ଭିଟାମିନ୍ ‘ଏ’ ଅଭାବରେ ହେଉଥିବା ଏକ ପ୍ରକାର ଚକ୍ଷୁ ସମସ୍ୟା ହେଉଛି ଜେରୋପ୍ଥାଲ୍ମିଆ । ଏହି ରୋଗ ହେତୁ ଜଣେ ଅନ୍ଧ ହୋଇଯାଇପାରେ । ସାଧାରଣତଃ ୧-୩ ବର୍ଷ ବୟସର ପିଲାମାନେ ବିଶେଷ ଭାବେ ଏହି ରୋଗର ଶିକାର ହୁଅନ୍ତି। ପିଲାର ବୟସ ଯେତେ କମ୍, ରୋଗର ପ୍ରଭାବ ସେତେ ବେଶି । ଶିଶୁ ମା’ କ୍ଷୀର ଛାଡି ବାହାର ଖାଦ୍ୟ ଖାଇବା ସମୟରେ ଏହି ରୋଗ ଦେଖାଦେଇ ପାରେ, କାରଣ ତା’ ପାଇଁ ପ୍ରସ୍ତୁତ ଖାଦ୍ୟର ମାତ୍ରା ଏବଂ ଏଥିରେ ଆବଶ୍ୟକୀୟ ଖାଦ୍ୟସାରରେ ଯଦି ତ୍ରୁଟି ରହିଥାଏ ତେବେ କମ୍ ବୟସର ପିଲାଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇଥାଏ । ପୁଷ୍ଟିଶକ୍ତି ଅଭାବ ଜନିତ କୁପୋଷଣରେ ମଧ୍ୟ ବେଳେ ବେଳେ ଜେରୋପ୍ଥାଲ୍ମିଆ ଦେଖାଦେଇଥାଏ । ପିଲାକୁ କୌଣସି ସଂକ୍ରମଣ ଯଥା : ତରଳଝାଡା, ମିଳିମିଳା ଇତ୍ୟାଦି ହେବାଯୋଗୁଁ ତା’ ଦେହରୁ ବହୁତ ଶକ୍ତିକ୍ଷୟ ହୋଇଥାଏ । ଯଦି ରୋଗ ଭଲ ହେବା ପରେ ଉପଯୁକ୍ତ ଖାଦ୍ୟ ନ ଦିଆଯାଏ ତେବେ ଭିଟାମିନ୍ ‘ଏ’ ଅଭାବ ହୋଇ ଚକ୍ଷୁରୋଗ ଦେଖାଦିଏ।
ଭିଟାମିନ୍ ‘ଏ’ ଅଭାବରେ ହେଉଥିବା ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟା -
ମନେରଖନ୍ତୁ : ଚକ୍ଷୁ ସମସ୍ୟା ବ୍ୟତୀତ ଭିଟାମିନ୍ ‘ଏ’ ଅଭାବରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଭିଟାମିନ୍ ‘ଏ’ ଅଭାବ ରହିଥିବା ପିଲାଙ୍କୁ ତରଳଝାଡା ଏବଂ ନିମୋନିଆ ହେବାର ସମ୍ଭାବନା ସାଧାରଣ ପିଲାଙ୍କ ତୁଳନାରେ ୩ ଗୁଣ ଅଧିକ ।
ମନେରଖନ୍ତୁ : ୯ ମାସରୁ ୩ ବର୍ଷ ବୟସ ମଧ୍ୟର ପିଲାଙ୍କୁ ଭିଟାମିନ୍ ‘ଏ ଦ୍ରବଣ ( ଅତିରିକ୍ତ ମାତ୍ରା ) ଖାଇବାକୁ ଦିଅନ୍ତୁ । ଏହି ପ୍ରକ୍ରିୟା ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ପ୍ରତି ୬ ମାସରେ ଥରେ ଏହି ବୟସ ସୀମାର ପିଲାମାନଙ୍କୁ ଆବଶ୍ୟକୀୟ ମାତ୍ରାର ଭିଟାମିନ୍ ‘ଏ ଦିଆଯାଇଥାଏ ।
ଅତିରିକ୍ତ ଭିଟାମିନ୍ –‘ଏ’ର ୯୦ % ଯକୃତରେ ୪-୬ ମାସ ଯାଏଁ ଜମା ହୋଇ ରହିଥାଏ । ଆବଶ୍ୟକ ସ୍ଥଳେ ଏହା ଶରୀର ପାଇଁ ଉପଯୋଗୀ ହୋଇଥାଏ । ତେଣୁ ପ୍ରତି ୬ ମାସରେ ଥରେ ଭିଟାମିନ୍ ‘ଏ’ର ଅତିରିକ୍ତ ମାତ୍ରା ସେବନ କରିବାକୁ ହୋଇଥାଏ ।
କୌଣସି ପିଲାର ଭିଟାମିନ୍ ‘ଏ’ ଅଭାବଜନିତ ସଂକ୍ରମଣ ରହିଥିଲେ ତାକୁ ୨,୦୦,୦୦୦ IU ମାତ୍ରାର ଭିଟାମିନ୍ ‘ଏ’ ଦ୍ରବଣ ଦିଆଯାଇଥାଏ । ପ୍ରଥମ ମାତ୍ରା ଦେବାର ଏକ ସପ୍ତାହ ପରେ ଦ୍ଵିତୀୟ ମାତ୍ରା ଦିଆଯାଇଥାଏ ।
ବିଭିନ୍ନ ପ୍ରକାରର ରୋଗୀଙ୍କ ପାଇଁ ଭିଟାମିନ୍ ‘ଏ’ ଦ୍ରବଣର ନିୟମିତ ସ୍ଵୀକୃତି ମାତ୍ରା ଦେବାର ଏକ ସାରଣୀ
ବ୍ୟକ୍ତି |
ମାତ୍ରା |
ସମୟ |
ଏକ ବର୍ଷ ବୟସରୁ କମ୍ ବୟସର ପିଲା |
୧,୦୦,୦୦୦ IU |
ପ୍ରତି ୪-୬ ମାସ ମଧ୍ୟରେ ଥରେ |
ଏକ ବର୍ଷରୁ ଅଧିକ ବୟସର ପିଲା |
୨,୦୦,୦୦୦ IU |
ପ୍ରତି ୪-୬ ମାସ ମଧ୍ୟରେ ଥରେ |
ନବଜାତ ଶିଶୁ |
୫୦,୦୦୦ IU |
ଜନ୍ମ ସମୟରେ |
ପ୍ରଜନନକ୍ଷମ ବୟସର ମହିଳା |
୩,୦୦,୦୦୦ IU |
ପ୍ରସବର ଏକ ମାସ ପରେ |
ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା |
୫,୦୦୦ IU କିମ୍ବା ୨୦,୦୦୦ IU |
ପ୍ରତିଦିନ ସପ୍ତାହରେ ଥରେ |
IU – ଇଣ୍ଟରନ୍ୟାସନାଲ୍ ଇଉନିଟ୍ ଭିଟାମିନ୍ ‘ଏ’ ସଂକ୍ରାନ୍ତୀୟ ଗଣଶିକ୍ଷା ଏକାନ୍ତ ଜରୁରୀ ୧,୦୦,୦୦୦ IU= ୫୫ ମିଲିଗ୍ରାମ୍
Last Modified : 1/28/2020