অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳାତଙ୍କ

ଜଳାତଙ୍କ

ଉଗ୍ର ବା ପାଗଳା ପଶୁ ଯଥା – ପାଗଳା କୁକୁର, ବିରାଡି, କୋକିଶିଆଳି, ହେଟାବାଘ ବା ବିଲୁଆ ଇତ୍ୟାଦି କାମୁଡିଲେ ଜଳାତଙ୍କ ରୋଗ ହୋଇଥାଏ । ବାଦୁଡି ଓ ଅନ୍ୟାନ୍ୟ ପଶୁ ମଧ୍ୟ ଏହି ରୋଗ ବଢିବାରେ ସାହାଯ୍ୟ କରିପାରନ୍ତି ।

ଲକ୍ଷଣ

ପଶୁଠାରେ

  • ଅଦ୍ଭୁତ ବ୍ୟବହାର କରିବା – ଉଦାସ ରହିବା, ବ୍ୟତିବ୍ୟସ୍ତ ହେବା ଓ ଉତ୍ତେଜିତ ହେବା
  • ମୁହଁରୁ ଫେଣ ବାହାରିବା, କିଛି ଖାଇ କିମ୍ବା ପିଇ ନ ପାରିବା
  • ବେଳେବେଳେ ପଶୁ ପାଗଳ ହୋଇଯାଏ ଏବଂ ନିକଟରେ ଥିବା ଯେ କୌଣସି ବ୍ୟକ୍ତି ବା ଜିନିଷକୁ କାମୁଡି ପକାଏ ।
  • ପଶୁଟି ମଧ୍ୟ ସବୁବେଳେ ଘୁମାଇଲା ପରି ହୋଇଥାଏ
  • ପଶୁଟି ୧୦ ଦିନ ମଧ୍ୟରେ ମରିଯାଇଥାଏ ।

ଲୋକଙ୍କଠାରେ ଲକ୍ଷଣ

  • କାମୁଡା ଜାଗାରେ ଯନ୍ତ୍ରଣା ଓ ଝାଇଁଝାଇଁ ହେବା
  • ଅନିୟମିତ ନିଶ୍ଵାସ ପ୍ରଶ୍ଵାସ ନେବା, ସତେ ଯେପରି ଗୋଟେ ଲୋକ କାନ୍ଦୁଛି
  • ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ପାଣିପିଇବାକୁ ଡରେ ଓ ପରେ ପାଣି ଦେଖିଲେ ଭୟ କରେ ଓ ପାଟିରୁ ଲାଳ ବାହାରେ
  • ଯଦିଓ ବ୍ୟକ୍ତି ସତେଜ ଥାଏ କିନ୍ତୁ ଉତ୍ତେଜିତ ଅନୁଭବ କରେ
  • ମୃତ୍ୟୁ ନିକଟ ହେଲେ ମୂର୍ଚ୍ଛା ଓ ପକ୍ଷାଘାତ ହୋଇଯାଏ

ଯଦି ଆପଣଙ୍କର ବିଶ୍ଵାସ ହୁଏ ଯେ କାମୁଡିଥିବା ପଶୁକୁ ଜଳାତଙ୍କ ହୋଇଛି

  • ୧୫ ଦିନ ପାଇଁ ପଶୁଟିକୁ ଦଉଡିରେ ବାନ୍ଧି ରଖନ୍ତୁ ବା ପିଞ୍ଜରାରେ ଆବଦ୍ଧ କରି ରଖନ୍ତୁ
  • କାମୁଡାଜାଗାକୁ ସାବୁନ, ପାଣି ଓ ହାଇଡ୍ରୋଜେନ ପେରକସାଇଡ ଦ୍ଵାରା ପରିଷ୍କାର କରନ୍ତୁ । ଯଦି ସାବୁନ କିମ୍ବା ହାଇଡ୍ରୋଜେନ ପେରକସାଇଡ ନ ମିଳେ ତେବେ କ୍ଷତକୁ ପାଣିରେ ସଫା କରନ୍ତୁ । ଏହା କରିବା ବାଧ୍ୟତାମୂଳକ । କ୍ଷତକୁ ବନ୍ଦ କରନ୍ତୁ ନାହିଁ । ଏହାକୁ ଖୋଲା ରଖନ୍ତୁ ।
  • କାମୁଡା ଜାଗାକୁ ସଫା କରିସାରିବା ପରେ କାରବୋଲିକ ଏସିଡରୁ କିଛି ଠୋପା ଘା’ରେ ଢାଳନ୍ତୁ । ଏକ ମିନିଟ ପରେ ସେଠାରେ ସ୍ପିରିଟ ଲଗାନ୍ତୁ । ଯଦି କାରବୋଲିକ ଏସିଡ ଓ ସ୍ପିରିଟ ନ ମିଳେ ତେବେଟଙ୍କଚର ଆୟୋଡିନ ପ୍ରୟୋଗ କରନ୍ତୁ ।
  • ଯଦି ବ୍ୟକ୍ତି ଟିଟାନସ ବିରୋଧୀ ଇଞ୍ଜେକ୍ସନ ନେଇ ନ ଥାନ୍ତି ତେବେ ଧନୁଷ୍ଟଙ୍କାର ପ୍ରତିବିଷ ଇଞ୍ଜେକ୍ସନ ଦିଅନ୍ତୁ ।
  • କ୍ଷତ ସଂକ୍ରମିତ ନ ହେବା ପାଇଁ ପେନିସିଲିନ ପରି ଗୋଟିଏ ଜୀବାଣୁନାଶୀ ଦିଆଯିବା ଉଚିତ୍ ।
  • ୧୫ ଦିନ ପୂର୍ବରୁ ଯଦି ପଶୁ ମରିଯାଏ (କିମ୍ବା ଯଦି ଏହାକୁ ମାରିଦିଆଗଲା ବା ଏହାକୁ ଧରା ନ ଯାଇ ପାରିଲା) ତେବେ କାମୁଡାଖାଇଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଆନ୍ତୁ ଯେଉଁଠାରେ ତାଙ୍କୁ ଜଳାତଙ୍କ ବିରୋଧୀ ଇଞ୍ଜେକ୍ସନରୁ ଗୋଟିଏ ଦିଆଯାଇ ପାରିବ । ଅପେକ୍ଷା କରନ୍ତୁ ନାହିଁ ।

ଜଳାତଙ୍କର ପ୍ରାରମ୍ଭିକ ଲକ୍ଷଣ, କାମୁଡିବାର ୧୦ ଦିନରୁ ୨ ବର୍ଷ ଭିତରେ ଦେଖାଦେଇଥାଏ (ସାଧାରଣତଃ ୩ରୁ ୭ ସପ୍ତାହ ମଧ୍ୟରେ ଦେଖାଦେଇଥାଏ) ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପୂର୍ବରୁ ଚିକିତ୍ସା ଆରମ୍ଭ କରାଯିବା ଦରକାର । ରୋଗ ଥରେ ଆରମ୍ଭ ହେଲେ ଭେଷଜଶାସ୍ତ୍ରରେ ଏପରି କୌଣସି ଚିକିତ୍ସା ନାହିଁ ଯାହାକି ରୋଗୀଟିକୁ ବଞ୍ଚାଇ ପାରିବ ।

ପ୍ରତିଷେଧକ

  • ପଶୁକୁ ଜଳାତଙ୍କ ହୋଇଛି ବୋଲି ସନ୍ଦେହ କରୁଥିଲେ ମାରିଦିଅନ୍ତୁ ଏବଂ ପୋତିଦିଅନ୍ତୁ ।
  • ଯଦି ସମ୍ଭବ ହୁଏ ସବୁ ବୁଲାକୁକୁରଙ୍କୁ ମାରିଦିଅନ୍ତୁ ।
  • ପୋଷା କୁକୁରକୁ ଟୀକା ଦେବାରେ ସାହାଯ୍ୟ କରନ୍ତୁ ।
  • ଯଦି ପଶୁଟି ରୋଗଣାଦେଖାଯାଉଛି ବା ଅଦ୍ଭୁତ ବ୍ୟବହାର କରୁଛି ତା’ଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ ।

ରୋଗୀଣା ଦେଖାଯାଉହିବା ବା ଅଦ୍ଭୁତ ବ୍ୟବହାର ପ୍ରଦର୍ଶନ କରୁଥିବା ପଶୁକୁ ଯତ୍ନର ସହିତ ପାଳନ କରନ୍ତୁ । ଏହା କାହାକୁ ନ କାମୁଡିଲେ ବି ଏହାର ଲାଳ କାଟି ହୋଇଯାଇଥିବା ବା ଆଞ୍ଚୁଡି ହୋଇଥିବା ଜାଗାରେ ପଡିଲେ ଜଳାତଙ୍କ ହୋଇପାରେ ।

ଆଧାରଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate