ବୃକକ୍ ମନୁଷ୍ୟ ଶରୀର ଏକ ଗୁରୁତ୍ଵପୂର୍ଣ୍ଣ ଅପରିହାର୍ଯ୍ୟ ଅଙ୍ଗ, ଏହାର ଅଚଳତା ଯୋଗୁଁ ରୋଗୀ ଗୁରୁତର ଅସୁସ୍ଥ ହୋଇଯାଏ ।
ବୃକକର ଦୁଇଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ଶରୀରରୁ ସମସ୍ତ ବିଜାତୀୟ ଦୂଷିତ ପଦାର୍ଥକୁ ନିଷ୍କାସିତ କରିବା ଏବଂ ଶରୀରରେ ଜଳ, ଲବଣ, ରାସାୟନିକ, ମିନେରାଲ ଗୁଡିକର ପରିମାଣ ଓ ସମତା ରକ୍ଷା କରିବା ।
ଶରୀରରୁ ପରିଶ୍ରା ଦ୍ଵାରା ସମସ୍ତ ବିଜାତୀୟ, ବିଷାକ୍ତ ଦୂଷିତ ପଦାର୍ଥ ସହିତ ମାତ୍ରାଧିକ ଜଳକୁ ନିଷ୍କାସିତ କରିଥାଏ । ପରିଶ୍ରା ବୃକକ ନିମ୍ନରେ ସୃଷ୍ଟିହୋଇ ୟୁରେଟର ମୃମରେ ପ୍ରବେଶ କରି ବ୍ଲାଡ଼ରକୁ ପ୍ରବାହିତ ହେବା ପୂର୍ବରୁ ଛାଣି ହୋଇ ପରିଶ୍ରା ମୃମରେ ନିଷ୍କାସିତ ହୁଏ ।
ଅନେକାଂଶ (ପୁରୁଷ ଏବଂ ମହିଳା) ଲୋକଙ୍କର ଦୁଇଟି ବୃକକ ଥାଏ ।
ବୃକକ ଆବଡ଼ମେନର ଅନ୍ୟ ପ୍ରାନ୍ତ ବା ପଶ୍ଚାତ ଭାଗରେ ଥାଏ କିମ୍ବା
ମେରୁଦଣ୍ଡର ଉଭୟ ପାର୍ଶ୍ଵ ରେ ଥାଏ । ସେମାନେ ନିମ୍ନ ରିବ ଦ୍ଵାରା ନଷ୍ଟ ହେବାରୁ ରକ୍ଷା ପାଇଥାଆନ୍ତି।
ଏହା ଆବଡ଼ମେନର ପଛ ପାଖରେ ଏତେ ଗଭୀରରେ ଥାଏ ଯେ କେହି ସାଧାରଣଭାବେ ଏହାକୁ ଛୁଇଁ ଅନୁଭବ କରି ପାରିବ ନାହିଁ ।
ବୃକକ୍ ର ଯୋଡି ଦେଖିବାକୁ ବିନ ମଞ୍ଜିର ଯୋଡି ଆକାରର ଅଙ୍ଗ । ପରିପକ୍ଵ ଶରୀରରେ ଏହା ପ୍ରାୟତଃ ୧ ୦ ସେ.ମି. ଲମ୍ବ ଏବଂ ୬ ସେ.ମି. ଚଉଡା ଏବଂ ୪ ସେ.ମି. ମୋଟେଇ । ସାଧାରଣ ଭାବେ ଏହାର ଓଜନ ୧୫୦ ରୁ ୧୭o ଗ୍ରାମ ମୃରେ ଥାଏ ।
ପରିଶ୍ରା ତିଆରି ହେବା ମାତ୍ରେ ଏହା ପରିଶ୍ରା ଥଳି ମୁକୁ ୟୁରେଟର ମୃମରେ ବୋହି ଚାଲି ଆସେ । ୟୁରେଟର ପ୍ରାୟତଃ ୨୫ ସେ.ମି. ଲମ୍ଭ ଗାଡ଼ୁଆ ନଳୀ ଯାହାକି ସ୍ଵତନ୍ତ୍ର ମାଂସପେଶୀରେ ଗଢ଼ା ହୋଇଥବାର ଦୃଶ୍ୟମାନ ହୁଏ ।
ବୟସ୍କ ବ୍ୟକ୍ତିମାନଙ୍କ ପରିଶ୍ରା ଥଳିରେ ପାଖାପାଖୁ ୫୦୦ ମି.ଲି. ପର୍ଯ୍ୟନ୍ତ ପରିଶ୍ରା ଜମାହୋଇ ପରେ ଜଣକୁ ପରିଶ୍ରା ଲାଗିଥାଏ, ଏବଂ ସେତେବେଳେ ସେ ପରିଶ୍ରା କରେ । ପରିଶ୍ରା କରିବା ସମୟରେ ପରିଶ୍ରା ଥଳିରୁ ପରିଶ୍ରା ଦ୍ଵାର ଦେଇ ନିର୍ଗତ ହୁଏ । ଏହା ମହିଳା ମାନଙ୍କ କ୍ଷେତ୍ରରେ ହୋଇଥାଏ । କିନ୍ତୁ ପୁରୁଷ ମାନଙ୍କ କ୍ଷେତ୍ରରେ ପରିଶ୍ରା କରିବା ସମୟରେ ପରିଶ୍ରା ଦ୍ଵାର ବହୁତ ବଡ ହୋଇଯିବା ପରେ ହିଁ ପରିଶ୍ରା ନିର୍ଗତ ହୋଇଥାଏ ।
ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ ।
ପ୍ରତ୍ୟେକଦିନ ଆମ ଶରୀରରେ ଜଳର ପରିମାଣ, ଲବଣ, ଅମୃର ପରିବା0ନ ହୋଇଥାଏ ।
ଖାଦ୍ୟ ପ୍ରକ୍ରିୟାକରଣ ହୋଇ ଶକ୍ତିରେ ପରିବ0ତ ହେବା ସମୟରେ କେତେଗୁଡିଏ କ୍ଷତି କରୁଥବା ବିଷାକ୍ତ ଜିନିଷ ଉତ୍ପନ୍ନ ହୁଏ ।
ଏହି ଘଟଣା ଶରୀରରେ ଜଳୀୟ ଅଂଶର ପରିମାଣ ଇଲେକ୍ନୋଲାଇଟ୍ସ୍ ଏବଂ ଏସିଡରେ ପରିବ0ନ କରିଥାଏ ।
ବୃକକ ଶରୀରରେ ଉତ୍ପନ୍ନ ହେଉଥିବା କ୍ଷତିଯୁକ୍ତ ଏବଂ ବିଷାକ୍ତ ଆସିଡ଼ିକ ଏବଂ ଟକ୍ଟିକ ଜିନିଷକୁ ସ’ କରି ବାହାରକୁ ବାହର କରିଥାଏ । ଏହାସହିତ ବୃକକ ଶରୀରର ଜଳୀୟ ଅଂଶ ଇଲେକ୍ନୋଲାଇଟସ୍ ଏବଂ ଏସିଡ ବେସକୁ ନିୟନ୍ତ୍ରଣ କରିବା ସହିତ ସମାନତା ରକ୍ଷା କରିଥାଏ ।
ଏଗୁଡିକ ଶରୀର ପାଇଁ ଅନାବଶ୍ୟକ ଦ୍ରବ୍ୟ ନିମ୍ନରେ ବୃକକର ମୁଖ୍ୟ କାର୍ଯ୍ୟ ସଂପର୍କରେ ବର୍ଣ୍ଣନା କରାଯାଇଛି ।
ଅଦରକାରୀ ଲବଣ ଓ ଦ୍ରବ୍ୟର ନିଷ୍କାସନ ଦ୍ଵାରା ରକ୍ତ ବିଶୁଦ୍ଧ ହୋଇଥାଏ । ପୁଷ୍ଟିସାର ଜାତୀୟ ଖାଦ୍ୟ ଆମେ ଖାଇଥାଉ ଏବଂ ଏହି ପୃଷ୍ଟିସାର ଆମ ଶରୀରର ବିକାଶ ଓ ଶରୀରର ମରାମତି ପାଇଁ ବହୁତ ଦରକାରୀ କିନ୍ତୁ ଶରୀର ଦ୍ଵାରା ପୃଷ୍ଟିସାରର ବ୍ୟବହାର ପରେ ଏଥରୁ ଅଦରକାରୀ ଦ୍ରବ୍ୟ ସବୁ ବାହାରିଥାଏ । ଏହି ଅଦରକାରୀ ଦ୍ରବ୍ୟର ଆକ୍ୟୁମୁଲେସନ ଆମ ଶରୀର ପାଇଁ ବିଷତୁଲ୍ୟ, ଏବଂ ଅନ୍ୟାନ୍ୟ ଟକ୍ସିନ୍ ଜାତୀୟ ଅଦରକାରୀ ଦ୍ରବ୍ୟ ପରିଶ୍ରା ଦ୍ଵାରା ନିର୍ଗତ ହୁଏ ।
କ୍ରିଏଟିନିନ ୟୁରିଆ ହେଉଛି ଦୁଇଟି ଅଦରକାରୀ ଉତ୍ପାଦନ ଯାହାର ପରିମାଣ ମନୁଷ୍ୟ ଶରୀର ସହଜରେ ମାପିଦେଇପାରେ । ସେମାନଙ୍କ "ଗୁରୁତ୍ଵ" ରକ୍ତରେ ଅବା ପରିମାଣ ବୃକକର କାର୍ଯ୍ୟକ୍ଷମତାକୁ ସୂଚିତ କରେ । ରକ୍ତ ପରୀକ୍ଷା କଲେ, ଯଦି କ୍ରିଏଟିନିନ ଏବଂ ୟୁରିଆର ପରିମାଣ ମାତ୍ରାଧିକ ହୋଇଯାଏ ସେତେବେଳେ ବୃକକ ଠିକଭାବରେ କାର୍ଯ୍ୟ କରୁନାହିଁ ବୋଲି ଜଣାପଡେ ।
ବୃକକ ର ଦ୍ବିତୀୟ ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ଆବଶ୍ୟକ ମାତ୍ରାର ତରଳ ପଦାର୍ଥର ନିୟନ୍ତ୍ରଣ କରିବା । ପରିଶ୍ରାରେ ମାତ୍ରାଧିକ ତରଳ ପଦାର୍ଥର ନିଷ୍କାସନ କରିବା ଏବଂ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଶରୀରକୁ ଯୋଗାଇବାରେ ସାହାଯ୍ୟ କରେ । ଅଧୁକ ଜଳ ଶରୀରକୁ ଲାଇ ଦିଏ ।
ବୃକକ ଆଉ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରେ ତାହା ହେଉଛି ଖଣିଜ ଲବଣ ଏବଂ ରାସାୟନିକ ଦ୍ରବ୍ୟ ଉଦାହରଣ ସ୍ୱରୂପ ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ‘ସ’ରସ, ମ୍ୟାଗ୍ନେସିୟମ, ହାଇଡ୍ରୋଜେନ ଏବଂ ଶରୀରର ଯୌଗିକ ମାତ୍ରାକୁ ନିୟନ୍ତ୍ରଣ ରଖେ ।
ବୃକକରେ ଏରିଥ୍ରୋପୋଏଟିନ ଉତ୍ପାଦନ ହେବାଦ୍ଵାରା ଏହା ଲୋହିତ ରକ୍ତ କଣିକା ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ । ବୃକକ କାର୍ଯ୍ୟହୀନ ହେଲେ ଏରିଥ୍ରୋପୋଏଟିନର ଉତ୍ପାଦନ କମିଯାଏ ଯଦ୍ଵାରା ଲୋହିତ ରକ୍ତ କଣିକା ଉତ୍ପାଦନ ବାଧାପ୍ରାପ୍ତ ହୁଏ ଏବଂ ଶରୀରରେ ରକ୍ତହୀନତା ରୋଗ ଦେଖାଯାଏ । ସ୍ଵଳ୍ପ ମାତ୍ରାରେ ଏରିଥ୍ରୋପୋଏଟିନ୍ ଉତ୍ପାଦନ ହେବା କାରଣରୁ ରୋଗୀର ରେନାଲ ଖେଲଧୁଅର ହୋଇଥାଏ । ଲେହ ଏବଂ ପୃଷ୍ଟିସାର ଖାଦ୍ୟର ପରିମାଣ ଔଷଧ ବ୍ୟବହାର ନ କରିଛି ସେପର୍ଯ୍ୟନ୍ତ ରୋଗୀର ରକ୍ତ କଣିକା ପରିମାଣରେ ଉନ୍ନତି ପରିଲିକ୍ଷିତ ହୁଏ ନାହିଁ ।
ବୃକକ ଖାଦ୍ୟସାର ‘ଘ’ କୁ ସଚଳ କରେ । ଯଦ୍ଵାରା ଖାଦ୍ୟରୁ କ୍ୟାଲସିୟମ କୁ ଦ୍ରବିଭୂତ କରାଇ ହାଡ ଏବଂ ଦନ୍ତ ବୃଦ୍ଧିରେ ସହାୟକ ହେବା ସହିତ ଶକ୍ତ ଏବଂ ସୁସ୍ଥ ରକ୍ୟୁବାରେ ସାହାଯ୍ୟ କରେ । ବୃକକ ଠିକଭାବେ କାର୍ଯ୍ୟ ନକଲେ ଖାଦ୍ୟସାର ‘ଘ’ ର ଅଭାବ ଦେଖାଦିଏ । ହାଡ ବୃଦ୍ଧି ପରିବର୍ଷo କ୍ଷୟ ହୋଇ ଦୂର୍ବଳ ହୋଇଯାଏ ।
ଏଥର ଆସ ଜାଣିବା ପରିଶ୍ରା ସୃଷ୍ଟି ହେବାର କଠିନ ଏବଂ ଆମୋଦ ଦାୟକ ପ୍ରଣାଳୀ ବିଷୟରେ ।
ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ
Last Modified : 1/28/2020