“କାର୍ବନିଫେରସ କାଳରେ ଅମ୍ଳଜାନ ପୃଥିବୀପୃଷ୍ଠରେ ପ୍ରଚୁର ପରିମାଣର ଥିଲା । ବାୟୁମଣ୍ଡଳରେ ୩ ଭାଗରୁ ୧ ଭାଗ ଥିଲା ଅମ୍ଳଜାନ । ସେତେବେଳେ ଅମ୍ଳଜାନର ବହୁଳ ମାତ୍ରାରେ ଉପସ୍ଥିତି ଯୋଗୁ କୀଟପତଙ୍ଗର ଆକାର ବଡ ଥିଲା ଓ ଡେଣାର ଲମ୍ବ ଅଧିକ ଥିଲା । ବର୍ତ୍ତମାନ ବାୟୁମଣ୍ଡଳରେ ଯବକ୍ଷାରଜାନ ୭୮% ଓ ଅମ୍ଳଜାନ ୨୧% ଅଛି । ଅର୍ଥାତ୍ ଏବେ ବାୟୁମଣ୍ଡଳରେ ୫ ଭାଗରୁ ୧ ଭାଗ ରହିଛି ଅମ୍ଳଜାନ । ଯଦି ଏପରି ମାତ୍ରାରେ ଅମ୍ଳଜାନ କମିଚାଲିବ, ତେବେ ଅଧିକ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିବା ।”
ବିଜ୍ଞାନ ଆମକୁ ବଡମଣିଷରୁ ଆଧୁନିକ ମଣିଷ କରିଛି । ଆମର ପ୍ରଗତିରେ ସହାୟତା କରିଛି । ତଥାପି ଦ୍ରୁତ ପ୍ରଗତି ଭିତରେ ଅଣନିଶ୍ଵାସୀ ଲାଗୁଛି । କାହିଁକି ଏକ ଅଜଣା ଭୟର ଆଶଙ୍କା ମନ ମଧ୍ୟରେ ପ୍ରବେଶ କରି ରାତ୍ରିର ନିଦ ହଜେଇ ଦେଉଛି । ଆଜି ସୁନ୍ଦର ପୃଥିବୀର ସ୍ଵପ୍ନ ଭିତରେ ପ୍ରଦୂଷିତ ପରିବେଶର ଛବି ଉଙ୍କିମାରୁଛି । କାରଣ ଅତି ସହଜ । ଆଜି ପୃଥିବୀ ଗ୍ରହର ପ୍ରତ୍ୟକ ଦେଶର ପରିବେଶ ପ୍ରଦୂଷିତ । ଆଜି ବାୟୁମଣ୍ଡଳରେ ଅମ୍ଳଜାନ ଅଭାବ ଆମର ଜୀବନ ଶୈଳୀକୁ ବେଶ୍ ପ୍ରଭାବିତ କରୁଛି । ଆଗାମୀ ଦିନରେ ମଧ୍ୟ ଅମ୍ଳଜାନର ସଙ୍କଟ ଆମକୁ ଆହୁରି ହଇରାଣ କରିବ ବୋଲି ଜଣାପଡୁଛି ।
ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳରେ ଅମ୍ଳଜାନ ରହିଛି । ଅମ୍ଳଜାନ ନ ଥିଲେ ଆମେ ପୃଥିବୀରେ ନ ଥାନ୍ତୁ । ପ୍ରତ୍ୟକ ଜୀବ, ସେ ଉଦ୍ଭିଦ ହେଉ ବା ପ୍ରାଣୀ, ବଞ୍ଚିରହିବା ପାଇଁ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରେ । ସତ କହିଲେ, ଆରମ୍ଭରୁ ବାୟୁମଣ୍ଡଳରେ ଅମ୍ଳଜାନ ନ ଥିଲା । ପ୍ରଥମେ ପୃଥିବୀରେ ସାଇନୋ-ବ୍ୟାକ୍ଟେରିଆ ଦ୍ଵାରା ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଯୋଗୁ ଅମ୍ଳଜାନ ସୃଷ୍ଟି ହୋଇଥିଲା ବୋଲି ଅନୁମେୟ । ପୃଥିବୀ ସୃଷ୍ଟି ହେବାର ପ୍ରଥମ ୨୦୦ କୋଟି ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନର ମାତ୍ରା ବହୁତ କମ୍ ଥିଲା । ଏହି ୨୫୦ କୋଟି ବର୍ଷ ପୂର୍ବେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଥିଲା । ଧୀରେ ଧୀରେ ପୃଥିବୀ ପୃଷ୍ଠରେ ଉଦ୍ଭିଦର ଆଗମନ ଯୋଗୁ ବାୟୁମଣ୍ଡଳରେ ଅଧିକରୁ ଅଧିକ ଅମ୍ଳଜାନ ସୃଷ୍ଟି ହେଲା । ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ଜଳ ଓ ଅଙ୍ଗାରକାମ୍ଳ ଗ୍ୟାସକୁ ସୂର୍ଯ୍ୟାଲୋକ ଉପସ୍ଥିତିରେ ଉଦ୍ଭିଦ ତାହାର ହରିତ୍ କଣିକା ସାହାଯ୍ୟରେ ମଣ୍ଡଳ ଜାତୀୟ ଖାଦ୍ଯ ପ୍ରସ୍ତୁତ କରେ ଏବଂ ଅନାବଶ୍ୟକ ମୌଳିକ ଭାବେ ଅମ୍ଳଜାନକୁ ବାୟୁମଣ୍ଡଳକୁ ତ୍ୟାଗକରେ । ଏହି ଅମ୍ଳଜାନ ହିନ ଜୀବନ ସୃଷ୍ଟିର ମୁଖ୍ୟ ଆବଶ୍ୟକ । ମୌଳିକ । ଅମ୍ଳଜାନର ପ୍ରଚୁରତା ଯୋଗୁ ପୃଥିବୀପୃଷ୍ଠରେ ଜୀବମାନଙ୍କର ଉତ୍ତମ ବାସସ୍ଥାନ ହୋଇପାରିଲା । ଅମ୍ଳଜାନ ବାୟୁମଣ୍ଡଳରେ ରହିବା ସହିତ ସମୁଦ୍ର ଜଳରେ ଦ୍ରବୀଭୂତ ହେଲା । ଫଳରେ ସମୁଦ୍ର ଜୀବମାନଙ୍କର ଜଳଗ୍ରହ ପୃଥିବୀରେ ଏକ ବିରାଟ ଆଶ୍ରୟସ୍ଥଳୀ ହୋଇପାରିଲା । କେବଳ ସେତିକି ନୁହେଁ, ବିଭିନ୍ନ ମାରାତ୍ମକ ବିକିରଣରୁ ମଧ୍ୟ ଅମ୍ଳଜାନ ଜୀବଜଗତକୁ ରକ୍ଷା କରେ । ସେମିତି ଏକ ବିକିରଣ ହେଉଛି ଅତିବାଇଗଣୀ ରଶ୍ମି (ୟୁ-ଭିରେ )ଅମ୍ଳଜାନର ମାତ୍ରା ଅଧିକ ହେବା ଯୋଗୁ ଆୟୁମଣ୍ଡଳରେ ଓଜନସ୍ତର ସୃଷ୍ଟି ହେଲା । ଏହି ସ୍ତର ଆମ ପୃଥିବୀକୁ ଘୋଡାଇ ରଖିଛି । ଓଜନସ୍ତର ଅତିକ୍ରମ କରି ସୂର୍ଯ୍ୟଙ୍କର ହାନିକାରକ ଅତିବାଇଗଣି ରଶ୍ମି ପୃଥିବୀପୃଷ୍ଠକୁ ଆସିପାରେ ନାହିଁ । ତେଣୁ ଅମ୍ଳଜାନ ସେତେବେଳର ନିର୍ଜୀବ ପୃଥିବୀକୁ ଜୀବନ୍ତ ପୃଥିବୀରେ ପରିଣତ କରିଥିଲା ।
