অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ. ଆଇ.ଭି / ଏଡସ୍ ପରାମର୍ଶ (ବିଭାଗ – ୩)

କୁଶଳୀ  ପରାମର୍ଶଦାତା

  1. ଉତ୍ସାହ :
  2. ରୋଗୀକୁ  ଉତ୍ସାହିତ  କରିବା ପରାମର୍ଶଦାତାଙ୍କ  ଏକ ମୁଖ୍ୟ  ଗୁଣ  ଅଟେ  । ଏହାଦ୍ୱାରା  ରୋଗୀ  ଉତ୍ସାହିତ  ହୋଇ  ନିଜ  ଉପରେ  ଆସ୍ଥାରଖି   ଜୀବନକୁ  ଅଧିକ  ଉପଯୋଗୀ  କରିଥାଏ   ।

  3. ସୃଜନା :
  4. ରୋଗୀର  ଆବଶ୍ୟକତାକୁ  ନେଇ  ପରାମର୍ଶଦାତା ବିଭିନ୍ନ  ପ୍ରକାର  କୌଶଳ  ଯଥା ସୃଜନଶୀଳତା , ସମନ୍ଵୟ  ଓ   ଆବଶ୍ୟକତା  ଆନୁଯାୟୀ  ପରିବର୍ତ୍ତନ  ବୁଝାଇଥାଆନ୍ତି।

  5. ଆବେଗିକ ଦୃଢତା:
  6. ପରାମର୍ଶଦାତାର  ଆବେଗିକ  ଭାରସାମ୍ୟ  ରକ୍ଷା ନ  ହୋଇପାରିଲେ   ରୋଗୀର  କ୍ଷତି  ହେବାର  ସମ୍ଭାବନା  ଥାଏ । ଏହାଦ୍ୱାରା   ରୋଗୀ  ମନରେ  ସନ୍ଦେହ  ଓ ଦ୍ଵିଧା  ସୃଷ୍ଟି  ହୋଇ  ରୋଗୀ ଅଧିକ  ନିରାଶ   ହୋଇଯାଏ ।

  7. ହୃଦୟଗ୍ରାହୀ  ଏବଂ  ଯତ୍ନଶୀଳ :
  8. ଯେଉଁମାନଙ୍କର ସାହାଯ୍ୟ ସହଯୋଗର  ଆବଶ୍ୟକତା  ଆଛି, ସେମାନଙ୍କୁ  ସାହାଯ୍ୟ  କରିବା  ପରାମର୍ଶଦାତାଙ୍କର  କର୍ତ୍ତବ୍ୟ ଅଟେ ।ସେମାନେ  ଅନ୍ୟମାନଙ୍କର  ଆବେଗିକ  ସ୍ଥିତି  ପ୍ରତି  ଅଧିକ  ସମ୍ବେଦନଶୀଳ  ହୋଇଥାନ୍ତି  । ଏଡସ୍  ରୋଗୀ  ଏମାନଙ୍କଠାରୁ  ସାହାଯ୍ୟ  ଓ ଦୟା  ପାଇବା  ସହିତ , ଜୀବନକୁ  କିପରି   ସୃଜନାତ୍ମ   କରି ହେବ   ତାହାର   ଉପାଦାନ  ପାଇଥାନ୍ତି  ଏହାଦ୍ୱାରା   ରୋଗୀ  ସମ୍ମୁଖୀନ  ହେଉଥିବା  ସମସ୍ୟାକୁ  ଏହିଭାବ  ସମାଧାନ  କରିପାରେ ।

  9. ଆତ୍ମ  ଚେତନା :
  10. ଆତ୍ମ  ଚେତନା  ଜଣେ  ପରାମର୍ଶଦାତାଙ୍କୁ  ଅଧିକ  ସହଯୋଗ  କରିଥାଏ  । ସେ ନିଜର  ସୀମାକୁ  ଭଲଭାବରେ  ଜାଣି  ରୋଗୀକୁ  ପରାମର୍ଶ  ଦେଇଥାନ୍ତି   ।

  11. ସାମଗ୍ରିକ ବିକାଶ
  12. ଏହାଦ୍ୱାରା  ରୋଗୀର  ସାମଗ୍ରିକ  ବିକାଶ  ହେବା  ସହିତ  ରୋଗୀ  ଉତ୍ସାହିତ  ହୋଇ  ଜୀବନକୁ  ଅଧିକ   ସରସ  ସୁନ୍ଦର  କରିବାରେ   ସମର୍ଥ  ହୋଇଥାଏ   ।

  13. ଗୁଣାତ୍ମକ ଆତ୍ମ ସ୍ୱରୂପ
  14. ପରାମର୍ଶଦାତାଙ୍କର   ନିଜର  ଆତ୍ମାସ୍ଵରୂପ  ଦ୍ଵାରା  ରୋଗୀକୁ  ନକରାତ୍ମକ  ପ୍ରବୃତ୍ତିରୁ  କ୍ଷାନ୍ତ  କରି  ସକାରାତ୍ମକ   ଚିନ୍ତାଧାରା  ଆଣିବାରେ   ସାହାଯ୍ୟ  କରିଥାଏ  ।

  15. ନିଜେ  ରୋଗୀ  ପାଇଁ  ନିଷ୍ପତି  ନ  ନେବା
  16. ରୋଗୀକୁ  ନିଷ୍ପତି  ନେବାରେ  ସାହାଯ୍ୟ  କରିବା, ପରାମର୍ଶଦାତା  ରୋଗୀ  ଉପରେ  ନିଜର  ମୂଲ୍ୟ  ଓ  ବିଚାରବୋଧ   ଲଦିଦେବା  ଉଚିତ  ନୁହେଁ  ଓ ରୋଗୀ ପାଇଁ  କେଉଁଟା  ଖରାପ ବିଚାର କରିବା  ଆଦୌ   ଉଚିତ   ନୁହେଁ  । ରୋଗୀ  ନିଜେ  ଯେପରି  ନିଜର  ସମସ୍ୟା  ସମାଧାନର ବାଟ  ଖୋଲିପାରିବ  ସେଥିପ୍ରତି  ରୋଗୀକୁ   ଉତ୍ସାହିତ  କରିବା  ଉଚିତ   ।

  17. ସହୃଦୟତା , ସମ୍ମାନ
  18. ଏହି ଦୁଇଟି  ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ  ଅଟେ  ।

  19. ଲୋକମାନଙ୍କ  ଉପରେ  ଆସ୍ଥା  ଓ  ବିଶ୍ଵାସ
  20. ରୋଗୀମାନଙ୍କ  ସହିତ  ମିଶି  ସେମାନଙ୍କର  ସୁଖ  ଦୁଃଖରେ   ସାଥି  ହୋଇ  କାର୍ଯ୍ୟକଲେ  ରୋଗୀ  ଜୀବନ   ପ୍ରତି ଆଶା  ପୂର୍ଣ୍ଣ  ହୋଇଥାଏ  । ରୋଗୀର  ଆତ୍ମବଳ  ବୃଦ୍ଧି  ପାଇଥାଏ   ।

  21. ଶିକ୍ଷାଲାଭ
  22. ଜଣେ  ଫଳପ୍ରଦ  ପରାମର୍ଶଦାତା  ଜୀବନସାରା  ଶିକ୍ଷା ଗ୍ରହଣ   କରିଥାନ୍ତି  । ନୂଆ  ପରାମର୍ଶଦାତାଙ୍କ ପାଇଁ  କେତୋଟି  ସାଧାରଣ   ସମସ୍ୟା -

    • ଗୋଟିଏ  ଘଟଣାରେ ରହିଯିବା  ଓ ଅନ୍ୟ  ବିଷୟକୁ  ଧ୍ୟାନ ନଦେବା  ।
    • ରୋଗୀର  ଦୁଃଖ  ଲାଘବ  ପାଇଁ  ନିଜେ  କିଛି କରିପକାଇବା  ।
    • ରୋଗୀ  ପାଇଁ  ନିଷ୍ପତି  କରିବା   ।
    • ରୋଗୀଠାରୁ  ଅନେକ କିଛି  ଆଶା କରିବା  ।
    • ରୋଗୀକୁ  ଅଧିକ  ସାହାଯ୍ୟ  କରିବା  ।
    • ପରାମର୍ଶ  କିପରି  ଦିଆଯାଏ  ନ  ଜାଣି  ରୋଗୀକୁ  ବିଭ୍ରାନ୍ତ  କରିବା   ।
    • ଅଧିକ  ସାହାଯ୍ୟ  କରିବା   ପାଇଁ  ଇଚ୍ଛା   ।
    • ବ୍ୟକ୍ତିଗତ  ଭାବରେ   ସମସ୍ୟାକୁ   ଗ୍ରହଣ  କରିବା  ।
    • ପରାମର୍ଶ  ମାଧ୍ୟମରେ   କମ ଅଭିଜ୍ଞତା  ଇତ୍ୟାଦି  ।

ପରାମର୍ଶର   ଧାରା / ପଦ୍ଧତି

ପରାମର୍ଶ  ସେବାକୁ  ବୃତ୍ତି  ରୂପେ  ଗ୍ରହଣ  କରିଥିବା  ବ୍ୟକ୍ତିମାନେ  ପ୍ରଥମେ  ସମସ୍ୟାର  କାରଣକୁ  ଜାଣିବା  ପାଇଁ  ବିଭିନ୍ନ  ଉପାୟର  ସାହାଯ୍ୟ   ନେଇଥାନ୍ତି  । ପରାମର୍ଶ   ଗ୍ରହିତା  ସହିତ  ବିଭିନ୍ନ ପକାର  କଥୋପକଥନ  ମାଧ୍ୟମରେ  ସଂପୃକ୍ତ   ରହିପାରେ । କରିବାରେ  ଅନେକ  ସମୟ  ଦେଇଥାନ୍ତି  ପରାମର୍ଶଦାତା  । ରୋଗୀଙ୍କ ଠାରୁ ସବୁ  ବିଷୟ  ଜାଣିବା  ଉଦ୍ଦେଶ୍ୟରେ   ତାଙ୍କ  ଇତିହାସକୁ  ସଂଗ୍ରହ  କରିଥାନ୍ତି । ଏସବୁ  କରିବାକୁ  ହେଲେ  ଜଣେ  ପରାମର୍ଶଦାତାଙ୍କୁ  କେତେକ   ପଦ୍ଧତି  ସାହାଯ୍ୟରେ  ବିଭିନ୍ନ ସୋପାନ  ଦେଇ  ପରାମର୍ଶ  କାର୍ଯ୍ୟ  ସମ୍ପାଦାନ  କରିବାକୁ  ହୋଇଥାଏ   । ଏଥର ଦେଖିବା  ସେହି  ପଦ୍ଧତିଗୁଡିକ   କ ’ଣ  ଏବଂ  ପଦ୍ଧତି  ପାଇଁ  ପ୍ରତ୍ୟକ  ସୋପାନର  ଅନୁସରଣ  କିପରି  କରାଯାଉଛି  ।

ପ୍ରଥମ ସୋପାନ :

ସମ୍ପର୍କ ସ୍ଥାପନ -

ଜଣକୁ  ସାହାଯ୍ୟ  କରିବାର  ପ୍ରଥମ  ସୋପାନରେ  ସମ୍ପର୍କ  ସ୍ଥାପନ କରାଯାଇଥାଏ   । ଏହାଦ୍ୱାରା  ପରାମର୍ଶ ଦେବା  ଏବଂ  ରୋଗୀକୁ  ସାହାଯ୍ୟ  କରିବାର  ସମସ୍ତ  ଦ୍ଵାର ଖୋଲା  ହୋଇଯାଏ   ।

ପରାମର୍ଶଦାତା ଓ ପରାମର୍ଶଗ୍ରହିତାଙ୍କ  ସମ୍ପର୍କ  ଦୁଇ ପ୍ରକାରର

  1. ....... ପରାମର୍ଶଦାତାଙ୍କର  କର୍ତ୍ତବ୍ୟ  ଓ  ନିୟମ  ପାଳନ
  2. ....... ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତା  ଉଭୟଙ୍କର  କର୍ତ୍ତବ୍ୟ  ଓ ନିୟମ  ପାଳନ

ପରାମର୍ଶଦାତା ପାଳନ  କରୁଥିବା  ନିୟମ  ଓ କର୍ତ୍ତବ୍ୟ  ଗୁଡିକ  ହେଲା –

  • ସହାନୁଭୂତି /ସହୃଦୟତା  ବା ଦୟାଭାବ
  • ସମ୍ମାନ  ପ୍ରଦର୍ଶନ
  • ଉପଯୁକ୍ତତା
  • ଆତ୍ମ – ପ୍ରକାଶ
  • କହିରଖିବା/କଥାହେବା /ଦୃଢମନୋଭାବ

ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତା  ଉଭୟ  ପାଳନ  କରୁଥିବା  ନିୟମ  ଗୁଡିକ ହେଲା  -

  • ଉଭୟଙ୍କ   ମଧ୍ୟରେ  କାର୍ଯ୍ୟ  ସମ୍ବନ୍ଧୀୟ  ସମ୍ପର୍କ  ।
  • ପରସ୍ପର  ମଧ୍ୟରେ  ବିଶ୍ଵାସ  ଭାବକୁ   ବୁଝିବା  ।

ଦ୍ଵିତୀୟ ସୋପାନ :

ନିରୂପଣ ଓ ଲକ୍ଷ୍ୟ  ଧାର୍ଯ୍ୟ : ନିରୂପଣ  ପଦ୍ଧତିରେ  ଉଭୟ  ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତାଙ୍କ  ମଧ୍ୟରେ  ରୋଗ  ପୂର୍ବରୁ  ଘଟଣା ଗୁଡିକ  ଆଲୋଚନା  କରାଯାଇଥାଏ   । ଏହି  ଆଲୋଚନା  ମାଧ୍ୟମରେ  ପରାମର୍ଶଦାତା , ପରାମର୍ଶ ଗ୍ରହିତାଙ୍କର  ନିଜସ୍ଵ  ଭାବ , ପ୍ରକୃତି , ଅନୁଭୂତି  ଏବଂ  ବିଭିନ୍ନ  ବିଷୟକ  ଭାବନା  ଗୁଡିକୁ  ଖୋଲାଖୋଲି   ଆଲୋଚନା  କରିଥାନ୍ତି   । ଏହା  କରିବା  ଦ୍ଵାରା  ପରାମର୍ଶ  ଗ୍ରହିତାଙ୍କର  କେଉଁ  ପ୍ରକାର  ପରାମର୍ଶ  ଓ  ସାହାଯ୍ୟର  ଆବଶ୍ୟକତା  ରହିଛି  ତାହା  ଜଣା  ପଡିଥାଏ  ।

କେବଳ  ରୋଗୀକୁ  ନେଇ  ପରାମର୍ଶଦାତା  ବିଭିନ୍ନ  ପ୍ରକାର କଥାବାର୍ତ୍ତା ଦ୍ଵାରା ରୋଗୀର  ବର୍ତ୍ତମାନ  ସମୟର ଆବଶ୍ୟକତାକୁ  ଜାଣିପାରନ୍ତି  । ଏହାକୁ ଇଂରାଜୀରେ  କ୍ଲାୟେଣ୍ଟ  ସେଣ୍ଟର୍ଡ  ଇନ୍ ଟରଭ୍ୟୁ ବୋଲି କୁହାଯାଏ  । ଏହି ପଦ୍ଧତିରେ  ଅନେକ  ତଥ୍ୟର  ଆବଶ୍ୟକତା  ପଡେ  ସେଗୁଡିକ  ହେଲା –

ରୋଗୀ କୈନ୍ଦ୍ରିକ କଥୋପ  କଥନ

  • ନାମ
  • ବୟସ
  • ଶିକ୍ଷାଗତ  ଯୋଗ୍ୟତା
  • ପିତାମାତା
  • ଭାଇଭଉଣୀ
  • ବିବାହିତା /ଅବିବାହିତା
  • ଧର୍ମ
  • ବିଭିନ୍ନ  ଅବସ୍ଥା ସହିତ  ଖାପ ଖୁଆଇ  ଚଳିବାର  କ୍ଷମତା
  • ସ୍ୱାସ୍ଥ୍ୟ

ପରାମର୍ଶ ଗ୍ରହିତାଙ୍କ ବର୍ତ୍ତମାନ ତଥା ପୂର୍ବ ସମୟ ସ୍ୱାସ୍ଥ୍ୟ ଅବସ୍ଥା

  1. ପରିବାରରେ  କେହି  ହେଲେ  ଭୀଷଣ  ଭାବେ  ଅସୁସ୍ଥ  ଥିଲେ  କି ?
  2. ଯଦିଥିଲେ, ସେ ସମୟରେ  ସାରା ପରିବାରର  ମାନସିକ  ଅବସ୍ଥା  କିପରିଥିଲା  ?
  3. ବିମୁଖଭାବ  ପ୍ରଦର୍ଶନ  କରିଥିଲେ  ।
  4. କ୍ରୋଧ  ଭାବ  ପ୍ରଦର୍ଶନ  ।
  5. ଅସୁସ୍ଥତାକୁ  ସହ୍ୟ  କରିନେଇଥିଲେ  ।
  6. ଉପରୋକ୍ତ  ତିନୋଟି  ମଧ୍ୟରୁ  କେଉଁ  ଭାବ  ପ୍ରକାଶ  ପାଇଥିଲା  ତାହା  ଜାଣିବା  ଆବଶ୍ୟକ ।
  • ନିକଟ  ଅତୀତରେ  ପରିବାରର  କେହି  ମୃତ୍ୟୁବରଣ  କରିଛନ୍ତି  କି ?
  • ଯଦି  କାହାର  ମୃତ୍ୟୁ  ହୋଇଛି  ସେଥିପାଇଁ  ରୋଗୀ  ଦୁଃଖିତ  ଅଛନ୍ତି  କି ? ଯଦି  ଅଛନ୍ତି , ତାହା  କେଉଁ  ପ୍ରକାରର , ଯଥା : କେଉଁ  ପ୍ରକାର  ସମ୍ପର୍କ  (ମୃତ୍ୟୁ  ବ୍ୟକ୍ତି ସହିତ )

    1. ସାଧାରଣ  ଦୁଃଖ  ଭାବ
    2. ବିଳମ୍ବିତ  ଦୁଃଖ  ଭାବ
    3. ବହୁଦିନ  ଧରି  ଦୁଃଖ ଭାବ   ପ୍ରଦର୍ଶନ   ଇତ୍ୟାଦି ;
  • ପରାମର୍ଶ  ଗ୍ରହିତାଙ୍କ  ପରିବାର  କେଉଁ  ପ୍ରକାରର  ଅଟନ୍ତି , ଯଥା –
  • ମିଳୁଥିବା  ସାହାଯ୍ୟ  କେଉଁ ପ୍ରକାରର
  • ସମ୍ପର୍କ
    1. ଉତ୍ତମ  ସାଂସାରିକ  ଚଳଣୀ
    2. ତୃଟିପୂର୍ଣ୍ଣ ସାଂସାରିକ  ଚଳଣୀ
    3. ପରିବାରିକ
    4. ସାମାଜିକ / ଗୋଷ୍ଟୀଗତ

    ପରିବାର , ବନ୍ଧୁବାନ୍ଧବ  ଓ  ସାଙ୍ଗସାଥି  ତଥା  ସହକର୍ମୀ  ମାନଙ୍କ  ସହିତ  ପରାମର୍ଶ  ଗ୍ରହିତାଙ୍କର  କିଭଳି  ସମ୍ପର୍କ   ରହିଛି  ।

  • ରୋଗୀ  (ପରାମର୍ଶ  ଗ୍ରହିତା )
    1. ତାଙ୍କର  ଶୋଇବା  ଢଙ୍ଗ
    2. କ୍ଷୁଧା  ଓ   ଶାରୀରିକ  ଶକ୍ତି

    ପରାମର୍ଶ  ଦେବା  ପୂର୍ବରୁ ରୋଗୀ   ବିଷୟରେ  ଉପରୋକ୍ତ  ତଥ୍ୟ  ଗୁଡିକ  ଜାଣି  ରଖିବା ଉଚିତ୍

    ପରାମର୍ଶ ଗ୍ରହିତାଙ୍କୁ  କେନ୍ଦ୍ରକରି  କିପରି  ଭାବେ  ପରାମର୍ଶ  ଦେବା   ଆରମ୍ଭ  କରିବେ ।

    ଏହି ଉଦ୍ଦେଶ୍ୟରେ ବିଭିନ୍ନ  ପ୍ରକାରର  ପ୍ରଶ୍ନ ପଚାରିବା ଉଚିତ  । ନମୂନା  ସହିତ ଏହାର  ସ୍ଵତନ୍ତ୍ର   ପଦ୍ଧତି ଗୁଡିକ  ନିମ୍ନରେ  ପ୍ରଦତ୍ତ  ହେଲା  ।

    1. ଆପଣ  ଏଠାକୁ  କ ’ଣ ପାଇଁ   ଆସିଛନ୍ତି   ।
    2. ମୁଁ  ଆପଣଙ୍କୁ  କେଉଁ  ପ୍ରକାର  ସାହାଯ୍ୟ  କରିପାରିବି  ?
    3. ଆମ ଦୁଇଜଣଙ୍କର  ଆଲୋଚନା  କେଉଁଠାରୁ  ଆରମ୍ଭ  କରିବା  ?

ଉପରୋକ୍ତ  ପ୍ରଶ୍ନଗୁଡିକ  ପରାମର୍ଶ  ଗ୍ରହିତାଙ୍କୁ  କେନ୍ଦ୍ରକରି  ପଚରାଯିବା  ଆବଶ୍ୟକ  । ଏହା  ତାଙ୍କର   ଅଙ୍ଗେ  ଲିଭାଇଥିବା  ଘଟଣା  ସବୁ କୁ  ଜାଣିବାରେ  ପରାମର୍ଶଦାତାଙ୍କୁ   ସୁବିଧା   ହୋଇଥାଏ   । ଘଟଣାବଳୀର  ବର୍ଣ୍ଣନା  କ୍ରମେ  ପରାମର୍ଶ  ଗ୍ରହିତା  ଜୀବନର  ଅନେକ  କଥା  କୁ ଖୋଲାଖୋଲି  ଭାବରେ  କହିଥାନ୍ତି  ।

କଥୋପକଥନର  କିଛି ଅଂଶ (ଉଦାହରଣ)

ପରାମର୍ଶ ଦାତା : ମୁଁ  ବୁଝିଛି ଯେ  ଆପଣ  ଏହି କଥୋପକଥନ  ପାଇଁ  ରାଜି  ଅଟନ୍ତି   ।

ପରାମର୍ଶ  ଗ୍ରହିତା : ହଁ  (ଏସବୁ  ପଚାରିଲା  ବେଳେ  ରୋଗୀ  କହୁଥିବା  କଥାକୁ ଗୋପନ ରଖନ୍ତୁ  ଏବଂ କଥାବାର୍ତ୍ତାକୁ  ଏକ  ସ୍ଵତନ୍ତ୍ର  ସୀମା  ମଧ୍ୟରେ  ରଖିବାକୁ  ଚେଷ୍ଟା  କରନ୍ତୁ )ଏଥର  ପୁଣି  ପଚାରିବା  ଆରମ୍ଭ କରନ୍ତୁ  ।

ପରାମର୍ଶଦାତା : ଆପଣଙ୍କ  ନାମ  କ ’ଣ ?

ପରାମର୍ଶଗ୍ରହିତା : ମୋ ନାମ  ଚଞ୍ଚଳା  ।

ପରାମର୍ଶଦାତା : ଆପଣଙ୍କ  ବୟସ  କେତେ

ପରାମର୍ଶଗ୍ରହିତା :  ବତିଶି ।

ଏହିପରି   ଭାବରେ  ବିଭିନ୍ନ  ପ୍ରଶ୍ନ  ପଚାରି  ରୋଗୀ  ବିଷୟରେ  ଅନେକ  କିଛି  ଜାଣିଥାନ୍ତି  ପରାମର୍ଶଦାତା (କେଉଁ  ବିଷୟରେ ପଚରାଯିବ ଓ ଏହାର  ପଦ୍ଧତି  ପୂର୍ବରୁ  ଆଲୋଚନା   ହୋଇଛି ) ପରାମର୍ଶଗ୍ରାହି ତାଙ୍କଠାରୁ  ସମସ୍ତ  ବିଷୟ  ଜାଣିସାରିଲା  ପରେ  ତାଙ୍କର  କି  ଆବଶ୍ୟକତା  ରହିଛି ସେହି  ସମ୍ବନ୍ଧୀୟ  ଆଲୋଚନା  କରିଥାନ୍ତି , ଉଦାହରଣ  ସ୍ୱରୂପ :-

ପରାମର୍ଶ ଗ୍ରହିତା :

ମୋର  ଜୀବନରେ  ଯାହା  କିଛି  କରିବାର ଥିଲା  ପ୍ରାୟ  ସମସ୍ତ  କଥା  କରିସାରିଛି  ।

ପରାମର୍ଶଦାତା : ଆପଣ  ନ କରି ପାରିଥିବା  କାର୍ଯ୍ୟଗୁଡିକ  ମଧ୍ୟରୁ  କ ’ଣ  ସବୁ  ଚାହୁଁଛନ୍ତି  ?

ଯଦି  ପରାମର୍ଶଦାତା  କେତୋଟି  ସମସ୍ୟାକୁ  ଜାଣିପାରୁଛନ୍ତି , ତେବେ  ଅଧିକାଂଶ  ସମୟରେ  ଭୋଗୁଥିବା  ସମସ୍ୟା  ଓ ପୁରାତନ  ସମସ୍ୟାଗୁଡ଼ିକୁ  ଭଲଭାବରେ  ବର୍ଣ୍ଣନା  କରିବା  ପାଇଁ  ପରାମର୍ଶ  ଗ୍ରହିତାଙ୍କୁ  କୁହନ୍ତୁ   । ଯେଉଁଠାରେ  କେବଳ  ଗୋଟିଏ  ସମସ୍ୟା  ନଥାଇ  ବେଶୀ  ସମସ୍ୟା  ଦେଖାଦେଇଥିବ  ସେ  କ୍ଷେତ୍ରରେ  ବିଭିନ୍ନ  ସମସ୍ୟାକୁ  ତର୍ଜମା  କରି  ପରସ୍ପର  ମଧ୍ୟରେ   ସମ୍ପର୍କ  ମୂଳକାରଣ   ସବୁକୁ  ଜାଣିବା  ବିଧେୟ  ।

ଉଦାହରଣ ସ୍ୱରୂପ :

ପରାମର୍ଶ  ଗ୍ରହିତା : ରାତ୍ରିରେ ନିଦ୍ରା  ହେବାକୁ  କଷ୍ଟ   ହେଉଛି   ।

  • ରାତ୍ରିରେ  ନିଦ  ହେଉନାହିଁ   ।
  • ପରାମର୍ଶଦାତା : ଆପଣ  ଶୋଇବାବେଳେ  କେଉଁ  ଅସୁବିଧା  ହେଉଛି  ।

  • କେବେଠୁ  ଏହି ଅସୁବିଧା  ହେଉଛି ।
  • ଏହିପରି  ମୁକ୍ତ ପ୍ରଶ୍ନ  ସବୁ ପଚାରିବା  ଦ୍ଵାରା  ପରାମର୍ଶଗ୍ରହିତା  ନିଜକଥା  କହିବାକୁ  ଇଚ୍ଛା  କରିଥାନ୍ତି   ।

    ତୃତୀୟ   ଥରରେ  ଭଲକରି  ଜାଣିବାକୁ   ଚେଷ୍ଟା  କରନ୍ତୁ , ପରାମର୍ଶ ଗ୍ରହିତା –

    ଦୁଃଖିତ  ଅଛନ୍ତି କି ?

    କିଛି କହୁ  ନାହାଁନ୍ତି  କି ?

  • ନିଜର  କେତେକ  ଦାବି  ବା  ଅଧିକାରକୁ  ଜଣାଉଛନ୍ତି କି ?
  • ତାଙ୍କ  ଉପରେ  କତ୍ତୃତ୍ଵ  ଜାରି  କରୁଥିବା  ଭଳି  ବ୍ୟକ୍ତିତ୍ଵଙ୍କୁ  ପସନ୍ଦ  କରୁନାହାଁନ୍ତି  କି ?

ଚତୁର୍ଥରେ  ପରାମର୍ଶ  ଦେବା  ପୂର୍ବରୁ  ଦେଖି ନିଅନ୍ତୁ  ଯେ , ରୋଗୀ  ର  ଶରୀର  ସୁସ୍ଥ  ଅଛି କି ନାହିଁ  । ଯଦି ଅସୁସ୍ଥ  ତେବେ  ଡାକ୍ତରଙ୍କ  ପାଖରେ  ଏଥିପାଇଁ   ଚିକିତ୍ସା  କରାଇ ସାରି  ପରାମର୍ଶ  କାର୍ଯ୍ୟ  ଆରମ୍ଭ  କରନ୍ତୁ  ।

ଥରଟିଏ  ପରାମର୍ଶଗ୍ରହିତାଙ୍କ  ସହିତ  କଥାବାର୍ତ୍ତା  ହୋଇ  ତାଙ୍କଠାରୁ  ସମସ୍ତ  ପ୍ରକାର  ତଥ୍ୟ  ଜାଣିଗଲା  ପରେ  ତିନୋଟି  ଦିଗ  ପ୍ରତି ଧ୍ୟାନ  ଦିଅନ୍ତୁ  । ସେଗୁଡିକ  ହେଲା  -

  • ଆବଶ୍ୟକତାର  ନିର୍ଣ୍ଣୟ
  • ରୋଗୀଙ୍କ  ସାଙ୍ଗରେ   କଥାବାର୍ତ୍ତା
  • ଏବଂ  ଲକ୍ଷ୍ୟ  ଧାର୍ଯ୍ୟ

ନିର୍ଣ୍ଣୟ, ନିରୂପଣ, ନିର୍ଦ୍ଧାରଣ

ରୋଗୀ ପାଇଁ  କିଛି  ପନ୍ଥା  ନିର୍ଣ୍ଣୟ  କରିବାକୁ  ହେଲେ  କେତେକେ  ପ୍ରଶ୍ନ ମାଧ୍ୟମରେ   ତାଙ୍କର  ଇଚ୍ଛା , ମନୋବୃତ୍ତି   ଇତ୍ୟାଦିକୁ  ଲକ୍ଷ୍ୟ  କରିବାକୁ   ହୁଏ  । ଏହାକୁ  ନିର୍ଦ୍ଧାରଣ , ନିର୍ଣ୍ଣୟ , ବା  ନିରୂପଣ  ହେଲେ  ବିଭିନ୍ନ ପ୍ରଶ୍ନ  ପଚାରିବାକୁ   ହୁଏ   ।

ଉଦାହରଣ ସ୍ୱରୂପ :

ପରାମର୍ଶଦାତା – ଆପଣ  କ ’ଣ ସବୁ  ଭୋଗୁଛନ୍ତି  ବା  କେଉଁ  ସବୁ  ଅସୁବିଧାର  ସମ୍ମୁଖୀନ  ହେଉଛନ୍ତି  ।

ଏହିପରି  ଉତ୍ତର  ଦେବାକୁ  ଯାଇ  ପରାମର୍ଶଗ୍ରହିତା   ଯେତେବେଳେ  ନିଜର  ଅନୁଭୂତିକୁ  କହିବସନ୍ତି , ସେ ଭୋଗୁଥିବା   ଦୁଃଖ  ଏବଂ  ବେଦନାକୁ  ଭଙ୍ଗୀରେ  ପ୍ରକାଶ ନ କରି ଶବ୍ଦରେ  ପ୍ରକାଶ କରିବାକୁ  କୁହନ୍ତି  । ସୂଚନା  ଯୋଗ୍ୟ  କି  ଆପଣଙ୍କର  ସମସ୍ତ  ଧ୍ୟାନ ବ୍ୟକ୍ତି  ଠାରେ  ରହିଛି  ଏବଂ ତାଙ୍କ  ଅସୁବିଧା  ବିଷୟରେ  ଆପଣ ବେଶୀ  ଜାଣିବାକୁ  ଚାହୁଁଛନ୍ତି  । ଏହି  ପରିସ୍ଥିତିରେ   ରୋଗୀଙ୍କ  ପୀଡା  ବା ଅସୁସ୍ଥତାକୁ  ଜାଣିବା  ଉଚିତ  । ଏହାର ଲକ୍ଷଣ  ଜଣାଇ  କିଛି  ଲାଭ ହେବ  ନାହିଁ  ।

ଏହିସବୁ  ପ୍ରଶ୍ନଉତ୍ତର  ବା  କଥୋପକଥନ  ଦ୍ଵାରା  ଦୁଇ  ପ୍ରକାର  ଉଦ୍ଦେଶ୍ୟ  ସାଧନ  ହୋଇଥାଏ   । ଯଥା–

  • ପରାମର୍ଶଗ୍ରହିତା  ଭୋଗୁଥିବା   ବେଦନାର  ଭାବ  ଓ ନିଜସ୍ଵଭାବ  କେଉଁ  ପ୍ରକାରର  ଦୁଃଖିତ , ଚକିତ , କ୍ରୋଧାନ୍ଵିତ  ପ୍ରଭୃତି  ।
  • ଏପରି  ପ୍ରଶ୍ନସବୁ  ପଚାରି   ରୋଗୀଙ୍କ  ବିଷୟରେ   ଜାଣିବାକୁ  ଇଚ୍ଛା  କରିବା  ଦ୍ଵାରା  ଉଭୟ  ପରାମର୍ଶଦାତା  ଓ  ପରାମର୍ଶଗ୍ରହିତାଙ୍କ  ମଧ୍ୟରେ   ସମ୍ପର୍କ  ଦୃଢୀଭୂତ  ହୋଇଥାଏ   । ସହାନୁଭୁତି  ପୂର୍ଣ୍ଣ  ହୃଦୟରେ  ପରାମର୍ଶ  ଗ୍ରହିତାଙ୍କ  କଥାସବୁ  ଶୁଣନ୍ତୁ

ଉଦାହରଣ ସ୍ୱରୂପ :-

ପରାମର୍ଶଗ୍ରହିତା – ଆପଣ  ଜାଣନ୍ତି  ମୋର  ସ୍ଵାମୀ  ମରିଯାଇଛନ୍ତି   । ମୋର ଗୁଜୁରାଣ  ମେଣ୍ଟାଇବା ପାଇଁ  କିଛି କାମ ନାହିଁ , ପିଲାମାନେ  ଛୋଟ  ହୋଇଛନ୍ତି , ଏଥିପାଇଁ  ମୋର  କିଛି  ଋଣର  ଆବଶ୍ୟକତା ରହିଛି  ।

ସହାନୁଭୁତି  ପୂର୍ଣ୍ଣ  ପରାମର୍ଶଦାତା – ଏହି  କ୍ଷେତ୍ରରେ   ପରାମର୍ଶଦାତା  ସହାନୁଭୁତି   ପ୍ରଦର୍ଶନ  କରି  ରୋଗୀଙ୍କୁ  ଏଥିରୁ ମୁକ୍ତ    ହେବା  ପାଇଁ  ମୁଁ  ଚେଷ୍ଟା  କରିବି   ବୋଲି   ବୁଝାଇବେ  ।

ଏହି ସମୟ  ପରାମର୍ଶଦାତାଙ୍କ  ପାଇଁ  ଅନୁକୂଳ ସମୟ  । ତେଣୁ  ପରାମର୍ଶ  ଗ୍ରହିତାଙ୍କୁ  ବୁଝାଇ  କୁହନ୍ତୁ  କି , ସେ  ଚାହୁଁଥିବା  ଉଦ୍ଦେଶ୍ୟ  ସାଧନରେ  ନିଜେ  ପରାମର୍ଶଦାତା   ତାଙ୍କୁ  ସାହାଯ୍ୟ  କରିବେ  ଓ ତାଙ୍କ  ଅବସ୍ଥାରୁ  ସୁଧୁରିବାକୁ  ମଧ୍ୟ  ଚେଷ୍ଟା  କରିବେ  । ଏଠାରେ  ଅବସ୍ଥାରୁ   ସୁଧୁରିବାର  ମାନେ  ନୁହେଁ  ଯେ ରୋଗରୁ  ସମ୍ପୁର୍ଣ୍ଣ  ମୁକ୍ତ  ହେବା   କିନ୍ତୁ  କିଛିଟା  ଉପଶମ ହେବା  ଓ  ମାନସିକ  ଆଶ୍ଵସ୍ତି  ଲାଭ  କରିବା  ଯାହା  ରୋଗୀର  ଦୈହିକ  ଓ  ମାନସିକ  ସ୍ତରରେ  କିଛିଟା  ଧୌର୍ଯ୍ୟ , ସାହାସ ଓ  ଏକାଗ୍ରତା  ଆଣି  ସମସ୍ୟା  ମୁକାବିଲା  କରିବାକୁ  ସାହାଯ୍ୟ  କରିପାରିବେ , ଏଡସ୍ ର   ରୋଗୀଙ୍କ  କ୍ଷେତ୍ରରେ  ଆରୋଗ୍ୟ  ସମ୍ଭବ  ହୋଇନଥାଏ  ମାତ୍ର  ଉପଶମ ବିଭିନ୍ନ  ଉପାୟରେ  ମିଳିଥାଏ   । ଏହି ଉପଶମର  ପ୍ରକାର  ଭେଦ  ଅନେକ  ।

ଏଥର  ପରାମର୍ଶଦାତା  ଓ  ପରାମର୍ଶଗ୍ରହିତା  ଉଭୟ  ମିଶି  ପରବର୍ତ୍ତୀ  ପର୍ଯାୟର  କାର୍ଯ୍ୟକ୍ରମ  ସ୍ଥିର  କରିବେ  ।

ତୃତୀୟ :

ଉପାୟ ସ୍ଥିର   ଓ  କାର୍ଯ୍ୟକ୍ରମ   ରୂପାୟନ –

ତୃତୀୟ  ପଦ୍ଧତିରେ   ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତାଙ୍କ  ପୂର୍ବ  କଥୋପକଥନରୁ  ଜଣାପଡିଥିବା  ବିଭିନ୍ନ ଅସୁବିଧାପାଇଁ  ଉପାୟ  ସ୍ଥିର  କରି  ଏହାକୁ  ମୁକାବିଲା  କରିବା  ପାଇଁ  ସ୍ଥିର  କରାଯାଇଥିବା  କାର୍ଯ୍ୟଗୁଡିକୁ  ଠିକ୍  ଭାବେ  କରିବା  ଉଦ୍ଦେଶ୍ୟରେ  ଆଗେଇ  ଥାନ୍ତି  ।

ଉଦାହରଣ  ସ୍ୱରୂପ –

୪୮  ବର୍ଷର  ବ୍ୟକ୍ତି , ଯାହାକି  ନାମ  ହେଉଛି ‘ରାମ ’  । ସେ  ତାଙ୍କ  ପରାମର୍ଶଦାତାଙ୍କ  ସାହାଯ୍ୟରେ  ଦୁଇଟି  ଲକ୍ଷ୍ୟ  ହାସଲ  କରିବାକୁ  ଚାହୁଁଛନ୍ତି  ।

  1. ତାଙ୍କ  ସ୍ତ୍ରୀଙ୍କ   ସହିତ  ସମ୍ପର୍କ  ଦୃଢ  କରିବେ
  2. ଏଡସ୍  ପରୀକ୍ଷା କରାଇବା   ପାଇଁ  ହେଉଥିବା  ଇଚ୍ଛାକୁ  ସ୍ତ୍ରୀଙ୍କୁ  କିପରି  ଜଣାଇବେ  ।

ଉକ୍ତ  ଦୁଇଟି  ଲକ୍ଷ୍ୟ  ହାସଲ  କରିବାରେ  ବାଧା  ଦେଇଥିବା  କେତେକ  ଅସୁବିଧାକୁ  ଚିହ୍ନଟ  କରାଯାଇଥିଲା , ଯଥା –

  • ଦୃଢତାର  ଅଭାବ
  • ଶୁଣିବା  କ୍ଷମତା  ହ୍ରାସ
  • ନିଜସ୍ଵ  ଭାବମୂର୍ତ୍ତିର  ନ୍ୟୁନ  ଭାବ
  • ଅଧୈର୍ଯ୍ୟ  ଭାବ

ତତ୍  ସହିତ  ରାମର  ଭଲ  ଗୁଣଗୁଡିକୁ  ମଧ୍ୟ  ଚିହ୍ନଟ  କରାଯାଇଥିଲା  -

  • ସେ  କଠିନ  ପରିଶ୍ରମୀ
  • ନିର୍ଭରଶୀଳ
  • ନିଜକୁ  ତର୍ଜମା  କରିବାକୁ  ଇଚ୍ଛୁକ  ଇତ୍ୟାଦି

ନିଜ  ମନର  ଦୃଢତା  ଆଣିବା  ପାଇଁ   ରାମକୁ   ପ୍ରଶିକ୍ଷଣ  ଦେବାକୁ  ପଡିଲା  । ପ୍ରାୟ  ସପ୍ତାହ  ଧରି  ଏହି ବିଷୟରେ  ଜାଣିବାକୁ  ଲାଗିଥିଲା  ରାମ  । ପ୍ରତ୍ୟକ  ସପ୍ତାହରେ  ରାମକୁ  ବିଭିନ୍ନ ପ୍ରକାର  ଶିକ୍ଷା  ଦିଆଯାଉଥିଲା   । ଏଭଳି  ଅଭ୍ୟାସ  ଦ୍ଵାରା   ଏବେ  ରାମ  ନିଜ  ସ୍ତ୍ରୀ  ସହିତ  ଉତ୍ତମ  ସମ୍ପର୍କ  ରକ୍ଷା  କରି  ମନର  କଥା  କହି  ପାରୁଛନ୍ତି  ଏବଂ  ସ୍ତ୍ରୀର  ଭାବକୁ  ବୁଝିପାରୁଛନ୍ତି   । ଏଥର  ରାମ   ନିଜର  ଲକ୍ଷ୍ୟ  ହାସଲ  କରିପାରିଛି   ।

ଚତୁର୍ଥ :

ମୂଲ୍ୟାୟନ ଓ  ସମାପନ

ଏହା  ହେଉଛି   ପରାମର୍ଶ  ପଦ୍ଧତିର   ଅନ୍ତିମ  ପର୍ଯାୟ  । ପରାମର୍ଶର  ଉଦ୍ଦେଶ୍ୟ   ସମାଧାନ  ହୋଇଛି  କି ନାହିଁ , ପରାମର୍ଶ  କାର୍ଯ୍ୟର  ସମାପନ  କେବେ  ଏବଂ  ପରାମର୍ଶ  ଦାତାଙ୍କର   ସଫଳତା  ପ୍ରଭୃତି  ଜାଣିବା   ଓ  ଏହାକୁ  ତର୍ଜମା  କରିବା  କାର୍ଯ୍ୟ  ଏହି ପର୍ଯାୟରେ  ହୋଇଥାଏ   ।

ସଫଳ ପରାମର୍ଶ   ଦ୍ଵାରା   ରୋଗୀ   ପୁନଶ୍ଚ   ପରାମର୍ଶ  ଦାତାଙ୍କର   ବିନା  ସାହାଯ୍ୟରେ  ଆସୁଥିବା  ଅସୁବିଧାର  ସମ୍ମୁଖୀନ   ହୋଇ  ତା ’ର ସମାଧନ  ନିଜେ   କରିପାରିବ   ବୋଲି  ଆତ୍ମବିଶ୍ଵାସ  ପାଇଥାଏ ।

ଏହି ମୂଲ୍ୟାୟନ  ଓ  ସମାପନ  ପର୍ଯାୟରେ  ରୋଗୀର  ଉଦ୍ଦେଶ୍ୟ  ସମାଧନ , କାର୍ଯ୍ୟକ୍ରମର  ସଫଳତା  ଉଭୟକୁ  ବିଚାରକୁ  ନେଇ  ପରାମର୍ଶଦାତା  ଅନୁସରଣ  କାର୍ଯ୍ୟର  ବ୍ୟବସ୍ଥା  କରିବା  ଉଚିତ୍

ଉପସଂହାର :

ପରାମର୍ଶକୁ  ସଫଳ   କରିବାକୁ   ହେଲେ  ପରାମର୍ଶଦାତାଙ୍କୁ   ଅନେକ  କୌଶଳ  ଶିଖିବାକୁ  ହୋଇଥାଏ  । ଧୈର୍ଯ୍ୟ  ପୂର୍ଣ୍ଣ  ଶ୍ରବଣ , ସହାନୁବଭୂତି  ଏବଂ   ପୂର୍ଣ୍ଣ  ଯୋଗାଯୋଗ ,ଯଥାର୍ଥବୋଧ  ଇତ୍ୟାଦି  । ପରାମର୍ଶଦାତା , ଦଳ ଓ  ଗୋଷ୍ଠୀରେ  ପରାମର୍ଶ  କାର୍ଯ୍ୟକୁ  ସଫଳ  କରିବାକୁ  ଚେଷ୍ଟା  କରିବା  ଉଚିତ୍  । ଦଳ  ଓ  ଗୋଷ୍ଠୀରେ  ପରାମର୍ଶ  କାର୍ଯ୍ୟକୁ   ସଫଳ କରିବାକୁ  ଚେଷ୍ଟା  କରିବା  ଉଚିତ୍  । ଦଳ  ଓ ଗୋଷ୍ଠୀ  ମଧ୍ୟରେ  ସମ୍ପର୍କ  ସ୍ଥାପନ  କରିବା  ପରାମର୍ଶଦାତାଙ୍କର   ଏକ  ପ୍ରଧାନ  ଲକ୍ଷ୍ୟ  ଅଟେ  ।

ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate