অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ଣ୍ଣର କାର୍ଯ୍ୟ

ଉପକ୍ରମ

କର୍ଣ୍ଣ ଶରୀରର  ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହାକି ଶୁଣିବାରେ  ସାହାଯ୍ୟ  କରେ   । ବାହାରର  ଶବ୍ଦ କର୍ଣ୍ଣନଳୀ  ଦେଇ କାନ ମଧ୍ୟରେ  ପ୍ରବେଶ କରେ  ଏବଂ ସ୍ନାୟୁ  ମାଧ୍ୟମରେ ମସ୍ତିସ୍କକୁ  ପ୍ରେରିତ ହୁଏ   । ତା’ପରେ ମସ୍ତିସ୍କ ଏହି ଶବ୍ଦକୁ ବ୍ୟାଖ୍ୟା  କରେ  । ତେଣୁ ଆମ୍ଭେ ଜାଣିପାରୁ ଯେ,  ଏହି ଶବ୍ଦ କୌଣସି ଜନ୍ତ୍ର କିମ୍ବା ପକ୍ଷୀ  ବା ଅନ୍ୟ କେଉଁଠାରୁ  ଆସିଅଛି   । କୌଣସି କ୍ଷତ ବା ସଂକ୍ରମଣ କର୍ଣ୍ଣନଳୀର ଆଂଶିକ ବା ସମ୍ପୂର୍ଣ୍ଣ  କମ୍ ଶୁଣିବାର  କାରଣ  ହୋଇପାରେ  । ଯଦି ସ୍ନାୟୁ  କ୍ଷତିଗ୍ରସ୍ତ  ହୋଇଥାଏ  ତାହାହେଲେ  ମଧ୍ୟ ଶୁଣିବାରେ ଅସୁବିଧା ହୋଇଥାଏ   ।

ଏହା ଇଉଷ୍ଟାଚିଆନ ନଳୀଦ୍ଵାରା କଣ୍ଠ ଓ ନାଶା  ସହିତ ସଂଯୋଗ ହୋଇଅଛି   । କଣ୍ଠ ଓ ନାଶା  ସଂକ୍ରମିତ ହୋଇଥିଲେ ତାହା ଏହି ନଳୀ ମାଧ୍ୟମରେ  କାନକୁ  ପ୍ରସାରିତ ହୋଇପାରେ  (ଉଦାହରଣ ସ୍ୱରୂପ, ଗୋଟିଏ ଶିଶୁ ଥଣ୍ଡାରେ  ଆକ୍ରାନ୍ତ ହେବାପରେ କର୍ଣ୍ଣ ଭିତର ସଂକ୍ରମଣ ହୋଇଯାଏ  ।)

କର୍ଣ୍ଣ ମସ୍ତିଷ୍କର  ପାଖାପାଖି  ଥାଏ  । ଯଦି କାନ ସଂକ୍ରମିତ  ହୋଇଥାଏ, ଯଦି ତାହାର ଚିକିତ୍ସା କରାଯାଇ ନ ଥାଏ ତାହା ମସ୍ତିଷ୍କକୁ ପ୍ରସାରିତ ହୋଇପାରେ   । (ଯଥା – କାନର ସଂକ୍ରମଣକୁ ଚିକିତ୍ସା ନ କଲେ  ଏହା ମେନିନଜାଇଟିସ କରାଇଥାଏ)  ।

କର୍ଣ୍ଣର ସାଧାରଣ ଅସୁବିଧା

କଠିନ କର୍ଣ୍ଣ ମଳ

କର୍ଣ୍ଣମଳ  କାନର ଗୋଟିଏ ନିୟମିତ ନିଃସୃତ ପଦାର୍ଥ ଅଟେ   । ଏହା ସଂକ୍ରମଣ ଦାଉରୁ  କାନକୁ ରକ୍ଷା କରେ   । ଏହା ସାଧାରଣତଃ ଶୁଷ୍କହୋଇ କାନ ବାହାରକୁ ବାହାରି ଆସେ   । ବେଳେବେଳେ ଏହା କଠିନ ହୋଇ କର୍ଣ୍ଣନଳୀକୁ ବନ୍ଦ କରିଦିଏ । ଗୋଟିଏ ଡିଆସିଲି  କାଠି/ସମକକ୍ଷ  କାଠିରେ ମୋଟା କନା ଗୁଡାଇ କାନ ଭୀତରେ ଥିବା କର୍ଣ୍ଣମଳକୁ ସଫା କରିବାକୁ ଚେଷ୍ଟା କଲେ  ଏହା ଅଧିକ ଭିତରକୁ ଚାଲିଯାଏ  ଓ କର୍ଣ୍ଣନଳୀକୁ ବନ୍ଦ  କରିଦିଏ  ଯେତେବେଳେ ଏହା ଘଟିବ – ବ୍ୟକ୍ତି କମ୍ ଶୁଭୁଛି ବୋଲି କହିବ, କାନ  ଝାଇଁ ଝାଇଁ ଶୁଭିବ ଓ କାନ ବଧିରା ଲାଗିବ  । କଠିନ କର୍ଣ୍ଣମଳ  କାରଣରୁ  କାନ କୁଣ୍ଡାଇହେବା, କଷ୍ଟ ହେବା ବେଳେବେଳେ କର୍ଣ୍ଣନଳୀରେ ସଂକ୍ରମଣ ହେବା ଦେଖାଯାଇଥାଏ   ।

ଚିକିତ୍ସା

କର୍ଣ୍ଣମଳ  କୋମଳ ହେବା ପାଇଁ ୩/୫ ବୁନ୍ଦା ବେଦୀ  ଅଏଲ କାନ ଭିତରେ ସଫା ନଡିଆତେଲ ୩ ଦିନ ପକାନ୍ତୁ   । କିମ୍ବା ଦିନରେ  ଥରେ ଦୁଇଥର  ୨/୩ ବୁନ୍ଦାକରି ବୋରୋଗ୍ଲିସେରିନ୍ କାନ ଡ୍ରପ ପକାନ୍ତୁ   । ତା’ପରେ କିଛି ବିଶୁଦ୍ଧ ଗରମ ପାଣି ଓ ଗୋଟିଏ ବିଶୁଦ୍ଧ ପିଚକାରୀ  ନିଅନ୍ତୁ   । ପିଚକାରୀରୁ ଛୁଞ୍ଚିକୁ ଅଲଗା କରି ଏବଂ ପିଚକାରୀ ମଧ୍ୟରେ ଗରମ ପାଣି ପୁରାଇ କର୍ଣ୍ଣନଳୀ  ମଧ୍ୟକୁ  ପିଚକାରୀର  ସରୁ ନଳୀ ଦେଇ ଜଳ ନିର୍ଗତ କରନ୍ତୁ  । କିଛି କିଛି ସମୟ ବ୍ୟବଧାନରେ ଏହିପରି ବାରମ୍ବାର  କରି କିମ୍ବା ମଳ ବାହାରକୁ ବାହାରିବା ପର୍ଯ୍ୟନ୍ତ ଏହିପରି  କରନ୍ତୁ   । ଯଦି ବ୍ୟକ୍ତି ଜଣକ  କଷ୍ଟ ଅନୁଭବ କରେ ତାହାହେଲେ ତାହା ବନ୍ଦ କରିଦିଅନ୍ତୁ   । ଯଦି ମଳ ତଥାପି ବାହାରକୁ ନ ଆସେ, ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ   ।

ସତର୍କତା

ଯଦି ବ୍ୟକ୍ତି ବ ଶିଶୁର କର୍ଣ୍ଣ ମଧ୍ୟରେ ସଂକ୍ରମଣ ହୋଇଥାଏ ଗରମ ପାଣି ଦିଅନ୍ତୁ ନାହିଁ  । ଏହା ପରିବର୍ତ୍ତେ ଡିଆସିଲି / ସମକକ୍ଷ କାଠିରେ ପତଳା କପଡା ଗୁଡାଇ ଆସ୍ତେ ଆସ୍ତେ ସଫା କରନ୍ତୁ   ।

କୌଣସି ମୁନିଆଁ ବସ୍ତୁ କାନ ସଫା କରିବାପାଇଁ ବ୍ୟବହାର କରନ୍ତୁ  ନାହିଁ  ।

କର୍ଣ୍ଣନଳୀ ସଂକ୍ରମଣ

ସାଧାରଣତଃ ଜୀବାଣୁଦ୍ଵାରା କର୍ଣ୍ଣନଳୀ ସଂକ୍ରମିତ ହୋଇଥାଏ  ।

ଲକ୍ଷଣ

  • ଯେତେବେଳେ କାନର ବାହାର ଅଂଶ ଟାଣେ ମୁଖ୍ୟତଃ କଷ୍ଟ ହୋଇଥାଏ  ।
  • କଣ କୁଣ୍ଡାଇ ହୁଏ   ।
  • କର୍ଣ୍ଣନଳୀ ଇଷତ ଲାଲ୍ ହୋଇ ଫୁଲିଯାଏ   ।
  • କାନ ବନ୍ଦ ହୋଇ ଅଳ୍ପ ଶୁଭେ  ।

ଚିକିତ୍ସା

  • ଦିନରେ  ୩/୪ ଥର କର କାନରେ, ପାଣି ସହିତ ଭିନେଗାର ମିଶାଇ ଏକ ବୁନ୍ଦା କରି ପକାନ୍ତୁ  । (ଏକ ଚାମଚ ଭିନେଗାର ସହିତ ଏକ ଚାମଚ ସିଝାପାଣି )
  • ଯଦି ବେଶୀ କଷ୍ଟ ହେଉଛି ବା ଜ୍ଵର ହେଉଛି  ପରାସିଟାମଲ ଦିଅନ୍ତୁ   ।
  • ଯଦି ଜ୍ଵର ହେଉଛି, ପୂଜ ବୋହୁଛି ବା କାନ ପଛପାଖର ଗ୍ରନ୍ଥୀରେ କଷ୍ଟ ହେଉଛି  ପେନିସିଲିନ ଦିଅନ୍ତୁ ବା ଏକ ସପ୍ତାହ ପାଇଁ ଟେତ୍ରାସାଇକ୍ଲିନ ଦିଅନ୍ତୁ   ।

କର୍ଣ୍ଣ ମଧ୍ୟ ଭାଗରେ ସଂକ୍ରମଣ

ଏହା ସାଧାରଣତଃ  ଜୀବାଣୁଦ୍ଵାରା ହୋଇଥାଏ   । ଏହି ଅବସ୍ଥା ସାଧାରଣତଃ  ଛୋଟ ଶିଶୁର ଥଣ୍ଡାର କିଛି ଦିନ ପରେ ବା ନାକରୁଦ୍ଧ ହୋଇଥିବା ଅବସ୍ଥାରେ ହୋଇଥାଏ   ।

ଲକ୍ଷଣ

  • ଜ୍ଵର
  • ଶିଶୁ ସବୁବେଳେ କାନ୍ଦିବ ଏବଂ ମୁଣ୍ଡଗଡାଇବ
  • କାନଭିତରୁ  ପୂଜ ବାହାରୁଥିବ
  • ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ବେଳେବେଳେ କାନରେ ସଂକ୍ରମଣ ଯୋଗୁଁ ଶିଶୁକୁ ପତଳାଝାଡା ହୁଏ   । ଯେତେବେଳେ ଶିଶୁର  ପତଳା ଝାଡା ହୋଇଥାଏ, ଟା’ର କାନ ସବୁବେଳେ ଯାଞ୍ଚ  କରନ୍ତୁ   ।

ଚିକିତ୍ସା

କର୍ଣ୍ଣ ସଂକ୍ରମଣ ହୋଇଥିଲେ ଖୁବ୍ ଶୀଘ୍ର ଚିକିତ୍ସା କରିବା ଉଚିତ୍  । କାରଣ ଏହା ଜଟିଳ ଆକାର ଧାରଣ କରିପାରେ   ।

  • ପେନିସିଲିନ ପରି ଆଣ୍ଟିବାୟୋଟିକ ଦିଅନ୍ତୁ   । ବା ଆମୋକ୍ସିସିଲିନ  ପାଟିରେ  ଦିଅନ୍ତୁ  ଯଦି ପେନିସିଲିନ  ଆଲରଜିକ ହୁଏ  ତାହାହେଲେ  ଏଋଥ୍ରୋମାଇସିନ ଦିଅନ୍ତୁ  । କିମ୍ବା ଟ୍ରାଇମେଥୋପ୍ରିମ  ସଲଫାମେଥୋକ୍ସୋଜୋଲ   ଦଶ ଦିନ ପାଇଁ ଦିଅନ୍ତୁ
  • ତିନି ବର୍ଷ ମଧ୍ୟର  ଶିଶୁମାନଙ୍କୁ ଆମ୍ପିସିଲିନ ଭଲ କାମ କରେ   ।
  • କଷ୍ଟ ଏବଂ ଜ୍ଵର ପାଇଁ ଏସିଟାମିନୋଫେନ ବା ପାରାସିଟାମଲ୍  ଦିଅନ୍ତୁ
  • କପଡା ଗୁଡାହୋଇଥିବା ଡିଆସିଲି / ସମକକ୍ଷ କାଠି ସାହାଯ୍ୟରେ ଅତି ଯତ୍ନର ସହିତ କାନ ମଧ୍ୟରେ ଥିବା ପୂଜକୁ ସଫା କରନ୍ତୁ  । ଯଦି  ସମ୍ଭବ ହୁଏ କାଠିଟିକୁ  କାନ ଭିତରେ ପୁରାଇବା  ପୂର୍ବରୁ  ଏକ ଚାମଚ ହାଇଡ୍ରୋଜେନ  ପେରୋକସାଇଡସହିତ ଏକ ଚାମଚ ସଫାପାଣି ମିଶାଇ କାଠିଟିକୁ ବୁଦାନ୍ତୁ   । କିନ୍ତୁ କନା ବିଣ୍ଡା  ବା କୌଣସି ଜିନିଷ କାନ ଭିତରେ ରଖନ୍ତୁ ନାହିଁ   ।
  • କାନରୁ  ପୂଜ ବାହାରୁଥିବା  ଶିଶୁମାନଙ୍କୁ  ପ୍ରତିଦିନ ଗାଧୋଇଦେବା ଉଚିତ, ମାତ୍ର ଚିକିତ୍ସା ସମୟରେ ପାଣିରେ ପହଁରିବା  ବା ଡିଆଁମାରିବା  ଉଚିତ୍ ନୁହେଁ  ଓ ଭଲ ନ ହେବା ପର୍ଯ୍ୟନ୍ତ ଏପରି କରିବା ଉଚିତ୍ ନୁହେଁ   ।

ପ୍ରତିଷେଧକ

  • ସୁଷମ ଖାଦ୍ୟ ଖାଇ ଦେହର  ପ୍ରତିଷେଧକ ଶକ୍ତି ବଢାନ୍ତୁ  ।
  • ଥଣ୍ଡାଧରିଥିବା  ସମୟରେ ନାକକୁ ପୋଛାପୋଛି କରି ସଫା ରଖିବାକୁ ଶିଶୁମାନଙ୍କୁ ଶିକ୍ଷାଦେବା ଉଚିତ୍  ।
  • ଛୁଆମାନଙ୍କୁ  ବୋତଲ ଖାଦ୍ୟ ଦିଅନ୍ତୁ ନାହିଁ ବା ଯଦି ଦେଉଥାନ୍ତି ତାହାହେଲେ ଛୁଆର  ନାକରେ କ୍ଷୀର ପଶି  ନ ଯିବା ପାଇଁ ସତର୍କ ରୁହନ୍ତୁ  । କାରଣ ଏହା କର୍ଣ୍ଣ  ସଂକ୍ରମଣରେ  ସାହାଯ୍ୟ  କରିପାରେ   ।
  • ଯେତେବେଳେ ଶିଶୁର  ନାକ ଶିଘାଂଣିଦ୍ୱାରା  ଚୁଣ୍ଟି ହୋଇଯାଇଥିବ, ଆପଣ ଲୁଣବୁନ୍ଦା ନାକରେ ପକାଇ ଶିଘାଂଣିକୁ ନାକ ଭିତରୁ  ବାହାରକୁ  ବାହାର କରିଦିଅନ୍ତୁ   ।

ଜଟିଳତା

କାନର ମଧ୍ୟଭାଗ  ସଂକ୍ରମଣର ଚିକିତ୍ସା ନ କଲେ  ମେନିନଜାଇଟିସ ହୋଇପାରେ କିମ୍ବା କାନର  ପଛପାଖ  ହାଡ ସଂକ୍ରମିତ ହୁଏ  । ଯଦି ଆପଣଙ୍କର  ବର୍ତ୍ତମାନ  ମେନିନଜାଇଟିସ  ବା ହାଡ ସଂକ୍ରମିତ ହୋଇଥାଏ  ତାହାହେଲେ ଡାକ୍ତରୀ ପରାମର୍ଶ ନିଆନୁ   ।

କର୍ଣ୍ଣରେ ବାହ୍ୟ ଜିନିଷ ଥିଲେ

ଶିଶୁମାନେ ଖେଳିବା ସମୟରେ ସେମାନଙ୍କ କାନରେ କୌଣସି ଶସ୍ୟ  ବା ଦାନା ବା ଅନ୍ୟ  ଜିନିଷ ଭର୍ତ୍ତି କରିଦିଅନ୍ତି  । ବେଳେବେଳେ ମଧ୍ୟ କୀଟପତଙ୍ଗମାନେ କାନ ମଧ୍ୟରେ ପଶିଯାଆନ୍ତି  । କାନ ମଧ୍ୟରୁ  କାଢିବା ପୂର୍ବରୁ  ପତଙ୍ଗକୁ  ପ୍ରଥମେ  ମାରିଦେବା ଉଚିତ୍  । ଗରମ ନଡିଆତେଲ  କିମ୍ବା ବେଦୀ  ଅଏଲ କାନରେ  ପକାଇଦିଅନ୍ତୁ   । ଟା’ପରେ ଗରମ ବିଶୁଦ୍ଧ ପାଣି ପିଚକାରୀ  ସାହାଯ୍ୟରେ ମୃତ  ପତଙ୍ଗକୁ ବାହାର କରିଦିଅନ୍ତୁ  ।

ଯଦି କୌଣସି ଶସ୍ୟ  ବା ଦାନା ବା ଜିନିଷ ପଶିଯାଇଥାଏ   । ଛୁଆର  ମୁଣ୍ଡକୁ ତଳକୁ ଉପରକୁ କରି ଅତି ସରଳ ଭାବରେ ଜିନିଷଟିକୁ ଟାଣିନିଅନ୍ତୁ  । ଯଦି ଏହା ବାହାରକରି ନ ପାରୁଛନ୍ତି  । ତାହାହେଲେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ  । କୌଣସି ମୁନିଆଁ ବସ୍ତୁରେ ତାହା ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ   । କାରଣ କାନର  ପରଦା ନଷ୍ଟ ହୋଇଯାଇପାରେ ଓ ଅଧିକ କ୍ଷତି ହୋଇପାରେ   ।

କାଲ ବା ଜଡତା

କାଲ ଗୋଟିଏ  ଲକ୍ଷଣ ଏହା ଅସୁସ୍ଥତା ନୁହେଁ   । ଗୋଟିଏ ବ୍ୟକ୍ତି  କମ୍ ଶୁଭୁଛି ବୋଲି କହିପାରେ  । ଏହା କାନର କାଠିମଳ, କାନ ନଳୀ ଉପରେ  ପ୍ରଭାବ ପକାଉଥିବା ଅସୁସ୍ଥତା  କିମ୍ବା ମସ୍ତିଷ୍କକୁ ଯାଇଥିବା ସ୍ନାୟୁ  ଗ୍ରନ୍ଥୀର  ଅସୁବିଧା ଯୋଗୁଁ ହୋଇଥାଇପାରେ   । ଆସ୍ପିରିନ  ଓ ଷ୍ଟ୍ରେପଟୋମାଇସିନ  ପରି ଅତିମାତ୍ରା  ଔଷଧ ଜଡତାକୁ ଦୂର କରିପାରିବ  । କେତେକ କ୍ଷେତ୍ରରେ  ଏଆ ଜନ୍ମରୁ  ହୋଇଥାଏ   । ସାଧାରଣତଃ  ଯେଉଁ  ମା’ ଟି.ବି. ପ୍ରତିଷେଧକ  ଔଷଧ ଖାଇଥିବେ  କିମ୍ବା ଗର୍ଭବତୀ  ସମୟରେ ମିଳିମିଳା  ରୋଗର  ଜୀବାଣୁ ଦେହରେ ରହିଥିବେ,  ତାଙ୍କର ଶିଶୁମାନଙ୍କର  ଏହିପରି  ହୋଇଥାଏ   ।

ଯଦି କୌଣସି କାରଣରୁ ଅସୁବିଧା ଭଲ ନ ହୁଏ, ତାହାହେଲେ ଡାକ୍ତରୀ ପରାମର୍ଶ ନିଅନ୍ତୁ   ।

ଷ୍ଟ୍ରେପଟୋମାଇସିନ ଓ ଆସ୍ପିରିନ  ଭଳି ଔଷଧ ବନ୍ଦ କରିଦେବା  ଉଚିତ୍ କିମ୍ବା ଯଦି କୌଣସି ଔଷଧ ଖାଇବା  ସମୟରେ ଶୁଣିବା ଶକ୍ତି ହ୍ରାସପାଏ ବା କାନ ଝାଇଁ ଝାଇଁ ହୁଏ ତାହାହେଲେ  ଔଷଧର  ମାତ୍ରା କମାଇଦେବା ଉଚିତ୍  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate