କୁପୋଷଣ ହେତୁ ବିଭିନ୍ନ ସଂକ୍ରମଣ ହୋଇପାରେ ଏବଂ ସଂକ୍ରମଣ ଗୁଡିକ କୁପୋଷଣ ଜନିତ ସମସ୍ୟା ସୃଷ୍ଟି କରିପାରେ। ଏହାର ପ୍ରଭାବ ପିଲାମାନଙ୍କ ଉପରେ ଯଥେଷ୍ଟ ଅଧିକ । ଯେପରିକି ତରଳ ଝାଡା ଭୋଗୁଥିବା ପିଲାଟିଏ ଯତ୍ନ ଏବଂ ଉପଯୁକ୍ତ ଖାଦ୍ୟ ନଖାଇ କୁପୋଷଣର ଶିକାର ହୁଏ ଏବଂ କୁପୋଷଣରେ ଥିବା ପିଲାଟି ତରଳଝାଡା ରୋଗରେ ପଡିପାରେ । ନିମ୍ନ ଆଲୋଚନାରୁ ଏହା ବୁଝିହେବ ।
ଶରୀରରେ ରୋଗ ପ୍ରତିରୋଧ ଶକ୍ତିଜାତ ହେବା (ଆଣ୍ଟିବଡି) କମ୍ ହୋଇଯିବା । ଯଦି ଆବଶ୍ୟକୀୟ ମାତ୍ରାରେ ଉପଯୁକ୍ତ ଖାଦ୍ୟସାର ଶରୀରକୁ ଯାଇପାରେନା ତେବେ ଆଣ୍ଟିବଡି ସୃଷ୍ଟିହେବା କମ୍ ହୁଏ । ଫଳରେ ରୋଗ ପରେ ରୋଗ ହୋଇଚାଲେ।
ଜଣେ ବ୍ୟକ୍ତି ନିଜ ଶରୀର ପାଇଁ ଉପଯୁକ୍ତ ଖାଦ୍ୟସାର ପାଉଥିଲେ ତାଙ୍କ ଶରୀର ଚର୍ମ ଲସିକା ଗ୍ରନ୍ଥି ଏବଂ ଅନ୍ୟାନ୍ୟ ଜୀବକୋଷ ଶରୀର ମଧ୍ୟକୁ ବାହ୍ୟ ସଂକ୍ରମଣକାରୀ ବିଭିନ୍ନ ଜୀବାଣୁ ଇତ୍ୟାଦିଙ୍କୁ ପ୍ରତିରୋଧ କରିଥାନ୍ତି । କିନ୍ତୁ କୁପୋଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରତିରୋଧ ଶକ୍ତି କମିଯାଏ ।
ପୋଷଣ ଜନିତ ସମସ୍ୟା ଥିଲେ ଖାଦ୍ୟ ଭଲରେ ହଜମ ନହୋଇ ଅନ୍ତ୍ରରେ ଅଧିକ କୃମି ବଢିବାର କ୍ଷେତ୍ର ସୃଷ୍ଟିହୁଏ । ଫଳରେ ବିଭିନ୍ନ ସଂକ୍ରମଣ ହୁଏ ।
ଶରୀର ଯେତିକି ପରିମାଣର ପୋଷଣ ଆବଶ୍ୟକ କରୁଥିବା ଗ୍ରହଣ କରୁଥିବା ସେହି ଅନୁସାରେ ଖାଦ୍ୟ ଖାଇବା ଦରକାର । କିନ୍ତୁ ଶରୀରରେ କୌଣସି ସଂକ୍ରମଣ ଥିଲେ ଆବଶ୍ୟକ ମାତ୍ରାର ଖାଦ୍ୟସାର ଭିତରକୁ ଯାଇପାରେନାହିଁ । କାରଣ ଅନେକ ସଂକ୍ରମଣରେ ରୋଗୀର କ୍ଷୁଧା କମିଯାଏ । ଉଦାହରଣ ସ୍ୱରୂପ ପିଲାଟିଏ ଶ୍ଵାସନଳୀ ସଂକ୍ରମଣ କିମ୍ବା ତରଳଝାଡାରେ ପୀଡିତ ହେଲେ ସେ ଖାଦ୍ୟ ଖାଇବାକୁ ମନାକରେ କିମ୍ବା ଖାଇବା କଷ୍ଟହୁଏ । ଫଳରେ ସେ ଅଳ୍ପ ଖାଦ୍ୟଖାଇ କୁପୋଷଣର ଶିକାର ହୁଏ ।
ଖାଉଥିବା ଖାଦ୍ୟରୁ ଆବଶ୍ୟକୀୟ ଅଣୁସାରକୁ ଶରୀର ଗ୍ରହଣ ନକଲେ କୁପୋଷଣ ଜନିତ ଅସୁବିଧା ଦେଖାଦିଏ । ଉଦାହରଣ ସ୍ୱରୂପ ତରଳଝାଡା ଏବଂ ମିଳିମିଳା ଭଳି ସଂକ୍ରମଣରେ ଶରୀରକୁ ଯାଉଥିବା ଖାଦ୍ୟର ୬୦-୭୦ ପ୍ରତିଶତ ଅଣୁସାର ଶରୀରକୁ ମିଳିଥାଏ । ଏପରିକି କୃମି ସଂକ୍ରମଣ ହେତୁ ବା କୃମିଥିଲେ (ଯଥା ଗୋଲକୃମି) ଖାଦ୍ୟରୁ ଆବଶ୍ୟକୀୟ ମାତ୍ରାର ଅଣୁସାର ଶରୀରକୁ ଯିବାରେ ବାଧା ସୃଷ୍ଟିହୁଏ । ଫଳରେ ଅସୁସ୍ଥତା ଏବଂ କୁପୋଷଣ ଜନିତ ସମସ୍ୟା ଦେଖାଦିଏ ।
କେତେକ ପ୍ରକାର ସଂକ୍ରମଣ ଏବଂ ବିଶେଷକରି ଜ୍ଵର ଇତ୍ୟାଦି ହେତୁ ଶରୀରରୁ କିଛି ପୋଷଣ ମୁଖ୍ୟତଃ ପୁଷ୍ଟିସାର କ୍ଷୟ ହୋଇଥାଏ । ଫଳରେ ସଂକ୍ରମଣ ତଥା ଜ୍ଵର ହେତୁ ଶରୀର ଅଧିକ ପରିମାଣର ପୁଷ୍ଟିସାର ଆବଶ୍ୟକ କରିଥାଏ । ଏ କ୍ଷେତ୍ରରେ ଆଗରୁ ଆଉ ଏକ ସଂକ୍ରମଣ ଜନିତ ସମସ୍ୟାରେ ପୀଡିତ ପିଲା/ବ୍ୟକ୍ତି ପୋଷଣ ଆବଶ୍ୟକ କରୁଥିବା ବେଳେ ବାରମ୍ବାର ଅନ୍ୟ ସଂକ୍ରମଣର ଶିକାର ହୋଇ ଅଧିକ ପୁଷ୍ଟିହୀନ ହୋଇପଡନ୍ତି ।
ମିଳିମିଳା ଏବଂ ତରଳଝାଡା ପ୍ରଭାବକୁ ନେଇ ଏହା ଆଲୋଚନା କରାଯାଇପାରେ । ପିଲାକୁ ଅତି ଦୁର୍ବଳ କରି ଦେଉଥିବା ମିଳିମିଳା ପରେ ପରେ ତରଳଝାଡା ଏବଂ ଶ୍ଵାସନଳୀ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । କାରଣ ପିଲାର ଓଜନ କମିଯାଇଥାଏ, ସେ ଅଧିକ ଦୁର୍ବଳ ହୋଇଯାଇଥାଏ ଏବଂ ତା’ର ଖାଇବା କମିଯାଇଥାଏ । ଏହା ସାଙ୍ଗକୁ ଆମ ଗାଁ ଗହଳିରେ ମିଳିମିଳା ରୋଗୀକୁ କମ୍ ଖାଇବାକୁ ଦିଆଯାଏ । ଏପରିକି ମିଳିମିଳା ହେତୁ ଭିଟାମିନ୍ ‘ଏ’ର ଅଭାବ ହୋଇ ଦୃଷ୍ଟିଶକ୍ତି ନଷ୍ଟ ହୋଇପାରେ । ତେଣୁ ମିଳିମିଳାରେ ପୀଡିତ ପିଲାକୁ -
ମନେରଖନ୍ତୁ :
ସଂକ୍ରମଣ ହେତୁ ରୋଗୀର ଅଧିକ ଶକ୍ତିକ୍ଷୟ ହୋଇଥାଏ । ତେଣୁ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟଦେଇ ଯଥାଶୀଘ୍ର ଶକ୍ତିର ଭରଣା କରିବା ଉଚିତ ।
Last Modified : 1/16/2020