অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୁଣ୍ଡବ୍ୟଥା ର ହୋମିଓପ୍ୟାଥି ଚିକିତ୍ସା

ମୁଣ୍ଡବ୍ୟଥା ର ହୋମିଓପ୍ୟାଥି ଚିକିତ୍ସା

ମୁଣ୍ଡବ୍ୟଥା

ମୁଣ୍ଡରେ  ଶର୍ଦ୍ଦି  ଜମି, ଟାଣ  ଖରାରେ   ବୁଲି, ବ୍ଲଡ଼  ପ୍ରେସରରୁ, ସ୍ନାୟବିକ  କାରଣରୁ, ଯାହା  ହେଉଆ  କାହିଁକି, ସବୁ କ୍ଷେତ୍ରରେ   କ’ଣ  ମୁଣ୍ଡବ୍ୟଥା   ହେଲେ  ବେଲାଡୋନା  ଲାଗିବ  ?  ଆପଣ  ଖାଇଲେ  କ’ଣ  ହେବ  ? ଲକ୍ଷଣ  ମେଳକ  ନ ଥିଲେ  କୌଣସି  ଔଷଧ  ହୋମିଓପାଥି  ମତରେ   ଉପଶମ  ଦେବ  ନାହିଁ   । ଉପଯୁକ୍ତ  ଯେଉଁ  କାରଣରୁ   ହେଉନା  କାହିଁକି,  ଯଦି  ମୁଣ୍ଡବିନ୍ଧା  ଖୁବ୍   ସାଂଘାତିକ  ଧରଣର  ହୋଇଥିବ  ଏବଂ ଏବଂ  ସାଂଘାତିକ   ତଥା  ହଠାତ୍  ଆରମ୍ଭ  ହେଉଥିବ, ମଝିରେ  ମଝିରେ  ହଠାତ୍  ବନ୍ଦ  ହୋଇଯାଇ  ପୁଣି  ହଠାତ୍  ଆରମ୍ଭ  ହେଉଥିବ, ଏତେ  ବେଶି  ଜୋରରେ  ବଥାଉଥିବ  ଯେ  ମୁହଁ  ଲାଲ୍ ପଡିଯାଉଥିବ,  ମୁଣ୍ଡଭିତରେ  ଖାଲି  ଧପ୍ ଧପ୍  ହେଉଥିବ,  ସାମାନ୍ୟ  ସଞ୍ଚଳନ, ପାଟିତୁଣ୍ଡ,  ତେଜ  ଆଲୁଅ  ମୋଟେ  ସାହି  ହେଉ  ନ ଥିବ ; ତାହାହେଲେ  ମୋଟେ  ବେଲାଡୋନା କାମ  ଦେବ  । ପୁଣି  ବାଳ  କାଟିବା  ପରେ   ଯଦି  ପ୍ରାୟତଃ   ମୁଣ୍ଡ  ବିନ୍ଧୁଥାଏ  ଏହା  ଏକ  ଉତ୍ତମ  ଔଷଧ  ଭାବରେ   କାମ  କରେ   । ଖୁବ୍  ଟାଣ  ଖରାରେ  ବୁଲିବା  ପରେ   ମୁଣ୍ଡବ୍ୟଥା   ଉପଯୁକ୍ତ  ପ୍ରକାରେ  ହେଉଥିଲେ  ବେଲାଡୋନା ଖୁବ୍  ଫଳପ୍ରଦ  ।

ମୁଣ୍ଡବ୍ୟଥା ପାଇଁ ହୋମିଓପ୍ୟାଥି ଔଷଧ

 

ଟାଣ  ଖରାରେ  ବୁଲିବା  ପରେ  ମୁଣ୍ଡବ୍ୟଥା  ହେଲେ ଗ୍ଲୋନାଇନ ଏକ  ଔଷଧ  । ଏହା  ସାଧାରଣତଃ  ହାଇବ୍ଲଡପ୍ରେସର  ରୋଗୀଙ୍କ  ମୁଣ୍ଡବ୍ୟଥାରେ  ଭଲ  କାମ  କରେ  । ରୋଗୀ  ମନେକରେ  ମୁଣ୍ଡ  ଭିତରେ  ଯେପରି  ରକ୍ତ  ଜମିଯାଇ  ମୁଣ୍ଡଟା  ଫଟାଇ  ଦେଉଛି   । ଆଖିଡୋଳାଗୁଡିକ  ସତେଯେପରି  ଠେଲିହୋଇ  ବାହାରିଯିବ  ଏପରି  ମନେହୁଏ   । ସ୍ତ୍ରୀ  ଲୋକମାନଙ୍କ   ମାସିକ  ଋତୁ  ଅବରୁଦ୍ଧ  ହୋଇ  ଏପରି  ମୁଣ୍ଡବ୍ୟଥା  ହେଲେ  ଏହା  ଖୁବ୍  କାମରେ  ଲାଗେ  ।

ଖରାରେ  ବୁଲି  ମୁଣ୍ଡବ୍ୟଥା  ହେଲେ  ଜେଲସେମିଅମ୍ ମଧ୍ୟ  ଖୁବ୍  ଭଲ  ଔଷଧ । ହାଇ  ଏବଂ  ଲୋ  ପ୍ରେସରରେ   ମଧ୍ୟ ଏହା  ଭଲ  କାମଦିଏ   । ଏଥିରେ  ମୁଣ୍ଡଟା  ଖାଲି  ଓଜନିଆ  ଲାଗେ,  ଆଖିପତାଗୁଡିକ  ସବୁବେଳେ  ଭାରି  ଭାରି  ଲାଗି  ପିଡିଯାଉଥାଏ   ।  ଇଚ୍ଛା  କରି  ମଧ୍ୟ  ଆଖିଖୋଲି  ରଖିବା   ସମ୍ଭବ  ହୁଏନା  । ନିସ୍ତେଜ  ହୋଇ  ରୋଗୀ  ପଡିରହେ   । ଶୋଷ   ଜମା  ନ  ଥାଏ,  ଅଥଚ   ପରିଷ୍କାର  ନିର୍ମଳ  ପରିସ୍ରା  ହୁଏ   । ମାତ୍ର,  ବିଶେଷ  ଉଲ୍ଲେଖଯୋଗ୍ୟ   କଥା  ହେଉଛି  ପରିସ୍ରା   ହୋଇଯିବା  ପରେ  ମୁଣ୍ଡବ୍ୟଥାର   ଉପଶମ   ହୁଏ   । ଏହି  ଔଷଧ, ମାନସିକ  ଅବସାଦ  ପାଇଁ   ଯଦି  ମୁଣ୍ଡବ୍ୟଥା  ହେଉଥାଏ,  ତାହାହେଲେ   ମଧ୍ୟ  ଏସବୁ  ଲକ୍ଷଣ   ଥିଲେ  ଭାରି  ଭଲ  କାମ  ଦିଏ  ।

ଅନେକ  ସମୟରେ  ଦେଖିବେ  କେତେକ  ଲୋକ  ସକାଳୁ  ଉଠିବା  ସଙ୍ଗେ  ସଙ୍ଗେ   ମୁଣ୍ଡବ୍ୟଥା  ଭୋଗନ୍ତି  । ଏ  ମୁଣ୍ଡବ୍ୟଥାର   ସତେଯେପରି  ସୂର୍ଯ୍ୟଙ୍କର  ବଢିବା  ଛିଣ୍ଡିବା   ସହିତ  ସମ୍ପର୍କ  ଅଛି  । ସକାଳୁ  ଆରମ୍ଭ  ହୋଇ  ଧୀରେ  ଧୀରେ  ମଧ୍ୟାହ୍ନ  ପର୍ଯ୍ୟନ୍ତ  ବଢି  ପୁଣି  ଆସ୍ତେ  ଆସ୍ତେ  କମି  ସନ୍ଧ୍ୟାବେଳକୁ  ପୂରା  ଛାଡିଯାଏ   । ଏଭଳି  ମୁଣ୍ଡବ୍ୟଥା  ଯଦି  ଡାହାଣପାଖ  ଧରି  ହୁଏ  ତାହାହେଲେ  ସାଙ୍ଗୁନାରିଆ ଓ  ବାଁପଟ  ଧରି  ହେଉଥିଲେ  ସ୍ପାଇଜେଲିଆ  ବ୍ୟବହାର   କରିବେ   । ଏହାଛଡା  ସାଙ୍ଗୁନାରିଆ  ରକ୍ତଚାପ   ଥିବା   ରୋଗୀପକ୍ଷରେ   ଓ  ସ୍ପାଇଜେଲିଆ  ସ୍ନାୟବିକ  ରୋଗୀ  ପକ୍ଷରେ  ବିଶେଷ  ଉପକାରୀ  । ନେଟ୍ରାମମ୍ୟୁର  ମଧ୍ୟ  ଏକ  ଭଲ  ଔଷଧ  ଏଭଳି  ମୁଣ୍ଡବ୍ୟଥାରେ  । ତେବେ  ଏ  ରୋଗୀମାନଙ୍କର  ଥଣ୍ଡା  ଧରିବା  ପ୍ରବଣତା  ବେଶି  ଥାଏ  । ଯଦିଓ  ଏମାନେ  ଗରମ   ମୋଟେ  ସହିପାରନ୍ତି  ନାହିଁ  ତଥାପି  ଏମାନଙ୍କୁ  ଏତେ  ଶର୍ଦ୍ଦି  ହୁଏ ଯେ  କୋଉଠୁ  କିପରି   ଥଣ୍ଡା   ଲାଗିଲା  ବୋଲି  ସେମାନେ  ଆଶ୍ଚର୍ଯ୍ୟ  ହୁଅନ୍ତି  । ଏମାନେ  ଟିକେ  ଅଧିକ  ଲୁଣ  ଖାଇବାକୁ  ଭଲପାଆନ୍ତି   । ମୁଣ୍ଡବ୍ୟଥା  ଏମାନଙ୍କର  ଏତେ  ସାଂଘାତିକ  ହୁଏ  ଯେ, ସେମାନେ  ମନେ  କରନ୍ତି   ସତେଯେପରି  ମୁଣ୍ଡ  ଭିତରେ  ଶହ ଶହ  ହାତୁଡି  ଧରି  କେହି  ଜଣେ  ପିଟୁଛି  । ସକାଳୁ  ସଞ୍ଜଯାଏ  ହେଉଥିବା  ମୁଣ୍ଡବ୍ୟଥା  ଏ  ଔଷଧରେ  ଭଲ  ହେଉଥିଲେ   ମଧ୍ୟ  ଓପରଓଳିଆ   ମୁଣ୍ଡବ୍ୟଥା  ପାଇଁ  ମଧ୍ୟ  ଏହା  ଏକ  ଭଲ  ଔଷଧ   । ଉପଯୁକ୍ତ   ଗୁଣବିଶିଷ୍ଟ  ଦୁର୍ବଳିଆ  ପିଲା  ଦିନସାରା  ସ୍କୁଲରେ   ପାଠପଢି   ସନ୍ଧ୍ୟାବେଳକୁ   ମୁଣ୍ଡବ୍ୟଥା   ଧରି  ଘରକୁ  ଫେରନ୍ତି ; ତାହାହେଲେ   ଏହି  ନେଟ୍ରାମମ୍ୟୁର   ସେମାନଙ୍କ  ପକ୍ଷରେ  ଖୁବ୍  ହିତକର   । ମେଲେରିଆ   ପରେ  ଏଭଳି  ମୁଣ୍ଡବ୍ୟଥା  ହୋଇଥିଲେ   ଏହା  ଭାରି  ଭଲ   କାମ  କରେ   ।

ଏହାଛଡା   ବର୍ଷାମାଡ  ଖାଇ  ମୁଣ୍ଡବ୍ୟଥା  ହେଉଥିବ, ତା’ସହିତ  ଶରୀର   ପୀଡା   ରହି  ଜର  ଭାବ  ଥିବ,  ତେବେ  ତ  ଆଖିବୁଜି   ରସଟକ୍ସ  ଖାଇଲେ   ସଙ୍ଗେ  ସଙ୍ଗେ  ମୁଣ୍ଡବ୍ୟଥା  କମିଯିବ  ।

ଠିକ୍  ସେହିପରି  ଶୀତଦିନରେ   କାକରମଡା  ହୋଇ  ବା  ମୁଣ୍ଡରେ  ଟୋପି  ନ ଦେଇ  ସକାଳୁ  ସକାଳୁ  ବା  ରାତିରେ  ମଟରସାଇକେଲରେ  ବୁଲି  ମୁଣ୍ଡବ୍ୟଥା   ଭୋଗିଲେ  ଏକୋନାଇଟ   ଖାଇ  ଆଶୁ  ଉପଶମ  ଲାଭ  କରିବେ   ।

କେତେକ  ଲୋକଙ୍କର   ଦେଖିବେ   ଝାଡା  କବଜ  ହୋଇ  ମୁଣ୍ଡବ୍ୟଥା  ହୁଏ  ଓ ଏହା  ଖୁବ୍  ସାଂଘାତିକ  । ଦିନ  ଦିନ  ଧରି  ଝାଡା  ହୁଏନା,  ହେଲେ  ମଧ୍ୟ  ଟାଣ  ପୋଡାମାଟି   ଭଳି କଷ୍ଟକର  ଝାଡା   ।  ଡାକ୍ତର  କହିବେ  ପାଣି ନ ପିଉଥିବାରୁ  ଏପରି  ହେଉଛି ; ମାତ୍ର  ଆଶ୍ଚର୍ଯ୍ୟର  କଥା  ଏ  ରୋଗୀ  ସ୍ଵଭାବତଃ  ବହୁତ   ବେଶି  ପାଣି  ପିଅନ୍ତି  । ମୁଣ୍ଡବ୍ୟଥା  ବେଳେ  ଚୁପ୍ ଚାପ୍  ପଡିରହନ୍ତି   । ସାମାନ୍ୟ  ସଞ୍ଚାଳନରେ  ମୁଣ୍ଡବ୍ୟଥା  ବଢିଯାଏ   । ଖୁବ୍  ଜୋରରେ  ଛାପି  ରଖିଲେ   ମୁଣ୍ଡବ୍ୟଥା  ଉପଶମ  ମନେହୁଏ   ବୋଲି  ରୋଗୀକୁ   ଦେଖିବେ  ମୁଣ୍ଡରେ   ଖଣ୍ଡେ  ରଶି  ବା  ଗାମୁଛା  ଜୋରରେ  ବାନ୍ଧିଥିବେ   । ଏ  ସବୁ  କ୍ଷେତ୍ରରେ  ବ୍ରାୟୋନିଆ ତତକ୍ଷଣାତ    ଉପଶମ  ପହଞ୍ଚାଇବ  ।  ଅନେକ  ସମୟରେ  ତରୁଣ  ଶର୍ଦ୍ଦି  ହଠାତ୍  ବସିଯାଇ  ଏପରି  ମୁଣ୍ଡବ୍ୟଥା  ହେଲେ  ବ୍ରାୟୋନିଆ ମଧ୍ୟ   ଭଲକାମ   କରେ   ।

ଶର୍ଦ୍ଦି  ଶୁଖିଯାଇ  ମୁଣ୍ଡବ୍ୟଥା   ହେଲେ  ଜେଲସେମିୟମ ବେଲାଡୋନା ମଧ୍ୟ  କାମ  କରେ   । ତାହାର  ଲକ୍ଷଣ  ଉପରେ   କୁହାଯାଇ   ଅଛି   । ପଲସେଟିଲା ମଧ୍ୟ  ଏ  କ୍ଷେତ୍ରରେ   ଖୁବ୍  ଭଲ  ଔଷଧ  । ଏହା  ବ୍ରାୟୋନିଆର ସମ୍ପୂର୍ଣ୍ଣ  ଓଲଟା   । ଅବଶ୍ୟ  ଶୋଷ  ଦୃଷ୍ଟିରୁ   । ଏ  ରୋଗୀ  ମୋଟେ  ପାଣି  ପିଏନା, ପାଟି  ଶୁଖିଲା  ମନେ  ହେଉଥିଲେ  ମଧ୍ୟ   । ମୁଣ୍ଡବ୍ୟଥା  ବେଳେ  ଖୋଲା  ପବନ  ଖୁବ୍  ଭଲ  ଲାଗେ   । ସନ୍ଧ୍ୟାବେଳକୁ  କଷ୍ଟ  ବେଶି  ବଢେ   । ମୁଣ୍ଡରେ   ଶର୍ଦ୍ଦି  ଏପରି  ଜମିଥାଏ  ଯେ  ମୁଣ୍ଡ  ତଳକୁ  କରିପାରେନା   । ନଇଁଲେ  ମୁଣ୍ଡଟା  ଏପରି  ଯନ୍ତ୍ରଣା  ହୁଏ  ଯେ  ବର୍ଣ୍ଣନା  କରିବା  ମୁସ୍କିଲ  । ବଡ  କଷ୍ଟରେ  ନାକରୁ  ଗାଢ  ହଳଦିଆ  ଶିଘାଂଣୀ  ବାହାରିଲେ  ସାମାନ୍ୟ  ଉପଶମ   ମନେହୁଏ   ।

ଏହାଛଡା   ସାମାନ୍ୟ  ଦିକ୍ ଦିକ୍  ମୁଣ୍ଡବ୍ୟଥାକୁ  ମାଗ୍ନେସିଆଫସ୍  ବେଶ୍   ଉପକାର  ଦର୍ଶାଏ   । ରୋଗୀ  ଖାଲି   ମୁଣ୍ଡକୁ  ନିଜ  ଟିପରେ   ଚିପୁଥାଏ   ।

ଏହିସବୁ  ଔଷଧ  ପ୍ରକାର  ଭେଦରେ  ୬ ଶକ୍ତିରୁ  ଆରମ୍ଭ  କରି  ୨୦୦ ପର୍ଯ୍ୟନ୍ତ   ୨ ଘଣ୍ଟାରୁ  ୧୨ ଘଣ୍ଟା  ବ୍ୟବଧାନରେ  ବ୍ୟବହାର  କରାଯାଇପାରେ   ।   

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate