ଦଂଶପାଳ ମହାବୀର ସୁଚିତ୍ରକର୍ମକାରକ ବିଶ୍ଵକୃତ୍ ବିଶ୍ଵଧୃକ୍ ବାସନାମାନଦଣ୍ଡଧୃକ ।। ଓଁ ବିଶ୍ଵକର୍ମଣେ ନମଃ। |
ହେ ଦଂଶପାଳ (ବର୍ମଦ୍ଵାର ପାଳନକାରୀ), ହେ ମହାବୀର, ହେ ବିଶ୍ୱର ସୃଷ୍ଟିକର୍ତ୍ତା ଓ ବିଶ୍ଵବିଧାତା, ହେ ସୁନ୍ଦର ଚିତ୍ରଭଳି କର୍ମକାରକ, ଆପଣ ମାଲ୍ୟ, ଚନ୍ଦନ, ମାନଦଣ୍ଡ ଧାରଣ କରନ୍ତି - ଆପଣଙ୍କୁ ନମସ୍କାର !
ବିଶ୍ଵକର୍ମା ବୈଦିକ ଓ ପୌରାଣିକ ଦେବତା । ବେଦରେ ସେ କେତେବେଳେ ସୂର୍ଯ୍ୟଙ୍କ ସହିତ ଏକ ହୋଇ ଗଲେଣି ତ କେତେବେଳେ ଅଗ୍ନିଙ୍କ ସହିତ ଏକ ହୋଇ ଗଲେଣି । ଋଗବେଦର ଦଶମ ମଣ୍ଡଳରେ ଦୁଇଟି ସୂକ୍ତରେ ବିଶ୍ୱକର୍ମାଙ୍କ ସୃତି ଅଛି । ସେଥିରେ କୁହାଯାଇଛି ବିଶ୍ଵକର୍ମା ବିଶ୍ଵଭୁବନରେ ଯଜ୍ଞ କରନ୍ତି - ସେ ହେତା, ଋଷି, ସେ ଆମ୍ଭ ମାନଙ୍କର ପିତା – ଯ ଇମା ବିଶ୍ଵଭୁବନାନି ଜୁହୃଦୃଷି ହେତା ନ୍ୟସାଦତ୍ ପିତା ନଃ। ପୁଣି ସେ ବିଶ୍ଵଚକ୍ଷୁ, ଭୂମି ସୃଷ୍ଟି କରିଛନ୍ତି, ମହତ୍ତ୍ଵ ଦ୍ଵାରା ଆକାଶକୁ ବିସ୍ତୁତ କରିଛନ୍ତି । ସେ ପୁଣି ସହସ୍ରଶୀଷୀ ବିରାଟପୁରୁଷ - ସର୍ବତ୍ର ହିଁ ତାଙ୍କ ମୁଖ, ଚକ୍ଷୁ, ବାହୁ ଓ ପଦ । ସେ ଆକାଶ ପୃଥିବୀର ସ୍ରଷ୍ଟା ପୁନର୍ବାର ସେ ବାଚସ୍ପତି ବା ବାକ୍ୟର ଅଧିପତି । ସେ ସବୁ କିଛି ନିର୍ମାଣ କରନ୍ତି, ଧାରଣ କରନ୍ତି ଓ ଦର୍ଶନ ମଧ୍ୟ କରନ୍ତି । ଅଥର୍ବ ବେଦରେ କୁହା ହୋଇଛି, ବିଶ୍ଵକର୍ମା ବଶ୍ଵଦେବ, ତୁମେ ମହାନ୍, ତୁମେ ଇନ୍ଦ୍ରଙ୍କୁ ଅଭିଭୂତ କରିଛି, ତୁମେ ସୂର୍ଯ୍ୟଙ୍କୁ ପ୍ରକାଶିତ କରୁଥାଅ । ଭାଷ୍ୟକାର ଯାସ୍କ କହନ୍ତି ବିଶ୍ଵକର୍ମା ସର୍ବସ୍ଵ କର୍ତ୍ତା । ଶୁକ୍ଳ ଯଜୁର୍ବେଦ ବିଶ୍ଵକର୍ମାଙ୍କୁ ଦକ୍ଷିଣା ବୋଲି କହିଛି । ଦକ୍ଷିଣ ଶବ୍ଦର ଅର୍ଥ ପ୍ରସନ୍ନ ।
ଋଷି ବିଶ୍ଵସ୍ରଷ୍ଟା ବିଶ୍ୱକର୍ମାଙ୍କର ପ୍ରସନ୍ନତା କାମନା କରିଛନ୍ତି । ଯଜ୍ଞାଗ୍ନିର ଗୋଟିଏ ନାମ ଦକ୍ଷିଣାଗ୍ନି । ଆଚାର୍ଯ୍ୟ ମହୀଧର କହନ୍ତି ଦକ୍ଷିଣା ବିଶ୍ଵକର୍ମା ବାୟୁ - ବିଶ୍ୱ କରୋତି ସର୍ବ ସୃଜତୀତି ବିଶ୍ଵକର୍ମା ବାୟୁରୟଂ ଦକ୍ଷିଣା, ଦକ୍ଷିଣସ୍ୟା ଦିଶି ଆର୍ଯ୍ୟବର୍ଷାତ୍ ଭୂୟୋ ବାଚି । ବୃହଦେବ ତାଙ୍କ ମତରେ ବିଶ୍ଵକର୍ମା ବର୍ଷାକାଳୀନ ସୂର୍ଯ୍ୟ । ସେ କହନ୍ତି ଗ୍ରୀଷ୍ଟମାସ ଅତିକ୍ରାନ୍ତ ହେଲେ ଯାହାଙ୍କ ବ୍ୟତୀତ ପୃଥିବୀ ରହିପାରେନା, ସେ ବିଶ୍ଵର କର୍ମ (କୃଷିକର୍ମ) ସୃଷ୍ଟି କରନ୍ତି ତାଙ୍କୁ ବିଶ୍ଵକର୍ମା କୁହାଯାଏ । “ବିଶ୍ଵ କର୍ମେଷ ତେନ ହଃ’ । ସେଥିପାଇଁ ବୋଧେ ବର୍ଷା ଗମନେ ଭାଦ୍ରବ ସଂକ୍ରାନ୍ତିରେ ବିଶ୍ୱକର୍ମାଙ୍କ ପୂଜା ହୁଏ । ସେ ବର୍ଷାର ଦେବତା ଇନ୍ଦ୍ର ହୋଇଥିବାରୁ ତାଙ୍କର ବାହନ ହସ୍ତୀ ।
ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ । ସେ ଇନ୍ଦ୍ରଙ୍କ ବଜ୍ର ନିର୍ମାଣ କରିଥିଲେ । ସେହି ବଜ୍ରଦ୍ଵାରା ଇନ୍ଦ୍ର ବଧ କରିଥିଲେ ବୃତ୍ତକୁ । ଋଗ ବେଦରେ କୁହାଯାଇଛି, ଦୃଷ୍ଟା କ୍ରିୟାକୁଶଳ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାପେକ୍ଷା କର୍ମଠ । ସେ ଅତି ସୁନ୍ଦର ପାନପତ୍ରଗୁଡ଼ିକ ଦେବତାମାନଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି । ସେ ଉତ୍ତମ ଲୌହ ନିର୍ମିତ କୁଠାର ଶାଣିତ କରନ୍ତି । ତଦ୍ୱାରା ବ୍ରହ୍ମଣସ୍ପତି ପାତ୍ର ନିର୍ମାଣ ଉପଯୋଗୀ କାଷ୍ଠ ଛେଦନ କରନ୍ତି । ବେଦର ସେହି ବିଶ୍ୱସ୍ରଷ୍ଟା ପୁରାଣର ସେହି ବିଶ୍ଵକର୍ମାଙ୍କୁ ସାଧାରଣତଃ ଆମେ ଦେଖିବାକୁ ପାଉ ଦେବଶିଳ୍ପୀ ଭୂମିକାରେ । ସେ ‘କର୍ତ୍ତାଶିଳ୍ପ-ସହସ୍ରାଣମ୍’ ସହସ୍ର ସହସ୍ର ଶିଳ୍ପର ସେ ଅଧିକର୍ତ୍ତା । ସେ ‘ଦେବାନାଂ କାର୍ଯ୍ୟସାଧକଃ’ – ଦେବତା ମାନଙ୍କର ଶିଳ୍ପ କାର୍ଯ୍ୟ ସାଧକ । ବିଶ୍ୱକର୍ମାଙ୍କ ଜନ୍ମ ସମ୍ବନ୍ଧରେ ବିଭିନ୍ନ ପୁରାଣ ଭିନ୍ନଭିନ୍ନ ମତ ଦିଅନ୍ତି । ବ୍ରହ୍ମ ବୈବର୍ତ୍ତ ପୁରାଣ କହେ ବ୍ରହ୍ମାଙ୍କ ନାଭିଦେଶରୁ ବିଶ୍ୱକର୍ମାଙ୍କ ଜନ୍ମ । ମାତ୍ର ବେଦରେ ବିଶ୍ୱକର୍ମାଙ୍କୁ ଅଜାତ ପୁରୁଷ ବା ସନାତନ ପୁରୁଷ ରୂପେ ବର୍ଣନା କରିଛି । ପୁରାଣର ବିଶ୍ଵକର୍ମା ବିମାନ ନିର୍ମାତା ଓ କାରୁକାର ଓ ଚିତ୍ରଶିଳ୍ପକାରକ । ସେ ଅଳଙ୍କାର ଓ ଭୂଷଣ ପ୍ରସ୍ତୁତକାରକ । ମାନବ ଶିଳ୍ପୀମାନେ ବିଶ୍ୱକର୍ମାଙ୍କ ପ୍ରବର୍ତ୍ତିତ ଶିଳ୍ପ ସାଧନାକୁ ଉପଜୀବ୍ୟକରି ବଞ୍ଚି ରହିଛନ୍ତି । କୁଞ୍ଜର ପର୍ବତରେ ଅବସ୍ଥିତ ଅଗସ୍ତ୍ରୀଙ୍କ ଭବନ, କୁବେରଙ୍କ ଅଳକାପୁରୀ, ରାବଣର ସ୍ୱର୍ଣ୍ଣଲଙ୍କା, ଯଦୁପତି ଶ୍ରୀକୃଷ୍ଣଙ୍କର ସୁରକ୍ଷିତ ସୁରମ୍ୟ ଓ ସୁବ୍ୟବସ୍ଥିତ ରାଜଧାନୀ ଦ୍ଵାରକା ବିଶ୍ଵକର୍ମାଙ୍କ ବାସ୍ତୁବିଦ୍ୟା ଓ ନଗର ପରିକଳ୍ପନା ବିଷୟକ ଜ୍ଞାନର ଉଜ୍ଜଳ ଦୃଷ୍ଟାନ୍ତ । ବିଶ୍ୱକର୍ମାଙ୍କ ବିରଚିତ ଭାସ୍କର୍ଯ୍ୟ ଶିଳ୍ପର ଅନୁପମ ଦର୍ଶନ - ତିଳୋତ୍ତମା । ଦେବଦେଶୀ ସୁନ୍ଦ ଓ ଉପସୁନ୍ଦଙ୍କୁ ବିନାଶ କରିବା ନିମିତ୍ତ ବିଶ୍ଵର ସମସ୍ତ ସୌନ୍ଦର୍ଯ୍ୟ ତିଳ । ତିଳ କରି ଆହରଣ ପୂର୍ବକ ସେ ଏହି ଲାବଣ୍ୟବତୀ ସ୍ତ୍ରୀକୁ ସୃଷ୍ଟି କରିଥିଲେ । ଅସୁର ଭ୍ରାତୃଦ୍ଵୟ ପରସ୍ପର ଯୁଦ୍ଧ କରି ସେହି ରୂପସୀର । ଅନଳେ ପୋଡ଼ି ହୋଇ ମରିଛନ୍ତି । ମତ୍ସ୍ୟପୁରାଣରେ ଉଲ୍ଲେଖ ଅଛି, କୂପ ଓ ତଡ଼ାଗାଦି ଖନନ, ପ୍ରତିମାଦି ଗଠନ, ଗୃହ ଓ ଉଦ୍ୟାନର ପରିକଳ୍ପନା ସମସ୍ତ ଶିଳ୍ପର ଉଦ୍ଭାବକ ଓ କାର୍ଯ୍ୟକାରକ ବିଶ୍ଵକର୍ମା । ଦେବତାମାନଙ୍କ ପାଇଁ ନୂଆନୂଆ ମାରଣାସ୍ତ୍ର ବିଶ୍ଵକର୍ମା ପ୍ରସ୍ତୁତ କରିଛନ୍ତି । ଯେଉଁ ପ୍ରସିଦ୍ଧ ଧନୁ ସାହାଯ୍ୟରେ ଶଙ୍କର ତ୍ରିପୁରାସୁରକୁ ସଂହାର କରିଥିଲେ, ଯେଉଁ ଆୟତଧନୁର ଅମିତ ବିକ୍ରମରେ ପରଶୁରାମ ଏକୋଇଶଥର ପୃଥିବୀ ନିଃକ୍ଷେତ୍ରିୟ କରିଥିଲେ, ସେହି ଦୁଇଟି ଧନୁ ବିଶ୍ୱକର୍ମାଙ୍କ ଅସ୍ତ୍ର ନିର୍ମାଣ କାରଖାନାରେ ନିର୍ମାଣ ହୋଇଥିଲା ।
ବିଶ୍ଵକର୍ମା କେବଳ ନିଜେ ଶିଳ୍ପୀ ନୁହନ୍ତି, ସେ ଶିଳ୍ପୀ - ସମାଜର ସ୍ରଷ୍ଟା ବା ଜନ୍ମଦାତା । ରାମଚନ୍ଦ୍ରଙ୍କ ପାଇଁ ଦୁସ୍ତର ସମୁଦ୍ରବକ୍ଷରେ ବିଶାଳ ସେତୁ ନିର୍ମାଣକାରୀ ବାନର ଶିଳ୍ପୀ ନଳ ବିଶ୍ଵକର୍ମାଙ୍କ ପୁତ୍ର । ବିଷ୍ଣୁ ପୁରାଣରେ ଅଛି – ଶିଳ୍ପୀବର ଦୃଷ୍ଟା ମଧ୍ୟ ବିଶ୍ୱକର୍ମାଙ୍କ ସନ୍ତାନ । ବାୟୁ ଓ ପଦ୍ମପୁରାଣ ମତରେ ଦୈତ୍ୟଶିଳ୍ପୀ ‘ମୟ’ ମଧ୍ୟ ବିଶ୍ୱକର୍ମାଙ୍କ ପୁତ୍ର । ଦୈତ୍ୟରାଜ ପ୍ରହ୍ଲାଦଙ୍କ କନ୍ୟା ବିରୋଚନାଙ୍କ ଗର୍ଭରୁ ବିଶ୍ଵକର୍ମାଙ୍କ ଔରସରେ ମୟର ଜନ୍ମ । ମଲୋକର ମାଳାକାର, କର୍ମକାର, କାଂସ୍ୟକାର, ଶଙ୍ଖାକାର, ସୂତ୍ରଧର, କୁମ୍ଭକାର, ସ୍ୱର୍ଣ୍ଣକାର, ଚିତ୍ରକାର ପ୍ରଭୃତି ସଂପ୍ରଦାୟଗୁଡ଼ିକ ଶିଳ୍ପଜୀବୀ । ବ୍ରହ୍ମବୈବର୍ତ୍ତରେ ପୁରାଣ ଅଛି ବିଶ୍ୱକର୍ମାଙ୍କ ଔରସରେ, ଦେବତ୍ତକୀ ଘୃତାଚୀଙ୍କ ଗର୍ଭରୁ ଏହି ଶିଳ୍ପୀ । ସଂପ୍ରଦାୟ ଜନ୍ମ ଗ୍ରହଣ କରିଥିଲେ । ବିଶ୍ଵକର୍ମା ଓ ଘୃତାଚୀ ଉଭୟ ଶାପଗ୍ରସ୍ତ ହୋଇ ମରଧାମକୁ ଆସନ୍ତି ଓ ଜନ୍ମ ଦିଅନ୍ତି ଏହି ସନ୍ତାନମାନଙ୍କୁ । ବିଶ୍ୱକର୍ମାଙ୍କର ଚିତ୍ରାଙ୍ଗଦା ନାମରେ ଗୋଟିଏ କନ୍ୟା ଥିଲା ।
ଧ୍ୟାନମନ୍ତ୍ରରେ ବିଶ୍ୱକର୍ମାଙ୍କୁ କୁହାଯାଇଛି - ବାସନା ମାନଦଣ୍ଡ ଧୃକ୍ । ବାସନା ଅର୍ଥରେ ମାଲ୍ୟଚନ୍ଦନାଦି ସାହାଯ୍ୟରେ ସୁଗନ୍ଧିକରଣ, ମାନଦଣ୍ଡ ଅର୍ଥରେ ପରିମାପ ଦଣ୍ଡ । ବିଶ୍ୱକର୍ମାଙ୍କ କଣ୍ଠରେ ମାଲ୍ୟ, ଲଲାଟରେ ଚନ୍ଦନ-କୁଙ୍କୁମ, ସର୍ବାଙ୍ଗରେ ଗନ୍ଧାନୁଲେପନ, ହସ୍ତରେ ମାନଦଣ୍ଡ । ବିଶ୍ଵକର୍ମାଙ୍କ ସୃଷ୍ଟି ଧର୍ମ ଓ ଶିଳ୍ପ-କର୍ମ କ୍ଷେତ୍ରରେ ଏଭଳି ରୂପର ତାତ୍ପର୍ଯ୍ୟ ରହିଛି । ଗନ୍ଧ ପୃଥିବୀର ଗୁଣ । ବିଶ୍ଵକର୍ମା ଏହି ପୃଥିବୀର ସ୍ରଷ୍ଟା । ତେଣୁ ସୃଷ୍ଟି ସୌରଭ ସେ ନିଜ ଅଙ୍ଗରେ ମାଖି ନେଇଛନ୍ତି । ସ୍ରଷ୍ଟାର ସୃଷ୍ଟି କେବଳ ରୂପ ବୈଭବ ଓ ଶିଳ୍ପ ବୈଭବର ଆଧାର ନୁହେଁ, ରସ-ଗନ୍ଧାଦି ରେ ତାହା ସମସ୍ତଙ୍କର ଚିତ୍ତ ହରଣ କରିଥାଏ । ମାଲ୍ୟଚନ୍ଦନାଦି ଧାରଣ ଓ ସୁଗନ୍ଧାଦି ଲେପନ ମଧ୍ୟରେ ସୁଚିତା ଓ ରୁଚିବୋଧର ପ୍ରକାଶ ସୁସ୍ପଷ୍ଟ । ବିଶ୍ୱକର୍ମାଙ୍କ ହସ୍ତରେ ମାନଦଣ୍ଡ ବା ପରିମାପ ଦଣ୍ଡ ସ୍ରଷ୍ଟାର ସୃଷ୍ଟି ପ୍ରକାଶ ସୁପରିକଳ୍ପିତ ଭିଭି ଉପରେ ପ୍ରତିଷ୍ଠିତ । ସବୁକୁ ଯେପରି ସେ ମାପିଚୁପି ପିର ନିର୍ମାଣ କରନ୍ତି । ସେ ସୂର୍ଯ୍ୟଙ୍କୁ ମାପିକରି ଦୂରରେ ରଖିଛନ୍ତି ଯଦ୍ଵାରା ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ପୃଥିବୀ ଯେପରି ଧ୍ୱଂସ ହୋଇନଯାଏ ।
ସେ ଏଭଳି ଦେବତା, ତାଙ୍କୁ ପ୍ରମାଣକରି ଜଣାଉଛି, ହେ ଦେବଶିଳ୍ପୀ, ମହାଭାଗ ଦେବତାମାନଙ୍କର କାରୁକାର୍ଯ୍ୟ ସାଧକ, ସର୍ବାଭିଷ୍ଟ ପ୍ରଦାନକାରୀ ହେ ବିଶ୍ଵକର୍ମନ୍, ତୁମକୁ ନମସ୍କାର!
ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧକ । ବିଶ୍ଵକର୍ମନ୍ନମସ୍ତୁଭ୍ୟ ସର୍ବାଭିଷ୍ଠ ପ୍ରଦାୟକ ॥ |
ଆଧାର - ଇ ମଗାଜିନ
Last Modified : 4/26/2020