অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜଯୋଗ ଦ୍ଵାରା ରୋଗ ନିୟନ୍ତ୍ରଣ

ରାଜଯୋଗ ଅଭ୍ୟାସର ବିଧି

ପ୍ରାତଃ କାଳରେ ନିତ୍ୟକର୍ମ ସମାପନ ପରେ ଗୃହର ସବୁଠାରୁ ନିର୍ଜନ ଓ ଆରାମପ୍ରଦ ସ୍ଥାନରେ ଉପବେଶନ କରନ୍ତୁ । ବୁଦ୍ଧିରେ ସ୍ପଷ୍ଟ କରନ୍ତୁ ଯେ ଆପଣ କାହିଁକି ବସିଛନ୍ତି ? ଯେତେ ସମୟ ଆପଣ ରାଜଯୋଗ ଅଭ୍ୟାସ ପାଇଁ ବସିବେ ସେହି ସମୟରେ ଅନ୍ୟ କୌଣସି ବିଷୟ ମନରେ ସ୍ଥାନ ଦେବା ଉଚିତ୍ ନୁହେଁ । ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେହ ଅତି କମରେ ୪୫ମିନିଟ ସମୟ ଦେବାକୁ ପଡିବ ।

ରାଜଯୋଗ ଅଭ୍ୟାସର ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ରାଜଯୋଗ ଅଭ୍ୟାସର ବିଧି

ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରିଚାର୍ଜ୍ୟା

ସ୍ୱାସ୍ଥ୍ୟ କହିଲେ କେବଳ ଶାରୀରିକ ଦ୍ରୁଷ୍ଟି କୋଣରୁ ନିରୋଗ ରହିବାକୁ ବୁଝାଏ ନାହିଁ । ଯାହା ମଣିଷ ମଧ୍ୟରେ ଆନ୍ତରିକ ଆନନ୍ଦ ଉତ୍ପନ୍ନ କରାଇ ତାକୁ ଏକ ସକାରାତ୍ମକ ବ୍ୟକ୍ତିଭାବରେ ଗଢି ତୋଳେ ତାହାହିଁ ପ୍ରକୃତ ସ୍ୱାସ୍ଥ୍ୟ । ସ୍ୱାସ୍ଥ୍ୟ ଅର୍ଥ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ସମ୍ପୁର୍ଣ୍ଣ ବିକାଶ । ଯା’ର ରୋଗ ପ୍ରତିରୋଧକ ଶକ୍ତି ଯେତିକି ବେଶୀ ସେ ସେତିକି ନିରୋଗ । ତେଣୁ ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ କହିଲେ ଦେହ,ମନ ଓ ଆତ୍ମାର ସୁସ୍ଥତାକୁ ବୁଝାଏ ।

ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରିଚାର୍ଜ୍ୟା ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରିଚାର୍ଜ୍ୟା

ସ୍ୱାସ୍ଥ୍ୟ ସୁରକ୍ଷା

ପ୍ରତ୍ୟେକ ଧର୍ମରେ ଶରୀରକୁ ଈଶ୍ଵରଙ୍କ ମନ୍ଦିର ବୋଲି କୁହାଯାଇଛି । ଆୟୁର୍ବେଦ ଶାସ୍ତ୍ର କୁହେ ଶରୀରମାଦ୍ୟ ଖଳୁ ଧର୍ମ ସାଧାନ । ଧର୍ମ ଅର୍ଥ କାମ ଓ ମୋଷ ପାଇଁ ଶରୀର ସୁସ୍ଥ ରହିବା ନିତାନ୍ତ ଜରୁରୀ । ମଣିଷ ଯେତେ ବଡ ଜ୍ଞାନୀ ହେଉନା କାହିଁକି ଯଦି ସେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ତେବେ ଜୀବନର ପ୍ରକୃତ ସୁଖ-ଆନନ୍ଦ ଗ୍ରହଣ କରି ପାରେ ନାହିଁ ।

ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ୱାସ୍ଥ୍ୟ ସୁରକ୍ଷା ଭାଗ -୧

ସ୍ୱାସ୍ଥ୍ୟ ସୁରକ୍ଷା ଭାଗ -୨

ଉଚ୍ଚ ରକ୍ତଚାପ ରୋଗ

ଆଧୁନିକତା ନାମରେ ପାଶ୍ଚ୍ୟାତ ସଭ୍ୟତାର ବିକାଶ ସହିତ ମନୁଷ୍ୟ ସମାଜ ମଧ୍ୟରେ ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଛି । ସାଧାରଣତଃ ୪୦ ବର୍ଷ ବୟସପରେ ଏହି ରୋଗର ସମ୍ଭାବନା ଶତକଡା ୧୫ପ୍ରତିଶତ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଆଜିକାଲି ୧୪/୧୫ ବର୍ଷ ବୟସର ବାଳକ ବାଳିକାମାନେ ମଧ୍ୟ ଏହି ରୋଗର ଶିକାର ହେଉଥିବା ଦେଖାଯାଏ । ଏହି ରୋଗରେ ପୀଡିତ ଶତକଡା ୧୦ପ୍ରତିଶତ ରୋଗୀ ମାନେହିଁ କେବେଳ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ଆସନ୍ତି । ଅନ୍ୟମାନେ ସ୍ୱାସ୍ଥ୍ୟ ସଚେତନତା ବା ଏହି ରୋଗର ସଠିକ ନିଦାନ ଅଭାବରୁ ଚିକିତ୍ସା ପୂର୍ବରୁ ଏହାର ଘାତକ ଦୁଷ୍ପରିଣାମର ଶିକାର ହୋଇପଡନ୍ତି ।

ଉଚ୍ଚ ରକ୍ତଚାପ ରୋଗ ସମ୍ବନ୍ଧୀୟ ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ଉଚ୍ଚ ରକ୍ତଚାପ ରୋଗ

ମଧୁମେହ ରୋଗ ଓ ରାଜଯୋଗ ଦ୍ଵାରା ଏହାର ନିୟନ୍ତ୍ରଣ

ଚିକିତ୍ସା ବିଜ୍ଞାନୀମାନଙ୍କ ମତରେ ମଧୁମେୟ ରୋଗ ବା ଡାୟବେଟିଜ ରୋଗରୁ ସମ୍ପୁର୍ଣ୍ଣ ଆରୋଗ୍ୟ ପ୍ରାପ୍ତି ସମ୍ଭବ ନୁହେଁ । କିନ୍ତୁ ଏହି ରୋଗ ସମ୍ବନ୍ଧୀୟ ସଠିକ ଜ୍ଞାନ ଓ ଜୀବନ ଯାପନ ଶୈଳୀରେ ପରିବର୍ତ୍ତନ ଦ୍ଵାରା ଏହାର ନିୟନ୍ତ୍ରଣ କରାଯାଇ ପାରିବ ।

ମଧୁମେହ ରୋଗ ଓ ରାଜଯୋଗ ଦ୍ଵାରା ଏହାର ନିୟନ୍ତ୍ରଣ ସମ୍ବନ୍ଧୀୟ ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ମଧୁମେହ ରୋଗ ଓ ରାଜଯୋଗ ଦ୍ଵାରା ଏହାର ନିୟନ୍ତ୍ରଣ

ସ୍କିଜୋଫ୍ରେନିଆ ଓ ରାଜଯୋଗ

ସ୍କିଜୋଫ୍ରେନିଆ ଏକ ପ୍ରକାର ଜଟିଳ ମାନସିକ ବ୍ୟାଧି । ଚିକିତ୍ସାବିଜ୍ଞାନୀମାନଙ୍କ ଅବିରତ ଗବେଷଣା ସତ୍ତ୍ୱେ ଏହି ରୋଗର କାରଣ ସମ୍ପୁର୍ଣ୍ଣ ରୂପେ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଆମ ଦେଶରେ ହାରାହାରି ଏକ କୋଟି ଲୋକ ଏହି ବ୍ୟାଧି ଦ୍ଵାରା ଆକ୍ରାନ୍ତ । ତେଣୁ ଏହି ମାନସିକ ବ୍ୟାଧି ସମ୍ପର୍କରେ ସାମାଜିକ ସଚେତନତା ଏକାନ୍ତ ଅପରିହାର୍ଜ୍ୟ ।

ସ୍କିଜୋଫ୍ରେନିଆ ଓ ରାଜଯୋଗ ସମ୍ବନ୍ଧୀୟ ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍କିଜୋଫ୍ରେନିଆ ଓ ରାଜଯୋଗ

ମନୋଦୈହିକ ବ୍ୟାଧି ଓ ରାଜଯୋଗ

ବିଜ୍ଞାନର ଚରମ ଉତ୍କର୍ଷତା ମଣିଷକୁ କ୍ରମଶଃ ଭୌତିକ ଭୋଗ ବିଳାସ ପ୍ରତି ଆକ୍ରୁଷ୍ଟ କରୁଛି । ଭୋଗ ବିଳାସର ସଂସାଧାନ ଯୋଗାଡ କରିବାକୁ ଅର୍ଥର ଆବଶ୍ୟକ । ଏଣୁ ସେ ଯେକୌଣସି ନା କୌଣସି ଉପାୟରେ ଅର୍ଥ ଉପାର୍ଜନ କରିବାକୁ ପତ୍ସାସ୍ପଦ ହେଉନାହିଁ । ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ସେ ସର୍ବଦା ବ୍ୟାକୁଳ ।

ମନୋଦୈହିକ ବ୍ୟାଧି ଓ ରାଜଯୋଗ ସମ୍ବନ୍ଧୀୟ ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ମନୋଦୈହିକ ବ୍ୟାଧି ଓ ରାଜଯୋଗ

ରାଜଯୋଗ ଦ୍ଵାରା ଅମ୍ଳପିତ୍ତ ଓ ଗ୍ୟାସ ରୋଗର ନିୟନ୍ତ୍ରଣ

ବଞ୍ଚିରହିବାଟା କେବଳ ଜୀବନ ନୁହେଁ । ଯେଉଁମାନେ ନିରୋଗ ଓ ସ୍ଵାସ୍ଥ୍ୟବାନ ସେମାନେ ପ୍ରକୃତ ଜୀବନ ଜିଅନ୍ତି । ସ୍ଵାସ୍ଥ୍ୟକୁ ଅମୂଲ୍ୟ ସମ୍ପଦ କୁହାଯାଏ । ଧର୍ମ,ଅର୍ଥ,କାମ ଓ ମୋକ୍ଷ ଲାଭ ପାଇଁ ସୁସ୍ଥ ରହିବା ଏକାନ୍ତ ପ୍ରୟୋଜନ । ଅନ୍ୟଥା ଏ ଗୁଡିକ ସୁଦୂର ପରାହତ । ସେଥିପାଇଁ କୁହାଯାଏ ଶରୀରଂ ମାଦ୍ୟ ଖଳୁ ଧର୍ମ ସାଧନମ୍ । ଅର୍ଥାତ ସୁସ୍ଥ ଶରୀର ବୀନା ଧର୍ମ ସାଧନ ସମ୍ଭବ ନୁହେଁ ।

ରାଜଯୋଗ ଦ୍ଵାରା ଅମ୍ଳପିତ୍ତ ଓ ଗ୍ୟାସ ରୋଗର ନିୟନ୍ତ୍ରଣ ସମ୍ବନ୍ଧୀୟ ସଂପୂର୍ଣ୍ଣ ବିଧି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ । ରାଜଯୋଗ ଦ୍ଵାରା ଅମ୍ଳପିତ୍ତ ଓ ଗ୍ୟାସ ରୋଗର ନିୟନ୍ତ୍ରଣ

ଆଧାର : ଡାକ୍ତର ସୁଧାଂଶୁ ଶେଖର ମିଶ୍ର

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate