অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ଜଙ୍ଗଲ ଆଇନ୍, ୧୯୭୨

ଦଫା ୫୬(୨) (ଘ), ବିଜ୍ଞପ୍ତି ୭ ଜୁନ୍, ୧୯୮୩

ଦଫା ୫୬(୨) (ଘ)-ଏସ୍.ଆର.ଓ ସଂଖ୍ୟା ୨୯୭/୮୩- ଓଡ଼ିଶା ଜଙ୍ଗଲ ଆଇନ୍ ୧୪/୧୯୭୨ର ଦଫା ୫୯ ର ଉପ-ଦଫା(୨)ର ପ୍ରକରଣ(ଘ) ଦ୍ଵାରା  ଅର୍ପିତ କ୍ଷମତାର ପ୍ରୟୋଗରେ ରାଜ୍ୟ ସରକାର କେଶ୍ ର ରେକର୍ଡ଼ଗୁଡ଼ିକ ମଗାଇବାକୁ ଏବଂ ଯାଞ୍ଚ କରିବାକୁ ନିମ୍ନଲିଖିତ ଅନୁସୂଚୀତ ସ୍ତମ୍ଭ(୨) ଅନୁଯାୟୀ ବିନିର୍ଦ୍ଦିଷ୍ଟ ଅଧିକାରୀମାନଙ୍କୁ ଏତଦ୍ଦ୍ଵାରା କ୍ଷମତା ପ୍ରଦାନ କରନ୍ତି ଏବଂ ତାହାର ତଦନ୍ତ କରନ୍ତି ଏବଂ ଉକ୍ତ ଅନୁସୂଚୀତ ସ୍ତମ୍ଭ (ଖ) ଅନୁଯାୟୀ ବିନିର୍ଦ୍ଦିଷ୍ଟ ସେମାନଙ୍କର ନିଜ ନିଜର କ୍ଷେତ୍ରାଧିକାର ମଧ୍ୟରେ ଅଞ୍ଚଳଗୁଡ଼ିକରେ ଉକ୍ତ ଉପଦଫାର ବ୍ୟବସ୍ଥାବଳୀ ଅନୁଯାୟୀ ଦରଖାସ୍ତ ଉପରେ କିମ୍ବା ସ୍ଵତଃ ପ୍ରବୃତ୍ତ ଭାବେ ସେମାନେ ଯାହା ଉପଯୁକ୍ତ ମନେ କରିବେ ସେପରି ଆଦେଶ ପ୍ରଦାନ କରିପାରିବେ ।

ଅନୁସୂଚୀ

କ୍ରମିକ ସଂଖ୍ୟା

(୧)

ଅଫିସରମାନଙ୍କ ପଦବୀ

(୨)

କ୍ଷେତ୍ରାଧିକର

(୩)

୧.

ମୁଖ୍ୟ ବନ ସଂରକ୍ଷଣକାରୀ

ସମ୍ପୁର୍ଣ୍ଣ ରାଜ୍ୟ

୨.

ସରକାରୀ ମୁଖ୍ୟ ବନ ସଂରକ୍ଷଣକାରୀ

ସମ୍ପୁର୍ଣ୍ଣ ରାଜ୍ୟ

୩.

ଆଞ୍ଚଳିକ ସର୍କଲର ଫରେଷ୍ଟ ଇନ୍ ଚାର୍ଜ

ତାଙ୍କର ସର୍କଲର ସମସ୍ତ ଫରେଷ୍ଟ ଡ଼ିଭିଜନ ସଂରକ୍ଷଣକାରୀ

୪.

ବନ୍ୟ ଜନ୍ତୁ ସମ୍ପଦ ମୁଖ୍ୟ ତତ୍ତ୍ଵାବଧାରକ

ବନ୍ୟଜନ୍ତୁ ସଂପଦ ସଂରକ୍ଷଣ ଡିଭିଜନ୍ ଚାନ୍ଦବାଲି ।

ଦଫା ୭୨ (୧),ବିଜ୍ଞପ୍ତି ୨୭ମଇ, ୧୯୮୩

ଦଫା ୭୨ (୧)-ସଂଖ୍ୟା ୧୧୭୮୩-୯ ଏଫ୍-ଲିଗାଲ୍-୧୭୩/୮୦-ଏଫ୍.ଏ.ଏଚ- ଓଡ଼ିଶା ଜଙ୍ଗଲ ଆଇନ୍ ୧୪/୧୯୭୨ର ଦଫା ୭୨ ଉପ-ଦଫା(୧) ଦ୍ଵାରା ଅର୍ପିତ କ୍ଷମତାର ପ୍ରୟୋଗରେ ରାଜ୍ୟ ସରକାର ଏତଦ୍ଦ୍ଵାରା ସମସ୍ତ ଡିଭିଜନାଲ ଫରେଷ୍ଟ ଅଫିସର ଆଞ୍ଚଳିକ ଫରେଷ୍ଟ ଡିଭିଜନ୍ ସହ ସଂଯୁକ୍ତ ଜଙ୍ଗଲର ସମସ୍ତ ସହକାରୀ ସଂରକ୍ଷଣକାରୀ ଏବଂ ରାଜ୍ୟର ଆଞ୍ଚଳିକ ରେଞ୍ଜର ସମସ୍ତ ରେଞ୍ଜ ଅଫିସର-ଇନ୍-ଚାର୍ଜଙ୍କୁ କୌଣସିବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରିଛନ୍ତି ଯେ କି ଅପରାଧ ସଂଘଟିତ କରିଥିଲେ (ଜଙ୍ଗଲ ସମ୍ବନ୍ଧୀୟ ଅପରାଧର ସନ୍ଧାନ, ତଦନ୍ତ ଏବଂ ଫଏସଲା) ନିୟମାବଳୀ, ୧୯୮୦ ସହପଠନରେ ଉକ୍ତ ଉପ-ଦଫାର ପ୍ରକରଣ (i),(ii) ଏବଂ (iii) ରେ ପ୍ରଣୀତ ବ୍ୟବସ୍ଥାବଳୀ ଅନୁଯାୟୀ ଉକ୍ତ ଆଇନ୍ ର ଦଫା ୬୬ ଏବଂ ୬୭ ଅନୁଯାୟୀ କୌଣସି ଅପରାଧ ବ୍ୟତୀତ କୌଣସି  ଅପରାଧ ବ୍ୟତୀତ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ସେ ସଂଘଟିତ କରିଛନ୍ତି ।

ଆଧାର – ଦ ଲ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate