অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟାଇଫଏଡ ଜ୍ଵର ହୋମିଓପ୍ୟାଥି ଚିକିତ୍ସା

ଟାଇଫଏଡ ଜ୍ଵର ହୋମିଓପ୍ୟାଥି ଚିକିତ୍ସା

ଟାଇଫଏଡ ଜ୍ଵର

“ଜ୍ଵର ତ  ଜ୍ଵର  ସେ  ପୁଣି  ଟାଇଫଏଡ ”  । ନାଁ  ଶୁଣିଲା  ମାତ୍ରେ  ସମସ୍ତେ  ଯେପରି   ଭୀତତ୍ରସ୍ତ  ତା’ର   ସାଘାଂତିକ  ପରିମାଣକୁ  ଚିନ୍ତାକରି   ।  କିନ୍ତୁ  ଏ  ସବୁ  ଅବସ୍ଥା  ପାଇଁ  ସାଧାରଣ  ଲୋକଙ୍କଠାରୁ  ଆରମ୍ଭକରି  ସ୍ୱାସ୍ଥ୍ୟସେବାରେ  ନିଯୁକ୍ତ  ସବୁ  ସ୍ତର  ଓ  ବିଭାଗର  କର୍ମଚାରୀମାନେ  ହିଁ  ଦାୟୀ   ।

ଦୂଷିତ  ଖାଦ୍ୟପାନୀୟ  ଜରିଆରେ  ଏ  ଜ୍ଵର  ବ୍ୟାପିଥାଏ  । ତେଣୁ  ପରିବେଶକୁ   ପ୍ରଦୂଷଣମୁକ୍ତ  ରଖିବା  ଆମ  ସମସ୍ତଙ୍କର  ପ୍ରଥମ  କର୍ତ୍ତବ୍ୟ   । ଏଥିରେ  ସାମାନ୍ୟତମ  ଅବହେଳାପାଇଁ  ଏକକାଳୀନ  ବହୁଲୋକ  ଏଥିରେ  ଆକ୍ରାନ୍ତ ହେବେ  ।

ଦ୍ଵିତୀୟ   କଥା  ହେଉଛି,  ଟାଇଫଏଡ  ଜ୍ଵରଟି  ପ୍ରଥମରୁ   ହିଁ  ଟାଇଫଏଡ   । ଠିକଣା  ସମୟରେ  ଉପଯୁକ୍ତ  ଚିକିତ୍ସା  ନ କଲେ  ତା’ର  ଯେଉଁ  ଜଟିଳତା  ପ୍ରକାଶ  ପାଇବ,  ସେଥିରେ  ବିବ୍ରତ  ହେବାର  ଯଥେଷ୍ଟ  କାରଣ  ରହିଛି  । ଏହାର  ଜଟିଳତା  ପାଇଁ   ଆମେ  ସମସ୍ତେ  ଦାୟୀ   । ଜ୍ଵର  ହେବା  ସଙ୍ଗେ  ସଙ୍ଗେ  ତା’ର ପରିପ୍ରକାଶକୁ  ଅପେକ୍ଷା  ନ କରି   ପ୍ରଥମରୁ   ନିଜେ  ନିଜେ  ଡାକ୍ତର  ସାଜି,  ଆଲକାପାଇରିନ,  ତା’ର  ବିଫଳତାରେ   ମ୍ୟାଲେରିଆ   ବଟିକା, ନ ହେଲେ   ଆଣ୍ଟିବାୟୋଟିକ  ଘଟିତ ଔଷଧ  ଦେଇ  ଦେଉ   । ହୋମିଓପାଥି  ଜାଣିଥିଲେ  ଏକୋନାଇଟରୁ  ଆରମ୍ଭକରି  ଆହୁରି  କେତେ  କେତେ  ଔଷଧ  ଘନ  ଘନ  ପରିବର୍ତ୍ତନ  କରି  ନିରାଶ  ହେବା  ପରେ  ଡାକ୍ତର  ପାଖକୁ  ବା  ଡାକ୍ତରଖାନାକୁ   ଯାଉ   ।

ଟାଇଫଏଡ ଜ୍ଵର ର ଚିକିତ୍ସା

ସେ  ଯାହା  ବା  ହେଉ, ଜ୍ଵର  ହେବାପରେ   ପ୍ରଥମେ   ଦିନେ  ଦୁଇଦିନ  ଔଷଧ  ନ ଦେଇ  ସାଧାରଣ  ଉପଚାର   କରି,  ବେଶି  ଜ୍ଵରରେ  ମୁଣ୍ଡରେ  ପାଣିପଟି   ଦେଇ,  ଖାଦ୍ୟପାନୀୟକୁ  ନିୟନ୍ତ୍ରଣ  କରି,  ଅପେକ୍ଷାକରି,  ଲକ୍ଷଣ  ଅନୁସାରେ  ଔଷଧ  ଦେଲେ   ଖୁବ୍  କମ୍  ସମୟରେ  ରୋଗୀ  ସୁସ୍ଥ  ହେବ  । ଭାଇରାଲ  ଫିଭର  ହେଉ,  ମ୍ୟାଲେରିଆ   ହେଉ  ବା  ଟାଇଫଏଡ   ହେଉ,  ଯେଉଁ  ଜ୍ଵର   ହେଲେ  ମଧ୍ୟ   ତା’ର  ଲକ୍ଷ୍ୟର  ପ୍ରକାଶ   ପାଇବ  ନିର୍ମଳ  ଭାବରେ   । କୌଣସି   ଜ୍ଵର  ସହିତ  ଅନ୍ୟ  କୌଣସି  ଜ୍ଵରର  ଆଦୌ  ମେଳ  ନାହିଁ  । ଔଷଧ  ମଧ୍ୟ  ବିଭିନ୍ନ  ଅବସ୍ଥା  ପାଇଁ  ଅଲଗା  ଅଲଗା   । ଧୈର୍ଯ୍ୟ  ହରାଇଲେ  ପ୍ରଥମରୁ , ଶେଷକୁ   ଅବସ୍ଥା  ଜଟିଳ   ହେବ  ନାହିଁ  ତ  ଆଉ  କ’ଣ  ?

ହୋମିଓପାଥି  ଏକ  ସରଲା  ଚିକିତ୍ସା  ପଦ୍ଧତି  । ଲକ୍ଷଣସବୁ  ନିର୍ମଳଭାବରେ   ଥିଲେ  ପ୍ରଥମରୁ  ଗୋଟାଏ  ଦୁଇଟା   ଔଷଧରେ  ଦିନେ  ଦୁଇଦିନ  ମଧ୍ୟରେ  ଆରାମ   । ଆଖିବୁଜି  ତ  ଆକୋନାଇଟ  ଚଲେଇଲେ  ହେବ  ନାହିଁ  ।

ଯଦି  ପ୍ରଥମରୁ   ଦେହହାତ  ଘୋଳିବିନ୍ଧି  ହୋଇ  ବ୍ୟସ୍ତ  ଲାଗୁଥିବ,  ଶୀତ  ଶୀତ  ହୋଇ   ଜ୍ଵର  ଘୁମୁସେଇ  ରହୁଥିବ  ଓ  ସନ୍ଧ୍ୟାବେଳକୁ   ବଢୁଥିବ,  ଜିଭରେ   ମଇଳା  ଜମିଥିବ   ଅଥଚ   ଜିଭ  ଅଗ  ଓ  ଧାର  ଲାଲ  ଦେଖା  ଯାଉଥିବ, ତାହାହେଲେ  ରସଟକ୍ସ  ନ  ଦେଇ   ଯେତେ   ଆକୋନାଇଟ  ଦେଲେ   କ’ଣ   ଜ୍ଵର  କମିବ  ? ଆକୋନାଇଟ   ଲକ୍ଷଣରେ  ମୋତେ   ଟାଇଫଏଡ  ଲକ୍ଷଣର  ମେଳ  ହୋଇପାରିବ  ନାହିଁ   । ଯଦି  ଆଖିବୁଜି  ଦିଅନ୍ତି   ତାହାହେଲେ   କେଶ୍  ଖରାପ  ହୋଇଯିବ  । ଯଦି  ଟାଇଫଏଡ   ହୋଇଥିବ  ଓ  ରୋଗୀ  ରସଟକ୍ସ  ଦରକାର  କରୁଥିବ  ମୂଳରୁ   ତା’ହେଲେ  ଦେଖିବେ  ସେ  ରୋଗୀ   ଘୂମନ୍ତ  ଅବସ୍ଥାରେ  ଖାଲି   ଯାବତୀୟ   ଶାରୀରିକ  ପରିଶ୍ରମ,  ନଚେତ୍  ନଈ  ପହଁରିବା, ଡଙ୍ଗାରେ   ଆହୁଲାମାରି  ପାରି  ହେବା, ଏଭଳି  ସ୍ଵପ୍ନ  ନିଶ୍ଚୟ  ଦେଖିବେ  । ଏହାକୁ  ୨୦୦  ଶକ୍ତିରେ  ଦିନକୁ  ୪ ଥର  କରି  ବ୍ୟବହାର   କରିବେ  ।  ମାତ୍ର  ଯଦି  ରୋଗୀ   ଚୁପଚାପ   ପଡି  ରହିଥିବ , ଓଠ  ପାଟି   ଶୁଖିଯାଇ  ଓଠରୁ   ଚୋପା  ଛାଡୁଥିବ,  ବହୁସମୟ  ବ୍ୟବଧାନରେ    ଗୁଡାଏ  ଲେଖାଏ   ପଣି  ପିଇବାକୁ   ଇଚ୍ଛା   କରୁଥିବ,  ସାଂଘାତିକ   ମୁଣ୍ଡବ୍ୟଥା   ସାଙ୍ଗକୁ   ଝାଡା  ମଧ୍ୟ   ଖୁବ୍  କବଜ  ଥିବ – ମୋଟା  ଶୁଖିଲା  ଲଣ୍ଡଝାଡା  ହେଉଥିବ  ବା  ମୋଟେ  ଝାଡାର  ବେଗ  ନ ଥିବ  । ଜ୍ଵର  ବଢିଲେ   ରୋଗୀ  ବାଉଳି   ହେବ  ଖାଲି  ଘରକୁ  ଯିବା  ପାଇଁ ; ନିଜ  ଘରେ  ରହିଥିଲେ  ମଧ୍ୟ   । ତାହାହେଲେ  ବ୍ରାୟୋନିଆ – ୨୦୦  ଦିନକୁ  ୪ ଥର   ଲେଖାଏଁ   ଦେଇ  ଧୈର୍ଯ୍ୟଧରି   ରହିବେ   । ୨/୩ ଦିନରେ  ଜ୍ଵର  ସ୍ଵାଭାବିକ  ହୋଇଯିବ  ।

ଅପର  ପକ୍ଷରେ   ବ୍ରାୟୋନିଆ  ଭଳି   ପଡି   ରହିଥିବ  ମାତ୍ର  ମାନସିକ  ଅବସାଦ  ବେଶି  ଥିବ  । ଦେହ  ମୁଣ୍ଡ  ଦରଜ, ତାହାହେଲେ  ଆର୍ଣ୍ଣିକା  ବା  ବାପଟିସିଆ  ଲାଗିବ  । ଉଭୟ   ରୋଗୀଙ୍କର  ଦେହ  ମୁଣ୍ଡ   ଏପରି  ଦରଜ  ଯେ  ଯେତେ   ନରମ  ଶେଯ  ଶୋଇବାକୁ   ଦେଲେ   ମଧ୍ୟ  ଯେଉଁ  କଡ  ମାଡକରି   ଶୋଇବେ  ସେ  କଡ   ଖୁବ୍  ଦରଜ   ହୋଇଯିବ   । ସେତେ  ଯେପରି   ଖୁବ୍  ଟାଣ   ଶେଯ   ବା  ଖାଲି   ତକ୍ତପୋଶ  ଉପରେ  ରୋଗୀ  ଶୋଇଛନ୍ତି  । ଜ୍ଵର  ଯଦି   ବେଶିଦିନର  ହେଲାଣି , ତେବେ   ଆର୍ଣ୍ଣିକା  ରୋଗୀକ୍ଷେତ୍ରରେ   ଦେଖିବେ   ପେଟ  ଓ  ଦେହର  ବିଭିନ୍ନ  ଜାଗାରେ  କଳା  କଳା  ଦାଗ  ରହିଛି  ସତେ   ଯେପରି   ମଲାରକ୍ତ  ସବୁ  ଚମ  ତଳେ  ଜମି  ରହିଛି  । ମାନସିକ  ଅବସାଦ  ଏତେ  ବେଶି   ଯେ  ରୋଗୀ  ଅନେକ  ସମୟରେ  ଅଘୋର   ଅବସ୍ଥାରେ  ପଡି  ରହୁଛନ୍ତି ଓ ସେ  ସମୟରେ   ଡାକିଲେ  ଓ  ପଚାରିଲେ   କିନ୍ତୁ  ଠିକ୍  ଉତ୍ତର  ଦେଇ  ପୁଣି  ଅଘୋର  ଅବସ୍ଥାରେ  ପଡି  ରହୁଛନ୍ତି   । ଝାଡା  ଖୁବ୍  ଦୁର୍ଗନ୍ଧ  ଓ  ଅନେକ  ସମୟରେ  ଶେଯରେ  ଝାଡା  ହୋଇଯାଏ   ।

ବାପ୍ଟିସିଆ  ରୋଗୀଙ୍କର   ମଧ୍ୟ  ଏଭଳି  ଅବସ୍ଥା  । ଠିକ୍  ଆର୍ଣ୍ଣିକା  ଭଳି  ଦେହ  ଦରଜ,  ଦୁର୍ଗନ୍ଧ  ଝାଡା ଓ  ପରିସ୍ରା  । ମାନସିକ  ଅବସାଦ  ଖୁବ୍  ଶୀଘ୍ର  ଆସେ  ।  ରୋଗୀକୁ   ଯଦି  କିଛି  ପ୍ରଶ୍ନ  କରାଯାଏ  ତାହାହେଲେ  ଅଧା  ଉତ୍ତର  ମଧ୍ୟରେ  ରୋଗୀ   ଶୋଇପଡନ୍ତି   । ରୋଗୀ  ବାଉଳା  ଅନେକ   ସମୟରେ  ବାଉଳି  ହୁଅନ୍ତି  ଓ  ମନେକରନ୍ତି  ସତେ  ଯେପରି  ତାଙ୍କର  ଅଙ୍ଗପ୍ରତ୍ୟଙ୍ଗ   ସବୁ  ଅଲଗା  ଅଲଗା  ହୋଇଯାଇଛି  ଏବଂ  ସେ  ସବୁକୁ  ଏକାଠି  କରିବାକୁ  ଚାହାନ୍ତି  । ଏସବୁ  ଟାଇଫଏଡ   ରୋଗୀର   ସାଂଘାତିକ  ଅବସ୍ଥାର  ଲକ୍ଷଣ  ଓ  ଚିକିତ୍ସାର  ଅଣହେଳାରୁ  ଏପରି  ହୁଏ   । କିଛି  ଅଧୀର  ନ ହୋଇ  ବାପ୍ଟିସିଆ – ୬ ବା  ୩୦  ପ୍ରତି  ୩/୪ ଘଣ୍ଟାରେ  ପାନେ  ଲେଖାଏଁ   ଦେଲେ  ଦୁଇଦିନରେ  ରୋଗୀର  ଅବସ୍ଥା  ବଦଳି  ଯାଏ  ।

ଆର୍ଶେନିକ  ଆଲବମ୍  ମଧ୍ୟ  ଏଭଳି  ଦୁର୍ଗନ୍ଧଯୁକ୍ତ  ଝାଡା  ହେଉଥିବା  ଟାଇଫଏଡ   ଜ୍ଵରରେ  ବ୍ୟବହାର  ହୁଏ   । ରସଟକ୍ସ   ଭଳି  ଏ  ରୋଗୀ   ଖାଲି   ବ୍ୟସ୍ତ  ଓ  ଅସ୍ଥିର  ହେଉଥିବେ  । ଜିଭରେ  ମଇଳା  ଓ  ପାଟି  ଦୁର୍ଗନ୍ଧ   । ପାଟି   ଶୁଖି  ଶୁଖି  ଯାଉଥିବ  ଅଥଚ  ଟିକିଏ   ଟିକିଏ   ପାଣି  ବାରମ୍ବାର  ପିଉଥିବେ   । ଜ୍ଵର  ଦ୍ଵିପ୍ରହର  ଓ  ରାତି  ଦ୍ଵିପ୍ରହର   (୧୨ ଟାରୁ  ୨ ଟା   ଭିତରେ ) ଘଡି   ଧରିଲା   ଭଳି   ବଢୁଥିବ  ଓ  ସବୁ  ଲକ୍ଷଣର  ବୃଦ୍ଧି  ଘଟୁଥିବ  । ରୋଗୀ  ମନରେ  ଭୟ  ହେଉଥିବ  ସତେ  ଯେପରି  ସେ  ଆଉ  ଏଥିରୁ  ଭଲ  ହୋଇପାରିବନି  ଓ ମୃତ୍ୟୁ   ତା’ର  ସୁନିଶ୍ଚିତ   ।ଆର୍ଶେନିକ  ଆଲବମ୍ – ୬ – ୨୦୦ ଅବସ୍ଥା  ଘେନି  ଘଣ୍ଟାରୁ  ୮ ଘଣ୍ଟା  ତଫାତରେ  ଦିଅନ୍ତୁ    । ଆଉ  କୌଣସି  ଔଷଧ  ଲାଗିବ  ନାହିଁ  ଓ ରୋଗୀ  ୨/୩ ଦିନରେ  ସମ୍ପୂର୍ଣ୍ଣ   ଆରୋଗ୍ୟ  ହୋଇଯିବ  ।

ଟାଇଫଏଡରେ  ପାଇରୋଜେନକୁ  ଭୁଲିବାର  ନୁହେଁ  । ପ୍ରବଳ  ଜ୍ଵର,   ହଠାତ୍  ବଢିଯାଉଥିଲେ  ଓ  ଶରୀରର  ସର୍ବାଙ୍ଗ  ଦରଜ  ହୋଇ  ରହିବା  ହେତୁ  ଶଯ୍ୟାରେ  ସ୍ଥିର   ହୋଇ  ନ ରହୁଥିଲେ, ଝାଡା,  ପରିସ୍ରା, ଝାଳ  ସବୁ ଅତ୍ୟନ୍ତ  ଦୁର୍ଗନ୍ଧଥିଲେ ; ଝାଳ   ବୋହୁଥିଲେ  ମଧ୍ୟ  ଜ୍ଵରର  କୌଣସି  ଫରକ   ନ  ପଡୁଥିଲେ, ନାଡିର  ଗତି   ଅତି  ପ୍ରବଳ  ବା   ଜ୍ଵର  ସହିତ  ଏହାର  କୌଣସି  ତାଳ  ମେଳ  ନ ଥିଲେ ; ଜ୍ଵର  ବଢିବା   ସହିତ  ଘନଘନ,  ନିର୍ମଳ  ଯଥେଷ୍ଟ   ପରିସ୍ରା   ହେଉଥିଲେ   ପାଇରୋଜେନ ବ୍ୟତୀତ   ଅନ୍ୟ  କେଉଁ  ଔଷଧ   ଲାଗିବ  କହନ୍ତୁ  ନା ? ଆର୍ଶେନିକ  ଏ   ଅବସ୍ଥାରେ  ମୃତ୍ୟୁଭୟ  ଓ  ସେଥିପାଇଁ   ବ୍ୟସ୍ତତା  ସାଙ୍ଗକୁ   ମୁହୁର୍ମୁହୁ  ଢୋକେ ଢୋକେ   ମାତ୍ର   ପାଣି  ପିଇବା  ସହିତ  ଶୀତକାତରରେ   ଘୋଡି   ହୋଇ  କୁକୁଡ଼ାକୁଣ୍ଡଳି  ଭଳି  ପଡିରହିବାର  ଯେ  ଦୃଶ୍ୟ,  ତାହା  କ’ଣ  ପାଇରୋଜେନ  ସହିତ  ମେଳ  ଖାଇବ ? ଆର୍ଶେନିକ   ଶାରୀରିକ  ଅବସନ୍ନତା  ଓ  ମାନସିକ  ଅସ୍ଥିରତାର  ଏକ  ସୁନ୍ଦର  ମିଶ୍ରଣ  ଅବସ୍ଥା   ।

ଏସିଡଫସ୍  ମଧ୍ୟ  ଏକ  ନିଚ୍ଛକ  ଟାଇଫଏଡ   ଜ୍ଵରରେ  ଭାରି  ଭଲ  କାମ  କରେ  ।  ଜ୍ଵର ଧୀରେ  ଧୀରେ  ବଢୁଥିବା  ସହିତ  ଶାରୀରିକ   ଦୁର୍ବଳତା  ଓ  ମାନସିକ  ଅବସାଦ  ଯଦି  ସମତାଳରେ  ବଢି  ଚାଲିଥିବ  ତାହାହେଲେ  ଏହା  ଏକ  ଉତ୍ତମ  ଔଷଧ  । ରୋଗୀ  ଆର୍ଣ୍ଣିକା  ଓ  ବାପ୍ଟିସିଆ  ପରି  ଅଘୋର  ଅବସ୍ଥାରେ  ପଡିରହିଥାଏ,  ମାତ୍ର  ଥରେ  ଉଠେଇ  ଦେଲେ  ବେଶ୍  ସଜ୍ଞାନ  ହୋଇ  ଉଠେ   ଏବଂ  ଧୀରେ  ଧୀରେ  ଯେପରି  ସବୁ  ବୁଝିବାକୁ  ଚେଷ୍ଟା  କରେ   । ପେଟରେ   ବାୟୁ  ଜମେ, ଜିଭ  ଓ  ଦାନ୍ତରେ  ଶୁଖିଲା  ମଇଳା  ଜମେ,  ଓଠ  କଳା   ଦେଖାଯାଏ, ଅନେକ  ସମୟରେ  ନାକରୁ  ରକ୍ତ  ପଡେ, ଝାଡାରେ  ରକ୍ତ  ପଡିବା  ମଧ୍ୟ  ଦେଖାଯାଏ   । ଏସିଡଫସ୍ – ୬ – ୩୦ ଏ  କ୍ଷେତ୍ରରେ  ୪/୬ ଘଣ୍ଟାରେ  ପାନେକରି  ଦେଇ  ଦେଖନ୍ତୁ  କେତେ  ଶୀଘ୍ର  ରୋଗୀ  ଆରୋଗ୍ୟଲାଭ  କରୁଛନ୍ତି  ।

ପେଟରେ   ବାୟୁ  ଜମୁଥିବ, ବିଭିନ୍ନ  ସ୍ଥାନରୁ  ରକ୍ତକ୍ଷରଣ  ହେଉଥିବ,  କାଳିଚିଆ  ରକ୍ତ, ପାଣିଫଟା, ଜମା   ଜମାଟ  ବାନ୍ଧୁ  ନ ଥିବ  । ଓଠ, କାନ  ଓ  ଚମ  ନୀଳ   ଦେଖାଯାଉଥିବ,  ରୋଗୀର  ଯେପରି   ଦମ୍  ବନ୍ଦ  ହୋଇଯାଉଛି,  ଶ୍ଵାସ  ପ୍ରଶ୍ଵାସ  ନେବାରେ   ଭୀଷଣ  କଷ୍ଟ,  ଆତୁରରେ  ଖାଲି  ପଙ୍ଖା   କରିବାକୁ  ଇଙ୍ଗିତ  ଦେଉଛନ୍ତି  । ଦେହରେ   ଥଣ୍ଡା   ଝାଳ  ଓ  ଆଣ୍ଠୁରୁ  ତଳକୁ  ଗୋଡ  ଦିଓଟି  ଥଣ୍ଡା   । ସମସ୍ତ  ଆଶା  ଭରସା  ତୁଟି   ଗଲାଣି, କାନ୍ଦ   ବୋବାଳି  ପଡିଲାଣି – ଥରେ  କାର୍ବୋଭେଜ -୩୦ ବା  ୨୦୦  ଦେଇ  ଚେଷ୍ଟା  କରନ୍ତୁ  ନା  ପ୍ରତି  ୨/୩ ଘଣ୍ଟାରେ  ଥରେ   । ବ୍ୟସ୍ତ  କାହିଁକି, ଅବସ୍ଥା  ବଦଳି  ଯାଇପାରେ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate