অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଠିକ୍ ଖାଦ୍ୟ ଏବଂ ବିକାଶ

ସଠିକ୍ ଖାଦ୍ୟ ଏବଂ ବିକାଶ

ଉପକ୍ରମ

ଅର୍ଦ୍ଧାଧିକ ଶିଶୁଙ୍କର ମୃତ୍ୟୁ ପୁଷ୍ଟିହୀନତା ସେମାନଙ୍କ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରିଦେଇଥାଏ ।

ସଠିକ୍ ଖାଦ୍ୟ ନମିଳିଲେ, ବାରମ୍ଭାର ରୋଗସ୍ରସ୍ତ ହୁଅନ୍ତି ଏବଂ ଉତ୍ତମ ରୂପେ ଯତ୍ନ ନନେଲେ ଶିଶୁ ପୁଷ୍ଟିହୀନତାର ଶୀକାର ହୋଇଥାନ୍ତି ।

ଯଦି ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ସଠିକ୍ ସନ୍ତୁଳିତ ଏବଂ ସମ୍ପୂର୍ଣ୍ଣ (ପେଟପୁରା) ଖାଦ୍ୟ ଣ ମିଳେ, ଅଥବା ତାର ଶିଶୁ ପ୍ରଥମ ଦୁଇବର୍ଷ ପୁଷ୍ଟିହୀନତାର ଶୀକାର ହୋଇଥାଏ ।

ତେବେ ଶିଶୁର ଶରୀର ଗଠନର ବୃଦ୍ଧି ଏବଂ ମାନସିକ ବିକାଶର ଗତି କମିଯାଇପାରେ ଶିଶୁ ବଡ ହୋଇ ଏହାର ଭରଣା କରିପାରେ ନାହିଁ ଏପରିକି ତା’ର ଉପରେ ଏହାର ପ୍ରଭାବ ସାରା ଜୀବନ ପଡିଥାଏ ।

ମୁଖ୍ୟ ସୂଚନା

  • ଶିଶୁର ଶରୀରର ବୃଦ୍ଧି ଭଲ ଭାବରେ ହେବା ଦରକାର ଏବଂ ତା’ର ଓଜନ ଶୀଘ୍ର ବଢିବା ଦରକାର । ଜନ୍ମଠାରୁ ଆରମ୍ଭ କରି ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ପାର୍ଟି ମାସରେ ଶିଶୁର ଓଜନ ମାପ କରାଯିବା ଉଚିତ୍ । ଯଦି ପାଖାପାଖି ଦୁଇମାସ ପର୍ଯ୍ୟନ୍ତ ଶିଶୁର ଓଜନ ବଢୁନାହିଁ ତେବେ ବୁଝିଯିବା ଦରକାର କି କିଛି ସମସ୍ୟା ଅଛି ।
  • ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ଶିଶୁର ଖାଦ୍ୟ ଓ ପାନୀୟର ସମସ୍ତ ଆବଶ୍ୟକତାକୁ ମା’ର କ୍ଷୀର ପୂରଣ କରିଥାଏ । ଛଅ ମାସ ପରେ ଶିଶୁକୁ ମା’ର କ୍ଷୀର ସହ ବିଭିନ୍ନ ପ୍ରକାରର ଅନ୍ୟ ଖାଦ୍ୟଦ୍ରବ୍ୟ ଆବଶ୍ୟକ ହୋଇଥାଏ ।
  • ଛଅ ମାସ ଠାରୁ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଇବା ସହ ଦିନକୁ ପାଞ୍ଚଥର ଖାଦ୍ୟ ଖୁଆଇବାର ମଧ୍ୟ ଆବଶ୍ୟକତା ରହିଛି ।
  • ରୋଗର ମୁକାବିଲା କରିବା ପାଇଁ ଏବଂ ଦ୍ରୁଷ୍ଟିଶକ୍ତି ହ୍ରାସକୁ ଏଡାଇବା ପାଇଁ ଶିଶୁଙ୍କର ଭିଟାମିନ୍ – ଏ ର ଆବଶ୍ୟକତା ରହିଥାଏ । ବହୁ ପ୍ରକାରର ଫଳ ଏବଂ ପନିପରିବା, ତେଲ, କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ, ପୁଷ୍ଟିକର ଖାଦ୍ୟ, ଅଣ୍ଡା ଏବଂ ମା’କ୍ଷୀରରୁ ଭିଟାମିନ୍ – ଏ ମିଳିଥାଏ। ଭିଟାମିନ୍ –ଏର ବୁନ୍ଦା ମଧ୍ୟ ଗ୍ରହଣ କରିହେବ।
  • ଶାରୀରିକ ଏବଂ ମାନସିକ କ୍ଷମତା ବଜାୟ ରଖିବା ପାଇଁ ଶିଶୁଙ୍କୁ ଲୌହ ଅଂଶ ଭରପୁର ଥିବା ଖାଦ୍ୟଦେବା ଦରକାର । ମାଂସାହାରୀ ଲୋକଙ୍କୁ କଲିଜା, ମାଛ ଏବଂ ଅଣ୍ଡାରେ ସବୁଠୁ ଅଧିକ ଲୌହ ଅଂଶ ମିଳିଥାଏ, ଅନ୍ୟ ଲୋକମାନେ ଲୌହ ଅଂଶ ଭରପୁର ଥିବା ଖାଦ୍ୟ ବା ଲୌହ ବଟିକା ଗ୍ରହଣ କରିପାରନ୍ତି ।
  • ଶିଶୁଙ୍କୁ ଆୟୋଡିନ ଯୁକ୍ତ ଲବଣ ଦେବା ଦରକାର, ଯାହା ଫଳରେ ସେମାନଙ୍କର ମାନସିକ କ୍ଷମତା ଦୁର୍ବଳ ହୋଇ ନଥାଏ ଏବଂ ଶାରୀରିକ ବିକାଶରେ ଡେରି ହୋଇ ନଥାଏ ।
  • ରୋଗ ଗ୍ରସ୍ତ ହୋଇଥିବା ବେଳେ ବି ଶିଶୁଙ୍କୁ ନିୟମିତ ଭାବେ ଖାଦ୍ୟ ଖୁଆଇବା ଜରୁରୀ ଅଟେ । ଠିକ୍ ହେବା ପରେ ଶିଶୁଙ୍କୁ ଅତି କମ୍ ରେ ଏକ ସପ୍ତାହ ପର୍ଯ୍ୟନ୍ତ, ପ୍ରତିଦିନ ପୂର୍ବାପେକ୍ଷା ଅତିକମ୍ ରେ ଏକଥର ଅଧିକ ଖାଦ୍ୟ ଖୁଆଇବା ଦରକାର ।

ଜାଣିବା ଦରକାର

ଭାରତରେ ତରଳ ମିଶ୍ରଣ ଅଥବା ଗୋଳାଇ କରି ଭିଟାମିନ୍ – ଏ ଦିଆଯାଇଥାଏ । ଆମ ଦେଶରେ ଶିଶୁଙ୍କ ନଅ ମାସରୁ ପାଞ୍ଚ ବର୍ଷ ହେବା ପର୍ଯ୍ୟନ୍ତ ଭିଟାମିନ୍ – ଏ ର ୯ ଟି ଯାକ ମାତ୍ରା ଏହି କ୍ରମେ ଦିଆଯାଇଥାଏ ।

  • ପ୍ରଥମ ମାତ୍ରା – ଶିଶୁ ଯେବେ ୯ ମାସର ହୋଇଯିବ
  • ଦ୍ଵିତୀୟ ମାତ୍ରା – ଶିଶୁ ଯେବେ ୧୫ ରୁ ୧୮ ମାସ
  • ତୃତୀୟ ରୁ ନବମ ମାତ୍ରା – ପ୍ରତି ଛଅ ମାସ ବ୍ୟବଧାନରେ ଦୁଇରୁ ପାଞ୍ଚବର୍ଷର ବୟସ ପର୍ଯ୍ୟନ୍ତ ଦିଆଯାଇଥାଏ
  • ଭିଟାମିନ୍ – ଏ ଶିଶୁର ସୁରକ୍ଷା କବଚ ଅଟେ ।

ଆଧାର - ନ୍ୟାସନାଲ ହେଲ୍ଥ ରୁରାଲ ମିଶନ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate