অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଶିକ୍ଷକମାନଙ୍କ ପାଇଁ ସୂଚନା

ସ୍ୱାସ୍ଥ୍ୟ – ସଚେତନତାର  ଆବଶ୍ୟକତା

ସ୍ୱାସ୍ଥ୍ୟଶିବିର  ବ୍ୟବସ୍ଥା  ମୁଖ୍ୟତଃ  ଜନଜୀବନ  ଓ ସ୍କୁଲସ୍ତରରେ  ପ୍ରଚଳିତ  ରହିଛି  । ରୋଗୀମାନଙ୍କ  ସ୍ୱାସ୍ଥ୍ୟ  ଅତି  ନିମ୍ନ  ସ୍ତରରେ  ଥିବାବେଳେ   କ୍ଷେତ୍ର – ଭିତ୍ତିକ  ସ୍ୱାସ୍ଥ୍ୟସେବା  ସମ୍ବନ୍ଧୀୟ  ଜ୍ଞାନ  ଆଦୌ  ନାହିନ  କହିଲେ  ଚଳେ   । ସମାଜର   ସମତା  ସ୍ତର  ପର୍ଯ୍ୟନ୍ତ  ସ୍ୱାସ୍ଥ୍ୟ   ଶିକ୍ଷାର  ପ୍ରସାର   କରାଯାଇପାରିଲେ  ହିଁ  ସ୍ୱାସ୍ଥ୍ୟ   ସେବାର  ବାସ୍ତବ   ସୁଫଳ  ମିଳିପାରନ୍ତା   । ସ୍ୱାସ୍ଥ୍ୟସେବା ଓ  ସ୍ୱାସ୍ଥ୍ୟଶିକ୍ଷାକୁ   ଅଧିକ  ଫଳପ୍ରଦ   କରିବାକୁ  ହେଲେ  ସ୍ୱାସ୍ଥ୍ୟ  ସେବା   ଯୋଗାଣକାରୀ  ସଂସ୍ଥାରେ   ସାଂଗଠନିକ  ପରିବର୍ତ୍ତନ  ତାର  ନୀତି  ନିୟମରେ  ଆବଶ୍ୟକୀୟ  ଉନ୍ନତି  ଆଣିବା  ସଙ୍ଗେ  ସଙ୍ଗେ  ଲୋକଙ୍କ  ଆଚରଣ  ବିଧିରେ  ମଧ୍ୟ  ପରିବର୍ତ୍ତନ  ଆଣିବାକୁ  ଉଦ୍ୟମ  କରାଯିବା  ଦରକାର  । ଅର୍ଥାତ, ଆବଶ୍ୟକତା   ଭିତ୍ତିକ   ହସ୍ତକ୍ଷେପ  ନିମନ୍ତେ  ସୁଚିନ୍ତିତ   ଯୋଜନା  କରାଯିବା  ଦରକାର   । ଏହି  ପରିପ୍ରେକ୍ଷୀରେ  ଜନସାଧାରଣଙ୍କୁ  ସଚେତନ  କରାଇବା  ଓ  ରୋଗଗୁଡିକ  ପାଇଁ   ପ୍ରତିଷେଧ  ମୂଳକ  ବ୍ୟବସ୍ଥା  ଗ୍ରହଣ  କରିବା  ପାଇଁ  ଆବଶ୍ୟକ  ହେଉଥିବା  ସ୍ୱାସ୍ଥ୍ୟଶିକ୍ଷା  ଓ  ତାଲିମ  ଆଦି  ଯୋଗାଇଦେବା  ଏହି  ପୁସ୍ତକାର  ଉଦ୍ଦେଶ୍ୟ   ।

ଶିକ୍ଷଣର  ପଦ୍ଧତି

ସ୍ୱାସ୍ଥ୍ୟଶିକ୍ଷାକୁ   ସଫଳତାର  ସହିତ  ପରିଚାଳନା  କରିବା  ପାଇଁ   ବିଭିନ୍ନ  ପ୍ରକାର  ପଦ୍ଧତି  ଗ୍ରହଣ  କରାଯାଇପାରେ,  ଯଥା :-

ପାରିସ୍ପରିକ  ବୁଝାମଣା  ପଦ୍ଧତି

ଏହି  ପ୍ରଣାଳୀ  ପ୍ରଶିକ୍ଷାର୍ଥୀଙ୍କୁ   ସକ୍ରିୟ  ଯୋଗଦାନ   ପାଇଁ  ଉତ୍ସାହିତ   କରିବା  ସହିତ  ପାରସ୍ପରିକ  ଅଭିଜ୍ଞତାର  ବିନିମୟ   ପାଇଁ  ଉନ୍ନତ   ବାତାବରଣ  ସୃଷ୍ଟିକରେ   । ଏଥିରେ  ପ୍ରଶିକ୍ଷକ  ପ୍ରଶିକ୍ଷାର୍ଥୀ, ଉଭୟ  ସାମିଲ   ହେଉଥିବାର   ଦେଖାଯାଏ   । ଗୋଷ୍ଠୀ   ସ୍ତରରେ  ଏହାର  ଉପଯୋଗିତା  ଅତ୍ୟନ୍ତ  ତାତ୍ପର୍ଯ୍ୟପୂର୍ଣ୍ଣ   । କାରଣ,  ଆଲୋଚନା   ସହିତ  ଉଦାହରଣ  ଦିଆଯିବା  ସହ  ଭୂମିକା  ଅଭିନୟ  ଜରିଆରେ  ବୁଝାମଣା   ପାଇଁ  ଏହା  ବେଶ୍  ସହାୟକ  ହୋଇଥାଏ   ।

ଏକକ  ଧାରା  ପଦ୍ଧତି

ଏହା  ଉପଦେଶାତ୍ମକ  ପ୍ରଶିକ୍ଷକ- ପ୍ରଶିକ୍ଷାର୍ଥୀ   ପଦ୍ଧତି   । ପ୍ରଶିକ୍ଷକ  କହିବେ,  ପ୍ରଶିକ୍ଷାର୍ଥୀ  ଶୁଣିବେ   । ଏ  ପ୍ରକାର  “ପ୍ରଶିକ୍ଷକ - ପ୍ରଶିକ୍ଷାର୍ଥୀ” ପଦ୍ଧତିରେ  ଶିକ୍ଷାଦାନ   କେବଳ  ଉପଦେଶାତ୍ମକ  ହୋଇଥିବାରୁ   ବୟସ୍କମାନଙ୍କ  କ୍ଷେତ୍ରରେ   ଫଳପ୍ରସୂ  ହୋଇପାରେ  ନାହିଁ   । କାରଣ  ଏଥିରେ  ପ୍ରଶିକ୍ଷାର୍ଥୀଙ୍କ  ଜ୍ଞାନ  ଓ  ଅଭିଜ୍ଞତା   ଭଳି   ଗୁରୁତ୍ଵପୂର୍ଣ୍ଣ   ଦିଗକୁ   ଉପେକ୍ଷା   କରାଯାଇଥାଏ   । ଏଣୁ  ବୟସ୍କ  ପରୀକ୍ଷାର୍ଥୀମାନଙ୍କୁ   ଶିକ୍ଷାଦାନ  ପାଇଁ  କେତେକ  ବିଶେଷ  ଦିଗ  ପ୍ରତି  ଧ୍ୟାନ  ଦେବାକୁ  ପଡେ,  ଯଦ୍ଵାରା  ସେମାନେ  ଅଧିକ  ଜାଣିବା  ପାଇଁ  ଆଗ୍ରହାନ୍ଵିତ   ହେବେ  ଓ  ସହଜରେ  ମନେ   ରଖିପାରିବେ   ।ସେହି  ଦିଗଗୁଡିକ  ହେଉଛି  ଯେତେବେଳେ   ସେମାନେ :

  • ତଥ୍ୟ  ବା  ସୂଚନା – ଶୁଣନ୍ତି  ।
  • ପ୍ରଦର୍ଶନ  ଓ  ଉଦାହରଣ – ଦେଖନ୍ତି  ।
  • ତଥ୍ୟ/ସୂଚନା  ସହିତ  ନିଜସ୍ଵ   ମତବାଦକୁ   ସଂଯୋଗ   କରି – ଆଲୋଚନା  କରନ୍ତି   ।
  • ଶିଖିଥିବା  ଜ୍ଞାନ  କୌଶଳର – ଅଭ୍ୟାସ   କରନ୍ତି   ।

ବହୁବିଧ  ଧାରା  ପଦ୍ଧତି

ସକ୍ରିୟ  ଅଂଶଗ୍ରହଣ  : ଏହି ଶିକ୍ଷା ପଦ୍ଧତିରେ  ପ୍ରଶିକ୍ଷକ  ଓ  ପ୍ରଶିକ୍ଷାର୍ଥୀଙ୍କ  ମଧ୍ୟରେ  ଆଦାନ  ପ୍ରଦାନର  ବିଶ୍ଳେଷଣ  ନିମ୍ନମତେ   ପ୍ରକାଶ  କରାଯାଇପାରେ   ।

ପ୍ରଶିକ୍ଷକ

ପ୍ରଶିକ୍ଷାର୍ଥୀ

ସେ  ଜଣେ  ପ୍ରଶିକ୍ଷଣ  ସଞ୍ଚାଳକ ଯୋଗାଯୋଗ ମାଧ୍ୟମ  ଜଣେ  ଜଣେ  ଅଂଶଗ୍ରହଣକାରୀ
ଜଣେ  ଉତ୍ତମ  ସଂଯୋଜକ ସହଜ  ଅନୁଭବ  କରନ୍ତି
ପ୍ରଶିକ୍ଷାର୍ଥୀଙ୍କ  ସହିତ  ସମାନ  ସ୍ତରରେ  କାର୍ଯ୍ୟ  କରନ୍ତି ସକ୍ରିୟ  ଭାବରେ  ଅଂଶଗ୍ରହଣ  କରନ୍ତି
ପ୍ରଶିକ୍ଷାର୍ଥୀଙ୍କ ମତାମତ ଓ ଅଭିଜ୍ଞତାକୁ ସମ୍ମାନ ଦିଅନ୍ତି ଅଭିଜ୍ଞତା ଆଦାନ ପ୍ରଦାନ କରନ୍ତି
ଶିକ୍ଷଣ ପ୍ରକ୍ରିୟାର  ସମର୍ଥକଙ୍କ ପ୍ରଶିକ୍ଷଣ  ପ୍ରକ୍ରିୟା  ଭିତରେ   ପ୍ରଶ୍ନ  ପଚାରିବା  ଭୁଲ  କରିବା  କିମ୍ବା  କିଛି  ରିସ୍କ ନେବାକୁ  ପଛନ୍ତି  ନାହିଁ  ।
ଅଭିଜ୍ଞତା  ଭିତ୍ତିକ  ପ୍ରଶିକ୍ଷଣ  ଜଣେ  ଉତ୍ତମ ସଂଗଠନ ପ୍ରଶିକ୍ଷକଙ୍କୁ  ଜଣେ  ସମ୍ବଳ,  ବ୍ୟକ୍ତି  ଦିଗଦର୍ଶକ  ତଥା  ବିଶ୍ଵାସ  ଯୋଗ୍ୟ  ପରାମର୍ଶଦାତା  ଭାବେ  ଗ୍ରହଣ  କରିଥାନ୍ତି  ।

ବୟସ୍କ – ପ୍ରଶିକ୍ଷଣ  ପଦ୍ଧତି  ଅବଲମ୍ବନ  କରି  ଜଣେ  ପ୍ରଶିକ୍ଷକ  ପ୍ରଶିକ୍ଷାର୍ଥୀମାନଙ୍କର  ବ୍ୟକ୍ତିବିଶେଷଙ୍କ  ସକ୍ରିୟ  ଅଂଶଗ୍ରହଣ  ଆଶା  ରଖିପାରିବେ   । ଏହି  ପଦ୍ଧତିରେ,  ପ୍ରଶିକ୍ଷଣ  ପାଇଥିବା  ବ୍ୟକ୍ତି  ଶୀଘ୍ର  ଜ୍ଞାନ  ଲାଭ  କରିବା  ସହିତ  ସେହି  ଜ୍ଞାନ  କୌଶଳକୁ  ମଧ୍ୟ  ଅଧିକ  ଦିନ  ପର୍ଯ୍ୟନ୍ତ  ମନେ   ରଖିପାରନ୍ତି   ।

ଭାଗୀଦାରୀ  ପ୍ରଶିକ୍ଷଣ  ପ୍ରକ୍ରିୟା ପାଇଁ ପାଞ୍ଚଗୋଟି ସୋପାନ ତାତ୍ପର୍ଯ୍ୟପୂର୍ଣ୍ଣ

ଏହି  ପାଞ୍ଚୋଟି  ସୋପାନ  ସମ୍ପର୍କରେ  ପାର୍ଶ୍ଵବର୍ତ୍ତୀ   ଚିତ୍ରରେ  ଅବତାରଣା  କରାଯାଇଛି   । ଆବଶ୍ୟକତା   ଭିତ୍ତିରେ  ଆକଳନ  କରି  ଲକ୍ଷ  ଓ  ଆଭିମୁଖ୍ୟର  ସଫଳତା ପାଇଁ   ପ୍ରଶିକ୍ଷଣର  ଶୁଭାରମ୍ଭ  କରାଯିବ ; ଏଥିପାଇଁ  ସଠିକ  ବିଷୟ ବସ୍ତୁ  ଓ  କାର୍ଯ୍ୟନିର୍ଘଣ୍ଟର  ଯୋଜନା  କରାଯିବା  ଦରକାର    । ପର୍ଯ୍ୟାଲୋଚନା   ଓ  ମୂଲ୍ୟାୟନର  ପ୍ରକ୍ରିୟା  ମାଧ୍ୟମରେ  ପ୍ରଶିକ୍ଷାର୍ଥୀଙ୍କ  ତାଲିମ  ଜ୍ଞାନର  ମାନଦଣ୍ଡ  ଜଣାପଡେ  ଏବଂ  ପରବର୍ତ୍ତୀ   ତାଲିମ   ବା  ପୁନରାବଲୋକନର  ଆବଶ୍ୟକତା   ସମ୍ପର୍କରେ  ବିଚାର  କରାଯାଇଥାଏ   ।

  1. ଆବଶ୍ୟକତାର  ଆକଳନ
  2. ପ୍ରଶିକ୍ଷାର୍ଥୀଙ୍କ  ଜ୍ଞାନର  ସ୍ଥିତି, ମନୋଭାବ  ତଥା  ଆବଶ୍ୟକତା  ଆକଳନ  କରି  ପ୍ରଶିକ୍ଷକ   ଶିକ୍ଷାଦାନ  ପାଇଁ  ଯୋଜନା ଓ  କାର୍ଯ୍ୟ  ନିର୍ଘଣ୍ଟ  ଆଦି  ପ୍ରସ୍ତୁତ   କରିବେ  । ଆବଶ୍ୟକତାର  ସଠିକ   ଆକଳନ  ହିଁ  ପ୍ରଶିକ୍ଷକଙ୍କୁ  ସଠିକ  କାର୍ଯ୍ୟକ୍ରମର  ଯୋଜନା  କରିବାରେ   ହୁଏ,  ଯାହା  ପ୍ରଶିକ୍ଷାର୍ଥୀଙ୍କ  ଜ୍ଞାନ  କୌଶଳ ଓ  ମନୋବୃତ୍ତିର  ଅଭିବୃଦ୍ଧି   ପାଇଁ  ପଥ  ପ୍ରଦର୍ଶକ  ହୁଏ   ।

  3. ଉପଲକ୍ଷ ଓ ଉଦ୍ଦେଶ୍ୟ
  4. ଉପଲକ୍ଷ୍ୟ

    ପ୍ରଶିକ୍ଷଣର  ଦୃଷ୍ଟିଭଙ୍ଗୀ  ହିଁ  ନିର୍ଣ୍ଣୟକରେ  ତାର  ଉପଲକ୍ଷ୍ୟ   । ଲକ୍ଷ୍ୟ  ହାସଲ  ପାଇଁ  ତାଲିମ  କାର୍ଯ୍ୟକ୍ରମକୁ  କିଭଳି  ଆଗକୁ  ନେବାକୁ  ହେବ  ତାହା  ଏଥିରେ  ବର୍ଣ୍ଣନା   କରାଯାଇଥାଏ   । ତାଲିମରୁ  ପ୍ରାପ୍ତ  ଜ୍ଞାନ  ଆଗାମୀ  ଦିନରେ  କି  ପ୍ରକାରେ  କାର୍ଯ୍ୟ  କ୍ଷେତ୍ରରେ  ବିନିଯୋଗ  ହୋଇପାରିବ  ସେ  ବିଷୟରେ  ମଧ୍ୟ  ଏଥିରେ  ସମକ୍ୟ  ଧାରଣା  ଦିଆଯାଇଥାଏ   ।

    ଉଦ୍ଦେଶ୍ୟ

    ଆବଶ୍ୟକୀୟ  ଜ୍ଞାନ  ଓ  କୌଶଳ  ହାସଲ  କରିବା  ପରେ  ଅଂଶଗ୍ରହଣକାରୀମାନେ  ଯେଉଁ   କାର୍ଯ୍ୟ   କରିବା   ପାଇଁ  ସମର୍ଥ   ହେବେ,  ତାକୁ  ହିଁ  ପ୍ରଶିକ୍ଷଣ  କାର୍ଯ୍ୟକ୍ରମର   ‘ଉଦ୍ଦେଶ୍ୟ’  ବୋଲି  କୁହାଯାଏ   ।

    ଉଦ୍ଦେଶ୍ୟର  ଆବଶ୍ୟକତା

    • ତାଲିମ  କାର୍ଯ୍ୟକ୍ରମକୁ  ଉଦ୍ଦେଶ୍ୟମୂଳକ, ନିର୍ଦ୍ଧିଷ୍ଟ  ଏବଂ  ପ୍ରଭାବଶାଳୀ  ଭାବରେ   ଯୋଜନାବଦ୍ଧ  କରିବା  ପାଇଁ
    • ତାଲିମର  ମୂଲ୍ୟାୟନ  ଓ  ମାନଦଣ୍ଡର   ନିର୍ଦ୍ଧାରଣ  ପାଇଁ
  5. ପାଠ୍ୟକ୍ରମର  ରୂପରେଖ
  6. ପ୍ରଶିକ୍ଷଣ  ପାଇଁ  ଲିଖିତ  ଅଣୁଦେଶାବଳୀ  ହିଁ  ପାଠ୍ୟକ୍ରମର  ରୂପରେଖ   ବା  ସେସନ  ପ୍ଲାନ  । ଏଥିରେ  ପ୍ରଶିକ୍ଷଣ  କାର୍ଯ୍ୟର   ସମ୍ୟକ  ସୂଚନା  ରହିବା  ସହିତ  ପାଠ୍ୟକ୍ରମର  ରୂପରେଖ  ଏବଂ  ପ୍ରଶିକ୍ଷାର୍ଥୀଙ୍କ  ଆବଶ୍ୟକତା  ବିଷୟ  ବ୍ୟାଖ୍ୟା   କରାଯାଇଥାଏ   ।ଏହା  ପ୍ରଶିକ୍ଷକଙ୍କୁ  ତାଲିମ  କାର୍ଯ୍ୟକ୍ରମକୁ   ସଂଗଠିତ  କରିବାରେ  ସହାୟତା  କରେ   ।

    ପାଠ୍ୟକ୍ରମ  ପ୍ରସ୍ତୁତି  ବେଳେ  ପ୍ରଶିକ୍ଷକର  ସମସ୍ତ  ଦିଗ  ପ୍ରତି  ଧ୍ୟାନ  ଦେବା  ଜରୁରୀ   ।  ଏଣୁ  ନିମ୍ନ  ଲିଖିତ  ଦିଗ  ଗୁଡିକର  ଅବତାରଣା  କରାଯାଇପାରେ :<

    • ପ୍ରଶିକ୍ଷଣର  ଲକ୍ଷ୍ୟ  କ’ଣ ?
    • ନିର୍ଦ୍ଧିଷ୍ଟ  ବିଷୟ  ପାଇଁ  ସମୟସୀମା   ନିର୍ଦ୍ଧାରଣ   ।
    • ଶିକ୍ଷାଦାନ  ପଦ୍ଧତି  ନିର୍ଦ୍ଧାରଣ   ।
    • ଶିକ୍ଷାଦାନ   ପାଇଁ  ଆବଶ୍ୟକ  ସାଧନ  ସମୂହ  ।
    • ତାଲିମ  ପରେ  ଲବ୍ଧଜ୍ଞାନର  ସଠିକ  ମୂଲ୍ୟାୟନ  ପାଇଁ  ମାପଦଣ୍ଡର  ରୂପରେଖ   ନିର୍ଦ୍ଧାରଣ   ।

    ବିଷୟସୂଚୀ  ପାଇଁ  ଯୋଜନା

    ବିଷୟସୂଚୀର  ଯୋଜନା  ପ୍ରସ୍ତୁତ   କଲାବେଳେ   ପ୍ରଶିକ୍ଷାର୍ଥୀମାନେ   ଯାହା   ନିଶ୍ଚିତ   ଭାବେ  ଜାଣିବା  ଦରକାର  ତା’ଉପରେ   ହିଁ  ଗୁରୁତ୍ଵ   ଦିଆଯିବ  । ଅନ୍ୟାନ୍ୟ   ଆନୁସଙ୍ଗିକ  ଜ୍ଞାତବ୍ୟ   ବିଷୟ,  ସୂଚନା, ବହିପତ୍ରର  ସୂଚନା  ପ୍ରଦାନପୂର୍ବକ  ପରସ୍ପର  ମଧ୍ୟରେ  ବାର୍ତ୍ତାଳାପ  ଓ  ଅଭିଜ୍ଞତାର  ଆଦାନ  ପ୍ରଦାନକୁ  ମଧ୍ୟ  ଉତ୍ସାହିତ  କରାଯିବ   ।

    କେନ୍ଦ୍ରରେ  ଥିବା  ‘ଏକାନ୍ତ  ଆବଶ୍ୟକ’ ବିଷୟ  ଉପରେ  ଅଧିକ  ଗୁରୁତ୍ଵ  ଏବଂ  ଅଧିକ  ସମୟ  ଦେଇ  ‘ଜାଣିବା  ଉଚିତ’ ରେ  ତା  ଠାରୁ   କମ୍  ଗୁରୁତ୍ଵ  ଦେବା  ଦରକାର   । ‘ଜାଣିଲେ  ଭଲ’  ବିଷୟ  ଗୁଡିକ  ଉପରେ   ସମୟ  ବଳିଲେ  ଆଲୋଚନା  କରାଯାଇପାରେ   । ଏହି  ସୂତ୍ର  ଅନୁସାରେ  ଶିକ୍ଷଣୀୟ  ବିଷୟର   ବିନ୍ୟାସ   କରାଗଲେ  ସମୟର   ଉପାଦେୟ   ବ୍ୟବହାର  ହୋଇପାରିବ   ।

  7. କାର୍ଯ୍ୟାନ୍ଵୟନ
  8. ପ୍ରଶିକ୍ଷଣ  ପ୍ରଣାଳୀ ଓ  ସାମଗ୍ରୀ : ପ୍ରଶିକ୍ଷଣ  ଏକ  ବିଶେଷ  କର୍ମକୁଶଳତା  ଅଟେ   । ପ୍ରତ୍ୟକ  ପ୍ରଶିକ୍ଷକ  ନିଜର  ଅଭିଜ୍ଞତା  ଓ  ଦକ୍ଷତା   ଅନୁଯାୟୀ  ତାଲିମ  ପ୍ରଦାନ  କରିଥାନ୍ତି   । ପ୍ରଶିକ୍ଷଣର  ପ୍ରଣାଳୀ  ଓ  ସାମଗ୍ରୀକୁ  ପାଥେୟ  କରି  ପ୍ରଶିକ୍ଷାର୍ଥୀଙ୍କୁ  ନୂଆ  ନୂଆ  ଜ୍ଞାନ, କୌଶଳ  ଓ  ଅଭିଜ୍ଞତା  ବଣ୍ଟନ  କରିବାକୁ  ପ୍ରୟାସ  କରନ୍ତି   ।

    ପ୍ରଶିକ୍ଷଣ  ପ୍ରଣାଳୀ – କିଛି  ସାଧାରଣ  ପ୍ରସଙ୍ଗ

    ଏକ  ନିର୍ଦ୍ଧିଷ୍ଟ  ପାଠ୍ୟକ୍ରମ  ପାଇଁ  ଶିକ୍ଷାଦାନ  ପଦ୍ଧତି  ସ୍ଥିର  କଲାବେଳେ  ନିମ୍ନଲିଖିତ  ପ୍ରଶ୍ନଗୁଡିକୁ  ବିଚାରକୁ  ନେବା  ଦରକାର,  ଯଥା :-

    • ଲକ୍ଷ୍ୟ  ହାସଲ  ପାଇଁ  ଏହି  ପଦ୍ଧତି  ଅନୁକୂଳ  କି ?
    • ଏହି  ପଦ୍ଧତି  ବ୍ୟବହାର  ପାଇଁ  ପ୍ରଶିକ୍ଷାର୍ଥୀଙ୍କ  ଠାରେ  ମହଜୁଦ  ଥିବା  ଜ୍ଞାନ  ଛଡା  ଆହୁରି  ଅଧିକ  ଜ୍ଞାନ  ଓ  କୁଶଳତା  ଦରକାର  କି ?
    • ଏହି  ପାଠ୍ୟକ୍ରମର   ସମୟସୀମା   କେତେ  ହେବା  ଦରକାର  ? ସେତିକି  ସମୟ  ଅଛି  କି ?
    • କେତେ  ସ୍ଥାନର  ଆବଶ୍ୟକତା  ଅଛି  ? ତାହା  ସୁଲଭ  କି ?
    • ଏହି  ପଦ୍ଧତି  ପ୍ରଶିକ୍ଷାର୍ଥୀଙ୍କ  ସଂଖ୍ୟା  ଓ  ପ୍ରକାରଭେଦ  ଅନୁସାରେ  ସମୁଚିତ  କି ?
    • ପ୍ରଶିକ୍ଷଣ  ପାଇଁ  କେଉଁ  ପ୍ରକାର  ଶିକ୍ଷା  ସାମଗ୍ରୀର  ଆବଶ୍ୟକତା  ରହିଛି  ଏବଂ  ତାହା  ସୁଲଭ  କି  ?
    • ଏହି  ପ୍ରଣାଳୀରେ  ଶିକ୍ଷାଦାନ  ପାଇଁ  ବିଶେଷ   କୁଶଳତାର   ଆବଶ୍ୟକତା  ଅଛି  କି ? ବର୍ତ୍ତମାନର  ପ୍ରଶିକ୍ଷକଙ୍କ  ପାଖରେ  ଏହି  କୁଶଳତା  ଅଛି  ତ ?

    ଜ୍ଞାନର  ଅଭିନିବେଶ  ପାଇଁ  ପ୍ରଶିକ୍ଷଣ  ପଦ୍ଧତି

    ପ୍ରଶିକ୍ଷାର୍ଥୀଙ୍କର  ଯାହା   ଜାଣିବା  ଆବଶ୍ୟକ  ତାକୁ  ହିଁ  ଦୃଷ୍ଟିରେ  ରଖି  ପ୍ରଶିକ୍ଷଣ  ଦିଆଯିବା  ଉଚିତ  । ଏଣୁ  ନିମ୍ନଲିଖିତ  ପଂକ୍ତି   ଗୁଡିକ  ପ୍ରଣିଧ୍ୟାନ  ଯୋଗ୍ୟ :

    • ପ୍ରଶିକ୍ଷାର୍ଥୀମାନେ  ଏ  ବିଷୟଟି  କାହିଁକି  ଜାଣିବା  ଦରକାର – ସେଥିପାଇଁ  ସେମାନଙ୍କ  ଧ୍ୟାନ  ଆକର୍ଷଣ  କରନ୍ତୁ  ? ଏକଗପ  ମାଧ୍ୟମରେ  ବିଷୟର   ଗୁରୁତ୍ଵ   ବୁଝାଇବା  ଉଚିତ   ।
    • ବିଷୟ  ଉପରେ  ପ୍ରଥମେ  ସଂକ୍ଷେପରେ   ଧାରଣା  ଦିଅନ୍ତୁ   ।
    • ପ୍ରଶିକ୍ଷାର୍ଥୀଙ୍କ  ଚିନ୍ତନ – ମନ୍ଥନ  ପାଇଁ  କିଛି  ଯଥାର୍ଥ  ପ୍ରଶ୍ନ  ପ୍ରସ୍ତୁତି  କର  ରଖନ୍ତୁ   ।
    • ବକ୍ତବ୍ୟକୁ  ବଳିଷ୍ଠ  କରିବା  ପାଇଁ  ସୂଚନାପତ୍ର  ବାଣ୍ଟି   ଦିଅନ୍ତୁ   ।ଏହା  ପ୍ରଶିକ୍ଷାର୍ଥୀଙ୍କୁ  ଲେଖିବାରୁ  ମୁକ୍ତି  ଦେଇ  ପ୍ରଶିକ୍ଷଣରେ  ସକ୍ରିୟ  ଅଂଶ  ଗ୍ରହଣ  କରିବାରେ   ସାହାଯ୍ୟ  କରିଥାଏ   । ସୂଚନାପତ୍ରକୁ   ମଧ୍ୟ  ସେମାନେ  ପରେ  ବ୍ୟବହାର   କରିପାରିବେ   ।
    • ବିଷୟବସ୍ତୁର  ବ୍ୟବହାର  ସମ୍ପର୍କରେ  କିଛି  ଗଳ୍ପ  ବା  ଅଭିଜ୍ଞତା  ବଣ୍ଟନ  କରିବାକୁ  ପ୍ରଶିକ୍ଷାର୍ଥୀଙ୍କୁ  ଉତ୍ସାହିତ  କରନ୍ତୁ  ।
    • ପ୍ରଶିକ୍ଷଣକୁ  ଆକର୍ଷଣୀୟ   କରିବା  ପାଇଁ   ଚକ  ବୋର୍ଡ, ଫ୍ଲିପ ଚାର୍ଟ,  ମଡେଲ,  ଫଟୋଗ୍ରାଫ,  ସ୍ଲାଇଡ / ଭିଡିଓ  ଆଦିର   ବ୍ୟବହାର  କରନ୍ତୁ    ।

    କୁଶଳତାର  ବିକାଶ  ପାଇଁ  ପ୍ରଶିକ୍ଷଣ  ପଦ୍ଧତି

    ଅଭ୍ୟାସ  ପର୍ଯ୍ୟାୟ

    ପ୍ରଶିକ୍ଷଣରେ  କୁଶଳତା  ଶିକ୍ଷା  ପାଇଁ  ଏହା  ଅତି  ଜରୁରୀ   । ଏଥିପାଇଁ  ସମୟ  ଦେବା  ସହିତ  ପ୍ରଶିକ୍ଷକ  ଫିଡବ୍ୟାକ  ଯୋଗାଇଦେବା  ଦରକାର   । ପ୍ରତ୍ୟକ  ପ୍ରଶିକ୍ଷାର୍ଥୀ   ଏଥିରେ  ଅଂଶ  ଗ୍ରହଣ  କରିବା  ଦରକାର   ।

    ପ୍ରଶିକ୍ଷାର୍ଥୀଙ୍କ  ଭୂମିକା

    ଯୋଗାଯୋଗ  କୌଶଳ  ଶିକ୍ଷା  ପାଇଁ  ରୋଲ  ପ୍ଲେ  ବା  ଭୂମିକା  ଅଭିନୟ  ଖୁବ୍  ଉପାଦେୟ   । ଏଥିରେ  ପ୍ରଶିକ୍ଷାର୍ଥୀମାନେ  ଅନୁଭବ  କରନ୍ତି  ଯେମିତି  ସେମାନେ  ନାଟକର  ଜଣେ  ଜଣେ  ଚରିତ୍ର  ଅଟନ୍ତି   । ପ୍ରଶିକ୍ଷକ  ବିଷୟବସ୍ତୁ  ସହ  ଜଡିତ   କୌଣସି  ଏକ  ପରିବେଶ  ବର୍ଣ୍ଣନା   କରିବେ,  ଏବଂ  ପ୍ରଶିକ୍ଷାର୍ଥୀମାନେ  ସେହି  ପରିବେଶକୁ   ଅଭିନୟ  ମାଧ୍ୟମରେ  ଖୁବ୍   ଅଳ୍ପ  ସମୟ  ମଧ୍ୟରେ  ପରିବେଷଣ   କରିବେ   ।

    ବିଷୟ  ଅନୁଧ୍ୟାନ

    ବିଷୟ  ଅନୁଧ୍ୟାନ  ପଦ୍ଧତିଟି  ସମସ୍ୟା – ସମାଧାନ  ତଥା  ନିର୍ଣ୍ଣୟ   ଗ୍ରହଣର  କୌଶଳ  ପାଇଁ  ଖୁବ୍  ଉପଯୋଗୀ   । ଏହି  ପଦ୍ଧତିରେ  ଏକ  ନିର୍ଦ୍ଧିଷ୍ଟ  ଅବସ୍ଥା  ସମ୍ପର୍କରେ  ବର୍ଣ୍ଣନା   କରାଯିବ  ଏବଂ  ପ୍ରଶିକ୍ଷାର୍ଥୀମାନେ  ସେ  ଅବସ୍ଥାରେ  କ’ଣ  କରାଯିବା  ଉଚିତ  ମନେ   କରୁଛନ୍ତି  ତା  ଉପରେ  ଦଳଗତ  ଆଲୋଚନା  କରିବେ   । ରୋଗର  ନିଦାନ,  ଚିକିତ୍ସା  କିମ୍ବା  ପରିଚାଳନାଗତ   ବା  ଆନୁଷ୍ଠାନିକ   ସମସ୍ୟା  ଆଦି  ସମ୍ପର୍କରେ  କୌଣସି   ଏକ  ଅବସ୍ଥାର   ଅବତାରଣା   କରାଗଲେ  ପ୍ରଶିକ୍ଷାର୍ଥୀମାନେ  ତା  ଉପରେ  ନିଜ  ନିଜ  ଅଭିଜ୍ଞତାରୁ  ଆଲୋଚନା  କରିପାରିବେ   । ଏହିପରି  ଭାବରେ  ଏକ  ବାସ୍ତବ  ପରିସ୍ଥିତି   ଅନୁଧ୍ୟାନ  ଓ  ଅନୁଶୀଳନରୁ  ପ୍ରଶିକ୍ଷାର୍ଥୀମାନେ  ଯାହା    ଶିଖିପାରିବେ,  ତାର  ପ୍ରଭାବ  ଦୀର୍ଘସ୍ଥାୟୀ   ।

    ଅନୁକୂଳ  ମନୋବୃତ୍ତି  ବା  ଆଟିଚୁଡ  ସୃଷ୍ଟି  ପାଇଁ  ପ୍ରଶିକ୍ଷଣ   ପଦ୍ଧତି

    କୌଣସି  କାର୍ଯ୍ୟ  ପାଇଁ  ଅନୁକୂଳ  ମନୋବୃତ୍ତି  ବା  ଆଚରଣ  ଏକାନ୍ତ  ଜରୁରୀ  । ଗୋଟିଏ  କାର୍ଯ୍ୟକୁ   ଦକ୍ଷତାର  ସହିତ  ସମ୍ପୂର୍ଣ୍ଣ  କରିବା  ପାଇଁ  କେବଳ  ଜ୍ଞାନ   ଓ  କୁଶଳତା   ଯଥେଷ୍ଟ  ନୁହେଁ   । ରୋଗୀ  ସହିତ  ସ୍ୱାସ୍ଥ୍ୟକର୍ମୀଙ୍କ  ଯତ୍ନଶୀଳ   ମନୋଭାବ   ଏବଂ  ସମ୍ପର୍କରେ  ହିଁ  ଥାଏ   ଚିକିତ୍ସାର  ଚାବିକାଠି   । ଏଭଳି  ମନୋବୃତ୍ତି  ସୃଷ୍ଟି  କରିବା  ସକାଶେ   ଚାରିପ୍ରକାର  ପଦକ୍ଷେପ   ଗ୍ରହଣୀୟ  ଯଥା : -

    ତଥ୍ୟର  ପରିବେଷଣ  ଓ  ଭାବ  ବିନିମୟ  :

    ପ୍ରଶିକ୍ଷକ  ଗୋଟିଏ  ନିର୍ଦ୍ଧିଷ୍ଟ  କାର୍ଯ୍ୟକୁ  ସଫଳତାର  ସହିତ  ପୂର୍ଣ୍ଣାଙ୍ଗ  କରିବାପାଇଁ  ଅନୁକୂଳ  ମନୋଭାବର  ଆବଶ୍ୟକତା  ବିଷୟ  ଉପରେ  ତଥ୍ୟର   ଅବତାରଣା   କରି  ପ୍ରଶିକ୍ଷାର୍ଥୀଙ୍କୁ  ଉତ୍ସାହିତ  କରିବେ  ।

    ଉଦାହରଣ  ଓ  ନମୁନା  ପ୍ରଦର୍ଶନର  ବ୍ୟବସ୍ଥା :

    ଉନ୍ନତ  ବୁଝାମଣା  ସୃଷ୍ଟିକରିବା  ପାଇଁ  ସ୍ଥାନୀୟ  ବିଷୟର   ଉଦାହରଣ  ଏବଂ  ନମୁନା  ପ୍ରଦର୍ଶନ   ଅତ୍ୟନ୍ତ  ଉପଯୋଗୀ  ସାବ୍ୟସ୍ତ  ହେବ   ।

    ଅଭିଜ୍ଞତାର ବିନିମୟ :

    ମା’  ଓ  ଶିଶୁ  ସନ୍ତାନର   ସ୍ୱାସ୍ଥ୍ୟ  ବା  ଅନ୍ୟ  କୌଣସି  ସ୍ୱାସ୍ଥ୍ୟସେବା  ସମ୍ବନ୍ଧୀୟ  ପୁସ୍ତକ  ଗଠନ  ଅପେକ୍ଷା   ପ୍ରତ୍ଯକ୍ଷ   ଅନୁଭୂତିର  ବର୍ଣ୍ଣନା  ପ୍ରଶିକ୍ଷାର୍ଥୀଙ୍କ  ଉପରେ  ଗଭୀର  ପ୍ରଭାବ  ପକାଇପାରେ   ।

    ଛୋଟ  ଛୋଟ  ଦଳ  ମାଧ୍ୟମରେ  ଆଲୋଚନା :

    ପରସ୍ପର   ମତ  ବିନିମୟ   ଜରିଆରେ   ପ୍ରଶିକ୍ଷାର୍ଥୀଙ୍କ   ମନୋବୃତ୍ତିରେ  ଗଭୀର  ଆଲୋଡନ   ସୃଷ୍ଟି  ହୁଏ   ।ଛୋଟ  ଛୋଟ  ଦଳ  ଗଠନ  କରି   ପରସ୍ପର   ମଧ୍ୟରେ   ଆଲୋଚନା  ଜରିଆରେ  ବକ୍ତବ୍ୟ   ରଖିବାର   ସୁଯୋଗ  ସୃଷ୍ଟି  କରାଗଲେ   ଅନୁକୂଳ  ମନୋଭାବ  ଉଦ୍ରେକ   ହେବ   ।

    ପ୍ରଶିକ୍ଷଣ  ସାମଗ୍ରୀ  ଓ  ସାଧନ  :

    ପ୍ରଶିକ୍ଷଣ  ପାଇଁ  କେତେକ  ଲିଖିତ  ସାମଗ୍ରୀ   ବ୍ୟବହାର  କରାଯାଏ  । ଏହା  ନଥିଲେ   ପ୍ରଶିକ୍ଷକ  ନିଜେ  ଏହା  ପ୍ରସ୍ତୁତ  କଲାବେଳେ ନିମ୍ନଲିଖିତ  ବିଷୟ  ପ୍ରତି  ଧ୍ୟାନ  ଦେବା  ଆବଶ୍ୟକ ;

    • ପ୍ରଶିକ୍ଷାର୍ଥୀମାନଙ୍କ   ପାଇଁ  ଆବଶ୍ୟକ   ହେଉଥିବା  ଜ୍ଞାନ  ସକାଶେ  ହିଁ  ଏହା  ଉଦ୍ଦିଷ୍ଟ   ହୋଇଥିବ  ।
    • ଏହା  ଖୁବ୍  ସ୍ପଷ୍ଟ  ହୋଇଥିବ  ।
    • ଏହାର  ପୃଷ୍ଠା  ଗୁଡିକ  ପରିଷ୍କାର   ଭାବେ  ସଜଡା   ହି  ରହିଥିବା  ଉଚିତ   ।
    • ଲେଖାର  ଭାଷା  ଓ  ଚିତ୍ର   ଆଦି  ପ୍ରଶିକ୍ଷାର୍ଥୀଙ୍କ   ଜ୍ଞାନର  ମାପ  ସହିତ  ଖାପ  ଖୁଆଇଲାଭଳି   ହେବା  ଉଚିତ   । ଯଥା : - ଯଦି  ପ୍ରଶିକ୍ଷାର୍ଥୀମାନେ  ଗ୍ରାଫ  ବୁଝିପାରିବେ  ତେବେ  ଗ୍ରାଫ  ବ୍ୟବହାର  କରାଯାଇପାରେ   ।
    • ଅଡିଓ  ଭିଜୁଆଲ   ମାଧ୍ୟମରେ  ପ୍ରଶିକ୍ଷଣ  ଖୁବ୍  ପ୍ରଭାବଶାଳୀ ହୁଏ  । ସେହି  ଅନୁସାରେ  ତାର  ପ୍ରସ୍ତୁତ  ଏବଂ  ଚୟନ  ହେବା  ଦରକାର   ।
  9. ତଦାରଖ  ପ  ମୂଲ୍ୟାୟନ
  10. ତାଲିମର  ଫଳାଫଳ  ନିର୍ଦ୍ଧାରଣ   ପାଇଁ  ଆବଶ୍ୟକ  ତଥ୍ୟାଦିର   ସଂଗ୍ରହ  ଓ  ତାର  ସମୀକ୍ଷାର  ପ୍ରକ୍ରିୟା   ହେଉଛି  ତଦାରଖ  ଓ  ମୂଲ୍ୟାୟନ  । ‘ତଦାରଖ’  ପ୍ରକ୍ରିୟା  କାର୍ଯ୍ୟକ୍ରମ  ଚାଲିଥିବାବେଳେ  ଏବଂ  ‘ମୂଲ୍ୟାୟନ’  ପ୍ରକ୍ରିୟା  କାର୍ଯ୍ୟକ୍ରମଟି  ଶେଷହେବାପରେ   କରାଯାଏ   । ଗୁଣାତ୍ମକମାନର  ପ୍ରଶିକ୍ଷଣକୁ  ଦୃଷ୍ଟିରେ  ରଖି  ପ୍ରଶିକ୍ଷାର୍ଥୀମାନେ  ଅର୍ଜିଥିବା  ଜ୍ଞାନ,  କୌଶଳ ଓ  ମନୋବୃତ୍ତି   ସେମାନଙ୍କ  କର୍ମ  କ୍ଷେତ୍ରରେ   ଯେପରି  ଉପଯୋଗୀ   ହେବ,  ତାହା  ଦେଖିବା  ତଦାରଖ  ଓ  ମୂଲ୍ୟାୟନର  କାର୍ଯ୍ୟ  । ଭବିଷ୍ୟତର  ଯୋଜନା  ଓ  କାର୍ଯ୍ୟସୂଚୀ   ପ୍ରସ୍ତୁତ   କରିବା  ବେଳେ  ମଧ୍ୟ  ତଦାରଖ  ଓ  ମୂଲ୍ୟାୟନ  ଫଳାଫଳକୁ  ଦୃଷ୍ଟିରେ  ରଖିବା   ଦରକାର   ।

ଆଧାର :ଓଡିଶା  ଜଳ  ବିଭାଜିକା  ଉନ୍ନୟନ  ମିଶନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate