ପୋଷଣ ବା ପୁଷ୍ଟିସାର ସମସ୍ୟା ହେତୁ ଲୋକେ ଅନେକ ପ୍ରକାରର ରୋଗ/ ସଂକ୍ରମଣ ଶିକାର ହୋଇଥାନ୍ତି । କେତୋଟି ମୁଖ୍ୟ ପୁଷ୍ଟିଗତ ସମସ୍ୟା ପ୍ରତି ଧ୍ୟାନ ଦେଲେ ଏହା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିବ ନାହିଁ । ଏହି କ୍ରମରେ କେତୋଟି ମୁଖ୍ୟ ପୋଷଣ ଜନିତ ସମସ୍ୟା ବିଷୟରେ ସାଧାରଣ ଧାରଣା ପ୍ରଦତ୍ତ ହୋଇଛି ।
ଜଣେ ଭାରତୀୟ ଶିଶୁର ଜନ୍ମ ଓଜନ ୨୫୦୦ ଗ୍ରାମରୁ କମ୍ ହେଲେ ତାକୁ କମ୍ ଓଜନର ଶିଶୁ ବୋଲି କୁହାଯାଏ । ଆମ ଦେଶରେ ଜନ୍ମ ହେଉଥିବା ପ୍ରାୟ ୩୦ ପ୍ରତିଶତ ଶିଶୁଙ୍କର ଜନ୍ମ ସମୟର ଓଜନ କମ୍ ରହିଥାଏ । ଏହାର କେତୋଟି ମୁଖ୍ୟ କାରଣ ହେଲା –
ସାଧାରଣତଃ ଦୁଇଟି ମୁଖ୍ୟ କାରଣ – (୧) ଖାଦ୍ୟର ପରିମାଣ ଏବଂ ଗୁଣାତ୍ମକ ମାନ କମିବା, (୨) ବିଭିନ୍ନ ସଂକ୍ରମଣ ଯଥା – ତରଳ ଝାଡା, ଶ୍ଵାସାଙ୍ଗର ସଂକ୍ରମଣ, ମିଳିମିଳା, ଆନ୍ତ୍ରିକ କୃମି ଇତ୍ୟାଦି । ଏଥିପାଇଁ ଅଧିକ ପୋଷଣର ଆବଶ୍ୟକତା ପଡେ, କାରଣ ଖାଉଥିବା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପରିମାଣର ପୁଷ୍ଟି ଓ ଶକ୍ତି ଶରୀରକୁ ମିଳିନଥାଏ । ଫଳରେ ବ୍ୟକ୍ତି ଦୁର୍ବଳ ହୋଇ ପୁନଃସଂକ୍ରମଣର ଶିକାର ହୁଏ ।
ମନେରଖନ୍ତୁ :
କୌଣସି ପିଲାର କୁପୋଷଣର ମାତ୍ରା ଅଧିକ ହେଲେ ପିଲାଟି ସାଧାରଣତଃ ଦୁଇଟି ମୁଖ୍ୟ ରୋଗ ଭୋଗିଥାଏ । ଏଗୁଡିକ ହେଉଛି ମାରାସ୍ମସ୍ ଏବଂ କ୍ଵାଶିୱର୍କର୍ । ଏହି ଦୁଇଟି ରୋଗର ଲକ୍ଷଣ ଏବଂ ପ୍ରତିକାର ପର ପୃଷ୍ଠାରେ ଦିଆଯାଇଛି ।
ଉତ୍ସ : ନ୍ୟୁଟ୍ରିସନ୍ ଫର୍ ମଦର୍ ଆଣ୍ଡ ଚାଇଲ୍ଡ୍ ( ଆଇ.ସି.ଏମ୍.ଆର୍. -୧୯୮୩ )
ସାଧାରଣ ଲକ୍ଷଣ |
ମାରାସ୍ମସ୍ |
କ୍ଵାଶିଓର୍କର୍ |
ଅଧିକାଂଶ କ୍ଷେତ୍ରରେ |
||
୧. ମାଂସପେଶୀ କ୍ଷୀଣ ହୋଇଯିବା |
୧. ନିଶ୍ଚିତ |
୧. କେତେକ ସମୟରେ ଦେହଫୁଲା ଏବଂ ଚର୍ବିତଳେ ରହିଥିବା ମାଂସପେଶୀ ଦେଖାଯାଏ ନାହିଁ |
୨. ଚର୍ବି ନଷ୍ଟ ହୋଇଯିବା |
୨. ଚର୍ମତଳେ ଥିବା ଚର୍ବି ଅତିମାତ୍ରାରେ ନଷ୍ଟ ହୋଇଯାଏ |
୨. ଅଳ୍ପ ଚର୍ବିଥାଏ କିନ୍ତୁ ଏହାର ଦୃଢତା ନଥାଏ । |
୩. ଦେହ ଫୁଲିବା (ଓଡେମା) |
୩. ଦେଖାଯାଏ ନାହିଁ |
୩. ପାଦ, ହାତପାପୁଲି ଓ ମୁହଁ ଫୁଲେ |
୪. ଉଚ୍ଚତା ଅନୁସାରେ ଓଜନ କମ୍ |
୪. ବହୁତ କମ୍ ଥାଏ |
୪. ଓଜନ କମ୍ ଥାଏ କିନ୍ତୁ ଦେହ ଫୁଲା ଯୋଗୁଁ ଓଜନ କମିଲାଭଳି ମନେ ହୁଏନି |
୫. ମାନସିକ ପ୍ରକ୍ରିୟାର ପରିବର୍ତ୍ତନ |
୫. କେତେକ ସମୟରେ ନୀରବ ଏବଂ ଉଦାସୀନ ଜଣାପଡନ୍ତି ( ମାନସିକ ଦୁର୍ବଳତା) ( ଶାରୀରିକ ନିଷ୍କ୍ରିୟତା ) |
୫. ଚିଡ଼ଚିଡା, କାନ୍ଦିବା, ଉଦାସୀନ ରହିବା |
ଡାକ୍ତରୀ ଲକ୍ଷଣ ଚିକିତ୍ସାଗତ ଲକ୍ଷଣ |
ମାରାସ୍ମସ୍ |
କ୍ଵାଶିଓର୍କର୍ |
ବେଳେବେଳେ ଦେଖାଯାଏ |
||
୧. କ୍ଷୁଧା |
୧. ସାଧାରଣତଃ ଥାଏ |
୧. ଖୁବ୍ କମ୍ ଥାଏ |
୨. ତରଳ ଝାଡା |
୨. ବେଳେବେଳେ (ବର୍ତ୍ତମାନ ହେଉଥିବା ଏବଂ ପୂର୍ବରୁ ହୋଇନଥିବା ) |
୨. ବେଳେବେଳେ (ବର୍ତ୍ତମାନ ହେଉଥିବା ଏବଂ ପୂର୍ବରୁ ହୋଇନଥିବା ) |
୩. ଚର୍ମରେ ଦେଖାଯାଉଥିବା ପରିବର୍ତ୍ତନା |
୩. ସାଧାରଣତଃ କୌଣସି ପରିବର୍ତ୍ତନ ନଥାଏ । |
୩. ଚର୍ମ ଚିକ୍କଣ ନଥାଏ । ଅନେକ ସମୟରେ ପାଉଁଶିଆ ହୋଇଯାଏ ଏବଂ ଧଳା ଧଳା ଛାପ ହୋଇ ଦେଖାଯାଏ । |
୪. କେଶରେ ଦେଖାଯାଉଥିବା ପରିବର୍ତ୍ତନ |
୪. ଦେଖାଯାଏ ନାହିଁ । |
୪. କେଶ ପତଳା ହୋଇଯିବା ଏବଂ ଛୁଇଁଲେ ଉପୁଡିଯିବା । |
୫. ଯକୃତ ବୃଦ୍ଧି |
୫. ଦେଖାଯାଏ ନାହିଁ । |
୫. କେତେକ ସମୟରେ ଦେଖାଯାଏ ଚର୍ବି ଜମାହେବା ହେତୁ ଏହା ହୋଇଥାଏ । |
ମନେରଖନ୍ତୁ :
କୁପୋଷଣର ଚିହ୍ନଟ ନିମନ୍ତେ ପିଲାର ଉଚ୍ଚତା ଏବଂ ଓଜନ ଅନୁଯାୟୀ ତା’ର ମୁଣ୍ଡ ଏବଂ ଡେଣା ଗୋଲେଇ ମାପ ନିଆଯାଇ ଏହାର ତର୍ଜମା କରାଯାଇଥାଏ ଏବଂ କୁପୋଷଣର ମାତ୍ରା ମଧ୍ୟ ଜାଣିହୁଏ । ଏହାକୁ ଆନ୍ଥ୍ରୋପୋମେଟ୍ରିକ୍ (Anthropometric) ଷ୍ଟଡି ବୋଲି କୁହାଯାଏ ।
Last Modified : 1/28/2020