ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ରାତିରେ ସୁଖନିଦ୍ରା ଓ ଉତ୍ତମ ଭୋଜନ
ସେଆର କରନ୍ତୁ

ରାତିରେ ସୁଖନିଦ୍ରା ଓ ଉତ୍ତମ ଭୋଜନ

ରାତିରେ ସୁଖନିଦ୍ରା ଓ ଉତ୍ତମ ଭୋଜନ ବିଷୟରେ ସୂଚନା ।

ସୁଖନିଦ୍ରା କ'ଣ ?

ସାଧାରଣତଃ ୭୦ରୁ ୭୫ ପ୍ରତିଶତ ଲୋକଙ୍କୁ ଠିକରେ ନିଦ ହୋଇନଥାଏ ଓ ୧୦ – ୧୫ ପ୍ରତିଶତ ଲୋକଙ୍କୁ ଆଦୌ ନିଦ ହୁଏ ନାହିଁ; କେବଳ ବାଧ୍ୟ ହୋଇ ବିଛଣାରେ ପଡିରହନ୍ତି । ସ୍ତ୍ରୀ ଲୋକଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ଏନଆଇଡ଼ି ହୋଇ ନଥାଏ । ବୃଦ୍ଧ – ବୃଦ୍ଧାଙ୍କୁ ଅଧିକ ନିଦ ହୋଇଥାଏ । ଦିନରେ ଶୋଇବା ହେଉଛି ବିଜ୍ଞାନସମ୍ମତ ଓ ଶରୀରତତ୍ତ୍ଵ ଦୃଷ୍ଟିରୁ ଠିକ୍ ।

ଯତ୍ନବାନ ହେବାର ଆବଶ୍ୟକତା ରହଛି । କନ୍ତୁ ଅଧିକ ଅର୍ଥ ରୋଜଗାର ଆଶାରେ ଲୋକେ ନିଦ୍ରା ପ୍ରତି ସେତେଟା ଗୁରୁତ୍ଵ ଦେଇ ନଥାନ୍ତି । ଫଳରେ ଏହା ଶରୀର ପାଇ ଅସୁବଧା ପହଞ୍ଚାଇଥାଏ ।

  1. ନିଦ୍ରାହୀନତା: ମାନସିକ ଚାପ, ରାତିର ଚା', କଫି, କାଫିନ, ଔଷଧ ବ୍ୟବହାର ଆଦି ଯୋଗୁଁ ନିଦ୍ରୋହୀନତା ହୋଇଥାଏ ।
  2. ନିଦ୍ରା ବ୍ୟାଘାତ : କର୍ଣ୍ଣ, ନାସା, ବିଶେଷତଃ ଗଳା ରୋଗରେ ସହଜରେ ନିଶ୍ଵାସ ନେଇ ହୁଏନାହିଁ। ଏଣୁ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।
  3. ଗୋଡ଼ହଲା ଅଭ୍ୟାସ : ୧୦ ପ୍ରତିଶତ ଲୋକଙ୍କର ଏହି ଅଭ୍ୟାସ ହୋଇଥାଏ ଶୋଇବା ବେଳେ ଗୋଡ଼ ହଲିବା ଦେଖାଯାଏ । ଗର୍ଭବତୀଙ୍କୁ ମଧ୍ୟ ହୋଇଥାଏ ।
  4. ଆରଇଏସ୍ ନିଦ୍ରା ଅବ୍ୟବସ୍ଥା : ବିଛଣାରୁ ହଠାତ ଉଠିବା, ପାଟି କରିବା, ବାଉଳି ହେବା, ଲମ୍ଫ ମାରିବା ଆଦି ।
  5. ଅତ୍ୟଧିକ ନିଦ୍ରାପ୍ରବଣତା : ମସ୍ତିଷ୍କାର ନିଦ୍ରା ନିୟନ୍ତ୍ରଣ କରୁଥିବା ଅଂଶର ରୋଗ ଯୋଗୁଁ ଏହା ହୋଇଥାଏ ଓ ଲୋକଟି ଗାଢ଼ ନିଦରେ ସଦାସର୍ବଦା ଶୋଇପଡ଼େ । ପ୍ରତି ୨ ଲକ୍ଷ ଲୋକରେ ଜଣେ ଲୋକଙ୍କୁ ଏହା ହୋଇଥାଏ ।
  6. ନିଦ୍ରାରେ ଚାଲିବା : କମ ନିଦ ଯିବା, ନିଦ ପାଇଁ ସମୟ ନ ପାଇବା, ଔଷଧ ଯୋଗୁଁ କିମ୍ବା ଜଟିଳ ବ୍ୟାଧି ଯୋଗୁଁ ହୋଇଥାଏ l
  7. ନିଦ୍ରା ସମୟରେ ଆତୁରତା ଓ ଭୟ : ନିଦ ପାଇଁ ସମୟ ନ ହେବା, ଦୁରାରୋଗ୍ୟ ବ୍ୟାଧି, ଦୁଃଶ୍ଚିନ୍ତା ଓ ଭୟଙ୍କର ସ୍ଵପ୍ନ ଦେଖିବା, ହାଉଳି ହେବା, ଭୀଷଣ ଡରିଯିବା ଓ ଭୟ କରିବା ଛୋଟ ପିଲାଙ୍କୁ ହୁଏ ।
  8. ଦାନ୍ତ କଡ଼ମଡ଼ କରିବା : ଅନେକ ବ୍ୟକ୍ତି ଶୋଇବା ସମୟରେ ଘୁଙ୍ଗୁଡ଼ି ମାରନ୍ତି; କିନ୍ତୁ କେତେଜଣ ମଧ୍ୟ ଦାନ୍ତ ଚୋବେଇ ଥାଆନ୍ତି ।

ସାଧାରଣା ଉପଚାର

କାରଣ ନିର୍ଣ୍ଣୟ ଓ ତାହାର ସମାଧାନ

  1. ଭଲ ଶୋଇବା ପରିବେଶ ସୃଷ୍ଟି କରିବା ସହ ବିଛଣା, ମଶାରି, ପଙ୍ଖ, କୂଳର, ଏସି ଆଦି ବ୍ୟବହାର କରିବା ।
  2. ଅତ୍ୟଧିକ ଶବ୍ଦ, ଗହଳି ଚହଳି, ମଶା, ଓଡିଶ କୀଟପତଙ୍ଗ, ନିବୁଜ ପରିବେଶରେ ଶୋଇବାକୁ ଉପଯୁକ୍ତ ମଣିବା ।
  3. ଜୀବନଶୈଳୀରେ ପରିବର୍ଭନ କରିବା ଆବଶ୍ୟକ ।
  4. ସବୁଜ ପନିପରିବା, କମ୍ ଚିନି ଓ ଲୁଣ ତଥା ଚୁନାମାଛ ଆଦି ଖାଇବା ।
  5. ବ୍ୟାୟାମ ଓ ପରିବାର ସହ ମିଶିବା ଦ୍ଵାରା ମାନସିକ ଚାପ, ଆଶଙ୍କା ଓ ବିଷାଦତା କମ୍ ହେବ ।

ଠିକ ସମୟ ତଥା ନର୍ଦ୍ଦିଷ୍ଟ ସମୟରେ ଶୋଇବା

  1. ରାତିରେ ଶୋଇବା ପୂର୍ବର କମ ପାଣି ପିଅନ୍ତୁ । ସନ୍ଧ୍ୟା ପରେ କଫିନ, କଫି, ଚା’ ସମେତ ତମାଖୁ ଓ ମଦପାନ ସମ୍ପୁର୍ଣ୍ଣ ବନ୍ଦ କରିବା ।
  2. ରାତ୍ରିରେ କମ ପରିମାଣର ଖାଦ୍ୟ ଖାଇବା ।
  3. ବିଛଣା ଯିବା ପୂର୍ବରୁ ଗୋଡ଼ ପାଦ ଧୋଇବା
  4. ଖରାଦିନେ ଥଣ୍ଡା ଓ ଶୀତଦିନେ ଉଷୁମ ପାଣିରେ ।
  5. ନିୟମିତ ଯୋଗ, ପ୍ରାଣାୟାମ ଓ ପ୍ରାର୍ଥନା କରିବା ସହ ଶୋଇବା ପୂର୍ବରୁ ସୁମଧୁର ସଙ୍ଗୀତ ଶୁଣନ୍ତୁ।

ରାତି ସମୟରେ କରନ୍ତୁ ନାହିଁ ଏସବୁ କାର୍ଯ୍ୟ

ସାଧାରଣତଃ,ଆମେ ଆମ ଜୀବନକାଳରେ ଅନେକ ସମସ୍ୟା ମଧ୍ୟରେ ଗତି କରିଥାଉ । ଯଦିଓ ଏହାକୁ ସବୁଦିନ ପାଇଁ ଦୂର କରିବା କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ଏହାକୁ କିଛି ସମୟ ପାଇଁ ଏଡାଇ ପାରିବାରେ ଆପଣ ସଫଳ ହୋଇପାରିବେ । ଯେଉଁଥିପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ ।

ଶାସ୍ତ୍ରରେ କୁହାଯାଇଛି, ଆମେ କରୁଥିବା ସମସ୍ତ କାର୍ଯ୍ୟର କିଛି ନିର୍ଦ୍ଦିଷ୍ଟ ସମୟ ଥାଏ ଅର୍ଥାତ୍ କିଛି କାମ ରାତି ସମୟରେ କରାଯିବାବେଳେ କିଛି କାମ ଦିନ ସମୟରେ କରାଯାଇଥାଏ । କାରଣ ଏହାଦ୍ୱାରା ଆପଣ ସୁରକ୍ଷିତ ରହିବା ସହ ଏକ ସୁନ୍ଦର ଜୀବନ ମଧ୍ୟ ପାଇପାରିବେ । ତେଣୁ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ରାତିରେ କରିବା ଆଦୌ ଉଚିତ୍ ନୁହେଁ । ଆସନ୍ତୁ ସେ ସଂପର୍କରେ ଜାଣିବା ।

  • ରାତିରେ ଶୋଇବାବେଳେ ମହିଳାମାନେ ମୁଖ୍ୟତଃ କେଶ ଖୋଲା କରି ଶୋଇବା ଉଚିତ ନୁହେଁ । କାରଣ ଏପରି କରିବାଦ୍ୱାରା ମନରେ ବିଭିନ୍ନ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ଯାହାକୁ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇବା ସହ ବିଭିନ୍ନ କାର୍ଯ୍ୟରେ ଅସଫଳ ମଧ୍ୟ ହୋଇଥାନ୍ତି ।
  • ଚାରିଛକ ରାସ୍ତା ଅର୍ଥାତ୍ ଚାରିଟି ରାସ୍ତା ଥିବା ମାର୍ଗରେ ବିଳମ୍ବିତ ରାତିରେ ଯିବା ଆଦୌ ଶୁଭଙ୍କର ନୁହେଁ । ଶାସ୍ତ୍ରନୁସାରେ, ଏହି ରାସ୍ତାରେ ଖରାପ ଶକ୍ତି ତଥା ଭୂତ ପିଶାଚଙ୍କ ବାସ ହୋଇଥାଏ । ଖାଲି ସେତିକି ନୁହେଁ ଏହି ରାସ୍ତାରେ ମଧ୍ୟ ମୃତ ବ୍ୟକ୍ତିର କ୍ରିୟାକର୍ମ କରାଯାଇଥାଏ । ଆଉ ଯେଉଁଥିରେ ନକରାତ୍ମକ ଶକ୍ତିର ପାର୍ଦୁଭାବ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ରାସ୍ତାମାନଙ୍କରେ ରାତିରେ ଯିବା କୌଣସି ବିପଦରୁ କମ୍ ହୋଇ ନଥାଏ ।
  • ଅଧିକାଂଶ ଲୋକ ରାତିରେ ବାସନା ତେଲ କିମ୍ବା ଅତର ଲଗାଇ ଶୋଇବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଶାସ୍ତ୍ରନୁସାରେ କୌଣସି ପ୍ରକାରର ତୀବ୍ର ବାସନା ଯୁକ୍ତ ଅତର କିମ୍ବା ତେଲ ଲଗାଇବା ଆଦୌ ଉଚିତ ନୁହେଁ । କାରଣ ଏହା ବିଭିନ୍ନ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ତେଣୁ ଶୋଇବାବେଳେ କୋଣସି ଅତର ଲଗାଇ ନ ଶୋଇ ବରଂ ଭଗବାନଙ୍କୁ ପ୍ରାର୍ଥନା କରି ଶୋଇବା ଉଚିତ୍ ।
  • ରାତି ସମୟରେ କୌଣସି ପରପୁରୁଷ କିମ୍ବା ପରସ୍ତ୍ରୀ ସହିତ ମିଳାମିଶା କରିବା ଅନୁଚିତ । ଏହା କରିବାଦ୍ୱାରା ଆପଣଙ୍କ ଗୌରବ ନଷ୍ଟ ହେବା ସହ ସମ୍ମାନରେ ମଧ୍ୟ ହାନୀ ଘଟିଥାଏ । ତେଣୁ ଏସବୁ କାର୍ଯ୍ୟରୁ ସର୍ବଦା ନିବୃତ୍ତ ରହିବା ଆବଶ୍ୟକ ।
  • ଶାସ୍ତ୍ରନୁସାରେ, ରାତି ୧୨ଟାପରେ ଶାରୀରିକ ସଂପର୍କ ରଖିବା ଅନୁଚିତ । କାରଣ ରାତି ୧୨ଟା ପରେ ଆଗାମୀ ଦିନର ଆରମ୍ଭ ହୋଇଥାଏ । ଏହି ବେଳକୁ ବ୍ରହ୍ମ ବେଳା କୁହାଯାଏ । ତେଣୁ ଏହି ସମୟରେ ଭୂଲରେ ମଧ୍ୟ ଶାରୀରିକ ସଂପର୍କ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ବ୍ୟକ୍ତିର ପୁରୁଷତ୍ୱ ନଷ୍ଟ ହେବା ସହ ଖରାପ ଦିନ ଆରମ୍ଭ ହୋଇଥାଏ ।

ଉତ୍ତମ ନିଦ୍ରା ପାଇଁ ଉପଯୁକ୍ତ ଖାଦ୍ୟପେୟ ଓ ଜୀବନଶୈଳୀ

ସୁସ୍ଥ ମନ, ଦେହ ଓ ଜୀବନ ପାଇଁ ଭଲ ନିଦ ତଥା ସୁନିଦ୍ରା ଅତ୍ୟନ୍ତ ଜରୁରୀ । ପ୍ରତି ଦିନ ଛଅରୁ ଆଠ ଘଣ୍ଟାଶୋଇବା ଜରୁରୀ । ଏକ ମାସରୁ ଅଧିକ ସମୟ ଠିକରେ ନିଦ ନହେବା ଅନିଦ୍ରା ରୋଗର ଲକ୍ଷଣ ହୋଇପାରେ । ଅନିଦ୍ରା ଲାଗି ରହିଲେ କ୍ଳାନ୍ତ ଲାଗେ, ଦିନରେ ନିଦ ଲାଗେ, ସିଦ୍ଧାନ୍ତ ନେବାରେ କଷ୍ଟ ହୁଏ ।

ଏପରି ହେବାଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ, ଓଜନ ବୃଦ୍ଧି ଆରମ୍ଭ ହୁଏ । ଅବସାଦ, ଉଦବେଗ ଆଦି ମାନସିକ ରୋଗରେ ପୀଡ଼ିତ ହେବାର ଆଶଙ୍କା ବଢ଼େ । ଅନିଦ୍ରା ଦୂର ପାଇଁ ଦୈନନ୍ଦିନ ଜୀବନଶୈଳୀ ସହ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣିବା ଜରୁରୀ ।

  • ବିଳମ୍ବରେ ଭୋଜନ କରନ୍ତୁନାହିଁ । ପ୍ରତି ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ରାତ୍ରିଭୋଜନ ଶେଷ କରନ୍ତୁ। ରାତି ଖାଇବା ଓ ଶୋଇବା ସମୟ ମଧ୍ୟରେ ଅତି କମରେ ଦୁଇରୁ ତିନି ଘଣ୍ଟା ବ୍ୟବଧାନ ରଖନ୍ତୁ।
  • ରାତିରେ ଅଧିକ କିଂବା କମ୍‌ ଖାଦ୍ୟ ଖାଇଲେ ଭଲ ନିଦ ହୁଏନାହିଁ । ଅଧିକ ତେଲ, ମସଲା, ଛଣା ଖାଦ୍ୟ ଖାଆନ୍ତୁନାହିଁ । ଶର୍କରାଯୁକ୍ତ ଖାଦ୍ୟ, ଆଇସକ୍ରିମ, ବିସ୍କୁଟ୍‌ ଆଦି ଖାଆନ୍ତୁନାହିଁ । ଏହା ଦ୍ୱାରା ହଜମ ସମସ୍ୟା ବଢ଼େ ଓ ନିଦ୍ରା ପ୍ରଭାବିତ ହୁଏ ।
  • ରାତ୍ରି ଭୋଜନରେ ରୁଟି, ସବୁଜ ପନିପରିବା, ଫଳ ସାମିଲ କରନ୍ତୁ । ଏଗୁଡ଼ିକରେ ମାଗ୍ନେସିଅମ୍‌, ପଟାସିଅମ୍‌ ଓ କ୍ୟାଲସିଅମ୍‌ ମାତ୍ରା ଅଧିକ ଥିବାରୁ ତାହା ଉତ୍ତମ ନିଦ୍ରା ପାଇଁ ଲାଭଦାୟକ ଅଟେ।
  • ଶୋଇବା ପୂର୍ବରୁ ଉଷୁମ ଖିରରେ ମହୁ ମିଶାଇ ସେବନ କରନ୍ତୁ । ଏହା ଦ୍ୱାରା ମସ୍ତିଷ୍କରେ ମେଲାଟୋନିନ୍‌ ପରିମାଣ ବଢ଼େ ଓ ସୁନିଦ୍ରା ହୁଏ ।
  • ଶୋଇବା ପୂର୍ବରୁ ଅଧିକ ପାଣି ପିଅନ୍ତୁନାହିଁ । ଏଥିପାଇଁ ସନ୍ଧ୍ୟା ସମୟରେ ଯଥେଷ୍ଟ ପାଣି ପିଇନିଅନ୍ତୁ ।
  • ସନ୍ଧ୍ୟା ପରେ ଚାହା, କଫି, ଚକ୍‌ଲେଟ୍‌, ମୃଦୁ ପାନୀୟ ପିଅନ୍ତୁ ନାହିଁ । ମଦ, ସିଗାରେଟ୍‌, ଭାଙ୍ଗ, ତମାଖୁ ଠାରୁ ଦୂରେଇ ରୁହନ୍ତୁ । ଏସବୁ କରିସାରିବା ପରେ ମଧ୍ୟ ଯଦି ଆପଣ ଅନିଦ୍ରା ରହୁଛନ୍ତି, ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ଭଲ ନିଦ୍ରା ପାଇଁ ଏହି ଖାଦ୍ୟ ଖାଆନ୍ତୁ

ଦିନଯାକ ଅନେକ ପରିଶ୍ରମ କରି ରାତିରେ ବିଶ୍ରାମ ନେଇଥାନ୍ତି ଲୋକେ । କେତେକଙ୍କୁ ଭଲ ନିଦ ହେଲା ବେଳେ ଅନେକ ଟିକେ ଶାନ୍ତିରେ ଶୋଇବାକୁ ଅନେକ ଉପାୟ ଆପଣା’ନ୍ତି । ଅନେକ ଔଷଧର ସାହାଯ୍ୟ ନିଅନ୍ତି । କୁହାଯାଏ ଭଲ ନିଦ ହେବା ଖାଉତିବା ଆହାର ଉପରେ ବି ନିର୍ଭର କରେ । ରାତିରେ ଖାଇଥିବା ଆହାର ମଧ୍ୟ ଆପଣଙ୍କ ନିଦକୁ ଖାସ୍ ପ୍ରଭାବିତ କରିଥାଏ । ଆପଣ ରାତ୍ରି ଭୋଜନରେ କଣ ଖାଉଛନ୍ତି , ଏଥିରୁ ଜାଣିପାରିବେ ଆପଣଙ୍କର ନିଦ କିପରି ହେବ ? ଏବେ ଜାଣନ୍ତୁ ଶୋଇବା ପୂର୍ବରୁ କେଉଁ ଖାଦ୍ୟ ଖାଇଲେ ଭଲ ନିଦ ହେବ ।

  • ପାଚିଲା କଦଳୀ କୁହାଯାଇଛି ପାଚିଲା କଦଳୀ ଖାଇଲେ ଭଲ ନିଦ ହୁଏ । କଦଳୀରେ ଭରପୁର୍ ମାତ୍ରାରେକୋର୍ବୋହାଇଡ୍ରେଟ୍ସ ଥାଏ । କାର୍ବୋହାଇଡ୍ରେଟ୍ସ ଟ୍ରିପ୍ଟୋଫେନ୍ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହା ମସ୍ତିଷ୍କକୁ ଭଲ ନିଦ ଦେଇଥାଏ । ଏହା ଛଡା କଦଳୀରେ ଭଲ ମାତ୍ରାରେ ମାଗ୍ନେସିୟମ ମଧ୍ୟ ଥାଏ । ଯାହା ମାଂସପେଶୀ ଓ ଶିରାପ୍ରଶିରାକୁ ଆରାମ ଦେଇଥାଏ।
  • ଏକ ଗ୍ଲାସ୍ ଦୁଗ୍ଧ ବୈଜ୍ଞାନିକ ଦୃଷ୍ଟିକୋଣ ଅନୁସାରେ ପ୍ରୋଟିନ୍ ଟ୍ରିପ୍ଟୋଫେନ୍ ର ବ୍ଲକ୍ସ ତିଆରି କରିଥାଏ । ଏବଂଦୁଗ୍ଧ ଏଥିରେ ଭରପୁର ଥାଏ । ଶୋଇବା ପୂର୍ବରୁ ଦୁଗ୍ଧ ନେବା କୁବ୍ ଭଲ ବୋଲି କୁହାଯାଇଛି । ଆୟୁର୍ବେଦ ଅନୁସାରେ ମଧ୍ୟ ଦିନର ଶେଷ ଏକ ଗ୍ଲାସ୍ ଗରମ କ୍ଷୀରରେ କରାଗଲେ ଏହା ଫାଇଦାପୂର୍ଣ୍ଣ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ କରୋ ଖାଲି ଏହା ନୁହେଁ ଏଥିରେ ବହୁତ କିଛି କ୍ୟାଲସିୟମ ଥାଏ , ଯାହା ନିଦକୁ ପ୍ରତିରୋଧ କରିବାରୁ ବଂଚିତ କରେ ।
  • ମହୁ – ଆଉ ମଧ୍ୟ ଶୋଇବା ପୂର୍ବରୁ ମହୁ ଖାଇବା ଭଲ ବିକଳ୍ପ ଭାବେ ଧରା ଯାଏ । ମହୁର ପଜିଟିଭ୍ ପ୍ରଭାବପୁରା ଶରୀରରେ ପଡିଥାଏ । ମହୁ ଆଣ୍ଟି ବ୍ୟାକ୍ଟେରିୟଲ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ଆକ୍ସିଡେଂଟ୍ସ ଅଟେ । ମହୁ ମଧ୍ୟ ଟ୍ରିପ୍ଟୋଫେନ ପ୍ରଡକ୍ସନର କାମ କରିଥାଏ ।
  • ବାଦାମ ବାଦାମରେ ଭଲ ଫ୍ୟାଟ୍ , ଆମିନୋ ଏସିଡ୍ ଓ ମ୍ୟାଗ୍ନେସିୟମରେ ଭରପୁର ଅଟେ । ଏହା ଭଲ ନିଦ ଦେଇଥାଏ । ଯଦି ଆପଣକୁ ନିଦ ଆସୁନି ତ ଏହି ବାଦାମ ଭଲ ବିକଳ୍ପ ଅଟେ । ଏଥିରେ ଗଭୀର ନିଦଆସିବାରେ ସାହାଯ୍ୟ କରିଥାଏ । ଏବଂ ଆପଣ ଚାହିଁଲେ ବାଦାମକୁ ମହୁ ସହ ଖାଇପାରିବେ ବା ଏକ ଗ୍ଲାସ ଗରମ କ୍ଷୀର ସହ ମଧ୍ୟ ଖାଇପାରିବେ ।
  • ଦଲିଆ – ଦଲିଆ ଏକ ଭଲ ଆହାର ଭାବେ ଜଣା । ଏହା ହାଲକା ହୋଇଥାଏ । ଏଥିପାଇଁ ଏହା ହଜମ ହେବାରେ ସହଜ ହୋଇଥାଏ । ଏକ ପାତ୍ରର ଦଲିଆ ରାତ୍ର ସମୟରେ ଭଲ ଖାଦ୍ୟ ଅଟେ । କ୍ଷୀର , ମହୁ ,କଦଳୀ ଓ ବାଦାମ ସହ ଦଲିଆ ରାତିରେ ଆହାର ରୂପେ ନେଇପାରିବେ । ଏହା ଭଲ ନିଦ ଦେଇଥାଏ । ଆଉ ଆରାମ ମଧ୍ୟ ।
  • ଦହି ଚହ୍ଲା : କୁହନ୍ତି ରାତିରେ ଦହି ଖାଇବା କଥା ନୁହେଁ । ମାତ୍ର ଦହିକୁ ଆପଣ ଚହ୍ଲା କରି ତଥା ସାଲାଡ କିମ୍ବା ଲସିରେ ବ୍ୟବହାର କରି ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ପେଟ ଥଣ୍ଡା ହେବା ସହ ହଜମ ପ୍ରକ୍ରିୟା ସକ୍ରିୟ ହେବ ।
  • ସବୁଜ ପରିବା ଏବଂ ଶାଗ : ସବୁଜ ପରିବା ଓ ଶାଗରେ ଫାଇବରର ମାତ୍ରା ବହୁତ ଅଧିକ ଥାଏ । ଏଥିପାଇଁ ରାତ୍ରି ଭୋଜନରେ ଏସବୁକୁ ସାମିଲ କଲେ ଆପଣଙ୍କୁ ବହୁମାତ୍ରାରେ ଲାଭ ମିଳିବ ।
  • ଅଦା : ଅଦା ବହୁ ଗୁଣର ଗନ୍ତାଘର । ଅଦା ଆଚାର, ସାଲାଡ ତଥା ଅଦାକୁ ଯେ କୌଣସି ରୂପରେ ରାତ୍ରିଭୋଜନରେ ସାମିଲ କରନ୍ତୁ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।
  • କ୍ଷୀର : ରାତି ସମୟରେ କ୍ଷୀର ପିଇବା ବହୁ ଲାଭଦାୟକ । ଶୋଇବା ସମୟରେ ସାମାନ୍ୟ ନଖଉଷୁମ କ୍ଷୀର ପିଇଲେ ଭଲ ନିଦ ଆସେ । ଯଦି ଲୋ ଫ୍ୟାଟ୍‌ କ୍ଷୀର ପିଇବେ ତାହା ଆହୁରି ଫଳପ୍ରଦ ହେବ ।
  • ମହୁ : ରାତିରେ ଚିନି ଖାଇବାଠୁ ଦୂରେଇ ରୁହନ୍ତୁ । ଯଦି ଆପଣ ମିଠା କ୍ଷୀର ପିଇବାକୁ ପସନ୍ଦ କରନ୍ତି ତେବେ ଚିନି ବଦଳରେ ମହୁ ପ୍ରୟୋଗ କରନ୍ତୁ । ମହୁ ଭିତରେ ଅନେକ ଲାଭଦାୟକ ଗୁଣ ଥିବାରୁ ଏହାର ବ୍ୟବହାର ଫଳରେ ଶରୀର ସୁସ୍ଥ ରହିବ ।

ଏସବୁ ଛଡା ଏହି କଥାକୁ ମଧ୍ୟ ଧ୍ୟାନ ରଖିବେ ଯେ ରାତି ସମୟରେ ମସଲା ଯୁକ୍ତ ଖାଦ୍ୟକୁ ଦୂରେଇବା ଉଚିତ୍ । ଏହା ନିଦକୁ ଖରାପ କରିପାରେ । ଆଉ ରାତିରେ ନିଦରେ ବ୍ୟାଘାତ ଘଟାଇଥାଏ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

ସଂଗୃହିତ : ରାମଚନ୍ଦ୍ର ରାଉତ ଗୋପାଳପୁର,ବାଙ୍କୀ, କଟକ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top