অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରକ୍ତହୀନତା

ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା

ପୋଷଣ ହେତୁ ବା ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା ଏକ ସାଧାରଣକଥା । ରକ୍ତରେ ଥିବା ହିମୋଗ୍ଲୋବିନ୍ ର ପରିମାଣ ଆବଶ୍ୟକତାରୁ କମ୍ ରହିଲେ ରକ୍ତହୀନତା ଦେଖାଦିଏ । ତେବେ ମୁଖ୍ୟତଃ ରକ୍ତରେ ଲୌହସାର ଅଭାବ ଏବଂ ଗୌଣତଃ  ଫୋଲେଟ୍ କିମ୍ବା ଭିଟାମିନ୍ ବି-୧୨ର ଅଭାବ ରକ୍ତରେ ହିମୋଗ୍ଲୋବିନ୍ ର ପରିମାଣକୁ କମାଇ ରକ୍ତହୀନତା ସୃଷ୍ଟି କରିଥାଏ।

ଆମ ଦେଶରେ ଏହା ଏକ ବଡ ସମସ୍ୟା । ଅଧିକାଂଶ ଭାବେ ମହିଳା ଏବଂ ଶିଶୁ ଏହି ରୋଗରେ ପଡ଼ିଥାନ୍ତି ।

କାରଣ

  • କ୍ରମାଗତ ରକ୍ତସ୍ରାବ ହେତୁ ଶରୀରରେ ଲୌହଅଂଶର ପରିମାଣ କମିଯାଏ । ଉଦାହରଣ ସ୍ୱରୂପ: ଋତୁସ୍ରାବ, କ୍ଷତ ବା ଘା’, ଅଧିକ ପରିମାଣରେ କିମ୍ବା ଦୀର୍ଘଦିନ ଧରି ଆସ୍ପିରିନ୍ ଜାତୀୟ ଔଷଧ ଖାଇ ପାକସ୍ଥଳୀରେ ଘା’ ହେବା ଏବଂ ରକ୍ତ ହୀନତା ଏବଂ ରକ୍ତସ୍ରାବ ଜନିତ ବିଭିନ୍ନ ରୋଗ।
  • ଖାଉଥିବା ଖାଦ୍ୟରେ ଯଥେଷ୍ଟ ପରିମାଣରେ ଲୌହସାର ନ ରହିବା ( ପୂର୍ବରୁ ଲୌହସାରଯୁକ୍ତ ଖାଦ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ।) ଆମେ ଖାଉଥିବା ଖାଦ୍ୟରେ ସେହି ସବୁ ଖାଦ୍ୟର ଉପାଦାନ ନଥିଲେ ରକ୍ତହୀନତା ଦେଖାଦିଏ ।
  • ଖାଦ୍ୟରେ ଥିବା ଲୌହସାର ଶରୀରକୁ ଯାଇ ନପାରିବା ହେତୁ ମଧ୍ୟ ରକ୍ତହୀନତା ଦେଖାଦିଏ । ଆମ ଶରୀରର କ୍ଷୁଦ୍ରାନ୍ତ୍ରରୁ ଖାଦ୍ୟରେ ଥିବା ଲୌହସାର ଶରୀର ମଧ୍ୟକୁ ଯାଇଥାଏ । କ୍ଷୁଦ୍ରାନ୍ତ୍ରରେ  କୌଣସି ତ୍ରୁଟି ବା  ରୋଗ ହେତୁ ଲୌହସାର ଶରୀରକୁ ଯାଇ ପାରିନଥାଏ ।
  • ଶରୀରରେ କୃମି ସଂକ୍ରମଣ ହେତୁ ମଧ୍ୟ ଏହି ରୋଗ ଦେଖାଦିଏ । ବିଶେଷକରି ଅଙ୍କୁଶ କୃମି ବା ହୁକ୍ ୱର୍ମ୍।

ପ୍ରତିକାର ବ୍ୟବସ୍ଥା

  • ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏବଂ ପିଲାମାନଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ବଟିକା ଖାଇବା ପାଇଁ ପ୍ରୋତ୍ସାହନ ଦେବା। ଏହା ଭାରତ ତଥା ଓଡିଶା ସରକାରଙ୍କ ଏକ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ।
  • ଅଧିକ ପରିମାଣର ଲୌହସାର ବିଶିଷ୍ଟ ଖାଦ୍ୟ ଖାଇବା ।
  • ଭିଟାମିନ୍ ‘ବି’ ଏବଂ ଭିଟାମିନ୍ ‘ସି’ ଥିବା ଖାଦ୍ୟ ଖାଇବା (ଭିଟାମିନ୍ ‘ସି’ ଖାଦ୍ୟର ଲୌହ ଅଂଶକୁ ଶରୀରକୁ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । )
  • କୃମି ସଂକ୍ରମଣର ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଏ ସଂକ୍ରାନ୍ତୀୟ ଉପଦେଶ ଗ୍ରହଣ କରିବା ।
  • ଗଣଶିକ୍ଷା ଦେବା  ।
  • ଆମେ ଖାଉଥିବା ସାଧାରଣ ଖାଦ୍ୟ ଉପାଦାନରେ ଯଥା : ଲୁଣରେ ବିଜ୍ଞାନସମ୍ମତ ଭାବେ ଲୌହଅଂଶ ମିଶାଇ (ଆଇରନ୍ଫରଟ୍ଫିକସନ୍) ତାହାକୁ ଖାଦ୍ୟରେ ବ୍ୟବହାର କରିବା ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate