অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲାପାରୋସ୍କୋପିକ ହାର୍ନିଆ ମରାମତି

ଲାପାରୋସ୍କୋପିକ ହାର୍ନିଆ ମରାମତି

ତଳିପେଟ ପ୍ରାଚୀର ପ୍ରାକୃତିକ ଉପାୟ ଦୁର୍ବଳ ହୋଇଗଲେ କିମ୍ବା  ଭାରି ଜିନିଷ ଉଠାଇବା , ମୋଟା ହୋଇଯିବା , କାଶ ଲାଗି ରହିବା ଓ ଅନ୍ତବୁଜୁଳା ବୁଲିବା କିମ୍ବା ପରିସ୍ରା କରିବାରେ ଅସୁବିଧା ଯୋଗୁଁ ତଳିପେଟ ପ୍ରାଚୀର ଦୁର୍ବଳ ହେଲେ ହର୍ନିଆ ହୋଇଥାଏ   । ଅଶି ପ୍ରତିଶତ ହର୍ନିଆ ତଳିପେଟ ଓ ଜଙ୍ଘର ମଧ୍ୟସ୍ଥଳରେ ହୋଇଥାଏ    ।  ଏହାର ତଳଭାଗରେ ରେ କିମ୍ବା ପୂର୍ବରୁ କଟାଜାଇଥିବା ନାଭି ଜରିଆରେ ହୋଇଥାଏ   ।

ଲାପାରୋସେସ୍କାପିକ୍ ହାର୍ନିଆ ମରାମତି କିଭଳି କରାଯାଏ

ଲାପାରୋସେସ୍କାପ ନାମକ ଯନ୍ତ୍ରକୁ ବ୍ୟବହାର କରି ଲାପାରୋସ୍କୋପିକ ଜୀଘସନ୍ଧି ହାର୍ନିଆ ମରାମତିକରାଯାଏ । ତଳିପେଟ ପାଚୀରରେ ଦୁଇ କିମ୍ବା ଚାରିଟି ଛୋଟ ଛିଦ୍ରସୃଷ୍ଟି କରାଯାଏ; ଯାହା ଜରିଆରେ ତଳିପେଟ ଭିତରକୁ । ଲାପାରୋସ୍କୋପ (ଏକ ପତଳା ଟେଲିଷ୍ଟ୍ରୋକ ଯାହା ଶେଷ ଭାଗରେ ଲାଇଟ ଲାଗିଛି) ଓ ସର୍ଜରୀ ଉପକରଣ ଭର୍ତ୍ତି କରାଯାଏ । ଛିଦ୍ରଗୁଡ଼ିକ ବହୁତ ଛୋଟ ହୋଇଥିବାରୁ ଏହି ପ୍ରକ୍ରିୟାକୁ କି ହୋଲ୍ ପଦ୍ଧତି ବୋଲି ମଧ୍ୟ କୁହାଯାଏ । ପାରମ୍ପରିକ ଅସ୍ତ୍ରୋପଚାରକୁ ଓପନ ଅସ୍ତ୍ରୋପଚାର କୁହାଯାଏ । ତଳିପେଟ ଭିତରେ ଥିବା ହାର୍ନିଆକୁ ତଳିପେଟ ପ୍ରାଚୀର ବାହାରୁ ଦେଖାଯାଇଥାଏ । ତଳିପେଟକୁ ଅଙ୍ଗାରକାମ୍ଳ, ଗ୍ୟାସ ଦେଇ ଫୁଲାଇ ଦିଆଯାଏ। ଯାହାଦ୍ଵାରା ସର୍ଜନ ତାହା ଭିତରେ କାମ କରିପାରିବେ । ତଳିପେଟ ଭିତରେ ହାର୍ନିଆ କ୍ଷତ କିମ୍ବା ଛିଦ୍ରକୁ ପୂରଣ କରାଯାଏ ଓ ସାଧାରଣ ଭାବେ ତାହାକୁ ମାଂଶପେଶୀ କୋଷ ଦ୍ଵାରା ସିଲେଇ କରିଦିଆଯାଏ । ଯାହା ଫଳରେ ତାହା ଏକ ତାଳି ପଡ଼ିବା ଭଳି ଦେଖାଯାଏ । ତାଲିମପ୍ରାପ୍ତ ଓ ଅଭିଜ୍ଞ ସର୍ଜନଙ୍କ ଜରିଆରେ ଉପଯୁକ୍ତ ଭାବେ ମନୋନୟନ କରାଯାଇଥିବା ଅଞ୍ଚଳରେ ଠିକ ଭାବେ ଅପ୍ରେସ୍କୋପଚାର କଲେ କି ହୋଲା ଜୀ’ଘସନ୍ଧି ମରାମତି ବହୁତ ଭଲ ଭାବେ ହୋଇଥାଏ । ଲାପାରୋସ୍କୋପିକ, ସର୍ଜରିର ଏକ ବଡ଼ ଲାଭ ହେଉଛି ଏହା ଦ୍ଵାରା ତଳିପେଟରେ କୌଣସି ବଡ଼ କଟାଦାଗ ରହେନାହିଁ । ଏଥିଯୋଗୁଁ ଅସ୍ତ୍ରୋପଚାର ପରବର୍ତ୍ତୀଯନ୍ତ୍ରଣା କମ ହୁଏ ଓ ଶୀଘ୍ର ସାଧାରଣ ଅବସ୍ଥାକୁ ଫେରି ହୁଏ । ଲାପାରୋସ୍କୋପିକ୍ ହାର୍ନିଆ ସର୍ଜରୀର ଲାଭ

  • ତଳିପେଟରେ ବଡ଼ କଣା କରିବା ବଦଳରେ ଛୋଟ ଛିଦ୍ର କରାଯାଏ
  • ହସପିଟାଲରେ କମ ସମୟ ରହିବାକୁ ପଡେ ଅସ୍ତ୍ରୋପଚାର ପରବର୍ତୀ ଯନ୍ତ୍ରଣା କମ
  • କମ ହସପିଟାଲ ଖର୍ଚ୍ଚ
  • କାମକୁ ଶୀଘ୍ର ଫେରିପାରିବେ କମ ସମୟରେ ସ୍ଵାସ୍ଥ୍ୟ ଲାଭ କରିବେ ଓ ଶୀଘ୍ର ନିତିଦିନିଆ କାମ କରିପାରିବେ

ଆଧାର :ଡାକ୍ତର ଗୌରବ ଦାସ ସନ୍‌ସାଇନ୍ ହସ୍ପିଟାଲ୍, ଭୁବନେଶ୍ଵର

Last Modified : 1/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate