ଅଧିକାଂଶ ଅସୁସ୍ଥତା ପାଇଁ ଔଷଧର ଆବଶ୍ୟକତା ନାହିଁ । ଆମ ଶରୀରରେ ନିଜସ୍ଵ ପ୍ରତିରୋଧକ ଶକ୍ତି ବା ରୋଗ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ନିଜସ୍ଵ ଉପାୟ ରହିଛି । ଅଧିକାଂଶ କ୍ଷେତ୍ରରେ ଅପେକ୍ଷା ଶରୀରର ପ୍ରାକୃତିକ ପ୍ରତିରୋଧକ ଯଥେଷ୍ଟ ବେଶୀ ମୂଲ୍ୟବାନ ।
ବିନା ଔଷଧରେ ଲୋକମାନେ ଥଣ୍ଡା ଓ ଜ୍ଵର ଭଳି ଅଧିକାଂଶ ରୋଗରୁ ଆପେ ଆପେ ଭଲ ହୋଇଯାଆନ୍ତି । |
ରୋଗ ସହିତ ସଂଗ୍ରାମ କରି ଅସୁସ୍ଥତା ଦୂରେଇ ଦେବାପାଇଁ ଅଧିକାଂଶ ସମୟରେ ଶରୀର ପାଇଁ ଯାହା ପ୍ରୟୋଜନୀୟ
ଏପରିକି ଔଷଧ ଦରକାର କରୁଥିବା ସାଘାଂତିକ ଅସୁସ୍ଥତାରୁ ଦେହ ଆପେ ହିଁ ଭଲ ହୋଇଥାଏ, ଔଷଧ କେବଳ ସାହାଯ୍ୟ କରିଥାଏ । ତେଣୁ ପରିଷ୍କାର ପରିଚ୍ଛନ୍ନତା, ବିଶ୍ରାମ ଓ ପୁଷ୍ଟିକାର ଖାଦ୍ୟ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ ।
ଅନେକାଂଶରେ ସ୍ୱାସ୍ଥ୍ୟର ଯତ୍ନନେବା ଔଷଧ ପ୍ରୟୋଗ ଉପରେ ନିର୍ଭର କରେ ନାହିଁ-କରିବା ମଧ୍ୟ ଉଚିତ୍ ନୁହେଁ । ଯଦି ଆପଣ ଆଧୁନିକ ଔଷଧ ମିଳୁନଥିବା କୌଣସି ଅଞ୍ଚଳରେ ରହୁଥାନ୍ତି, ସେଠାରେ ମଧ୍ୟ ଆପଣ ଅଧିକାଂଶ ସାଧାରଣ ଅସୁସ୍ଥତାର ପ୍ରତିରୋଧ ଓ ଚିକିତ୍ସା ସୂଚାରୁରୂପେ କରିପାରିବେ । କିନ୍ତୁ ଏହା କିପରି କରିବାକୁ ହୁଏ ତାହା ଜାଣିଥିବା ଦରକାର ।
ବିନା ଔଷଧରେ ଅଧିକାଂଶ ରୋଗର ପ୍ରତିରୋଧ ଓ ଚିକିତ୍ସା କରାଯାଇପାରିବ । |
ଯଦି ଲୋକମାନେ କେବଳ ଜଳର ସଠିକ୍ ଉପଯୋଗ କରନ୍ତି, ତେବେ ଏହାଦ୍ଵାରା ହିଁ, ସେମାନେ, ସମ୍ପ୍ରତି ପ୍ରୟୋଗ ତଥା ଅପ୍ରୟୋଗ କରାଯାଉଥିବା ସମସ୍ତ ଔଷଧ ଅପେକ୍ଷା, ରୋଗର ଯଥେଷ୍ଟ ବେଶୀ ପ୍ରତିରୋଧ ତଥା ଉପଶମ କରିପାରିବେ ।
ଅନେକ ଲୋକ ଔଷଧବିନା ବଞ୍ଚିପାରିବେ, କିନ୍ତୁ କେହିହେଲେ ବି ଜଳବିନା ବଞ୍ଚିପାରିବେ ନାହିଁ । ପ୍ରକୃତପକ୍ଷେ, ଆମ ଶରୀରର ପଚାଶଭାଗରୁ ଅଧିକ ଅଂଶ (୫୭%) ହେଉଛି ଜଳ । ଯଦି ଗାଁ ଗହଳିରେ ରହୁଥିବା ପ୍ରତ୍ୟକ ବ୍ୟକ୍ତି ଜଳର ଉପଯୁକ୍ତ ବ୍ୟବହାର କରନ୍ତି, ତେବେ ଅସୁସ୍ଥତା ଓ ମୃତ୍ୟୁ-ବିଶେଷତଃ ଛୋଟପିଲାଙ୍କ କ୍ଷେତ୍ରରେ-ଅଧା କମାଇ ଦିଆଯାଇପାରିବ ।
ଉଦାହରଣସ୍ୱରୂପ, ଜଳର ସଠିକ୍ ଉପଯୋଗ, ତରଳଝାଡାର ପ୍ରତିରୋଧ ଓ ଚିକିତ୍ସା, ଉଭୟ ନିମନ୍ତେ ପ୍ରାଥମିକ ପଦକ୍ଷେପ । ଅଧିକାଂଶ ଅଞ୍ଚଳରେ ପିଲାମାନଙ୍କର ଅସୁସ୍ଥତା ଓ ମୃତ୍ୟୁର ତରଳ ଝାଡା ବା ଡାଇରିଆ ଏକ ଅତି ସାଧାରଣ କାରଣ । ଦୂଷିତ ଜଳ ଏହାର ଏକ ମୁଖ୍ୟ କାରଣ
ପିଇବା ପାଇଁ ଓ ଖାଦ୍ୟପ୍ରସ୍ତୁତ କରିବା ପାଇଁ ଫୁଟା ପାଣିର ବ୍ୟବହାର ତରଳଝାଡାର ପ୍ରତିରୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଛୋଟ ଛୁଆଙ୍କ କ୍ଷେତ୍ରରେ ଏହା ବିଶେଷ ଗୁରୁତ୍ଵପୂର୍ଣ୍ଣ । ଛୋଟ ଛୁଆଙ୍କର ଖାଇବା ବାସନକୁ ଗରମପାଣିରେ ଧୋଇବା ଉଚିତ୍ । ଝାଡା ଯାଇସାରିବା ପରେ, ଖାଇବା ପୂର୍ବରୁ ଓ ଖାଇବା ଜିନିଷ ବଢାବଢିପୂର୍ବରୁ ହାତକୁ ସାବୁନ ଓ ଜଳଦ୍ଵାରା ପରିଷ୍କାର କରି ଧୋଇବା ଆବଶ୍ୟକ ।
ଛୋଟଛୁଆଙ୍କ କ୍ଷେତ୍ରରେ ତରଳଝାଡା ହୋଇ ମରିଯିବାର ସାଧାରଣ କାରଣ ହେଉଛି ଶରୀରରୁ ଯଥେଷ୍ଟ ବେଶୀ ଜଳୀୟ ଅଂଶ କମିଯିବା ତରଳଝାଡା ହୋଇଥିବା ପିଲାଟିକୁ ଚିନି ବା ମହୁ, ଲେମ୍ବୁ ଓ ଲୁଣମିଶା ପାଣି ପ୍ରଚୁର ପରିମାଣରେ ପିଇବାକୁ ଦେବାଦ୍ଵାରା ଦେହର ଜଳୀୟ ଅଂଶ ଅଭାବ ଅବସ୍ଥାକୁ ପ୍ରତିରୋଧ ବା ଦୂର କରାଯାଇପାରିବ ।
ତରଳଝାଡା ହେଉଥିବା ଛୋଟଛୁଆଙ୍କୁ ଯଥେଷ୍ଟ ପରିମାଣର ତରଳ ପଦାର୍ଥ ଦେବା ଯେକୌଣସି ଔଷଧ ଅପେକ୍ଷା ଯଥେଷ୍ଟ ବେଶୀ ଗୁରୁତ୍ୱପୂର୍ଣ୍ଣ । ପ୍ରକୃତପକ୍ଷେ, ଯଥେଷ୍ଟ ତରଳ ପଦାର୍ଥ ଦିଆଗଲେ ତରଳଝାଡାର ଚିକିତ୍ସା ପାଇଁ ସାଧାରଣତଃ କୌଣସି ଔଷଧ ଦରକାର ହୁଏ ନାହିଁ ।
କେତେକ ପରିସ୍ଥିତିରେ ଜଳର ସଠିକ୍ ଉପଯୋଗ, ଔଷଧ ବ୍ୟବହାର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ପ୍ରତିଷେଧକ
ପ୍ରତିରୋଧ ନିମନ୍ତେ |
ପାଣିର ବ୍ୟବହାର |
ତରଳଝାଡା, କୃମି ଓ ଅନ୍ତ୍ର ସଂକ୍ରମଣ |
ପାଣି ସିଝାଇକରି ପିଇବା, ହାତ ପରିଷ୍କାର କରି ଢୋଇବା ଇତ୍ୟାଦି |
ଚର୍ମରୋଗ |
ବହୁତଥର ଗାଧୋଇବା |
କ୍ଷତସ୍ଥାନ ସଂକ୍ରମିତ ହେବା, ଧନୁଷ୍ଟଙ୍କାର |
କ୍ଷତସ୍ଥାନକୁ ସାବୁନ ଓ ପାଣିଦ୍ଵାରା ପରିଷ୍କାର କରି ଧୋଇବା |
ଉତ୍ତାପଜନିତ ଆଘାତ, ଗରମଯୋଗୁଁ କ୍ଲାନ୍ତି |
ଖରାଦିନେ ଥଣ୍ଡାପାଣିରେ ଏକାଧିକଥର ଗାଧୋଇବା, ଦିନସାରା ପ୍ରଚୁର ପରିମାଣର ଲୁଣମିଶା ପାଣି ପିଇବା |
ଚିକିତ୍ସା ନିମନ୍ତେ |
ପାଣିର ବ୍ୟବହାର |
ତରଳଝାଡା ଓ ଜଳୀୟଅଂଶର ଅଭାବ |
ପ୍ରଚୁର ପରିମାଣର ତରଳ ପଦାର୍ଥ ପିଇବା |
ଜ୍ଵରଜନିତ ଅସୁସ୍ଥତା |
ପ୍ରଚୁର ପରିମାଣର ତରଳ ପଦାର୍ଥ ପିଇବା |
ପ୍ରବଳ ଜ୍ଵର, ଉତ୍ତାପଜନିତ ଆଘାତ, ଗରମ ଯୋଗୁଁ କ୍ଲାନ୍ତି |
ଥଣ୍ଡା ପାଣିରେ ଦେହକୁ ଭିଜାଇବା |
ମୂତ୍ରାଶୟର ସାମାନ୍ୟ ସଂକ୍ରମଣ (ସାଧାରଣତଃ ସ୍ତ୍ରୀଲୋକମାନଙ୍କ କ୍ଷେତ୍ରରେ) |
ପ୍ରଚୁର ପାଣି ପିଇବା |
କାଶ, ଆଜମା, ବ୍ରୋଙ୍କାଇଟିସ ନିମୋନିଆ, ହୁପିଙ୍ଗକାଶ ବା ଲହରା କାଶ |
ପ୍ରଚୁର ପାଣି ପିଇବା ଓ ଗରମପାଣିର ବାଷ୍ପ ଶୁଙ୍ଘିବା (କଫ ତରଳ କରିବା ପାଇଁ) |
ଘା’, ଯନ୍ତ୍ରଣାହୀନ ସପୂୟ କ୍ଷୁଦ୍ରବରଣ, ମଳାଯାଦୁ, ମୁଣ୍ଡଯାଦୁ, ମୁଖ ବ୍ରଣ |
ପାଣି ଓସାବୁନଦ୍ଵାରା ଘଷି ମାଜି ହୋଇ ଗାଧୋଇବା |
ସଂକ୍ରମିତ କ୍ଷତ, ବଥ, ବାଳମୂଳିଆ |
ଗରମପାଣି ସେକଦେବା |
ମାଂସପେଶୀ ଓ ଗଣ୍ଠିରେ ରକ୍କା ଓ ଘା’ |
ଗରମପାଣି ସେକଦେବା |
କୁଣ୍ଡେଇବା, ଜଳିବା ବା କୁଣ୍ଡେଇହୋଇ ରସ କ୍ଷରଣ ହେବା |
ଥଣ୍ଡାପାଣି ବା ବରଫପଟି |
ଅଳ୍ପ ପୋଡିଯିବା |
ଥଣ୍ଡାପାଣିରେ ବୁଡାଇ ରଖିବା |
ତଣ୍ଟି ଘା’ ବା ଟନସିଲ୍ ବଢିବା |
ଲୁଣମିଶା ଗରମପାଣିକୁ ତଣ୍ଟିପାଖରେ ଘଡଘଡ କରି କୁଲି କରିବା |
ଆଖିରେ ଅମ୍ଳ, କ୍ଷାରଯୁକ୍ତ ଜଳ, ଧୁଳି କିମ୍ବା ଆଖିକୁ କଷ୍ଟହେବାପରି କିଛି ପଡିଯିବା |
ସଙ୍ଗେସଙ୍ଗେ ଥଣ୍ଡାପାଣି ଆଖିରେ ୩୦ ମିନିଟ୍ ପର୍ଯ୍ୟନ୍ତ ଢାଳିବା |
ନାକ ଚୁଣ୍ଟି ହୋଇଯିବା |
ଲୁଣମିଶା ପାଣିକୁ ନାକଦ୍ୱାରାଶୋଷିବା |
କୋଷ୍ଠବଦ୍ଧତା, କଠିନ ମଳ |
ପ୍ରଚୁର ପାଣି ପିଇବା (ଅବଶ୍ୟ ବିରେଚନ ଅପେକ୍ଷା ପିଚକାରୀକ୍ରିୟା ଅଧିକ ନିରାପଦ । କିନ୍ତୁ ଅଧିକ ବ୍ୟବହାର କରନ୍ତୁ ନାହିଁ) |
ଅର୍ଶ, ମଳକଣ୍ଟକ |
ଗରମାପାନୀରେ ଟୋପାଏ ପଟାସିୟମ ପରମାଙ୍ଗାନେଟ୍ ପକାଇ, ସେଥିରେ ପିଚାକୁ ବୁଡାଇ ରଖିବା । |
ଜ୍ଵର ଜନିତ ଘା’ ବା ଫୋଟକା |
ବରଫ ଲଗାଇବା |
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 6/2/2020