অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାଡଫୁଟି ରୋଗ ପାଇଁ ଚିକିତ୍ସା

ହାଡଫୁଟି ରୋଗ ପାଇଁ ଚିକିତ୍ସା

ଉପକ୍ରମ

ସମୟ  ଥିଲା  ବସନ୍ତ  ବୋଇଲେ  ଲୋକଙ୍କ  ଭିତରେ  ଆତଙ୍କ  ଖେଳି  ଯାଉଥିଲା   । ଏବେ  ସେଭଳି  ସମୟ  ଆଉ  ନାହିଁ, କିନ୍ତୁ  ସେହିଭଳି  ଭୂତାଣୁଜନିତ   ଉଦ୍ଭେଦକାରୀ  ଜ୍ଵରରୋଗର  ପ୍ରାଦୁର୍ଭାବ  କମ୍  ଦେଖାଯାଉ  ନାହିଁ  । ଠିକ୍  ବସନ୍ତର  ସାମଞ୍ଜସ୍ୟ  ଥିବା  ଏକ  ଉଦ୍ଭେଦ  ରୋଗ  ଅଛି  ଯାହାକି, ପାଣି  ବସନ୍ତ, ହାଡଫୁଟି  ବା  ଚିକେନ – ପକ୍ସ  ନାମରେ  ଖ୍ୟାତ  । ବସନ୍ତ  ରୋଗ  ସହିତ  ଏହାର  ସାମଞ୍ଜସ୍ୟ  ଥିଲେ  ମଧ୍ୟ  ଏହା  କମ୍  ମାରାତ୍ମକ  ବୋଲି  ଧାରଣା  ଥିବାରୁ  ଲୋକେ  ସାମାନ୍ୟ  ଆଶ୍ଵସ୍ତ  । ହେଲେ  କିନ୍ତୁ  ଏହାର  ଉଦ୍ଭେଦ   ଯେପରି  ଥରକୁ  ଥର   ବାହାରି  ରୋଗୀର  ଭୋଗକାଳକୁ  ଅନିର୍ଦ୍ଦିଷ୍ଟଭାବରେ   ବଢାଇ   ଦେଇଥାଏ   । ସେହିପରି  ଏହାର  ଯନ୍ତ୍ରଣା  ରୋଗୀକୁ  ମାରାତ୍ମକ  ଭାବରେ  କ୍ଲେଶ  ମଧ୍ୟ  ଦେଇଥାଏ   । ସବୁଠାରୁ  ବଡ  କଥା  ହେଉଛି  ଏହାର  କୌଣସି  ପ୍ରତିଷେଧକ  ଟୀକା   ଏଯାବତ୍  ଆବିଷ୍କୃତ  ହୋଇ  ନାହିଁ   ।

ଚିକିତ୍ସା ପାଇଁ ଔଷଧ

ଜ୍ଵର, ଶରୀରପୀଡା  ଓ  ଉଦ୍ଭେଦକୁ  ନେଇ, ଏକୋନାଇଟରୁ  ଆରମ୍ଭ  କରି  ଜିଙ୍କମମେଟ  ପର୍ଯ୍ୟନ୍ତ  ଯେ  କୌଣସି  ଔଷଧ  ଏଥିରେ  ବ୍ୟବହାର  ସମ୍ଭାବନାକୁ  ହୋମିଓପାଥି   ମତରେ   ସ୍ଥାନ, କାଳ  ପାତ୍ର  ଭେଦରେ   ଏଡାଇ  ଦିଆଯାଇ  ନପାରିଲେ  ମଧ୍ୟ, ଏହି  ରୋଗ  ହ୍ୟାନିମାନଙ୍କର   ସ୍ଥାୟୀ  କଳ୍ମଷ  ଗୋଷ୍ଠୀର   ହୋଇଥିବାରୁ  ଏହାର  ଚିକିତ୍ସା  ଓ  ପ୍ରତିଷେଧକକୁ  ଅଭିଜ୍ଞତା  ଦୃଷ୍ଟିରୁ  ବେଶ୍  ସରଳୀକରଣ  କରାଯାଇ  ପାରିଛି   । ରୋଗ ଭୋଗକାଳକୁ  ଯଥେଷ୍ଟ  କମାଇଦେବା  ସଙ୍ଗେ  ସଙ୍ଗେ   ପ୍ରତିକ୍ରିୟା   ବା  ପରିଣାମଜନିତ    ଭୋଗକୁ  ମଧ୍ୟ  ଶୂନ୍ୟ  କରି   ଦିଆଯାଇଛି   ।

କୌଣସି  ଲୋକକୁ  ହାଡଫୁଟି   ହେବା  ସଙ୍ଗେ  ସଙ୍ଗେ  ରସଟକ୍ସ- ୨୦୦ ରୁ  ୩ପାନ  ବାରଘଣ୍ଟା   ଅନ୍ତରରେ   ଦେଇ  ତା’ ପର  ବାରଘଣ୍ଟା  ପରେ  ଏଚିନେସିୟା – ୬ ଦିନକୁ  ୪ ଥର  ହିସାବରେ  ଦିଅନ୍ତୁ  । ଦେଖିବେ  ରସଟକ୍ସରେ  ଉଦ୍ଭେଦଗୁଡିକ   ଘିମିରି   ଭଳି  ବାହାରି   ଆସିବ ଓ  ଏଚିନେସିୟା  ପରେ  ତାହା  ସେହି  ଅବସ୍ଥାରେ  ଶୁଖିଯିବ  । ଏହାପରେ  ହାଡଫୁଟିର  ସ୍ଵାଭାବିକ  ପୌନଃପୁନିକ   ଉଦ୍ଭେଦ  ବାହାରିବ   ନାହିଁ  ଓ  ଏକ  ସପ୍ତାହ  ମଧ୍ୟରେ  ରୋଗୀ  ସ୍ଵାଭାବିକ  ହୋଇଯିବେ   । ଯଦି  ଗୋଟିଏ  ଦୁଇଟି  ଉଦ୍ଭେଦ ନ ଶୁଖି  ରହିଯାଏ  ତାହାହେଲେ  ମର୍କୁରିୟସ୍, ହିପାରସଲଫ  ବା  ସାଇଲିସିୟା  ପ୍ରୟୋଗ  ଦ୍ଵାରା  ଶୁଖାଇ  ଦିଆଯାଇ  ପାରିବ   । ବେଶି  କୁଣ୍ଡାଇ  ହେଉଥିଲେ  ମର୍କୁରିୟସ, ଦରଜ  ଥିଲେ  ହିପାରସଲଫ  ଓ  ପୂଜ  ଥିଲେ  ସାଇଲିସିଆ  ଦେବେ  ।

ଅତ୍ୟନ୍ତ  ସସ୍ଵାଭାବିକ  ଓ  ସାଂଘାତିକ  ପରିସ୍ଥିତିରେ  ବ୍ରାୟୋନିଆ, ଏଣ୍ଟିମଟାର୍ଟ,  ଫସଫରସ ଓ  ଜିଙ୍କମଟେଟ  ଇତ୍ୟାଦି  ଔଷଧ  ବେଶି  ଭାଗ  ଲାଗେ  । କିନ୍ତୁ ଏ  ସବୁ ପ୍ରୟୋଗ  ପୂର୍ବରୁ  ବିଶେଷଜ୍ଞଙ୍କ  ପରାମର୍ଶ  ନେବା  ବିଧେୟ   ।

ଚିକିତ୍ସା  ସମୟରେ  ରୋଗୀକୁ  ଯଥେଷ୍ଟ  ଭାବରେ  ପାଣିରେ  ସାମାନ୍ୟ  ମହୁ  ମିଶାଇ  ପିଇବାକୁ  ଦେବେ  ଓ ଚର୍ମର  irritation  କମାଇବା  ପାଇଁ  ଅତି  କୋମଳ  ଶଯ୍ୟାର  ବ୍ୟବସ୍ଥା  କରିବେ   ।

ହାଡଫୁଟି  ସହିତ  ରସଟକ୍ସ   ଛବିର  ଏତେ  ସାମଞ୍ଜସ୍ୟ  ଯେ  ଆପଣ – ୨୦୦ ବା  ୧୦୦୦ ଶକ୍ତି, ହାଡଫୁଟି  ସମୟରେ  ଅନାକ୍ରାନ୍ତ  ଲୋକଙ୍କୁ  ସକାଳ  ଓ  ସନ୍ଧ୍ୟାରେ  ଦୁଇଥର  କରି ପାଞ୍ଚ  ଦିନ  ଦିଅନ୍ତୁ  । ଏହା  ପ୍ରତିଷେଧକର  କାର୍ଯ୍ୟ  କରିବେ   । ଦେଖନ୍ତୁ  ଔଷଧ  ଖାଇବା  ସମୟରେ  ଯଦି  କାହାର  ଜ୍ଵର  ବା  ଜ୍ଵର  ଭାବ  ଜଣାଯାଏ  ତାହାହେଲେ  ଔଷଧ  ବନ୍ଦ କରି  ଦେବାକୁ  ପଡିବ   ।

ଏହାର  ପ୍ରତିଷେଧକ  ବିଷୟରେ  ଚିନ୍ତା  କଲେ  ଆଉ  ଗୋଟିଏ  କଥା  ନଜରକୁ   ଆଣିବା  ଦରକାର   । ହାଡଫୁଟି  ଓ  ମିଳିମିଳା  ଅନେକ  ସମୟରେ  ଗୋଟିଏ  ସ୍ଥାନରେ  ଏକକାଳୀନ  ଦେଖାଯାଇଥାଏ   । ଯଦି  ତାହା  ହୋଇଥାଏ  ତେବେ  ମାଲେନ୍ଦ୍ରିନାମ – ୨୦୦ ଉପଯୁକ୍ତ  ମତେ  ବ୍ୟବହାର  କରନ୍ତୁ  । ଏହା  ଉଭୟ  ରୋଗର  ପ୍ରତିଷେଧକଭାବରେ  କାର୍ଯ୍ୟ  କରିବ ।

ପ୍ରତିଷେଧକ

ପ୍ରତିଷେଧକ  ପାଇଁ  ଔଷଧର  ପୌନଃପୁନିକ   ପ୍ରୟୋଗ  ସଂକ୍ରାନ୍ତରେ  କେହି  କେହି  ପ୍ରଶ୍ନ  ଉଠାଇ  ପାରନ୍ତି   । କିନ୍ତୁ  ଏହା  ମନେ  ରଖିବା  ଆବଶ୍ୟକ  ଯେ  ରୋଗ  ପ୍ରତିଷେଧକ  ବ୍ୟବସ୍ଥା  କରିବାର  ଅର୍ଥ  ହେଉଛି  ଶରୀର  ମଧ୍ୟରେ  ରୋଗ  ନିବାରକ  ଶକ୍ତିକୁ  ଉଜ୍ଜୀବିତ  କରିବା  ପ୍ରତ୍ୟକ ମନୁଷ୍ୟର  ସଂବେଦନଶୀଳତା   ବା  ପ୍ରତିକ୍ରିୟାର  ପ୍ରବଣତା  ସମାନ  ନ  ଥିବାରୁ   ଏବଂ  ଆଗହୁଁ  ତାହାକୁ  ଜାଣିବାର  କୌଣସି  ଉପାୟ  ନ  ଥିବାରୁ, ସେହି  ପ୍ରତିକ୍ରିୟାର  ଆଭାସ  ପାଇବା  ପର୍ଯ୍ୟନ୍ତ  ହିଁ  ଔଷଧର  ପୁନଃପ୍ରୟୋଗ  ଯୁକ୍ତିସମ୍ମତ   । ହୋମିଓପାଥି  ଔଷଧର  ରୋଗ  ଅହିତ  ସାମଞ୍ଜସ୍ୟ  ଥିବା  ହେତୁ  ଔଷଧ  ପ୍ରତି  ଶରୀରର  ପ୍ରାଣ  ଶକ୍ତିର  ପ୍ରତିକ୍ରିୟା  ରୋଗ  ବିରୁଦ୍ଧରେ  ହିଁ  କାର୍ଯ୍ୟ  କରିଥାଏ  । ଏହି  ନୀତି  ଯେ  କୌଣସି  ନାମର  ପରିବ୍ୟାପ୍ତ  ରୋଗ  ବା  ମହାମାରୀ  ବିରୋଧରେ  ହୋମିଓପାଥି  ଔଷଧର  ପ୍ରତିଷେଧକ  ବ୍ୟବସ୍ଥା  ପାଇଁ  ସମାନଭାବରେ  କାର୍ଯ୍ୟକାରୀ    । ରୋଗ  ବ୍ୟାପ୍ତିର  ପ୍ରକାର  ଉପରେ  ଔଷଧର  ପୌନଃପୁନିକ  ପ୍ରୟୋଗ  ନିର୍ଭର  କରେ   । ଅତି  ପ୍ରଖରଭାବରେ  ଗତିଶୀଳ  ରୋଗ  ପାଇଁ  ନିର୍ଦ୍ଧିଷ୍ଟ  ହୋମିଓପାଠିକ  ପ୍ରତିଷେଧକ  (ମହାମାରୀର  ଲକ୍ଷଣ  ଉପରେ  ନିର୍ଭର  କରି  ସ୍ଵୀକୃତ  ହୋଇଥିବା Genus  epidemicus)ର  ମୁହୁର୍ମୁହୁ  ପ୍ରୟୋଗ  (ଦିନକୁ  ୪ଥର  ମଧ୍ୟ  ପ୍ରୟୋଗ  କରାଯାଇପାରେ) ନକଲେ  ଉଦ୍ଦିଷ୍ଟ  ଜୀବନୀଶକ୍ତିର  ପ୍ରତିକ୍ରିୟା  ତଡିତ  ବେଗରେ  ସୃଷ୍ଟି   ହୋଇପାରିବ  ନାହିଁ ଓ  ପ୍ରତିଷେଧକର  ଉଦ୍ଦେଶ୍ୟ  ପୂରଣ  ହୋଇ  ପାରିବ  ନାହିଁ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

 

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate