ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା FX କିମ୍ବା # ଚିହ୍ନ ଦେଇ ଲେଖନ୍ତି । ସଂଜ୍ଞା: - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୌନିକ ସ୍ୱଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ଼ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଅସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ଼ ପୋରିଆ(Osteoporosis), ସ୍ୱଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ୱାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।
ଅସ୍ଥି ଆବରଣକୁ (Periosteum) ଛାଡ଼ିଦେଲେ ଅସ୍ଥି ମଧ୍ୟରେ କୌଣସି ଯନ୍ତ୍ରଣାବାହୀ ସ୍ନାୟୁ ନ ଥାଏ । ନିମ୍ନ ଲିଖିତ କାରଣଯୋଗୁ ରୋଗୀ କଷ୍ଟ ଅନୁଭବ କରେ ।
ଅସ୍ଥି ଭଗ୍ନର ପ୍ରଧାନ ଲକ୍ଷଣ - ଯନ୍ତ୍ରଣା, ଫୁଲା, କର୍ମ ଅକ୍ଷମତା । ଭଙ୍ଗା ସ୍ଥାନକୁ ସ୍ପର୍ଶ କଲେ ଦରଜ ଲାଗେ, ହାଡ଼ ହଲଚଲ ହେବା ହାତକୁ ଜଣାପଡେ । ଏହା ବ୍ୟତୀତା ଭଗ୍ନ ସ୍ଥାନର ନିକଟରେ ଥିବା ଅଂଶ (ଯେପରିକି ଶିରା, ଧମନୀ, ମସ୍ତିଷ୍କ, ଓ ମେରୁଦଣ୍ଡ ଇତ୍ୟାଦି) ଆଘାତପ୍ରାପ୍ତ ହେଲେ ଅନ୍ୟାନ୍ୟ ଲକ୍ଷଣମାନ ପ୍ରକାଶ ପାଏ ।
କାରଣାତ୍ମକଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ, କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ ହୁଏ ।
ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୌଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ କାରଣ ମଧ୍ୟରୁ ହାଡ଼ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣ ।
ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଅଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।
ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।
ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ୍କ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡ଼ି ହୋଇଯାଏ ।
ଅନ୍ୟ କେତେକ ପ୍ରକାର ଭଗ୍ନର ନାମ:
ଶରୀରର ବିଭିନ୍ନ ଅଂଶର ନାମାନୁସାରେ ଏହି ବର୍ଗ କରଣ କରାଯାଏ । ଅନ୍ୟ କେତେକ ନାମ ଅନୁସାରେ ଉପବର୍ଗକରଣ କରାଯାଇଥାଏ । ଉପରେ ଦତ୍ତ ବର୍ଗ କରଣର ନାମ ଏହି ବର୍ଗରେ ସଠିକ ଭାବେ ଲେଖା ଯାଇ ପାରିବ ନାହିଁ।
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ମେରୁଅସ୍ଥି ଭଗ୍ନ, ୬. ପେଲ୍ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍
ଅସ୍ଥି ଭଗ୍ନର ଚିକିତ୍ସା ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ରକ୍ଷଣଶୀଳ(Conservative or closed) ଓ ଅପରେଶନ(Open) । ଯନ୍ତ୍ରଣା ଉପସମ,ଅଚଳନ(Immobilisation), ଏବଂ ଅନ୍ୟାନ୍ୟ ବିନା ଅପରେଶନ ଚିକିତ୍ସା; ଏହି ତିନି ପ୍ରକାର ଚିକିତ୍ସା ରକ୍ଷଣଶୀଳ ଚିକିତ୍ସା ଅନ୍ତର୍ଭୁକ୍ତ ।
ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା ଆସେଟାମିନୋଫେନ୍ ସହ କୋଡିନ ଦିଆଯାଏ । ଡାକ୍ତରମାନେ ନିଜ ବ୍ୟକ୍ତିଗତ ଅନୁଭୁତି ଅନୁସାରେ ଔଷଧ ଚିଠା ଦିଅନ୍ତି ।
ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡ଼ିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡ଼ି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନ ଦ୍ଵାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । ଚିକିତ୍ସା ଦ୍ଵାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ । ଆଘାତ ଜନିତ ଫୁଲା କମିଗଲା ପରେ ବ୍ରେସ୍ ବା ଅର୍ଥୋସିସ୍ ବ୍ୟବହାର କରାଯାଇପାରେ । ଅପରେଶନ ମଧ୍ୟ ଦୁଇ ପ୍ରକାର କରାଯାଏ, ଗୋଟିକରେ ଭଙ୍ଗା ସ୍ଥାନ ଖୋଲି ସ୍କୃ, ପ୍ଲେଟ ସହ ସ୍କୃ ବା ଲମ୍ଵା କଣ୍ଟାଦ୍ଵାରା ଭଙ୍ଗା ସ୍ଥାନକୁ ଚଳନହୀନ କରାଯାଏ । ଅନ୍ୟ ପଦ୍ଧତିରେ ଭଙ୍ଗା ସ୍ଥାନ ନ ଖୋଲି ସରୁ ସରୁ ପିନ୍ ଦୁଇ ପାର୍ଶ୍ବରେ ହାଡ଼ ଭିତରକୁ ପ୍ରବେଶ କରାଇଦିଆଯାଏ ଓ ସେ ପିନ୍ ସବୁକୁ ଅଙ୍ଗ ବହାରେ ରଡ଼ ଦ୍ୱାରା ବାନ୍ଧି ଦିଆଯାଏ । ଏହି ପଦ୍ଧତିକୁ External fixator କୁହାଯାଏ ଓ ଇଲିଜାରୋଭ (Ilizarov method) ପଦ୍ଧତି ଏହି ପ୍ରକାର ପଦ୍ଧତି ମଧ୍ୟରୁ ଗୋଟିଏ ଅତି ଉପାଦେୟ ପଦ୍ଧତି ।
ରକ୍ଷଣଶୀଳ ଚିକିତ୍ସା ଫଳବତୀ ନ ହେଲେ ବା ଫଳବତୀ ହେବାର ସମ୍ଭାବନା ନ ଥିଲେ ଅପରେଶନ କରିବା ବିଧେୟ କାରଣ ଏହାର ଉପକାର ସହ ଅପକାର ବି ଅଛି । ହାଡ଼ପୋରିଆ ତଥା ଓଷ୍ଟିଓଜେନିକ୍ ଇମ୍ପର୍ଫେକ୍ଟା ଭଳି କେତେକ ରୋଗ ଜନିତ ଅସ୍ଥି ଭଗ୍ନ ହେଲେ ନିୟମିତ ଅପରେଶନ କରାଯାଏ କାରଣ ଅପରେଶନ୍ ଅପେକ୍ଷା ଏହି ଭଗ୍ନର କମ୍ପ୍ଲିକେଶନ ମଧ୍ୟରେ ଡିପ୍ ଭେନ ଥ୍ରୋମ୍ଵୋସିସ୍ ଓ ପଲ୍ମୋନାରି ଏମ୍ଵୋଲିସ୍ମ ଅଧିକ ବିପଦଜନକ । ଗଣ୍ଠି ହାଡ଼ ମଧ୍ୟରେ ଅସ୍ଥି ଭଗ୍ନ ଦେଖା ଗଲେ ଅସ୍ଥିର ଶେଷ ଭାଗରେ ଥିବା ଚିକ୍କଣ ପୃଷ୍ଠ କ୍ଷତି ଗ୍ରସ୍ତ ହୁଏ ଓ ଏହା ହେଲେ ଗଣ୍ଠିର ଚଳ ପ୍ରଚଳରେ ଅସୁବିଧା ହୁଏ । ଏଣି ଅପରେଶନ କରି ଯଥା ଶୀଘ୍ର ଚିକ୍କଣ ପୃଷ୍ଠର ପୁନଃ ସଂସ୍ଥାପନ କରଯାଏ ।
ଅସ୍ଥିର ରୋଗ ସଂକ୍ରମଣ ଅତ୍ୟଧିକ ବିପଦଜନକ କାରଣ ଏହା ପୁନଃ ପୁନଃ ସଂକ୍ରମିତ ହୁଏ । ଅସ୍ଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକାରୀ ଜୀବକୋଷ ବହୁତ କମ ଥାଏ । ଅସ୍ଥି ଜୀବ କୋଷ ଅପେକ୍ଷା କୋଷ ବହିସ୍ଥ ଅଜୈବିକ ପଦାର୍ଥ ଓ ରକ୍ତ ପରିବାହି ନଳି ଅଧିକ ଅଧିକ କ୍ଷତି ଗ୍ରସ୍ତ ହୁଏ । ଏଣୁ ଖୋଲା ଭଗ୍ନ ତଥା ଅପରେଶନ୍ ପଦ୍ଧତିରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାଇଓଟିକ ଅତ୍ୟନ୍ତ ଆବଶ୍ୟକ ।
କେତେକ ଅସ୍ଥି ଭଗ୍ନରେ ଅସ୍ଥି ରୋପଣ(Bone Graft) ମଧ୍ୟ ଆବଶ୍ୟକ ହୋଇଥାଏ ।
ଅଧୁନା ଅନେକ କ୍ଷେତ୍ରରେ ଧାତୁ ନିର୍ମିତ ପଦାର୍ଥ ଯଥା ପ୍ଲେଟ୍,ସ୍କୃ,କଣ୍ଟା(Nail) ଇତ୍ୟାଦି ବ୍ୟବହାର କରାହେଉଛି । ଏହି ପଦର୍ଥ ଗୁଡିକର ଡିଜାଇନ ଓ ପ୍ରୟୋଗ ସଠିକ ଭାବେ କରିବା ଆବଶ୍ୟକ । ପ୍ଲେଟ୍ ଓ ସ୍କୃ ଲୋଡ୍ ନେବା ଦ୍ଵାରା ଅସ୍ଥି ଭିତରେ ପରିବର୍ତ୍ତନ ହୋଇ ସଚ୍ଛିଦ୍ର ହୋଇ ଦୁର୍ବଳ ହୋଇଯାଏ । ଟାଇଟାନିଅମ୍ ଓ ଅନ୍ୟାନ୍ୟ ମିଶ୍ର ଧାତୁ ପ୍ରୟୋଗ ଦ୍ଵାରା କିଛି ଲୋଡ୍ କମିଯାଏ, କିନ୍ତୁ ସମ୍ପୁର୍ଣ୍ଣ ବିଦାୟ ନିଏନାହିଁ । ଅପରେଶନ୍ ଜନିତ ଘର୍ଷଣ ଦ୍ଵାରା ମଧ୍ୟ ଅଧିକ ଉତ୍ତାପ ଯୋଗୁ ଅସ୍ଥି କ୍ଷୟ ହୁଏ । ବ୍ୟବହୃତ ଧାତୁ ସମ୍ପୁର୍ଣ୍ଣ ନିଷ୍କ୍ରିୟ ନ ହେଲେ ଆୟନ ସୃଷ୍ଟି ହୋଇ ଅସ୍ଥି ନଷ୍ଟ ହୋଇଯାଏ ।
ଅସ୍ଥି ଭଗ୍ନ ପରେ ବେଳେ ବେଳେ କମ୍ପାର୍ଟମେଣ୍ତ ସିନ୍ଡ୍ରୋମ(Compartment Syndrome) ଭଳି ଅତି ସାଂଘାତିକ ଜଟିଳ ସମସ୍ୟା ଦେଖାଯାଏ । ଏହାର ଚିକିତ୍ସା ତୁରନ୍ତ ନ କଲେ ଆମ୍ପୁଟେସନ ବା ଅଙ୍ଗ ଛେଦନ(Amputation) ଦରକାର ହୁଏ । ସଂଯୋଗହୀନତା(Non union) ଓ ବକ୍ର ଯୋଡେଇ(Mal union)ଭଳି ଅସୁବିଧା ମଧ୍ୟ ଦେଖାଯାଏ ।
ଅସ୍ଥି ଭଗ୍ନର ସମସ୍ତ ଜଟିଳତା ଗୁଡିକ ୩ଟି ବିଭାଗରେ ବିଭକ୍ତ କରାଯାଏ । ଏଗୁଡିକ ହେଲା-
ତୁରନ୍ତ ଜଟିଳ |
ବିଳମ୍ବିତ ଜଟିଳ |
ପୁରାତନ ଜଟିଳ |
ଦୈହିକ(Systemic) · ସ୍ଵଳ୍ପ ରକ୍ତ ଶକ୍ |
ଦୈହିକ(Systemic) · ସ୍ଵଳ୍ପ ରକ୍ତ ଶକ୍() Hypovolumic Shock · ପ୍ରପ୍ତ ବୟଷ୍କ ଶ୍ଵାସ କ୍ରିୟା ଦୁର୍ଗତି ଲକ୍ଷଣ ପୁଞ୍ଜ(Adult Respiratory Distess Syndrome) · ଚର୍ବି ଏମ୍ବୋଲିସ୍ମ୍(Fat Embolism) · ଗଭୀର ଶିରା ଥ୍ରୋମ୍ଵୋସିସ୍(Deep Vein Thrombosis) · ଫୁସଫୁସିୟ ଲକ୍ଷଣ ପୁଞ୍ଜ(Pulmonary Syndrome) · ସଂକ୍ରମଣ ବିହୀନ ଆଘାର ଜନିତ ଜ୍ଵର(Asceptic Traumatic Fever) · ସେପ୍ଟିସେମିଆ(Septicemia),ଖୋଲା ଭଙ୍ଗା ବିଶେଷରେ · କ୍ରସ୍ ଲକ୍ଷଣ ପୁଞ୍ଜ(Crush Syndrome) |
ଅଠିକ ଯୋଡେଇ(Imperfect Union) · ବିଳମ୍ବିତ ଯୋଡେଇ(Delayed Union) · ଅଯୋଡା(Non union) · ବିକୃତ ଯୋଡା(Mal Union) · ଅନ୍ୟ ଅସ୍ଥି ସହ ସଂଯୋଗ(Cross Union) |
ସ୍ଥାନିୟ · ବଡ ରକ୍ତ ନାଳି ଆଘାତ(Injury to Major Vessels) · ମାଂସ ପେଶୀ ଓ ପେଶୀ ରଜ୍ଜୁ ଆଘାତ(Tendon Injury) · ଗଣ୍ଠି ଆଘାତ(Injury to Joint) · ଭିସେରା ଆଘାତ(Viscera Injury) || |
ସ୍ଥାନିୟ · ସଂକ୍ରମଣ(Infection) · କମ୍ପାର୍ଟମେଣ୍ଟ ଲକ୍ଷଣ ପୁଞ୍ଜ(Compartment Syndrome) |
ଅନ୍ୟାନ୍ୟ · ରକ୍ତ ବିହୀନ ତନ୍ତୁ ମୃତ୍ୟୁ(Avascular Necrosis) · କ୍ଷୁଦ୍ରାକାର(Shortening) · ଗଣ୍ଥି ଅଚଳ(Joint Stiffness) · ସୁଡେକ୍ସ୍ ଡିସ୍ଟୋଫି(Sudeck's oteodystrophy) · ଅସ୍ଥିମଜ୍ଜ ପ୍ରଦାହ(Osteomyelitis) · ରକ୍ତହୀନ ସଂକୋଚନ(Ischemic Cotracture) · ପେଶୀପ୍ରଦାହିତ ଅସ୍ଥି ତିଆରି(Myossitis Ossificans) · ଓଷ୍ଟିଓଆର୍ଥାଇଟିସ୍(Osteoarthritis) |
ପିଲାମାନଙ୍କ ଅସ୍ଥି କୋମଳ ଓ ଅପରିପକ୍ଵ । ବଡ଼ ମଣିଷଙ୍କ ଭଳି ଅସ୍ଥି ଶକ୍ତ ହୋଇ ନ ଥାଏ । ସେମାନଙ୍କ ଲମ୍ଵ ଅସ୍ଥିର(Long bone) ଦୁଇ ମୁଣ୍ଡରେ ବର୍ଦ୍ଧନକାରୀ ପ୍ଲେଟ(Growth Plate) ଥାଏ, ଯାହା ଦ୍ଵାରା ଉଭୟ ଦିଗରେ ହାଡ ବଢେ । ଏହି କାରଣମାନଙ୍କ ଯୋଗୁ ପିଲାମାନଙ୍କର ଗ୍ରୀନ୍ ସ୍ଟିକ୍ ଭଗ୍ନ ଓ ଗ୍ରୋଥ୍ ପ୍ଲେଟ ଭଗ୍ନ ହୁଏ ।
ଆଧାର
"medicinenet.com"Last Modified : 2/19/2020