କାର୍ବନିଫେରସ କାଳରେ ଅମ୍ଳଜାନ ପୃଥିବୀପୃଷ୍ଠରେ ପ୍ରଚୁର ପରିମାଣର ଥିଲା । ବାୟୁମଣ୍ଡଳରେ ୩ ଭାଗରୁ ୧ ଭାଗ ଥିଲା ଅମ୍ଳଜାନ । ସେତେବେଳେ ଅମ୍ଳଜାନର ବହୁଳ ମାତ୍ରାରେ ଉପସ୍ଥିତି ଯୋଗୁ କୀଟପତଙ୍ଗମାନଙ୍କର ଆକାର ବଡ ଥିଲା ଓ ଡେଣାର ଲମ୍ବ ଅଧିକ ଥିଲା । ବର୍ତ୍ତମାନ ବାୟୁମଣ୍ଡଳରେ ଯବକ୍ଷାରଜାନ ୭୮ ପ୍ରତିଶତ ଓ ଅମ୍ଳଜାନ ୨୧ ପ୍ରତିଶତ ଅଛି । ଅର୍ଥାତ୍ ଏବେ ବାୟୁମଣ୍ଡଳରେ ୫ଭାଗରୁ ୧ ଭାଗ ରହିଛି ଅମ୍ଳଜାନ । ଯଦି ଏପରି ମାତ୍ରାରେ ଅମ୍ଳଜାନ କମିଚାଲିବ, ତେବେ ଅଧିକ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିବ । ଅଧିକ ଜଳ ବାଷ୍ପୀଭୂତ ହୋଇ ଅଧିକ ଜଳୀୟବାଷ୍ପ ଏକ ସବୁଜ – କୋଠରି ଗ୍ୟାସ । ଏହା ସୌରତାପକୁ ଧରିରଖେ ଓ ପୃଥିବୀର ତାପମାତ୍ରାକୁ ବଢାଏ । ଅଧୁନା ପାଣିପାଗର ଦ୍ରୁତ ପରିବର୍ତ୍ତନର କାରଣ ଏହି ସବୁଜକୋଠରି ଗ୍ୟାସ । ଅଙ୍ଗାରକାମ୍ଳ, କାର୍ବନ ମନୋକସାଇଡ, ନାଇଟ୍ରସ ଅକସାଇଡ, କ୍ଲୋରୋଫ୍ଲୋର କାର୍ବନ, ମିଥେନ ଓ ଜଳୀୟବାଷ୍ପ ଆଦିକୁ ସବୁଜ କୋଠରି ଗ୍ୟାସ (ଗ୍ରୀନହାଉସ ଗ୍ୟାସ) କୁହାଯାଏ । ଏହି ଗ୍ୟାସ ଆମ ବାୟୁମଣ୍ଡଳର ଉପରିଭାଗରେ ଏକ ଆସ୍ତରଣ କରିବା ଫଳରେ ପୃଥିବୀପୃଷ୍ଠରୁ ବିକିରିତ ତାପ ବାହାରକୁ ଯାଇ ପାରେନି । ଫଳରେ ପୃଥିବୀପୃଷ୍ଠର ତାପମାତ୍ରା ବୃଦ୍ଧିକରେ । ଏହାକୁ ଜିଆରଏନ ହାଉସ୍ ପ୍ରଭାବ କହନ୍ତି । ପୃଥିବୀର ଏଭଳି ତାପମାତ୍ରା ବୃଦ୍ଧିକୁ ‘ଗ୍ଲୋବାଲ ୱାର୍ମିଙ୍ଗ’ କହନ୍ତି । ଏହା ଆଜି ଆମ ପାଇଁ ଅତି ଚିନ୍ତାର କାରଣ ।
ଜନସଂଖ୍ୟାର ଦ୍ରୁତ ବୃଦ୍ଧି, ଶିଳ୍ପ ବିପ୍ଲବ, ସହରୀକରଣ ଇତ୍ୟାଦି, ଯୋଗୁ ଜଙ୍ଗଲ କ୍ଷୟ ହେଉଛି ଓ ଏହା ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଓ ପ୍ରଦୂଷଣର ମୁଖ୍ୟ କାରଣ । ପ୍ରତି ବର୍ଷ ପ୍ରାୟତଃ ପ୍ରତି ଦଶଲକ୍ଷ ବାୟୁ ଅଣୁ ମଧ୍ୟରୁ ଦଶଟି ଅମ୍ଳଜାନ ଅଣୁ ବାୟୁମଣ୍ଡଳରୁ କମିବାରେ ଲାଗିଛି । ଧୀରେ ଧୀରେ ଅମ୍ଳଜାନ କମୁଛି । ହାଇପୋକ୍ସିଆ ହେଲା ଜୀବକୋଷର ଅମ୍ଳଜାନର ଅଭାବ । ଅମ୍ଳଜାନର ହ୍ରାସ ଯୋଗୁ ଜଳଜ ଜୀବମାନଙ୍କ କ୍ଷେତ୍ରର ଜନଙ୍ଗ ଅଙ୍ଗର ବିକାଶ ହୋଇପାରୁନି । ଫଳରେ ଜୀବନ୍ତ ଶୁକ୍ରାଣୁ ଉପରେ କୁପ୍ରଭାବ ପଡୁଛି । ତେଣୁ ବଂଶଗତି ବାଧାପ୍ରାପ୍ତ ହେଉଛି । ରେସସ୍ ମାଙ୍କଡର ବିବର୍ତ୍ତନ ହେତୁ ଉନ୍ନତ ମଣିଷର ସୃଷ୍ଟି । ହାଇପୋକ୍ସିଆ ଯୋଗୁ ସେମାନଙ୍କର ପ୍ରଜନନ ଓ ଅନ୍ତଃସ୍ରାବୀ ଗ୍ରନ୍ଥି ଉପରେ ପ୍ରଭାବ ପଡୁଛି । ଯେଉଁ ମଣିଷ ପର୍ବତ ଉପରେ ବାସ କରନ୍ତି, ସେଠାରେ ଅମ୍ଳଜାନ ଅଭାବରୁ ସେମାନଙ୍କଠାରେ ହାଇପୋକ୍ସିଆ ଯୋଗୁ ଯୌନ ନିଷ୍କ୍ରିୟତା ଦେଖାଦିଏ । ଯଦି ଅମ୍ଳଜାନର ମାତ୍ରା କମି କମି ଚାଲିବ, ତେବେ ମୁଣ୍ଡ ବୁଲାଇବା, ମାନସିକ ଭାରସାମ୍ୟ ରଖି ନ ପାରିବା, ବିଚାର ଶକ୍ତି ହରାଇବା, ଦୁର୍ବଳତା, ବାନ୍ତି ହେବା, ବେହୋସ ହେବା, ଚେତନା ଶକ୍ତି ଲୋପ ପାଇବା ଓ ପରିଶେଷରେ ମୃତ୍ୟୁ ହେବା ନିଶ୍ଚିତ । ଅମ୍ଳଜାନର ଅଭାବକୁ ଏକ ‘ନୀରବ-ମୃତ୍ୟୁ’ କହିଲେ ଅତ୍ୟୁକ୍ତି ହେବନି । ବିଜ୍ଞାନର ଆକାଶ ଛୁଆଁ ଅଗ୍ରଗତି ସହିତ ଓତଃପ୍ରୋତ ଭାବେ ଜଡିତ ଆଧୁନିକ ମଣିଷ କିପରି ମୃତ୍ୟୁ ଆଡକୁ ଗତି କରୁଛି, ସେକଥା ଚିନ୍ତା କରିବା ଜରୁରୀ ।
ସଂଗୃହୀତ – ସ୍ମିତା ଚାନ୍ଦ
Last Modified : 10/30/2019