অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖାଦ୍ୟ ଓ ପୋଷଣ

ଖାଦ୍ୟ

ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ ।

ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ ।

ଖାଦ୍ୟର ଚାରୋଟି କାର୍ଯ୍ୟ

ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ । ସେଗୁଡିକ ହେଲା –

  1. ଶକ୍ତି ଯୋଗାଇବା
  2. ଶରୀର ବିଭିନ୍ନ କାର୍ଯ୍ୟ ଯଥା ଚାଲିବା, ବୁଲିବା, ଘରକାର୍ଯ୍ୟ କରିବା ପ୍ରଭୃତି ବାହ୍ୟ କାର୍ଯ୍ୟ ଏବଂ ଶ୍ଵାସକ୍ରିୟା ସଂଚାଳନ ପ୍ରକ୍ରିୟା, ଏଭଳି ଅନେକ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଶକ୍ତିର ଆବଶ୍ୟକତା ରହିଛି । କେତେକ ଖାଦ୍ୟ ମାଧ୍ୟମରେ ଶରୀର ଏହି ଆବଶ୍ୟକୀୟ ଶକ୍ତିର ଭରଣା କରିଥାଏ । ସେହି ଖାଦ୍ୟ ଗୁଡିକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ । ଶ୍ଵେତସାର ଏବଂ ଚର୍ବିଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି ମିଳିଥାଏ ।

  3. ଶରୀର ଗଠନରେ ସାହାଯ୍ୟ କରିବା
  4. ଶରୀର ଗଠନ ସାଧାରଣତଃ ଦୁଇଟି ପ୍ରକ୍ରିୟାକୁ ବୁଝାଇଥାଏ । ପ୍ରଥମଟି ହେଲା - ଶରୀର ବୃଦ୍ଧି ହେବା ଏବଂ ଦ୍ଵିତୀୟଟି ହେଲା  - ପରିପକ୍ଵ ହୋଇ ନଷ୍ଟ ହୋଇଯାଉଥିବା ଜୀବକୋଷ ବଦଳରେ ନୂତନ ଜୀବକୋଷର ସୃଷ୍ଟିହେବା । ଆମ ଶରୀରରେ ଥିବା ଅସଂଖ୍ୟ ଜୀବକୋଷର ସୃଷ୍ଟି ଏବଂ ବିଲୟ ଚାଲିଛି । ଯେଉଁ ଜୀବକୋଷ ଗୁଡିକୁ ନେଇ ଆମର ସମ୍ପୂର୍ଣ୍ଣ ଶରୀର ଗଠନ ହୋଇଛି ଏବଂ ସମୟାନୁକ୍ରମେ ସେହି ଜୀବକୋଷ ଗୁଡିକରୁ କେତେକ ମରିଯାଆନ୍ତି/ ନଷ୍ଟ ହୋଇଯାଆନ୍ତି/ନଷ୍ଟ ହୋଇଯାଉଥିବା / ମରିଯାଇଥିବା ଜୀବକୋଷ ଗୁଡିକ ସ୍ଥାନରେ ନୂଆ ଜୀବକୋଷ ଗୁଡିକର ସୃଷ୍ଟି ହୋଇଥାଏ । ଯଦ୍ୱାରା ଶରୀରର କ୍ଷୟଭରଣା ହୁଏ ଏବଂ ଏହାର ବିକାଶ ହୁଏ ।

  5. ସଂକ୍ରମଣରୁ ରକ୍ଷା କରିବା
  6. ଶରୀରର ଉପଯୁକ୍ତ ପରିଚାଳନା ପାଇଁ ଏହାକୁ ସଂକ୍ରମଣରୁ ରକ୍ଷା କରିବା ଦରକାର । ପ୍ରତି ମୁହୁର୍ତ୍ତ୍ଵରେ ଶରୀରକୁ ବାହ୍ୟ ସଂକ୍ରମଣର ଆଶଙ୍କା ରହିଛି । ଶରୀରରେ ଥିବା ପ୍ରତିରୋଧକ କ୍ଷମତା ଏହି ସଂକ୍ରମଣରୁ ରକ୍ଷା କରିଥାଏ ଫଳରେ ଶରୀର ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ । ଯଦି ଜଣଙ୍କ ଶରୀରରେ କୌଣସି ପ୍ରକାରର ଖାଦ୍ୟସାର ଅଭାବ ଜନିତ ଅସୁସ୍ଥତା ଦେଖାଦିଏ ତେବେ ଆବଶ୍ୟକ ଖାଦ୍ୟସାର ଏହି ଅଭାବ ଏବଂ ଅସୁସ୍ଥତା ଦୂର କରିବାରେ ସହାୟତା ହୁଏ । ଉପଯୁକ୍ତ ଖାଦ୍ୟସାର ପାଉନଥିବା ବ୍ୟକ୍ତିର ଅସୁସ୍ଥତା ଦୂର ହେବା ପାଇଁ ବହୁତ ସମୟ ଲାଗିଥାଏ।

  7. ଶରୀରର କାର୍ଯ୍ୟ ପରିଚାଳନାରେ ସହାୟକ ହେବା
  8. ଖାଦ୍ୟରୁ ମିଳୁଥିବା ବିଭିନ୍ନ ଉପାଦାନ ଶରୀରର ବିଭିନ୍ନ ପ୍ରକ୍ରିୟାରେ ସହାୟକ ହୁଏ । ଉଦାହରଣ ସ୍ୱରୂପ: ଉତ୍ତାପ ରକ୍ଷା, ହୃଦସ୍ପନ୍ଦନ, ସଞ୍ଚାଳନ ଏବଂ ଅନେକ ରାସାୟନିକ ପ୍ରକ୍ରିୟା ଇତ୍ୟାଦି ଖାଦ୍ୟରୁ ମିଳୁଥିବା ପୋଷଣ ଯୋଗୁଁ ସମ୍ଭବ ହୋଇଥାଏ । ସାମୁଦାୟିକ ଭାବେ ଶରୀର ଖାଦ୍ୟ ଉପରେ ନିର୍ଭରଶୀଳ।

ଖାଦ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ

ଖାଦ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି ।

ଶକ୍ତି ପ୍ରଦାନକାରୀ ଖାଦ୍ୟ

  • ଶସ୍ୟ ଜାତୀୟ ଖାଦ୍ୟ : ଚାଉଳ, ଗହମ, ମାଣ୍ଡିଆ, ମକା, ଶାଗୁ ।
  • ଅଧିକ ଶ୍ଵେତସାରଯୁକ୍ତ ପରିବା : କଞ୍ଚା କଦଳୀ, କନ୍ଦମୂଳ, ଆଳୁ, ପଣସ ଇତ୍ୟାଦି ।
  • ତେଲ ଓ ଚର୍ବି ଜାତୀୟ ଖାଦ୍ୟ।
  • ଚିନି ଓ ଗୁଡ ।

ଶରୀର ଗଠନକାରୀ ଖାଦ୍ୟ

  • ଦୁଗ୍ଧଜାତୀୟ ଖାଦ୍ୟ ।
  • ଡାଲିଜାତୀୟ ଯଥା : ଶୁଖିଲା ମଟର, ବୁଟ, ବିନ୍, ଶିମ୍ବ ଓ ସବୁପ୍ରକାର ଡାଲି ।
  • ମାଛ, ମାଂସ ଓ ଅଣ୍ଡା ଏବଂ ଛତୁ।

ଶରୀର ସୁରକ୍ଷାକାରୀ ଖାଦ୍ୟ

  • ଫଳ, ଅମୃତଭଣ୍ଡା, ପାଚିଲା କଦଳୀ,ସପେଟା, ଆମ୍ବ , କଦଳୀ, ଲେମ୍ବୁ, ଅଁଳା ଇତ୍ୟାଦି।
  • ଶାଗ ଓ ସବୁଜ ପନିପରିବା  ସଜନା ଶାଗ, ଲେଉଟିଆ ଶାଗ, ପାଳଙ୍ଗ ଶାଗ, ପିଆଜ ଶାଗ, ମୂଳା ଶାଗ, ପୋଇଶାଗ ଇତ୍ୟାଦି ।
  • ଅନ୍ୟାନ୍ୟ ପନିପରିବା : ସଜନା ଛୁଇଁ, ବାଇଗଣ, କଖାରୁ, ଝୁଡଙ୍ଗ, ଭେଣ୍ଡି, କଲରା, ଗାଜର, ବିଲାତି ବାଇଗଣ ଇତ୍ୟାଦି ।

ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate