ବିଭିନ୍ନ ଆଘାତ କାରଣରୁ ପ୍ରତି ବର୍ଷ ୭୫୦,୦୦୦ ପିଲାଙ୍କର ମୃତ୍ୟୁ ଘଟେ । ଆଉ ୪୦ କୋଟି ପିଲା ଗୁରୁତର ଅବସ୍ଥାରେ ପଡନ୍ତି । ଅନେକ ଆଘାତ ସ୍ଥାୟୀ ଅକ୍ଷମତା ଓ ମସ୍ତିସ୍କ କ୍ଷତର କାରଣ ହୁଏ । ଛୋଟ ପିଲାଙ୍କର ମୃତ୍ୟୁ ଓ ଅକ୍ଷମତା ପାଇଁ ଆଘାତ ହିଁ ଏକ ମୁଖ୍ୟ କାରଣ ହୋଇଥାଏ ।
ପଡିଯିବା , ପୋଡିଯିବା , ବୁଡିଯିବା ଏବଂ ସଡକ ଦୁର୍ଘଟଣା ଆଘାତ ଆଣିବାର ମୁଖ୍ୟ କିଛି କାରଣ । ଏହି ଧରଣର ଆଘାତ ଆନୁଥିବା ଘଟନା ସବୁ ଘରେ ବା ଘର ପାଖରେ ଘଟିଥାଏ । ଏଥିରୁ ପ୍ରାୟ ସବୁ ରୋକାଯାଇ ପାରିବ । କ’ଣ କରିବାକୁ ହେବ ବାପାମା’ଙ୍କୁ ତାହା ଜଣାଥିଲେ ଅନେକ ଆଘାତର ତୀବ୍ରତା କମାଇହେବ ।
ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର
୧. ବାପାମା’ ଓ ଯତ୍ନକାରୀମାନେ ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ଏବଂ ପିଲାଙ୍କ ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଆଘାତ ଏଡାଯାଇ ପାରିବ ।
୨. ନିଆଁ , ଚୂଲି , ବତୀ , ଦିଆସିଲି ଏବଂ ବିଦ୍ୟୁତ ସରଞ୍ଜାମ ଆଦୀରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ ।
୩. ପିଲାମାନେ ଚଢିବାକୁ ଭଲପା’ନ୍ତି । ତେଣୁ ଶିଡି , ଛାତ , ଝରକା ଏବଂ ଖେଳ ପରିସର ଆଦିରେ ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର ।
୪. ଛୁରୀ , କଇଁଚି , ଧାରୁଆ ବା ମୁନିଆ ଜିନିଷ , ଭଙ୍ଗା କାଚ ଆଦିରୁ ଗୁରୁତର ଆଘାତ ଆସିପାରେ । ଏହି ସବୁ ଜିନିଷ ପିଲାଙ୍କ ହାଟପା’ନ୍ତାରୁ ଦୂରରେ ରଖିବା ଦରକାର ।
୫. ଛୋଟ ପିଲା ବିଭିନ୍ନ ଜିନିଷ ପାଟିରେ ପୂରାଇବାକୁ ଭଲପାଏ ଛୋଟ ଜିନିଷ ସବୁ ତା’ ପାଖରେ ଣ ରଖିବା ଉଚିତ । ନହେଲେ ପାଟିରେ ପୂରାଇଲେ ଏହା ତଣ୍ଟିରେ ଲାଗି ଯାଇପାରେ ।
୬. ବିଷ , ଔଷଧ , ଅମ୍ଳ ଓ କିରାସିନି ଭଳି ହାନିକାରୀ ତରଳ ପାଣି ବୋତଲରେ ରଖିବା ଅନୁଚିତ । ଏସବୁ ଜିନିଷ ରହିଥିବା ପାତ୍ରରେ ସେସବୁର ନାଁ ସ୍ପଷ୍ଟ କରି ଲେଖିବା ଜରୁରୀ । ଏଗୁଡ଼ିକୁ ବି ପିଲାମାନେ ଦେଖିପାରୁ ନଥିବା ଏବଂ ତାଙ୍କ ହାତ ପାଉନଥିବା ଜାଗାରେ ରଖିବା ଭଲ ।
୭. ଦୁଇ ମିନିଟରୁ କମ୍ ସମୟରେ ପିଲାମାନେ ବୁଡିଯାଇ ପାରନ୍ତି । ଏଥିପାଇଁ ବେଶୀ ପାଣି ମଧ୍ୟ ଦରକାର ହୁଏ ନାହିଁ । ତେଣୁ ପାଣିରେ ବା ପାଣି ପାଖରେ ପିଲାମାନଙ୍କୁ ଏକେଲା ଛାଡିବା ଆଦୌ ଉଚିତ ନୁହେଁ ।
୮. ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାସ୍ତାରେ ଚାଲିବା ବିଶେଷ ଭାବରେ ବିପଦର କଥା ହୁଏ । ସେମାନଙ୍କ ସାଙ୍ଗରେ ସବୁବେଳେ କେହି ଜଣେ ରହିବା ଦରକାର । ଚାଲି ଶିଖିବା ବେଳରୁ ହିଁ ସେମାନଙ୍କୁ ରାସ୍ତାରେ ଚାଲିବାର ନିୟମ ବିଷୟରେ କହିବା ଉଚିତ ।
ବାପାମା’ ଓ ଯତ୍ନକାରୀମାନେ ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ଏବଂ ପିଲାଙ୍କ ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଆଘାତ ଏଡାଯାଇ ପାରିବ ।
ଦେଢ ବର୍ଷରୁ ଚାରି ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଗୁରୁତର ଆଘାତ ପାଇବା ବା ଜୀବନ ହରାଇବାର ଆଶଙ୍କା ଅଧିକ । ଏଭଳି ଅଧିକାଂଶ ଆଘାତ ସେମାନେ ଘରେ ହିଁ ପାଇଥା’ନ୍ତି । ପ୍ରାୟ ସବୁ ଆଘାତ ରୋକାଯାଇ ପାରିବ ।
ଘରେ ଆସୁଥିବା ଆଘାତ ସବୁର ମୁଖ୍ୟ କାରଣ
ଚଳଚଞ୍ଚଳ ଛୋଟ ପିଲାଙ୍କ ପାଇଁ ବିପଦ ଆଣୁଥିବା ଜିନିଷ ସବୁକୁ ତାଙ୍କଠାରୁ ଦୂରରେ ଓ ଅପହଞ୍ଚ ଜାଗାରେ ରଖିବା ଉଚିତ ।
ପିଲାଙ୍କୁ ଲମ୍ବା ସମୟ ପାଇଁ ଖଟାଇବା ଏବଂ ବିପଦ ଥିବା ବା ପାଠପଢାରେ ବାଧା ଦେଉଥିବା କାମରେ ଲଗାଇବା ପୂରା ଅନୁଚିତ । କଷ୍ଟ କାମ , ବିପଦଜନକ ହତିଆର ଏବଂ ବିଷାକ୍ତ ରାସାୟନିକ ଆଦିରୁ ପିଲାଙ୍କୁ ସୁରକ୍ଷା ଦେବା ଜରୁରୀ ।
ଛୋଟ ପିଲାଙ୍କର ଗୁରୁତର ଆଘାତର ସବୁଠାରୁ ସାଧାରଣ କାରଣ ହେଉଛି ନିଆଁ , ଗରମ ଜିନିଷ ବା ବାମ୍ଫରେ ପୋଡିଯିବା । ପିଲାମାନେ ଜଳନ୍ତା ଚୂଲି , ଗରମ ଖାଦ୍ୟ , ଫୁଟନ୍ତା ପାଣି , ଗରମ ଇସ୍ତ୍ରୀ ଆଦିକୁ ଛୁଇଁ ନପାରିବା ବ୍ୟବସ୍ଥା କରିବା ଦରକାର । ପୋଡିହେବାର କ୍ଷତ ଅନେକ ସମୟରେ ଗୁରୁତର ହୋଇଥାଏ ଏବଂ ଦେହରେ ସବୁଦିନ ପାଇଁ ଦାଗ ଛାଡିଦିଏ । କେତେକ କ୍ଷେତ୍ରରେ ଏହା ମୃତ୍ୟୁର କାରଣ ମଧ୍ୟ ହୁଏ । ଅଧିକାଂଶ ସମୟରେ ଏହିଭଳି ଆଘାତଗୁଡିକୁ ଏଡାଇ ଦିଆଯାଇ ପାରିବ ।
ପୋଡିହେବାରୁ ବଞ୍ଚାଇବାର କିଛି ବାଟ :
ବିଦ୍ୟୁତ ପ୍ଲଗ ଭିତରେ ଆଙ୍ଗୁଠି ବା ଅନ୍ୟ ଜିନିଷ ପୂରାଇବା ଫଳରେ ପିଲାମାନେ ଶକ୍ତ ଆଘାତ ପାଇ ପାରନ୍ତି । କାମରେ ଲାଗୁନଥିବା ପ୍ଲଗ ଗୁଡିକରେ ଖୋଳ ଲଗାଇ ବନ୍ଦକରି ରଖିବା ଉଚିତ ।
ପିଲାଙ୍କ ହାତପା’ନ୍ତାରେ ବିଦ୍ୟୁତ ତାର ରଖିବା ଉଚିତ ନୁହେଁ । ଖୋଲା ତାର ବିଶେଷ ଭାବରେ ବିପଦର କାରଣ ହୁଏ ।
ପିଲାମାନେ ଚଢିବାକୁ ଭଲପା’ନ୍ତି । ତେଣୁ ଶିଡି , ଛାତ , ଝରକା ଏବଂ ଖେଳ ପରିସର ଆଦିରେ ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର ।
ଛେଚିହେବା , ହାଡ ଭାଙ୍ଗିବା ବା ମୁଣ୍ଡରେ ଗୁରୁତର ଆଘାତ ଲାଗିବାର ସାଧାରଣ କାରଣ ହେଉଛି ପଡିଯିବା । ବିପଦଜନକ ଭାବରେ ପଡିବାରୁ ରକ୍ଷା କରିବାର କିଛି ବାଟ ହେଉଛି :
ଏହି ସବୁ ଜିନିଷ ପିଲାଙ୍କ ହାଟପା’ନ୍ତାରୁ ଦୂରରେ ରଖିବା ଦରକାର ।
ଭଙ୍ଗା କାଚ ଗଭୀର କଟା କ୍ଷତ କରିପାରେ ଏବଂ ରକ୍ତ ହାନି ଓ ସଂକ୍ରମିତ ଘା ସୃଷ୍ଟି କରିପାରେ । କାଚ ଜିନିଷ ପିଲାଙ୍କ ହାତ ନପାଉଥିବା ଜାଗାରେ ରଖିବା ଉଚିତ । ଘର ଓ ଆଖପାଖରେ ଖେଳିବା ଜାଗାରେ ଯେପରି ଭଙ୍ଗା କାଚ ନରହେ ସେଥିପ୍ରତି ଦୃଷ୍ଟିଦେବା ଦରକାର । ଏସବୁକୁ ନଛୁଇଁବା ପାଇଁ ଛୋଟ ପିଲାଙ୍କୁ ସାବଧାନ କରିଦେବା ଉଚିତ । ଏଗୁଡ଼ିକୁ ନେଇ ନିରାପଦ ଜାଗାରେ ରଖିବା କଥା ବଡ ପିଲାଙ୍କୁ ଶିଖାଇବା ଦରକାର ।
ଛୁରୀ , କଇଁଚି ଆଦି ଛୋଟ ପିଲାଙ୍କ ହାଟପା’ନ୍ତାରେ ରଖିବା ଉଚିତ ନୁହେଁ । ଏସବୁକୁ ନିରାପଦ ଭାବରେ ବ୍ୟବହାର କରିବାର ବାଟ ବଡ ପିଲାଙ୍କୁ ଶିଖାଇବା ଦରକାର ।
ମୁନିଆ ଧାତବ ଜିନିଷ , ଯନ୍ତ୍ରପାତି ଓ କଳଙ୍କି ଲଗା ଟିଣ ଡବା ଆଦିରୁ କଟା କ୍ଷତ ଓ ଗୁରୁତର ଭାବରେ ସଂକ୍ରମିତ ଘା ଆସିବାର ଡର ଥାଏ । ପିଲାଙ୍କ ଖେଳିବା ଜାଗାରୁ ଏସବୁ ସଫା କରିଦେବା ଉଚିତ । ଘରୁ ବାହାରୁଥିବା ଅଦରକାରୀ ଓ ଭଙ୍ଗା କାଚ ଓ ଟିଣ ଡବା ଆଦିକୁ ବିପଦ ନଆଣିବା ଭଳି ଖଲାସ କରିବା ଦରକାର ।
ଟେକା ବା ଅନ୍ୟ ଧାରୁଆ ଜିନିଷ ଫୋପାଡିବା ଏବଂ ଛୁରୀ କଇଁଚି ଆଦିରେ ଖେଳିବାର ବିପଦ ବିଷୟରେ ପିଲାଙ୍କୁ ସଚେତନ କରିଦେଲେ ଘରେ ଆସୁଥିବା ଅନେକ ଆଘାତ ଏଡାଇ ହୋଇପାରିବ ।
ଛୋଟ ପିଲା ବିଭିନ୍ନ ଜିନିଷ ପାଟିରେ ପୂରାଇବାକୁ ଭଲପାଏ ଛୋଟ ଜିନିଷ ସବୁ ତା’ ପାଖରେ ନ ରଖିବା ଉଚିତ । ନହେଲେ ପାଟିରେ ପୂରାଇଲେ ଏହା ତଣ୍ଟିରେ ଲାଗି ଯାଇପାରେ ।
ପିଲାଙ୍କ ଖେଳିବା ଓ ଶୋଇବା ଅଞ୍ଚଳରୁ ବୋତାମ , ମାଳି , ମୁଦ୍ରା , ମଞ୍ଜି ଭଳି ଛୋଟ ଜିନିଷ ସବୁ ବାହାର କରିଦେବା ଉଚିତ । ଅତି ଛୋଟ ପିଲାଙ୍କୁ ଚୋପା ଥିବା ଚିନାବାଦାମ , ଟାଣ ମିଠେଇ କିମ୍ବା ଛୋଟ ହାଡ ବା ମଞ୍ଜି ଥିବା ଖାଦ୍ୟ ଦେବା ଉଚିତ ନୁହେଁ ।
ଖାଇବା ସମୟରେ ଛୋଟ ପିଲାଙ୍କ ଉପରେ ଧ୍ୟାନ ରଖିବା ଜରୁରୀ । ଖାଦ୍ୟକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଛୋଟ ପିଲାଙ୍କୁ ଦେବା ଉଚିତ ।
କାଶିବା , ଗଂ ଗଂ ଶବ୍ଦ କରିବା , ନିଶ୍ଵାସ ନେଲାବେଳେ ଜୋର ବା ହୁଇସିଲ ଭଳି ଶବ୍ଦ ବାହାରିବା କିମ୍ବା ପାଟିରୁ କିଛି ସ୍ଵର ନବାହାରିବା ହେଉଛି ନିଶ୍ଵାସ ନେବାରେ ଅସୁବିଧା ବା ତଣ୍ଟିରେ କିଛି ଲାଖିଥିବାର ସୂଚନା । ତଣ୍ଟିରେ ଲାଖିବା ଏକ ଜରୁରୀକାଳୀନ ପରିସ୍ଥିତି । ଛୋଟ ପିଲାଟିଏ ହଠାତ ଯଦି ନିଶ୍ଵାସ ନେବାରେ କଷ୍ଟ ହେଉଥିବାର ସୂଚନା ଦେଖାଏ , ତେବେ ତଣ୍ଟିରେ କିଛି ଲାଗିଥିବା କଥା ସନ୍ଦେହ କରିବାକୁ ହେବ । ସେ ପାଟିରେ କିଛି ପୂରାଇବା କଥା କେହି ଦେଖି ନଥିଲେ ବି ତାହା ଘଟିଥିବା କଥା ସନ୍ଦେହ କରିବାକୁ ହେବ ।
ଏସବୁ ଜିନିଷ ରହିଥିବା ପାତ୍ରରେ ସେସବୁର ନାଁ ସ୍ପଷ୍ଟ କରି ଲେଖିବା ଜରୁରୀ । ଏଗୁଡ଼ିକୁ ବି ପିଲାମାନେ ଦେଖିପାରୁ ନଥିବା ଏବଂ ତାଙ୍କ ହାତ ପାଉନଥିବା ଜାଗାରେ ରଖିବା ଭଲ ।
ବିସର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଅତି ଗୁରୁତର ହୁଏ । ପରିଷ୍କାରକ , ମୂଷାବିଷ , କୀଟନାଶକ ଓ କିରାସିନି ଆଦି ପିଲାଙ୍କର ମୃତ୍ୟୁର ବା ଚିରସ୍ଥାୟୀ ଆଘାତର କାରଣ ହୋଇପାରେ ।
କେବଳ ଯେ ବିଷ କ୍ଷତି କରେ ତାହା ନୁହେଁ । ଅନ୍ୟ ବାଟରେ ମଧ୍ୟ ବିଷ ଯୋଗୁ ମୃତ୍ୟୁ , ମସ୍ତିସ୍କ କ୍ଷତ , ଦୃଷ୍ଟିହୀନତା ବା ଅନ୍ୟ ସ୍ଥାୟୀ ଆଘାତ ଆସିପାରେ । ଏହା ଘଟିପାରେ ଯଦି କିଛି ବିଷ -
ସାଧାରଣ ଭାବରେ ଯେଉଁ ବୋତଲ ବା ପାତ୍ରରେ ପିଇବା ଜିନିଷ ରହେ ସେଥିରେ ବିଷାକ୍ତ ଜିନିଷ ରଖିବା କଥା ନୁହେଁ । କାରଣ ପିଲାମାନେ ତାହା ଭୁଲରେ ପିଇଦେଇ ପାରନ୍ତି । ସବୁ ପ୍ରକାରର ଔଷଧ , ରାସାୟନିକ ଓ ବିଷ ସେସବୁର ମୂଳ ବୋତଲରେ ଭଲ ଭାବରେ ବନ୍ଦକରି ରଖିବା ଉଚିତ ।
ପିଲା ପହଞ୍ଚି ପାରୁଥିବା ଜାଗାରେ ପରିଷ୍କାରକ , ବିରଞ୍ଜକ ,ରାସାୟନିକ ଓ ଔଷଧ ଆଦି ରଖିବା ଉଚିତ ନୁହେଁ । ସେସବୁ ଭଲ ଭାବରେ ବନ୍ଦ କରାଯିବା ଓ ବୋତଲ ଉପରେ ସେସବୁର ନାଁ ଲେଖାଯିବା ଦରକାର । ଏଗୁଡିକୁ ଟ୍ରଙ୍କ ବା ଆଲମାରୀରେ ତାଲା ପକାଇ ପିଲା ଦେଖିପାରୁନଥିବା ଓ ପହଞ୍ଚିପାରୁନଥିବା ଜାଗାରେ ରଖିବା ଆହୁରି ଭଲ ।
ବଡଙ୍କ ଔଷଧ ପିଲାଙ୍କୁ ମାରିଦେଇ ପାରେ । ପିଲା ପାଇଁ ସ୍ଵତନ୍ତ୍ର ଭାବରେ ଲେଖା ଯାଇଥିବା ଔଷଧ ହିଁ ତାକୁ ଦେବା ଉଚିତ । ବଡଙ୍କ ପାଇଁ ବା ଅନ୍ୟ ପିଲା ପାଇଁ ଦିଆଯାଇଥିବା ଔଷଧ ଖୁଆଇବା ଉଚିତ ନୁହେଁ ।
ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର ବା ଅପବ୍ୟବହାର ଛୋଟ ପିଲାକୁ କାଲ କରିଦେଇ ପାରେ ସ୍ୱାସ୍ଥ୍ୟକର୍ମୀ ଦେଇଥିବା ଔଷଧ କେବଳ ପିଲାକୁ ଖୁଆଇବା ଉଚିତ ।
ଏଥିପାଇଁ ବେଶୀ ପାଣି ମଧ୍ୟ ଦରକାର ହୁଏ ନାହିଁ । ତେଣୁ ପାଣିରେ ବା ପାଣି ପାଖରେ ପିଲାମାନଙ୍କୁ ଏକେଲା ଛାଡିବା ଆଦୌ ଉଚିତ ନୁହେଁ ।
କୂଅ , ପାଣିଭରା କୁଣ୍ଡ ବା ବାଲ୍ ଟି ଆଡିକୁ ଘୋଡାଇ ରଖିବା ଉଚିତ ।
ସାନ ବେଲାରୁ ପିଲାଙ୍କୁ ପହଁରା ଶିଖାଇବା ଭଲ । ତାହେଲେ ସେମାନେ ବୁଡିଯିବାର ଡର ରହିବ ନାହିଁ ।
ଖର ସୁଅରେ ବା ଏକେଲା ପହଁରିବାରୁ ପିଲାଙ୍କୁ ଅଟକାଇବା ଉଚିତ ।
ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାସ୍ତାରେ ଚାଲିବା ବିଶେଷ ଭାବରେ ବିପଦର କଥା ହୁଏ । ସେମାନଙ୍କ ସାଙ୍ଗରେ ସବୁବେଳେ କେହି ଜଣେ ରହିବା ଦରକାର । ଚାଲି ଶିଖିବା ବେଳରୁ ହିଁ ସେମାନଙ୍କୁ ରାସ୍ତାରେ ଚାଲିବାର ନିୟମ ବିଷୟରେ କହିବା ଉଚିତ ।
ରାସ୍ତାକୁ ଦୌଡିଯିବା ଆଗରୁ ଛୋଟ ପିଲାମାନେ କିଛି ଭାବନ୍ତି ନାହିଁ । ତେଣୁ ବଡମାନେ ପିଲାଙ୍କ ପ୍ରତି ଧ୍ୟାନଦେବା ଦରକାର ।
ପିଲାମାନେ ରାସ୍ତା ପାଖରେ ଖେଳିବା ଉଚିତ ନୁହେଁ । ସେଠାରେ ବଲ୍ ଖେଳିବା ବିଶେଷ ବିପଦର କଥା ।
ଚଳନ୍ତା ଗାଡିମଟରକୁ ସାମନା କରି ରାସ୍ତାର କଡରେ ଚାଲିବା ପାଇଁ ପିଲାଙ୍କୁ ଶିଖାଇବା ଦରକାର ।
ରାସ୍ତା ପାରିହେବା ବେଳେ ତଳର କଥାଗୁଡ଼ିକ କରିବା ପାଇଁ ପିଲାଙ୍କୁ ଶିଖାଇବା ଉଚିତ :
ନିଜେ ରାସ୍ତାଚଲାର ନିୟମ ମାନି ସାନ ପିଲାଙ୍କୁ ସାହାଯ୍ୟ କରିବା ଦିଗରେ ବଡ ପିଲାଙ୍କୁ ଉତ୍ସାହିତ କରିବା ଉଚିତ ।
ବଡ ପିଲାଙ୍କ ପାଇଁ ସାଇକେଲ ଦୁର୍ଘଟଣା ଅନେକ ସମୟରେ ଆଘାତ ବା ମୃତ୍ୟୁର କାରଣ ହୁଏ । ସାଇକେଲ ଚଲାଉଥିବା ପିଲାଙ୍କୁ ରାସ୍ତାରେ ନିରାପଦ ଭାବରେ ଗାଡି ଚଳାଇବାର ନିୟମ ଶିଖାଇଲେ ଏଭଳି ଦୁର୍ଘଟଣା ଏଡାଯାଇ ପାରିବ । ଅଧିକ ବିପଦ ଥିବା ଜାଗାରେ ସାଇକେଲ ଚଳାଇଲା ବେଳେ ମୁଣ୍ଡରେ ସୁରକ୍ଷା ଟୋପି ପିନ୍ଧିବା ଭଲ ।
କାରରେ ଆଗ ସିଟ୍ ରେ ବା ଟ୍ରକର ଡାଲାରେ ଏକେଲା ବସିଥିବା ପିଲା ପ୍ରତି ଗୁରୁତର ଆଘାତର ବିପଦ ବେଶୀ ହୁଏ ।
ଆଧାର :UNICEF
Last Modified : 7/4/2020