ଦଫା ୭୫। ଗୋ- ମହିଷାଦି ପଶୁ ଅତିକ୍ରମଣ ଆଇନ୍ ୧୯୭୧ ର ପ୍ରୟୋଗ
କୌଣସି ସଂରକ୍ଷିତ ବା ସୁରକ୍ଷିତ ଜଙ୍ଗଲ ଯେଉଁଠାରୁ ଗୋ- ମହିଷାଦି ପଶୁଚାରଣ କରିବା ପାଇଁ ଆଇନତଃ ନିଷେଧ କରାଯାଇଛି ସେହି ଜଙ୍ଗଲ ମଧ୍ୟକୁ ଗୋ-ମହିଷାଦି ପଶୁ ଅତିକ୍ରମ କରାଇଲେ ସେପରି ଗୋ- ମହିଷାଦି ପଶୁ ଅତିକ୍ରମ କରାଇଲେ ସେପରି ଗୋ- ମହିଷାଦି ପଶୁ ଏହି ଆଇନ୍ ର ଦଫା ୧୧ ଅନୁଯାୟୀ ସରକାରୀ ବୃକ୍ଷମାନଙ୍କୁ ନଷ୍ଟ କରୁଛନ୍ତି ବୋଲି ବିବେଚିତ ହେବ ଏବଂ ଫରେଷ୍ଟ ଅଫିସର ବା ପୋଲିସ୍ ଅଫିସରଙ୍କ ଦ୍ଵାରା ସେପରି ଗୋ- ମହିଷାଦି ପଶୁଙ୍କୁ ଜବତ କରାଯିବ ଓ କାଞ୍ଜିଆହୁଦାକୁ ପଠାଇଦିଆଯିବ ।
ଦଫା ୭୬। ଗୋ- ମହିଷାଦି ପଶୁ ଅତିକ୍ରମଣ ଆଇନ୍ ୧୮୭୧ ଅନୁଯାୟୀ ଧାର୍ଯ୍ୟ କରାଯାଉଥିବା ଜୋରିମାନା ପରିବର୍ତ୍ତନ କରିବାକୁ କ୍ଷମତା
ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରି ଦଫା ୭୫ ଅନୁଯାୟୀ କାଞ୍ଜିଆହୁଦାରେ ପକାଯାଇଥିବା ଗୋ- ମହିଷାଦି ପଶୁମାନଙ୍କ ପାଇଁ, ଗୋ- ମହିଷାଦି ପଶୁ ଅତିକ୍ରମଣ ଆଇନ୍ ର ଦଫା ୧୨ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଜୋରିମାନା ପରିବର୍ତ୍ତେ ନିମ୍ନଲିଖିତ ହାରରେ ଜୋରିମାନା ଆଦାୟ କରିବାକୁ ଧାର୍ଯ୍ୟ କରିପାରିବେ –
ପ୍ରତ୍ୟେକ ହସ୍ତୀ ପାଇଁ |
୫୦ ଟଙ୍କା |
ପ୍ରତ୍ୟେକ ମହିଷି ଓ ଓଟ ପାଇଁ |
୧୦ ଟଙ୍କା |
ପ୍ରତ୍ୟେକ ଘୋଡା, ଘୋଡୀ, ତଟୁଘୋଡା ଖଚର, ଘୋଡା, ଗଧ ଓ ଓଟ ଛୁଆ, ବଳଦ, ଷଣ୍ଢ ବା ଗାଈ ଛଡା ପାଇଁ |
୫ ଟଙ୍କା |
ପ୍ରତ୍ୟେକ ବାଛୁରୀ, ଗଧ ଘୁଷୁରି, ମେଣ୍ଡା, ମେଣ୍ଢୀ,ମେଣ୍ଡାଛୁଆ, ଛେଳି ବା ଛେଳି ଛୁଆପାଇଁ |
୨ ଟଙ୍କା |
ଦଫା ୭୭। ରାଜ୍ୟ ସରକାର ଜଙ୍ଗଲ ଅଧିକାରୀଙ୍କ ଠାରେ ନିର୍ଦ୍ଦିଷ୍ଟ କ୍ଷମତା ନ୍ୟସ୍ତ କରିପାରନ୍ତି :-
ଦଫା ୭୮। ଜଙ୍ଗଲ ଅଧିକାରୀମାନେ ସରକାରୀ କର୍ମଚାରୀ ରୂପେ ଗଣ୍ୟ ହେବେ :-
ସମସ୍ତ ଜଙ୍ଗଲ ଅଧିକାରୀ –
ଦଫା ୭୯। ଉତ୍ତର ବିଶ୍ୱାସରେ ଗୃହୀତ କାର୍ଯ୍ୟାନୁଷ୍ଠାନ ସୁରକ୍ଷା ଏବଂ ଧର୍ତ୍ତବ୍ୟ ଅପରାଧ :-
ଉଲ୍ଲେଖ ଥାଉ ଯେ ଏହି ଦଫା ଅନୁଯାୟୀ ଯଦି ମଞ୍ଜୁର କିମ୍ବା ଅନ୍ୟଥା ସେହି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦରଖାସ୍ତ ତାରିଖ ଠାରୁ ଛଅମାସ ମଧ୍ୟରେ ପଠାଯାଇ ନ ଥାଏ ତେବେ ଏହା ବିବେଚିତ ହେବ ଯେ ରାଜ୍ୟ ସରକାରଙ୍କ ଆବଶ୍ୟକ ଅନୁମୋଦନ ସହ ହୋଇଛି ।
ଦଫା ୮୦। ଜଙ୍ଗଲ ଅଧିକାରୀମାନେ ବ୍ୟବସାୟ କରିପାରିବେ ନାହିଁ :-
ରାଜ୍ୟସରକାରଙ୍କ ଲିଖିତ ଅନୁମୋଦନ ବ୍ୟତୀତ କୌଣସି ଜଙ୍ଗଲ ଅଧିକାରୀ ରାଜ୍ୟ ମଧ୍ୟରେ ବା ରାଜ୍ୟ ବାହାରେ ସେ ନିଜେ କିମ୍ବା ତାଙ୍କ ଏଜେଣ୍ଟମାନଙ୍କ ଦ୍ଵାରା କୌଣସି କାଠଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କୀୟ ବ୍ୟବସାୟ କରିପାରିବେ ନାହିଁ କିମ୍ବା କୌଣସି ଜଙ୍ଗଲ ପଟ୍ଟାରେ ନେଇପାରିବେ ନାହିଁ କିମ୍ବା କୌଣସି ଜଙ୍ଗଲରେ କାର୍ଯ୍ୟ କରିବା ପାଇଁ ଚୁକ୍ତି କରିପାରିବେ ନାହିଁ।
ଆଧାର - ଦ ଲ ହାଉସ
Last Modified : 1/28/2020