অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅର୍ଶ

ଅର୍ଶ କ'ଣ ?

ମଳଦ୍ଵାର ବା ମଳାଶୟର ଶିରାଗୁଡିକ ଯେତେବେଳେ ମୋଡାମୋଡି ହୋଇ ମୋଟା ହୋଇଯାଆନ୍ତି, ସେତେବେଳେ ତାହାକୁ ଅର୍ଶ କୁହାଯାଏ । ଏଗୁଡିକ ହାତକୁ  ଖୁବ୍ ଛୋଟ କୋଳି ପରି ଲାଗେ । ଅର୍ଶ ଖୁବ୍ ଯନ୍ତ୍ରଣାଦାୟକ କିନ୍ତୁ କ୍ଷତିକାରକ ନୁହେଁ । ସ୍ତ୍ରୀ ଲୋକମାନଙ୍କ ଗର୍ଭାବସ୍ଥା ବେଳେ ଏହି ଅର୍ଶ ବାରମ୍ବାର ଦେଖାଯାଏ ଏବଂ ପରେ ଚାଲିଯାଏ। ଯେତେବେଳେ ଅର୍ଶରୁ ଅଧିକ ରକ୍ତ ବୋହିବା ଆରମ୍ଭ କରେ ରୋଗୀଠାରେ ରକ୍ତଶୂନ୍ୟତା ଦେଖାଯାଏ।

  • କଟିସ୍ନାନ : ଯନ୍ତ୍ରଣାରୁ ରକ୍ଷାପାଇବାପାଇଁ ଗୋଟିଏ ଟବ୍ ରେ ଉଷୁମ ପାଣି ଭର୍ତ୍ତି କରି ଦିଅନ୍ତୁ । ଏଥିପାଇଁ କିଛି ପରିମାଣର ପଟାସିୟମ ପରମାଙ୍ଗାନେଟ୍ ମିଶାନ୍ତୁ । ଅଧଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କର ନିତମ୍ବ ବା ପିଚାକୁ ଏଥିରେ ବୁଡାନ୍ତୁ । ଦିନରେ ୨ ବା ୩ଥର ଏପରି କରନ୍ତୁ ।
  • କେତେକ ଚେରମୂଳିର ରସକୁ ମଳଦ୍ଵାରରେ ଲଗାଇଲେ ଉପକାର ମିଳିଥାଏ ।
  • ଅର୍ଶ,କଠିନଝାଡା ଯୋଗୁ ହୋଇପାରେ । ଯେଉଁମାନେ ଝାଡାଯାଇ ପାଣି ଏବଂ ସାବୁନରେ ଶୌଚ ହୁଅନ୍ତି ନାହିଁ, ସେମାନଙ୍କଠାରେ ଅର୍ଶରୋଗ ବେଶୀହୁଏ, ପ୍ରଚୁର ପରିମାଣରେ ଫଳ ଓ ରସ ଜାତୀୟ ଖାଦ୍ୟ ଯଥା, ଦକ୍ଷିଣୀମୂଳ ଓ କଞ୍ଚା କଦଳୀ ଖାଇଲେ ଲାଭ ମିଳିଥାଏ।

କେତେବେଳେ ଡାକ୍ତରୀ ସାହାଯ୍ୟ ନେବେ

  • ଅତି ବଡ ଆକାରରେ ଅର୍ଶ – ଅସ୍ତ୍ରୋପ୍ରଚାର ଆବଶ୍ୟକ ହୁଏ।
  • ଅତ୍ୟଧିକ ଯନ୍ତ୍ରଣା
  • ଅର୍ଶରୁ ରକ୍ତ ବୋହିବା ବନ୍ଦ ନ ହେବା

ସତର୍କତା

  • ଏହାକୁ କାଟିବାକୁ ଚେଷ୍ଟା କରନ୍ତୁ ନାହିଁ, ଏହାଦ୍ଵାରା ଅଧିକ ରକ୍ତ ସ୍ରାବ ହୋଇ ବ୍ୟକ୍ତି ମରିଯିବାର ସମ୍ଭାବନା ଥାଏ ।
  • ମଳଦ୍ଵାର ଫାଟିଯିବା
  • କେତେକ ସମୟରେ ଟାଣଝାଡା ହେବା ଦ୍ଵାରା ମଳଦ୍ଵାର ଫାଟିଯାଏ । ଏହାଦ୍ଵାରା ପୋଡିଲାପରି ଯନ୍ତ୍ରଣା ହୁଏ ଓ ତାହା ଝାଡାଯାଇ ସାରିବାର ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ  ରୁହେ । ମଳଦ୍ଵାରରୁ ପାଣିପରି ଜିନିଷ ବାହାରେ, ଯାହାଦ୍ଵାରା କୁଣ୍ଡାଇ ହୁଏ । ଏହା ମଧ୍ୟ ସଂକ୍ରମିତ ହୋଇଯାଇପାରେ ।

ଚିକିତ୍ସା

  • କଠିନ ଝାଡାରୁ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ । ଯଥେଷ୍ଟ ତନ୍ତୁଯୁକ୍ତ ଖାଦ୍ୟ ଓ ଫଳ ଖାଆନ୍ତୁ ।
  • କଟିସ୍ନାନ କରନ୍ତୁ ଓ ସେଥିରେ ବସନ୍ତୁ ।
  • ଝାଡାଯିବାପରେ ଅଳ୍ପ ଲିଗ୍ନୋକେନ ଜେଲି ଆପଣଙ୍କ ଆଙ୍ଗୁଠିରେ ଲଗାନ୍ତୁ ଏବଂ ଏହାକୁ ମଳଦ୍ଵାରର ଚାରିପଟେ ଲଗାନ୍ତୁ । ଲଗାଇବା ପୂର୍ବରୁ ହାତ ଭଲ ଭାବରେ ଧୁଅନ୍ତୁ ।

ଯଦି ଅବସ୍ଥାରେ ଭଲ ନ ହୁଏ ତେବେ ସାମାନ୍ୟ ଅସ୍ତ୍ରୋପ୍ରଚାର ଭଲ ହେବାରେ ସାହାଯ୍ୟ କରେ  ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate