ୍ଡବିନ୍ଧା - ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l
  • ମ୍ୟାଲେରିଆ ଜ୍ଵର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l
  • ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି, ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l

ଗଙ୍ଗଶିଉଳିକୁ ବନସ୍ପତି ଶାସ୍ତ୍ରରେ ନିକ୍ଟେନ୍ଥିସ୍ ଆର୍ଥିର୍ଟିସ ନାଁରେ ଜଣାଯାଏ। ସାଧାରଣ ଲୋକମାନଙ୍କ ମଧ୍ୟରେ ରାତିରରାଣୀ, ପାରିଜାତ, ନାଇଟ ଜସମିନ୍ ନାଁରେ ଜଣାଯାଉଥିବା ଗଙ୍ଗଶିଉଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ଔଷଧୀୟ ମଧ୍ୟ।ଏହାର ପତ୍ର, ଫୁଲଠୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ସବୁକିଛି ଚିକିତ୍ସକୀୟ ଗୁଣରେ ଭରପୂର। ଆସନ୍ତୁ ଜାଣିବା ଗଙ୍ଗଶିଉଳିର ଔଷଧୀୟ ଗୁଣ ବିଷୟରେ।

ଜର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ। ଗଙ୍ଗଶିଉଳି ପତ୍ରକୁ ବାଟି ଗରମ ପାଣିରେ  ମିଶାଇ ପିଇଲେ ଚିକେନଗୁନିଆ, ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ଦୂର ହୋଇଥାଏ।

ଘାଆ ଭଲ କରେ: ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି। ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ।

ପାଇଲ୍ସ ଉପଚାର: ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ। ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ।

କାଶ ଉପଚାର: ଗଙ୍ଗଶିଉଳି ପତ୍ର ବାଟି ସେଥିରେ ଟିକେ ମହୁ ମିଶାଇ ପିଇବା ଦ୍ୱାରା କାଶ ଭଲ ହୋଇଥାଏ। ଏହାକୁ ଆପଣ ଚା’ରେ ମଧ୍ୟ ପକାଇ ପିଇ ପାରିବେ।

କୁଣ୍ଡାଇ ହେବାରୁ ମୁକ୍ତି: ଗଙ୍ଗଶିଉଳିରେ ଆଣ୍ଟି-ଇନଫ୍ଲେମେଷ୍ଟ୍ରି ଗୁଣ ରହିଛି। ଯାହା କୁଣ୍ଡାଇ ହେବାରୁ ମୁକ୍ତିଦିଏ। ଆୟୁର୍ବେଦିକ ଦୋକାନରେ ମିଳୁଥିବା ଗଙ୍ଗଶିଉଳି ଏସେନସିଆଲ ଅଏଲକୁ ଆଣି ଲଗାଇ ପାରିବେ।

ଆଧାର : ଆୟୁର୍ବେଦ ଭବନ

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate