ବଲାଙ୍ଗୀର-ପାଟଣା ପୂର୍ବତନ ଦେଶୀୟ ରାଜ୍ୟର ଐତିହାସିକ ଗୁରୁତ୍ଵ, ସାଂସ୍କୃତିକ ବିଭବ, ପ୍ରାଚୀନ ପୁଣ୍ୟ କୀର୍ତ୍ତି, ସମୁଜ୍ଜଳ ସାହିତ୍ୟିକ ଭାବଧାରା, ଧାର୍ମିକ ପରମ୍ପରା, ସାମାଜିକ ସୌହାର୍ଘ୍ୟ ଓ ରାଜନୈତିକ ଉତ୍କର୍ଷତା ପାଇଁ ଇତିହାସରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କୋଶଳ ରାଜ୍ୟର ମଧ୍ୟଭାଗରେ ପାଟଣା ନାମକ ଏକ ନୂତନ ରାଜ୍ୟ ଚୌହାନ ବଂଶର ପ୍ରତିଷ୍ଠାତା ରମାଇ ଦେବ ଗଠନ କରିଥିଲେ । ନୂତନ ପାଟଣା ରାଜ୍ୟର ରାଜଧାନୀ ଥିଲା ପାଟଣାଗଡ଼ । ପୂର୍ବତନ ପାଟଣା ଗଡ଼ଜାତ ରାଜ୍ୟ ତଥା ଆଧୁନିକ ବଲାଙ୍ଗୀର ଜିଲ୍ଲା ମାତୃଶକ୍ତି ଉପାସନାର ଏକ ମହନୀୟ ପରମ୍ପରା ପ୍ରାଚୀନ ସମୟରୁ ଆରମ୍ଭ କରି ଆସିଛି । ଶକ୍ତି ଉପାସନା ଓ ତନ୍ତ୍ର ବିଦ୍ୟା ପାଇଁ ପାଟଣା ଗଡ଼ଜାତ ରାଜ୍ୟ ତତ୍କାଳୀନ ସମୟରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା । ତନ୍ତ୍ର ଶାସ୍ତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିପାରିଥିବାରୁ ପାଟଣା ରାଜ୍ୟ ‘କାଉଁରୀ ପାଟଣା’ ନାମରେ ପ୍ରଖ୍ୟାତ ଥିଲା । ପଶ୍ଚିମ ଓଡ଼ିଶାର ବିଖ୍ୟାତ ଭକ୍ତକବି ଚୈତନ୍ୟ ଦାସ ନିଜ ଜନ୍ମ ବୃତ୍ତାନ୍ତ ‘ନିର୍ଗୁଣ ମାହାତ୍ମ୍ୟ’ରେ ବର୍ଣ୍ଣନା କରିବାକୁ ଯାଇ ‘କାଉଁରୀ ପାଟଣା’ର ନାମ ଉଲ୍ଲେଖ କରିଛନ୍ତି ।
‘କହିବି ରାଜ୍ୟର ଭାବନା । ନାମ ତା କାଉଁରୀ ପାଟଣା । ପ୍ରତାପ ରୁଦ୍ର ରାଜା ଦେଶ ନଗ୍ର ଖଡ଼ିଆଳ ବିଶେଷ ।।” |
ବୌଦ୍ଧ ସହଜ ଜାନର ପ୍ରବର୍ତ୍ତିକା ଲକ୍ଷ୍ମୀଙ୍କରାଙ୍କ ପଦାଙ୍କ ଅନୁସରଣ କରି ପାଟଣା ରାଜ୍ୟର ସପ୍ତକୁମାରୀ ତନ୍ତ୍ର ବିଦ୍ୟାରେ ସିଦ୍ଧିଲାଭ କରିଥିଲେ । କାଉଁରୀ ବିଦ୍ୟାରେ ଦକ୍ଷତା ଲାଭ କରିଥିବା ସପ୍ତା ସାଧୁକା ମାନଙ୍କ ପାଇଁ ପାଟଣା ରାଜ୍ୟ କାଉଁରୀ ପାଟ ନାମରେ ସୁପରିଚିତ ଥିଲା, ଯାହାକି ଜନଶ୍ରୁତିରେ ଶୁଣାଯାଏ । ଜ୍ଞାନ ଦେଇ ମାଲୁଣୀ, ନିତାଇ ଧୋବଣୀ, ଲୁହାକୁଟୀ ଲହୁରୁଣୀ, ଶୁକୁଟି ଚମାରୁଣୀ, ପତ୍ର ପିନ୍ଧି ସଉରୁଣୀ, ଗାଙ୍ଗୀ ଗଉଡୁଣୀ ଓ ଶୁଆ ତେଲୁଣୀ ପାଟଣା ରାଜ୍ୟରେ ନାରୀ ଶକ୍ତିର ପ୍ରାଧାନ୍ୟ ବୃଦ୍ଧି କରିପାରିଥିଲେ । ଗଜପତି କପିଳେନ୍ଦ୍ର ଦେବ ସପ୍ତ କୁମାରୀ ମାନଙ୍କ ମଧ୍ୟରୁ ଜଣକୁ ନିଜର ଗୁରୁ ରୂପେ ଗ୍ରହଣ କରିଥିଲେ । ରାଣୀପୁର-ଝରିଆଲ ଏକ ପ୍ରଖ୍ୟାତ ଶକ୍ତି ଓ ତନ୍ତ୍ରପୀଠ ରୂପେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛି । ବଲାଙ୍ଗୀର ଜିଲ୍ଲା ଶକ୍ତି ପରମ୍ପରାର ଗୌରବ ଗାରିମାମୟ ସ୍ଵର୍ଣ୍ଣାଭ ଅଧାୟ ରାଣୀପୁର-ଝରିଆଲରୁ ଆରମ୍ଭ । ରାଣୀପୁର-ଝରିଆଲର ଚଉଷଠୀ ଯୋଗିନୀ ମନ୍ଦିର ବଲାଙ୍ଗୀର ଜିଲ୍ଲା । ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନ୍ ଅନ୍ତର୍ଗତ ବଙ୍ଗମୁଣ୍ଡା ବ୍ଲକ୍ରେ ରାଣୀପୁରଝରିଆଲ ଅବସ୍ଥିତ । ୧୮୭୪-୭୫ ଖ୍ରୀଷ୍ଟାବ୍ଦରେ ବିଶିଷ୍ଟ ଇଂରେଜ ପ୍ରତ୍ନତତ୍ତ୍ୱବିତ୍ର ଶ୍ରୀ ଜେ.ଡି. ବେଗୁଲାର ଏ ଅଞ୍ଚଳ ପରିଦର୍ଶନରେ ଆସି ବିମୋହିତ ହୋଇପଡ଼ିଥିଲେ । ତନ୍ତ୍ର ଓ ଯୋଗମାର୍ଗକୁ ଅବଲମ୍ବନ କରି । ଓଡ଼ିଶାର ଶକ୍ତି ଉପାସନାରେ ଚଉଷଠୀ ଯୋଗିନୀ ଉପାସନା ଅଷ୍ଟମନବମ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବିଶ୍ଵାସ କରାଯାଏ । ବଲାଙ୍ଗୀରସ୍ଥ ରାଣୀପୁର-ଝରିଆଲର ଚଉଷଠୀ ଯୋଗିନୀ ଉପାସନା । ଅଷ୍ଟମ-ନବମ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବିଶ୍ଵାସ କରାଯାଏ । ବଲାଙ୍ଗୀରସ୍ଥ ରାଣୀପୁର-ଝରିଆଲର ଚଉଷଠୀ ଯୋଗିନୀ ମନ୍ଦିର ସେଠାକାର ସମାଜରେ ଶକ୍ତିର ପ୍ରଭାବ କେତେ ଗୁରୁତ୍ଵ ଥିଲା, ଏହା ତାହାର ନିର୍ଭରଯୋଗ୍ୟ ପ୍ରମାଣ ।
ଯୋଗସ୍ଥା ନାରୀ ଯୋଗିନୀ ରୂପେ ପରିଚିତା । ବଲାଙ୍ଗୀର ଜିଲ୍ଲାର ଅଧ୍ୟବାସୀମାନଙ୍କର ମାତୃଶକ୍ତି ପ୍ରତି ଦୃଢ଼ ବିଶ୍ୱାସ, ଅସୀମ ଶ୍ରଦ୍ଧା, ଗଭୀର ଭକ୍ତି ଥୁବାର ବିଭିନ୍ନ ସାମାଜିକ ପର୍ବପର୍ବାଣି, ଓଷା, ବ୍ରତ ଓ ଉପାସନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ । ରାଣୀପୁର-ଝରିଆଲର ଚଉଷଠୀ ଯୋଗିନୀ ମନ୍ଦିର ଭାରତର ଅନ୍ୟ ତିନୋଟି ଯୋଗିନୀ ମନ୍ଦିର ପରି ଛାତ ବିହୀନ ଓ ବୃତ୍ତାକାର । ମଧ୍ୟ ପ୍ରଦେଶର ଭେରାଘାଟ, ଖଜୁରାହୋ ଏବଂ ଭୁବନେଶ୍ଵର ନିକଟସ୍ଥ ହୀରାପୁରଠାରେ ଯୋଗିନୀ ମନ୍ଦିର ଅବସ୍ଥିତ ।
ବଲାଙ୍ଗୀର ଜିଲ୍ଲାର ଅନ୍ୟ ଏକ ପ୍ରାଚୀନ ଶକ୍ତି ପୀଠ ରୂପେ । ଧାର୍ମିକ ଇତିହାସରେ ପାଟଣାଗଡ଼ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହି ପବିତ୍ର ପୀଠରେ ଦେବୀ ପାଟଣେଶ୍ଵରୀ ସତୃଷ୍ଣା ନୟନରେ ବିରାଜିତା । ବଲାଙ୍ଗୀର ପାଟଣା ଚୌହାନ ରାଜବଂଶର ଇଷ୍ଟଦେବୀ ପାଟଣେଶ୍ଵରୀ । ପାଟଣାଗଡ଼ ୧୮୭୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପାଟଣା ଚୌହାନ ରାଜବଂଶର ମୁଖ୍ୟ ରାଜନୈତିକ କେନ୍ଦ୍ର ରୂପେ ଖ୍ୟାତି ଅର୍ଜନ କରିଥିଲା । ସ୍ୱରେଖା ଓ ଏହାର ଉପନଦୀ ମାୟା ଦ୍ଵାରା ପାଟଣାଗଡ଼ ପରିବେଷ୍ଟିତ । ପାଟଣାଗଡ଼ ସହର ତତ୍କାଳୀନ ସମୟରେ ରାଜନୈତିକ ଦୃଷ୍ଟିକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ପାଟଣା ରାଜ୍ୟରେ ଚୌହାନ ରାଜବଂଶର ପ୍ରତିଷ୍ଠାତା ରମାଇ ଦେବ ଦେବୀ ପାଟଣେଶ୍ଵରୀଙ୍କ ନିମନ୍ତେ ପାଟଣାଗଡ଼ରେ ସ୍ଵତନ୍ତ୍ର ମନ୍ଦିର ନିର୍ମାଣ କରିଥିଲେ । ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀଙ୍କର ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ । କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ପୂଜା ଦେବୀ ପାଟେଣେଶ୍ଵରଙ୍କ ପୀଠରେ ମହାଆଡ଼ମ୍ବର ସହକାରେ ପାଳିତ ହୁଏ । ଏହି ଷୋହଳ ପୂଜାରେ ପାଟଣାଗଡ଼ର ପ୍ରଥମ ଚୌହାନ ବଂଶୀୟ ରାଜା ରମାଇ ଦେବଙ୍କ ଖଣ୍ଡା ପୂଜା କରାଯାଏ । ଶାରଦୀୟ ପୂଜା ସମୟରେ ଦୂରଦୂରାନ୍ତରୁ ଏପରିକି ସୁଦୂର ଛତିଶଗଡ଼ରୁ ଭକ୍ତମାନେ ଦେବୀଙ୍କ ଦର୍ଶନ ଓ ଆଶୀର୍ବାଦ ନେବାକୁ ଏଠାରେ ଏକତ୍ରିତ ହୁଅନ୍ତି । ଏକ ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଜା ମାଧବ ଚନ୍ଦ୍ର ଦେବ ଗଣ୍ଡା ଶିକାର ଉଦ୍ଦେଶ୍ୟରେ ‘ବୁଠିକୁ ଡେଇଁ’ ଅରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । କିନ୍ତୁ କୌଣସି ଶିକାର ନପାଇ ଏକ ଆମ୍ର ବୃକ୍ଷମୂଳରେ ରାଜା ବିଶ୍ରାମ ନେଉଥିବା ସମୟରେ ଦେବୀ ବନଦୁର୍ଗା ତାଙ୍କୁ ଶୁନ୍ୟବାଣୀ କରିଥିଲେ । ଦେବୀ ବନଦୁର୍ଗା ରାଜଧାନୀ ପତ୍ତନଗଡ଼ରେ ଇଷ୍ଟଦେବୀ ରୂପେ ପୂଜା ପାଇବା ପାଇଁ ରାଜାଙ୍କୁ ଆଦେଶ ଦେଲେ । ରାଜା ମାଧବ ଚନ୍ଦ୍ର ଦେବୀଙ୍କୁ ପତ୍ତନଗଡ଼ରେ ସ୍ଥାପନ କଲେ । କାଳକ୍ରମେ ପତ୍ତନଗଡ଼ ପାଟଣାଗଡ଼ ନାମରେ ଓ ଦେବୀ ବନଦୁର୍ଗା ପାଟଣେଶ୍ଵରୀ ନାମରେ ଖ୍ୟାତ ହେଲେ । ଆଶ୍ୱିନ ଶୁକ୍ଳପକ୍ଷ ନବମୀ ଦିନ ଦେବୀ ବରୁଆ ଶରୀରରେ ପ୍ରବେଶ କରି ନଗରୀ ପରିକ୍ରମା କରିଥାନ୍ତି । ପାଟଣେଶ୍ଵରୀ ମନ୍ଦିରର ପରିଚାଳନା ନିମନ୍ତେ ରାଜୁଡ଼ା ସମୟରେ ଛଅଗୋଟି ଗ୍ରାମ ଦାନ କରାଯାଇଥିଲା । ସ୍ଵାଧୀନତା ପରେ ସରକାର ଛଅଗୋଟି ଗ୍ରାମକୁ ପ୍ରତ୍ୟାହାର କରିନେଲେ । ୧୯୭୬ ମସିହାରୁ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ହସ୍ତରେ ନ୍ୟସ୍ତ । ପାଟଣେଶ୍ଵରୀ ଦେବୀଙ୍କର ମହିମା ସମଗ୍ର ବଲାଙ୍ଗୀର ଜିଲ୍ଲାରେ ବହୁଳ ଭାବରେ ପ୍ରଚାର ଓ ପ୍ରସାର ଲାଭ କରିଛି ।
ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲାରେ ଦେବୀ ଦ୍ଵାରସେନୀଙ୍କ ପୀଠ ଅବସ୍ଥିତ । ବଲାଙ୍ଗୀର ଜିଲ୍ଲା ଶକ୍ତି ପରମ୍ପରାର ଅନ୍ୟ ଏକ ମହନୀୟ ନିଦର୍ଶନ । ତାନ୍ତ୍ରିକ ପରମ୍ପରା ଓ ପ୍ରାଚୀନ ପୂଜା ବିଧ ଦୃଷ୍ଟିରୁ ଏ ପୀଠ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିପାରିଛି । ଏଠାରେ ଦ୍ଵାରସେନୀ ଦେବୀଙ୍କୁ ମହାଦୁର୍ଗା, ତାଙ୍କ ସ୍ଵାମୀ ବୁଢ଼ା ରାଜାଙ୍କୁ ଭୈରବ ଏବଂ ଛତର ବାଇତିଙ୍କୁ ମହାକାଳୀ ରୂପେ ଆରାଧନା କରାଯାଏ ।
ଦ୍ଵାରସେନୀ ଦେବୀଙ୍କ ଆବିର୍ଭାବ ସଂପର୍କରେ ଏକ ଲୋକପ୍ରିୟ କିମ୍ବଦନ୍ତୀ ଅଛି । ତ୍ରେତୟା ଯୁଗରେ ଲଙ୍କା ଦେବୀ ହନୁମାନ ଦ୍ଵାରା ଅପମାନିତ ହୋଇ ସିନ୍ଧେକେଲା ରାଜ୍ୟରେ ଆସି ଅବସ୍ଥାନ କଲେ । ସିନ୍ଧେକେଲା ରାଜ୍ୟର ଜଣେ ଶବର ଶିକାର ଖୋଜୁଥିବା ସମୟରେ ଜଣେ ବୃଦ୍ଧାଙ୍କ ସହିତ ସାକ୍ଷାତ ହେଲା । ସେହି ବୃଦ୍ଧା ଥିଲେ ଦ୍ଵାରସେନୀ ଦେବୀ । ବୃଦ୍ଧାଙ୍କ ଅନୁରୋଧରେ ଶବର ସେଠାରେ ଦେବୀଙ୍କ ପାଇଁ ଗୋଟିଏ କୁଟୀର ନିର୍ମାଣ କଲେ । ସିନ୍ଧେକେଲା ର ଧର୍ମପରାୟଣ, ନୀତିନିଷ୍ଟ, ତଥା ପ୍ରଜାନୁରଞ୍ଜନ ରାଜା ବେଣୁଙ୍କୁ ଦେବୀ ଦ୍ଵାରସେନୀ ସ୍ଵପ୍ନରେ ଦୃଶ୍ୟ ହେଲେ । ରାଜା ବେଣୁ ତା’ପରଦିନ ଦେବୀଙ୍କର ଦର୍ଶନ ଲାଭ କଲେ । ଦେବୀ ଲଙ୍କାର ଦକ୍ଷିଣ ଦ୍ଵାରରେ ଅବସ୍ଥାନ କରୁଥିବାରୁ ରାଜା ବେଣୁ ତାଙ୍କୁ ଦ୍ଵାରସେନୀ ନାମରେ ଅଭିହିତ କଲେ । ଦେବୀ କନ୍ଧ ରାଜାଙ୍କ ପୂଜା ଆରାଧନାରେ ସନ୍ତୁଷ୍ଟ ନହେବାରୁ ସ୍ଵପ୍ନାଦେଶ ଅନୁଯାୟୀ ପାଟଣାର ଚୌହାନ ଗଡ଼ତିୟ ବିଶ୍ଵନାଥ ସିଂହ ଦେଓ ଦେବୀଙ୍କର ସେବା କାର୍ଯ୍ୟରେ ନିଯୁକ୍ତି ପାଇଲେ । ଦେବୀଙ୍କୁ ଉଭୟ ସାବ୍ଦିକ ଓ ତାନ୍ତ୍ରିକ ରୀତିରେ ପୂଜା କରାଯାଏ । ଦ୍ଵାରସେନୀ ଦେବୀଙ୍କର ମୁଖ୍ୟ ପର୍ବ ଦଶହରାରେ ପାଳନ କରାଯାଏ । ଦ୍ଵାରସେନୀ ଦେବୀଙ୍କର ମୁଖ୍ୟ ଯାତ୍ରା ଦ୍ଵାରସେନୀ ଓ ବୁଢ଼ା ରାଜାଙ୍କ ମଧ୍ୟରେ ବିବାହ ପର୍ବ । ସିନ୍ଧେକେଲା ଓ ଟିଟିଲାଗଡ଼ ମଝିରେ ଥିବା ‘ଇ ଚଗାଁ’ର ଝିଅ ଦ୍ଵାରସେନୀ ଓ ବୁଢ଼ା ରାଜା ସିନ୍ଧେକେଲା ର ପୁଅ । ସିନ୍ଧେକେଲା ର ବରୁଆ ସଶରୀରରେ ବୁଢ଼ା ରାଜା ଆବିର୍ଭାବ ହୋଇ ବହୁ ଲୋକଙ୍କ ସମାଗମରେ ବରସାଜି ‘ଇ ଜଗାଁ’କୁ ଯାଇଥାନ୍ତି । ସେଠାରେ ଦ୍ଵାରସେନୀ ଦେବୀଙ୍କୁ ବିବାହ ପରେ ସେହି ବରୁଆ ଶରୀରରେ ଦ୍ଵାରସେନୀ ଆବିର୍ଭାବ ହୋଇ ବୋହୂ ଭାବରେ ସିନ୍ଧେକେଲା ଆସନ୍ତି । ଦ୍ଵାରସେନୀ ଦେବୀଙ୍କର ପ୍ରତୀକ ଭାବରେ ଯୋନି ବା ବଦନର ପୂଜା ଏ ପୀଠର ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା । ଦଶହରା ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏଠାରେ କୌଣସି ବଳି ଦିଆଯାଏ ନାହିଁ ।
ବଲାଙ୍ଗୀର ଜିଲ୍ଲାରେ ହିନ୍ଦୁ ଧର୍ମର ବିଭିନ୍ନ ଜାତି ଓ ସଂପ୍ରଦାୟର ଲୋକମାନେ ବସତି ସ୍ଥାପନ କରନ୍ତି । ସେମାନଙ୍କର ଇଷ୍ଟ ଦେବୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି । ବଲାଙ୍ଗୀର ଜିଲ୍ଲାରେ ମାହେଶ୍ଵରୀ ଦେବୀଙ୍କୁ ମୁଖ୍ୟତଃ ଖଡୁରାମାନେ ବିଭିନ୍ନ ରୀତି ନୀତିରେ ପୂଜା କରନ୍ତି । ଆଶୂନ ମାସରେ ଦଶହରା ସମୟରେ ଖଡୁରା ସଂପ୍ରଦାୟର ବ୍ୟକ୍ତିମାନେ ମାହେଶ୍ଵରୀ ଦେବୀଙ୍କୁ ନିଷ୍ଠା ଓ ଆଗ୍ରହର ସହିତ ପୂଜା କରିଥାନ୍ତି । ତନ୍ତ୍ର କୁମାରୀମାନଙ୍କ ମଧ୍ୟରେ ଅନ୍ୟତମ ତନ୍ତ୍ର ସାଧୁକା ନିତାଇ ଧୋବଣୀ ଧୋବା ବା ରଜକ ସଂପ୍ରଦାୟର କୁଳ ଦେବୀ ରୂପେ ପ୍ରତିଷ୍ଠିତା । ବଲାଙ୍ଗୀର ଜିଲ୍ଲାର ରଜକ ସଂପ୍ରଦାୟ ବିଶ୍ଵାସ କରନ୍ତି, ନିତାଇ ଧୋବଣୀ ପୋଖରୀ କିମ୍ବା ନଦୀ କୂଳ ପଥର ଯେଉଁଥିରେ ସେମାନେ ଲୁଗା ସଫା କରନ୍ତି, ସେଥିରେ ବିଦ୍ୟମାନ ହୋଇଥାନ୍ତି । ନବାନ୍ନ ସମୟରେ ଏହି ଜାତିର ବ୍ୟକ୍ତିମାନେ ନୂତନ ପ୍ରସାଦ ନିତାଇ ଧୋବଣୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଦେବୀ ରୂପେ ପାଟକନା, କାନ ଭାଓ, ମହାଲକ୍ଷ୍ମୀ, କାଳୀ ସୁନ୍ଦରୀ, ମିରଚୁଙ୍କୁ ଆରାଧନା କରାଯାଏ । ଜିଲ୍ଲାର କେତେକ ଗ୍ରାମରେ ମଧ୍ୟ କାଲିକା, ଗଙ୍ଗାଡ଼ି, ଠାକୁରାଣୀ, ଡୋଙ୍ଗର, ମଉଳି ଏବଂ ଭୀମାଦେବୀଙ୍କୁ ପୂଜା କରାଯାଏ । ଏହି ଜିଲ୍ଲାର ସୁଣ୍ଡି ସଂପ୍ରଦାୟର ମୁଖ୍ୟ ଦେବୀ ଦ୍ଵାରସେନୀ, ପାଟ ମାହେଶ୍ଵରୀ, ସମଲାଇ ଓ ରକ୍ତ ମଉଳି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପଦରୁ ରକ୍ଷା ପାଇବା ନିମନ୍ତେ ଏହି ଦେବୀମାନଙ୍କ ନିକଟରେ ବିଭିନ୍ନ ମାନସିକ କରାଯାଇଥାଏ । ଏହି ସୁଣ୍ଡି ସଂପ୍ରଦାୟର ଦେହୁରୀମାନେ ସେମାନଙ୍କର ଗ୍ରାମ ଦେବତୀଙ୍କୁ ପୂଜା କରନ୍ତି, ଯାହାକୁ ବୁଗୁଲେନ ଏବଂ ଗଙ୍ଗା ଦେଇ ବୋଲି କୁହାଯାଏ । ବଲାଙ୍ଗୀର ଜିଲ୍ଲାର ବାରିକ (ଭଣ୍ଡାରୀ) ଜାତିର ବ୍ୟକ୍ତିବିଶେଷ ବନଜାରୀ ଦେବୀଙ୍କୁ ପୂଜା କରନ୍ତି, ଯେ କି ଚଣ୍ଡି ଏବଂ ଘଣ୍ଟସେନୀ ନାମରେ ପରିଚିତା । ସେମାନଙ୍କର ଗ୍ରାମ ଦେବୀଙ୍କୁ ବସ୍ତରନି ଏବଂ ଝୁଣ୍ଟି ମୋନଲି ବୋଲି କୁହାଯାଏ । ଅନ୍ୟ ଉଚ୍ଚଜାତିର ଲୋକମାନଙ୍କ ପରି ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାରରେ ଏମାନେ ଲକ୍ଷ୍ମୀପୂଜା କରନ୍ତି ଏବଂ ଚୈତ୍ର ମାସର । ପ୍ରତି ମଙ୍ଗଳବାରରେ ମା’ ମଙ୍ଗଳାଙ୍କୁ ଆରାଧନା କରିଥାନ୍ତି । ଗଣ୍ଡ ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ଜନଜାତି ମା’ମଙ୍ଗଳା ସେମାନଙ୍କର ଆରାଧ୍ୟ ଦେବୀ । ସେମାନଙ୍କ ବିଶ୍ଵାସରେ ମା’ ମଙ୍ଗଳାଙ୍କର ସାତ ଭଉଣୀ ଅଛନ୍ତି । ଗଣ୍ଡ ମାଡ଼େ ପର୍ବତର ଦେବୀଙ୍କୁ ବୁଧ ପ୍ରହାର, ଡୋଙ୍ଗର ଦେବତା ଏବଂ ଗ୍ରାମବଟୀ ବୋଲି ନାମିତ କରିଥାନ୍ତି । ଏହି ଜାତିର ବ୍ୟକ୍ତିମାନେ ରିଷ୍ଟ ଖଣ୍ଡନ ଓ ଶୁଭ ମନାସୀ ମା’ ମଙ୍ଗଳାଙ୍କୁ କୁକୁଡ଼ା ଓ ଛେଳି ବଳି ରୂପେ ପ୍ରଦାନ କରିଥାନ୍ତି । ସେମାନଙ୍କର ଗ୍ରାମଦେବତୀ ଥାନପତି ନାମରେ ପରିଚିତା । ଉଦୟ ପରମେଶ୍ଵରୀ ବଲାଙ୍ଗୀର ଜିଲ୍ଲାର କୋଷ୍ଟା ବୁଣାକାର ସଂପ୍ରଦାୟର ଇଷ୍ଟ ଦେବୀ । ସମଲେଶ୍ଵରୀ ଏବଂ ବୁଧେଇ ସେମାନଙ୍କର ଗ୍ରାମଦେବତୀ । ବଲାଙ୍ଗୀରର କେଉଟ ସଂପ୍ରଦାୟ ଚଉରାଶି ସମଲାଇ ଠାକୁରାଣୀ ଏବଂ ଗଙ୍ଗାମାତାଙ୍କୁ ଜଳ ଦେବୀ ରୂପେ ପୂଜା କରନ୍ତି । ବଲାଙ୍ଗୀର ଜିଲ୍ଲାର ବୁଣାକାର ଜାତି ଭୁଲିଆ ମାନଙ୍କର ମୁଖ୍ୟ ଦେବୀ ସମଲେଶ୍ଵରୀ । ଭୁଲିଆଜାତି ଅନ୍ୟ ଦେବୀ ଯଥା- ଧନମାଇ, ହାଡ଼ମାଇ, ଦଶମତି, ସାତ ବହେନ ଇତ୍ୟାଦିଙ୍କୁ ଭକ୍ତି ଆଗ୍ରହ ଓ ନିଷ୍ଠାର ସହିତ ପୂଜା କରିଥାନ୍ତି ।
ବଲାଙ୍ଗୀର ଜିଲ୍ଲାର ଅନେକ ସ୍ଥାନରେ ବହୁ ସଂଖ୍ୟକ ଦେବୀ । ମନ୍ଦିର ଏବଂ ଉପାସନା ପୀଠ ମଧ୍ୟ ଦେଖିବା ମିଳେ । ଏହା ସେଠାକାର ଶକ୍ତି ପରମ୍ପରା ଓ ଐତିହ୍ୟର ସ୍ମୃତି ବହନ କରେ । ବଲାଙ୍ଗୀର ଉପଖଣ୍ଡରେ ଅବସ୍ଥିତ ଖୁତ୍ର ପାଲିର ବ୍ରାହ୍ମଣୀ ଦେବୀ ମନ୍ଦିର, ଜାରା ସିଂହାର ବୁଡ଼ିଆଇ ଠାକୁରାଣୀ ମନ୍ଦିର, ସାଲେଭଟାର ଦ୍ଵାରସେନୀ ମନ୍ଦିର, ବାଗ ବାହଲର ଗଙ୍ଗା ଦେବୀ ମନ୍ଦିର, ଅଗଲପୁର ଜିରୋଟ ମାଲ୍ୟାଣୀ ଠାକୁରାଣୀ ମନ୍ଦିର, କୁସଙ୍ଗର କୁସଙ୍ଗଇ ଦେବୀ ମନ୍ଦିର, ଦାସପୁରର ମାହେଶ୍ଵରୀ ଦେବୀଙ୍କ ମନ୍ଦିର, ଲୁଇ ସିଂହାର ପାଟଣେଶ୍ଵରୀ, ବିଲେଇ ସୋରଡ଼ାର ସମଲେଶ୍ୱରୀ ମନ୍ଦିର ସେଠାକାର ଶକ୍ତି ପରମ୍ପରାର ପ୍ରାଚୀନତାର ପ୍ରମାଣ ଦିଏ।
ଏହି ମନ୍ଦିରଗୁଡ଼ିକ ମାତୃଶକ୍ତି ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଭାବନାର ପରିଚୟ ଦିଏ । ଅନୁରୂପ ଭାବରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଅନେକ ଅଞ୍ଚଳରେ ବହୁ ସଂଖ୍ୟକ ମନ୍ଦିର ମଧ୍ୟ ଦେଖାଯାଏ । ସେମାନଙ୍କ ମଧ୍ୟରେ ଦଶମତି ଦେବୀ ଏବଂ ଅସମତି ଦେବୀଙ୍କ ମନ୍ଦିର ଭରତ ବାହଲରେ ଅବସ୍ଥିତ । ବାଙ୍କି ବାହଲରେ ଗ୍ରାମ ଦେବୀ ଠାକୁରାଣୀଙ୍କ ମନ୍ଦିର । ରଗୁଡ଼ି ମୁଣ୍ଡାର ଗ୍ରାମପତି ଠାକୁରାଣୀଙ୍କ ମନ୍ଦିର, ବଗଝରଣାରେ ମଧ୍ୟ ଅନ୍ୟ ଏକ ଗ୍ରାମପତି ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ଚେଚର ବେଙ୍ଗଗୁଡ଼ା ଏବଂ ଦେସିଲ ଠାରେ କାଳିକା ଦେବୀଙ୍କ ମନ୍ଦିର ବିଦ୍ୟମାନ । ପାଟଣାଗଡ଼, ବରପିଟାରେ ଦେବୀ ପାଟଣେଶ୍ଵରୀଙ୍କ ମନ୍ଦିର । ଭର୍ସାରେ ଦେବୀ ଶଙ୍ଖସାଇଙ୍କ ମନ୍ଦିର, ବେଲପଡ଼ା ଓ ପାତ୍ରପାଲିରେ ସମଲାଇ ଦେବୀଙ୍କ ମନ୍ଦିର, ତୁର୍ଲାରେ ତୁତ୍ୟନି ଦେବୀଙ୍କ ମନ୍ଦିର ବଲାଙ୍ଗୀର ଜିଲ୍ଲାର ଶକ୍ତି ଉପାସନାର ମହିମା, ମହତ୍ଵ ପ୍ରସାର ଓ ପ୍ରଚାର କରିବା ଦିଗରେ ସମର୍ଥ । ଟିଟିଲା ଗଡ଼ ଉପଖଣ୍ଡରେ ମଧ୍ୟ ଅନେକ ଦେବୀ ମନ୍ଦିର ଦେଖିବାକୁ ମିଳେ । ଟିଟିଲାଗଡ଼ ସହରରେ ବାହୁଟି ଗଙ୍ଗା ଦେବୀ ମନ୍ଦିର ଅନ୍ୟତମ । ଖଗାଁରେ ବସ୍ତନ ଦେବୀଙ୍କ ମନ୍ଦିର । ସିନ୍ଧେକେଲାରେ ଦ୍ଵାରସେନୀ ଦେବୀଙ୍କ ମନ୍ଦିର ପ୍ରମୁଖ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ । ପୁଟୁଲି, ସିହନୀ, ଖଇରା, ଟିଟିସିଲା, ଗୋଇମୁଣ୍ଡାରେ ଦ୍ଵାରସେନୀ ଦେବୀଙ୍କ ମନ୍ଦିର ଅଛି । ଟିଟିଲାଗଡ଼ ଉପଖଣ୍ଡରେ ଅନେକ ଦ୍ଵାରସେନୀ ଦେବୀଙ୍କ ମନ୍ଦିର ଥିବାରୁ ଦେବୀଙ୍କ ମହିମା ଜନମାନସରେ ବ୍ୟାପକ । ରୂପେ ଆଦୃତ ଏଥିରେ କୌଣସି ସନ୍ଦେହ ନାହିଁ । ଶକ୍ତି ପରମ୍ପରାକୁ ଭିତ୍ତିକରି ବଲାଙ୍ଗୀର ଜିଲ୍ଲାରେ ଅନେକ ଓଷା, ବ୍ରତ, ଉପାସନା ଆଦି ଅନୁଷ୍ଠିତ ହୁଏ । ସାର୍ବଜନୀନ ଦୁର୍ଗାପୂଜା ଉତ୍ସାହ ଓ ଉଦ୍ଦୀପନାର ସହିତ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ପାଳିତ ହୁଏ । ପୁଅ ଜିଉନ୍ତିଆ ଓ ଭାଇ ଜିଉଡିଆ ଓଷାରେ ବଲାଙ୍ଗୀରର ମା’ ଓ ଭଉଣୀମାନେ ଯଥାକ୍ରମେ ପୁଅ ଓ ଭାଇ ମାନଙ୍କର ଶୁଭ କାମନାକରି ମା’ ଦୁର୍ଗାଙ୍କୁ ଭକ୍ତି ନୈବେଦ୍ୟ ଜ୍ଞାପନ କରନ୍ତି । ପ୍ରାଚୀନ ସମୟରୁ ବଲାଙ୍ଗୀର ଜିଲ୍ଲାରେ ଶକ୍ତି ଆରାଧନା ପ୍ରଚଳିତ ହୋଇ ଆସୁଅଛି, ଯାହାକି ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ତାହାର ମହିମାମଣ୍ଡିତ ପ୍ରଭାବ ପରିଲତ ହୁଏ । ବଲାଙ୍ଗୀର ଜିଲ୍ଲାର ଶକ୍ତି ପରମ୍ପରା ଓ ପ୍ରାଚୀନ ଶକ୍ତିପୀଠ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ଗୌରବାନ୍ୱିତ କରିବାରେ ଯଥେଷ୍ଟ ଉପାଦାନ ଯୋଗାଇ ଆସିଅଛି ।
ଆଧାର - ଇ ମଗାଜିନ
Last Modified : 4/26/2020