অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆୟୋଡିନ୍ ଅଭାବଜନିତ ରୋଗ

ଆୟୋଡିନ୍ ଅଭାବ

ଆମ ଶରୀର ପାଇଁ ଆବଶ୍ୟକ ହେଉଥିବା ଅତିକ୍ଷୁଦ୍ର ପରିମାଣର ଧାତବସାର ହେଉଛି ଆୟୋଡିନ୍ । ଏହାର ଆବଶ୍ୟକତା ପରିମାଣ ଖୁବ୍ କମ୍ ହେଲେ ବି ଏହାର ଅଭାବରେ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଯଥା : ଗଳଗଣ୍ଡ, ମାନସିକ ନ୍ୟୁନତା, ବାକଶକ୍ତିଜନିତ ଅସୁବିଧା, ଟେରା, ମାଂସପେଶୀୟ ଦୁର୍ବଳତା, ଗର୍ଭାଶୟରେ ଶିଶୁମୃତ୍ୟୁ ଆଦି ଦେଖାଦେଇଥାଏ ।

ଏହି ରୋଗ ସାଧାରଣତଃ ପାର୍ବତ୍ୟ ଅଞ୍ଚଳରେ ଦେଖାଯାଇଥାଏ । ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ କମ୍। ପାହାଡିଆ ଅଞ୍ଚଳର ମାଟିରେ ଥିବା ଆୟୋଡିନ୍ ବାରମ୍ବାର ବର୍ଷା ଏବଂ ଅନ୍ୟାନ୍ୟ କାରଣରୁ କ୍ଷୟ ହୋଇଥାଏ । ତେଣୁ ସେଠାରେ ହେଉଥିବା ବୃକ୍ଷରାଜି ଏବଂ ପନିପରିବାରେ ଆବଶ୍ୟକ ପରିମାଣର ଆୟୋଡିନ୍ ନଥାଏ । ଏହି ପରିବା ଖାଇଲେ ମଧ୍ୟ ଶରୀର ପାଇଁ ଆବଶ୍ୟକୀୟ ପରିମାଣର ଆୟୋଡିନ୍ କୁ ଭରଣା କରିହୋଇନଥାଏ । ତେଣୁ ଉପରୋକ୍ତ ସମସ୍ୟା ଗୁଡିକ ଦେଖାଦିଏ ।

ଉତ୍ସ

ଖାଦ୍ୟ, ପାଣି, ଆୟୋଡିନ୍ ଯୁକ୍ତ ଲୁଣ ।

ପ୍ରତିକାର ବ୍ୟବସ୍ଥା

  • ଆୟୋଡିନ୍ କମ୍ ମିଳୁଥିବା ଅଞ୍ଚଳର ଲୋକେ ଖାଦ୍ୟରେ ଆୟୋଡିନ ଯୁକ୍ତ ଲୁଣ ଖାଆନ୍ତୁ।
  • ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହି ଲୁଣର ଆବଶ୍ୟକତା ରହିଛି । କାରଣ ଗର୍ଭ ସମୟରେ ଏବଂ ପିଲାଙ୍କ ଖାଦ୍ୟରେ ଆୟୋଡିନ୍ ର ଆବଶ୍ୟକତା ରହିଛି । ଗର୍ଭବତୀ ଆୟୋଡିନ ଯୁକ୍ତ ଲୁଣ ଖାଇଲେ ଗର୍ଭସ୍ଥ ଶିଶୁର ଉପଯୁକ୍ତ ବୃଦ୍ଧିରେ ଏହା ସହାୟକ ହୋଇଥାଏ ।
  • ଶରୀରରେ ଆୟୋଡିନ୍ ଟିକେ ବେଶି ହେଲେ ତାହା ନିଷ୍କାସନ ପ୍ରକ୍ରିୟାରେ ବାହାରକୁ ଚାଲିଆସେ ।
  • ଆୟୋଡିନ ଯୁକ୍ତ ତେଲ -ଯାହାକି ଇଞ୍ଜେକ୍ସନ୍ ଦେଲେ ପ୍ରାୟ 4 ବର୍ଷ ଯାଏଁ ଆୟୋଡିନ୍ ର ଭରଣା ହୋଇଥାଏ । ବିଜ୍ଞାନସମ୍ମତ ହେଲେ ମଧ୍ୟ ଲୁଣ ତୁଳନାରେ ଏଥିରେ ଅଧିକ ବ୍ୟୟହେତୁ ଏହାର ପ୍ରଚାଳନ କମ୍ ।

ମନେରଖନ୍ତୁ

  • ଜଣେ ବ୍ୟକ୍ତିର ଦୈନିକ ଆୟୋଡିନ୍ ଆବଶ୍ୟକତାର ହାରାହାରି ପରିମାଣ ୧୫୦ ମାଇକ୍ରୋଗ୍ରାମ୍ ।
  • ପ୍ରତି ୧୦ ଗ୍ରାମ ଆୟୋଡିନ ଯୁକ୍ତ ଲୁଣରେ ପ୍ରାୟ ୧୫୦ ମାଇକ୍ରୋଗ୍ରାମ୍ ଆୟୋଡିନ୍ ଥାଏ ।
  • ଜଣେ ବ୍ୟକ୍ତି ଦିନକୁ ପ୍ରାୟ ୧୦-୧୨ ଗ୍ରାମ୍ ଲୁଣ ଖାଇଥାନ୍ତି ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate