অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁଷମ ଖାଦ୍ୟ

ସୁଷମ ଖାଦ୍ୟ କାହାକୁ କୁହାଯାଏ ?

ଶରୀରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ ସୁଷମ ଖାଦ୍ୟ କୁହାଯାଏ । ତେବେ କେଉଁ ଖାଦ୍ୟକୁ କେତେ ଅନୁପାତରେ ଖାଇବ ଏବଂ କେତେ ଥରରେ ଖାଇବ ତାହା ମଧ୍ୟ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ । ସୁଷମ ଖାଦ୍ୟରେ ଖାଦ୍ୟର ସମସ୍ତ ପ୍ରକାର ଉପାଦାନ ରହିଥିବା ଆବଶ୍ୟକ।

ସୁଷମ ଖାଦ୍ୟର ଏକ ନମୁନା

ଖାଦ୍ୟ ପ୍ରସ୍ତୁତିର କେତେକ ନିୟମ :

  • କାଟିବା ପୂର୍ବରୁ ଧୋଇବା ।
  • ମାଟି / ଲୁହା ପାତ୍ରରେ ରୋଷେଇ କରିବା ଇତ୍ୟାଦି ।
  • ଖାଦ୍ୟ ପଦାର୍ଥକୁ ଆବଶ୍ୟକଠାରୁ ଅଧିକ ନ ସିଝାଇବା ।
  • ଅଳ୍ପ ପାଣିରେ ରାନ୍ଧିବା ଓ ରାନ୍ଧିବା ସମୟରେ ଖାଦ୍ୟ ପଦାର୍ଥକୁ ଘୋଡାଇବା।
  • ରାନ୍ଧିବା ସମୟରେ ବଳକା ରହୁଥିବା ପାଣିକୁ ଫିଙ୍ଗି ନଦେଇ ବଗିଚା ଇତ୍ୟାଦି ପାଇଁ ବ୍ୟବହାର କରିବା ।

ଖାଦ୍ୟ ପଦାର୍ଥ

ପରିମାଣ

ଚାଉଳ / ଗହମ

ଡାଲି

ପନିପରିବା

ସବୁଜ ପତ୍ର ପନିପରିବା

କ୍ଷୀର

ତେଲ/ ଘିଅ

ଚିନି /ଗୁଡ

୪୬୦ ଗ୍ରାମ୍

୪୦ ଗ୍ରାମ୍

୬୦ ଗ୍ରାମ୍

୫୦ ଗ୍ରାମ୍

୧୫୦ ଗ୍ରାମ୍

୪୦ ଗ୍ରାମ୍

୩୦ଗ୍ରାମ୍

ଖାଦ୍ୟ ହଜମ ପ୍ରକ୍ରିୟା

  • ପାଟି ବାଟେ ଖାଦ୍ୟ ଯିବା ।
  • ଚୋବାଇବା ଦ୍ଵାରା ଲାଳ ସହିତ ମିଶି ଖଣ୍ଡ ଖଣ୍ଡ ହୋଇଯିବା ।
  • ଖାଦ୍ୟ ନଳୀ ଦେଇ ପାକସ୍ଥଳୀକୁ ଯିବା ।
  • ପାକସ୍ଥଳୀରେ କେତେକ ଅମ୍ଳରସରେ ମିଶିବା ଏବଂ ଏଠାରେ ପୃଷ୍ଟିସାରର କିଛି ଅଂଶ ପେନ୍ସିନ୍ (ଏକ ପ୍ରକାର ପାଚକ ରସ ) ଦ୍ଵାରା ମିଳାଇଯିବା
  • ଖାଦ୍ୟ ପଦାର୍ଥ କ୍ଷୁଦ୍ରାନ୍ତ୍ରକୁ ଆସିବା :
    • କ୍ଷୁଦ୍ରାନ୍ତ୍ରରେ ଥିବା ଅଗ୍ନାଶୟ, ବାଇଲ୍, ଅନ୍ୟାନ୍ୟ ରସ ସଂସ୍ପର୍ଶରେ ଆସିବା ।
    • ଖାଦ୍ୟରୁ ମିଳୁଥିବା ଶକ୍ତି କ୍ଷୁଦ୍ରାନ୍ତ୍ରରୁ ଶରୀରକୁ ଯିବା ।
  • ହଜମ ହୋଇ ନଥିବା ଏବଂ ଅଦରକାରୀ ପଦାର୍ଥ ବୃହଦନ୍ତ୍ରକୁ ଆସିବା । ଏଠାରେ ଆବଶ୍ୟକୀୟ ଜଳୀୟ ଅଂଶ ରହିବା ଏବଂ ଶେଷରେ
  • ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକ୍ରିୟାରେ ବାହାରକୁ ଚାଲି ଆସିବା ।

ଖାଦ୍ୟର କେତେକ ମୁଖ୍ୟ ଉପାଦାନ ବିଷୟରେ

  • କାର୍ଯ୍ୟକ୍ଷମତା କମିଯାଏ ।
  • ବ୍ୟକ୍ତିର ବିରକ୍ତି ଭାବ, ଅଳସୁଆ ଏବଂ ନିଦୁଆ ହେବା ଦେଖାଯାଏ ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

ଶ୍ଵେତସାର

  • ଆଖୁ, ଚିନି ଗୁଡ, ମହୁ, ଗହମ, ଚାଉଳ (ଏଗୁଡ଼ିକର ଉପର ଚୋପା ) ମୂଳରେ ଫୁଲଥିବା ଯଥା : ଆଳୁ, କନ୍ଦମୂଳ, ଫଳ : କଦଳୀ, ପାଚିଲା ଆମ୍ବ ।
  • ଏହାଛଡା ମାଣ୍ଡିଆ, ବାଜରା ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟରେ ଶ୍ଵେତସାର ଥାଏ । ଡାଲିଜାତୀୟ ଖାଦ୍ୟରେ କିଛି ପରିମାଣରେ ଶ୍ଵେତସାର ଥାଏ। ଅଧିକ ପତ୍ରଥିବା ପରିବା, ପଦ୍ମନାଡ, ଭେଣ୍ଡି, ଛୁଇଁ, ବାଇଗଣ, ପିଜୁଳି ଇତ୍ୟାଦି ।
  • ଶକ୍ତି ଯୋଗାଏ (ଏକଗ୍ରାମ୍ ଶ୍ଵେତସାରରୁ ୪ କିଲୋ କ୍ୟାଲୋରୀ ଶକ୍ତିମିଳେ)
  • ଶ୍ଵେତସାରର ପରିମାଣ କମ୍ ଥିଲେ ଏହାର ଶରୀରରେ ଥିବା ପୃଷ୍ଟିସାରରୁ ଶକ୍ତିସଂଗ୍ରହ କରିଥାଏ।
  • ଶରୀରରେ ଚର୍ବିଜାତୀୟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟକରେ।
  • କ୍ଷୁଧା ନିବାରଣ କରେ।
  • ନିଷ୍କାସନ ପ୍ରକ୍ରିୟାରେ ସହାୟକ ହୁଏ ।
  • ଖାଦ୍ୟ ହଜମ ଏବଂ ଶରୀରରେ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସହାୟକ ହୁଏ ।
  • କାର୍ଯ୍ୟକ୍ଷମତା କମିଯାଏ
  • ବ୍ୟକ୍ତିର ବିରକ୍ତି ଭାବ, ଅଳସୁଆ ଏବଂ ନିଦୁଆ ହେବା ଦେଖାଯାଏ ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

ଜଳ

  • ଶରୀରର ବିଭିନ୍ନ ଜୀବକୋଷରେ ଥାଏ । ଜଣେ ବୟସ୍କ ବ୍ୟକ୍ତିଙ୍କର ଓଜନର ୬୦ % ହେଉଛି ଜଳ । ଜଣେ ଶିଶୁର ଓଜନର ୭୫% ହେଉଛି ଜଳ ।
  • ଖାଦ୍ୟ ମାଧ୍ୟରେ ଶରୀରକୁ ଜଳଯାଏ ।
  • ଜଳପାନ ମାଧ୍ୟମରେ ଯାଏ ।
  • ଶରୀରରେ କେତେକ ରାସାୟନିକ ପ୍ରକ୍ରିୟାକୁ ଜଳ ଉପଲବ୍ଧ ହୁଏ।
  • ଶରୀରର ବିଭିନ୍ନ କାର୍ଯ୍ୟରେ ଏକ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରେ ।
  • ଏକ ମୁଖ୍ୟ ମାଧ୍ୟମରେ ଭାବେ ଶରୀର ବିଭିନ୍ନ ନିର୍ଗତ ପଦାର୍ଥ ମୂତ୍ର , ଝାଡା, ଝାଳ, ଏବଂ ଅନ୍ୟ ଜଳୀୟ ପଦାର୍ଥ ଯଥା : ରକ୍ତ ଏବଂ ଲାଳ ଇତ୍ୟାଦିରେ ରହିଥାଏ ।
  • ଶରୀରର ଉତ୍ତାପରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ ।
  • ଖାଦ୍ୟ ହଜମ କରି ଏହାକୁ ଶରୀରର ବିଭିନ୍ନ ଅଂଶକୁ ନେବାରେ ସହାୟକ ଭଳି କାର୍ଯ୍ୟକରେ ।
  • ଶରୀରର ପ୍ରତ୍ୟେକ ରାସାୟନିକ ପ୍ରକ୍ରିୟା ଜଳୀୟଅଂଶ ଉପସ୍ଥିତିରୁ ସମ୍ଭବ ହୋଇଥାଏ।
  • ଶରୀରର ପ୍ରତ୍ୟେକ ରାସାୟନିକ ପ୍ରକ୍ରିୟା ଜଳୀୟଅଂଶ ଉପସ୍ଥିତିରୁ ସମ୍ଭବ ହୋଇଥାଏ।
  • ସଞ୍ଚାଳନ, ନିଷ୍କାସନ ଏବଂ ପାକକ୍ରିୟାରେ ବ୍ୟାଘାତ ଘଟେ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

ସ୍ନେହସାର (ଚର୍ବି ଏବଂ ତୈଳ ଜାତୀୟ ଖାଦ୍ୟ)

  • ପ୍ରତ୍ୟେକ ପ୍ରକାରର ତେଲ, ଘିଅ, କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟ ଖାଦ୍ୟ ପଦାର୍ଥ।
  • ତୈଳଜୀବ, ଅଣ୍ଡା, ମାଂସ ।
  • ଶରୀରକୁ ଶକ୍ତି ଯୋଗାଏ। ପ୍ରତି ଏକ ଗ୍ରାମ ଚର୍ବିରେ ୯ କିଲୋ କ୍ୟାଲୋରୀ ଶକ୍ତି ରହିଛି ।
  • ତନ୍ତୁ ଜାତୀୟ (ଶ୍ଵେତସାର) ଖାଦ୍ୟ ଭଳି ଏହା ମଧ୍ୟ କ୍ଷୁଧା ନିବାରଣ କରିଥାଏ । ତୈଳଜାତୀୟ ଖାଦ୍ୟ ଖାଇଥିଲେ ଅନେକ ସମୟଧରି ଭୋକ ହୋଇନଥାଏ ।
  • ଶରୀର ଉତ୍ତାପ ରକ୍ଷାକରିବା ଏବଂ କେତେକ ମୁଖ୍ୟ ଅଂଶ ଯଥା ବୃକକ୍ ଏବଂ ହୃତପିଣ୍ଡକୁ କ୍ଷତି ହେବାକୁ ସୁରକ୍ଷା ଯୋଗାଏ ।
  • ଚର୍ବି ଆମ ଶରୀରର ଫ୍ୟାଟି ଏସିଡ୍ (Essential Fatty Acide) ମୁଖ୍ୟ ଉତ୍ସ ଭାବେ କାର୍ଯ୍ୟକରେ ।
  • ଖାଦ୍ୟସାର ଶରୀରକୁ ଯିବାରେ ସହାୟକ ହୁଏ ।
  • ଅତ୍ୟଧିକ ଶାରୀରିକ ଦୁର୍ବଳତା ଦେଖାଦିଏ।
  • ଖାଦ୍ୟ ଅଭାବ ସମୟରେ ଶରୀର କ୍ରିୟା ସମ୍ପାଦନ ପାଇଁ ଶକ୍ତିର ଭରଣା ହୋଇପାରେ ନାହିଁ ।

 

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କ’ଣ ହୁଏ?

ପୃଷ୍ଟିସାର

  • ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଯଥା ଦହି, ଖୁଆ, ପନିର୍
  • ମାଂସ, ମାଛ, କୁକୁଡା ମାଂସ, ଅଣ୍ଡା।
  • କୋଳି ଏବଂ ତୈଳବୀଜ (ବାଦାମ ଓ କାଜୁ ଇତ୍ୟାଦି)
  • ଡାଲିଜାତୀୟ ଖାଦ୍ୟ ( ବୁଟଡାଲି , ରାଜମା, ସୋୟାବିନ୍ ଏବଂ ଅନ୍ୟାନ୍ୟ ଡାଲି )
  • ଶରୀର ଗଠନରେ ସହାୟକ ହୋଇ ନଷ୍ଟ ହୋଇଥିବା ତନ୍ତୁ ବଦଳରେ ନୂଆ ନୂଆ ତନ୍ତୁ ସୃଷ୍ଟିକରେ ।
  • ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
  • ପାଚକ ରସରେ ମୁଖ୍ୟ ଭୂମିକା ଗ୍ରହଣ କରେ ।
  • କେତେକ ହରମୋନ୍ ରେ ରହି ପ୍ରତିଷେଧକ ଭଳି କାର୍ଯ୍ୟରେ ଯଥା : ଇନ୍ସୁଲିନ୍
  • ଶରୀର ଭିତରର ଶକ୍ତି ପରିବହନ କାର୍ଯ୍ୟକରେ । ଯଥା : ଏହା ହିମୋଗ୍ଲୋବିନ୍ ରେ ରହି ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇବାରେ ସହାୟକ ହୋଇଥାଏ ।
  • ଶକ୍ତି ଯୋଗାଇବାରେ ସହାୟକ ହୁଏ । ( ଖାଦ୍ୟର ପରିମାଣ କମ୍ ଥିବାବେଳେ )
  • ଶରୀର ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି ହୁଏ ।
  • ରୋଗ ପ୍ରତିଷେଧକ ଶକ୍ତି କମିଯାଏ।
  • ରକ୍ତହୀନତା ଦେଖାଦିଏ ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 12/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate