অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାତ ଦିନ ମଧ୍ୟରେ ପାଆନ୍ତୁ ଜିମ୍‌ ପରି ଫିଟ୍‌ ଶରୀର

ସାତ ଦିନ ମଧ୍ୟରେ ପାଆନ୍ତୁ ଜିମ୍‌ ପରି ଫିଟ୍‌ ଶରୀର

ଜିମ୍‌ ପରି ଫିଟ୍‌ ଶରୀର

ଭୁବନେଶ୍ୱର: ହାତରେ ସମୟର ଅଭାବ କିନ୍ତୁ ସପ୍ତାହ ପରେ ରହିଛି ଖାସ୍‌ ଉତ୍ସବ। ଏହି ଖାସ୍‌ ଦିନରେ ଆପଣ ନିଜକୁ ଫିଟ୍‌ ଦେଖିବାକୁ ଚାହାଁନ୍ତି। ସ୍ୱଳ୍ପ ସମୟରେ ଜିମ୍‌ରେ ୧ଘଣ୍ଟା ଧରି ସମୟ ଦେବା ମଧ୍ୟ ସମ୍ଭବ ହେଉ ନାହିଁ। ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆମେ ଆପଣଙ୍କୁ ଶିଖାଇବାକୁ କିଛି ଖାସ୍‌ ବ୍ୟାୟାମ ଯାହାକୁ ଆପଣ ଘରେ ସାତଦିନ ମଧ୍ୟରେ କରି ନିଜକୁ ଏହି କମ୍‌ ଦିନରେ ଫିଟ୍‌ କରିପାରିବେ। ତେବେ କ’ଣ ସବୁ ଏହି ଟିପ୍ସ ଆସନ୍ତୁ ଜାଣିବା।

ଟିପ୍ସ

ପ୍ରଥମ ଦିନ

ପ୍ରଥମ ଦିନ ୱାର୍ମଅପ୍‌ ପରେ ୧୦୦ଥର ଜମ୍ପିଙ୍ଗ ଜ୍ୟାକ୍ସ, ୫୦ଥର କାଫ୍‌ ରେଜେସ୍‌ ଏବଂ ଶେଷରେ କିଛି ସମୟ ଜୋରରେ ଚାଲିବେ।

ଦ୍ୱିତୀୟ ଦିନ

ୱାର୍ମ ଅପ୍‌ ପରେ ୫୦ଥର କ୍ରନଚେସ୍‌ ଏବଂ ଏହାପରେ ୧୫ ମିନିଟ୍‌ ଧରି ଦୌଡ଼ନ୍ତୁ।

ତୃତୀୟ ଦିନ

ୱାର୍ମ ପରେ ୫୦ଟା ସ୍କ୍ୱାଟସ୍‌, ୨୫ଥର କାଫ୍‌ ରେଜେସ୍‌ ଏବଂ ଶେଷରେ କିଛି ସମୟ ଜୋରରେ ଚାଲନ୍ତୁ।

ଚତୁର୍ଥ ଦିନ

ୱାର୍ମଅପ୍‌ ପରେ କିଛି ଉପରୋକ୍ତ କୌଣସି ବ୍ୟାୟାମ ନ କରି ପ୍ଲାଙ୍କ୍‌ ଅର୍ଥାତ୍‌ ତଳକୁ ମୁହଁ କରି ଦୁଇ ହାତର କହୁଣୀ ଏବଂ ପାଦର ଅଙ୍ଗୁଠି ସାହାଯ୍ୟରେ ପୁରା ଶରୀରକୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖନ୍ତୁ। ଏହି ପ୍ରକ୍ରିୟାରେ ୧୫ଥର କରନ୍ତୁ।

ପଞ୍ଚମ ଦିନ

ଏସବୁ ପରେ ପଞ୍ଚମଦିନରେ ଆପଣ ପୁସ୍‌ଅପ୍‌ କରିପାରିବେ। ୱାର୍ମଅପ୍ କିଛି ସମୟ କରିବା ପରେ ଅତି କମ୍‌ରେ ୫୦ରୁ୧୦୦ଥର ପୁସ୍‌ଅପ୍‌ କରନ୍ତୁ।

ଷଷ୍ଠ ଦିନ

ୱାର୍ମଅପ୍‌ ପରେ ୭୫ଥର ଲଞ୍ଜେସ୍‌ କରନ୍ତୁ। ଲଞ୍ଜେସ୍‌ ପରେ ୧୫ ମିନିଟ୍‌ ଜୋରରେ ଚାଲନ୍ତୁ।

ସପ୍ତମ ଦିନ

ଶେଷଦିନରେ ୱାର୍ମଅପ୍‌ ପରେ ୫୦ଥର ଚେୟାର ଡିପ୍ସ, ପୁସ୍‌ଅପ୍‌, ସ୍କ୍ୱାଟ୍‌ ଏବଂ ୫ଥର ପ୍ଲାଙ୍କ୍‌ ୬୦ ସେକେଣ୍ଡ ପର୍ଯ୍ୟନ୍ତ କରନ୍ତୁ।

ମନେ ରଖିବେ ବ୍ୟାୟାମ ଆରମ୍ଭ ପୂର୍ବରୁ ୱାର୍ମଅପ୍‌ ନିହାତି ଜରୁରୀ। ଏହି ପ୍ରକିୟାକୁ ଯଦି ପ୍ରତିଦିନ ଅବଲମ୍ବନ କରନ୍ତି ତେବେ ଆପଣ ଜିମ୍‌ ଯିବାର ଆବଶ୍ୟକତା ରହିବ ନାହିଁ।

ଆଧାର

ଓଡିଶା ରେପୋଟର

Last Modified : 5/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate