ସର୍ଦ୍ଦି ଏବଂ ଫ୍ଲୁ ଭୂତାଣୁ ସଂକ୍ରମଣ
ସର୍ଦ୍ଦି ଏବଂ ଫ୍ଲୁ ଭୂତାଣୁ ସଂକ୍ରମଣରୁ ହୋଇଥାଏ ଓ ଏଥିଯୋଗୁଁ ନାକରୁ ପାଣି ବୁହେ, ଗଳା ଖସଖସ୍ ହୁଏ ଓ କେତେକ ସମୟରେ ଗଣ୍ଠି ମାନଙ୍କରେ ଯନ୍ତ୍ରଣା ହୁଏ । ବିଶେଷତଃ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ସାଧାରଣ ଆମାଶୟ ମଧ୍ୟ ହୋଇପାରେ।
ସର୍ଦ୍ଦି ଓ ଫ୍ଲୁ ପ୍ରତିଥର ବିନା ଔଷଧରେ ଭଲ ହୋଇଯାଏ। ପେନିସିଲିନ୍, ଟେଟ୍ରାସୋଇକ୍ଲିନ ବା ଅନ୍ୟାନ୍ୟ ସଂକ୍ରାମକ ରୋଗ ବିରୋଧୀ ଔଷଧ ବ୍ୟବହାର କରନ୍ତୁ ନାହିଁ । କାରଣ ସେଗୁଡିକ କୌଣସି ଉପକାର କରିବେ ନାହିଁ, ବରଂ ଅପକାର କରିବେ ।
- ପ୍ରଚୁର ପାଣି ପିଅନ୍ତୁ ଓ ବିଶ୍ରାମ ନିଅନ୍ତୁ
- ଆସ୍ପିରିନ ବଟିକା ବା ପାରାସିଟାମଲ୍ ବଟିକା ଜ୍ଵର କମାଇଦିଏ ଓ ଦେହ ହାତ ବଥା କମିବାରେ ସାହାଯ୍ୟ କରେ । ଅଧିକ ଦାମିକା ଥଣ୍ଡା ବଟିକା ଆସ୍ପିରିନ ଠାରୁ ଭଲ ନୁହେଁ । ତେଣୁ କାହିଁକି ଅଯଥାରେ ପଇସାଖର୍ଚ୍ଚ କରିବେ ?
- ଗରମ ବାମ୍ଫ ଆଘ୍ରାଣ କରନ୍ତୁ ଏହା ଚୁଣ୍ଟିହୋଇଥିବା ନାକକୁ ଖୋଲିବାରେ ସାହାଯ୍ୟ କରେ ।
- ସ୍ଵତନ୍ତ୍ର ଖାଦ୍ୟ ଦରକାର ନାହିଁ । କିନ୍ତୁ ଫଳରସ, କମଳା ରସ ବା ଲେମ୍ବୁ ସରବତ୍ ଲାଭଦାୟକ ଅଟେ । ଥଣ୍ଡା ଯୋଗୁ ହେଉଥିବା କାଶ ଚିକିତ୍ସା ପାଇଁ ଦେଖନ୍ତୁ ।
ଯଦି ସର୍ଦ୍ଦି ବା ଫ୍ଲୁ ଗୋଟିଏ ସପ୍ତାହରୁ ଅଧିକ ରୁହେ, କିମ୍ବା ବ୍ୟକ୍ତିଙ୍କୁ ଜ୍ଵର ହୁଏ, କଫ ଓ ପୂଜ ସହିତ କାଶ ହୁଏ, ଛାତିରେ ଯନ୍ତ୍ରଣା ହୁଏ ଓ ଶ୍ଵାସପ୍ରଶ୍ଵାସ ଦ୍ରୁତ ହୁଏ, ତେବେ ବ୍ରୋଙ୍କାଇଟସ୍ ବା ନିମୋନିଆ ହୋଇଥାଇପାରେ । ଜୀବାଣୁ ପ୍ରତିରୋଧକ ଔଷଧ ଦରକାର । ସର୍ଦ୍ଦି ଜ୍ଵର, ଫୁସୁଫୁସ୍ ପ୍ରଦାହ ବା ନିମୋନିଆରେ ପରିଣତ ହେବାର ବେଶୀ ଭୟ, ବୁଢାଲୋକ, ଭ୍ହୋତପିଲା ଓ ଯେଉଁ ମାନଙ୍କର ବ୍ରୋଙ୍କାଇଟସ୍ ପରି ଫୁସୁଫୁସ୍ ର ସମସ୍ୟା ଥାଏ, ସେହି ମାନଙ୍କ ଠାରେ ରହିଥାଏ । ଗଳା ଖରାପ ହେବା ସର୍ଦ୍ଦି ଜ୍ଵରର ଏକ ସାଧାରଣ ଅଂଶ । କୌଣସି ସ୍ଵତନ୍ତ୍ର ଔଷଧ ଦରକାର ନାହିଁ ମାତ୍ର ଗରମପାଣି କୁଳୁକୁଳୁ କଲେ ଲାଭ ହୋଇଥାଏ । ତଣ୍ଟିବଥା ଯଦି ଅଧିକ ଜ୍ଵର ସହିତ ହଠାତ୍ ଆରମ୍ଭ ହୁଏ ତେବେ ଗଳାରେ ଷ୍ଟ୍ରେପତୋ କୋଇଲ ଜୀବାଣୁର ସଂକ୍ରମଣ ହୋଇଛି ବୋଲି ଜାଣିବାକୁ ହେବ । ଏଥିପାଇଁ ସ୍ଵତନ୍ତ୍ର ଚିକିତ୍ସା ଦରକାର।
ସର୍ଦ୍ଦିର ନିବାରଣ କରିପାରିବେ
- ଭଲ ଖାଇବା ଓ ଯଥେଷ୍ଟ ଶୋଇବା ଦ୍ଵାରା ସର୍ଦ୍ଦି ରୋଗ ଭଲ ହୋଇଯାଏ। କମଳା, ବିଲାତି ବାଇଗଣ ଏବଂ ଭିଟାମିନ ‘ଗ’ ଥିବା ଅନ୍ୟାନ୍ୟ ଫଳ ଖାଇଲେ ଉପକାର ମିଳିବ ।
- ସାଧାରଣ ବିଶ୍ଵାସ ଯେ ଭିଜିଲେ ସର୍ଦ୍ଦି ଓ ଥଣ୍ଡା ଜ୍ଵର ହୁଏ । ମାତ୍ର ଏହା ଠିକ ନୁହେଁ । ପୂର୍ବରୁ ସର୍ଦ୍ଦିଜ୍ଵର ଥାଇ ଭିଜିଲେ ଦେହ ବେଶୀ ଖରାପ ହୁଏ । ଅନ୍ୟ ଜଣେ ବ୍ୟକ୍ତି, ଯାହାଙ୍କୁ ସର୍ଦ୍ଦି ହୋଇଛି, ତାଙ୍କ ଠାରୁ ସର୍ଦ୍ଦି ଡେଇଁଥାଏ ସଂକ୍ରମିତ ହୋଇଥାଏ ।
- ସର୍ଦ୍ଦି ନ ଡେଇଁବା ପାଇଁ ସର୍ଦ୍ଦି ହୋଇଥିବା ବ୍ୟକ୍ତି ଅଲଗା ଶୋଇବା ଓ ଖାଇବା ଉଚିତ୍ । ଛୋଟ ପିଲା ମାନଙ୍କ ଠାରୁ ବିଶେଷ ଭାବରେ ଦୂରେଇ ରହିବା ଦରକାର । କାଶିବା କିମ୍ବା ଛିଙ୍କିବା ସମୟରେ ତାଙ୍କର ନାକ ଓ ମୁହଁ ଘୋଡାଇ କାଶିବା ବା ଛିଙ୍କିବା ଉଚିତ୍ ।
- ସର୍ଦ୍ଦିଜ୍ଵର କାନ ବଥାରେ ପରିଣତ ନ ହେବାପାଇଁ, ନାକକୁ ଚାପନ୍ତୁ ନାହିଁ, ସାମାନ୍ୟ ମାତ୍ର ପୋଛନ୍ତୁ । ପିଲାମାନଙ୍କୁ ମଧ୍ୟ ଏହା କରିବା ପାଇଁ ଶିକ୍ଷା ଦିଅନ୍ତୁ ।
- ନାକ ରୁନ୍ଧିହେବା ଏବଂ ସିଘାଂଣି ବୋହିବା
- ସର୍ଦ୍ଦି କିମ୍ବା ଅନୁର୍ଜତା ଯୋଗୁଁ ନାକରୁ ସିଘାଂଣି ବୋହେ ଓ ନାକ ରୁନ୍ଧି ହୋଇଥାଏ । ନାକରେ ଅଧିକ ସିଘାଂଣି ହେଲେ ପିଲାମାନଙ୍କ ପାଇଁ ଏହା କାନବଥା ଓ ବୟସ୍କଙ୍କ ପାଇଁ ନାଳୀ ଘା’ର ସମସ୍ୟା ସୃଷ୍ଟି କରିପାରେ।
ରୁନ୍ଧି ହୋଇଥିବା ନାକ ସଫା କରିବା ପାଇଁ ନିମ୍ନଲିଖିତ ପଦ୍ଧତି ଅନୁସରଣ କରନ୍ତୁ
- ଛୋଟ ପିଲାମାନଙ୍କ ନାକ ମଧ୍ୟରେ ଥିବା ସିଘାଂଣି ଏହିପରି ଭାବରେ ଏକ ଛୁଞ୍ଚିବିହୀନ ସିରିଞ୍ଜ ସାହାଯ୍ୟରେ ବାହାର କରିଦିଅନ୍ତୁ ।
- ବଡପିଲା ଏବଂ ବୟସ୍କମାନେ ଅଳ୍ପ ଲୁଣାପାଣି ହାତରେ ନେଇ ଏହାକୁ ନାକ ଭିତରକୁ ଟାଣି ନେଇ ପାରନ୍ତି । ଏହା ନାକ ରୁନ୍ଧିହୋଇଥିଲେ ଖୋଲି ଯିବାରେ ସାହାଯ୍ୟ କରିବ । ଖାଲି ପାଣି ମଧ୍ୟ ବ୍ୟବହାର କରାଯାଇପାରେ ।
- ଫୁଟୁଥିବା ଗରମପାଣିର ବାଷ୍ପ ଶୁଘିଂବା ଦ୍ଵାରା ମଧ୍ୟ ରୁଦ୍ଧନାକ ଖୋଲିଯାଏ ।
- ନାକ ରୁନ୍ଧିହୋଇଥିଲେ ବା ସିଘାଂଣି ବୋହୁଥିଲେ, ନାକକୁ ଜୋରରେ ନ ଚିପି ରୁମାଲରେ ଆସ୍ତେ ଆସ୍ତେ ପୋଛନ୍ତୁ । ଜୋରରେ ନାକ ଚିପିବା ଦ୍ଵାରା କାନବଥା ବା ନାଳୀ ଘା’ ହୋଇପାରେ ।
- ସର୍ଦ୍ଦି ବା ଥଣ୍ଡାଜ୍ଵର ପରେ ଯଦି କୌଣସି ବ୍ୟକ୍ତି ପ୍ରାୟତଃ କାନବଥା ବା ନାଳୀ ଘା’ରେ ଆକ୍ରାନ୍ତ ହୁଅନ୍ତି, ତେବେ ସେ ଫେନାଇଲେଫ୍ରାଇନ ପରି ନାକ ସଫା କରୁଥିବା ଔଷଧ ନାକରେ ପକାଇ ଏହି ସମସ୍ୟାର ସମାଧାନ କରିପାରନ୍ତି । ଅଳ୍ପ କିଛି ଲୁଣ ପାଣିକୁ ଶୁଘିଂବା ପରେ ନାକରେ ଏହିପରି ଭାବରେ ଠୋପା ଠୋପା କରିପକାନ୍ତୁ ।
ମୁଣ୍ଡକୁ ଗୋଟିଏ ପାଖକୁ କରି ନାକପୁଡାରେ ୨ ବା ୩ ଠୋପା ପକାନ୍ତୁ । କିଛିସମୟ ଅପେକ୍ଷା କରନ୍ତୁ ଓ ତା’ପରେ ଅନ୍ୟ ପାର୍ଶ୍ଵରେ ଠିକ୍ ସେହିପରି କରନ୍ତୁ ।
ସମାଧାନ
ନାକ ସଫା କରୁଥିବା ଔଷଧ ଦୈନିକ ୩ ଥରରୁ ତଥା ୩ ଦିନରୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଡ୍ରପର ଯେପରି ନାକପୁଡାରେ ନ ଲାଗେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଗୋଟିଏ ନାକ ସଫା କରୁଥିବା ସିରପ୍ ମଧ୍ୟ ସାହାଯ୍ୟ କରିପାରେ ।
କାନବଥା ବା ନାଳୀ ଘା’ ର ପ୍ରତିରୋଧ କରନ୍ତୁ – ନାକ ଚିପନ୍ତୁ ନାହିଁ, କେବଳ ପୋଛନ୍ତୁ ।
|
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