অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଜଣା ମୃତ୍ୟୁଦୂତ ଇବୋଲା

ମୃତ୍ୟୁଦୂତ ଇବୋଲା

ଏଡ୍ସ ରୋଗ ସମଗ୍ର ବିଶ୍ୱବାସୀଙ୍କୁ ଏକଦା ଆତଙ୍କିତ କରିଥିଲା। ଏହି ରୋଗକୁ ନେଇ ଆରମ୍ଭ ହୋଇଥିଲାଚର୍ଚ୍ଚା। ତେବେ ଆଜି ଏହି ରୋଗର ନିରାକରଣ ସମ୍ପୂର୍ଣ୍ଣ ମିଳିନଥିଲେ ମଧ୍ୟ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆତଙ୍କ କିଛି ଅଂଶରେ କମିଛି। ରୋଗୀ ଚିହ୍ନଟ ହେଉଛନ୍ତି ଚିକିତ୍ସିତ ମଧ୍ୟ ହେଉଛନ୍ତି। ତେବେ ଏହି ରୋଗର ବୀଭିଷିକାରୁ ଅଧିକ ଆତଙ୍କ ସୃଷ୍ଟି କରିଛି ମାନବ ସମାଜରେ ଚିହ୍ନଟ ହୋଇଥିବା “ଇବୋଲା ଭାଇରସ’। ଏହି ଭାଇରସ ଏବେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି। କାରଣ ମାନବଜାତିର ତୀବ୍ରବେଗରେ ପ୍ରାଣ ନେଉଥିବା ଏହି ରୋଗ ଅଦ୍ୟାବଧି ମାନବସମାଜରେ ପ୍ରବେଶ କରିନଥିଲା କହିଲେ ଭୁଲ ହେବ ନାହିଁ।

କେମିତି ଆସିଲା ଇବୋଲା ଭାଇରସ?

ଏହି ରୋଗରେ ବହୁ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏଭଳି ଏକ ଭାଇରସ ଜନିତ ରୋଗର ପ୍ରମୁଖ ବାହକ ବାଦୁଡ଼ି ବୋଲି ଡାକ୍ତର ଓ ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି। ବାଦୁଡ଼ିଙ୍କଠାରୁ ଏହି ଇବୋଲା ଭାଇରସ ମାଙ୍କଡ଼ଙ୍କ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଥିଲା। ସର୍ବପ୍ରଥମେ ଗୁଇନା ଦେଶରେ ତା’ର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଥିଲା। ଏହା ମଣିଷ ଶରୀରର ଆଖି, ନାକ ଓ ମୁହଁ ଦ୍ୱାରା ପ୍ରବେଶ କରିଥାଏ।

ଆଫ୍ରିକାର ଲାଇବେରିଆ, ସିଏରା ଓ ଲିୟୋନ‍୍‌ ଭଳି ପ୍ରମୁଖ ଦେଶରେ ଏହି ଭାଇରସ ତାର ସଂପୂର୍ଣ୍ଣ ପ୍ରଭାବ ଜାରି ରଖିଥିବାବେଳେ ନାଇଜେରିଆରେ ମଧ୍ୟ ଏହା ପହଞ୍ଚିଛି। ଏଭଳି ଭାଇରସର ଆତଙ୍କ ଫଳରେ ଆଫ୍ରିକାର ଏକାଧିକ ଦେଶରେ ଏବେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି।

ଇବୋଲା ମଣିଷ ଶରୀରରେ ପ୍ରବେଶ କରିବାର ମାତ୍ର ୨୧ଦିନ ମଧ୍ୟରେ ତା’ର ପ୍ରଭାବ ଦେଖାଇବା ଆରମ୍ଭ କରେ। ଇବୋଲା ଭାଇରସରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୦ପ୍ରତିଶତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଉଛି। ଯେତେବେଳେ ଏଡ୍ସ ରୋଗ ୩ସପ୍ତାହରୁ ୨୦ବର୍ଷ ନିଜ ପ୍ରଭାବ ଦେଖାଇବାକୁ ସମୟ ନେଇଥାଏ ସେତେବେଳେ ଇବୋଲା ଭାଇରସ ମାତ୍ର ୧୫ଦିନ ମଧ୍ୟରେ ମଣିଷକୁ ମୃତ୍ୟୁମୁଖକୁ ଠେଲିନିଏ।

ଉପାୟ କ’ଣ

ଆଶ୍ଚର୍ଯ୍ୟର ବିଷୟ ହେଲା, ଏଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ କୌଣସି ପ୍ରକାର ଔଷଧ ବର୍ତ୍ତମାନସୁଦ୍ଧା ବଜାରକୁ ଆସିନାହିଁ। ଯେଉଁ ରୋଗର ଅଦ୍ୟାବଧି କୌଣସି ଔଷଧ ନାହିଁ ଏଥିରୁ ନିସ୍ତାର ପାଇବାକୁ ହେଲେ କ’ଣ ପଦକ୍ଷେପ ନେବାକୁ ପଡ଼ିବ? ଏହିପରି ଏକ ଚିନ୍ତା ସମ୍ପ୍ରତ୍ତି ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଇବୋଲା ଜୀବାଣୁ ପବନରେ କାୟାବିସ୍ତାର କରେ ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ। ତେବେ ଇବୋଲା ପୀଡ଼ିତ ରୋଗୀଙ୍କ ରକ୍ତ, ଝାଳ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ପର୍ଶରେ ମଧ୍ୟ ଏହି ରୋଗ ଅନ୍ୟଜଣଙ୍କୁ ଡେ଼ଇଁଥାଏ। ତେଣୁ ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ନିଜକୁ ନିରାପଦ ଦୂରତ୍ୱରେ ରଖିବା ଏକମାତ୍ର ବିକଳ୍ପ ବୋଲି ଅଦ୍ୟାବଧି ବିଜ୍ଞାନ ଜାଣିପାରିଛି। ଏପରିକି ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ତାଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ ରଖି ରୋଗୀର ଚିକିତ୍ସା କରିବାକୁ ଡାକ୍ତରୀବିଜ୍ଞାନ ପରାମର୍ଶ ଦେଉଛି।

ରୋଗର ଲକ୍ଷଣ ହେଉଛି ଜ୍ୱର, ମାଂସପେଶୀରେ ବ୍ୟଥା। ରୋଗର ଭୟାବହତାକୁ ଅନୁଧ୍ୟାନ କରି ୱାର୍ଲଡ ହେଲ‍୍‌ଥ ଅର୍ଗାନାଇଜେସନ‍୍‌(ଡ଼ବ୍ଲୁଏଚ‍୍‌ଓ) ଏହାକୁ ବିଶ୍ୱ ସତର୍କତା ବୋଲି ଘୋଷଣା କରିଛନ୍ତି। ଯଥାସମ୍ଭବ ଏହି ରୋଗୀଙ୍କ ଠାରୁ ନିଜକୁ ଦୂରେଇ ରଖିବା ହିଁ ସତର୍କତା ବୋଲି କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି ଏଭଳି ରୋଗୀଙ୍କୁ ଚିହ୍ନିବେ କେମିତି? ଭାରତବର୍ଷରେ ଏହି ଜୀବାଣୁ ଆତଙ୍କରେ ଶହେକୋଟି ଲୋକ ପରସ୍ପର ମଧ୍ୟରେ କେତେ ଅବା ଦୂରତ୍ୱ ବଜାୟ ରଖିପାରିବେ!

ଆଧାର, ଓଡିଶା ଖବର

Last Modified : 7/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate