ରାଜ୍ୟରେ ଜଙ୍ଗଲଗୁଡ଼ିକର ସୁରକ୍ଷା ଏବଂ ପରିଚାଳନା ସମ୍ବନ୍ଧୀୟ ଆଇନ୍ ସମୂହକୁ ସଙ୍ଗଠିତ ଏବଂ ସଂଶୋଧିତ କରିବାକୁ ଏକ ଆଇନ୍ ।
ଏହା ଭାରତର ତ୍ରୟୋଦଶତମ ସାଧାରଣତଃ ବର୍ଷରେ ଓଡ଼ିଶା ରାଜ୍ୟର ବିଧାନ ସଭାଦ୍ଵାରା ଅଧିନିୟମିତ :
ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ:
- ବର୍ତ୍ତମାନ ଓଡ଼ିଶା ଉପରେ ଦୁଇଟି ଜଙ୍ଗଲ ଆଇନ୍ ପ୍ରଯୁଜ୍ୟ ହେଉଛି । ଅର୍ଥାତ୍ ଭାରତୀୟ ଜଙ୍ଗଲ ଆଇନ୍ ୧୯୨୭ ଏବଂ ମାଡ୍ରାସ୍ ଜଙ୍ଗଲ ଆଇନ୍ ୧୮୮୨ । କୋରାପୁଟ ଜିଲ୍ଲା, ଗଞ୍ଜାମ ଏବଂ ପୁଲବାଣୀ ଜିଲ୍ଲାର କେତେକ ଅଂଶ(ବାଲିଗୁଡା ଏବଂ ଜି. ଉଦୟଗିରି ତାଲୁକ) ବ୍ୟତୀତ ଯେଉଁ କ୍ଷେତ୍ରରେ ମାଡ୍ରାସ ଜଙ୍ଗଲ ଆଇନ୍, ୧୮୮୨ କାର୍ଯ୍ୟକାରୀ ହେଉଛି, ଅବଶିଷ୍ଟ ଅଞ୍ଚଳ ଭାରତୀୟ ଜଙ୍ଗଲ ଆଇନ୍, ୧୯୨୭ ଦ୍ଵାରା ଅନ୍ତର୍ଭୁକ୍ତ ହେଉଛି । କୌଣସି ସମାନୁପାତିକ ସୁବିଧା ବିନା ଦୁଇଟି ଏକତ୍ରିତ ଆଇନ୍ ଦ୍ଵାରା ଏହା ଦୂରୀକରଣ କରାଯାଇପାରିବ । ପୂର୍ବରୁ ଏକ ଏକତ୍ରିତ ଜଙ୍ଗଲ ଆଇନ୍ ନିମନ୍ତେ ଆବଶ୍ୟକତା ସମ୍ପୂର୍ଣ୍ଣ ଭାବେ ଅନୁଭୂତ ହୋଇଥିଲା। ଏବଂ ତାହାର ଅନୁସରଣରେ ୧୯୪୨ ମସିହାରେ ଏକ ବିଲ୍ ରାଜ୍ୟ ବିଧାନସଭାରେ ପ୍ରବର୍ତ୍ତନ ହେଲା । କିନ୍ତୁ ଅଜଣା କାରଣଗୁଡିକ ପାଇଁ ଏହା ବନ୍ଦ ହୋଇଯାଇଥିଲା । ଓଡ଼ିଶା ଜଙ୍ଗଲ ତଦନ୍ତ କମିଟି ଦ୍ଵାରା ୧୯୫୯ରେ ଏହାର ରିପୋର୍ଟରେ ସେପରି ଏକ ଆଇନ୍ ର ଆବଶ୍ୟକତା ପାଇଁ ଆଦେଶ ପ୍ରଦାନ କରାଯାଇଛି ।
- ପୁନଶ୍ଚ ଜଙ୍ଗଲ ପରିଚାଳନା କେନ୍ଦ୍ରୀୟ ବୋର୍ଡର ଏକ ଉପ- କମିଟି, ଏହାର ସାର୍ବଭୌମ ବିଚାରରେ ଜଙ୍ଗଲଜାତ ଦ୍ରବ୍ୟର ସୁବିଧା ଏବଂ ଜଙ୍ଗଲଗୁଡ଼ିକର ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ପ୍ରକରଣର ସଂଶୋଧନ ସୁପାରିଶ କରିଥିଲେ । କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ପରି କେତେକ ରାଜ୍ୟ ଅଛି ଯାହାର ସ୍ଵାଧିନ ଜଙ୍ଗଲ ଆଇନ୍ ଯଥେଷ୍ଟ ପୂର୍ବରୁ ଅଧିନିୟମିତ ହୋଇଛି । ମାଡ୍ରାସ୍ ସ୍ଵାଧିନ ଜଙ୍ଗଲ ଆଇନ୍ ଏବଂ ଅନ୍ୟାନ୍ୟ ବିଦ୍ୟମାନ ରାଜ୍ୟ ଜଙ୍ଗଲ ଆଇନ୍ ରୁ ଅଣାଯାଇଥିଲା ଏହି ବିଲ୍ ମାଧ୍ୟମରେ ଭାରତୀୟ ଜଙ୍ଗଲ ଆଇନ୍ ର ଅନୁକ୍ରମ ସାଧାରଣତଃ ଅନୁକରଣୀୟ ହୋଇଛି ।
- ଏହି ବିଲ୍ ଉପରୋକ୍ତ, ଉଦ୍ଦେଶ୍ୟ ପୂରଣ କରିବାକୁ ବଛାଯାଇଛି ।
ଦଫା ୧। ସଂକ୍ଷିପ୍ତ ନାମ, ପରିସର ଏବଂ ପ୍ରାରମ୍ଭ
- ଏହି ଆଇନ୍ କୁ ଓଡ଼ିଶା ଜଙ୍ଗଲ ଆଇନ୍, ୧୯୭୨, କୁହାଯିବ ।
- ଏହା ସମସ୍ତ ଓଡ଼ିଶା ରାଜ୍ୟପ୍ରତି ପ୍ରଯୁଜ୍ୟ ଅଟେ ।
- ଏହା ତତ୍ କ୍ଷଣାତ୍ ବଳବତ୍ତର ହେବ ।
ଦଫା ୨। ସଂଜ୍ଞା
ଏହି ଆଇନ୍ ରେ ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନେହେଲେ –
- ”ଗୋ-ମହିଷାଦି ପଶୁ” ଅର୍ଥ ଗାଈ,ବଳଦ ଘୋଡା, ଘୋଡୀ, ତଟୁ ଘୋଡା, ଖଚର, ଗଧ, ଘୁଷୁରି ଛୁଆ, ମେଣ୍ଢା,ମେଣ୍ଢାଛୁଆ, ଛେଳିଛୁଆ, ଏବଂ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଦ୍ଵାରା ପ୍ରକାଶିତ ସେହିପରି ଜୀବଜନ୍ତୁ ଅନ୍ତର୍ଭୁକ୍ତ ହେବେ;
- ’ଖ’ ଠାରୁ ‘ଘ’
- ”ଜଙ୍ଗଲ ଅପରାଧ” ଅର୍ଥ ଏହି ଆଇନ୍ ଏବଂ ନିୟମାବଳୀ ଅନୁଯାୟୀ ଦଣ୍ଡନୀୟ କୌଣସି ଅପରାଧ ଏବଂ ଜଙ୍ଗଲ ସମ୍ପର୍କୀୟ ଅପରାଧ ପାଇଁ ପ୍ରବର୍ତ୍ତୀଇବା ମଧ୍ୟ ଅନ୍ତର୍ଭୁକ୍ତ ହେବ;
- ”ଜଙ୍ଗଲ ଅଧିକାରୀ” ଅର୍ଥ ରାଜ୍ୟସରକାର ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଦ୍ଵାରା ନିମ୍ନଲିଖିତ ବ୍ୟକ୍ତିଙ୍କୁ ବୁଝାଇବ –
- “ଜଙ୍ଗଲର ମୁଖ୍ୟ ଅଧ୍ୟକ୍ଷ ସଂରକ୍ଷଣ ଜଙ୍ଗଲର ଅତିରିକ୍ତ ମୁଖ୍ୟ ଅଧ୍ୟକ୍ଷ ସଂରକ୍ଷକ, ମୁଖ୍ୟ ବନ୍ୟ ସଂରକ୍ଷକ, ଜଙ୍ଗଲ ଉପ-ସଂରକ୍ଷକ କିମ୍ବା ବିଭାଗୀୟ ଅଧିକାରୀ, ଜଙ୍ଗଲ ସହକାରୀ ସଂରକ୍ଷକ, ଜଙ୍ଗଲ କ୍ଷେତ୍ରପାଳ ଜଙ୍ଗଲର ଉପ-କ୍ଷେତ୍ରପାଳ, କିମ୍ବା ବନପାଳ ଏବଂ;
- ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ସେପରି ଅନ୍ୟାନ୍ୟ ବ୍ୟକ୍ତିଗଣ ଯେଉଁ ମାନେ ଏହି ଆଇନ୍ କିମ୍ବା ତଦନୁଯାୟୀ ପ୍ରଣୀତ ନିୟମାବଳୀ କିମ୍ବା ଆଦେଶାନୁଯାୟୀ କୌଣସି ଜଙ୍ଗଲ ଅଧିକାରୀ ଙ୍କ କାର୍ଯ୍ୟ ତୁଲାଇବାକୁ କ୍ଷମତା ପ୍ରାପ୍ତ । କିନ୍ତୁ ଏଥିରେ ଜଙ୍ଗଲ ବନ୍ଦୋବସ୍ତ ଅଧିକାରୀ ଅନ୍ତର୍ଭୁକ୍ତ ହେବେ ନାହିଁ ।
- ”ଜଙ୍ଗଲଜାତ” ଦ୍ରବ୍ୟ ଅର୍ଥ –
- ନିମ୍ନଲିଖିତ ଦ୍ରବ୍ୟମାନ ଜଙ୍ଗଲରେ ମିଳୁଥାଉ ବା ନ ମିଳୁଥାଉ, ଜଙ୍ଗଲରୁ ଅଣାଯାଇଥାଉ କିମ୍ବା ନ ଅଣାଯାଇଥାଉ, ଯଥା :-
- କାଠଗଣ୍ଡି, କାଠ କୋଇଲା, ହରିଡା, ବାହାଡା, କାଠ ତେଲ, ଝୁଣା, ପ୍ରାକୃତିକ ବାର୍ଣ୍ଣସ୍, ଗଛଛେଲି, ଟସର, ଲାଖ, ଅଠା, ପାତାଳ ଗୁରୁଡ ଚେର, ମହୁଆ ଫୁଲ, ମହଆମଞ୍ଜି, କେନ୍ଦୁପତ୍ର, ଚନ୍ଦନକାଠ, ତେନ୍ତୁଳି, ଫୁଲଝାଡୁ, ଶିଆଳି ପତ୍ର, ଶିଆଳି ତନ୍ତୁ, ଶାଳ ମଞ୍ଜି ଇତ୍ୟାଦି;
- ବନ୍ୟ ପଶୁ ଏବଂ ବନ୍ୟପକ୍ଷୀ, ସେମାନଙ୍କ ଠାରୁ ମିଳୁଥିବା ଚମଡା, ଶୁଣ୍ଢ, ଶିଙ୍ଘ, ହାଡ ଏବଂ ଅନ୍ୟାନ୍ୟ ସମସ୍ତ ଜିନିଷ ଏବଂ;
- ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ସେହିପରି ଅନ୍ୟାନ୍ୟ ଉତ୍ପନ୍ନ ଦ୍ରବ୍ୟ; ଏବଂ
- ଜଙ୍ଗଲରୁ ମିଳୁଥିବା କିମ୍ବା ଜଙ୍ଗଲରୁ ଅଣାଯାଇଥିବା ନିମ୍ନଲିଖିତ ଦ୍ରବ୍ୟମାନ,ଯଥା –
- ବୃକ୍ଷ ଏବଂ ପତ୍ର, ଫୁଲ ଏବଂ ଫଳ ଏବଂ ବୃକ୍ଷରୁ ଉତ୍ପନ୍ନ ଅନ୍ୟାନ୍ୟ ସମସ୍ତ ଦ୍ରବ୍ୟ ଯାହା ଏଥିପୂର୍ବରୁ ଉଲ୍ଲିଖିତ ହୋଇନାହିଁ;
- ଘାସ, ଲତା, ଶିଉଳି ଯାହାକି ବୃକ୍ଷ ଜାତୀୟ ନୁହେଁ ଏବଂ ସେଥିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟ;
- ମହୁ, ମହମ, ଏବଂ ଆରାରୁଟ୍;
- ଜଙ୍ଗଲଜାତୀୟ ତୈଳ ଓ ଖଣିଜ ଦ୍ରବ୍ୟ ଇତ୍ୟାଦି;
- ଜଙ୍ଗଲ ସମ୍ପର୍କରେ “ମାଲିକ” ଅର୍ଥ ଦଖଲରେ ଥିବା ବନ୍ଧକ ଗ୍ରହୀତା ବା ଜଙ୍ଗଲର ଦଖଲ ଓ ଉପଭୋଗ କରିବାକୁ ଅଧିକାର ପାଇଥିବା ଅନ୍ୟ କୌଣସି ବ୍ୟକ୍ତି;
- ”ଧାର୍ଯ୍ୟ” ଅର୍ଥ ଏହି ଆଇନ୍ ଅନୁଯାୟୀ ପ୍ରଣୀତ ନିୟମାବଳୀ
- ”ନଦୀ” ଅର୍ଥ ଝରଣା ଏବଂ ଅନ୍ୟାନ୍ୟ ସମସ୍ତ କୃତିମଓ ପ୍ରାକୃତିକ ଜଳଧାରାକୁ ବୁଝାଇବ;
- “ନିୟମ” ଅର୍ଥ ଏହି ଆଇନ୍ ଅନୁଯାୟୀ ପ୍ରଣୀତ କୌଣସି ନିୟମ;
- “ଚନ୍ଦନକାଠ” ଅର୍ଥ ଚନ୍ଦନ ବୃକ୍ଷରୁ ମିଳୁଥିବା କାଠ ଏବଂ ସେହିପରି କାଠରୁ ମିଳୁଥିବା ଚନ୍ଦନଗୁଣ୍ଡକୁ ଅନ୍ତର୍ଭୁକ୍ତ କରିବ;
- “କାଠଗଣ୍ଡି” ଅର୍ଥ ତଳେ ପଡିଥିବା କିମ୍ବା ତଳେ କାଟି ପକାଇଥିବା ଗଛକୁ କିମ୍ବା ହଣାଯାଇଥିବା କିମ୍ବା ଚିରା ଯାଇଥିବା ସମସ୍ତ କାଠକୁ ବୁଝାଇବ; ଏବଂ
- “ବୃକ୍ଷ” ଅର୍ଥ ତାଳ, ବାଉଁଶ, ବେତ, ବ୍ରଶ୍ଉଡ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରିବ ।
ବୈଚାରିକ ସିଦ୍ଧାନ୍ତ ଦ୍ଵାରା ସ୍ଥାପିତ ଆଇନ୍
ଦଫା (୨) (ଛ)(ଗ) ଯେତେବେଳେ ବାଉଁଶ ଏକ ଜଙ୍ଗଲଜାତ ଦ୍ରବ୍ୟ ହୁଏ- ଆଲୋଚିତ ।
ଦର୍ଶାଯାଇଥିଲା ଯେ, ଏହି ଆଇନର ଦଫା- ୨ର ଉପ-ଦଫା(ଗ)ର ସହପଠନରେ ଉପ-ଦଫା (ଛ)ର ପ୍ରକରଣ (୨)ର କୌଣସି ବାଖ୍ୟା କିମ୍ବା ବିଶ୍ଲେଷଣରେ ଏହା ସୁସ୍ପଷ୍ଟ ହୁଏ ଯେ କେବଳ ଯେତେବେଳେ ବାଉଁଶ ଜଙ୍ଗଲରୁ ମିଳିଥାଏ ଏବଂ ଅଣାଯାଇଥାଏ ଏହା ଏକ ଜଙ୍ଗଲଜାତ ଦ୍ରବ୍ୟ ହୁଏ ଏବଂ ଏହା ଜଙ୍ଗଲଜାତ ଦ୍ରବ୍ୟ ହୁଏ ନାହିଁ ଜଙ୍ଗଲର ସଂଜ୍ଞାର ପରିସରରୁ ଆସିନ ଥାଏ – ୧୯୯୭(୨)ଓ.ଏଲ୍,ଆର୍-୩୧୪ ଏ.ଆଇ.ଆର, ୧୯୯୮ ଓଡ଼ିଶା-୫୪।
ଦଫା୨(ଗ),୨(ଛ),୨(ଣ) ଏବଂ୫୬
ଜଙ୍ଗଲ ଅପରାଧ ଯୋଗୁଁ ବାଜ୍ୟାପ୍ତିକାରଣ- ସନ୍ଦେହ ପୂର୍ଣ୍ଣ ଅନୁମାନକୁ ଭିତ୍ତି କରି ଜଙ୍ଗଲ ଅଧିକାରୀଙ୍କ ଅନୁସନ୍ଧାନ କୌଣସି ଘରୋଇ ଜମିରୁ ମିଳୁଥିବା ବାଉଁଶ ଏକ ଜଙ୍ଗଲଜାତ ଦ୍ରବ୍ୟ ନୁହେଁ । ୧୯୯୭(୨)ଓ.ଏଲ୍.ଆର-୩୫୪ ।
ଦଫା ୨(୯)
ଶିଆଳି ପତ୍ର:- ଜଙ୍ଗଲଜାତ ଦ୍ରବ୍ୟ ହୋଇଥାଉ କିମ୍ବା ନ ହୋଇ ଥାଉ ଶିଆଳି ବୃକ୍ଷ କିମ୍ବା ତାହାର ପତ୍ର ମିଳୁ କିମ୍ବା ନମିଳୁ ଅସ୍ଥାୟୀ ଅନୁମତି ଆବଶ୍ୟକ କିମ୍ବା ନୁହେଁ – ଯେତେବେଳେ ତାହା ଜଙ୍ଗଲଜାତ ପରିସର ମଧ୍ୟକୁ ଆସି ନଥାଏ, ଅସ୍ଥାୟୀ ଅନୁମତି ଆବଶ୍ୟକ ହୁଏ ନାହିଁ – ୩୨(୧୯୯୦) ଓ ଜେଡ଼ି – ୫୬୫ (ସିଭିଲ୍) ।
ଆଧାର – ଦ ଲ ହାଉସ